spot_img
Home Blog Page 5645

ମେଦବହୁଳ ରୋଗୀଙ୍କ ପାଇଁ ଘାତକ ସାଜିଛି କରୋନା, ଫୁସଫୁସ ସଂକ୍ରମଣ ଓ ହାର୍ଟ ଆଟାକ୍ ଆଶଙ୍କା

ମେଦବହୁଳ ରୋଗୀଙ୍କ ପାଇଁ ଘାତକ ସାଜିଛି କରୋନା । ମେଦ ବହୁଳ ରୋଗୀଙ୍କୁ କରୋନାରୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଥିବା ବେଳେ ସେମାନଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ଅଧିକ ଆବଶ୍ୟକ ହେଉଛି । ଯାହାକି ବର୍ତ୍ତମାନ ଉଦବେଗର ବିଷୟ ପାଲଟିଛି ବୋଲି କହିଛନ୍ତି ଡାକ୍ତର ।

ମୋଟା ଲୋକଙ୍କୁ କରୋନା ଘାତକ । ମେଦ ବହୁଳତା ଥିଲେ ସଂକ୍ରମଣ କାଳ । ଫୁସଫୁସ ସଂକ୍ରମଣ ଓ ହାର୍ଟ ଆଟାକ୍ ଆଶଙ୍କା । ଘରେ ରହି ଯୋଗ ଓ ବ୍ୟାୟାମ କରିବାକୁ ପରାମର୍ଶ । ମେଦବହୁଳ ରୋଗୀଙ୍କ ପାଇଁ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି କରୋନା । ସେମାନଙ୍କ ଶରୀରରେ ବଡି ମାସ୍ ଇଣ୍ଡେକ୍ସ ସ୍ୱାଭାବିକ ନଥିବାରୁ ଅକ୍ସିଜେନ ଲେବୁଲ ଠିକ୍ ରହୁନାହିଁ । ଫଳରେ କରୋନା ଆକ୍ରାନ୍ତ ହେଲେ ସେମାନଙ୍କର ଭେଣ୍ଟିଲେଟର ଆବଶ୍ୟକୀୟ ହୋଇପଡୁଛି । ବର୍ଷକ ମଧ୍ୟରେ ମାତ୍ରାଧିକ ଓଜନ ବଢିଥିବା ଲୋକଙ୍କ କ୍ଷେତ୍ରରେ କରୋନା ପଜିଟିଭ ସଂଖ୍ୟା ଅଧିକ ଥିବାବେଳେ ଫୁସଫୁସ ଉପରେ ଅତିରିକ୍ତ ଚାପ ପଡୁଛି । ହୃତପିଣ୍ଡ ସଂକ୍ରମଣ ର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି । ଯେଉଁଥିପାଇଁ କୋଭିଡରୁ ଆରୋଗ୍ୟ ଲାଭ କରିବା ପରେ ମଧ୍ୟ ରୋଗୀଙ୍କର ହାର୍ଟ ଆଟାକରେ ମୃତ୍ୟୁ ଘଟୁଛି ।

ଫ୍ୟାଟ କମାଇବା ପାଇଁ ନିୟମିତ ବ୍ୟାୟାମ ଓ ଯୋଗର ଆବଶ୍ୟକତା ରହିଛି । ଲକଡାଉନରେ ଘରେ ରହି ଦିନକୁ ୨ ଘଣ୍ଟା ଶାରୀରିକ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଯଦି କେହି ପ୍ରଥମ କରୋନା ଲହରରେ ଆକ୍ରାନ୍ତ ହୋଇ ଏବେ ସୁସ୍ଥ ଅଛନ୍ତି ତେବେ ଫିଜିଓଥୋରାପି ମଧ୍ୟ କରିବା ଆବଶ୍ୟକ । ଯୁବବର୍ଗ ଟିକା ନେବା ସହ ନିୟମିତ ବ୍ୟାୟାମ କଲେ ଏହି ଭୟାବହ ମହାମାରୀ କୁ ମାତ୍ ଦିଆଯାଇପାରିବ ।

କରୋନାର ଭୟାବହତା ଦୃଷ୍ଟିରୁ ଡାକ୍ତରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନହୋଇ ଯୁବବର୍ଗ ନିଜ ଫିଟନେସ ମନ୍ତ୍ରକୁ ଗୁରୁତ୍ୱ ଦେବାକୁ ବିଶେଷଜ୍ଞ କହିଛନ୍ତି ।

କୋଭିଡ୍ ଟିକା ପାଇଁ ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କଲା ଓଡ଼ିଶା ରାଜ୍ୟ ଔଷଧ ନିଗମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଓଡ଼ିଶା ରାଜ୍ୟ ଔଷଧ ନିଗମ ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କରିଛି । କୋଭିଡ୍ ଟିକା ପାଇଁ ଇ-ଟେଣ୍ଡର ମେ ୨୦ ତାରିଖ ଅପରାହ୍ଣ ୩ଟାରୁ ଆରମ୍ଭ ହେବ । ଏଥିପାଇଁ https://tendersodisha.gov.in ରେ ଇଚ୍ଛୁକ ସଂସ୍ଥା ଆବେଦନ କରିବେ । ଅନଲାଇନ୍ ବିଡ୍ ପାଇଁ ଶେଷ ତାରିଖ ହେଉଛି ମେ ୨୮ ଦିନ ୧୦ଟା ।

୨୮ ତାରିଖ ଦିନ ୧୧ଟା ୩୦ରେ ଅନଲାଇନ୍ ବିଡ୍ ଖୋଲାଯିବ । ସେହିଦିନ ଅପରାହ୍ଣ ୫ଟାରେ ପ୍ରାଇସ୍ ବିଡ୍ ଖୋଲିବ । ବିଡ୍ ନେଇ ଆବଶ୍ୟକ କାଗଜପତ୍ର ଓଡ଼ିଶା ରାଜ୍ୟ ଔଷଧ ନିଗମ ୱେବସାଇଟରେ ଉପଲବ୍ଧ ରହିଛି । ବିଡର ଇମେଲ୍ ଆଇଡି ଦେଇ ବିଡ୍ ପାଇଁ ପୋର୍ଟାଲ୍ ରେଜିଷ୍ଟ୍ରେସନ୍ କରିବେ । ଏଥିପାଇଁ ଡିଜିଟାଲ୍ ସିଗ୍ନେଚରର ଆବଶ୍ୟକତା ରହିଛି । ଏହାକୁ ଷ୍ଟେଟ ପ୍ରକ୍ୟୁରମେଣ୍ଟ ସେଲ୍ ଭେରିଫାଏ କରିବ ।

ବିଡ୍ ପାଇଁ କମ୍ପାନୀକୁ ପ୍ୟାନ୍ କାର୍ଡ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍, ଜିଏସଟି ସାର୍ଟିଫିକେଟ୍, ଦେବେ । ଏହାକୁ ପ୍ରକ୍ୟୁରମେଣ୍ଟ ସେଲ୍ ଯାଞ୍ଚ ପରେ ଅନୁମତି ଦେଲେ ଅନଲାଇନ୍ ବିଡିଂରେ ସଂସ୍ଥା ଅଂଶଗ୍ରହଣ କରିପାରିବ । ୨ ଡିଗ୍ରୀ ସେଲସିୟସରୁ -୮ ଡିଗ୍ରୀ ସେଲସିୟସ୍ ଟିକା ନେଇ ଓଡ଼ିଶା ବିଡ୍ ଆହ୍ୱାନ କରିଛି । ଓଡ଼ିଶା ସରକାର ମୋଟ ୩ କୋଟି ୮୦ ଲକ୍ଷ ବା ୩୦ ମିଲିୟନ୍ ଟିକା ବିଦେଶରୁ କିଣିବେ ।

ବିଜ୍ଞପ୍ତି ଅନୁସାରେ, ଟେଣ୍ଡର ପାଇଥିବା କମ୍ପାନୀ ଚୁକ୍ତିର ପ୍ରଥମ ୩୦ ଦିନ ମଧ୍ୟରେ ୭୫ ଲକ୍ଷ ଡୋଜ୍ ଟିକା, ୬୦ ଦିନ ମଧ୍ୟରେ ୨ କୋଟି ୨୫ ଲକ୍ଷ ଡୋଜ୍ ଟିକା, ୯୦ ଦିନ ମଧ୍ୟରେ ୩ କୋଟି ୭୫ ଲକ୍ଷ ଟିକା ଏବଂ ୧୨୦ ଦିନ ମଧ୍ୟରେ ୩ କୋଟି ୮୦ ଲକ୍ଷ ଟିକା ଯୋଗାଣ କରିବ । ୪ଟି ପର୍ଯ୍ୟାୟରେ ଟିକା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ଅଲଗା ଅଲଗା ପର୍ଚେଜ୍ ଅର୍ଡର ଦେବ ।

ଟିକା ରିସିପ୍ଟର ୨ ଦିନ ମଧ୍ୟରେ ଭାରତୀୟ ମୁଦ୍ରାରେ ସମସ୍ତ ପେମେଣ୍ଟ କରାଯିବ । ସମସ୍ତ ପର୍ଚେଜ୍ ଅର୍ଡର ଲାଗି ସରକାର ୩୦ ପ୍ରତିଶତ ଅର୍ଥ ଆଗୁଆ ଦେବେ । ଡିସିଜିଆଇ ଅନୁମତି ଦେଇଥିବା ଟିକା ସରକାର ଆମଦାନୀ କରିବେ ।

ବ୍ଲାକ୍‌ ଫଙ୍ଗସ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାର ନୀରିକ୍ଷଣ ପାଇଁ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର: ରାଜ୍ୟରେ ବ୍ଲାକ୍‌ ଫଙ୍ଗସ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାର ନୀରିକ୍ଷଣ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କଲା ସ୍ୱାସ୍ଥ୍ୟ ବିଭାଗ । ଏଥିସହ ସ୍ବତନ୍ତ୍ର ଗାଇଡଲାଇନ ଆଧାରରେ ରୋଗୀଙ୍କୁ ଫଙ୍ଗସ୍ ହୋଇଛି କି ନାହିଁ ଆଗୁଆ ଲକ୍ଷଣ ଚିହ୍ନଟ କରିବା ସହ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ । ସରକାରୀ ମେଡିକାଲ କଲେଜକୁ ମଧ୍ୟ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି ।

7 Members Doctor Team For Mucormycosis

ଏନେଇ ୭ଜଣିଆ କମିଟି ଗଠନ କରିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ । ଡାକ୍ତର ନିରୂପମା ଚୟନି କମିଟିର ଅଧ୍ୟକ୍ଷ ଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କମିଟିର ଆବାହକ ଅଛନ୍ତି । ଏଥିସହ ଡାକ୍ତର ଜୟନ୍ତ କୁମାର ପଣ୍ଡା, ଡାକ୍ତର ଶୁଭବ୍ରତ ପରିଡ଼ା, ଡାକ୍ତର ସୁବ୍ରତ ବେହେରା ଓ ଡାକ୍ତର ପ୍ରସନଜିତ ମହାନ୍ତି, ଡାକ୍ତର ଜ୍ୟୋତି ପଟ୍ଟନାୟକ କମିଟିର ସଦସ୍ୟ ଅଛନ୍ତି ।

ରାସ୍ତାରୁ କଏନ୍ ଭର୍ତ୍ତି ଦୁଇ ବସ୍ତା ଟଙ୍କା ପାଇଲେ ଆମ୍ବୁଲାନ୍ସ ଡ୍ରାଇଭର

ଜଳେଶ୍ୱର: ରାସ୍ତା କଡ଼ରୁ ମିଳିଲା କଏନ୍ ଭର୍ତ୍ତି ବସ୍ତା । ଏମିତି ୨ଟି କଏନ୍ ବସ୍ତାକୁ ପାଇ ପୋଲିସକୁ ଦେଇଛନ୍ତି ୧୦୮ ଡ୍ରାଇଭର । ବାଲେଶ୍ଵର ଜିଲ୍ଲା ହଳଦୀ ପଦା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ କିଛି ବସ୍ତା ପଡ଼ିଥିବା ଦେଖିଥିଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ବିମଳ ଦାସ ।

Ambulance Driver Found Two Coin Bag From Road In Jaleswar

ସେଥିରେ ୪୦ କିଲୋ ଓଜନର ୨ଟଙ୍କିଆ କଏନ ଥିଲା । ଡ୍ରାଇଭର ଜଣଙ୍କ ଫାର୍ମାସିଷ୍ଟ ବାପି ମହାନ୍ତଙ୍କ ସହ ମିଶି ଦୁଇ ବସ୍ତା ଟଙ୍କାକୁ ଜଳେଶ୍ୱର ଥାନାରେ ଜିମା ଦେଇଛନ୍ତି । ତେବେ ଏତେ ପରିମାଣର ଖୁଚୁରା ଟଙ୍କା ଜାତୀୟ ରାଜପଥ ଉପରେ କେଉଁଠୁ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ଜଳେଶ୍ୱର ପୋଲିସ ଅଧିକ ତଦନ୍ତ କରୁଛି । ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଏଭଳି କାର୍ଯ୍ୟକୁ ଲୋକେ ସ୍ୱାଗତ କରିଛନ୍ତି ।

ରାଜ୍ୟରେ ପ୍ରଥମ, ଘରେ ବସି ଲୋକେ ମୋବାଇଲରେ ପାଇପାରିବେ RT-PCR ରିପୋର୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ସଂକ୍ରମଣ ରୋକିବାକୁ ସରକାର ଓ ଜିଲ୍ଲା ପ୍ରଶାସନ ଗୋଟିଏ ପରେ ଗୋଟିଏ ପଦେକ୍ଷପ ନେଉଛନ୍ତି । ଏହି କ୍ରମରେ ଆଜି ରାଜ୍ୟରେ ପ୍ରଥମ କରି ଏକ ୱେବସାଇଟ୍ ମାଧ୍ୟମରେ ଘରେ ବସି ଲୋକେ କରୋନାର ଆରଟି-ପିସିଆର ରିପୋର୍ଟ ପାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ପ୍ରଦାନ କରିଛି ।

କୋଭିଡ୍ ପାଇଁ ଆରଟିପିସିଆର ଦେଇଥିବା ବ୍ୟକ୍ତିମାନେ dmfkeonjhar.in/covidresult.aspx ରେ ମୋବାଇଲ ନମ୍ବର ଏସିଆରଏଫ ଆଇଡିକୁ ଦେଇ କ୍ଲିକ୍ କଲେ ସେମାନଙ୍କର ଆରଟିପିସିଆର ପରୀକ୍ଷାଫଳ ଜାଣିପାରିବେ । ଏନେଇ ଜିଲ୍ଲା ପ୍ରଶାସନ ଟ୍ଵିଟ୍ ଯୋଗେ ସୂଚନା ପ୍ରଦାନ କରିଛି ।

ୱେବସାଇଟି ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାବେଳେ ମେ ୧୧ ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆରଟିପିସିଆର ଟେଷ୍ଟ ପାଇଁ ଦେଇଛନ୍ତି ସେମାନେ ଏହି ୱେବସାଇଟ୍ ମାଧ୍ୟମରେ ଘରେ ବସି ରିପୋର୍ଟ ପାଇପାରିବେ । ଏଭଳି ବ୍ୟବସ୍ଥା ରାଜ୍ୟରେ ପ୍ରଥମ ହୋଇଥିବାବେଳେ ଜନସଧାରଣ ଏହାର ସୁଫଳ ପାଇପାରିବେ ବୋଲି ଆଶା କରାଯାଉଛି ।

ପିଏମ୍ କିଷାନରେ ଓଡ଼ିଶା ଚାଷୀଙ୍କୁ ସହାୟତା ନଗଣ୍ୟ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସହାୟତା ରାଶି ପ୍ରଦାନ କରିଛନ୍ତି ।  ଦେଶର ୯କୋଟି ୫୦ ଲକ୍ଷ ୬୭ ହଜାର ୬୦୧ ଜଣ ଚାଷୀଙ୍କୁ ମୋଟ ୨୦ହଜାର ୬୬୭ କୋଟି ୭୫ ଲକ୍ଷ ୬୬ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ଓଡ଼ିଶାର ଭାଗ ଅତ୍ୟନ୍ତ ନଗଣ୍ୟ ଥିବା ବେଳେ ଦେଶର କୌଣସି ଭାଗଚାଷୀ କିମ୍ବା ଭୂମିହୀନ ଚାଷୀ ଏହି ଯୋଜନାରୁ ଲାଭ ପାଉନାହାଁନ୍ତି ।

କେବଳ ବଡ଼ ବଡ଼ ଜମି ମାଲିକମାନେ ହିଁ ଏହି ଯୋଜନାରୁ ଲାଭବାନ ହେଉଛନ୍ତି । କିନ୍ତୁ ରାଜ୍ୟର ସବୁ ବର୍ଗର ଚାଷୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ୨୦୧୯ରେ କାଳିଆ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ କରାଯାଇଛି । ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ୪୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି ।

ବିଜେଡିର ସାଂଗନଠନିକ ସମ୍ପାଦକ ପ୍ରଣବ ପକାଶ ଦାସ ଟ୍ୱିଟ୍ କରି ଓଡ଼ିଶାର କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । କାଳିଆ ଭଳି ପିଏମ୍ କିଷାନ ଯୋଜନାରେ ମଧ୍ୟ ଭୂମିହୀନ ଗରିବ ପରିବାରକୁ ସାମିଲ୍ କଲେ ସମସ୍ତ ଉପକୃତ ହେବେ ବୋଲି ଲେଖିଛନ୍ତି ପ୍ରଣବ ।

୨୧ ଦିନର ଚିକିତ୍ସା ପରେ କରୋନାକୁ ହରାଇଲା ମାସକର ଛୁଆ

ଭୁବନେଶ୍ୱର: କରୋନାକୁ ହରାଇଲା ମାସକର ଶିଶୁ ଗୁଡ଼ିଆ । ଜନ୍ମର ଦୁଇ ସପ୍ତାହ ମଧ୍ୟରେ ଗୁଡ଼ିଆ କରୋନା ସଂକ୍ରମିତ ହୋଇଥିଲା । ସଂକ୍ରମିତ ହେବା ପରେ ଶିଶୁକୁ କଳାହାଣ୍ଡିରୁ ଭୁବେନଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏକ ଘରୋଇ ହସ୍ପିଟାଲରେ ନବଜାତକକୁ ଭର୍ତ୍ତି କରାଯିବା ପରେ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା । ପ୍ରଥମେ ୧୦ ଦିନ ଶିଶୁଟିକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏପରିକି ଶିଶୁଟିକୁ ରେମଡିସିଭିର, ଷ୍ଟେରଏଡ ଓ ବିଭିନ୍ନ ଆଣ୍ଟିବାୟୋଟିକ ଦିଆଯାଇ ଚିକିତ୍ସା କରାଯାଇଥିଲା ।

One Months Child Defeated Covid19 In Odisha Kalahandi

ଡାକ୍ତରଖାନାରେ ୩ ସପ୍ତାହ ଧରି ଚିକିତ୍ସିତ ହେବା ପରେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛି । ଏବେ ତାକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଶିଶୁର ପରିବାରର ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ନବଜାତକର ଅବସ୍ଥା ଗୁରୁତର ହେବାରୁ ତାକୁ କଳାହାଣ୍ଡିରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

https://youtu.be/o5vcDEexays

କୋଭିସିଲ୍ଡ ପ୍ରଥମ ଡୋଜର ୮୪ ଦିନ ପରେ ନେବେ ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ଆଜି ମଧ୍ୟରାତ୍ରରୁ ଲାଗୁ ହେବ କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜର ନୂଆ ଅବଧି ନିୟମ । ଏଣିକି ୬ସପ୍ତାହ ପରିବର୍ତ୍ତେ ୧୨ ସପ୍ତାହ ପରେ ମିଳିବ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ । ଏନେଇ ସବୁ ଜିଲ୍ଲାପାଳ ଓ  ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

୬ ସପ୍ତାହ ପରିବର୍ତ୍ତେ ୧୨ସପ୍ତାହ ପରେ ମିଳିବ ଦ୍ୱିତୀୟ ଡୋଜ୍ । ୮୪ ଦିନରୁ କମ୍ ହେଲେ ଟିକା ନଦେବାକୁ ପରାମର୍ଶ ଦିଆଯାଇଛି । ଏନେଇ କୋୱିନ୍ ପୋର୍ଟାଲରେ ଆଜି ରାତିରେ ପରିବର୍ତ୍ତନ କରାଯିବ । ପୂର୍ବରୁ ଦ୍ୱିତୀୟ ଡୋଜ୍ ଟିକା ପାଇଁ କୋ-ୱିନରେ ସ୍ଲଟ ବୁକିଂ କରିଥିଲେ ପୁଣି ଥରେ ନିର୍ଦ୍ଧାରିତ ଦିନ ପରେ ବୁକିଂ ପାଇଁ ପରାମର୍ଶ ଦିଆଯାଇଛି ।

କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ଅବଧି ବଢ଼ିଛି । ଫଳରେ ପ୍ରଥମ ଡୋଜ୍ ଉପରେ ଗୁରୁତ୍ୱ ଦିଆଯିବ । ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଙ୍କ ସହ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବାକୁ ପ୍ରାଥମିକତା ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୯ ହଜାର ୩୨୯ ଜଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ଦ୍ୱିତୀୟ ଥର ପାଇଁ ୧୨ ହଜାର ଉପରେ ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାକୁ ହରାଇଛନ୍ତି ୯ ହଜାର ୩୨୯ ଜଣ । ଏଥିସହ ରାଜ୍ୟରେ କରୋନାରୁ ମୋଟ ୪ ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ଭଳି ସୁସ୍ଥତାରେ ସବୁଠୁ ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା ।

ଖୋର୍ଦ୍ଧାରୁ ସର୍ବାଧିକ ୧୨୧୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୩୬, କଟକରୁ ୭୮୦, ବରଗଡ଼ରୁ ୪୮୭, ସମ୍ବଲପୁରରୁ ୪୭୦, ନୂଆପଡ଼ାରୁ ୪୩୪, କଳାହାଣ୍ଡିରୁ ୪୧୦, ଅନୁଗୁଳ ଓ ଝାରସୁଗୁଡ଼ାରୁ ୩୮୪ ଜଣ ଲେଖାଏଁ, ପୁରୀରୁ ୩୧୯, ବଲାଙ୍ଗିରରୁ ୩୧୩, ନବରଙ୍ଗପୁରରୁ ୩୧୨, ମୟୂରଭଞ୍ଜରୁ ୨୮୮, ଗଞ୍ଜାମରୁ ୨୬୧, ନୟାଗଡ଼ରୁ ୨୦୬, ବୌଦ୍ଧରୁ ୨୦୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିଭଳି ରାୟଗଡ଼ାରୁ ୧୯୯, କେନ୍ଦ୍ରାପଡ଼ାରୁ ୧୯୦, ବାଲେଶ୍ୱରରୁ ୧୫୧, ଜଗତସିଂହପୁରରୁ ୧୪୭, ସୋନପୁରରୁ ୧୨୩, ଗଜପତିରୁ ୧୧୬, କେନ୍ଦୁଝରରୁ ୧୧୩, ଢେଙ୍କାନାଳରୁ ୯୦, କୋରାପୁଟ ଓ ମାଲକାନଗିରିରୁ ୭୨ ଜଣ ଲେଖାଏଁ, ଯାଜପୁରରୁ ୭୧, କନ୍ଧମାଳରୁ ୫୩, ଭଦ୍ରକରୁ ୫୨, ଦେବଗଡ଼ରୁ ୩୩ ଏବଂ ଷ୍ଟେଟ ପୁଲରୁ ୨୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗଞ୍ଜାମର ଗୋଟିଏ ଗାଁରୁ ୨୪ କରୋନା ଆକ୍ରାନ୍ତ ଚିହ୍ନଟ

ଦିଗପହଣ୍ଡି: ରାଜ୍ୟରେ ବଢ଼ୁଛି ସଂକ୍ରମଣ । ଗୋଟିଏ ଗାଁରୁ ଚିହ୍ନଟ ହେଲେ ଏକାଧିକ କରୋନା ଆକ୍ରାନ୍ତ । କରୋନାର ପ୍ରକୋପ ଜାରି ରହିଥିବା ବେଳେ ଗଞ୍ଜାମର ଗୋଟିଏ ଗାଁରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ବେଲଗଡ଼ ଗାଁରୁ ଗୋଟିଏ ଦିନରେ ୨୪ ଜଣଙ୍କ ନମୁନା କରୋନା ପଜିଟିଭ୍ ଆସିଛି ।

 24 Covid Positive Case In A Day From One Village Of Ganjam

ଏନେଇ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ ସୂଚନା ଦେଇଛନ୍ତି । କୋଭିଡ୍ ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି । ୫ ଜଣଙ୍କ ବୟସ ୧୪ ବର୍ଷରୁ କମ୍ ଥିବା ଜଣାପଡ଼ିଛି । ଗଜପତି ସୀମାନ୍ତ ତପ୍ତପାଣି ନିକଟ ଟି.ଗୋବିନ୍ଦପୁରରୁ ଚିହ୍ନଟ ୨୪ ଆକ୍ରାନ୍ତଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ । ସମସ୍ତେ ହୋମ୍ ଆଇସୋଲେସନରେ ଅଛନ୍ତି । ସମ୍ପୂର୍ଣ୍ଣ ଗାଁକୁ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ସାନିଟାଇଜ୍ କରିଛି ।

 24 Covid Positive Case In A Day From One Village Of Ganjam

କରୋନାର ଦ୍ୱିତୀୟ ଲହରରେ ସାନଖେମୁଣ୍ଡି ବ୍ଲକରେ ମୋଟ ୧୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଅନ୍ୟମାନଙ୍କ ଚିକିତ୍ସା ଚାଲିଛି ।