spot_img
Home Blog Page 5616

ସୁପରମୁନ୍ କ’ଣ: ଜାଣନ୍ତୁ ମେ’ ୨୬ କାହିଁକି ଦେଖାଯିବ ଚଳିତ ବର୍ଷର ଶେଷ ସୁପରମୁନ୍

ଭୁବନେଶ୍ୱର: ମେ’ ୨୬ ତାରିଖରେ ଚଳିତ ବର୍ଷର ଶେଷ ସୁପରମୁନ୍ ଦେଖାଯିବ । ସୁପରମୁନ୍ ଶଦ୍ଧଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ ‘ସୁପରମୁନ୍’ ଶଦ୍ଦ ଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି । ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିଲାବେଳେ ଏହା ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ ।

The Science: The Earth and Moon

ଏବଂ ସବୁଠାରୁ ଦୂରରେ ରହିଥିବା ବେଳେ ଏହା ଆମଠାରୁ ୪.୦୬ ଲକ୍ଷ କିଲୋମିଟର ଦୂରରେ ଥାଏ । ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦% ବା ତା’ଠାରୁ କମ୍ ଦୂରତାରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ । ତେବେ ତାହାକୁ ଆମେ ସୁପରମୁନ୍ କହିଥାଏ । ଅର୍ଥାତ ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତା’ହେଲେ ସେହି ଚନ୍ଦ୍ରକୁ ‘ସୁପରମୁନ୍’ କୁହାଯାଏ ।  କାରଣ ସେ ସମୟରେ ତାହା ଆମକୁ ବଡ଼ ଓ ଉଜ୍ଜଳ ଦେଖାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ଘଟିଥାଏ  ।

Why all the super buzz about the supermoon?

୨୦୨୧ ମସିହାରେ ପ୍ରଥମ ସୁପରମୁନ୍ ଗତ ଏପ୍ରିଲ ମାସ ୨୬ ତାରିଖରେ ଦେଖାଯାଇଥିଲା ଓ ଏ ବର୍ଷର ଶେଷ ସୁପରମୁନ୍ ମେ ୨୬ ତାରିଖରେ ଦେଖାଯିବ । ଏପ୍ରିଲ ମାସ ୨୬ ତାରିଖ ପୂର୍ଣ୍ଣିମୀର ଚନ୍ଦ୍ର ଆମଠାରୁ ୩ ଲକ୍ଷ ୫୭ ହଜାର ୬୧୫ କିମି ଦୂରରେ ଥିଲା ଏବେ ମେ ୨୬  ତରିଖରେ ପୂର୍ଣ୍ଣିମୀରେ ଚନ୍ଦ୍ର ପ୍ରାୟ ୧୫୦ କିଲୋମିଟର ନିକଟ ଅର୍ଥାତ ଆମଠାରୁ ୩ ଲକ୍ଷ ୫୭ ହଜାର ୪୬୨ କିମି ଦୂରରେ ଦେଖାଯିବ । ସେଦିନ ଚନ୍ଦ୍ରଟି ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ସହ ୧୫ ପ୍ରତିଶତ ଉଜ୍ଜଳ ଦେଖାଯିବ । ତେବେ ସଂଯୋଗ ବଶତଃ ମେ ୨୬ ତାରିଖରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେ ଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ଣ ୩.୧୪ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୬.୨୨ ସମୟରେ ଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ । ଚନ୍ଦ୍ରଟି ଛାୟା ମଧ୍ୟରେ ଥିବା ସମୟରେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖିହୁଏ  । କିନ୍ତୁ ସେ ସମୟରେ ଭାରତ ତଥା ଓଡ଼ିଶାରେ ଦିନ ହୋଇଥିବା ଓ ଚନ୍ଦ୍ର ଦିଗବଳୟ ତଳେ ଥିବାରୁ ଏଠାରେ ଗ୍ରହଣ ଦେଖିହେବ ନାହିଁ । ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରୁଥିବା ବେଳେ  ଚନ୍ଦ୍ର ପୃଥିବୀ ଚାରିପଟେ ଏକ  ନିର୍ଦ୍ଧିଷ୍ଟ କକ୍ଷ ପଥରେ ଘୁରୁଛି । ଯେତେବେଳେ ଏହି ତିନୋଟି ପିଣ୍ଡ ଏକ ସରଳ ରେଖାରେ ରୁହନ୍ତି ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ ସେତେବେଳେ ଚନ୍ଦ୍ର ଗ୍ରହଣ ହୋଇଥାଏ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ରକ୍ତ ବର୍ଣ୍ଣ ବା ଲାଲ୍ ରଙ୍ଗ ଧାରଣ କରେ । ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବାର ପ୍ରକୃଷ୍ଠ ସମୟ ହେଉଛି ୪.୪୧ ମିନିଟରୁ ୪.୫୫ ମିନିଟ  ।

ବର୍ଷାଙ୍କ ବଦାନ୍ୟତା : ପୁଣି ଗରିବ ଲୋକଙ୍କୁ ବାଣ୍ଟିଲେ ଖାଦ୍ୟ ସାମଗ୍ରୀ

ମହାମାରୀ ସମୟରେ ସାମାଜିକ ଅନୁଷ୍ଠାନ ‘ସମ୍ମାନିତା’ର ସହାୟତା  । ଗରିବ ଲୋକଙ୍କ ନିକଟରେ ପହଞ୍ଚାଇଲା ନିତ୍ୟାବଶ୍ୟକୀୟ ସାମଗ୍ରୀ  । ଆଜି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ନାହାଳପୁର କେଳା ସାହିରେ ସମ୍ମାନିତାର ମୁଖ୍ୟ ବର୍ଷା ପ୍ରିୟଦର୍ଶିନୀ ପହଞ୍ଚିଥିଲେ  । ସେହି ଅଞ୍ଚଳର ପ୍ରତ୍ୟେକ ପରିବାରକୁ ଚୁଡା, ଚାଉଳ, ଗୁଡ଼ ଡାଲି ପରି ବିଭିନ୍ନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହା ସହ ଏପରି ଏକ ସମୟରେ ସମସ୍ତ ଲେକଙ୍କୁ ମାନବିକତା ଦେଖାଇବାକୁ ଅନୁରୋଧ କରିଛନ୍ତି ।

ପୂର୍ବରୁ ମଧ୍ୟ କରୋନା କାଳରେ ବିଭିନ୍ନ ଅସହାୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିଆସୁଛନ୍ତି ବର୍ଷା । ଭୁବନେଶ୍ୱରର ସୁନ୍ଦରପଦା ଅଭିରାମବସ୍ତି ବାସିନ୍ଦା ସମ୍ମୁଖୀନ ହେଉଥିବା ଅସୁବିଧା ବୁଝିବା ପାଇଁ ବସ୍ତିବାସିନ୍ଦା ନିକଟକୁ ବର୍ଷା ଯିବା ସହ ସେମାନଙ୍କୁ ଚାଉଳ, ଡାଲି, ଅଟା, ଆଳୁଭଳି ଜରୁରୀ ସାମଗ୍ରୀ ବଣ୍ଟନ କରିଥିଲେ । ସେଠାରେ ରହୁଥିବା ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପରିବାରରୁ ସେ ଏହି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ଭବିଷ୍ୟତରେ ମଧ୍ୟ ତାଙ୍କୁ ସହାୟତା କରିବା ପାଇଁ ଆଶ୍ୱାସନା ଦେଇଥିଲେ।

ଏଥିସହିତ ପଢ଼ନ୍ତୁ: ବସ୍ତି ବାସିନ୍ଦାଙ୍କ ଦୁୁଃଖ ବୁଝିଲେ ବର୍ଷା: ୩୦ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଦେଲେ ଖାଦ୍ୟ ପ୍ୟାକେଟ୍

https://twitter.com/VarshaPriyadar3/status/1396083791311953920

ପୁରୀରେ ମାଛ ମଡ଼କ: ସମୁଦ୍ରକୂଳରେ ପଡ଼ିଛି କୁଢ଼ କୁଢ଼ ମଲା ମାଛ

ପୁରୀ: ସମୁଦ୍ରକୂଳରେ କୁଢ଼ କୁଢ଼ ମାଛ ମଡ଼କ ଦେଖିବାକୁ ମିଳିଛି | ଏହାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି | ତେବେ ଏହି ମାଛ ଗୁଡ଼ିକ ଡିସ୍କୋ କୋକଲି ପ୍ରଜାତିର ହୋଇଥିବା ବେଳେ ଏହାର ମୃତ୍ୟୁର ପ୍ରକୃତ କାରଣକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି |  ବାତ୍ୟା ପୂର୍ବରୁ ଏହାର ପ୍ରଭାବରେ ମାଛ ମଡ଼କ ହୋଇଥିବା କହୁଥିବା ବେଳେ କେହି କେହି ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ଦେଖାଯାଇଥିବା ମତ ରଖିଛନ୍ତି | ଅନ୍ୟପକ୍ଷରେ ଏହି ଡିସ୍କୋ କୋକଲି ପ୍ରଜାତି ମାଛ ବର୍ତ୍ତମାନ ଲକ୍‌ଡାଉନ୍ ସମୟରେ ରପ୍ତାନୀ ହୋଇପାରୁନଥିବା ହେତୁ ମସ୍ୟଜୀବୀମାନେ ଏହାକୁ ଫୋପାଡ଼ି ଦେଉଥିବା ଅନୁମାନ କରାଯାଉଛି | ତେବେ ମାଛ ମଡ଼କର ପ୍ରକୃତ କାରଣ ଏବେବି ଅସ୍ପଷ୍ଠ ଥିବା ବେଳେ ପୁରୀ ଉପକୂଳରେ  ଏଭଳି ମଲା ମାଛ ଦେଖାଯିବାକୁ ନେଇ ଅନୁସନ୍ଧାନ ଆବଶ୍ୟକତା ରହିଛି |

ଏଥିସହିତ ପଢ଼ନ୍ତୁ: ୩୦ ବର୍ଷ ପରେ ସାତକୋଶିଆ ପ୍ରାକୃତିକ ଆବାସ ସ୍ଥଳୀରେ ଜନ୍ମ ନେଇଛନ୍ତି ବିରଳ ଘଡ଼ିଆଳ  କୁମ୍ଭୀର

 

୩୦ ବର୍ଷ ପରେ ସାତକୋଶିଆ ପ୍ରାକୃତିକ ଆବାସ ସ୍ଥଳୀରେ ଜନ୍ମ ନେଇଛନ୍ତି ବିରଳ ଘଡ଼ିଆଳ କୁମ୍ଭୀର

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଆସିଲା ଖୁସି ଖବର । ଦୀର୍ଘ ୩୦ ବର୍ଷ ପରେ ପୁଣି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ। ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ଜନ୍ମ ନେଇଛନ୍ତି ବିରଳ ଘଡ଼ିଆଳ କୁମ୍ଭୀର । ଦୀର୍ଘଦିନ ହେବ ବନ୍ଦ ହୋଇ ପଡ଼ିଥିବା ପ୍ରାକୃତିକ ପ୍ରଜନନ କେନ୍ଦ୍ର ଏବେ ପୁଣି ଥରେ ଉଜ୍ଜୀବିତ ହୋଇ ଉଠିଛି । ସୂଚନାଯୋଗ୍ୟ ଯେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଟିକରପଡ଼ା ବନ୍ୟପ୍ରାଣୀ ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଶନିବାର ଏକ ମାଆ ଘଡ଼ିଆଳ ସହ କିଛି ନବଜାତକ ଘଡ଼ିଆଳ ଶାବକଙ୍କୁ ଠାବ କରିଛି ବନବିଭାଗ । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବଳଦମରା ନିକଟରେ ମହାନଦୀ କୂଳରେ ଏକ ମାଈ ଘଡ଼ିଆଳ ସହ ପ୍ରାୟ ୨୮ ଟି ଘଡ଼ିଆଳ ଛୁଆଙ୍କୁ ଦେଖିବାକୁ ମିଳିଥିଲା । ଏହା ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଜନନ ହୋଇ ସୃଷ୍ଟି ହୋଇଥିବା ଅନୁଗୁଳ ବନମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପରାଜ କରାଟେ ସୂଚନା ଦେଇଛନ୍ତି । ସେ କହିବା କଥା ଯେ ଏହା ସାତକୋଶିଆ ପାଇଁ ଏକ ଶୁଭ ସଂକେତ ।  ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳଙ୍କ ପ୍ରଜନନ ହୋଇ ପାରୁଥିଲା । ହେଲେ ପରିବେଶ ଅସନ୍ତୁଳନ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖା ଯାଇଥିଲା । ହେଲେ ପୁଣି ଥରେ ସାତକୋଶିଆକୁ ତାର ପୂର୍ବ ପରିଚୟ ଫେରି ଆସିଛି । ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସସ୍ଥଳୀରେ ଏତେ ସଂଖ୍ୟକ ଛୁଆ ଏକା ସାଙ୍ଗରେ ଜନ୍ମ ନେବା କିଛି କମ କଥା ନୁହଁ । ଏମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ଏବେ ସ୍ୱତନ୍ତ୍ର ଦେଖା ଶୁଣା କରାଯିବ ବୋଲି ଶ୍ରୀ କରାଟେ ସୂଚନା ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ସ୍ଥାନାନ୍ତର କାର୍ଯ୍ୟକୁ ବ୍ୟକ୍ତିଗତଭାବେ ତଦାରଖ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ସ୍ଥାନାନ୍ତର କାର୍ଯ୍ୟକୁ ବ୍ୟକ୍ତିଗତଭାବେ ତଦାରଖ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାର ସମ୍ପୂର୍ଣ୍ଣ  ପ୍ରସ୍ତୁତ  । ଆତଙ୍କିତ ନ ହେବାକୁ ପରାମର୍ଶ । ସବୁ ଜୀବନ ମୂଲ୍ୟବାନ  । ତେଣୁ ଲୋକଙ୍କୁ  ନିରାପଦ ସ୍ଥାନକୁ ସ୍ଥାନାନ୍ତର ଉପରେ ଗୁରୁତ୍ବ  । ଆଜି ସମ୍ଭାବ୍ୟ ବାତ୍ୟା ‘ୟଶ’ ସମୀକ୍ଷା ବୈଠକରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏହାସହ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ସମୟରେ ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ ଅକ୍ସିଜେନ୍ ଯୋଗାଣରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି  । ବାତ୍ୟା ଆସିବା ପୂର୍ବରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର । ଜିଲ୍ଲାପାଳ ଓ ଏସ୍‌ପିମାନେ ଏହି କାର୍ଯ୍ୟକୁ  ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୁଖ୍ୟ ଶାସନ ସଚିବ ଏହି ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନିୟମିତ ମନିଟରିଂ କରି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ଟିମ୍‌ ODRAF, NDRF, ରାସ୍ତା ସଫେଇ ମେସିନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ କହିଛନ୍ତି  । ସେହିପରି ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନଃ ସଂଯୋଗ ପାଇଁ ସମସ୍ତ ଟିମ୍‌ ଓ ଆବଶ୍ୟକ ଯନ୍ତ୍ରପାତି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଅନ୍ୟ ରାଜ୍ୟରୁ ଅତିରିକ୍ତ ଟିମ୍‌ ଓ ଯନ୍ତ୍ରପାତି ଆଣି ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବିପର୍ଯୟ ପରିଚାଳନାରେ ଓଡିଶାର ସ୍ବତନ୍ତ୍ର ଦକ୍ଷତା ରହିଛି  । ତେବେ କୋଭିଡ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ ଏବଂ ଏକ ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଯୋଗଦେଇଥିଲେ  । ବାଲେଶ୍ବରରେ ୧୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡାରେ ୯୭୦ଟି ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରି ରଖାଯାଇଛି  ।

ଏଥିସହିତ ପଢ଼ନ୍ତୁ: ଏଣିକି ଅନ୍‌ଲାଇନ୍‌ରେ ମିଳିବ କୋଭିଡ ରିପୋର୍ଟ: ଜାଣନ୍ତୁ କିଭଳି ଓ କେଉଁଠୁ ପାଇପାରିବେ ରିପୋର୍ଟ

ରାଜ୍ୟରେ ଆଉ ୧୦ ହଜାର ୬୦୧ ଜଣ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦୬୦୧ ଜଣ କରୋନା ସଂକ୍ରମିତ ସୁସ୍ଥ । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୮୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୨୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୫୫୬, ସୁନ୍ଦରଗଡ଼ ୫୧୫, ବାଲେଶ୍ୱରରୁ ୫୦୧, ସମ୍ୱଲପୁରରୁ ୪୯୩, ପୁରୀରୁ ୪୬୯, ମୟୂରଭଞ୍ଜରୁ ୪୬୪, ବଲାଙ୍ଗୀର ୪୫୯, ୩୯୭ ଝାରସୁଗୁଡ଼ା, ବରଗଡ଼ ୩୮୧, ଯାଜପୁରରୁ ୩୫୪, ନବରଙ୍ଗପୁରରୁ ୩୨୯, ନୟାଗଡ଼ରୁ ୨୮୭, କଳାହାଣ୍ଡିରୁ ୨୫୯, ଗଞ୍ଜାମ ୨୪୭, ୨୪୭ ନୂଆପଡ଼ା, ଜଗତସିଂହପୁର ୨୪୪, କେନ୍ଦୁଝର ୨୩୦, ଭଦ୍ରକ ୨୧୬, ଢେଙ୍କାନାଳ ୨୧୨, କୋରାପୁଟ ୧୫୮, ସୋନପୁର ୧୫୬, ବୌଦ୍ଧ ୧୫୨, କେନ୍ଦ୍ରାପଡ଼ାରୁ ୧୪୭ ଓ ରାୟଗଡ଼ାରୁ ୧୨୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଏଣିକି ଅନ୍‌ଲାଇନ୍‌ରେ ମିଳିବ କୋଭିଡ ରିପୋର୍ଟ: ଜାଣନ୍ତୁ କିଭଳି ଓ କେଉଁଠୁ ପାଇପାରିବେ ରିପୋର୍ଟ

ହକି ଫେଡେରେସନ ପକ୍ଷରୁ ଭି.କେ. ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ ଆୱାର୍ଡ

ଭୁବନେଶ୍ୱର: 5-T ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ ଆଓ୍ୱାର୍ଡ ।  ଅନ୍ତର୍ଜାତୀୟ ହକି ଫେଡରେସନ୍ (ଏଫଆଇଏଚ୍) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନେଇ ଏହି ସମ୍ମାନଜନକ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି ।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏଫ୍‌ଆଇଏଚ୍‌ର ୪୭ ତମ ସମ୍ମିଳନୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏ ନେଇ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯିବା ସହ, ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ଏହି ପୁରସ୍କାର ପାଇବାକୁ ହକଦାର ବୋଲି କୁହାଯାଇଛି । ଏଥିସହିତ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଟ୍ୱିଟ୍ ଯୋଗେ  ଶ୍ରୀ ପାଣ୍ଡିଆନ୍‌ଙ୍କୁ ଶୁଭେଚ୍ଛା ଜଣାଯାଇଛି ।

ନଦୀରେ ଭାସିଯାଇ ୮ ବର୍ଷୀୟ ବାଳକର ମୃତ୍ୟୁ

କଟକ: ନଦୀରେ ଭାସିଯାଇ ନାବାଳକର ମୃତ୍ୟୁ । ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ଅଞ୍ଚଳର ୮ବର୍ଷର ବାଳକର ମୃତ୍ୟୁ । ନୂଆପାଟଣା ସ୍ଥିତ ମହାନଦୀ ଘାଟରେ ଗାେଧୋଉଥିବା ବେଳେ ଗୋଡ଼ଖସି ଭାସିଯାଇଥିଲା ନାବାଳକ । ଅଗ୍ନିଶମ ସେବା ବାହିନୀ, ଓଡ୍ରାଫ ଟିମ ସ୍ଥାନୀୟ ଯୁବକମାନଙ୍କ ସହଯୋଗରେ  ଖୋଜା ଖୋଜି କରି ନାବାଳକର ମୃତଦେହ ଉଦ୍ଧାର କରିଥିଲେ । ଆଜି ଦିନ ୧୧ ଘଣ୍ଟିକା ସମୟରେ ଦୁଇ ଭାଇ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସାନଭାଇର ଗୋଡ ଖସି ଯାଇଥିଲା । ମୃତ ବାଳକ ଜଣଙ୍କ ହେଲେ ନୂଆପାଟଣା ଗାଁର ତାହିର ମହମ୍ମଦଙ୍କ ପୁଅ ଅଜମଲ୍ ମହମ୍ମଦ(8)। ନାବାଳକର ମୃତ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏଥିସହିତ ପଢ଼ନ୍ତୁ: ଏଣିକି ଅନ୍‌ଲାଇନ୍‌ରେ ମିଳିବ କୋଭିଡ ରିପୋର୍ଟ: ଜାଣନ୍ତୁ କିଭଳି ଓ କେଉଁଠୁ ପାଇପାରିବେ ରିପୋର୍ଟ

ଏଣିକି ଅନ୍‌ଲାଇନ୍‌ରେ ମିଳିବ କୋଭିଡ ରିପୋର୍ଟ: ଜାଣନ୍ତୁ କିଭଳି ଓ କେଉଁଠୁ ପାଇପାରିବେ ରିପୋର୍ଟ

ଭୁବନେଶ୍ୱର: କୋଭିଡ ରିପୋର୍ଟ ପ୍ରଦାନକୁ ସରଳୀକୃତ କରିବା ନେଇ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏଣିକି ଅନ୍‌ଲାଇନ୍ ମାଧ୍ୟମରେ କୋଭିଡ ଓ୍ୱେବସାଇଟ୍‌ରୁ ରିପୋର୍ଟ ପାଇପାରିବେ ଲୋକେ । ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ରାଜ୍ୟ ସରକାରଙ୍କ ୱେବସାଇଟରୁ ସେମାନଙ୍କ ରିପୋର୍ଟ ପାଇପାରିବେ । କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବେ । ଆବଶ୍ୟକସ୍ଥଳେ ଏହାକୁ ଡାଉନଲୋଡ୍ ମଧ୍ୟ କରିପାରିବେ । ସ୍ୱାସ୍ଥ୍ୟ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କୁ ରିପୋର୍ଟ ସଂଗ୍ରହ କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ।

ଏହି ଡିଜିଟାଲ୍ ପରୀକ୍ଷା ରିପୋର୍ଟରେ ନମୁନା ପରୀକ୍ଷା କରିଥିବା ବ୍ୟକ୍ତିଙ୍କ ସମସ୍ତ ବିବରଣୀ ରହିବ। ଏଥିସହ ଏହି ରିପୋର୍ଟରେ ଥିବା କ୍ୟୁଆର କୋଡ୍ ଯୋଗେ ପ୍ରାଧିକୃତ ସାଂସ୍ଥ ଯେକୌଣସି ସମୟରେ ରିପୋର୍ଟର ସତ୍ୟାସତ୍ୟ ଯାଞ୍ଚ କରିପାରିବେ। “ମହାମାରୀ ବିରୋଧରେ ଲଢ଼େଇରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ଏହି ଅଭିନବ ବ୍ୟବସ୍ଥା ରିପୋର୍ଟ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବା ଦ୍ୱାରା ଲୋକଙ୍କୁ ସୁବିଧାରେ କୋଭିଡ ରିପୋର୍ଟ ମିଳିବା ସହ ଏହି କଠିନ ସମୟରେ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓ୍ୱେବସାଇଟ୍‌ର ଉଦ୍‌ଘାଟନ ଅବସରରେ ସେ  ଆହୁରି କହିଛନ୍ତି, “ରାଜ୍ୟବାସୀଙ୍କ ମୂଲ୍ୟବାନ ଜୀବନ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର କୋଭିଡ ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସେବା ମାଗଣାରେ ଯୋଗାଇ ଦେଉଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ, “ଆମେ କୋଭିଡ ପରୀକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଆରଟି ପିସିଆର ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରୁଛୁ। ଯେଉଁଠାରେ ଲୋକମାନଙ୍କୁ ପ୍ରତିଦିନ ସେବା ଯୋଗାଇ ଦିଆଯିବ। ଯାହା ଆମର କୋଭିଡ ମହାମାରୀ ବିରୋଧୀ ଲଢେଇରେ ଆହୁରି ଦୃଢତା ଭରିବ।”

ପରୀକ୍ଷା ରିପୋର୍ଟ ଅତ୍ୟନ୍ତ ସୁବିଧାଜନକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ‘5T’ ଅଧୀନରେ ଏହି ଆରଟି ପିସିଆର ରିପୋର୍ଟ ୱେବସାଇଟ୍ ଆରମ୍ଭ କରାଯାଇଛି। ବ୍ୟବହାରକାରୀଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଓଟିପି ଦ୍ୱାରା ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରକୁ ରିପୋର୍ଟ ପଠାଯିବାର ବ୍ୟବସ୍ଥା ହୋଇଛି। ଜନସାଧାରଣଙ୍କ ସୁବିଧା ପାଇଁ https://covid19regd.odisha.gov.in/SamplCollectionDetails.aspx  ୱେବସାଇଟକୁ  https://statedashboard.odisha.gov.in  ସହିତ ସଂଯୋଗ କରାଯାଇଛି।

ଏହି ଅବସରରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ କୁମାର ମିଶ୍ର କହିଛନ୍ତି, “ଅନେକ ସମୟରେ ଲୋକମାନେ କୋଭିଡ ରିପୋର୍ଟ ପାଇବା ପାଇଁ ପରୀକ୍ଷା କେନ୍ଦ୍ରରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନର କଠିନ ସମୟରେ ନିଜ ନମୁନା ପରୀକ୍ଷା ରିପୋର୍ଟ ଜାଣିବା ନେଇ ଉତ୍କଣ୍ଠା ରହିବା ସ୍ୱାଭାବିକ ଏବଂ ଲୋକମାନେ ନମୁନା ପରୀକ୍ଷା ପାଇଁ ଦେଇ ସଙ୍ଗେସଙ୍ଗେ ରିପୋର୍ଟ ଆଶା କରୁଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ଆମେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସିଧାସଳଖ ଲୋକଙ୍କୁ ନମୁନା ପରୀକ୍ଷା ରିପୋର୍ଟ ପ୍ରଦାନର ବ୍ୟବସ୍ଥା କରିଛୁ। ଏହି ସୁବିଧା ଗ୍ରାମପଞ୍ଚାୟତସ୍ତରରେ ‘ମୋ ସେବା କେନ୍ଦ୍ର’ରେ ମଧ୍ୟ ଉପଲବ୍ଧ କରାଯାଇଛି।”

ବ୍ଲାକ ଫଙ୍ଗସ: ଆହୁରି ୫ କମ୍ପାନୀକୁ ଟିକା ଉତ୍ପାଦନ ଅନୁମତି

ନୂଆଦିଲ୍ଲୀ: କୋଭିଡ ଭିତରେ ବ୍ଲାକ ଫଙ୍ଗସର ଭୟବହତା ସାରା ଦେଶରେ ଜାରି ରହିଛି । ଭୂତାଣୁରେ ଦିନକୁ ଦିନ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଯଦ୍ୱାରା ଅନେକ ବ୍ୟକ୍ତି ଅମୂଲ୍ୟ ଅଙ୍ଗ ହରାଉଛନ୍ତି । ସେପଟେ ଅନେକ ରାଜ୍ୟ ବ୍ଲାକ ଫଙ୍ଗସକୁ ନୋଟିଫାଏବୁଲ ରୋଗ ଭାବେ ଘୋଷଣା ମଧ୍ୟ କରିଛନ୍ତି । କିନ୍ତୁ ଏହାରି ଭିତରେ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ବିବୃତି ଆସ୍ୱସ୍ତି କରିଛି ।

ଯେଉଁ ଦେଶଗୁଡିକ ବ୍ଲାକ ଫଙ୍ଗସକୁ ନେଇ ମେଡିସିନ ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ସେମାନେ ନିଜ ନିଜର ଉତ୍ପାଦନ କ୍ଷମତା ବଢାଇବାରେ ଲାଗିଛନ୍ତି । ଏମିତିକି ଅତିରିକ୍ତ ଭାବେ ୫ଟି କମ୍ପାନୀକୁ ଟିକା ଉତ୍ପାଦନ ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଭୂତାଣୁର ଭୟବହତା ଭିତରେ ଟିକାର ଆବଶ୍ୟକତା ରହିଛି । ତେଣୁ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଟିକା ଉତ୍ପାଦନକାରୀ କମ୍ପାନୀ ଅନ୍ୟ ପାଞ୍ଚୋଟି କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିଥିବା ଜଣାପଡ଼ିଛି ।

ଅନ୍ୟପଟେ ଭ୍ୟାକ୍ସିନ ପାସପୋର୍ଟକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଳୟ ସୂଚନା ଦେଇ କହିଛନ୍ତି । ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ଶରୀରେ ଟିକା ବ୍.ବହାର ହୋଇାହିଁ । ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିଷ୍ପତ୍ତି ନେବେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ବ୍ୟବହାରିକ ଅନୁମତି ମିଳିନାହିଁ । ଯେତେବେଳେ ଟିକାକୁ ନେଇ ସମଗ୍ର ବିଶ୍ବର ସହମତି ପ୍ରକାଶ ପାଇବ ସେତେବେଳେ ଭ୍ୟାକ୍ସିନ ବ୍ୟବହାରକୁ ମଞ୍ଜୁରୀ ଦିଆଯିବ ।