spot_img
Home Blog Page 5553

ନିଜକୁ ଡାକ୍ତର କହି ରୋଗୀର ଅସ୍ତ୍ରୋପଚାର କରିଲା ସିକ୍ୟୁରିଟି ଗାର୍ଡ । ଆଉ ତାପରେ…

ଲାହୋର: ପାକିସ୍ତାନର ଏକ ଡାକ୍ତରଖାନାରେ ଏକ ଆଶ୍ଚର୍ଯ୍ୟପୂର୍ଣ୍ଣ ଘଟଣା ଘଟିଛି । ଏଠାରେ ଜଣେ ପୂର୍ବତନ ସିକ୍ୟୁରିଟି ଗାର୍ଡ,  ନିଜକୁ ଡାକ୍ତର କହି ମହିଳା ରୋଗୀଙ୍କ ଅସ୍ତ୍ରୋପଚାର କରିଛନ୍ତି । ସୂଚନା ଅନୁସାରେ, ଅସ୍ତ୍ରୋପଚାରର ଦୁଇ ସପ୍ତାହ ପରେ ହଠାତ୍ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା। ପରିବାରଲୋକେ ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ଜଣାପଡ଼ିଥିଲା ଯେ ଅସ୍ତ୍ରୋପଚାର କରିଥିବା ବ୍ୟକ୍ତି ଡାକ୍ତର ନୁହଁନ୍ତି ବରଂ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ।

ଘଟଣାଟି ହେଉଛି ପାକିସ୍ତାନର ଲାହୋରର ମେୟୋ ହସ୍ପିଟାଲର। କୁହାଯାଇଛି ଯେ, ଏଠାରେ ଶାମିମା ବେଗମ୍ ନାମକ ଜଣେ ୮୦ ବର୍ଷୀୟା ମହିଳା ଦୁଇ ସପ୍ତାହ ପୂର୍ବରୁ ତାଙ୍କ ପିଠିରେ କ୍ଷତ କାରଣରୁ ଅସ୍ତ୍ରୋପଚାର କରିବାକୁ ଯାଇଥିଲେ। ଏବଂ ଶାମିମା ବେଗମଙ୍କ ଅସ୍ତ୍ରୋପଚାର କରାଯାଇଥିଲା, କିନ୍ତୁ ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ଦ୍ୱାରା ନୁହେଁ, ବରଂ ଡାକ୍ତରଖାନାର ପୂର୍ବତନ ସିକ୍ୟୁରିଟି ଗାର୍ଡ କରିଥିଲେ ।

ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି ଯେ, ଏହା ଏକ ବହୁତ ବଡ ଡାକ୍ତରଖାନା। ଏପରି ପରିସ୍ଥିତିରେ, ଆମେ ସବୁବେଳେ ନଜର ରଖିପାରିବୁ ନାହିଁ ଯେ, କିଏ କଣ କରୁଛି କେଉଁଠାକୁ ଯାଉଛି । ଏହାସହ ଅଧିକାରୀ ଜଣଙ୍କ କହିଛନ୍ତି ଯେ ଅପରେସନ୍ ଥିଏଟରରେ ସୁରକ୍ଷାକର୍ମୀ କେଉଁ ପ୍ରକାର ଅସ୍ତ୍ରୋପଚାର କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସେହି ସମୟ ତାଙ୍କ ସହିତ ଜଣେ ଦକ୍ଷ ଟେକ୍ନିସିଆନ ମଧ୍ୟ ଉପସ୍ଥିତ ଥିଲେ।

ଅସ୍ତ୍ରୋପଚାର ପରେ ମହିଳା ଜଣକ ତାଙ୍କ ଘରକୁ ପଳାଇଥିଲେ । ଅସ୍ତ୍ରୋପଚାର ପାଇଁ ସେ ଟଙ୍କା ମଧ୍ୟ ଦେଇଥିଲେ। କୁହାଯାଇଛି ଯେ ଅସ୍ତ୍ରୋପଚାର ପରେ ପୂର୍ବତନ ସିକ୍ୟୁରିଟି ଗାର୍ଡ ମଧ୍ୟ ଡ୍ରେସିଂ ପାଇଁ ମହିଳାଙ୍କ ଘରକୁ ଯାଇଥିଲେ, କିନ୍ତୁ ଯେତେବେଳେ ରକ୍ତସ୍ରାବ ଜାରି ରହିଲା ଏବଂ ଯନ୍ତ୍ରଣା ବଢିଗଲା, ପରିବାର ମହିଳାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ଏହି ଘଟଣା ସମ୍ପର୍କରେ ଜାଣିପାରିଥିଲେ। ମହିଳାଙ୍କ ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଲିସ୍ କହିଛି ଯେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ଲାହୋର ପୋଲିସର ମୁଖପାତ୍ର କହିଛନ୍ତି ଯେ, ଅଭିଯୋଗ ପରେ ପୋଲିସ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି। ସେ ପୂର୍ବରୁ ଅନ୍ୟ ରୋଗୀଙ୍କ ଘରକୁ ଯାଇ ଚିକତ୍ସା ମଧ୍ୟ କରିଛନ୍ତି । ଏଥିସହ ମାୟୋ ହସ୍ପିଟାଲର କର୍ମଚାରୀମାନେ କହିଛନ୍ତି ଯେ ରୋଗୀମାନଙ୍କଠାରୁ ଟଙ୍କା ଲୁଟି ନେବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ ପୂର୍ବତନ ସିକ୍ୟୁରିଟି ଗାର୍ଡକୁ ଦୁଇ ବର୍ଷ ପୂର୍ବେ ନିଲମ୍ବିତ କରାଯାଇଥିଲା। ଆଉ ଏକ ରିପୋର୍ଟ ଅନୁସାରେ ମେ ମାସରେ ଲାହୋର ଜେନେରାଲ ହସ୍ପିଟାଲରେ ଜଣେ ବ୍ୟକ୍ତି ଡାକ୍ତର ଭାବରେ ପରିଚୟ ଦେଇ ସର୍ଜିକାଲ ୱାର୍ଡରେ ରୋଗୀଙ୍କଠାରୁ ଟଙ୍କା ଲୁଟି ଗିରଫ ହୋଇଥିଲେ ।

ସାବିତ୍ରୀ ପୂର୍ବରୁ ବୋହୂକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ସଦରଥାନା କୁଶଙ୍ଗ ଗାଁରେ ଅଭାବନୀୟ ଘଟଣା। ଯୌତୁକ ଦାବିରେ ବୋହୂକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ। ସାବିତ୍ରୀର ଗୋଟି ଦିନ ପୂର୍ବରୁ ଘଟିଛି ଏଭଳି ଅଭାବନିୟ ଘଟଣା। ସାବିତ୍ରୀ ପୂର୍ବରୁ ଶ୍ମଶାନକୁ ଗଲା ବୋହୂର ମୃତ ଦେହ। ମହିଳାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ମହିଳା ଜଣକ ହେଲେ ରଜନୀ ସାହୁ। ଏନେଇ ବଲାଙ୍ଗୀର ସଦର ଥାନାରେ ହତ୍ୟା ଅଭିଯୋଗ ପରେ ପୋଲିସ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ଗୋପାଳ ସାହୁ ଓ ଶ୍ୱଶୁର ସୁଦର୍ଶନ ସାହୁଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି।

ସମସ୍ତଙ୍କ ଆଗରେ ପ୍ରଧାନମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ବ୍ୟକ୍ତି

ପାରିସ୍: ଭିଡ଼ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଚାପୁଡ଼ା ମାଡ଼ । କଡ଼ା ସୁରକ୍ଷା ସତ୍ତ୍ୱେ କେହି ପ୍ରଧାନମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା କଣ ସମ୍ଭବ ? ହଁ ସମ୍ଭବ, ଏମିତି ହିଁ ହୋଇଛି ଫ୍ରାନ୍ସ ରାଷ୍ଟ୍ରପତିଙ୍କ କ୍ଷେତ୍ରରେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଭିଡ଼ ଭିତରେ ଆକ୍ରମଣ ହୋଇଛି । ଇମାନୁଏଲଙ୍କୁ ଶକ୍ତ ଚାପୁଡ଼ା ମାରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି ।

ଦକ୍ଷିଣପୂର୍ବ ଫ୍ରାନ୍ସର ଡ୍ରୋମରେ ରାଷ୍ଟ୍ରପତି ଇମାନୁଏଲ୍ ଲୋକଙ୍କ ସହ କଥା ହେଉଥିବା ବେଳେ ଭିଡ଼ ଭିତରୁ ଜଣେ ଚାପୁଡ଼ା ମାରିଥିଲେ । ଏହାପରେ ସୁରକ୍ଷାକର୍ମୀ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଇମାନୁଏଲ୍ ମାକ୍ରୋନ୍ ଡ୍ରୋମ୍ ଗସ୍ତରେ ଯାଇ ରେସ୍ତୋରାଁ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବା ବେଳେ ଏହି ଘଟଣା ଘଟିଛି । ଫ୍ରାନ୍ସର ବିଏଫଏମ୍ ଟିଭି ମଧ୍ୟ ଏଭଳି ଘଟିଥିବା କହିଛି ।

ଇମାନୁଏଲଙ୍କୁ ଚାପୁଡ଼ା ମାଡ଼ର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଇମାନୁଏଲ୍ ଲୋକଙ୍କ ସହ ମିଶିବା ବେଳେ ବ୍ୟକ୍ତି ଜଣଙ୍କ ତାଙ୍କ ହାତକୁ ପ୍ରଥମେ ଧରୁଛନ୍ତି ଓ ଚାପୁଡ଼ା ମାରୁଥିବା ଭିଡିଓରେ ଦେଖାଯାଉଛି । ସୁରକ୍ଷାକର୍ମୀ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ କବଜାକୁ ନେଇଛନ୍ତି ।

କରୋନାର ତୃତୀୟ ଲହରରେ ଶିଶୁଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା

ଭୁବନେଶ୍ୱର: କୋଭିଡ୍ ମୁକାବିଲା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ତୃତୀୟ ଲହରରେ ଶିଶୁଙ୍କ ଉପରେ ଅଧିକ ପ୍ରଭାବ ପକାଇ ପାରେ କରୋନା। କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏନେଇ ଆଗୁଆ ସଚେତନ ହୋଇଛନ୍ତି ରାଜ୍ୟ ସରକାର। ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଯେମିତି ଶୁଶୁମାନେ ଅଧିକ ପ୍ରଭାବିତ ହେବନାହିଁ ସେଥିପାଇଁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ତୃତୀୟ ଲହର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଅଧିକ ଗୁରୁତ୍ୱ ଶିଶୁଙ୍କ ସୁରକ୍ଷାକୁ ଦିଆଯାଇଛି। ସେଥିପାଇଁ ଶିଶୁଙ୍କ ଚିକିତ୍ସା ପାଇଁ ଆଗୁଆ ତାଲିମ୍ ନେବେ ୧୧୧୪ ଜଣ ଡାକ୍ତର। ଏହା ସହ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତୁରନ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ତୃତୀୟ ଲହରକୁ ସାମ୍ନା କରିବା ପାଇଁ ଗଠନ ହୋଇଛି ଟେକ୍ନିକାଲ ଟାସ୍କ ଫୋର୍ସ କମିଟି।

କମିଟିର ସୁପାରିସ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ତେପଟେ ଏବେ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଅଛି ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି। ଏହାସହ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ସଚେନତାକୁ ଗୁରୁତ୍ୱ ଦିଆଯାଇଛି। ଯଦିଓ ପରିସ୍ଥିତିରେ ଉନ୍ନତି ଆସିଛି କିନ୍ତୁ ଆମେ ଦ୍ୱିତୀୟ ଲହର ପ୍ରଭାବରୁ ସଂପୂର୍ଣ୍ଣ ମୁକ୍ତ ହୋଇନାହୁଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପର୍ବପର୍ବାଣୀ ଆସୁଥିବାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ଏବଂ କୋଭିଡ ନିୟମାବଳୀକୁ ଆହୁରି କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୬୯ଟି ଶିଶୁ ଜନ୍ମ ଦେଇଥିବା ମହିଳା ! ୪ଥର ୪ଟି ଲେଖାଏଁ ଏବଂ ୯ଥର ତିନୋଟି ଲେଖାଏଁ

ପିଲାଟିଏ ପାଇବା ପାଇଁ ଗୋଟିଏ ମହିଳା କେତେ କଷ୍ଟ କରିଥାଏ । କେତେବେଳେ କେତେ ବ୍ରତ ଓଷା କରି ପିଲାଟି ପାଇଥାଏ ତ କେତେବେଳେ ଜୀବନ ବିତିଯାଏ  କିନ୍ତୁ ଛୁଆଟିଏ ପାଇପାରେ ନାହିଁ । କିନ୍ତୁ କିଛି ଏମିତି ମାଆ ଅଛନ୍ତି ଯେଉଁମନେ ତାଙ୍କ ଜୀବନ କାଳରେ ନିଜେ ଗର୍ଭ ଧାରଣ କରି ୬୯ଟି ସନ୍ତାନର ମାଆ ହୋଇପାରିଛନ୍ତି । ଆଉ ଏହି ସନ୍ତାନ ପ୍ରାପ୍ତିକୁ ନେଇ ମୋରକୋର ଜଣେ ମହିଳାଙ୍କୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା । କାରଣ ଏହି ମହିଳା ଏକାସାଙ୍ଗରେ ୯ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସୂଚନା ଅନୁସାରେ, ଏହା ପୂର୍ବରୁ କୌଣସି ବି ମହିଳା ଏକାସାଙ୍ଗରେ ୯ଟି ସନ୍ତାନଙ୍କୁ ଜନ୍ମ ଦେଇନାହାଁନ୍ତି। ଯଦିଓ ଏହା ପୂର୍ବରୁ ଜଣେ ମହିଳା ବିଶ୍ୱ ରେକର୍ଡ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ।

ଋଷର ଜଣେ ମହିଳାଙ୍କର ବିଶେଷ ରେକର୍ଡ ଅଛି । ୧୭ତମ ଶତାବ୍ଦୀରେ ରହୁଥିବା ଶ୍ରୀମତୀ ବୈଲେଣ୍ଟିନା ବାସିଏବଙ୍କ ବିଷୟରେ କୁହାଯାଇଛି ତାଙ୍କ ଜୀବନରେ ସେ ୨୭ଥର ଗର୍ଭବତୀ ହୋଇଥିଲେ ଏବଂ ୬୯ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହି ମହିଳାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।
ଏହି ମହିଳା ୧୭୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ଋଷର ତୃତୀୟ ବୃହତ୍ତମ ସହର ଶୁୟାରେ ସେ ରହୁଥିଲେ। ସେ ଋଷର ଜଣେ କୃଷକ ଫିୟୋଡୋର ବାସିଲୟେବଙ୍କୁ ବିବାହ କରିଥିଲେ। ସୂଚନା ଅନୁଯାୟୀ, ସେ ତାଙ୍କ ଜୀବନରେ ୧୬ଥର ଯାଆଁଳା ଶିଶୁ, ୭ଥର ୩ଟି ଲେଖାଏଁ ଶିଶୁ ଏବଂ ୪ ଥର ୪ଟି ଲେଖାଏଁ ସନ୍ତାନକୁ ଜନ୍ମ ଦେଇଥିଲେ। ବାସିଲୟେବଙ୍କ ଏହି ଆଶ୍ଚର୍ଯ୍ୟଜନକ ରେକର୍ଡ ବିଷୟରେ ପ୍ରଥମେ ୧୭୮୨ ମସିହାରେ ଜଣାପଡ଼ିଥିଲା । ଏହାର ଗୋଟିଏ ବର୍ଷ ପରେ, ୧୭୮୩ ମସିହାରେ, ଏହି ଘଟଣା ଖବର କାଗଜରେ ପ୍ରକାଶିତ ହୋଇଥିଲା ।

୧୭ ଶତାବ୍ଦୀରେ ଆଧୁନିକ ବିଜ୍ଞାନର ଅଭାବ ସତ୍ତ୍ୱେ ଏହି ମହିଳା କିପରି ଏତେ ଥର ଗର୍ଭବତୀ ହୋଇ ସଫଳତାର ସହ ପ୍ରସବ କରିବାରେ ସକ୍ଷମ ହୋଇଥିଲେ? ସେନେଇ ଅନେକ ସମୟରେ ପ୍ରଶ୍ନ ଉଠେ । କିନ୍ତୁ ଗିନିଜ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ଏହି ରେକର୍ଡକୁ ନେଇ କହିଛି ଯେ, ଏମିତି ବି ସମ୍ଭାବନା ଅଛି ଯେ ଏହି ମହିଳା ଗୋଟିଏ ଥରରେ ହାଇପର ଓବ୍ୟୁଲେଟ୍ ହୋଇଥାଇ ପାରନ୍ତି କିମ୍ବା ଏହି ମହିଳାଙ୍କର ଏକାଧିକ ଅଣ୍ଡା ଛାଡିବାର ପ୍ରବୃତ୍ତି ଥାଇପାରେ। ଯାହା ଦ୍ୱାରା, ଏହି ମହିଳାଙ୍କ ପାଖରେ ଯାଆଁଳା ବା ଅଧିକ ସନ୍ତାନ ଜନ୍ମ ହେବାର ସମ୍ଭାବନାକୁ ବହୁଗୁଣିତ କରିଥାଏ । ଏହା ମଧ୍ୟ ଦାବି କରାଯାଇଥିଲା ଯେ ଜଣେ ମହିଳା ୨୭ ଥର ଗର୍ଭବତୀ ହେବା ଅସମ୍ଭବ ନୁହେଁ।


ଏହି ମହିଳାଙ୍କ ସ୍ୱାମୀ ଫିୟୋଡୋର ମଧ୍ୟ ଦ୍ୱିତୀୟ ବିବାହ ମଧ୍ୟ କରିଥିଲେ। ଖବର ଅନୁଯାୟୀ, ଫିୟୋଡୋରଙ୍କ ଦ୍ୱିତୀୟ ପତ୍ନୀ ୮ ଥର ଗର୍ଭବତୀ ହୋଇଥିଲେ ଏବଂ ୧୮ ଟି ସନ୍ତାନ ଜନ୍ମ ଦେଇଥିଲେ। ଏହି ମହିଳା ୬ ଥର ଯାଆଁଳା ଏବଂ ଦୁଇଥର ୩ଟି ଲେଖାଏଁ ଶିଶୁ ଜନ୍ମ ଦେଇଥିଲେ। ଫିୟୋଡୋରଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ୬୯ ସନ୍ତାନ ଏବଂ ଦ୍ୱିତୀୟ ପତ୍ନୀଙ୍କ ଠାରୁ ୧୮ ସନ୍ତାନ ଥିଲେ। ମୋଟ ଏହି ବ୍ୟକ୍ତି ଜଣଙ୍କ ୮୭ ସନ୍ତାନର ବାପା ଥିଲେ । ସେଥିମଧ୍ୟରୁ ଦୁଇଟି ସନ୍ତାନ ଜନ୍ମ ହେବା ସମୟରେ ହିଁ ମୃତ୍ୟୁ ବରଣ କରିଥିଲେ । ଯଦିଓ ଏହି ବ୍ୟକ୍ତିଙ୍କ ୮୫ଟି ପିଲା ସୁସ୍ଥ ଜୀବନ ବିତାଇଥିଲେ। ସୂଚନା ଅନୁସାରେ ଉକ୍ତ ମହିଳା ଜଣଙ୍କର ବିଷୟରେ କୌଣସି ସଠିକ୍ ସୂଚନା ନାହିଁ କିମ୍ବା ଏପର୍ଯ୍ୟନ୍ତ ତାଙ୍କର କୌଣସି ଚିତ୍ର ସାମ୍ନାକୁ ଆସିନାହିଁ । ଖବର ଅନୁଯାୟୀ, ୧୭୦୭ ମସିହାରେ ଜନ୍ମ ହୋଇଥିବା ଏହି ମହିଳାଙ୍କର ୭୬ବର୍ଷ ବୟସରେ ମୃତ୍ୟୁ ହୋଇଥିଲା।

ଛୁଆଙ୍କ ପାଇଁ କେତେ ଘାତକ ହେବ କରୋନାର ତୃତୀୟ ପ୍ରବାହ ? ତଥ୍ୟ ନଥିବା କହିଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ଲହରର ସାମ୍ନା କରୁଛି । ଦ୍ୱିତୀୟ ଲହରରେ ଯୁବବର୍ଗଙ୍କୁ ଅଧିକ ସଂକ୍ରମିତ କରୁଛି କରୋନା । ଆଲୋଚନା ହେଉଛି ସେପ୍ଟେମ୍ବର ବେଳକୁ ଦେଶରେ କରୋନାର ତୃତୀୟ ଲହର ଆସିପାରେ । ଯାହାକି ଛୁଆଙ୍କୁ ଅଧିକ ମାତ୍ରାରେ ସଂକ୍ରମଣ କରିବ । ଏହା ଉପରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, କରୋନାର ତୃତୀୟ ପ୍ରବାହକୁ ନେଇ ଆମ ପାଖରେ କୌଣସି ତଥ୍ୟ ନାହିଁ । ଏମିତିରେ ଏହା କହିବା ମୁସ୍କିଲ ଛୁଆଙ୍କ ଲାଗି ଏହା କେତେ ବିପଜ୍ଜନକ ହେବ ।

ଡାକ୍ତର ରଣଦୀପ ଗୁଲେରିଆଙ୍କ ଅନୁସାରେ, ଭୂତାଣୁ ରୂପ ବଦଳାଉଥିବାରୁ ଲହର ଆସେ । ଲକଡାଉନ୍ ଯୋଗୁଁ ସଂକ୍ରମଣ କମେ । କିନ୍ତୁ ଲକଡାଉନ୍ ଖୋଲିବା ପରେ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଆଶଙ୍କା ବଢ଼ି ଯାଇଥାଏ । ଏବେ ଯାଏଁ କୌଣସି ତଥ୍ୟ ନାହିଁ ଯାହା ଆଧାରରେ କହି ପାରିବା ପରବର୍ତ୍ତୀ ଲହର ଛୁଆଙ୍କୁ ପ୍ରଭାବିତ କରିବ ।

କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ଲାଗି ମାସ୍କ ପିନ୍ଧିବା ସହ ଅନ୍ୟ ନିୟମ ମାନିବାକୁ ପଡ଼ିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ତେବେ ଚିନ୍ତାର ବିଷୟ ହେଉଛି କରୋନାର ତୃତୀୟ ଲହର ଏବଂ ଏହା ଛୁଆଙ୍କ ପାଇଁ କେତେ ବିପଜ୍ଜନକ ସାବ୍ୟସ୍ତ ହେବ ? ସ୍ପେନିଶ୍ ଫ୍ଲୁ, ଏଚ୍ ୧ ଏନ୍ ୧ରେ ମଧ୍ୟ ଲହର ଦେଖାଯାଇଥିଲା । ଭୂତାଣୁ ରୂପ ପରିବର୍ତ୍ତନ କଲେ ନୂଆ ଲହର ଆସେ ବୋଲି କହିଛନ୍ତି ଗୁଲେରିଆ ।

ସେ କହିଛନ୍ତି, ଯେତେବେ ସଂକ୍ରମଣ ମାମଲା କମେ ତ ଅନଲକ୍ ପ୍ରକ୍ରିୟା ଆରମ୍ଭ ମାତ୍ରେ ଲୋକ ନିୟମ ମାନନ୍ତି ନାହିଁ । ଫଳରେ ଆଉ ଏକ ଲହର ଆରମ୍ଭ ହୋଇଯାଏ । ଅଧିକାଂଶ ଲୋକ ଟିକା ନେବା ପର୍ଯ୍ୟନ୍ତ ଆମକୁ ଅଧିକ ସତର୍କତାର ସହ କୋଭିଡ୍ କଟକଣା ମାନିବାକୁ ପଡ଼ିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ଏବେ କୌଣସି ଦେଶ ସେମିତି କିଛି ତଥ୍ୟ ଦେଇନାହାଁନ୍ତି କି କରୋନା ଛୁଆଙ୍କ ଲାଗି ଘାତକ । ଆସିବାକୁ ତୃତୀୟ ଲହରକୁ ରୋକିବାକୁ ଆମକୁ ନିୟମ ସବୁ ମାନିବା ଦରକାର ।

ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ କୋଲକାତାରେ ଆରମ୍ଭ ହେଲା ଏକମୋ ଟ୍ରିଟମେଣ୍ଟ

ଭୁବନେଶ୍ୱର: କୋଭିଡ୍‌ରେ ଆକ୍ରାନ୍ତ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କୁ ଏକମୋ ଟ୍ରିଟମେଣ୍ଟ ପାଇଁ କୋଲକାତା ନିଆଯାଇଛି। କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ଗ୍ରୀନ କରିଡରରେ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଇଥିଲା। ଏଠାରୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଛି। ଏୟାର ଆମ୍ବୁଲାନସ ଯୋଗେ ଦେବାଶିଷ ପାଣିଗ୍ରାହୀ କୋଲକାତା ମେଡିକୋ ସୁପର ସ୍ପେସାଲିଟି ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର ଏକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। ଏକମୋ ବିଭାଗୀୟ ମୁଖ୍ୟ ଡାକ୍ତର ଅର୍ପନ ଓ ଡାକ୍ତର ଦୀପାଞ୍ଜନଙ୍କ ନେତୃତ୍ୱରେ ଏକ ଟିମ ଦେବାଶିଷଙ୍କ ଚିକତ୍ସା କରୁଛନ୍ତି। ଡାକ୍ତରଖାନାର ଅଧ୍ୟକ୍ଷ ଆଲୋକ ରାୟଙ୍କ କହି ଅନୁଯାଇ ଏକମୋ ଚିକତ୍ସା ତିନି ସପ୍ତାହ ଧରି ଚାଲିବ। ବର୍ତ୍ତମାନ ଦେବାଶିଷଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। କିନ୍ତୁ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଇଛି। ଆଜି ଦିନ ଗୋଟାଏ ସମୟରେ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ଇକମୋ ବ୍ୟବସ୍ଥା ଥିବା ସ୍ୱତନ୍ତ୍ର ଆମ୍ୱୁଲାନ୍ସ ଯୋଗେ ଭୂବନେଶ୍ୱର ଏୟାରପୋର୍ଟ ନିଆଯାଇଥିଲା। ସେଠାରୁ ଏୟାର ଆମ୍ୱୁଲାନ୍ସରେ କୋଲକାତା ଅଭିମୁଖେ ଯାତ୍ରା କରିଥିଲେ ଦେବାଶିଷ। କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ପ୍ରେସ ଛକ ଓ ନଖରାଛକ ଦେଇ ଜାତୀୟ ରାଜପଥ ରାସ୍ତାରେ ଭୂବନେଶ୍ୱର ନିଆଯାଇଥିଲା। ଏହି ରୁଟର ଗୋଟିଏ ପାଖ ରାସ୍ତାକୁ ସଂମ୍ପୃର୍ଣ୍ଣ ଗ୍ରୀନ କରିଡର କରିଥିଲା କମିଶନରେଟ ପୋଲିସ। ଆଜି ଦିନ ଗୋଟାଏ ସମୟରେ ଡାକ୍ତର ଟିମ ସହିତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀଙ୍କୁ ଏୟାର ଆମ୍ୱୁଲାନ୍ସ ଯୋଗେ କଳିକତା ପଠାଯାଇଥିଲା।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥଗିତ ରହିଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ସ୍ଥଗିତ ରହିଲା ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ। ରଥ ନିର୍ମାଣ ସ୍ଥଗିତ ରଖିବାକୁ ଠାକୁର ମାହାଲକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କରୋନା କଟକଣା ଥିବାରୁ ରଥ ନିର୍ମାଣକୁ ସ୍ଥଗିତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ଗତ ଶନିବାର ନୀଳଗିରି ବିଧାୟକ ସୁକାନ୍ତ ନାୟକ ରଥ ନିର୍ମାଣ ଖର୍ଚ୍ଚକୁ ଅଯଥା ଖର୍ଚ୍ଚ ବୋଲି ଦର୍ଶାଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ।

ସେ ରଥ ନିର୍ମାଣ ବନ୍ଦ ରଖିବାକୁ କହିଥିଲେ। ଫଳରେ ରଥ ନିର୍ମାଣ ସ୍ଥଗିତ ରଖିବାକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଫୋନ୍‌ ଯୋଗେ ନୀଳଗିରି ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବିଧାୟକ ସୁକାନ୍ତ ନାୟକଙ୍କୁ ଜଗନ୍ନାଥପ୍ରେମୀ ଏ ଯୁଗର କଳାପାହାଡ଼ ବୋଲି କହିବା ସହିତ ତାଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ।

ତେବେ ପୁରୀ ସିଂହଦ୍ୱାର ଥାନାରେ ଶ୍ରୀଜଗନ୍ନାଥ ସେନା ବିଧାୟକ ସୁକାନ୍ତ ନାୟକଙ୍କ ନାଁରେ ଏତଲା ଦାୟର ଦେଇଥିଲେ। ବିଧାୟକ ସୁକାନ୍ତ ନାୟକ ବିବାଦରେ ଫସିଥିବା ବେଳେ ତାଙ୍କ ନିରବତା ମଧ୍ୟ ସମସ୍ତଙ୍କୁ ଚକିତ କରିଛି।

ଶିଶୁଙ୍କ ଖୁସି ଛଡ଼ାଇ ନେଇଛି କରୋନା, ଦ୍ୱିତୀୟ ଲହରରେ ଅନାଥ ହୋଇଛନ୍ତି ୩୦ହଜାରରୁ ଊର୍ଦ୍ଧ୍ୱ ଶିଶୁ

ଭୁବନେଶ୍ୱର: ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି କରୋନା। ଦ୍ୱିତୀୟ ଲହରରେ ଅନେକ ଶିଶୁ ଅନାଥ ହୋଇଥିବା ବେଳେ ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ମା’ବାପାଙ୍କୁ ହରାଇ ବେସାହାର ହୋଇଚନ୍ତି ଅନେକ ଶିଶୁ। ଅନେକ ମାଆ ବାପାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ୨୦୨୧ ଜୁନ୍ ୫ ତାରିଖ ସୁଦ୍ଧା ଦେଶରେ ୩୦ହଜାରରୁ ଅଧିକ ଶିଶୁ ବେସାହାରା ହୋଇଥିବା ରିପୋର୍ଟ ଦେଇଛି ରାଷ୍ଟ୍ରୀୟ ବାଲ୍‌ ଅଧିକାର ସଂରକ୍ଷଣ ଆୟୋଗ ବା NCPCR। ମହାମାରୀ କାଳରେ ଅନାଥ ହୋଇଥିବା ଶିଶୁଙ୍କ ଲାଳନପାଳନ ଓ ପାଠପଢ଼ା ଦାୟିତ୍ୱ ନେବାକୁ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଛି NCPCR।

୨୦୨୦ ଏପ୍ରିଲ ୧ରୁ ଚଳିତ ବର୍ଷ ଜୁନ ମଧ୍ୟରେ ସମଗ୍ର ଦେଶରେ ୩ହଜାର ୬୨୧ ଜଣ ଶିଶୁ ସମୂର୍ଣ୍ଣ ଅନାଥ ହୋଇଛନ୍ତି। ୨୬ ହଜାର ୧୭୬ ଶିଶୁ ମାଆ ବାପାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ବେସାହାରା ହୋଇଥିବା ଏହି ୩୦ ହଜାର ୭୧ ଜଣ ଶିଶୁଙ୍କ ଦାୟିତ୍ବ ନେବା ଆବଶ୍ୟକ ହୋଇପଡ଼ିଛି ବୋଲି ରାଷ୍ଟ୍ରୀୟ ବାଲ୍‌ ଅଧିକାରୀ ସଂରକ୍ଷଣ ଆୟୋଗ ସୁପ୍ରିମକୋର୍ଟଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛି ।

ତେବେ ସବୁ ପିଲାଙ୍କ ମାବାପା କରୋନାରେ ମରିନାହାନ୍ତି। ଅନ୍ୟ କାରଣରୁ ବି କେତେଜଣଙ୍କ ଜୀବନ ଯାଇଛି। ୩୦ହଜାର ୭୧ ଜଣ ଶିଶୁଙ୍କ ମଧ୍ୟରେ ୧୫, ହଜାର ୨୦ ପୁଅ ଥିବା ବେଳେ ୧୪ ହଜାର ୪୪୭ ଝିଅ ଅଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ କିନ୍ନର ମଧ୍ୟ ଅଛନ୍ତି। ଏ ପର୍ଯ୍ୟନ୍ତ ଅନେକ ରାଜ୍ୟରୁ ରିପୋର୍ଟ ଦିଆଯାଇଥିବାରୁ ଅନାଥ ଶିଶୁଙ୍କ ସଂଖ୍ୟା ବଢ଼ିପାରେ ବୋଲି NCPCR ପକ୍ଷରୁ କୁହାଯାଇଛି।

ଗତ ବର୍ଷକ ଭିତରେ ଦେଶରେ ଅନାଥ ହୋଇଛନ୍ତି ୩୦ହଜାରରୁ ଊର୍ଦ୍ଧ୍ୱ ଶିଶୁ। ବିଭିନ୍ନ ରାଜ୍ୟରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି NCPCR।  ବେସାହାରା  ଏହି  ଶିଶୁଙ୍କ ଦାୟିତ୍ୱ ନେବା ଆବଶ୍ୟକ ହୋଇପଡ଼ିଛି।

ଡାଉନ୍ ହେଲା ଦୁନିଆର ବଡ଼ ବଡ଼ ୱେବସାଇଟ୍, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ବଡ଼ ବଡ଼ କମ୍ପାନୀ ଓ ଅନେକ ସରକାରୀ ୱେବସାଇଟ୍ ଡାଉନ୍ ହୋଇ ଯାଇଛି । ଆମେରିକାର ପ୍ରତିଷ୍ଠିତ ଖବର ପ୍ରଦାନକାରୀ ସଂସ୍ଥା ଦ ନ୍ୟୁୟର୍କ ଟାଇମ୍ସ, ଦ ଗାର୍ଡିଆନ୍, ସିଏନ୍ଏନ୍ ଇଣ୍ଟରନ୍ୟାସନାଲ ସମେତ ଭକ୍ସ, ବିବିସି ୱେବସାଇଟ୍ ଡାଉନ୍ ହୋଇଛି । ସେବା ପ୍ରଦାନକାରୀ ସଂସ୍ଥା ଫାଷ୍ଟଲିର କ୍ଲାଉଡ୍ ସର୍ଭିସ୍ କ୍ରାଶ୍ ହେବା ଫଳରେ ଏଭଳି ସ୍ଥିତି ଉପୁଜିଛି । ଆମାଜନ ସବ ୟୁକେ ସରକାରଙ୍କ ବିଭିନ୍ନ ୱେବସାଇଟ୍ ମଧ୍ୟ ଡାଉନ୍ ହୋଇ ପଡ଼ିଛି ।

ଫାଷ୍ଟଲିର ରିପୋର୍ଟ ଅନୁସାରେ, ତ୍ରୁଟିକୁ ଚିହ୍ନଟ କରାଯିବା ସହ ତାହାର ସମାଧାନ କରାଯାଇଛି । ଏବେ ଡାଉନ୍ ହୋଇଥିବା ଏକାଧିକ ୱେବସାଇଟ୍ ଠିକ୍ ଭାବେ କାର୍ଯ୍ୟ କରୁଛି । ମଙ୍ଗଳବାର କ୍ଲାଉଡ୍ ସେବାରେ ତ୍ରୁଟି ଯୋଗୁଁ ୱେବସାଇଟ୍ ଗୁଡ଼ିକ ସ୍ଲୋ ହୋଇ ଯାଇଥିଲା । ଏପରିକି ଏରର୍ ମେସେଜ୍ ଦେଖାଯାଇଥିଲା ।

https://twitter.com/alexhern/status/1402210377237159943

ୟୁକେ ଟେକ୍ନୋଲୋଜିର ସମ୍ପାଦକ ଆଲେକ୍ସ ହର୍ଣ୍ଣ ଟ୍ୱିଟ୍ କରି ଲେଖିଥିଲେ, ‘ୟୁକେ ସରକାରୀ ୱେବସାଇଟ୍ ସହ ଆମାଜନ, ରେଡଡିଟ୍ ୱେବସାଇଟ୍ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।’ ୱେବସାଇଟ୍ ଗୁଡ଼ିକରେ ୫୦୩ ଏରର୍ ଦେଖାଯିବା ସହ ସର୍ଭିସ୍ ଅନଆଭେଲେବଲ୍ ମେସେଜ୍ ଲେଖାଥିଲା । ଏବେ ୱେବସାଇଟ୍ ଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।