spot_img
Home Blog Page 5610

ଆଉ ନାହାଁନ୍ତି ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ, କୋଭିଡରେ ପରଲୋକ

ପୁରୀ: ସଭିଙ୍କ ପରିଚିତ ଏବଂ ଓଡିଶାର ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ ଆଉ ନାହାଁନ୍ତି  । କୋଭିଡର କାଳ ଛାୟାରୁ ସେ ମଧ୍ୟ ବର୍ତ୍ତି ପାରିଲେ ନାହିଁ  ।  ଆଧ୍ୟାତ୍ମିକତା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଗାଧ୍ୟ ଜ୍ଞାନ ରଖିଥିବା   ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ ଘଟିଛି ।

କରୋନାରେ ଆକ୍ରାନ୍ତ ହୋଇ ସେ ପୂର୍ବରୁ ଚିକିତ୍ସିତ ହେଉଥିଲେ । ପୁରୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା  । କିନ୍ତୁ ବିଳମ୍ବିତ ରାତିରେ ଚାରଣ ରାମଦାସ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି  ।  ଜଗନ୍ନାଥ ସଂସ୍କୃତିର ଜଣେ ବିଶାରଦ ଭାବେ ଜଣାଶୁଣା ଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ପ୍ରବଚନ ଦେଇ ଘରେ ଘରେ ପ୍ରସିଦ୍ଧ ଥିଲେ ଚାରଣ ରାମଦାସ ।

ପିଟିଦେଲା ପିକଅପ୍: ବିବାହରେ ଯୋଗଦେବାକୁ ଯାଇଥିଲେ, ଆଉ ଫେରିଲେନି…

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ମଟର ସାଇକେଲରେକୁ ଧକ୍କା ଦେଲା ପିକଅପ୍ ଭ୍ୟାନ । ଘଟଣା ସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ । ମା-ଝିଅ ଗୁରୁତର ଅବସ୍ଥାରେ ବ୍ରହ୍ମପୁର mkcg ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ବାବୁଲା ସାହୁ ଓ ତାଙ୍କ 8 ବର୍ଷର ପୁଅ ଘଟଣା ସ୍ଥଳରେ ମୃତ୍ୟୁ ବାରଣ କରିଥିବା ଜଣାପଡିଛି ।

ସୂଚନା ମୁତାବକ ମୃତ ବାବୁଲା ସାହୁ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ । ଫେରିବା ବେଳ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ସେପଟେ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ପିକଅପ ଗାଡ଼ି ଡ୍ରାଇଭରକୁ ଘଟଣା ସ୍ଥଳରୁ ଉଦ୍ଧାର କରିବା ଯୋଗୁଁ ଉତ୍ୟକ୍ତ ଲୋକେ ପୋଲିସ ଗାଡ଼ିକୁ ଅଟକାଇ ଥିଲେ ।

ଫଳରେ ବେଶ୍ କିଛି ସମୟ ପୋଲିସ ଓ ଲୋକଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇ ଥିଲା। ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ଘଟିବା ପରେ ଏଯାଏଁ ବାପା ପୁଅଙ୍କ ମୃତ ଦେହ ଦୁର୍ଘଟଣା ସ୍ଥଳରେ ପଡ଼ିରହିଛି । ମୃତକ ପରିବାରକୁ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି ବାତ୍ୟା ‘ୟାସ୍’

ଭୁବନେଶ୍ୱର: ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି ବାତ୍ୟା ୟାସ୍ । ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ୟଶ । ଆଜି ରାତିରେ ସିଭିୟର ସାଇକ୍ଲୋନର ରୂପ ନେବା ସହ କାଲି ଭେରି ସିଭିୟର ଷ୍ଟର୍ମରେ ପରିଣତ ହେବ ବାତ୍ୟା ୟାସ । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତାଜା ସୂଚନା ଅନୁସାରେ ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ।

26 ତାରିଖ 11ଟାରୁ 2ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ୟଶ୍ । ପ୍ରଭାବରେ ପବନର ବେଗ ବଢିବା ସହ ୧୫୫ରୁ ୧୬୫ ମଧ୍ୟରେ ରହିବ । ପବନର ବେଗ ବଢି ୧୮୫ ଛୁଇଁବ ବୋଲି ଆଶଙ୍କା ରହିଛି । ବାତ୍ୟା ପ୍ରଭାବରେ 4 ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଅଧିକ ପ୍ରଭାବିତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଟେଲିଫୋନ, ଇଲେକ୍ଟ୍ରି ଖୁଣ୍ଟି ଭାଙ୍ଗିବାର ସମ୍ଭାବନା ରହିଛି ।

ପଶ୍ଚିମବଙ୍ଗ ମେଦିନପୁରରେ ଉଚ୍ଚ ଜୁଆାର ଆସିବାର ସମ୍ଭାବନା ରହିଛି । ଉପକୂଳ ନିକଟସ୍ଥ ଖାଲୁଆ ଅଞ୍ଚଳକୁ ସତର୍କ ରହିବାକୁ କହିଲେ ଆଇଏମଡି ଡିଜି । ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ବହୁତ କ୍ଷତି ହେବ । ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା, ପୁରୀରେ ଭାରି ବର୍ଷା ହେବା ସହ ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ଭୟଙ୍କର ପବନ ସହ ବର୍ଷା ହୋଇପାରେ । ଭୁବନେଶ୍ବରଠାରୁ କଟକରେ ଅଧିକ ବର୍ଷା ହେବ ।

ବାତ୍ୟା ପରେ ଜେନେରଟର ନଲଗାଇବାକୁ ପରାମର୍ଶ

ଭୁବନେଶ୍ୱର: ୨୬ ତାରିଖରେ ସ୍ଥଳ ଭାଗ ଛୁଇଁବ । ତେବେ ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଏସଆରସି। ବାତ୍ୟା ପରେ କରେଣ୍ଟ କଟିଯାଇଥାଏ । ଗଛପତ୍ର ପଡି ସବୁକିଛି ବିପର୍ଯ୍ୟସ୍ଥ ହୋଇଥାଏ । କିନ୍ତୁ ବାତ୍ୟା ସରିବା ପରେ ଅର୍ଥାତ ପବନ, ବର୍ଷା କମିବା ପରେ ଅଧିକାଂଶ ଲୋକେ ଜେନେରେଟର ଲଗାଇଥାନ୍ତି। ଯଦ୍ୱାରା ବ୍ୟାକ୍ କରେଣ୍ଟ ଯାଏ, ଏବଂ ବିଦ୍ୟୁତ୍‌ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଜେନେରେଟର ନଲଗାଇବାକୁ ପରାମର୍ଶ ଦେଅଛନ୍ତି ଏସଆରସି ପ୍ରଦୀପ ଜେନା।

ସେପଟେ ଶକ୍ତି ବିଭାଗ ପକ୍ଷରୁ 12 ହଜାର କର୍ମଚାରୀ ମୁତୟନ ଅଛନ୍ତି। ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ବାତ୍ୟାଞ୍ଚଳରେ ମୋଟ 52 ଏନଡିଆରଏଫ ଟିମ, 50ରୁ 60 ଓଡ୍ରାଫ ଓ 200ଟି ଫାୟାର ଟିମ ମୁତୟନ ପାଇଁ ଯୋଜନା କରାଯାଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । 35ଟି ଟ୍ରି କଟର ଟିମ ପ୍ରସ୍ତୁତ ଅଛନ୍ତି ।

ପୂର୍ତ୍ତ ବିଭାଗ ପକ୍ଷରୁ 165ଟି ସ୍ପେଶାଲାଇଜିଡ୍‌ ଇଂଜିନିୟରିଂ ଟିମ ଗଠନ କରାଯାଇଛି । ଏମାନେ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ 330ଟି ଟିମ ଓ ଜଳସମ୍ପଦ ବିଭାଗ ପକ୍ଷରୁ 100 ଟିମ ଗଠନ କରାଯାଇଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ବାତ୍ୟା ‘ୟାସ’ ସମୀକ୍ଷା କଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ୟାସ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହିତ ସେ ବୈଠକ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଜିରୋ କାଜୁଆଲଟି ପାଇଁ ଜିଲ୍ଲାରେ କିଭଳି ପ୍ରସ୍ତୁତ ରହିଛି, ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଣବ ପ୍ରକାଶ ଦାସ । ପ୍ରଥମେ କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ଯାଇ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ବିଜୁ ଜନତା ଦଳର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରି ୨୪ ଘଣ୍ଟା ସଜାଗ ରହି ଲୋକଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ ।

ସେହିପରି ଜିଲ୍ଲାରେ ବାତ୍ୟା ୟାସ ର ସୁପରିଚାଳନା ପାଇଁ ବରିଷ୍ଠ ଆଇ ଏ ଏସ ଅଧିକାରୀ ସୁରେଶ କୁମାର ବଶିଷ୍ଠ ବାରିପଦା ଠାରେ ପହଞ୍ଚିଵା ପରେ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ଏସ ପି ସ୍ମିତ ପି ପରମାର ଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ପରେ ପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସଚୀବ ସୁରେଶ କୁମାର ବଶିଷ୍ଠ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଵୁଲି ଦେଖିବା ସହିତ ବାରିପଦା ଠାରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଥିଲେ।

ସୁଶୀଲ ନାଁରେ ସୁପାରୀ ଦେଇଛି ମାଫିଆ

ନନ୍ଦିଘୋଷ ବ୍ୟୁରୋ: ଖୋଲୁଛି କୁସ୍ତି ଯୋଦ୍ଧାଙ୍କ କଳଙ୍କିତ କାହାଣୀର ପୃଷ୍ଠା । ୨୩ ବର୍ଷିୟ ସାଗର ରାଣାଙ୍କର ମୃତ୍ୟୁ ମାମଲାରେ ଗିରଫ ହୋଇ ଏବେ ରିମାଣ୍ଡରେ ଅଲିମ୍ପିଆନ୍ ସୁଶୀଲ କୁମାର । ଦୁଇ ଥର ଅଲିମ୍ପିକ୍ସ ପଦକ ଜିତି ପ୍ରଶଂସା ସାଉଟିଥିବା ସୁଶୀଲଙ୍କ ପଛରେ ଯେ କଳା ଦୁନିଆର ଲିଙ୍କ ରହିଛି ବୋଧ ହୁଏ ଏକଥା କେହି ଭାବି ନଥିବେ । ଗିରଫ ପରେ ସାମ୍ନାକୁ ଆସୁଛି ସୁଶୀଲଙ୍କ ଅସଲ ରୂପ । କେବଳ କୁସ୍ତି ନୁହେଁ ଅପରାଧ ଜଗତରେ ବେଶ୍ ସକ୍ରିୟ ଥିଲେ ସୁଶୀଲ୍ । ସାଗର ହତ୍ୟାକାଣ୍ଡ ପଛରେ ଲୁଚିଛି କୁସ୍ତି ଯୋଦ୍ଧା ଓ ଅପରାଧୀଙ୍କ ପରଦା ପଛର ସମ୍ପର୍କର କାହାଣୀ । ମୋଷ୍ଟ ଓ୍ବାଣ୍ଟେଡଙ୍କ ଲିଙ୍କରେ ଥିଲେ ସୁଶୀଲ୍ । ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲା ଏହି ଅଲମ୍ପିଆନ୍ ଅପରାଧ ଦୁନିଆରେ ମଧ୍ୟ ପାଦ ଥାପିଥିଲେ । ଛତ୍ରସାଲ୍ ଷ୍ଟଡିୟମ ଖୋଲିପାରେ ସୁଶୀଲଙ୍କ ଅସଲ ରୂପ । ହତ୍ୟାକାଣ୍ଡର ଖୁଲାସା ଭିତରେ ସାମ୍ନାକୁ ଆସିଛି ନୂଆ ନାଁ ସୋନୁ ମହଲ । ସୋନୁ ଘଟଣା ଦିନ ସାଗରଙ୍କ ସହିତ ଥିଲେ । ସେ ମଧ୍ୟ ସୁଶୀଲଙ୍କ ଆକ୍ରମଣରେ ଆହତ ହୋଇଥିଲେ। ତେବେ ସୋନୁ କାହିଁକି ଗୁରୁତ୍ବପୂର୍ଣ୍ଣ । ଏଠି କାହିଁକି ଉଠିଲା ସୋନୁଙ୍କ ନାଁ । ସୋନୁ ହେଉଛନ୍ତି ଦିଲ୍ଲୀ ଏବଂ ହରିୟାଣାର ମୋଷ୍ଟୱାଣ୍ଟେଡ ସନ୍ଦୀପ କାଲାଙ୍କ ଭଣଜା । ତା ନାମରେ ରହିଛି 19ଟି ଅପରାଧିକ ମାମଲା । ଅଭିଯୋଗ ହୋଇଛି ଯେ ସୁଶୀଲ କୁମାର ଓ ତାଙ୍କର ସହଯୋଗୀ ଛତ୍ରସାଲ ଷ୍ଟାଡିୟମରେ ସାଗର, ମୋଷ୍ଟ ଓ୍ବାଣ୍ଟେଡ୍ ସୋନୁ ଏବଂ ଅମିତଙ୍କୁ ଆକ୍ରମଣ କରିଥିଲେ।

ପ୍ରାଥମିକ ତଦନ୍ଦରୁ ଯେଉଁ ସତ୍ୟ ସାମ୍ନାକୁ ଆସୁଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଅଲମ୍ପିକ୍ସ ମେଡାଲ ଜିତିଥିବା ସୁଶୀଲ ସରକାରୀ ଚାକିରି କରିଥିଲେ । ଢେର ଆୟ କରୁଥିଲେ । ତଥାପି ଟଙ୍କା ଲୋଭ ତାଙ୍କୁ ଦିଲ୍ଲୀର କୁଖ୍ୟାତ ମାଫିଆ ସହିତ ମେଣ୍ଟ କରିବାକୁ ବାଧ୍ୟ କରିଥିଲା । ମିଳୁଥିବା ସୂଚନା ଅନୁସାରେ ସୁଶୀଲ ସୋନୁର ଦାଦା ସନ୍ଦୀପ କାଲା ଓରଫ କାଲା ଜଠଡି ସହିତ ମେଣ୍ଟ କରିଥିଲେ । ଜବରଦସ୍ତ ଜମି କବଜା କରିବା,ଦିଲ୍ଲୀରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଥିବା ସବୁ ଟୋଲ ପ୍ଲାଜାକୁ ନିଜ ନିୟନ୍ତ୍ରଣକୁ ନେବା ଥିଲା ଉଭୟଙ୍କ ଲକ୍ଷ୍ୟ । ଯେଉଁ ଫ୍ଲାଟକୁ ନେଇ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ସେହି ଫ୍ଲାଟ୍ ମଧ୍ୟ ସନ୍ଦିପ ଟଙ୍କାରେ କିଣା ଯାଇଥିଲା । ସନ୍ଦିପ ଓ ସୁଶୀଲଙ୍କ ମଧ୍ୟରେ ସବୁକିଛି ଠିକ ଚାଲୁଥିଲା । କିନ୍ତୁ ଏହା ଭିତରେ ସୁଶୀଲ ଅଧିକ ଟଙ୍କା ଲୋଭରେ ସନ୍ଦିପର ପ୍ରତିଦ୍ୱନ୍ଦ୍ୱୀ ନିରଜ ବାୱାନିଆ ସହ ସମ୍ପର୍କ ସ୍ଥାପନ କରିଥିଲେ ।

ସନ୍ଦିପ ଏହା ଜାଣିବା ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ସନ୍ଦିପକୁ ସନ୍ଦେଶ ଦେବା ପାଇଁ ସୁଶୀଲ ସୋନୁ ଓ ସାଗରର ଅପହରଣ କରିଥିବା କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ, ମାରପିଟର ଭିଡିଓ ସୁଶୀଲ ନିଜେ ସୁଟ୍ କରିଥିଲେ ।ସନ୍ଦିପକୁ ଭିଡିଓ ଦେଖାଇ ଚ୍ୟାଲେଂଜ୍ କରିବା ଥିଲା ଭିଡିଓ ସୁଟର ଲକ୍ଷ୍ୟ ।
ସୁଶୀଲ ଗଲା ୧୮ ଦିନ ହେଲା ଫେରାର ହେବା ପଛରେ ପୋଲିସର ଯେତିକି ଡର ନଥିଲା ସେତିକ ଡର ସନ୍ଦିପ ପଟୁଥିଲା । ସନ୍ଦିପ କାଳେ ପ୍ରତିଶୋଧ ନେବ ସେଥିପାଇଁ ସେ ଲୁଚି ବୁଲୁଥିଲେ । ଏମିତିକି ଗିରଫ ହେବା ପରେ ପୋଲିସକୁ ସୁଶୀଲଙ୍କ ଗୋଟିଏ ଅନୁରୋଧ ଥିଲା ଯେ ତାଙ୍କୁ ଜେଲରେ ସନ୍ଦିପ ଗ୍ୟାଙ୍ଗର ସଦସ୍ୟଙ୍କ ଠାରୁ ସୁରକ୍ଷା ଦିଆଯାଉ । କୁହାଯାଉଛି ଯେ, ଏହି ୧୮ ଦିନ ମଧ୍ୟରେ ସୁଶୀଲ ସନ୍ଦିପ ସହ ବୁଝାମଣା କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । ସନ୍ଦିପ,ସୁଶୀଲ ଓ ତାଙ୍କ ସାଥୀଙ୍କୁ ହତ୍ୟା କରିବା ପାଇଁ ନିଜ ଲୋକଙ୍କୁ ସୁପାରୀ ଦେଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି ।

ଏବେ ଆସନ୍ତୁ ଜାଣିବା ସନ୍ଦିପ ପରେ ଯେଉଁ ନୀରଜ ସହିତ ସୁଶୀଲ ସମ୍ପର୍କ ସ୍ଥାପନ କରିଥିଲେ ତା’ର ହିଷ୍ଟ୍ରୀ କ’ଣ । ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ନୀରଜ ବାୱାନିଆ । ଦିଲ୍ଲୀ ଅଣ୍ଡରୱାର୍ଲଡ ଉପରେ ଚାଲେ ନୀରଜର ଏକଛତ୍ର ଶାସନ । ନୀରଜକୁ ୨ବର୍ଷ ପୂର୍ବେ ଦିଲ୍ଲୀ ପୋଲିସ ପକ୍ଷରୁ ଗିରଫ କରାଯାଇଛି । କିନ୍ତୁ ଜେଲରୁ ନୀରଜ ତାଙ୍କ ଗ୍ୟାଙ୍ଗ ଚଳାଉଥିବା ଜଣାପଡିଛି । ନୀରଜ ବାୱାନିଆ ଏବଂ ତାଙ୍କ ଗ୍ୟାଙ୍ଗ ବର୍ତ୍ତମାନ ସୁଶୀଲଙ୍କ ସହିତ ରହିଥିବା ସୂଚନା ମିଳିଛି । ସାଗରଙ୍କୁ ଆକ୍ରମଣସ୍ଥଳରୁ ଯେଉଁ ସ୍କର୍ପିଓ ଗାଡି ମିଳିଥିଲା ତାହା ନୀରଜ ବାୱାନିଆଙ୍କ ସମ୍ପର୍କୀୟଙ୍କ ନାଁରେ ରହିଛି । ଏଥିରୁ ନୀରଜ ଏବଂ ସୁଶୀଲଙ୍କ ସମ୍ପର୍କ ଥିଲା ବୋଲି ପ୍ରମାଣ ମିଳୁଛି । ତେବେ ପୁରା ମାମଲା ଏବେ ଗୋଳେଇଘାଣ୍ଟି ହୋଇଯାଇଛି । ଏହାବି ସୂଚନା ମିଳୁଛି କି ଦିଲ୍ଲୀରେ ଜମି ଦଲାଲି ମାମଲାରେ କୁସ୍ତି ଯୋଦ୍ଧା ମାନେ ସଂପୃକ୍ତ ଅଛନ୍ତି । ବ୍ୟବସାୟୀମାନେ ସୁଧ ବେପାରରେ ମଧ୍ୟ ଏହି ପହିଲମାନଙ୍କୁ ବ୍ୟବହାର କରିଥାନ୍ତି । ପୋଲିସ କହିବା ଅନୁସାରେ ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ଅନେକ ବ୍ୟବସାୟୀ ଅଛନ୍ତି ଯେଉଁମାନେ ସୁଧ କାରବାର କରନ୍ତି ।

ଯେତେବେଳେ କେହି ଟଙ୍କା ଫେରସ୍ତ ନକରନ୍ତି, କୁସ୍ତିଯୋଦ୍ଧାଙ୍କ ସାହାଯ୍ୟରେ ଆକ୍ରମଣ ହୁଏ । ସୁଶୀଲଙ୍କର ଏହିଭଳି ଅନେକ ଅପରାଧୀଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଥିବା ଆଲୋଚନା ହେଉଛି । ହତ୍ୟାକାଣ୍ଡ ପଛରେ ଅପରାଧୀକ ପୃଷ୍ଠଭୂମି ରହିଥିବାର ଆଭାସ ମଧ୍ୟ ମିଳୁଛି । ଅନ୍ୟପକ୍ଷରେ ସାଗର ଏବଂ ସୋନୁ, ସୁଶୀଲଙ୍କ ଫ୍ଲାଟରେ ଭଡା ରହୁଥିଲେ। ଶୁସୀଲଙ୍କ କହିବା ପରେ ମଧ୍ୟ ଉଭୟ ଫ୍ଲାଟ ଖାଲି କରିବାକୁ ମନା କରିଦେଇଥିଲେ। ଏହା ପରେ ସୁଶୀଲ ଏବଂ ତାର ସହଯୋଗୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ପରେ ପଞ୍ଜାବ ଅଭିମୁଖେ ଯାତ୍ରା କରିଥିଲେ ସୁଶୀଲ୍ । ନିଜ ପାଖରେ ଫୋନ ମଧ୍ୟ ରଖୁନଥିଲେ । ପୁରା ଘଟଣା ଏବେ କୁସ୍ତି ଯୋଦ୍ଧାଙ୍କୁ ବିବାଦରେ ଠିଆ କରିଦେଉଛି । ଯଦି ସୁଶୀଲ ଏ ମାମଲାରେ ସଂପୃକ୍ତ ନଥିଲେ ତେବେ କାହିଁ ଫେରାର୍ ହୋଇଯାଇଥିଲେ । ତାଙ୍କର ଆଚରଣ ହିଁ ଅପରାଧର ପ୍ରମାଣ ଦେଇଥିଲା । ତେବେ କିଏ ଏସାଗର ? ସୁଶୀଲ ସହିତ ତାର ସମ୍ପର୍କ କଣ ? ସୁଶୀଲ ହେଉଛନ୍ତି ସାଗରଙ୍କର ଗୁରୁ ।

ସାଗର ନିଜେ ଜଣେ କୁସ୍ତି ଯୋଦ୍ଧା ଥିଲେ । ସେ ସୁଶୀଲଙ୍କଠାରୁ କୁସ୍ତି ଶିକ୍ଷା ଗ୍ରହଣ କରୁଥିଲେ । ସାଗର ସୁଶୀଙ୍କ ପତ୍ନୀ୍ଙ୍କ ଫ୍ଲାଟରେ ମଧ୍ୟ ରହୁଥିଲେ । ଅଭିଯୋଗ ହୋଇଛି ଯେ ଫ୍ଲାଟ ଭଡାକୁ ନେଇ ଉଭୟଙ୍କ ମଧ୍ୟରେ ଆକ୍ରମଣରୁ ଏହି ହତ୍ୟାକାଣ୍ଡ ଘଟିଛି । ନିଜର ସହଯୋଗୀଙ୍କ ସହିତ ସାଗରଙ୍କୁ 4 ମେ ରାତିରେ ମାଡ ମାରିଥିଲେ ଶୁସୀଲ୍ । ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣା ପଛରେ କିଛି ଲୁଚି ଯାଉଥିବା ସାଗରଙ୍କ ବାପା ଅଭିଯୋଗ କରିଛନ୍ତି । ସୁଶିଲଙ୍କ ଗ୍ୟାଙ୍ଗଷ୍ଟର ଲିଙ୍କର ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ତେବେ ଏହି ଆକ୍ରମଣ ପଛରେ ରହିଛି କି ଗ୍ୟାଙ୍ଗ ଓ୍ବାର ? ତଦନ୍ତ ପରେ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି

OPTCL ଘୋଷଣା, ବାତ୍ୟାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ଅନୁକମ୍ପା

ଭୁବନେଶ୍ୱର: ବାତ୍ୟା ୟାସ ଦୃଷ୍ଟିରେ ରଖି ଓପିଟିସିଏଲ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି । ୟାସ୍‌ ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ଓପିଟିସିଏଲ କର୍ମଚୀରୀ । ଏବଂ ଏହି ସମୟରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ବିଦ୍ୟୁତ କର୍ମଚାରୀଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ସେହିପରି ଯଦି ବାତ୍ୟା ମୁକାବିଲା ସମୟରେ କୌଣସି କର୍ମଚାରୀ ଆହତ ହୁଅନ୍ତି । ହେଲେ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ଓପିଟିସିଏଲ ବହନ କରିବ । ଏଥିସହ ସରକାରୀ ନିୟମ ଅନୁସାରେ ଅନ୍ୟ ଯୋଜନାରେ ମଧ୍ୟ ଲାଭବାନ ହେବେ ବୋଲି ଓପିଟିସିଏଲ୍‌ ଘୋଷଣା କରିଛି ।

ଛତିଶଗଡ଼ ହାଇକୋର୍ଟ ବିଚାରପତି ହେବେ ପ୍ରଶାନ୍ତ କୁମାର ମିଶ୍ର

ରାୟପୁର: ଛତିଶଗଡ଼ ହାଇକୋର୍ଟର ପରବର୍ତ୍ତୀ ବିଚାରପତି ହେବେ ଓଡିଆ ପୁଅ ପ୍ରଶାନ୍ତ କୁମାର ମିଶ୍ର । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଛତିଶଗଡ଼ ବିଚାରପତି ପଦବୀ ସମ୍ଭାଳିବାକୁ ଯାଉଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଜଷ୍ଟିସ ପ୍ରାଶାନ୍ତ ମିଶ୍ରଙ୍କ ନାମରେ ଏହି ମୋହର ଲଗାଇଛନ୍ତି । ସମ୍ବିଧାନର ଅନୁଛେଦ ୨୨୩ ଅନୁଯାୟୀ ବରିଷ୍ଠ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି ।

ଜୁନ ମାସରୁ ବିଚାରପତି ପଦବୀରେ ସମ୍ଭାଲିବା ନେଇ ସୂଚନା ଜାରି କରାଯାଇଛି । ମେ ମାସ ୨୪ ତାରିଖରେ ଜାରି କରାଯାଇଥିବା ନୋଟିସରେ ସୂଚନା ଦିଆଯାଇଥିଲା କି ମେ ୩୧ ତାରିଖରେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ପିଆର ରାମଚନ୍ଦ୍ରନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି  ।

‘ୟାସ’ ପ୍ରସ୍ତୁତି: ଅଗ୍ନିଶମ ଡିଜିଙ୍କ ଜରୁରୀ ବୈଠକ

କଟକ: ଓଡିଶା ଉପକୂଳ ଆଡକୁ ମୁହାଁଉଥିବା ବାତ୍ୟା ‘ୟାସ’ କୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ବିଭାଗ ତରଫରୁ ପୁଣି ଥରେ ପ୍ରସ୍ତୁତି ବୈଠକ ହୋଇଛି । ଏହି ଅବସରରେ ଆଜି ଅଗ୍ନିଶମ ଡିଜି ଏମ. ଅକ୍ଷୟ ଭିଡିଓ କନଫରେନ୍ସ ଜରିଆରେ ପ୍ରସ୍ତୁତି ବୈଠକ କରିଛନ୍ତି । କିଭଳି ସମସ୍ତ ଅଞ୍ଚଳରେ ଅଗ୍ନିଶମ ବାହିନୀ ସଜାଗ ରହିଛି ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ବାତ୍ୟା ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲା ଗୁଡିକରେ ୧୯୦ ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି । ପ୍ରତ୍ୟେକ ଦଳରେ ପାୱାର ସ, କମ୍ବି ଟୁଲସ, ଟାୱାର ଲାଇଟ ଏବଂ ଅନନ୍ୟ ଉପକରଣ ଥିବାବେଳେ ପ୍ରତ୍ୟୋକ ଜିଲ୍ଲାରେ ଗୋଟିଏ ଗୋଟିଏ ପ୍ଲଜମା କଟର ମଧ୍ୟ ମହଜୁଦ ରହିଛି । ଏହି ଟିଣ ଗୁଡିକ ବାତ୍ୟା ସମୟରେ ଉପୁଡି ପଡିଥିବା ଗଛ ଗୁଡିକୁ ତକାଟିବା ସହ ରାସ୍ତା ସଫା କରିବାରେ ସହାୟକ ହେବେ ।

ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଗୁଡିକ ଚିହ୍ନଟ କରାଯାଇ ସେଇ ସ୍ଥାନ ମାନଙ୍କରରେ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଅଗ୍ନିଶମ ଟିମ ଗୁଡିକୁ ମୁତୟନ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଛି । ଏହା ବ୍ୟତୀୟ ଭିନ୍ନ ଭିନ୍ନ କର୍ମଚାରୀଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଶଂ ସହ ପ୍ରସ୍ତୁତ କରିବା, କୋଭିଡ ନିର୍ଦେଶାବଳୀ ମାନିବାକୁ ପରାମର୍ଶ ଦେଇଛନ୍ତି ଅଗ୍ନିଶମ ଡିଜିପି ।

ରାଜ୍ୟରେ ବାତ୍ୟା ମୁକାବିଲା କରିବାରେ ଅଗ୍ନିଶମ ବାହିନୀର ସଫଳତା ପୂର୍ବରୁ ରହି ଆସିଛି । ଅନେକ ବାତ୍ୟାରେ ସଫଳତାର ସହ ମୁକାବିଲା କରିଛି ଅଗ୍ନିଶମ ବାହିନୀ । ବିପର୍ଯୟ ମୁକାବିଲା କରିବାରେ ଥିବା ଅଭିଜ୍ଞତାକୁ ପୂର୍ଣ୍ଣ ଉପଯୋଗ କରାଯିବ । ଏହା ବ୍ୟତୀତ ଅତ୍ୟାଧୁନିକ ଯନ୍ତ୍ରପାତିକୁ ବ୍ୟବହାର କରି ଯେତେ ଶୀଘ୍ର ରାସ୍ତା ସଫା କରାଯାଇ ପାରିବ ସେନେଇ ନିର୍ଦ୍ଦେଶ ଦିଆଯାଇଛି ।

ଆଇଏଏସ ଅଧିକାରୀଙ୍କ ପରେ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଓ ଆଇପିଏସ ଅଫିସରଙ୍କ ପରେ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ବାତ୍ୟା ୟାସ ମୁକାବିଲା ପାଇଁ ରାଜ୍ୟ ସରକାର ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି  । ବାଲେଶ୍ବର ଜିଲ୍ଲା ଦାୟିତ୍ବ ମୁଖ୍ୟ ଯନ୍ତ୍ରୀ ଅନୀଲକାନ୍ତ ତ୍ରିପାଠୀଙ୍କୁ ଦିଆଯାଇଛି । ସେହିପରି ହାଉସିଂ ବୋର୍ଡର ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ସାମଲଙ୍କୁ ଭଦ୍ରକ, ଇପ୍ରୋକ୍ୟୁରମେଣ୍ଟର ମୁଖ୍ୟଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି  ।

ସେହିପରି ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ମୁଖ୍ୟଯନ୍ତ୍ରୀ ଜୀବନାନନ୍ଦ ନାୟକଙ୍କୁ କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜାତୀୟ ରାଜପଥ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ବିଭୂଦେନ୍ଦ୍ର ମେହେରଙ୍କୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ବାତ୍ୟାର ପ୍ରାକ୍ ପ୍ରସଦ୍ତୁତି ଓ ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବେ । ଆଜି ଅପରାହ୍ନ ସୁଦ୍ଧା ନିର୍ଦ୍ଦାରିତ ଜିଲ୍ଲାରେ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ ।