ଦେଶରେ ଘାତକ କରୋନା ମହାମାରୀ । ଲଗାତାର ବଢୁଛି ସଂକ୍ରମଣ ମାମଲା । ଭିଡକୁ ଦୂରେଇବା କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଧିକାଂଶ ରାଜ୍ୟରେ ଲାଗୁ ହୋଇଯାଇଛି ଲକ୍ଡାଉନ । ହେଲେ ଦୁଃଖର ବିଷୟ ଏହା ଯେ କେଉଁଠି କରୋନା ରୋଗୀ ବେଡ୍ ନପାଇ ହନ୍ତସନ୍ତ ତ ଆଉ କେଉଁଠି ନିଶ୍ୱାସ ପାଇଁ କରୁଛନ୍ତି ସଂଘର୍ଷ । ସବୁଠି ନିଜ ପାଳି ପଡିବା ପାଇଁ ଅପେକ୍ଷା । ଆଉ ଯଦି ଏହିସବୁ ସ୍ଥିତି ଯୋଗୁଁ କାହାର ଜୀବନ ଚାଲିଯାଉଛି ତାହାଲେ ବି ମଶାଣୀ ଘାଟରେ ଶବ ସତ୍କାର ପାଇଁ ଦେବାକୁ ପଡୁଛି ଲମ୍ବା ଲାଇନ୍ । ଏହି ଲମ୍ବା ଲାଇନରେ ଏବେ ଛିଡା ହୋଇଛନ୍ତି ଭାରତର ହଜାର ହଜାର ଜନତା ।

କିନ୍ତୁ ଏହାରି ଭିତରେ ଚିନ୍ତା ବଢାଉଛି କରୋନା ଟିକା କେନ୍ଦ୍ର । ଆଜ୍ଞା ହଁ ଯେଉଁ ଟିକା କରଣର ଅଭିଯାନ ମେ ୧ ତାରିଖରୁ ଆରମ୍ଭ ହୋଇଥିଲା । ସେହିଠାରେ ହିଁ ଜନ୍ମନେଉଛି କରୋନା ସଂକ୍ରମଣ । ଏହିସବୁ ଟିକାକରଣ କେନ୍ଦ୍ରର ଦୃଶ୍ୟକୁ ଦେଖିଲେ ଆପଣମାନେ ଠିକ୍ ବୁଝିପାରିବେ । କେଉଁଭଳି ଭାବେ ସୁରକ୍ଷିତ ଟିକାକରଣ ଅସୁରକ୍ଷିତର ରୂପ ନେଉଛି । ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବା ପାଇଁ ରହିଛି ସମସ୍ତ ନିୟମ । ହେଲେ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ଆରମ୍ଭ ହୋଇଯାଇଛି ଭିଡ । ନା ରହିଛି କରୋନା ଗାଇଡଲାଇନ୍ ନା ରହିଛି ସାମାଜିକ ଦୂରତା । ସବୁ ନିୟମ ଯେମିତି ଏହି ଟିକାକରଣକେନ୍ଦ୍ର ଗୁଡିକରେ ଠପ୍ ହୋଇଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ସରକାର ସଚେତନ କରୁଥିବା ବେଳେ ।

ଟିକା ଦିଆଯାଉଥିବା କେନ୍ଦ୍ରଗୁଡିକରେ ଏହିଭଳି କରୋନା ଗାଇଡଲାଇନର ଅବହେଳା ସଂମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟଜନକ କଥା । ଭିଡ ଭିତରେ ଅନେକ ଲୋକଙ୍କୁ କରୋନା ହେଇଯିବ ଭାବି ଲୋକେ କୋଭିଡ୍ ଟିକା ନେବା ପାଇଁ କେନ୍ଦ୍ରକୁ ବି ଆସୁନାହିଁ । ଆଉ ଯେଉଁମାନେ ଆସୁଛନ୍ତି ଲମ୍ବା ଲାଇନ ଓ ଅତ୍ୟଧିକ ସମୟ ଅପେକ୍ଷା କରିବାକୁ ପଡୁଛି ବୋଲି ଅଭିଯୋଗ । ତାସହ ଦିଲ୍ଲୀ,ମୁମ୍ବାଇ ଭଳି ମେଟ୍ରୋ ସିଟି ମାନଙ୍କର ସ୍ଥିତି ବି ସଙ୍ଗିନ ପାଲଟିଛି । ଲୋକଙ୍କର ଟିକାକରଣ କେନ୍ଦ୍ରରେ ଜମୁଥିବା ଭିଡ ସତେ ଯେମିତି କରୋନା ସଂକ୍ରମଣକୁ ନିମନ୍ତ୍ରଣ କରୁଛି । ଅନ୍ୟପଟେ ଦେଶରେ କରୋନା ମୃତ୍ୟୁସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗିସାରିଲାଣି । ଏବେ ସୁଦ୍ଦା ଆମେରିକା ,ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ଅଧିକ ଥିଲା । କିନ୍ତୁ ଗତ ୧୦ ଦିନ ଭିତରେ ଭାରତରେ କରୋନା ଜନିତ ମୃତ୍ୟୁ ସବୁଠାରୁ ଅଧିକ ହୋଇଛି । ଦେଶରେ ବର୍ତମାନ ସୁଦ୍ଦା ୪ଲକ୍ଷ ୧୪ହଜାରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୩୯୨୭ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ଦେଶରେ ଘଣ୍ଟାକୁ ୧୫୦ଜଣଙ୍କର ମୃତ୍ୟୁ ହେଉଛି । ତେବେ ଏହିଭଳି ସ୍ଥିତିରେ ଜନତାଙ୍କର ଟିକାକରଣ କେନ୍ଦ୍ରରେ ଅବହେଳା ଓ ଅଭିଯୋଗ ସତରେ ଚିନ୍ତାର ବିଷୟ ପାଲଟିଛି । ଏସବୁକୁ ଲକ୍ଷ୍ୟକରି ସରକାର ନିୟମାବଳୀ ଗୁଡିକୁ ନେଇ ଲୋକଙ୍କୁ ଅଧିକ ସଜାଗ ଓ ସର୍ତକ କରାଇବା ହିଁ ପ୍ରମୁଖ କାର୍ଯ୍ୟ ହେବା ଆବଶ୍ୟକ ।



ଦତ୍ତାଙ୍କ କହିବା ଅନୁସାରେ କଙ୍ଗନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି । କଙ୍ଗନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ଆପତ୍ତିଜନକ ପୋଷ୍ଟ କରିଛନ୍ତି । ଆଉ ପୋଲିସଙ୍କୁ ଏଫ୍ଆଇଆର ଦେବା ସମୟରେ ଏହିସବୁର ସ୍କ୍ରିନସର୍ଟ ମଧ୍ୟ ଦତ୍ତା ପୋଲିସଙ୍କୁ ଦେଖାଇଛନ୍ତି । ପୂର୍ବରୁ କଙ୍ଗନାଙ୍କର ଏହିଭଳି ହିଂସାତ୍ମକ ଓ ଆପତ୍ତିଜନକ ପୋଷ୍ଟ ପାଇଁ ତାଙ୍କ ଟୁଇଟର ଆକାଉଣ୍ଟଙ୍କୁ ସଂମ୍ପୂର୍ଣ୍ଣ ରୂପେ ସସପେଣ୍ଡ କରିଦିଆଯାଇଥିଲା ।
କାହିଁକି ନା ସେ ନିଜ ଟୁଇଟର ଆକାଉଣ୍ଟରେ ପଶ୍ଚିମବଙ୍ଗର ନିର୍ବାଚନୀ ହିଂସାକୁ ନେଇ ଟିପ୍ପଣୀ ରଖିଥିଲେ । କେବଳ ସେତିକି ନୁହେଁ କଙ୍ଗନା ତାଙ୍କର ଗୋଟିଏ ପୋଷ୍ଟରେ ମମତା ବାନାର୍ଜୀଙ୍କୁ ଖୁନୀ ଓ ପିପାସୁ ରାକ୍ଷସୀ ତାଡକା ବୋଲି ମଧ୍ୟ କହିଥିଲେ । ତେବେ ଏହିଭଳି ଏଫ୍ଆଇଆର କଙ୍ଗନାଙ୍କ ବିରୁଦ୍ଦରେ ପ୍ରଥମଥର ହୋଇନାହିଁ । ଏହା ପୂର୍ବରୁ ବି ଅନେକ ବିବାଦୀୟ ବୟାନ ଦେଇ କଙ୍ଗନା ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଓ ନିଜ ଟୁଇଟକୁ ନେଇ ଲୋକଙ୍କର ଆକ୍ରୋଶର ଶିକାର ମଧ୍ୟ ହୋଇଛନ୍ତି ।


