spot_img
Home Blog Page 5646

ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଚମ୍ପଟ୍ ମାରିଲା ନବବଧୂ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବାସର ରାତିରେ ନବବଧୂ ଫେରାର । ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ । ରିଲରେ ନୁହେଁ ରିୟଲରେ ଏଭଳି ଘଟଣା ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି । ଖଣ୍ଡଗିରି ଥାନାରେ ଅଭିଯୋଗ ଅନୁସାରେ ଡୁମୁଡୁମା ରଘୁନାଥ ନଗରରେ ଜଣେ ୨୩ ବର୍ଷର ଯୁବକ ଫୁଲେଶ୍ବରୀବସ୍ତିର ଜଣେ ୨ ୨ବର୍ଷୀୟା ଯୁବତୀଙ୍କୁ ଗତ ୭ ତାରିଖରେ ବିବାହ କରିଥିଲେ ।

ଗତ ୧୦ ତାରିଖ ରାତିରେ ନବବଧୂଙ୍କ ଚତୁର୍ଥୀ ଆୟୋଜନ ହୋଇଥିଲା । ଏତିକିବେଳେ ମୁଣ୍ଡ ବୁଲାଇବାର ଅଭିନୟ କରିଥିଲେ ବୋହୂ । ଏକାକୀ ରହିବାକୁ କହି କବାଟ ବନ୍ଦ କରି ଝରକା ଭାଙ୍ଗି ଚମ୍ପଟ୍ ମାରିଥିଲେ ।  ସକାଳୁ ଘର ଲୋକ କବାଟ ବାଡ଼େଇବା ପରେ ମଧ୍ୟ କବାଟ ଖୋଲି ନଥିଲେ ନବ ବଧୂ । କବାଟ ଭାଙ୍ଗିବା ପରେ ସମ୍ପୃକ୍ତ ନବବଧୂ ୩ ଭରି ସୁନାଗହଣା ଓ ୩୫ ହଜାର ବନ୍ଦାଣ ଟଙ୍କା ନେଇ ଘରୁ ଚମ୍ପଟ ମାରିଥିବା ଜଣାପଡ଼ିଥିଲା । ବୋହୂକୁ ଖୋଜାଖୋଜି କରି ନ ପାଇବା ପରେ ୧୧ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ନବବଧୂ ଜଣକ ଯୁକ୍ତଦୁଇରେ ପଢୁଥିଲେ । କଲେଜ ପଢୁଆ ଝିଅ ହୋଇଥିବାରୁ ତାଙ୍କର କାହା ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରାଯାଉଥିଲା । ପରେ ଶ୍ବଶୂର ଘର ଲୋକେ ଛାନଭିନ୍ କରିବାରୁ ସେ ତାଙ୍କ ପ୍ରେମିକ ସହ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘରଲୋକେ ବିବାହ ପାଇଁ ରାଜି ନଥିବାରୁ ଉଭୟ ଫେରାର ହୋଇଥିବା ସନ୍ଧେହ କରାଯାଉଛି। । ଏହି ସମସ୍ତ ତଥ୍ୟ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ଉଭୟ ପରିବାର ପକ୍ଷରୁ ପତିକ୍ରିୟା ମିଳି ପାରିନି ।

ଗଭୀର ଅବପାତର ରୂପ ନେଲା ବାତ୍ୟା, ୧୮ ସକାଳେ ଗୁଜରାଟ ଉପକୂଳ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ: ଆରବ ସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଲାକ୍ଷାଦ୍ୱୀପରୁ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଘଣ୍ଟା ପ୍ରତି ୧୯ କିମି ବେଗରେ ଗତ ୬ ଘଣ୍ଟା ହେଲା ଗତି କରୁଛି । ଏହା ଲାକ୍ଷାଦ୍ୱୀପ ଓ ତତସଂଲଗ୍ନ ଦକ୍ଷିଣପୂର୍ବ ଏବଂ ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଅମିନି ଡିବି ଠାରୁ ଉତ୍ତରପଶ୍ଚିମରେ ୫୦ କିମି ଦୂରରେ ରହିଛି । କନ୍ନୁରରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ ୩୧୦ କିମି, ଗୁଜରାଟର ଭେରାଭାଲ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୦୬୦ କିମି ଦୂରରେ ରହିଛି ।

Pre Cyclone Watch For South Gujarat & Diu Coasts

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଶକ୍ତିଶାଳୀ ହେବ । ଏହା ଉତ୍ତକ-ଉତ୍ତରପଶ୍ଚିମକୁ ଗତି କରି ମେ ୧୮ ସକାଳେ ଗୁଜରାଟ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପ୍ରଭାବରେ ଲାକ୍ଷାଦ୍ୱୀପରେ ୧୫ ଓ ୧୬ ତାରିଖରେ ପ୍ରବଳ ବର୍ଷା ହେବ । କେରଳରେ ୧୪ରୁ ବର୍ଷା ଆରମ୍ଭ ହୋଇ ୧୬ ଓ ୧୭ରେ ପ୍ରବଳ ବର୍ଷିବ । ଉପକୂଳ କର୍ଣ୍ଣାଟକ ଓ ଲାଗି ରହିଥିବା ଜିଲ୍ଲାରେ ୧୫ ଓ ୧୬ ତାରିଖ ପ୍ରବଳ ବର୍ଷା ଆଶଙ୍କା ରହିଛି । କୋଙ୍କଣ ଓ ଗୋଆରେ ୧୫ ଓ ୧୬ରେ ପ୍ରବଳ ବର୍ଷା ହେବ । ଗୁଜରାଟ ଉପକୂଳ ଜିଲ୍ଲା ଓ ସୌରାଷ୍ଟ୍ରରେ ୧୬ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇ ୧୮ ତାରିଖ ଯାଏ ଜାରି ରହିବ । ୧୭ ଓ ୧୮ରେ ଦକ୍ଷିଣପଶ୍ଚିମ ରାଜସ୍ଥାନର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବ ।

Pre Cyclone Watch For South Gujarat & Diu Coasts

ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ । ୧୮ ସକାଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିବା ନେଇ ଆକଳନ କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

‘କାଳିଆ’ ଯୋଜନା ଚାଷୀଙ୍କ ମୁହଁରେ ହସ ଆଣିଛି, ଋଣ ଭାର ଲାଘବ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଅଷୟତୃତୀୟା । ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦର ଦିନ । ଚାଷ କାମର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇଭଉଣୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି । ଏଥିସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଥିଲେ । ରାଜ୍ୟର ଛୋଟ ଚାଷୀ, ନାମ ମାତ୍ର ଚାଷୀ ,ଓ ଭୂମିହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

CM Naveen Distributed 920 Core Financial Assistance To Farmer Under Kalia Scheme

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ । ଏହି ଯୋଜନା ଚାଷୀ ମୁହଁରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି । ଚାଷୀଙ୍କ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ  ଚାଷୀଙ୍କ ତ୍ଯାଗର ତୁଳନା ନାହିଁ । ଗତବର୍ଷ କୋଭିଡ଼ ସମୟରେ ଚାଷୀ ହିଁ ଅର୍ଥନୀତିକୁ ସଞ୍ଜିବନୀ ପରି ଶକ୍ତି ଦେଇଥିଲା । ତେଣୁ ଚାଷୀର ତ୍ଯାଗର ମୂଲ୍ୟ କେହି ଦେଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୋ ରାଜ୍ୟର ଚାଷୀ, ଭଲରେ ରହୁ । ତା’ର ରୋଜଗାର ବଢୁ, ତା’ ପରିବାରରେ ସମୃଦ୍ଧି ଆସୁ ।ଏଥିପାଇଁ ମୁଁ କାମ କରୁଛି ଓ କରି ଚାଲିବି ।’

କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ଆମେ କୋଭିଡ୍ ସଂକ୍ରମଣର ଦ୍ଵିତୀୟ ଲହରର ସାମନା କରୁଛେ । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକଡାଉନ ଚାଲିଛି । କିନ୍ତୁ କୃଷି ଷେତ୍ର ପାଇଁ  କୌଣସି ଲକଡାଉନ ନାହିଁ । ତେଣୁ ଚାଷୀ ଭାଇମାନେ କୋଭିଡ୍ ନିୟମ ମାନି ଚାଷ କାମ ଜାରି ରଖିବା  ସହିତ ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନାର ସୁଯୋଗ ନେବା ପାଇଁ ସେ ଆହ୍ଵାନ ଜଣାଇଛନ୍ତି । ଶେଷରେ ଚଳିତ ବର୍ଷ ପାଇଁ ଭଲ ପାଗ, ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରଙ୍କ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସମସ୍ତଙ୍କୁ ପୁଣି ଥରେ ନିବେଦନ କରିଥିଲେ ।

CM Naveen Distributed 920 Core Financial Assistance To Farmer Under Kalia Scheme

ସୂଚନାଯୋଗ୍ୟ ଯେ, କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନାରେ ଲକ୍ଷ ଲକ୍ଷ ଛୋଟ ଚାଷୀ, ନାମ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ଉପକାର ପାଉଛନ୍ତି । କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣବା ବେଳ ଭୂମିହୀନ ଚାଷୀ ଛେଳି କୁକୁଡ଼ା ବତକ ପାଳନ ଆଦିରେ ବିନିଯୋଗ କରି ତା ପରିବାରର ରୋଜଗାର ବଢାଇଥାଏ ।

CM Naveen Distributed 920 Core Financial Assistance To Farmer Under Kalia Scheme

ଏହି କାର୍ଯ୍ୟକ୍ରମ ରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ,କାଳିଆ ଯୋଜନା କିପରି କୋଭିଡ୍ ସମୟରେ ଚାଷୀ ପରିବାର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିଛି ତା’ ଉପରେ ଆଲୋକପାତ କରିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟର ମୁଖ୍ୟ ପରାମର୍ଶ ଦାତା ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

କଟକଣା ଉଲ୍ଲଂଘନ କରି ହଜାରେ ଲୋକଙ୍କ ପାଇଁ ହୋଇଥିଲା ବାହାଘର ଭୋଜି

ଦିଗପହଣ୍ଡି: ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାର ଜାରି କରିଛନ୍ତି କଡ଼ା ନିୟମ । ସର୍ବାଧିକ ୫୦ ଲୋକଙ୍କୁ ନେଇ ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ କାର୍ଯ୍ୟ ହୋଇପାରିବ । ତଥାପି ନିୟମକୁ ମାନୁନାହାଁନ୍ତି ଲୋକ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଓସ୍ତା ଜଗନ୍ନାଥପୁର ଗାଁରେ ବିବାହ ଭୋଜି ବେଳେ ପ୍ରଶାସନ ରେଡ୍ କରିଛି ।  କୋଭିଡ୍ କଟକଣାକୁ ଉଲ୍ଲଂଗନ ଗାଁର ଶିବରାମ ପ୍ରଧାନଙ୍କ ବାହାଘର ଚାଲିଥିଲା । ହଜାରେରୁ ଅଧିକ ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ଭୋଜିଭାତ ।

Seized Marriage Party Food Distributed Among Villagers In Ganjam

ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ଏବଂ ପାଟପୁର ଥାନା ପୋଲିସ୍ ରେଡ୍ କରି ପାଳଗଦାରେ ଲୁଚାଇ ରଖା ଯାଇଥିବା ଭୋଜିଭାତକୁ ଜବତ କରିଛି । ଏଥିସହ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଜବତ ଖାଦ୍ୟକୁ ନଷ୍ଟ ନକରି ଏକ ଟ୍ରାକ୍ଟରରେ ଭୋଜିକୁ ଗାଁ ଗାଁ ବୁଲି ବୁଲି ବାଣ୍ଟି ଦିଆଯାଇଛି । ଶିବରାମ ବାହାଘରରେ ୫୦ ଜଣଙ୍କ ପାଇଁ ଅନୁମତି ନେଇ ହଜାରେରୁ ଅଧିକ ଲୋକଙ୍କ ପାଇଁ ଭୋଜି ଆୟୋଜନ କରିଥିଲେ ।

ଦିନେ ଅକ୍ସିଜେନ ମାସ୍କ ପିନ୍ଧି ଗୀତ ଗାଇ ଝୁମୁଥିଲେ ଆଉ ଆଜି ଦୁନିଆରେ ହିଁ ନାହାନ୍ତି .

କରୋନା ମଚାଇଛି ସବୁଠି ପ୍ରଳୟ । ପ୍ରତ୍ୟେକ ଦିନ ଲକ୍ଷାଧିକ ରୋଗୀ କରୋନା ସହ କରୁଛନ୍ତି ସଂଘର୍ଷ । ସତେ ଯେମିତି ବଂଚିବା ପାଇଁ ପ୍ରତ୍ୟେକ ମୂହୂର୍ତ୍ତରେ ପରୀକ୍ଷା ଦେବାକୁ ପଡୁଛି । ଆଉ ଏହି ପରୀକ୍ଷାରେ କିଏ ପାଶ୍ କରିଯାଉଛି ତ ପୁଣି କିଏ ଫେଲ୍ ହେଇଯାଉଛି । ଏହିଭଳି ଅନେକ ହୃଦୟବିଦାରକ କାହାଣୀ ଆମେ ସବୁଦିନ ଦେଖିବାକୁ ପାଉଛୁ । କିନ୍ତୁ ଗତ ସପ୍ତାହରେ ଜଣେ ୩୦ବର୍ଷିୟ ଝିଅ ସାରା ଦୁନିଆକୁ ଜୀବନ ମରଣର ପ୍ରକୃତ ଅର୍ଥ ବୁଝାଇଥିଲେ । ସୋସିଆଲ ମିଡିଆରେ ଏହି ଝିଅଟିର ଭିଡିଓ ଖୁବ୍ ଭାଇରାଲ ହେଉଥିଲା ।

କରୋନା ରୋଗୀମାନଙ୍କୁ ସତେ ଯେମିତି ସଂଞୀବନୀ ମିଳିଯାଇଥିଲା ଏହି ଭିଡିଓ ମାଧ୍ୟମରୁ ।  ଝିଅଟି ମୁହଁରେ ଅକ୍ସିଜେନ ମାସ୍କ ଲଗାଇ ବି କିଭଳି ଗୀତରେ ଝୁମୁଛି । ଲଭ୍ ୟୁ ଜିନ୍ଦେଗୀର ଗୀତକୁ ଗୁଣ ଗୁଣ ହେଇ ସେ ଭୁଲିଯାଇଛି ତାର ଅସୁସ୍ଥତାର କଥା । ମଉଳିଯାଉଥିବା ଜୀବନକୁ ବି ସେ ମନଭରୀ ଉପଭୋଗ କରିବାକୁ ଚାହୁଁଛି । ହେଲେ ଜୀବନର ଶେଷ ମହୂର୍ତ୍ତ ପର୍ଯ୍ୟନ୍ତ ବି ସେ ସାହସିକତାର ସହ କରୋନାକୁ ହରାଇବାକୁ ଚେଷ୍ଟା ଚଲାଇଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ଯେ ଦିଲ୍ଲୀର ହସ୍ପିଟାଲରେ ୧୩ତାରିଖ ଦିନ ଝିଅଟି ତାର ଶେଷ ନିଶ୍ୱାସ ତ୍ୟାଗ କରିଛି । ପୂର୍ବ ସପ୍ତାହରେ ହିଁ ଏହି ଝିଅଟିର ଗୀତ ଶୁଣି ଝୁମୁଥିବାର ଭିଡିଓକୁ ଡାକ୍ତର ମୋନିକା ଲାଙ୍ଗହେ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ସେଥିରେ ସେ ଏହି ଝିଅଟିର ଗୁରୁତର ଅବସ୍ଥା କଥା ଲେଖିବା ସହ ଜଟିଳ ପରିସ୍ଥିତିରେ ଝିଅଟିର ସାହସ ଇଚ୍ଚାଶକ୍ତି ବିଷୟରେ ଲେଖିଥିଲେ ।

ଅନେକ ୟୁଜରସ୍ ତାଙ୍କର ଏହି ପୋଷ୍ଟକୁ ଦେଖି ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । କାହିଁକି ନା କରୋନାରେ ନିଜ ଲୋକଙ୍କୁ ହରାଉଥିବା ବ୍ୟକ୍ତିମାନଙ୍କୁ ଏହି ଝିଅଟିର ଭିଡିଓ ସାହାସ ଦେଉଥିଲା । କିନ୍ତୁ ବର୍ତ୍ତମାନ ଜୀବନକୁ ଭଲଭାବରେ ଜିଇଁନଥିବା ଝିଅଟି ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଗଲା । ଝିଅଟିର ମୃତ୍ୟୁର ଖବର ଡାକ୍ତର ମୋନିକା ଲାଙ୍ଗହେ ଟୁଇଟ କରି ଜଣାଇଥିଲେ । ମୋନିକାଙ୍କର ଟୁଇଟ ଦେଖି ବଲିଉଡ କଳାକାର ସନୁସୁଦ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ ।

ସନୁସୁଦ ନିଜ ଟୁଇଟରରେ ପୋଷ୍ଟ କରି ଲେଖିଛନ୍ତି – ଏହା ଶୁଣି ଖୁବ୍ ଦୁଃଖ ଲାଗିଲା । ମୁଁ କେବେ ଭାବିନଥିଲି ସେ ନିଜ ପରିବାରକୁ ଆଉ କେବେ ବି ଦେଖିପାରିବନି । ଏଇ ଜୀବନ ବହୁତ ହିଁ ଅନ୍ୟାୟ କରୁଛି । କେତେ ଯେ ଜୀବନ ବଂଚିବା ପାଇଁ ଚାହୁଁଥିଲା ହେଲେ ସେ ସବୁକିଛି ଛଡେଇ ନେଉଛି । ଆମେ କେବେ ଏହିଭଳି ସ୍ଥିତିରୁ ମୁକ୍ତି ପାଇବା ଜଣାନାହିଁ । କେବଳ ସନୁସୁଦ ନୁହନ୍ତି ଆହୁରୀ ଅନେକ ୟୁଜରସ୍ ଝିଅଟିର ମୃତ୍ୟୁ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ଏହିଭଳି ଖବର ଶୁଣି ଅନୁଭବ ହେଉଛି । ସତରେ ଜୀବନ ପାଣି ଫଟୋକା ଠୁ ବି ଆହୁରୀ କମ୍ ଓ କ୍ଷଣସ୍ଥାୟୀ ।

ଜେଲରେ କଏଦୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ, ଗୁଳି ମାରି ୨ ଜଣଙ୍କୁ ହତ୍ୟା କଲା ଗ୍ୟାଙ୍ଗଷ୍ଟର ଅଂଶୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ‘ଅପରାଧୀଙ୍କ ପ୍ରଦେଶ’ । କେତେବେଳେ ଗଣଦୁଷ୍କର୍ମ ତ ଆଉ କେବେ ବିଚ୍ ରାସ୍ତାରେ ହତ୍ୟା । ଯୋଗୀରାଜରେ ଉତ୍ତରପ୍ରଦେଶର ଏଭଳି ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି । ଉନ୍ନାଓରୁ ହାଥରସ୍ ସବୁଠି ଯୋଗୀ ସରକାର ବିଫଳ ହୋଇଥିବା ବେଳେ ଏବେ ଜେଲ୍ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ବଡ଼ ପ୍ରଶ୍ନ । ଅପରାଧ ରୋକିବାକୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଜେଲରେ ରଖୁଛି । ଆଉ ସେହି ଜେଲରେ ହିଁ ଘଟିଛି ବଡ଼ ଅପରାଧ ।

Gangwar In Up Chirtakoot Jail, Mukim Kala Shot Dead By Anshu Dikshit

ଜେଲରେ ଗ୍ୟାଙ୍ଗୱାର ହୋଇ ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମୃତ୍ୟୁ ହୋଇଛି । ୟୁପିର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅଂଶୁ ଦୀକ୍ଷିତ ଜେଲ୍ ଭିତରେ ୨ ଜଣଙ୍କୁ ପୋଲିସ ବନ୍ଧୁକରୁ ଗୁଳି କରି ହତ୍ୟା କରିଛି । ମାଫିଆ ମୁକିମ କାଲା ଓ ବାହୁବଳୀ ବିଧାୟକ ମୁଖତାର ଅନସାରୀର ଜଣେ ଘନିଷ୍ଠ ମେରଜ ଅଲ୍ଲୀକୁ ଜେଲରେ ହତ୍ୟା କରିଛି ଅଂଶୁ । ପଶ୍ଚିମ ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲରେ ଏହି ଗ୍ୟାଙ୍ଗୱାରକୁ ନେଇ ଆତଙ୍କ ଖେଳି ଯାଇଛି ।

Gangwar In Up Chirtakoot Jail, Mukim Kala Shot Dead By Anshu Dikshit

ଜେଲ ଭିତରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ଆଇନ୍ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଚିତ୍ରକୂଟ ପୋଲିସର ବରିଷ୍ଠ ଅଧିକାରୀ ଜେଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ହତ୍ୟାକାଣ୍ଡକୁ ନେଇ ପ୍ରଶାସନ କହିଛି- ମୁକିମ୍ କାଲା ଓ ମେରଜ ଅଲ୍ଲୀକୁ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ଅଂଶୁ ଆଉ ୫ ଜଣ କଏଦୀଙ୍କୁ ବନ୍ଧକ ରଖିଥିଲା । ବାରମ୍ବାର କଏଦୀଙ୍କୁ ଛାଡ଼ିବା ଲାଗି କୁହାଯାଇଥିଲେ ମଧ୍ୟ ଅଂଶୁ ଶୁଣିନଥିଲା ।

ଫଳରେ ପୋଲିସ ଓ ଅଂଶୁ ମଧ୍ୟରେ ଗୁଳିବିନିମୟରେ ଗ୍ୟାଙ୍ଗଷ୍ଟର ଅଂଶୁ ନିହତ ହୋଇଛି । ଏହାପରେ ଜେଲ୍ ପ୍ରଶାସନ ପକ୍ଷରୁ ପୂରା ଜେଲରେ ସର୍ଚ୍ଚ ଅପରେସନ୍ ଚାଲିଛି । ଜେଲରେ ଅଂଶୁ ଏତେ ବଡ଼ ଅପରାଧ କେମିତି ଘଟାଇଲା ? ବିଭିନ୍ନ ଦିଗକୁ ନେଇ ଜେଲ୍ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି । ୨୦୨୪ ମସିହାରୁ ଗ୍ୟାଙ୍ଗଷ୍ଟର ଅଂଶୁ ଉତ୍ତରପ୍ରଦେଶ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

Gangwar In Up Chirtakoot Jail, Mukim Kala Shot Dead By Anshu Dikshit

ଅଂଶୁ ଉପରେ ଅନେକ ଅପରାଧିକ ମାମଲା ରହିଛି । ପୋଲିସକୁ ଚକମା ଦେଇ ଅଂଶୁ ନେପାଳ ଯିବାକୁ ପ୍ରସ୍ତୁତ ହୋଇଥିବା ବେଳେ ଏନକାଉଣ୍ଟରରେ ପୋଲିସ ହାତରେ ୨୦୧୪ ଡିସେମ୍ବର ୫ରେ ଧରା ପଡ଼ିଥିଲା ।

ଅକ୍ସିଜେନ୍ ଅଭାବ, ଗୋଆର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲରେ ୭୪ ଆକ୍ରାନ୍ତ ମୃତ

ପାନାଜୀ: ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୭୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୪ ଦିନରେ ଜୀବନ ହାରିଛନ୍ତି ୭୪ ଜଣ କରୋନା ଆକ୍ରାନ୍ତ । ଶୁକ୍ରବାର ରାତି ଗୋଟାଏରୁ ସକାଳ ୬ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ଗୁରୁବାର ସକାଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ବୁଧବାର ୨୦ ଜଣ, ମଙ୍ଗଳବାର ୨୬ କରୋନା ଆକ୍ରାନ୍ତ ଅକ୍ସିଜେନ୍ ଅଭାବରୁ ଜୀବନ ହାରିଥିଲେ । ଏସବୁ ପଛରେ ପରିବହନ ସମସ୍ୟା ଥିବା ମେଡିକାଲ କର୍ତ୍ତୃପକ୍ଷ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚକୁ ଜଣାଇଛନ୍ତି ।

74 Deaths At Goa's Biggest Covid Hospital Fighting Oxygen Crisis

ଏହା ପୂର୍ବରୁ ଗୁରୁବାର ଗୋଆ ବେଞ୍ଚ ପିଟିସନର ଶୁଣାଣି ବେଳେ ଗୋଆ ସରକାରଙ୍କୁ ଭତ୍ସନା କରିଥିଲେ । କହିଥିଲେ, ଅକ୍ସିଜେନ୍ ଯୋଗାଣରେ ଅସୁବିଧା ପାଇଁ କରୋନା ଆକ୍ରାନ୍ତଙ୍କୁ ମରିବାକୁ ଛାଡ଼ି ଦିଆଯାଇ ପାରିବ ନାହିଁ । ଏଥିସହ ସନ୍ଧ୍ୟା ୭ଟା ସୁଦ୍ଧା ହସ୍ପିଟାଲ ଓ ସରକାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ମଙ୍ଗଳବାର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ହସ୍ପିଟାଲ ପରିଦର୍ଶନ କରିଥିଲେ । କହିଥିଲ, ଅକ୍ସିଜେନ୍ ଉପଲବ୍ଧତା ଓ ପରିବହନ ମଧ୍ୟରେ କିଛି ସମସ୍ୟା ଥାଇପାରେ । ଏଥିସହ ଅମ୍ଲଜାନ ଅଭାବ ନଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

ବାତ୍ୟା ‘ତୌକତେ’; ଏମିତି ନାଁ କାହିଁକି ?

ନୂଆଦିଲ୍ଲୀ: କୋଭିଡ କାଳରେ ଆସୁଛି ବାତ୍ୟା ‘ତୌକତେ’। ଏପଟେ ମହାମାରୀରେ ଲୋକେ ଯୁଝୁ ଥିବାବେଳେ ସେପଟେ ପ୍ରାକୃତିକ ବିପର୍ଯ୍ୟୟ ପୁଣି ଚିନ୍ତା ବଢାଇଛି । ଆରବ ସାଗରରେ ଘନିଭୂତ ହୋଇଥିବା ଏହି ବାତ୍ୟା ପାଇଁ ନିକଟବର୍ତ୍ତୀ ଦେଶ ଭୟରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମେ ୧୭ କିମ୍ବା ୧୮ ତାରିଖରେ ଏହା ଗୁଜୁରାଟରେ ପ୍ରଭାବ ପକାଇପାରେ । ମିଆଁମାରରେ ସ୍ଥଳ ଭାଗ ଛୁଇଁବା ନେଇ ମଧ୍ୟ ଅନୁମାନ କରାଯାଇଛି ।

ସେପଟେ ଏହି ବ୍ୟାତ୍ୟାର ନାଁ ‘ତୌକତେ’ କଣ ପାଇଁ ? କଣ ପାଇଁ ଏଭଳି ଏକ ଅଜବ ନା ଦିଆଯାଇଛି । ନାଁ ପଛରେ ମଧ୍ୟ ରହିଛି କିଛି ତଥ୍ୟ । ମିଆଁମାରର ଭାଷା ଅନୁଯାୟୀ ଏହାର ନାମକରଣ କରାଯାଇଛି । ଯାହାର ଅର୍ଥ ହେଉଁଛି ଜୋରରେ ଶବ୍ଦ କରୁଥିବା ଝିଟିପିଟି । ଠିକ ମିଆଁମାର ଝିଟିପିଟି ଭଳି ଏହି ବ୍ୟାତ୍ୟା ‘ତୌକତେ’ ମଧ୍ୟ ଗର୍ଜନ କରି ଆସୁଥିବା ଜଣାପଡିଛି । ସେପଟେ ବାତ୍ୟା ‘ତୌକତେ’କୁ ନେଇ ଗୁଜୁରାଟ ସରକାର ଜରୁରୀକାଳୀନ ବୈଠକ ଡକାଇଥିଲେ  ।

 

ମାସ୍କ ନପିନ୍ଧିଲେ ଚଳିବ, ଟିକା ନେଇଥିବା ଦରକାର

ଆମେରିକା: ଟିକାନେଲା ପରେ ବାଧ୍ୟତାମୂଳକ ନୁହେଁ ମାସ୍କ ପିନ୍ଧିବା। ଆମେରିକାରେ ସର୍ବାଧିକ ସଂକ୍ରମିତ ଥିବା ବେଳେ ମାସ୍କ ବାଧ୍ୟତାମୂଳକ ନୁହେଁ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। CDC ପକ୍ଷରୁ କୁହାଯାଇଛି, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ କରୋନାର ୨ ଡୋଜ୍ ଟିକା ନେଇସାରିଛନ୍ତି, ସେମାନେ ବର୍ତ୍ତମାନ ବିପଦମୁକ୍ତ ।

ତେଣୁ ବର୍ତ୍ତମାନ ସ୍ଥିତିରେ ଟିକା ନେଇସାରିଥିବା ବ୍ୟକ୍ତି ଯଦି ମାସ୍କ ନପିନ୍ଧନ୍ତି ତେବେ କୈଣସି ସମସ୍ୟା ନାହିଁ ବୋଲି କହିଛନ୍ତି ଆମେରିକା ଡ୍ରଗ୍ସ କଣ୍ଟୋଲର  । ଟିକା ନେଇଥିବା ବ୍ୟକ୍ତି  ବିନା ମାସ୍କରେ ସର୍ବସାଧାରଣରେ ବୁଲିପାରିବେ । ସଂକ୍ରମିତ ଦେଶ ତାଲିକାରେ ଆମେରିକାର ସ୍ଥାନ ପ୍ରଥମ । ଏହାରି ଭିତରେ ଟିକାକରଣ ମଧ୍ୟ ଚାଲିଛି । ତେବେ ପୂରା କରୋନା ଟିକା ନେଇ ସାରିଥିଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ।

ନୃସଂସ ସ୍ୱାମୀର ନାରକୀୟ କାଣ୍ଡ, ପୁତ୍ର-ପତ୍ନୀକୁ ହତ୍ୟା

କୋରାପୁଟ: ବିସିଂହପୁର ଥାନା ହରଡ଼ାଗୁଡା ଗାଁରେ ବର୍ବରକାଣ୍ଡ । ପତ୍ନୀ ଓ ୫ ବର୍ଷର ଶିଶୁପୁତ୍ରକୁ ନିଷ୍ଠୁର ସ୍ବାମୀ ହତ୍ୟା କରିଥିବା ଅଭିଯୋଗ । ଅଭିଯୁକ୍ତକୁ ସ୍ବାମୀଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ମୃତକ ହେଲେ ଡମୁଣି ମୁଦୁଲି ଏବଂ ଶିଶୁପୃତ୍ର ପବୁଲୁ ମୁଦୁଲି । ହତ୍ୟା ଅଭିଯୁକ୍ତ ଧବୁଲୁ ମୁଦୁଲିକୁ ପୋଲିସ କାବୁ କରି ଥାନାକୁ ନେଇଛି । ସାଇଣ୍ଟିଫିକ୍ ଟିମ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏଭଳି କାଣ୍ଡ ଘଟାଇଥିବା ଉକ୍ତ ଅଭିଯୁକ୍ତକୁ ଗ୍ରାମବାସୀ ବାନ୍ଧି ରଖିଥିଲେ । ପରେ ଗ୍ରାମବାସୀ ବିସିଂହପୁର ପୋଲିସକୁ ଖବର ଦେଇଥିବା ଜଣା ପଡ଼ିଛି। ମୃତ ମହିଳା ଡମୁଣି ମୁଦୁଲି ଏବଂ ମୃତ ପୃତ୍ର ପବୁଲୁ ମୁଦୁଲି ବୋଲି ଜଣାପଡିଛି। ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲି କୁଁ ପୋଲିସ କାବୁ କରି ଥାନାକୁ ନେଇଛି। ପରେ ସାଇଣ୍ଟଫିକ ଟିମ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।