spot_img
Home Blog Page 5672

ଲଗାତାର ଚତୁର୍ଥ ଦିନରେ ପୁଣି ବଢ଼ିଲା ତୈଳଦର, ୪ ଦିନରେ ଡିଜେଲ ଏକ ଟଙ୍କା ମହଙ୍ଗା

ଭୁବନେଶ୍ୱର: ନିର୍ବାଚନ ପରେ ବଢ଼ୁଛି ତୈଳଦର । ଶୁକ୍ରବାର ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୨୭ ପଇସାରେ ବିକ୍ରି ହେଉଛି । ସେହିଭଳି ଡିଜେଲ ଲିଟର ପିଛା ୩୧ ପଇସା ବଢ଼ି ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି ।

ଓଡ଼ିଶାରେ ମଧ୍ୟ ତୈଳଦର ବଢ଼ିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଦର ୯୦ ଟଙ୍କା ଉପରେ ଥିବାବେଳେ ୪ ଜିଲ୍ଲାରେ ପେଟ୍ରୋଲ ଦର ୯୫ ଟଙ୍କା ଉପରେ ରହିଛି । ରାଜ୍ୟରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୯୭ ଟଙ୍କା ୩ ପଇସା ମାଲକାନଗିରିରେ ରହିଛି । ନବରଙ୍ଗପୁର ଓ କୋରାପୁଟରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୧୫ ପଇସାରେ ବିକ୍ରି ହେଉଛି । ରାୟଗଡ଼ାରେ ୯୫ ଟଙ୍କା ୭୩ ପଇସା ରହିଛି ପେଟ୍ରୋଲ ।

ପେଟ୍ରୋଲ ଭଳି ଡିଜେଲ ଦରରେ ନିଆଁ ଲାଗିଛି । ମାଲକାନଗିରିରେ ଡିଜେଲର ସର୍ବାଧିକ ମୂଲ୍ୟ ଲିଟର ପିଛା ୯୩ ଟଙ୍କା ୯୪ ପଇସା ରହିଛି । ନବରଙ୍ଗପୁର ଓ କୋରାପୁଟରେ ଡିଜେଲ୍ ଲିଟର ପିଛା ୯୩ ଟଙ୍କା ୯ ପଇସାରେ ବିକ୍ରି ହେଉଥିବା ବେଳେ ରାୟଗଡ଼ାରେ ୯୨ ଟଙ୍କା ୬୬ ପଇସା ରହିଛି । ୪ ଦିନ ଭିତରେ ପଟ୍ରୋଲ ଲିଟର ପିଛା ୯୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୧ ଟଙ୍କା ବଢ଼ିଛି ।

କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ତୋସିଲିଜୁମାବ ଓ ଅନ୍ୟ ନୂଆ ଔଷଧ ନେଇ ଆସିଲା ଏସଓପି

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ତୋସିଲିଜୁମାବ (Tocilizumab) ଏବଂ ଅନ୍ୟ ନୂଆ ଔଷଧର ଆବଶ୍ୟକତା ଓ ବ୍ୟବହାର ନେଇ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ କମିଟି ଗଠନ କରିଛି । ଡାକ୍ତରଙ୍କ ପ୍ରେସକ୍ରିପସନ୍ କ୍ରମେ ଏହି କମିଟି ତୋସିଲିଜୁମାବର ବ୍ୟବହାର ନେଇ ନିଷ୍ପତ୍ତି ନେବ ।

ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯାଇପାରିବ ତୋସିଲିଜୁମାବ ଇଞ୍ଜେକ୍ସନ । ଅକ୍ସିଜେନ ଆବଶ୍ୟକତାକୁ କରୁଥିବା ରୋଗୀଙ୍କୁ ଏହା ଦିଆଯାଇ ପାରିବ । ଇଞ୍ଜେକ୍ସନ୍ ଦେବା ପୂର୍ବରୁ ରୋଗୀଙ୍କୁ ତଦାରଖ କରାଯିବା ଆବଶ୍ୟକ । ଏନେଇ DCGI ମଧ୍ୟ ଅନୁମତି ଦେଇଛନ୍ତି ।

ଡ୍ରଗ୍ସର ବ୍ୟବହାର ନେଇ DCGI ସ୍ପଷ୍ଟ ଗାଇଡଲାଇନ ଜାରି କରିନି । ନୂଆ ଡ୍ରଗ୍ସ ପର୍ଯ୍ୟାପ୍ତ ପରିମାଣରେ ମିଳୁନି । ତୋସିଲିଜୁମାବର ବ୍ୟବହାର ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିହ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସମସ୍ତ ଜିଲ୍ଲାପାଳ, CDM, PHOs, AIIMS ନିର୍ଦ୍ଦେଶକ, ଆଇଜିଏଚ୍, କ୍ୟାପିଟାଲ ହସ୍ପିଟାଲଙ୍କୁ ଚିଠି ଲେଖିଛନ୍ତି ।

ଭ୍ୟାକ୍ସିନ୍ ନାହିଁ, ୧୫ ଶହ କେନ୍ଦ୍ରରୁ ୨୧୨ କେନ୍ଦ୍ରରେ ଦିଆଯାଉଛି ଟିକା

ଭୁବନେଶ୍ୱର: ସଂକ୍ରମଣ ସଂକଟରେ ଥମୁନି ଟିକା ଟେନସନ୍‌ । ରାଜ୍ୟରେ ମୋଟ ୧୫ ଶହ କେନ୍ଦ୍ରରୁ ମାତ୍ର ୨୧୨ଟି କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି । ଏପରିକି ପ୍ରଥମ ଡୋଜ୍ ନେଇଥିବା ୧୭ ଲକ୍ଷ ୪୭ ହଜାର ଲୋକ ଦ୍ବିତୀୟ ଡୋଜ୍ ଟିକା ନେଇ ପାରୁନାହାନ୍ତି । ଟିକା ଅଭାବ ପାଇଁ ଆଜି ଜଗତସିଂହପୁର ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ ।

ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡର ୭୧ ହଜାର ୩୭୦ ଡୋଜ୍ ଥିବାବେଳେ କେନ୍ଦ୍ର ଦେଇଥିବା କୋଭାକ୍ସିନରୁ ୨ ଲକ୍ଷ ୯୦ ହଜାର ୪୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା କୋଭାକ୍ସିନର ୧ ଲକ୍ଷ ୨୦ ହଜାର ୮୬୦ ଡୋଜ୍ ଅଛି । ଏଯାବତ୍ ରାଜ୍ୟରେ ୬ ଲକ୍ଷ ୩ ହଜାର ୬୭୧ ଡୋଜ୍ ଟିକା ଦିଆଯାଇଛି ।

କେନ୍ଦ୍ର ଆବଶ୍ୟକ ଟିକା ପହଞ୍ଚାଇ ନଥିବାରୁ ଦୈନିକ ଅଢ଼େଇ ଲକ୍ଷରୁ ତିନି ଲକ୍ଷ ଟିକାକରଣ ଟାର୍ଗେଟ ପୂରଣ ହୋଇ ପାରୁନାହିଁ । କେନ୍ଦ୍ର ସରକାର ତୁରନ୍ତ ଟିକା ଯୋଗାଇ ଦେବା ପାଇଁ ଦାବି ହେଉଛି ।

ଏଥିସହ ପଢ଼ନ୍ତୁ: କରୋନା କଟକଣା ମାନିବାକୁ ସମସ୍ତଙ୍କୁ ନିବେଦନ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ସଂକ୍ରମଣ ସହ ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମାମଲା । ରାଜ୍ୟରେ ମହାମାରୀ ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ମାମଲା ସର୍ବାକାଳୀନ ରେକର୍ଡ ଭାଙ୍ଗିଥିବା ବେଳେ ଦୈନିକ ମୃତ୍ୟୁ ମଧ୍ୟ ବଢ଼ିଛି । ଗତକାଲି ୧୨ ହଜାର ୨୩୮ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ- ସବୁ ରେକର୍ଡ ଭାଙ୍ଗିଲା ସଂକ୍ରମଣ, ଦିନକରେ ୧୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

ଅନୁଗୁଳରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ବଲାଙ୍ଗିରରୁ ଜଣେ, କଟକରୁ ଜଣେ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ୨ ଜଣ, ଗଜପତିରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, ପୁରୀରୁ ୨ ଜଣ, ସୁନ୍ଦରଗଡ଼ରୁ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ ଅତିକ୍ରମ ରହିଛି । ଏଯାବତ୍ ୪ ଲକ୍ଷ ୨୩ ହଜାର ୨୫୭ ଜଣ ସଂକ୍ରମିତ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ରାଜ୍ୟରେ ୮୬ ହଜାର ୯୫୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୧୯ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୨୧୪୦କୁ ବୃଦ୍ଧି ପାଇଛି ।

ସଂକ୍ରମଣ ଭଳି ମୃତ୍ୟୁ ମାମଲାରେ ଆଗରେ ରହିଛି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ । ରେଡ୍ ଜୋନରେ ଥିବା ଏହି ୨ ଜିଲ୍ଲାରେ ପ୍ରତିଦିନ ସର୍ବାଧିକ ସଂକ୍ରମିତ ମାମଲା ସହ ମୃତ୍ୟୁ ହେଉଛି ।

ସବୁ ରେକର୍ଡ ଭାଙ୍ଗିଲା ସଂକ୍ରମଣ, ଦିନକରେ ୧୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ସବୁ ରେକର୍ଡ ଭାଙ୍ଗିଛି । ପ୍ରଥମଥର ଲାଗି ରାଜ୍ୟରେ ୧୨ ହଜାରରୁ ଅଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗୁରୁବାର ଦିନକରେ ରାଜ୍ୟରୁ ୧୨ ହଜାର ୨୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬ ହଜାର ୯୧୪ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୩୨୪ଟି ମାମଲା ସ୍ଥାନୀୟ ସଂକ୍ରମଣ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦୭୩ଟି ମାମଲା ଆସିଥିବା ବେଳେ ଖୋର୍ଦ୍ଧାରୁ ୧୮୨୮ ଜଣ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୪୮୦, ବାଲେଶ୍ୱରରୁ ୪୩୭, ବରଗଡ଼ରୁ ୪୭୫, ଭଦ୍ରକରୁ ୩୮୧, ବଲାଙ୍ଗିରରୁ ୨୬୦, ବୌଦ୍ଧରୁ ୧୨୮, କଟକରୁ ୯୧୬, ଦେବଗଡ଼ରୁ ୬୦, ଢେଙ୍କାନାଳରୁ ୧୪୨, ଗଜପତିରୁ ୯୧, ଗଞ୍ଜାମରୁ ୩୧୨, ଜଗତସିଂହପୁରରୁ ୧୬୮, ଯାଜପୁରରୁ ୩୧୮, ଝାରସୁଗୁଡ଼ାରୁ ୩୦୬, କଳାହାଣ୍ଡିରୁ ୫୮୦, କନ୍ଧମାଳରୁ ୬୯, କେନ୍ଦ୍ରାପଡ଼ାରୁ ୧୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝରରୁ ୧୭୯, ଖୋର୍ଦ୍ଧାରୁ ୧୮୨୮, କୋରାପୁଟରୁ ୧୩୦, ମାଲକାନଗିରିରୁ ୬୦, ମୟୂରଭଞ୍ଜରୁ ୨୫୭, ନବରଙ୍ଗପୁରରୁ ୨୮୨, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୯୦, ପୁରୀରୁ ୩୬୯, ରାୟଗଡ଼ାରୁ ୨୦୧, ସମ୍ବଲପୁରରୁ ୫୪୪, ସୋନପୁରରୁ ୧୫୯, ସୁନ୍ଦରଗଡ଼ରୁ ୨୦୭୩ ଏବଂ ଷ୍ଟେଟପୁଲରୁ ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ ଅତିକ୍ରମ ରହିଛି । ଏଯାବତ୍ ୪ ଲକ୍ଷ ୨୩ ହଜାର ୨୫୭ ଜଣ ସଂକ୍ରମିତ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ରାଜ୍ୟରେ ୮୬ ହଜାର ୯୫୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୧୯ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୨୧୪୦କୁ ବୃଦ୍ଧି ପାଇଛି ।

ଦରମା ନ ଦେବାରୁ ମାଲିକକୁ ହାତୁଡ଼ିରେ ବାଡ଼େଇ ହତ୍ୟା

ପିପିଲି: ମାଲିକକୁ ହାତୁଡ଼ିରେ ବାଡ଼େଇ ହତ୍ୟା କଲା କର୍ମଚାରୀ । ମୃତକ ହେଲେ ଦୀପକ ପାଟ୍ଟଶାଣୀ । ବକେୟା ଦରମାକୁ କେନ୍ଦ୍ରକରି ଦୀପକଙ୍କ ପାଖରେ କାମ କରୁଥିବା ହିରଣ୍ୟ ସାହୁ ବାଡ଼େଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପିପିଲି ଥାନା ସାତଶଙ୍ଖ ଡାକଘର ପାଖରେ ଖଲିଦନା କାରଖାନା କରିଥିଲେ ଦୀପକ । କାରଖାନାରେ ହିରଣ୍ୟ ସାହୁ କାମ କରୁଥିଲେ ।

ତେବେ ଦରମାକୁ କେନ୍ଦ୍ରକରି ମାଲିକ ଦୀପକ ପାଟ୍ଟଶାଣୀ ଏବଂ କର୍ମଚାରୀ ହିରଣ୍ୟ ସାହୁଙ୍କ ମଧ୍ୟରେ ପୂର୍ବରୁ ଅନେକ ବାର ବଚସା ହେଉଥିଲା । ତେବେ ପ୍ରାପ୍ୟ ନପାଇ ନିରାଶ ଥିଲେ ହିରଣ୍ୟ । ଆଜି ଦୀପକ ଶୋଇଥିଲା ବେଳେ ମାନସିକ ଭାରସାମ୍ୟ ହରାଇ ହିରଣ୍ୟ ହାତୁଡ଼ିରେ ତାଙ୍କୁ ଆକ୍ରମଣ କରିଥିଲେ ।

ଜର୍ମାନୀରୁ ଆସୁଛି ଦୈତ୍ୟ ଅକ୍ସିଜେନ୍ ପ୍ଲାଣ୍ଟ, ଉତ୍ପାଦନ କ୍ଷମତା ୪ ଲକ୍ଷ ଲିଟର

ନୂଆଦିଲ୍ଲୀ: ଦିଲ୍ଲୀରେ ଅକ୍ସିଜେନ୍ ଉତ୍ପାଦନ ପାଇଁ ଲାଗିବ ଜର୍ମାନ ମେସିନ୍ । ଗୁରୁବାର ଧାରରେ ଏକ ମାସିଭ୍ ଅକ୍ସିଜେନ୍ ପ୍ଲାଣ୍ଟ ଜର୍ମାନୀରୁ ଦିଲ୍ଲୀ ଆସୁଛି । ଯାହା ଥରକରେ ୪ ଲକ୍ଷ ଲିଟର ଅକ୍ସିଜେନ୍ ଉତ୍ପାଦନ କରିବାରେ ସକ୍ଷମ । ଡିଆରଡିଓ ଦ୍ୱାରା ପରିଚାଳିତ ସର୍ଦ୍ଦାର ପଟେଲ୍ କୋଭିଡ୍ ହସ୍ପିଟାଲରେ ଏହାକୁ ସ୍ଥାପନ କରାଯିବ । ଏହାଦ୍ୱାରା ସର୍ଦ୍ଦାର ପଟେଲ୍ କୋଭିଡ୍ ହସ୍ପିଟାଲ ସହ ଅନ୍ୟମାନେ ଅକ୍ସିଜେନ୍ ରିଫିଲିଂ କରିପାରିବେ ।

ଜର୍ମାନ ଆମ୍ବାସଡର ୱାଲ୍ଟର ଜେ. ଲିନ୍ଦନର ଏନେଇ ସୂଚନା ଦେଇଛନ୍ତି । ଏହି ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଦିନ ଶହେ ରୋଗୀଙ୍କ ଆବଶ୍ୟକତା ପୂରଣ କରିବ । ଆବଶ୍ୟକତା ପର୍ଯ୍ୟନ୍ତ ଉକ୍ତ ମେସିନ୍ ଦିଲ୍ଲୀରେ ରହିବ । ଏଥିସହ ଭାରତରେ ଟିକାକରଣ ଦିଗରେ ୟୁନିସେଫ୍ ସହ ମିଶି ଜର୍ମାନୀ ସରକାର କାମ କରୁଥିବା ସେ ସୂଚନା ଦେଇଛନ୍ତି ।

ଲାଞ୍ଚ ଭିଡିଓ ଭାଇରାଲ୍ ପରେ ବିଡିଓ ନିଲମ୍ବିତ

କେନ୍ଦୁଝର: ବିଡିଓଙ୍କୁ ମହଙ୍ଗା ପଡ଼ିଲା ପିସି କାରବାର । ପିସି କାରବାର ଅଭିଯୋଗରେ ନିଲମ୍ବିତ ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବିଡିଓ । ଯୋଡ଼ା ବ୍ଲକର ବିଡ଼ିଓ ଯୋଗେଶ୍ବର ନାୟକଙ୍କୁ ନିଲମ୍ବିତ କରାଯାଇଛି । ପିସି କାରବାର ଅଭିଯୋଗରେ ଯୋଗେଶ୍ବରଙ୍କୁ ଦାୟିତ୍ବରୁ ହଟାଇଛନ୍ତି କେନ୍ଦୁଝର ଜିଲ୍ଲାପାଳ । ବିଡିଓଙ୍କ ପିସି କାରବାରର ଏକ ଭିଡିଓ ସୋସିଆାଲ ମିଡିଆରେ ଭାଇରାଲ୍ ହୋଇଥିଲା ।

Keonjhar Collector Suspends Joda BDO After Bribe taking Video Goes Viral

ଭାଇରାଲ୍ ଭିଡିଓରେ ବିଡିଓ ଯୋଗେଶ୍ବର ନାଏକ ମହିଳା ପିଇଓଙ୍କଠାରୁ ବିଲ୍ ଫାଇଲ ପାସ୍ କରିବାକୁ ପିସି ନେଉଥିବା ଦେଖିବାକୁ ମିଳିଥିଲା । ନଳକୂଅ ମରାମତି ବାବଦକୁ ୧ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବାକୁ ୩୦ ହଜାର ଟଙ୍କା ପିସି ନେଉଥିବା ଜଣାପଡ଼ିଥିଲା । ଭାଇରାଲ ଭିଡିଓଟି ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଜିଲ୍ଲାପାଳ ଯୋଗେଶ୍ବରଙ୍କୁ ନିଲମ୍ବିତ କରିବା ସହ ଝୁମ୍ପୁରାର ଏବିଡିଓ ଚୁନୁ ହାସଦାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ।

୩ ଘଣ୍ଟାରେ କୋଭିଡ୍ ଆକ୍ରାନ୍ତଙ୍କୁ ବେଡ୍ ନଦେଲେ କାର୍ଯ୍ୟାନୁ୍ଷ୍ଠାନ ନିର୍ଦ୍ଦେଶ

ଅମରାବତୀ: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିର ସମୀକ୍ଷା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ରାଜ୍ୟବ୍ୟାପୀ କୋଭିଡ୍ ବେଡ୍ ସହ ଟିକାକରଣ ବୃଦ୍ଧି କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ଆକ୍ରାନ୍ତ ୧୦୪କୁ କଲ୍ କରିବା ମାତ୍ରେ ସମ୍ପୂର୍ଣ୍ଣ ସହାୟତା ଦେବାକୁ ସେ କହିଛନ୍ତି ।

ଏଥିସହ କରୋନା ଆକ୍ରାନ୍ତଙ୍କୁ ମାତ୍ର ୩ ଘଣ୍ଟା ମଧ୍ୟରେ ବେଡ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶଯ୍ୟା ପ୍ରଦାନରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ୧୦୪କୁ ଫୋନ୍ କଲ୍ ଆସିବା ମାତ୍ରେ ଆକ୍ରାନ୍ତଙ୍କ ସ୍ଥାନ ଅନୁଯାୟୀ ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲାକୁ ଦେବାକୁ କହିଛନ୍ତି ।

ସ୍ଥାନୀୟ ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ କରୋନା ଆକ୍ରାନ୍ତଙ୍କୁ ଆଡମିଟ୍ କରିବେ । ସମ୍ପୂର୍ଣ୍ଣ ମାଗଣା ଭାବେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଉଡ଼ାଣ ଭରୁ ଭରୁ ଖସିଗଲା ଏୟାର ଆମ୍ବୁଲାନ୍ସର ଚକ୍

ମୁମ୍ବାଇ: ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ଲାଗି ଏୟାର ଆମ୍ବୁଲାନ୍ସର ବ୍ୟବହାର କରାଯାଏ । ସମୟର ସ୍ୱଳ୍ପତା ଏବଂ ଜରୁରୀକାଳୀନ ଚିକିତ୍ସା ଲାଗି ଏୟାର ଆମ୍ବୁଲାନ୍ସ ରୋଗୀଙ୍କ ଭରସା ଥାଏ । ତେବେ ମହାରାଷ୍ଟ୍ରରେ ରୋଗୀକୁ ନେଇ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ନାଗପୁରରୁ ଏୟାର ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ ହାଇଦ୍ରାବାଦ ଉଡ଼ାଣ ଭରିବା ଦୁର୍ଘଟଣା ଘଟିଛି ।

ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରିବାକୁ ପଡ଼ିଛି । ସୂଚନା ଅନୁସାରେ ଏୟାର ଆମ୍ବୁଲାନ୍ସଟି ନାଗପୁରରୁ ଉଡ଼ାଣ ଭରିବା ମାତ୍ରେ ଏକ ଟାୟାର୍ ଭୂଇଁରେ ଖସି ପଡ଼ିଥିଲା । ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରିବାକୁ ପଡ଼ିଛି ।

ସି-୯୦ ଏୟାରକ୍ରାଫ୍ଟ ନାଗପୁରରୁ ହାଇଦ୍ରାବାଦ ଯାଉଥିଲା । ଏୟାର ଆମ୍ବୁଲାନ୍ସରେ ମୋଟ ୫ ଜଣ ଥିଲେ ।  । ଯେଉଁଥିରେ ୨ ଜଣ କ୍ରିଉ ମେମ୍ବର, ଜଣେ ଡାକ୍ତର ଓ ରୋଗୀ ଥିଲେ । ନାଗପୁରରେ ବିମାନ ଉଡ଼ାଣ ମାତ୍ରେ ସମସ୍ୟା ସୃଷ୍ଟି ହୋଇଥିଲା । ଏକ ଚକ ବିମାନରୁ ଖସି ପଡ଼ିଥିଲା । ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ମୁମ୍ବାଇରେ ବିମାନ ଅବତରଣ କରିଥିଲେ । ରୋଗୀଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।