spot_img
Home Blog Page 5662

କରୋନାରେ ପ୍ରଥମ ନାବାଳକର ମୃତ୍ୟୁ, ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ସୂଚନା । ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ନାବାଳକର ମୃତ୍ୟୁ ହୋଇଛି । ନାବାଳକଟି ରକ୍ତଜନିତ ରୋଗରେ ଗୁରୁତର ଥିଲେ । ନାବାଳକର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ମୃତ ନାବାଳକର ବୟସ ୧୦ ବର୍ଷ । ଗତ ଶନିବାର ନାବାଳକଟି ମେଡିକାଲରେ ଭର୍ତ୍ତି ହୋଇଥିଲା ।

ଅନ୍ୟପଟେ ରାଜ୍ୟରେ ୧୦ ହଜାର ତଳକୁ ଖସୁନି ସଂକ୍ରମଣ । ୧୭ ମୃତ୍ୟୁ ସହ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୩୧ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୬ ହଜାର ୬୨୩ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩ ହଜାର ୪୦୮ । ଆଜି ବି ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ସର୍ବାଧିକ ୧୩୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୮୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୭୨୦, ଅନୁଗୁଳର ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ନୂଆପଡ଼ାରୁ ୩୧୧, ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨, ବାଲେଶ୍ୱରରୁ ୨୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ଆଉ ୧୦ ହଜାର ୩୧ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୦ ହଜାର ୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ।  ଆଜିର ସଂକ୍ରମିତଙ୍କ ମଧ୍ୟରୁ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୨୪, କଟକରୁ ୭୨୦, ଝାରସୁଗୁଡ଼ାରୁ ୪୧୮, କଳାହାଣ୍ଡିରୁ ୪୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ୩୦୬, ନୂଆପଡ଼ାରୁ ୩୧୧, ସମ୍ବଲପୁରରୁ ୩୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳର ୪୫୬, ବାଲେଶ୍ୱରରୁ ୨୩୦, ବରଗଡ଼ରୁ ୪୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଗତ କିଛିଦିନ ହେବ ରାଜ୍ୟରୁ ଦୈନିକ ସଂକ୍ରମିଣ ସଂଖ୍ୟା ୧୦ ପରେ ରହୁଛି  । କୋଭିଡରେ ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାର କୋଭିଡ କଟକଣା କ଼ଡାକଡି ମଧ୍ୟ କରିଛନ୍ତି  ।

ମୃତ୍ୟୁ ଦେହକୁ ଛୁଇଁଲେନି ପରିଜନ, କାନ୍ଧ ଦେଲେ ପୋଲିସ

ନୂଆଦିଲ୍ଲୀ: ଆଖି ଆଗରେ ପରିଜନଙ୍କ ମୃତ୍ୟୁ ଘଟୁଛି । କୋଭିଡରେ କେତେବେଳେ ବି କାହାର ଜୀବନ ଚାଲି ଯାଉଛି । କଥାରେ ଅଛି ବନ୍ଧୁ ଥିଲେ ଭୟ ନାହିଁ । ଅନ୍ତତଃ ପକ୍ଷେ କାନ୍ଧ ଦେବାକୁ କାହାର ସାହାରା ଲୋଡା ନାହିଁ । କାରଣ ବନ୍ଧୁ ପରିଜନ ପରା ସେଇଥିପାଇଁ ସୃଷ୍ଟି ହୋଇଥାଏ । କିନ୍ତୁ ଦେଶର ରାଜଧାନୀ ଦିଲ୍ଲୀରେ ଏଭଳି ଏକ ଘଟଣା ଘଟିଛି । ଯାହା ହୃଦୟ ବିଦାରକ ନିଶ୍ଚେ ।

ଗ୍ରେଟର କୈଳାଶ ଅଞ୍ଚଳରେ ନିଜ ଝିଅ ଏବଂ ନାତୁଣୀ ସହ ରହିଆସୁଥିଲେ ୭୦ ବର୍ଷୀୟ ସୁରେଶ କୁମାର ବୁଟା । ଗୋଟେପଟେ ଘରର ସମସ୍ତ ପରିବାର କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲା ବେଳେ ଏକୁଟିଆ ଘରେ ରହିଆସୁଥିଲେ ସୁରେଶ କୁମାର ।

ସେପଟେ ବୃଦ୍ଧ ଜଣଙ୍କ ଏକାକୀ ଘରେ ରହୁଥିବାବେଳେ ଚାକର ହିଁ ତାଙ୍କ କଥା ବୁଝି ଆସୁଥିଲା । ରାତିରେ ଶୋଇଥିବା ସୁରେଶ କୁମାର ସକାଳକୁ ଉଠି ନଥିଲେ । ସମୟ ବିଳମ୍ବ ହେବାରୁ ଚାକର ଜଣଙ୍କ ବୃଦ୍ଧଙ୍କ କାବଟ ବାଡେଇ ଥିଲେ, କିନ୍ତୁ କବାଟ ଖୋଲିନଥିଲେ ସେ । ପରେ ସନ୍ଦେହ ହେବାରୁ କବାଟ ତାଡି ଥିଲେ ଚାକର । ଏବଂ ଦେଖିଥିଲେ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଥିଲା ।

ମେଡିକାଲରେ କୋଭିଡ ସଂକ୍ରମିତ ଥିବା ପରିବାର ଲୋକେ ଏ ବିଷୟରେ ଖବର ପାଇବା ପରେ ସମ୍ପର୍କୀୟ ଏବଂ ପରିଜନଙ୍କୁ କଲ କରିଥିଲେ । ଶେଷକୃତ୍ୟ ସମ୍ପନ୍ନ କରିବାକୁ କହିଥିଲେ । ହେଲେ କେହି ତାଙ୍କ ଅନୁରୋଧ ରକ୍ଷା କରିନଥିଲେ । କୋଭିଡରେ ସଂକ୍ରମିତ ହୋଇନଥିବା ବୃଦ୍ଧଙ୍କ ମୃତ ଦେହକୁ ପଡୋଶୀ, ପରିଜନ କେହି ଛୁଇଁନଥିଲେ ।

ସବୁଠୁ ନିରାଶ ହେବାପରେ ତାଙ୍କ ଝିଅ ସ୍ଥାନୀୟ ଏସଏଚଓଙ୍କୁ କଲ କରିଥିଲେ । ଏବଂ ସମସ୍ତ ଘଟଣା ବିଷରେ ଅବଗତ କରିଥିଲେ । ଏହାପରେ ଏସଏଚଓ ରିତେଶ କୁମାର ନିଜ ଟିମକୁ ବୃଦ୍ଧଙ୍କ ଘରକୁ ପଠାଇଥିଲେ । ପୋଲିସ ଟିମ ବୃଦ୍ଧଙ୍କୁ ମଶାଣୀ ଆଣିବା ସହ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ମନ୍ନ କରିଥିଲେ ।

ଆଖି ବୁଜିଲେ ରାହୁଲ ଭରା, ମୃତ୍ୟୁ ପୂର୍ବରୁ ଲେଖିଥିଲେ- ‘ଭଲ ଚିକିତ୍ସା ମିଳିଲେ ବଞ୍ଚି ଯିବି’

ନୂଆଦିଲ୍ଲୀ: ମୋତେ ଭଲ ଚିକିତ୍ସା ମିଳିଲେ, ମୁଁ ବଞ୍ଚିଯିବି । ମୃତ୍ୟୁର ଦିନକ ପୂର୍ବରୁ ଫେସବୁକରେ କୋହଭରା ପୋଷ୍ଟ । ଏମିତି ପୋଷ୍ଟ କରିଥିଲେ ଜଣାଶୁଣା ୟୁଟ୍ୟୁବର ରାହୁଲ୍ ଭରା । ଡିଜିଟାଲ୍ ଭିଡିଓ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ ଯୋଗାଉଥିବା ରାହୁଲ ଭରା ଆଉ ନାହାନ୍ତି । କୋଭିଡରେ ଚିକିତ୍ସାଧୀନ ଅବସ୍ଥାରେ ରାହୁଲ୍ ଭରାଙ୍କ ରବିବାର ମୃତ୍ୟୁ ହୋଇଛି । ମେ’ ୪ ତାରିଖରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଲଗାତାର ତାଙ୍କର ଅକ୍ସିଜେନ ସ୍ତର କମୁଥିବାରୁ ଅକ୍ସିଜେନ୍ ବେଡ୍ ଆବଶ୍ୟକ ବୋଲି ଫେସବୁକରେ ଲେଖିଥିଲେ ସେ ।

YouTuber Rahul Vohra dies of Covid-19

ଆଉ ମେ’ ୮ରେ ହସ୍ପିଟାଲ୍ ବେଡରୁ ଶେଷ ପୋଷ୍ଟ । ଯେମିତି ସେ ମୃତ୍ୟୁକୁ ଅତି ପାଖରୁ ଦେଖି ସାରିଥିଲେ । ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲର ଏଚଡିୟୁ ବେଡରେ ଚିକିତ୍ସାଧୀନ ଥାଇ ଲେଖିଥିଲେ ମୋତେ ଭଲ ଚିକିତ୍ସା ମିଳିଲେ ମୁଁ ବଞ୍ଚିଯିବି । ଆଉ ଶେଷରେ ସମସ୍ତଙ୍କ ଠାରୁ ବିଦାୟ ନେଇଛନ୍ତି ରାହୁଲ୍ ଭରା । ତାଙ୍କ ହସ ହସ ମୁହଁ ନିରବି ଯାଇଛି ମୃତ୍ୟୁ ସହ । ଫେସବୁକର ଶେଷ ପୋଷ୍ଟ ପଚାରୁଛି ପ୍ରଶ୍ନ ? ସତରେ କଣ ଆମ ଚିକିତ୍ସା ବ୍ୟବସ୍ଥା ଏତେ ଅସହାୟ ?

YouTuber Rahul Vohra dies of Covid-19

ଶନିବାର ଉତ୍ତମ ଚିକିତ୍ସା ପାଇଁ ରାହୁଲ୍ ଫେସବୁକରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଟ୍ୟାଗ୍ କରିଥିଲେ । ହେଲେ ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିଲାନି ରାହୁଲଙ୍କ ସ୍ୱର । ଶେଷରେ ଅନ୍ୟକୁ ଜୀବନ ପଥରେ ପ୍ରେରଣା ଦେଉଥିବା ମଣିଷଟା ଆଜି ଜୀବନ ଯୁଦ୍ଧରେ ହାରି ଯାଇଛି ।

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଷ୍ଟ୍ରୀୟ ମର୍ଯ୍ୟାଦାରେ କରାଯିବ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ । ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଏହି ଘୋଷଣା କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ କରିଥିଲେ ।

ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ । ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା   । ପୁରୀ ଶ୍ରୀ ମନ୍ଦିର ମରାମତି ରେ ସେ ମଧ୍ୟ ସହଯୋଗ କରିଥିଲେ । ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦକ୍ଷତା ପ୍ରଦର୍ଶନ କରିଯାଇଛନ୍ତି । ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା ।

ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି। ସ୍ବର୍ଗତ ରଘନାଥ ମହାପାତ୍ର ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଅକ୍ସିଜେନ୍ ଅଭାବରୁ ଚାଲି ଯାଉଛି ଜୀବନ, ଏଠି ଫୋପାଡ଼ି ଦେଲେ ୩୬ଟି ନୂଆ ସିଲିଣ୍ଡର

ପାଟଣା: ଅକ୍ସିଜେନ୍ ପାଇଁ ସବୁଠୁ ହାହାକାର । କରୋନା ସଂକ୍ରମିତଙ୍କୁ ଅକ୍ସିଜେନ୍ ଯୋଗାଇ ଦେବାକୁ ବେଶ୍ କସରତ କରୁଛନ୍ତି ସମ୍ପର୍କୀୟ । କୋଭିଡର ଦ୍ୱିତୀୟ ଲହରରେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ରୂପ ସାମ୍ନାକୁ ଆସି ସାରିଛି । ଏବେ ନୀତିଶଙ୍କ ସୁଶାସନ ଚାଲିଥିବା ବିହାରରୁ ଆସିଛି ଆଉ ଏକ ଚିତ୍ର । ଲୋକ ଅମ୍ଲଜାନ ଅଭାବରୁ ଛଟପଟ ହୋଇ ଜୀବନ ହାରୁଛନ୍ତି । କିନ୍ତୁ ବିହାରରେ ନୂଆ ଅକ୍ସିଜେନ୍ ସିଲିଣ୍ଡର ଅଳିଆ ଗଦାରେ ଫୋପଡ଼ା ଯାଉଛି ।

New Oxygen Cylinder Was Thrown In The Garbage In Patna

ବିହାର ରାଜଧାନୀ ପାଟଣାର ଗର୍ଦନୀବାଗରେ ଥିବା ସିଭିଲ୍ ସର୍ଜନ କାର୍ଯ୍ୟାଳୟ ଓ କ୍ୟାମ୍ପସରେ ୩୬ଟି ନୂଆ ଅକ୍ସିଜେନ୍ ସିଲିଣ୍ଡର ଅଳିଆ ଗଦାରେ ଫୋପଡ଼ା ଯାଇଛି । ନୂଆ ଅକ୍ସିଜେନ୍ ସିଲିଣ୍ଡର ଫୋପଡ଼ା ଯାଇଥିବା ସ୍ଥାନରେ ରାଜ୍ୟ ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟାଳୟ ମଧ୍ୟ ରହିଛି ।

New Oxygen Cylinder Was Thrown In The Garbage In Patna

ଏହି ମାମଲାର ଯାଞ୍ଚ ପାଇଁ ପାଟଣା ଜିଲ୍ଲାପାଳ ଚନ୍ଦ୍ରଶେଖର ସିଂହ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେ କହିଛନ୍ତି, ଆମେ ପାଖେ ସିଲିଣ୍ଡର ନୁହେଁ ଅକ୍ସିଜେନର ଅଭାବ ରହିଛି । କିନ୍ତୁ ବାସ୍ତବତା ହେଉଛି ରାଜ୍ୟରେ ଏମିତି ଅନେକ କରୋନା ଆକ୍ରାନ୍ତ ଅଛନ୍ତି ଯାହାଙ୍କୁ ଅକ୍ସିଜେନ୍ ତୁରନ୍ତ ଦରକାର । କିନ୍ତୁ ସେମାନଙ୍କୁ ଅକ୍ସିଜେନ୍ ସିଲିଣ୍ଡର ହିଁ ମିଳୁନି । କରୋନା ସଂକ୍ରମଣ କାଳରେ ବିହାରରେ ସ୍ୱାସ୍ଥ୍ୟସେବାର ଅସଲ ଚିତ୍ର ପଦାରେ ପଡ଼ିଛି । ୨ ଦିନ ତଳେ ସାରଣ ସାଂସଦ ରାଜୀବ ପ୍ରତାପ ରୁଡିଙ୍କ ବାସଭବନରେ କେତେକ ଆମ୍ବୁଲାନ୍ସ ଘୋଡ଼ା ହୋଇ ରହିଥିଲା । ଯାହାକୁ ନେଇ ବିବାଦ ମଧ୍ୟ ଦେଖା ଦେଇଛି ।

ନୀରବ ନିହାଣ, ଅଧାଗଢା କୋଣାର୍କ

ଭୁବନେଶ୍ୱର: ତାଙ୍କ ହାତର ନିହାଣ ଚାଲିଲେ, ଓଡିଶାର ଇତିହାସ ଆଙ୍କି ହୋଇଯାଏ । ପଥର ବି ଜୀବନ୍ତ ହୁଏ । ପାଷାଣ ହୋଇ ପଡିଥିବା ପସ୍ତର ବି ଉତ୍କଳର ଅତୀତକୁ ଉଜ୍ଜିବୀତ କରେ । ସୀମାହୀନ ଲକ୍ଷ୍ୟକୁ ନେଇ ବଞ୍ଚୁଥିବା ମଣିଷଟି କଳା ପାଇଁ ଦିନେ ପରିବାର ଛାଡିବାକୁ ମଧ୍ୟ ପଛାଇନଥିଲେ । ହାତରେ ତିଆରି କରୁଥିବା ମୂର୍ତ୍ତୀ ଗୁଡିକୁ ରାସ୍ତା ଉପରେ ବିକ୍ରି କରୁଥିଲେ । ଆଉ ସେଦିନର ରଘୁ ନିଜ ପରିଚୟରେ ବନିଥିଲେ ଭାସ୍କର୍ଯ୍ୟ ଶିଳ୍ପୀ ।

୧୩ ଶହ ଖ୍ରୀଷ୍ଟାଦ୍ଧରେ ନରସିଂହ ଦେବ ନିର୍ମାଣ କରିଥିବା କୋଣାର୍କର ଆଉ  ଏକ ପରିକଳ୍ପନା କେବଳ ସେ ହିଁ କରିଥିଲେ । ଦ୍ୱିତୀୟ କୋଣାର୍କ ନିର୍ମାଣର ସ୍ୱପ୍ୱ କେବଳ ଦେଖନଥିଲେ, ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଥିଲେ । ସତ୍ୟବାଦୀ ନିକଟରେ ୧୦ ଏକର ପରିମିତ ଜାଗାରେ କୋଣାର୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ  ।  କିନ୍ତୁ ସେ ସ୍ୱପ୍ନ ଆଜି ଅଧା ଗଢା ହୋଇ ରହିଯାଇଛି । ରାତି ପାହିନି ହେଲେ ନିହାଣ ଖସି ଯାଇଛି । ଚୀର ନିଦ୍ରାରେ ଶୋଇଥିବା ଶିଳ୍ପୀ ଆଉ ନିହାଣ ଧରିବାକୁ ସକ୍ଷମ ହେଉ ନାହାଁନ୍ତି ।

ଗତ ୨୨ ତାରିଖରେ କୋଭିଡରେ ସଂକ୍ରମିତ ହୋଇଥିବା ସୂଚନା ଆସେ । ପରେ ସେ ଅଧିକ ଅସୁସ୍ଥ ହୋଇ ପଡନ୍ତି । ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପରିବାର ଲୋକଙ୍କ ସହ କଥା ହୁଅନ୍ତି । ଡାକ୍ତରଙ୍କ ସତ ଚେଷ୍ଟା ସ୍ୱତେ ଅଦୃଶ୍ୟ ମହାମାରୀ କବଳରୁ ଖସି ପାରନ୍ତି ନାହିଁ ସ୍ଥପତି । ଶେଷରେ ଆଜି ଅପରାହ୍ନ ୩.୪୯ ରେ ଆଖି ବୁଜନ୍ତି ପଦ୍ମଶ୍ରୀ,ପଦ୍ମଭୂଷଣ, ପଦ୍ମବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାମାତ୍ର ।

ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥଙ୍କ ମହାପାତ୍ରଙ୍କ ବିୟୋଗରେ କେବଳ ରାଜ୍ୟ ନୁହେଁ ସମଗ୍ର ଦେଶରେ ଶୋକବ୍ୟକ୍ତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ଦେଶ ଜଣେ ସୁନାମଧ୍ୟନ ଶିଳ୍ପୀଙ୍କୁ ହରାଇଥିବା ଉଲ୍ଲେଖ କରିଛନ୍ତି । ସେହିପରି ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମମନ୍ତ୍ରୀ । କଳା, ଭାସ୍କର୍ଯ୍ୟ ଓ ସଂସ୍କୃତି ଦୁନିଆକୁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ପାରମ୍ପରିକ କଳାକୁ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ। ତାଙ୍କର ପରିବାର ଓ ପ୍ରଂଶସକ ମାନଙ୍କ ପାଇଁ ମୋର ସମବେଦନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ରାଜ୍ୟପାଳ ଗଣେଣୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଏବଂ ଅନ୍ୟାନ ନେତୃବୃନ୍ଦ ମଧ୍ୟ ଭାସ୍କର୍ଯ୍ୟ ଶିଳ୍ପୀ, ସ୍ଥପତି ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଶୋକବ୍ୟକ୍ତ କରିଛନ୍ତି ।

ଗୁଜୁରାଟରେ କରୋନା ଶ୍ରଦ୍ଦାଞ୍ଜଳି

କରୋନା ସହ ଜଡିତ ଖବର ବର୍ତମାନ ସବୁଠୁ ଚର୍ଚ୍ଚାରେ । ଦେଶରେ ଘଟୁଥିବା ଘଟଣା ଗୁଡିକ ଆପଣ ଖବରକାଗଜ,ଟିଭି ଓ ମୋବାଇଲ ଜରିଆରେ ଜାଣିପାରନ୍ତି । ହେଲେ ବର୍ତମାନ ଦେଶର ସ୍ଥିତିରେ କେବଳ ଖବରକାଗଜରେ କରୋନା ସହ ଜଡିତ ସୂଚନା । ଯାହା ଦେଖି ଦୁଃଖ ଓ ସନ୍ତାପ ଛଡା ଆଉ କିଛି ଅନୂଭୂତ ହେଉନାହିଁ । କରୋନା ମହାମାରୀ ଯେ ଏତେ ମାରାତ୍ମକ ହୋଇପାରେ ତାହା ସାଧାରଣ ଲୋକଙ୍କ କଳ୍ପନା ବାହାରେ ରହିଥିଲା । ଏବେ ଗୁଜୁରାଟର ସୁରାଟ ଅଂଚଳରୁ ଆସୁଥିବା ଖବର କାଗଜ ରେ ଗତ କିଛିଦିନ ହେବ କେବଳ ଶୋକର ସନ୍ଦେଶ । କୋରାନା ଦ୍ୱାରା ଲୋକଙ୍କର ମୃତ୍ୟୁ ଏତେ ମାତ୍ରାରେ ହେଉଛି ଯେ ଖବର କାଗଜର ୧୬ ପୃଷ୍ଠାରୁ ୮ ପୃଷ୍ଠା କେବଳ ଶୋକ ସନ୍ଦେଶରେ ଭର୍ତି । ଗୋଟିଏ ଦିନରେ ୨୦୦ରୁ ଅଧିକ ଶୋକ ସନ୍ଦେଶ ଛପାଯାଉଛି ଏହି ଖବର କାଗଜ ମାନଙ୍କରେ । ଏହା ଦେଖି ସାଧାରଣରେ ଚର୍ଚ୍ଚା ହେଉଛି ଯେ ସରକାର ପ୍ରଦର୍ଶନ କରୁଥିବା ମୃତ୍ୟୁ ଓ ସୁସ୍ଥ ମାନଙ୍କ ସଂଖ୍ୟା ଅପେକ୍ଷା ପ୍ରକୃତ ସଂଖ୍ୟା ଖୁବ୍ ଅଧିକ । ଏହି ସଂଖ୍ୟାକୁ ଲକ୍ଷ୍ୟ କରି ହିଁ ଜଣାପଡୁଛି ଯେ କେଉଁ ଭଳି ଭାବରେ ଲୋକମାନେ ନିଜ ଲୋକଙ୍କୁ ହରାଇ ବସିଛନ୍ତି । କୋଭିଡ-୧୯ ସମସ୍ତଙ୍କ ଜୀବନରେ କଳା ବାଦଲ ଭଳି ଘୋଟେଇ ଆସିଛି । ଲୋକଙ୍କ ପାଖରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପହଂଚିପାରୁନି । କେଉଁଠି ହସ୍ପିଟାଲର ଅଭାବ ତ ପୁଣି କେଉଁଠି ଅକ୍‌ସିଜେନର ଅଭାବ । ଜୀବନ ବିକଳରେ ସଭିଏଁ ଆଉଟୁପାଉଟୁ ହେଉଛନ୍ତି । କେମିତି ମିଳିବ ନିସ୍ତାର ତାର ଧାରଣା କାହାକୁ ବି ନାହିଁ । ଏହାରି ଭିତରେ ଏହି ଖବରକାଗଜର ଦୃଶ୍ୟ ସମସ୍ତଙ୍କୁ ଅଧିକ ସ୍ତବ୍ଧ କରିଦେଇଛି । ଗୁଜୁରାଟର ପ୍ରକୃତ ଚିତ୍ର କଣ ଓ ସରକାର କଣ ଦେଖାଉଛନ୍ତି । ଏହାକୁ ନେଇ ଉଠୁଛି ପ୍ରଶ୍ନ ।

ଚାଲିଗଲା ୪ ନିରିହ ଶିଶୁଙ୍କ ଜୀବନ

ଖେଳରେ ଖେଳରେ ଚାଲିଗଲା ୪ଟି ନିରିହ ଶିଶୁଙ୍କ ଜୀବନ । ଅଜାଣତରେ ଗାଡି ଭିତରେ ଲକ୍ ହୋଇଯାଇଥିବା କାରଣରୁ ବନ୍ଦ ହେଇଗଲା ନିଶ୍ୱାସ । ୟୁପିର ବାଗପତରେ ଥିବା ଚାନ୍ଦିନଗର ଥାନା କ୍ଷେତ୍ରରେ ଘଟିଛି ଏହିଭଳି ଦୁଃଖଦ ଘଟଣା । ଏହି ଘଟଣା ଯୋଗୁଁ ସାରା ଗାଁରେ ଏବେ ଶୋକାକୁଳ ପରିବେଶ । ଚାନ୍ଦିନଗର ଥାନା ଅର୍ନ୍ତଗତ ସିଙ୍ଗୋଲୀ ଗାଁରେ ହିଁ ଘଟିଛି ଏହିଭଳି ଘଟଣା । ଗାଁ ବାହାରେ ରହିଥିବା ଗୋଟିଏ କାର୍ ଭିତରେ ପିଲାମାନେ ଲୁଚକାଳି ଖେଳୁଥିବା ସମୟରେ ଘଟିଛି ଏହିଭଳି ଘଟଣା । ଗାଡିର ମାଲିକ ସେଠାରେ ନଥିବା ସମୟରେ ୫ଟି ପିଲା ଲୁଚକାଳି ଖେଳୁଥିଲେ । ଆଉ ଖେଳରେ ଖେଳରେ ଗାଡି ଭିତରେ ଫସି ଯାଇଥିଲେ ପିଲାମାନେ । ହେଲେ ର୍ଦୁଭାଗ୍ୟ ବଶତଃ କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ ୪ଜଣଙ୍କର ଜୀବନ ସେହିଠାରେ ହିଁ ଚାଲିଯାଇଥିଲା । କିନ୍ତୁ ଗାଁ ଲୋକେ ଆସି ଘଟଣାସ୍ଥଳରେ ପହଂଚିବା ପରେ କାର୍‌ର କାଚ ଭାଙ୍ଗି ଆଉ ଏକ ଶିଶୁକୁ ତୁରନ୍ତ ଉଦ୍ଦାର କରିଥିଲେ । ଏହି ଘଟଣାରେ ପୋଲିସ ମଧ୍ୟ ପହଂଚି ଯାଂଚ ଆରମ୍ଭ କରିଥିଲା । ମୃତ ପିଲାମାନଙ୍କର ପରିବାର ଲୋକଙ୍କର ଆରୋପ ଯେ ଗାଡି ମାଲିକଙ୍କର ବେପରୁଆ କାମ ଯୋଗୁଁ ଏହିଭଳି ଘଟଣା ଘଟିଛି । ନିଜ ଗାଡିର ମିରର୍‌କୁ ଲକ୍ ନ କରିଥିବାରୁ ପିଲାମାନେ ଖେଳୁ ଖେଳୁ କାର୍ ଭିତରେ ପସିଯାଇଥିଲେ । ଓ ଭିତରୁ କବାଟ ଲକ୍ କରିଦେଇଥିଲେ । ଯେଉଁଥିପାଇଁ ସେମାନଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଗଲା । ଯଦି କବାଟ ବନ୍ଦ ଥାଆନ୍ତା ତାହାଲେ ଆଜି ଏହିଭଳି ଅଘଟଣ ଘଟିନଥାନ୍ତା । ମୃତ ପିଲାମାନଙ୍କ ଭିତରୁ ୨ଜଣଙ୍କ ବୟସ୍ ୪ ବର୍ଷ ଓ ଆଉ ଦୁଇଜଣଙ୍କ ବୟସ ୭ ଓ ୮ ବର୍ଷ ଥିଲା । ବର୍ତମାନ ସେମାନଙ୍କ ପରିବାର ସଂମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛନ୍ତି ।

କେତେଦିନ ବ୍ୟବଧାନ ଭିତରେ ଲଗାଇବେ ଦ୍ୱିତୀୟ ଭ୍ୟାକସିନର ଡୋଜ୍ ?

କରୋନା ମହାମାରୀ ସହ ଲଢିବା ପାଇଁ ଆସିଲା ଭ୍ୟାକସିନ୍ । ଭ୍ୟାକସିନ ଆସିବା ପରେ ଲୋକଙ୍କ ଭିତରେ ସାମାନ୍ୟ ଆଶ୍ୱସ୍ତି ମଧ୍ୟ ମିଳିଲା । କିନ୍ତୁ ଭ୍ୟାକସିନ ନେବାର ପ୍ରକ୍ରିୟାକୁ ନେଇ ସମସ୍ତଙ୍କ ମନରେ ରହିଛି ଅନେକ ପ୍ରଶ୍ନ । କରୋନା ଲକ୍ଷଣ ଥିଲେ କଣ କରିବେ,କେତେଦିନ ବ୍ୟବଧାନ ଭିତରେ ଭ୍ୟାକସିନର ଡୋଜ୍ ଲଗାଇବେ,ଭ୍ୟାକସିନ ନେବା ପରେ କଣ କରିବା କଥା । ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବା  ।

୧-ମାମୁଲି ଲକ୍ଷଣ ଥିଲେ ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବା ପରେ ବି ରିପୋର୍ଟ ପଜିଟିଭ୍ ଆସିଲେ କିଛି ଚିନ୍ତାର ବିଷୟ ଅଛି କି ?
ଉ-ଆପଣଙ୍କୁ ଯଦି କୈାଣସି ଲକ୍ଷଣ ନାହିଁ ତାହାଲେ ଡରନ୍ତୁ,ସାବଧାନତା ସହକାରେ କାମ କରନ୍ତୁ,ହେଲ୍‌ଦୀ ଖାଇବା ଖାଆନ୍ତୁ ଓ ସକାଳୁ ସଂନ୍ଦ୍ୟା ପ୍ରାଣାୟମ କରନ୍ତୁ ,ସାମାନ୍ୟ ଥଣ୍ଡା ଥିଲେ ଗରମ ବାମ୍ଫ ନିଅନ୍ତୁ ।

୨-କରୋନା ଭଲ ହେବା ପରେ ଛାତିରେ କିଛି ଅସୁବିଧା ଅନୁଭୂତ ହେଉଥିଲେ କଣ କରିବେ ?
ଉ-ଦିନକୁ ୩ଥର ଗରମ ବାମ୍ଫ ନିଅନ୍ତୁ । ତାସହ ଶୋଇବା ପୂର୍ବରୁ ଗରମ ପାଣି ଗାରଗିଲିଙ୍ଗ କରନ୍ତୁ । ତାସହ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ନିଅନ୍ତୁ ।


୩-ଭ୍ୟାକସିନ୍ ଲଗାଇଥିବା ଜାଗାରେ ବ୍ୟଥା ଥିଲେ କିମ୍ବା କୁଣ୍ଡାଇ ହେଉଥିଲେ କଣ କରିବେ ?
ଉ-ଏହା ଖୁବ୍ ସାମାନ୍ୟ କଥା.ଏଥିରେ ଡରିବାର କୈାଣସି କଥା ନାହିଁ । କେବଳ ଧ୍ୟାନ ରଖିବେ ଯେମିତି ସେଠାରେ କୁଣ୍ଡେଇ କୁଣ୍ଡେଇ ଇନଫେକସନ୍ ନ ହୁଏ ।

୪-ଟିକା ନେବାର ୫ଦିନ ପରେ ହାଲକା ଜ୍ୱର ଆସିଲେ କଣ ସଂକ୍ରମଣର ଭୟ ଅଛି ?
ଉ-ଟିକା ନେବାର ୫ଦିନ ପରେ ହାଲକା ଜ୍ୱର ହେଲେ ଏହା ବିଶେଷ ଡରିବାର କାରଣ ନୁହେଁ । ଅନେକ ଲୋକଙ୍କୁ ଟିକା ନେଲେ ଜ୍ୱର ହୁଏ । କିନ୍ତୁ ଯଦି ଜ୍ୱର ସହ ଶୁଖିଲା କାଶ ଓ ଦୁର୍ବଳ ଅନୁଭବ ହୁଏ ତାହାଲେ ଟେଷ୍ଟ କରିପାରିବେ ।

୫-କରୋନା ଛାଡିବା ପରେ ପେଟରେ କଷ୍ଟ ଅନୁଭବ ହେଲେ ଲଗାତାର ଝାଡା ହେଉଥିଲେ କଣ କରିବେ?
ଉ-କୋରାନାର ଦ୍ୱିତୀୟ ଲହର ଦ୍ୱାରା ସଂକ୍ରମିତ ରୋଗୀଙ୍କୁ ପେଟରେ କଷ୍ଟ ଓ ଝାଡା ହେବା ଭଳି ଲକ୍ଷଣ ପରିଲକ୍ଷିତ ହେଉଛି । ତେଣୁକରି ଚିନ୍ତାକରିବାର କୈାଣସି ବି ବିଷୟ ନାହିଁ । କବେଳ ହାଲକା ଜିନିଷ ଖାଆନ୍ତୁ । ତାସହ ଓଆରଏସ୍ ଏବଂ ଏନରଜୀ ଡ୍ରିଙ୍କ ପିଅନ୍ତୁ ।

୬- କୋରନା ଛାଡିଯିବା ପରେ ଶରୀର ଆଣ୍ଟିବଡି ତିଆରି ହୋଇଯାଇଛି ବୋଲି ଭାବୁଛନ୍ତି କିନ୍ତୁ ତଥାପି ବେଳେ ବେଳେ ଦୁର୍ବଳ ଲାଗୁଛି କାହିଁକି ?
ଉ-ଏଣ୍ଟିବଡି ତିଆରି ହୋଇଯାଇଥିଲେ ତାହା ଭଲ ସଂଙ୍କେତ । କିନ୍ତୁ କୋଭିଡ ପରେ ଦୁର୍ବଳ ଲାଗିବା ଓ ବେଳେ ବେଳେ ଦେହ ହାତ ଥରିବା ଭଳି ଲକ୍ଷଣ ଥିଲେ ଡରନ୍ତୁ ନାହିଁ । ଖାଦ୍ୟରେ ଭିଟାମିନ ଯୁକ୍ତ ଜିନିଷ ଖାଆନ୍ତୁ । ଧିରେ ଧିରେ ସୁସ୍ଥ ଅନୁଭବ ହେବ ।

୭-ଥଣ୍ଡା ଜ୍ୱର ହୋଇଥିଲା କିନ୍ତୁ ଟେଷ୍ଟ କରିନଥିଲେ । ହେଲେ ଛାଡିବା ପରେ ଟେଷ୍ଟ କଲେ କୋଭିଡ ପଜିଟିଭ୍ ବାହାରିବ କି ?
ଉ-ଥଣ୍ଡା ଜ୍ୱର ପରେ ଟେଷ୍ଟ କରିପାରିବେ । ହେଲେ ମନେରଖନ୍ତୁ ଥଣ୍ଡା ଜ୍ୱର ଓ କାଶ ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରିବାକୁ ହିଁ ଯାଆନ୍ତୁ ।

୮-ଘରେ ମହିଳା ମାନେ ସଂକ୍ରମିତ ଅଛନ୍ତି ତେଣୁକରି ଖାଦ୍ୟ ବାହାରୁ ମଗାଇବା ଉଚିତ୍ ହେବ କି?
ଉ-ଏବେ ସୁଦ୍ଦା ଖାଦ୍ୟରେ କରୋନା ବ୍ୟାପୁଥିବାର କୈାଣସି ସୂଚନା ମିଳିନାହିଁ । ଯଦିଓ ବାହାରୁ ଖାଇବା ଖାଉଛନ୍ତି ତାହାଲେ ଧ୍ୟାନ ରଖନ୍ତୁ ଡେଲିଭରୀ ବୟ ସବୁକିଛି ଭଲଭାବେ ସାନିଟାଇଜ୍ କରି ଯେଉଁଭଳି ପାର୍ସଲ ଆଣେ ।

୯-ଭ୍ୟାକସିନର ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ୍ ? ମାସେ ପରେ ନେଲା କୈାଣସି ଅସୁବିଧା ହେବ କି ?
ଓ-ଡାକ୍ତରଙ୍କ କହିବା ଅନୁସାରେ ଦ୍ୱିତୀୟ ଡୋଜ କୋଭିସିଲ୍ଡ ଟିକା ୫୬ ଦିନ ବ୍ୟବଧାନରେ ନେଇପାରିବେ ଓ କୋଭାକ୍ସିନ୍ ଟିକା ୪୨ଦିନ ବ୍ୟବଧାନରେ । ତେଣୁ ବ୍ୟସ୍ତ ନ ହେଇ ଧର୍ଯ୍ୟ ଧରି ଟିକା ନିଅନ୍ତୁ ।

୧୦- ଘରୋଇ ଉପଚାର ବ୍ୟବହାର କରି ରୋଗ ପ୍ରତିଷେଧକ ବଢାଇବା ଠିକ୍ ନା ଭୁଲ୍ ?
ଉ-ହଁ ଘରୋଇ ଉପଚାର ଗ୍ରହଣ କରନ୍ତୁ । କିନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ କୈାଣସି ଓଲଟପାଲଟ ଜିନିଷ ଖାଆନ୍ତୁ ନାହିଁ । ରୋଗ ପ୍ରତିରୋଧକ ବଢେଇବା ପରିବ୍‌ର୍ତେ ଏହା ଆପଣଙ୍କୁ ଅଡୁଆରେ ପକାଇପାରେ । ତେବେ ଏହା ଥିଲା କିଛି ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର । ଆଶା କରିବି ଆପଣଙ୍କ କାମରେ ନିଶ୍ଚିତ ଆସିବ ।