spot_img
Home Blog Page 5617

ଶ୍ରମ ଦିବସ ସୃଷ୍ଟି କରିବାରେ ସର୍ବାଗ୍ରେ ସୁନ୍ଦରଗଡ଼: ଚଳିତ ବର୍ଷ ୨ କୋଟିରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି ନେଇ ଲକ୍ଷ୍ୟ

ସୁନ୍ଦରଗଡ଼: କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଓ ଆର୍ଥତ୍କ ସ୍ଥିତି ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲାରେ ଜବକାର୍ଡଧାରୀ ଶ୍ରମିକମାନଙ୍କୁ ରୋଜଗାର ଯୋଗାଇ ଦେବାରେ ବିଶେଷ ସହାୟକ ହୋଇଛି ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା। ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ୪ ହଜାର ୬୧୫ଟି  ପ୍ରକଳ୍ପ କାମ ଚାଲିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ସୁନ୍ଦରଗଡ଼ ପ୍ରଶାସନ ୧ କୋଟି ୪୧ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରି ଜିଲ୍ଲା ପାଇଁ ରେକର୍ଡ କରିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୁନ୍ଦରଗଡ଼କୁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ୨ କୋଟି ୨ ଲକ୍ଷ ଶ୍ରମ ଦିବସ ପାଇଁ ଟାର୍ଗେଟ ଦେଇଛନ୍ତି। ନୂତନ ଆର୍ଥିକ ବର୍ଷର ମେ’୧୮ ତାରିଖ ସୁଦ୍ଧା ଜିଲ୍ଲାରେ ୧୫ ଲକ୍ଷ ୩୮ ହଜାର ୧୩୧ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଏଥିରୁ ମହିଳା ଶ୍ରମିକମାନେ ମଧ୍ୟ ଉପକୃତ ହୋଇଛନ୍ତି। ମନ୍‌ରେଗା ଯୋଜନାରେ ଗତ ଆର୍ଥିକ ବର୍ଷରେ ଜିଲ୍ଲାରେ କାମ ପାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୪୯ ପ୍ରତିଶତ ହେଉଛନ୍ତି ମହିଳା।

କରୋନା ମହାମାରୀ ସମୟରେ ଲୋକଙ୍କୁ ରୋଜଗାର ଦେବା ଲାଗି ମନ୍‌ରେଗାକୁ ସମ୍ପୂର୍ଣ୍ଣ ଫୋକସରେ ରଖିଛି ପ୍ରଶାସନ। ଗତ ବର୍ଷ ଏ କ୍ଷେତ୍ରରେ ଜିଲ୍ଲାର ସଫଳତାକୁ ଦେଖି ଚଳିତ ବର୍ଷ ରାଜ୍ୟ ସରକାର ଆମକୁ ଅଧିକ ଟାର୍ଗେଟ ଦେଇଛନ୍ତି। ଜିଲ୍ଲାରେ ସକ୍ରିୟ ଥିବା ଜବକାର୍ଡ଼ଧାରୀ ଶ୍ରମିକମାନଙ୍କୁ ଅନ୍ୟୂନ ୧୦୦ ଦିନର କାମ ଯୋଗାଇଦେଇ ଏଭଳି ସମୟରେ ପ୍ରଶାସନ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଉଦ୍ୟମ କରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର (ଡିଆରଡିଏ) ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ।

ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଜିଲ୍ଲାର ୧୭ଟି ବ୍ଲକରେ ମହାତ୍ମା ଗାନ୍ଧୀ ନରେଗା ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଛି। ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ, ଜଳଛାୟା ଏବଂ ଜଳ ସଂରକ୍ଷଣ ପାଇଁ ନୂଆ ପୋଖରୀ ଖନନ, ପୁରୁଣା ଜଳାଶୟର ପୁନରୁଦ୍ଧାର, ଜଳସେଚନ ପାଇଁ ବନ୍ଧ ନିର୍ମାଣ ଓ କେନାଲ ଖନନ, ଗୋଚର ଜମିର ଉନ୍ନତିକରଣ, ବୃକ୍ଷରୋପଣ, ମୋ ଉପକାରୀ ବଗିଚା, କୂପ ଖନନ ଭଳି ପ୍ରକଳ୍ପ କାମରେ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଶ୍ରମିକମାନଙ୍କୁ ଆଗରୁ ଦିନକୁ ୨୧୫ ଟଙ୍କା ମଜୁରି ମିଳୁଥିଲା। ଗତ ବର୍ଷ ଏହା ବୃଦ୍ଧି ପାଇ ୩୦୮ ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍ ପୂର୍ବ ଅପେକ୍ଷା ସେମାନଙ୍କୁ ଅଧିକ ୯୩ ଟଙ୍କା ମଜୁରି ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ଏହି ଅତିରିକ୍ତ ଅର୍ଥ ପ୍ରଦାନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ୬ଟି ବ୍ଲକରେ ପଡ଼ିଆ ପଡ଼ିଥିବା ଜମିରେ ବିଭିନ୍ନ ପ୍ରକାର ଫଳ ବଗିଚା ସୃଷ୍ଟି ଲାଗି ଓ୍ୱାଡି ପ୍ରକଳ୍ପ ଚାଲିଛି। ଏହି ଯୋଜନା ଅଧୀନରେ ଶ୍ରମ ଦିବସ ସୃଷ୍ଟି କରି ସ୍ଥାନୀୟ ଜବକାର୍ଡଧାରୀମାନଙ୍କୁ ମଧ୍ୟ କାମ ଯୋଗାଇ ଦିଆଯାଉଛି।

ବଞ୍ଚିଛି ମଣିଷପଣିଆ ହାରିଗଲା ମଣିଷ, ଶବ ସତ୍କାର କଲେ ତହସିଲଦାର ଓ ବିଡିଓ

ଭଦ୍ରକ: ଅଫେରା ରାଇଜେ ବାପା । ବାହୁନି କାନ୍ଦୁଛି ଝିଅ । ନା ଛୁଇଁ ପାରୁଛି, ନା ଛୁଇଁବାକୁ କିଏ ଅନୁମତି ଦେଉଛି । ସେପଟେ ପଣତରେ ସବୁ ଖୁସିକୁ ପୁଟୁଳି କରି ସ୍ୱାମୀର ପାଦ ପାଖରେ ସମର୍ପି ଦେଉଛି ସ୍ତ୍ରୀ । କଟକଣା ବି ପତ୍ନୀକୁ ମୃତ ପତିର ଶରୀରକୁ ସ୍ପର୍ଶ କରିବାରେ ବାଧକ ସାଜିଛି । ଆଉ ଏପଟେ ମୃତ ଶରୀରକୁ ପର କରିଦେଲେ ପରିଜନ। ସଂକ୍ରମଣ ଭୟରେ ଭାଇଚାରା ବି ଭୁଲିଗଲେ । ମଣିଷ ତ ସେମାନେ କିନ୍ତୁ ମଣିଷ ପଣିଆ ଭୁଲିଗଲେ । ଚାନ୍ଦବାଲି ବ୍ଲକରେ ଘଟିଛି ଏଭଳି ଏକ ବେଦନାଦାୟକ ଖବର ।

ନଳଗୋହିରିଆ ଗାଁର ସୁବାଷ ଖଟୁଆଙ୍କର ଗତ ୮ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ। ଏପରିକି କୋଭିଡରେ ଚିକିତ୍ସିତ ମଧ୍ୟ ହେଉଥିଲେ। ହେଲେ ସୁବାଷଙ୍କର ଶନିବାର ସକାଳେ କରୋନାରେ ମୃତ୍ୟୁ ଘଟିଥିଲା । ସେପଟେ ଘରେ ଅନ୍ୟ କେହି ପୁରୁଷ ନଥିବାରୁ ଶବଦାହ ପାଇଁ ସକ୍ଷମ ନଥିଲେ ସ୍ତ୍ରୀ ଏବଂ ଝିଅ ।

ପଡୋଶୀ ଏବଂ ପରିଜନଙ୍କୁ ଗୁହାରୀ କରିବା ପରେ ମଧ୍ୟ ଭୁତାଣୁ ଆଗରେ ସେମାନଙ୍କର ମାନବିକତା ହାରିଯାଇଥିଲା । ଶବ ସତ୍କାର ପାଇଁ ମନା କରିଦେଇଥିଲେ । ସାହିଭାଇ କେହି ଆସିନଥିଲେ, ଏପରି ଖବର ପାଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର, ବିଡିଓ ଜ୍ୟୋତି ବିକାଶ ଦାସ, ବାଂଶଡା ଆଇଆଇସି ନଳଗୋହିରା ଗାଁରେ ପହଁଚିବା
ପିପିକିଟ ପିନ୍ଧି ଶବ ସତ୍କାର କରିଥିଲେ ।

ଯେତେବେଳେ ସାହି ପଡିଶା କେହି ଶବକୁ ଛୁଇଁ ନଥିଲେ, ସେତେବେଳେ ପ୍ରଶାସନିକ ଅଧିକାରୀଙ୍କ ମାନବିକତା ବସି ରହିନଥିଲା ।  ଖବର ପାଇବା ପରେ ତୁରନ୍ତ ଛୁଟି ଆସିଥିଲେ ନଳଗୋହିରିଆ ଗାଁକୁ  । ମୃତକଙ୍କୁ କାନ୍ଧରେ ମଶାଣୀ ବୋହି ନେବା ସହ ପରମ୍ପରା ଅନୁଯାୟୀ ଶବ ସତ୍କାର କରିଥିଲେ  । ଆଉ ପ୍ରଶାସନର ଏଭଳି କାର୍ଯ୍ୟ ବିଷୟରେ ଜେ ଶୁଣୁଛି ସେ କହୁଛି  । କିଏ ଏଠି ନିଜର, ପୁଣି କିଏ ପର ।

ଆମ ପାଖରେ କେତେ ସମୟ ଅଛି ?

ଏ ଦୁନିଆ ଏ ବ୍ରହ୍ମାଣ୍ଡ ଏ ସୃଷ୍ଟି । ଏହାକୁ ବୁଝିବା ମଣିଷ ପକ୍ଷରେ ଆଜି ବି ଅସମ୍ଭବ । ତଥାପି ମଣିଷ ନିଜ ଗ୍ରହରୁ ବାହାରି ଅନ୍ତରୀକ୍ଷର ଅବୁଝା ରହସ୍ୟକୁ ସମାଧାନ କରିବାର ପ୍ରୟାସରେ ଲାଗି ରହିଛି । କିନ୍ତୁ ଏସବୁ ଭିତରେ ମଣିଷ ଭୁଲିଯାଇଛି ତା ନିଜ ଗ୍ରହର କଥା । ଅର୍ଥାତ ପୃଥିବୀର କଥା । ଯେଉଁ ପୃଥିବୀରେ ଜୀବନ ଅଛି,ପାଣି ଅଛି ବଂଚିବାର ଆଶା ଅଛି ,ମଣିଷ ଭଳି ପ୍ରଜାତିର ସୃଷ୍ଟି ଅଛି । ସେହି ପୃଥିବୀକୁ ବର୍ତମାନ ଧ୍ୱଂସ କରିବାକୁ ବସିଲାଣି ମଣିଷ । ହାୱାର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ତଥା ବୈାଜ୍ଞାନିକ ଏବି ଲୋୟେବ୍ ନିକଟରେ ଦୁନିଆର ବିଶିଷ୍ଟ ବୈାଜ୍ଞାନିକମାନଙ୍କୁ କିଛି ପ୍ରଶ୍ନ କଲେ । ବୈାଜ୍ଞାନିକମାନଙ୍କୁ ପଚାରି ସେ କହିଲେ ଏ ଦୁନିଆର ଅନ୍ତ କେବେ ହେବ ? ମାନବ ଜାତିର ଅନ୍ତ କେବେ ହେବ ? ଏ ପୃଥିବୀ ଆଉ ମଣିଷଙ୍କର ଶେଷ ହେବାର ତାରିଖ କଣ ? ହେଲେ କାହା ପାଖରେ ବି ଉତ୍ତର ନଥିଲା ।

ଏବି ଲୋୟେବଙ୍କ କହିବା ଅନୁସାରେ ବର୍ତମାନ ବୈଜ୍ଞାନିକମାନେ ସଠିକ୍ ଦିଗରେ କାର୍ଯ୍ୟ କରୁନାହାନ୍ତି । ସେଥିପାଇଁ ସେ ବୈଜ୍ଞାନିକମାନଙ୍କୁ ଅପିଲ୍ କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ଅଟକାଇବା ପାଇଁ କିଛି ଗୋଟେ କରନ୍ତୁ । କେବଳ ଜଳବାୟୁର କଥା ନୁହେଁ,ସମସ୍ତଙ୍କୁ କିଭଳି ଖାଦ୍ୟ ମିଳିବ, କିଭଳି ଶକ୍ତିର ବିକଳ୍ପ ଖୋଜା ହେବ,ଅନ୍ତରୀକ୍ଷରେ ବେସ୍ ଷ୍ଟେସନ ନିର୍ମାଣ ହେବ,ତାସହ ଏଲିୟନ୍ସଙ୍କ ସହ କିପରି ସଂମ୍ପର୍କ ପ୍ରତିଷ୍ଠା କରିହେବ ଏସବୁର ପ୍ରସ୍ତୁତି ବୈାଜ୍ଞାନିକମାନେ ଏବେଠୁ ଆରମ୍ଭ କରିଦେବା ଆବଶ୍ୟକ । କାହିଁକି ନା ମାନବ ଯେବେ ଆଡଭାନ୍ସ ଟେକନୋଲୋଜୀର ଅଧିକାରୀ ହେବ ,ସେବେଠାରୁ ମାନବ ସଭ୍ୟତାର ଧ୍ୱଂସର ରାସ୍ତା ସଫା ହେବ । କିନ୍ତୁ ଯଦି ମଣିଷ ପୃଥିବୀ ବାହାରେ କେଉଁଠି ନିଜ ପାଇଁ ଠିକଣା ଖୋଜି ସାରିଥିବ ତେବେ କିଛି ଏହି ପ୍ରଳୟରୁ ବଂଚିଯିବେ ।

ହାୱାର୍ଡ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସମ୍ମିଳନୀରେ ସମ୍ବୋଧିତ କରି ଏବି ଲୋୟେବ କହିଥିଲେ ଯେ-ସବୁଠୁ ଅଧିକ ଜରୁରୀ ମଣିଷଙ୍କର ବୟସକୁ ବୃଦ୍ଧି କରିବା । ବର୍ତମାନ ଆମେ ଆମ ଜୀବନର ମଧ୍ୟ ଭାଗରେ ପହଂଚିସାରିଲେଣି । ତେଣୁକରି ସମୟ ଧିରେ ଧିରେ ଆମ ହାତରୁ ଚାଲିଯାଉଛି । ଯଦି ଅଧିକ ଦିନ ବଂଚିବା ତାହାଲେ ଯାଇ ନୂଆ ଟେକ୍ନୋଲୋଜୀର ଆରମ୍ଭ କରିପାରିବା । ତାସହ ବର୍ତମାନ ଆମେ ଯେତିକି ଆଡଭାନ୍ସ ଅଛୁ ତାକୁ ତର୍ଜମା କଲେ ଆମେ ଏବେ ବି ଖୁବ୍ ପଛରେ ଅଛୁ । ତେଣୁକରି ଭବିଷ୍ୟତ ବଦଳାଇବାକୁ ହେଲେ କିଛି ନୂଆ ଭାବିବାକୁ ହେବ ଆଉ କିଛି ନୂଆ କରିବାକୁ ହେବ ।

ଏବି ଲୋୟେବଙ୍କ ଅନୁସାରେ ଯେଉଁଭଳି ପୃଥିବୀର ସ୍ଥିତି ମଣିଷଙ୍କ ଯୋଗୁଁ ଖରାପ ହେଉଛି । ସେଥିରୁ ଜଣାପଡୁଛି ଯେ ମଣିଷ ବେଶିଦିନ ପୃଥିବୀପୃଷ୍ଠରେ ଜୀବିତ ରହିପାରିବ ନାହିଁ । ଆଉ କେଇଟା ଦିନରେ ପୃଥିବୀର ସ୍ଥିତି ଏତେ ଖରାପ ହେଇଯିବ ଯେ ମଣିଷକୁ ସ୍ପେସ୍ରେ ଯାଇ ରହିବାକୁ ପଡିବ । ଆଉ ସବୁଠୁ ଅଧିକ ବିପଦ ହେବ ଟେକନୋଲୋଜୀର ବିପର୍ଯ୍ୟୟ । ଯଦି ସେତେବେଳକୁ ଆମେ ସ୍ପେସ୍ରେ ରହିବା ଓ ବଂଚିବାର ଉପାୟ ଖୋଜିନଥିବା ତେବେ ପୁରା ମାନବ ପ୍ରଜାତି ଧ୍ୱଂସ ହୋଇଯିବ । ଯଦି ଆମେ ବାହାର ଗ୍ରହରେ ରହିବାର ତରିକା ଖୋଜିଥିବା ତେବେ ମାନବ ପ୍ରଜାତି ବଂଚିଯିବ । ଏହିସବୁ ବିପତ୍ତି ଠାରୁ ଆହୁରି ବଡ ବଡ ବିପତ୍ତି ରହିଛି । ଗୋଟିଏ ହେଉଛି ମଣିଷ ଦ୍ୱାରା ସୃଷ୍ଟି ମହାମାରୀ ଆଉ ଗୋଟିଏ ହେଉଛି ଦେଶ ଦେଶ ଭିତରେ ଯୁଦ୍ଧର ସ୍ଥିତି ।

ଯଦି ମାନବ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜକୁ ନବଦଳାଏ ତେବେ ମଣିଷଙ୍କୁ ପୃଥିବୀ ନିଜେ ଶେଷ କରିଦେବ । ନହେଲେ ପ୍ରକୃତି ନିଜକୁ ନଷ୍ଟ କରିଦେବ । ଆଉ ଏବେଠୁ ସେ ସବୁ ପ୍ରକ୍ରିୟା ଆରମ୍ଭ କରିସାରିଲାଣି ପୃଥିବୀ । ଏବି ଲୋୟେବ ଆହୁରୀ ମଧ୍ୟ କହିଥିଲେ କି -ମଣିଷ ସେହି ସବୁ ଅସୁବିଧାରୁ ନିଜକୁ କେବେ ବି ରକ୍ଷା କରିପାରେନି ଯାହାକୁ ସେ ପୂର୍ବରୁ ସାମ୍ନା କରିନଥିବ । ଯେମିତିକି ଜଳବାୟୁ ପରିବତ୍ତନ ,ଯାହା ପାଇଁ ସବୁବେଳେ ମଣିଷ ମୈାସୁମୀ ପରିବର୍ତନ,ଗ୍ଲେସିୟର ତରଳିବା,ସମୁଦ୍ରର ଜଳସ୍ତର ବଢିବା ଭଳି ସମସ୍ୟାର ସମ୍ମୁଖୀନ ହେଉଛି । କେବଳ ସେତିକି ନୁହେଁ ଜଙ୍ଗଲରେ ନିଆଁ ଲାଗି ପାଉଁଶ ହେଇଯାଉଛି,ଜୀବଜନ୍ତୁ ଛଟପଟ ହେଇ ମରୁଛନ୍ତି,ଗ୍ଲୋବାଲ୍ ଓାରମିଙ୍ଗ ଭଳି ଅସୁବିଧା ଦେଖାଯାଉଛି । ଆଜି ବି ଆମାଜନ୍ରେ ଲାଗିଥିବା ନିଆଁ ମନରୁ ପାଶୋରୀ ହେଉନି । କେତେ ଦୁଃଖ ଦାୟକ ଥିଲା ସେହି ଘଟଣା । ପଦାର୍ଥ ବିଜ୍ଞାନ ଅନୁସାରେ ଆମେ ମଣିଷ ଏଲିମେଣ୍ଟ୍ରୀ ପାର୍ଟିକିଲ୍ସ ଅର୍ଥାତ ମୂଳ ତତ୍ୱରେ ତିଆରି । ଏଥିରେ ଅଲଗା କିଛି ବି ଯୋଡାହୋଇନାହିଁ । ତେଣୁକରି ପ୍ରକୃତିର ନିୟମ ଅନୁସାରେ ଆମେ ନିଜ ହିସାବରେ ଏଥିରେ ପରିବର୍ତନ କରିବା ଉଚିତ୍ ନୁହେଁ । ସେଥିପାଈଁ ଏବି କହିଛନ୍ତି ଯେ ମଣିଷ କେତେ ଦିନ ପର୍ଯ୍ୟନ୍ତ ବଂଚିବ । ଏହାର ଉତ୍ତର କେବଳ ମଣିଷ ହିଁ ଦେଇପାରିବ । କାହିଁକି ନା ଆଗାମୀ ଦିନରେ ମଣିଷ ଟେକ୍ନୋଲୋଜୀର ବିକାଶ ଉପରେ ହିଁ କାମ କଲେ ଭବିଷ୍ୟତ କଣ ହେବ ତାର ଅନୁମାନ କରିପାରିବ ।

ପୁଣି ବଢ଼ିଲା ଲକ୍‌ଡାଉନ୍ ଅବଧି : ଫଳ ଓ ପନିପରିବାର ହୋମ୍ ଡେଲିଭରୀ କରିବ ଉଦ୍ୟାନ କୃଷି ବିଭାଗ

ଚେନ୍ନାଇ: ତାମିଲନାଡ଼ୁରେ ପୁଣି ବଢ଼ିଲା ଲକ୍‌ଡାଉନ୍ ଅବଧି । ଆଉ ସପ୍ତାହକ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ । ମେ ୨୪ ଠାରୁ ଏହି ଲକ୍‌ଡାଉନ୍ ଲାଗୁ ହେବ । ଏହି ଲକ୍‌ଡାଉନ୍ ପ୍ରସ୍ତୁତି ପାଇଁ ଶନିବାର ରାତି ୯ ଟା ଯାଏଁ ଦୋକାନ ବଜାର ଖୋଲାରହିବ ଏଥିସହିତ ମେ‘ ୨୩ ଅର୍ଥାତ ରବିବାର ମଧ୍ୟ ଖୋଲାରହିବ । ସକାଳ ୬ଟାରୁ ରାତି ୯ ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଫଳରେ ଲୋକେ ସେମାନଙ୍କ ଆବଶ୍ୟକ ସାମଗ୍ରୀ କିଣିବା ସହ ନିଜ ହୋମ୍ ଟାଉନ୍‌କୁ ଯାଇପାରିବେ । ଏହି ସମୟ ମଧ୍ୟରେ ଘରୋଇ ଏବଂ ସରକାରୀ ବସ୍‌ ଚଳାଚଳ ନେଇ ଅନୁମତି ଦିଆଯାଇଛି । ଲକ୍‌ଡାଉନ୍ ସମୟରେ ଔଷଧ ଦୋକାନ, ଦୁଗ୍ଧ ଯୋଗାଣ, ପାନୀୟ ଜଳ ଯୋଗାଣ ଏବଂ ଖବରକାଗଜ ବିତରଣକୁ ଅନୁମତି ଦିଆଯାଇଛି । ଫଳ ଓ ପନିପରିବାକୁ ଉଦ୍ୟାନ କୃଷି ବିଭାଗ ଦ୍ୱାରା ବିଭିନ୍ନ ଗାଡ଼ି ସହାୟତାରେ ଚେନ୍ନାଇରେ ଯୋଗାଇ ଦିଆଯିବ । ସଚିବାଳୟ ଏବଂ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ବିଭାଗ କାର୍ଯ୍ୟ କରିବା । ଏତଦ୍ ବ୍ୟତୀତ ବ୍ୟାଙ୍କ କର୍ମଚାରୀ, ଇନ୍ୟୁରାନ୍ସ କମ୍ପାନୀ ଏବଂ ଆଇଟି କମ୍ପାନୀମାନଙ୍କ ଓ୍ୱାର୍କ ଫର୍ମ ସୁବିଧା ନିଜ କର୍ମଚାରୀଙ୍କୁ ଯୋଗାଇଦେବାକୁ କୁହାଯାଇଛି । ଇ-କମର୍ସ ସେବା ସକାଳ ୮ଟାରୁ ସନ୍ଧ୍ୟା ୬ ଟା ଯାଏଁ କାର୍ଯ୍ୟ କରିବ । ତେବେ କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକ ସାମଗ୍ରୀର ଯାତାୟତ ଉପରେ କୌଣସି କଟକଣା ଲାଗୁ ହେବନାହିଁ । କେବଳ ଶେଷକୃତ କାର୍ଯ୍ୟ ପାଇଁ ଆନ୍ତଃଜିଲ୍ଲା ଚଳାଚଳକୁ ଅନୁମତି ଦିଆଯିବ ।

ଏଥିସହିତ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କଲେ ସିରମର ବରିଷ୍ଠ ଅଧିକାରୀ, ଷ୍ଟକ୍ ନଦେଖି,ହୁ’ର ଗାଇଡ୍ ଲାଇନ୍ ନମାନି ଟିକାକରଣ

ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି: ପେଲିସ, ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

କଟକ: ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ନେଇ ଓଡ଼ିଶା ଅଗ୍ନିଶମ ସେବା ବିଭାଗର ପ୍ରସ୍ତୁତି ବୈଠକ ।  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା କରିବା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ୨୦ ମଇରେ ଅଗ୍ନିଶମ ମହାନିର୍ଦ୍ଦେଶକ ଏମ୍ ଅକ୍ଷୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ସମସ୍ତ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନଙ୍କୁ ଉଦ୍ଧାରକାରୀ ଯନ୍ତ୍ରାଂଶ ପାଓ୍ୱାର ସ, ପାଓ୍ୱାର ବୋଟ୍,ଲାଇଟ୍ ଇଦ୍ୟାଦି ସହ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ମହାନିର୍ଦ୍ଦେଶକ ଏମ୍.ଅକ୍ଷୟ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଦୁଇ ଗୋଟି ଜିଲ୍ଲାକୁ ଗସ୍ତ କରି ଅଗ୍ନିଶମ କେନ୍ଦ୍ର ଗୁଡ଼ିକର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ମହାନିର୍ଦ୍ଦେଶକ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସଦର ମହକୁମା ଠାରେ ଜିଲ୍ଲା ପୁଲିସ ଅଧ୍ୟକ୍ଷକଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଏବଂ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କୁ ନେଇ ବାତ୍ୟାର ମୁକାବିଲା ପ୍ରସ୍ତୁତି ସମ୍ୱନ୍ଧରେ ସମୀକ୍ଷା ବୈଠକ କରିଥିଲେ । ଏହାପରେ ଜଗତସିଂହପୁର ଜିଲ୍ଲା ଗସ୍ତ କରି ପାରାଦୀପ ଠାରେ ଜଗତସିଂହପୁର ପୁଲିସ ଅଧିକ୍ଷକ ତଥା ବରିଷ୍ଠ ପୋଲିସ ଅଧିକାରୀ ଏବଂ ଅଗ୍ନିଶମ ଅଧିକାରୀମାନଙ୍କୁ ନେଇ ସେମାନଙ୍କର ପ୍ରସ୍ତୁତି ସମ୍ୱନ୍ଧରେ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ସମସ୍ତ ଉଦ୍ଧାରକାରୀ ଯନ୍ତ୍ରାଂଶ ସହ କର୍ମଚାରୀମାନଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ପୋଲିସ ଓ ପ୍ରଶାସନ ସହ ପୂର୍ଣ୍ଣ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

            ଏହି ଗସ୍ତ ସମୟରେ ମହାନିର୍ଦ୍ଦେଶକ ମଧ୍ୟ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାର ଛତା ଠାରେ ଥିବା ୧୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଦ୍ୱୟ ପରିଦର୍ଶନ କରିଥିଲେ । ଏହି ଅବସରରେ ମୁତୟନ ହୋଇଥିବା ଅଗ୍ନିଶମ କର୍ମଚାରୀ ଏବଂ ହସ୍ପିଟାଲ କର୍ମଚାରୀମାନଙ୍କ ସହିତ ଉକ୍ତ ହସ୍ପିଟାଲମାନଙ୍କରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭଗ ତରଫରୁ ନିଆଯାଇଥିବା ଅଗ୍ନିନିରାପତ୍ତା ପଦକ୍ଷେପ ଓ ପ୍ରସ୍ତୁତି ସମ୍ୱନ୍ଧରେ ଆଲୋଚନା କରିବା ସହିତ ସସ୍ତ କର୍ମଚାରୀଙ୍କୁ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ରେଳ ଧାରଣାରେ ପଡ଼ିଛି ଯୁବକଙ୍କ କଟା ମୃତଦେହ: ମେଡିକାଲରୁ ଲୁଚି ଆସି ଆତ୍ମହତ୍ୟା କରିଥିବା ଅନୁମାନ

ସୋର: ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୋର ଷ୍ଟେସନର ନିକଟ ଡାଉନଲାଇନରେ ଜଣେ ଯୁବକ ମୃତଦେହ ଦେଖିବାକୁ ମିଳିଛି । ମୃତଦେହ ଟି ରେଳ ଧାରଣା ଉପରେ ପଡ଼ିଥିବା ବେଳେ ମୃତ ଯୁବକଙ୍କ ଶରୀର ଦୁଇ ଖଣ୍ଡ ହୋଇଯାଇଛି । ଟ୍ରେନ ଆଗକୁ ଡେଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତଦେହ ନିକଟରେ କିଛି ଖାଦ୍ୟ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ଲୁଚି ପଳାଇ ଆସି ରୋଗ ଯନ୍ତ୍ରଣା ସହି ନ ପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଜିଆରପି ଅନୁମାନ କରୁଛି । ଖବର ପାଇ ବାଲେଶ୍ୱର ଜିଆରପି ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏଥି ସହିତ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକର ପରିଚୟ ମିଳିପାରିନଥିବା ବେଳେ ତଦନ୍ତ ପରେ କେଉଁ ମେଡିକାଲରେ ଥିଲା କିପରି ଏଠାକୁ ଆସିଲା ତାହା ଜଣାପଡ଼ିବ ବୋଲି ଜିଆରପି ସବ୍‌ ଇନ୍ସପେକ୍ଟର ସୁଶାନ୍ତି ସିଂ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ୟଶ୍’ ! ଅମଳ ଫସଲକୁ ସାଇତି ରଖିବାକୁ SRCଙ୍କ ପରାମର୍ଶ

ଦେଶରେ ୮ ହଜାର ୮୪୮ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ, ଓଡ଼ିଶାରୁ ୧୫

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ଦେଶରେ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ଦ୍ରୁତଗତିରେ ବ୍ୟାପୁଛି । ଦେଶରେ ବିଭିନ୍ନ ସ୍ଥାନରେ ଏବେ ଯାଏ ୮ ହଜାର ୮୪୮ଟି ବ୍ଲାକ୍ ଫଙ୍ଗସ୍ ମାମଲା ଚିହ୍ନଟ ହୋଇଛି । ଯେତେବେଳେ କି ବ୍ଲାକ ପଙ୍ଗସରେ ୨୦୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି । ବ୍ଲାକ ଫଙ୍ଗସ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଆଣ୍ଟି ଫଙ୍ଗଲ ଇଞ୍ଜେକ୍ସନ୍ ଏମ୍ଫୋଟେରିସିନ-ବିର ଚାହିଦା ବୃଦ୍ଧି ପାଇଛି ।

ଶନିବାର କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁସାରେ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ୨୩ ହଜାର ୬୮୦ ଅତିରିକ୍ତ ଭାଏଲ୍ ପ୍ରଦାନ କରିଛନ୍ତି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଏନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇ କହିଥିଲେ, ଚାହିଦା ପୂରା କରିବାକୁ ଅନ୍ତର୍ଜାତୀୟ ସ୍ତରରୁ ଔଷଧ କିଣାଯାଉ ।

 15 Black Fungus Infected Found In Odisha As Per Centre Data

କେନ୍ଦ୍ର ସରକାରଙ୍କ ତଥ୍ୟ ପ୍ରକାରେ, ଗୁଜରାଟରେ ସର୍ବାଧିକ ୨୨୮୧ ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୦୦୦, ଆନ୍ଧ୍ର ପ୍ରଦେଶରେ ୯୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ବ୍ଲାକ ପଙ୍ଗସରେ ୯୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗୁଜରାଟରେ ୬୧, ମଧ୍ୟପ୍ରଦେଶରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ୧୫ ଜଣ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟକୁ ୫୦ ଭାଏଲ୍ ଏମ୍ଫୋଟେରିସିନ-ବି ଇଞ୍ଜେକ୍ସନ୍ ଦେଇଛନ୍ତି କେନ୍ଦ୍ର ସରକାର ।

ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ୨୪ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବ । ୨୩ ସକାଳେ ଏହା ଅବପାତ ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ‘ୟଶ’ । ଉତ୍ତର ବଙ୍ଗୋପସାଗର ନିକଟର ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ୨୬ ସକାଳେ ଛୁଇଁବା ପୂର୍ବାନୁମାନ କରାଯାଇଛି ।

ଏଥିସହ ପଢ଼ନ୍ତୁ- ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ସୁଦ୍ଧା ନେବ ବାତ୍ୟାର ରୂପ

ବାତ୍ୟାରେ ପ୍ରଭାବିତ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଏନେଇ ପରିବାର ଓ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ବାତ୍ୟା ସମୟରେ ମୁଖ୍ୟତଃ ବିଦୁତ ସେବା ବ୍ୟାଘାତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲା ପ୍ରଶାସନକୁ ଜେନେରେଟର ବ୍ୟବସ୍ଥା କରିବାକୁ କୁହାଯାଇଛି ।

କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କଲେ ସିରମର ବରିଷ୍ଠ ଅଧିକାରୀ, ଷ୍ଟକ୍ ନଦେଖି,ହୁ’ର ଗାଇଡ୍ ଲାଇନ୍ ନମାନି ଟିକାକରଣ

କରୋନା ମହାମାରୀ ସମୟରେ ସାରା ଦେଶରେ ଚାଲିଛି ଟିକାକରଣ । ୧୮ବର୍ଷରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଦିଆଯାଉଛି ଟିକା । ହେଲେ ଟିକାକରଣ ପ୍ର୍ରକ୍ରିୟାକୁ ନେଇ ଅନେକ ସ୍ଥାନରୁ ଆସୁଛି ଅଭିଯୋଗ । କେଉଁଠି ଟିକାର ଅଭାବ ଦେଖାଯାଉଛି ତ ପୁଣି କେଉଁଠି ଟିକାକରଣ କେନ୍ଦ୍ରରେ ଅବହେଳା । ତେବେ କରୋନା ମହାମାରୀ ବିରୋଧରେ ଲଢିବାକୁ ହେଲେ ଟିକା ନେବା ବି ଜରୁରୀ । କିନ୍ତୁ ବର୍ତମାନ ସରକାରଙ୍କ ଟିକାକରଣକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଆଗରୁ ରାଜନୈତିକ ଦଳ ପ୍ରଶ୍ନ କରୁଥିଲେ,ଏବେ ପୁଣେର ଭ୍ୟାକସିନ ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବ ବି ସରକାରଙ୍କ ନୀତିକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।

ସୁରେଶଙ୍କ ଅନୁସାରେ ସରକାର ଟିକାକରଣ ଯୋଜନା ତ’ କରିଦେଲେ କିନ୍ତୁ ବାସ୍ତବତାକୁ ନଜର ଅନ୍ଦାଜ କରିଛନ୍ତି । ତାଙ୍କ ଅନୁସାରେ ସରକାର କିଛି ନବୁଝି ଟିକାକରଣ କଥା ଘୋଷଣା କରିଥିଲେ । ନା ସରକାର ଷ୍ଟକ୍ କେତେ ଅଛି ଦେଖିଥିଲେ ନା ଟିକା କରଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡ୍ ଲାଇନକୁ ଅନୁସରଣ କରିଛନ୍ତି । କେତେ ଷ୍ଟକ୍ ଅଛି କେତେ ଟିକା ଆବଶ୍ୟକ ତା’ର ଆକଳନ ନକରି କେନ୍ଦ୍ର ସରକାର କରି ବିଭିନ୍ନ ଆୟୁବର୍ଗଙ୍କୁ ଟିକାକରଣ ପାଇଁ ଅନୁମତି ଦେଇଦେଇଛନ୍ତି । ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ୍ ନିଷ୍ପତ୍ତି । ତାଙ୍କ କହିବା ଅନୁସାରେ ପ୍ରାଥମିକତା ଆଧାରରେ ଟିକାକରଣ ହେବା ଆବଶ୍ୟକ । ଏବଂ ଦେଶରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଦାରିତ ନିୟମକୁ ବି ପାଳନ କରିବା ଜରୁରୀ । ପ୍ରଥମେ ୩୦କୋଟି ଲୋକଙ୍କୁ ଭ୍ୟାକସିନ୍ ଦେବା ପାଇଁ ୬୦ କୋଟି ଡୋଜ୍ ର ଆବଶ୍ୟକତା ଥିଲା । ଆଉ ଏହି ଟାର୍ଗେଟକୁ ପୂରା କରିବା ପୂର୍ବରୁ ହିଁ ସରକାର ସବୁଆୟୁବର୍ଗଙ୍କ ପାଇଁ ଘୋଷଣା କଲେ ଟିକାକରଣ । ଏ ସମ୍ଭନ୍ଧରେ କୈାଣସି ଆଲୋଚନା ପର୍ଯ୍ୟାଲୋଚନା ନ କରି ସରକାର କରିଦେଲେ ବଡ ଘୋଷଣା ।


ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ନଥିବା କଥା ସରକାର ଜାଣିଥିଲେ ମଧ୍ୟ ଏଭଳି ଘୋଷଣ କରିଥିଲେ । ଏହିଭଳି ନିଷ୍ପତ୍ତି ନେଇ ସରକାର ନିଜ ପାଇଁ ଅସୁବିଧା ସୃଷ୍ଟି କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଭୁଲରୁ ଅନେକ ଶିକ୍ଷା ମିଳିଛି । ଜିନିଷର ଉପଲବ୍ଧତାକୁ ନଜରରେ ରଖିବାକୁ ପଡିବ । ଏହାର ସଠିକ୍ ଉପଯୋଗ କରିବାକୁ ପଡିବ । ଲୋକଙ୍କର ଅଭିଯୋଗ ରହିଛି ଯେ ଟିକା ନେବା ପରେ ବି ସେମାନେ ସଂକ୍ରମିତ ହେଉଛନ୍ତି । ଏଥିପାଇଁ ବି ସର୍ତକ ହେବାକୁ ପଡିବ । ତାସହ ଲୋକଙ୍କୁ ସଚେତନ କରାଇ ସମସ୍ତ ଗାଇଡ୍ ଲାଇନ୍କୁ ପାଳନ କରିବାକୁ ହେବ । ସୂଚନାଯୋଗ୍ୟ, ଦେଶରେ ଏବେସୁଦ୍ଧା ୧୯.୩୨ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ଶୁକ୍ରବାର ହିଁ ୧୩,୮୩,୩୫୮ ଜଣଙ୍କୁ ଭାକସିନର ଡୋଜ୍ ପ୍ରଦାନ କରାଯାଇଥିଲା

ଆସୁଛି ବାତ୍ୟା ‘ୟଶ୍’ ! ଅମଳ ଫସଲକୁ ସାଇତି ରଖିବାକୁ SRCଙ୍କ ପରାମର୍ଶ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆକଳନ ଅନୁସାର ଏହା କାଲି ସୁଦ୍ଧା ଅବପାତର ରୂପ ନେଇ ୨୪ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବ । ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଉତ୍ତର ଓଡ଼ିଶା-ସୁନ୍ଦରବନ ଅଞ୍ଚଳରେ ୨୬ ତାରିଖରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି ।

ବାତ୍ୟା ‘ୟସ’କୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଆଲୋଚନା କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟ ଆଗୁଆ ପଦକ୍ଷେପ ନେଇଛନ୍ତି । ଆଜି ସକାଳ ସୁଦ୍ଧା ସମୁଦ୍ରରେ ଥିବା ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଛନ୍ତି । କୋଷ୍ଟ ଗାର୍ଡ ମଧ୍ୟ ସମାନ ସୂଚନା ଦେଇଛି । କୃଷି ବିଭାଗ ପକ୍ଷରୁ ମଧ୍ୟ ଚାଷୀମାନଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଅମଳ ଫସଲକୁ ସାଇତି ରଖିବାକୁ କୁହାଯାଇଛି ।

Cyclone Yass, SRC Advised Farmer To Save Harvesting Crops

ପବନର ବେଗ ଓ ବର୍ଷା କେତେ ପରିମାଣରେ ହେବ ସଠିକ୍ ସୂଚନା ମିଳିନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ସରପଞ୍ଚ, ୱାର୍ଡ ସଭ୍ୟ, ଏସଚଏଜି ଗ୍ରୁପ୍ ସ୍ଥାନାନ୍ତରଣରେ ସାମିଲ୍ ହେବେ । ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସେବା ଯୋଗାଇବ । ବାତ୍ୟା ସମୟରେ ଅକ୍ସିଜେନ୍ ଯୋଗାଣରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ ସିସିସିରେ ପର୍ଯ୍ୟାପ୍ତ ଅକ୍ସିଜେନ୍ ରଖାଯିବ ।

ସମସ୍ତ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଅତିରିକ୍ତ ଜେନେରେଟର ସହ ପିଇବା ପାଣି ବ୍ୟବସ୍ଥା କରାଯାଉଛି । ଡାକ୍ତରଖାନା ମାନଙ୍କରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଉଛି । ମହିଳା ଓ ଶିଶୁ ବିଭାଗ ପକ୍ଷରୁ ୨ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ମହିଳାଙ୍କୁ ମେଡିକାଲ ନିଆଯିବ । ଶେଷ ମୁହୂର୍ତ୍ତ ଯାଏ ଅପେକ୍ଷା ନକରି ବାତ୍ୟା ସୂଚନା ମିଳିଲେ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି ।

କାଲିଠାରୁ ଅଗ୍ନିଶମ, ଓଡ୍ରାଫ୍, ଏନଡିଆରଏଫ୍ ଟିମ୍ ବିଭିନ୍ନ ଜିଲ୍ଲାକୁ ଯିବେ । ଟେଲିକମ୍ ବିଭାଗ ମଧ୍ୟ ଯୋଜନା କରିଛି । ସମସ୍ତ ଟେଲିକମ୍ ଅପରେଟର ଏକାଠି କାମ କରିବେ ବାତ୍ୟା ସମୟରେ । ଶକ୍ତି ବିଦ୍ୟୁତ୍ ବିଭାଗ ମଧ୍ୟ ଅତିରିକ୍ତ ମାନବ ସମ୍ବଳ ନେଇ ପଦକ୍ଷେପ ନେବେ ।