spot_img
Home Blog Page 5707

ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଯଶସ୍ବୀ ସାରସ୍ବତ ସାଧକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। କିମ୍ବଦନ୍ତୀ ସାହିତ୍ୟିକ ମନୋଜ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ମୁଁ ଅତ୍ୟନ୍ତ ଦୁଃଖିତ ଟୁଇଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହେଇ ରହିଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗରେ ଉତ୍କଳ ଜନନୀ ତାର ଅନ୍ୟତମ ସୁଯୋଗ୍ୟ ସନ୍ତାନକୁ ହରାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସେପଟେ ରାଷ୍ଟ୍ରୀୟ ସମ୍ମାନ ସହ  ସ୍ବର୍ଗତ ମନୋଜ ଦାସଙ୍କ ଶେଷକୃତ୍ୟ କରିବା ପାଇଁ  ଓଡ଼ିଶା ସରକାରଙ୍କ ପକ୍ଷରୁ ପଣ୍ଡିଚେରୀ ସରକାରଙ୍କୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସ୍ବର୍ଗତ ଦାସଙ୍କ ଶେଷକୃତ୍ୟରେ ଯୋଗ ଦେବେ।

ଜଜଙ୍କ ଲାଗି ପଞ୍ଚତାରକା ହୋଟେଲରେ ବେଡ୍ ମାଗିନୁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ହାଇକୋର୍ଟର ବିଚାରପତିଙ୍କ ପାଇଁ ଅଶୋକ ହୋଟେଲରେ ରୁମ୍ ବୁକିଂ କରିବା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ବିଚାରପତିଙ୍କ ପାଇଁ ପଞ୍ଚ ତାରକା ହୋଟେଲରେ ୧୦୦ ବେଡର ସୁବିଧା  କେବେ ମଗାଯାଇନଥିଲା ।

ଆମେ ଗଣମାଧ୍ୟମ ଜରିଆରେ ଏସମ୍ପର୍କରେ ଖବର ପାଇଲୁ ବୋଲି ହାଇକୋର୍ଟ କହିଛନ୍ତି । ଯେଉଁ ଜାଗାରେ ଲୋକଙ୍କୁ ବେଡ୍ ମିଳିପାରୁନି ସେଭଳି ସ୍ଥିତିରେ ଆମେ ଏଭଳି ଦାବି କେବେ କରିପାରିବୁ କି? ଆପଣ ନିଜେ ଭାବନ୍ତୁ । ଗଣମାଧ୍ୟମ ଭୁଲ୍ ହୋଇପାରିବ ନାହିଁ, ସରକାରଙ୍କ ନିର୍ଦ୍ଦେଶ ଭୁଲ୍ । କରୋନା ସଙ୍କଟ ବେଳେ ଆପଣ କୌଣସି ଗୋଟିଏ ବର୍ଗକୁ କିଭଳି ସୁବିଧା ଯୋଗାଇ ପାରିବେ । ଏନେଇ ଦିଲ୍ଲୀ ସରକାରଙ୍କୁ ନୋଟିସ୍ କରାଯାଇଥିବା ବେଳେ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହେଲେ ଏହା ପଛରେ କୗେଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ସରକାର କହିଛନ୍ତି । ତେବେ ଏହି ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିନେବା ଭଲ ହେବ ବାେଲି ହାଇକୋର୍ଟ କହିଛନ୍ତି। ଯାହା ପରେ ଏହି ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିବୁ ବୋଲି ସରକାର କହିଥିବା ବେଳେ ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ।

ଅମ୍ଳଜାନ ଅଭାବରୁ ପ୍ରାଣ ହରାଇଥିବା ରୋଗୀଙ୍କ ତଥ୍ୟ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ମାଗିଛନ୍ତି । ସରକାର ରୋଗୀଙ୍କ ନାମ, ୱାର୍ଡ/କୋଠରୀ, ସମୟ ଏବଂ ମୃତ୍ୟୁର କାରଣ ଆଦିକୁ ଚାରି ଦିନ ମଧ୍ୟରେ ଏକ ଆଫିଡେଭିଟରେ ଦେବାକୁ କହିଛନ୍ତି । ସେମାନଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ ବୋଲି ହାଇକୋର୍ଟ କହିଛନ୍ତି।

ସମସ୍ତ ଫାର୍ମାସିରୁ ରେମିଡିସିଭିର, ଡେକ୍ସାମେଥାସୋନ ଏବଂ ଫେବିଫ୍ଲୁ ଯୋଗାଣର ରେକର୍ଡ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଯେପରି କୗେଣସି କଳାବଜାରୀ ନହୁଏ ସେନେଇ ଅଡିଟ୍ କରିବାକୁ କହିଛନ୍ତି।

ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ମନୋଜ ଦାସ ମଙ୍ଗଳବାର ଦିନ ଶେଷ ନିଶ୍ୱାସ ତ୍ୟାଗ କିଛନ୍ତି । ସେ ଏକାଧାରରେ ଥିଲେ ଜଣେ ସାହିତ୍ୟକ, କଥାକାର, ଗାଳ୍ପିକ ଓ ଔପନ୍ୟାସିକ । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ୧୯୬୩ ମସିହାରୁ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରୁଥିଲେ ।

୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗାଁରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ମାଆଙ୍କର ପଞ୍ଚମ ସନ୍ତାନ ହେଉଛନ୍ତି ମନୋଜ ଦାସ । ଯାହାଙ୍କର ଡାକ ନାମ ଥିଲା ମଣ୍ଟୁ। ମନୋଜ ଦାସଙ୍କ ପରିଚୟ ସେ ନିଜେ କେବଳ ମନୋଜ ଦାସ । ଏକ ଧାଡ଼ିରେ କହିଲେ ସର୍ଜନାର ମହାକାଶ ମନୋଜ ଦାସ ସରସ୍ଵତୀ ସମ୍ମାନ ଠୁ ଆରମ୍ଭ କରି ପଦ୍ମଶ୍ରୀ ଓ ପଦ୍ମଭୂଷଣ ଭଳି ଅନେକ ସମ୍ମାନ ପାଇଛନ୍ତି କହିଲେ ଭୁଲ ହେବ ନାହିଁ ।

ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ମଧ୍ୟ ଅର୍ଜନ କରିଛନ୍ତି ମନୋଜ ଦାସ। ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସଙ୍କ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା ।

ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା । ସେହି ସମୟରେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ । ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ । ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ ।

୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ। ସେହି ବର୍ଷ ହିଁ ସେ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହ ବିବାହ କରିଥିଲେ । ପରେ ୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଲେ । ୧୯୬୫ ମସିହାରେ ତାଙ୍କର ଗଳ୍ପ ‘ଶେଷ ବସନ୍ତର ଚିଠି’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ପାଇଥିଲେ ମନୋଜ ।

କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୃଢ଼ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ। ମୁଖ୍ୟ ଶାସନ ସଚିବ ଏସବୁ କାର୍ଯ୍ୟର ତଦାରଖ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ କିଛି ବ୍ୟବସାୟୀ ସଙ୍ଗଠନ ବାଣିଜ୍ୟ ସମୟସୀମା ହ୍ରାସ କରି କୋଭିଡ ପରିଚାଳନାରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି। ଏହିଭଳି ସଂଗଠନଗୁଡ଼ିକୁ କୋଭିଡ ପରିଚାଳନାରେ ଅଂଶୀଦାର କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଲୋକଙ୍କ ଜୀବନ ରକ୍ଷା ପାଇଁ ପର୍ଯ୍ୟାପ୍ତ ଔଷଧ, ଅମ୍ଳଜାନ ଠିକ ସମୟରେ ଯୋଗାଇଦେବା ସହ ଏହାର ସୁବନ୍ଦୋବସ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କରୋନାର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବାକୁ କୋଭିଡ ନିୟମର କଡ଼ା ଅନୁପାଳନ ସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରତିଟି ବହୁମୂଲ୍ୟ ଜୀବନର ସୁରକ୍ଷା ପାଇଁ ଆମ ଡାକ୍ତର, ମେଡ଼ିକାଲ କର୍ମଚାରୀମାନେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ନିଷ୍ଠାପର ସେବାକୁ ସମ୍ମାନ ଜଣାଇବା ସହ କୋଭିଡ ଯୁଦ୍ଧକୁ ଆହୁରି ଦୃଢ଼ କରିବାକୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସହ ଏକ ସଚେତନ ନାଗରିକର ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍‌ ରହିବ, ସେଥିପାଇଁ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତ୍ବେ ଆମେ ନିରନ୍ତର ଭାବେ ସେବା କରିଚାଲିଛୁ। କିନ୍ତୁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦ୍ ବେଗ ସୃଷ୍ଟି କରିଛି। ଭାଇରସ୍‌ର ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଦ୍ବିତୀୟ ଲହରରେ ଆମର ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ଜଟିଳତା ଦେଖା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଏପରି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପରି ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ଆମେ ପ୍ରସ୍ତୁତ ରହିବା ଦରକାର ବୋଲି ନବୀନ ଅପିଲ କରିଛନ୍ତି। ଏଥିପାଇଁ ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ନିୟମାବଳୀକୁ ଠିକ୍‌ ଭାବରେ ପାଳନ କରିବା, ତେବେ କୋଭିଡର ପରାଜୟ ସୁନିଶ୍ଚିତ। ସବୁବେଳେ ଠିକ୍‌ ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା ଆଦି କୋଭିଡ ନିୟମାବଳୀର ସଠିକ୍‌ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ୩୦ ପ୍ରତିଶତ ଶଯ୍ୟାରେ ଅକ୍‌ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ବେଡ୍‌ ପରିଚାଳନା ଲାଗି ଅନ୍‌ଲାଇନ ରିଅଲ ଟାଇମ୍‌ ମେଡ୍‌ ମ୍ୟାନେଜମେଣ୍ଟ ସାଇଟ କାର୍ଯ୍ୟକାରୀ କରାଯିବା ନେଇ ସେ ଗୁରୁତ୍ବ ଦେଇଛନ୍ତି।

୫୦ ଦିନ ପରେ ଜୀବିତ ଫେରିଲା ସ୍ୱାମୀ, ହତ୍ୟା ଅଭିଯୋଗରେ ତିନି ଜଣଙ୍କୁ ଜେଲ

ପାକୁଡ଼: ଝାଡ଼ଖଣ୍ଡର ପାକୁଡ଼ରେ ଶବ ନେବାକୁ ଅଡ଼ି ବସିଥିବା ପତ୍ନିକୁ ମିଳିଲା ଜୀବିତ ସ୍ୱାମୀ । ହଠାତ୍ମୃତ ଭାବି ନେଇଥିବା ସ୍ୱାମୀଙ୍କୁ ଦେଖିବା ପରେ ମହିଳାଙ୍କ ହୋଶ୍ଉଡ଼ିଗଲା ।

ପାକୁଡ଼ର ଅମଡ଼ାପାଡ଼ା ଥାନାର ବୋହଡ଼ା ଗାଁର ବାସିନ୍ଦା ମହେଶ୍ୱର ଟୁଡୁଙ୍କୁ ପୋଲିସ ଜୀବିତ ଅବସ୍ଥାରେ ଅଦାଲତରେ ହାଜର କଲା । ଅଦାଲତରେ ହାଜର କରିବା ପରେ ମହେଶ୍ୱରଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଗତ ମାର୍ଚ୍ଚ ମାସଠାରୁ ଚର୍ଚ୍ଚାରେ ଅଛନ୍ତି ମହେଶ୍ୱର । ମହେଶ୍ୱରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନି ଓ ପରିବାରବର୍ଗ ଉମଡ଼ପାଡ଼ା ଥାନାରେ ଅଭିଯୋଗ କରିଥିଲେ । ଏହା ସହିତ କିଛି ସମ୍ପର୍କୀୟଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ ମହେଶ୍ୱରଙ୍କ ପରିବାର । ଆଶ୍ଚର୍ଯ୍ୟର କଥା ହେଉଛି ପୋଲିସ ତିନି ନିର୍ଦ୍ଦୋଷ ସମ୍ପର୍କୀୟଙ୍କୁ ହତ୍ୟା ଅଭିଯୋଗରେ ଜେଲକୁ ପଠାଇଥିଲା ।

ମହେଶ୍ୱରଙ୍କ ମୃତଦେହ ନମିଳିବାରୁ ମହେଶ୍ୱରଙ୍କ ପତ୍ନି,ପରିବାର ଓ ସମ୍ପର୍କୀୟ ଦୁଇ ଦୁଇ ଥର ରାସ୍ତା ଅବରୋଧ କରିଥିଲେ । ମହେଶ୍ୱରଙ୍କ ପରିବାର ଓ ତାଙ୍କ ଗାଁ ଲୋକଙ୍କ ଚାପ ପଡ଼ିବାରୁ ପୋଲିସ ମହେଶ୍ୱରଙ୍କ ତିନି ସମ୍ପର୍କୀୟଙ୍କୁ ଗିରଫ କରିଥିଲା । ଏହାକୁ ନେଇ ଏସପି ମଣିପାଲ କହିଛନ୍ତିଯେ, ମହେଶ୍ୱର ଟୁଡୁଙ୍କ ପରିବାର ସମ୍ପତ୍ତି ଲୁଟ୍ଉଦ୍ଦେଶ୍ୟରେ ମହେଶ୍ୱରଙ୍କୁ ଗୁପ୍ତ ଭାବରେ ବାଙ୍ଗାଲୁରୁ ପଠାଇ ଦେଇଥିଲେ । ପ୍ରାୟ ଦୁଇ ମାସ ପରେ ସେଠାରୁ ଆସି ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିଲେ ମହେଶ୍ୱର । ମହେଶ୍ୱରଙ୍କ ବିଷୟରେ ସୁରାକ୍ମିଳିବା ପରେ ସମସ୍ତ ରାଜ୍ଖୋଲିଛି ।

ପିପିଲି ଉପନିର୍ବାଚନ ନେଇ ତେଜିଲା ରାଜନୀତି, ନିର୍ବାଚନ ଘୁଞ୍ଚାଇବାକୁ କଂଗ୍ରେସର ଦାବି

ଭୁବନେଶ୍ୱର: ଜନମତ ପାଇଁ ବାଜିରେ ନଲାଗୁ ଜୀବନ। ସଂକ୍ରମଣ ସଂକଟରେ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଛି କଂଗ୍ରେସ। ଏଥିପାଇଁ କଂଗ୍ରେସ ପକ୍ଷରୁ ସବୁ ରାଜନୈତିକ ଦଳକୁ ନିବେଦନ କରାଯାଇଛି। ତେଣୁ ନିର୍ବାଚନ କମିସନ ବାଇ-ଇଲେକ୍ସନ୍‌ ତାରିଖ ଘୁଞ୍ଚାଇବାକୁ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି। ସେପଟେ ଦଳ ଭିତରୁ ହିଁ ଉଠିଛି ଭିନ୍ନ ମତ। କୋଭିଡ୍ କଟକଣାରେ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢିଛନ୍ତି ସୁର। ସେପଟେ ପିପିଲି ପାଇଁ କଂଗ୍ରେସ ଭବନରେ ପ୍ରସ୍ତୁତ ହୋଇଛି ରଣନୀତି।

ଉପନିର୍ବାଚନ ନେଇ କଂଗ୍ରେସରେ ଭିନ୍ନ ମତ। ଦଳର ଦାବି ଅବାସ୍ତବ ଓ ଅସତ୍ୟ ବୋଲି କହିଛି ବିଜେପି। ନିର୍ବାଚନ ଏକ ଗଣତାନ୍ତ୍ରିକ ପଦ୍ଧତି। ତେଣୁ କୋଭିଡ୍‌ କଟକଣାରେ ନିର୍ବାଚନ ହେଉ ବୋଲି ବିଜେପି କହିଛି। ସେପଟେ ବିଜେଡି କହିଛି, କଣ ହେବ ସେନେଇ କଂଗ୍ରେସ ଆଗେ ଦଳ ଭିତରେ ନିଷ୍ପତ୍ତି ନେଉ। ନିର୍ବାଚନ କମିଶନରଙ୍କ ପାଖରେ ଦାବି ରଖୁ। ବିଜେଡି ଉପନିର୍ବାଚନରେ ରାଲି, ଶୋଭାଯାତ୍ରା ଓ ସଭା କରିବ ନାହିଁ ବୋଲି ଆଗରୁ ଘୋଷଣା କରିସାରିଛନ୍ତି ସୁପ୍ରିମୋ।

୧୬ତାରିଖରେ ହେବ ପିପିଲି ଉପନିର୍ବାଚନ। ଏନେଇ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି। ହେଲେ ନିର୍ବାଚନ ଘୁଞ୍ଚାଇବାକୁ ନେଇ ଦଳ ଭିତରେ ଭିନ୍ନ ମତ ନେଇ ଉଠିଛି ପ୍ରଶ୍ନ।

ନା ମିଳିଲା ଅକ୍ସିଜେନ ନା ଆମ୍ବୁଲାନ୍ସ: ମୃତ୍ୟୁ ପରେ ଝିଅର ଶବକୁ ବାଇକରେ ଆଣିଲା ବାପା

ଉତ୍ତର ପ୍ରଦେଶ: ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଯନ୍ତ୍ରଣାରେ ଚାଲିଗଲା ୧୯ ବର୍ଷିୟା ଝିଅର ଜୀବନ । ୟୁପିର ଫିରୋଜାବାଦରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗମ୍ଭୀର ଅବସ୍ଥାରେ ଝିଅକୁ ମୋଟର ସାଇକେଲରେ ସରକାରୀ ଟ୍ରୋମା ସେଣ୍ଟର ପହଞ୍ଚିଥିଲେ ବାପା । ଝିଅକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା କିନ୍ତୁ ସରକାରୀ ଟ୍ରୋମା ସେଣ୍ଟରରେ ଅକ୍ସିଜେନ ନଥିଲା । ସେଥିପାଇଁ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା ନାହିଁ ଏବଂ ପରେ ତାର ମୃତ୍ୟୁ ହୋଇଥିଲା ।

ଝିଅର ବାପା କାନ୍ଦି କାନ୍ଦି କହିଛନ୍ତି ଯେ, ଏଠାରେ ଅକ୍ସିଜେନ ନାହିଁ ଏବଂ ଚିକିତ୍ସା ମଧ୍ୟ ମିଳିପାରୁ ନାହିଁ । ଡାକ୍ତର ଝିଅକୁ ଦେଖିବା ପରେ ତାକୁ ମୃତ ଘୋଷଣା କରିଥିଲେ । ଅନେକ ଥର କହିବା ସତ୍ତ୍ୱେ ମଧ୍ୟ ମୃତ ଝିଅକୁ ନେବା ପାଇଁ ଆମ୍ବୁଲାନ୍ସ ଖଣ୍ଡେ ବି ଦିଆଗଲା ନାହିଁ । ଏହି ଘଟଣା ପରେ ଝିଅର ପରିବାରରେ ଶୋକର ଛାୟା ଖେଳିଯାଇଛି । ଫିରୋଜାବାଦରେ ବର୍ତ୍ତମାନ ସରକାରୀ ସ୍ୱାସ୍ଥ୍ୟ ସେବାର ଗୋଟିଏ ମାତ୍ର ଟ୍ରୋମା ସେଣ୍ଟର ରହିଛି । ଯାହାର ସ୍ଥିତି ନକହିଲେ ଭଲ ।

ଡାକ୍ତର ଝିଅକୁ ଦେଖିବା ପରେ ବାପାଙ୍କୁ କହିଥିଲେ ଯେ, ଏଠାରେ ଅକ୍ସିଜେନ ଉପଲବ୍ଧ ନାହିଁ । ଏହାରି ଭିତରେ ଝିଅର ମୃତ୍ୟୁ ହୋଇଯାଇଥିଲା । ବାପାଙ୍କ କହିବା ଅନୁଯାୟୀ ଝିଅକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଡାକ୍ତରଖାନା ଆଣିବା ପରେ ଜଣାପଡ଼ିଲା ଯେ, ଏଠାରେ ନା ଅକ୍ସିଜେନ ଅଛି ନା କେହି ଦୁଃଖ ଶୁଣିବାକୁ ଅଛନ୍ତି ।

ନିୟମ ଅନୁସାରେ ମୃତ୍ୟୁ ପରେ ଶବକୁ ଆମ୍ବୁଲାନ୍ସ ବା ସରକାରୀ ଗାଡ଼ିରେ ପଠାଯାଇଥାଏ । କିନ୍ତୁ ସରକାରୀ ଟ୍ରୋମା ସେଣ୍ଟରରେ ଏଭଳି କୌଣସି ସୁବିଧା ନଥିଲା । ଏହା ପରେ ଅସହାୟ ବାପାକୁ ଝିଅର ଶବ ମୋଟର ସାଇକେଲରେ ଘରକୁ ନେବାକୁ ପଡ଼ିଥିଲା ।

୪୫ ଦିନରେ ୨୦ ମାଉଜର ଜବତ, ଆକ୍ସନ ମୋଡ଼ରେ ନୂଆ କମିଶନର

ଭୁବନେଶ୍ୱର: ଲୁଟ, ଅପହରଣଠୁ ଆରମ୍ଭ କରି ବାଲି ଚୋରା ଚାଲାଣ। ସବୁଠି ଖୁଲମଖୁଲା ଵ୍ୟଵହାର ହେଉଛି ବନ୍ଧୁକ। ନୂଆ ପୋଲିସ କମିଶନର କାର୍ଯ୍ୟରେ ଯୋଗଦେବା ପରେ ଦେଢ଼ ମାସ ମଧ୍ୟରେ ଟୁଇନ ସିଟି ଓ ଏହାର ଉପକଣ୍ଠରୁ ୧୫ଟି ବନ୍ଧୁକ ଜବତ ହୋଇଛି। ସେହିଭଳି ଏସଟିଏଫ ଗତ ସପ୍ତାହରେ ନିଆଳି ନିକଟରୁ ୨ ଯୁବକଙ୍କୁ ଗିରଫ କରିବା ସହ ୮ ବନ୍ଧୁକ ଜବତ କରିଛି। ସେମାନଙ୍କୁ ପଚରାଉଚରା ବେଳେ ମୁଙ୍ଗେରରୁ ବନ୍ଧୁକ ଆସୁଥିବା ସୂଚନା ମିଳିଥିବା ବେଳେ ଏହା ବଜାର ରେ ୫ ହଜାରରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ବିକ୍ରି ହେଉଛି।

ବନ୍ଧୁକ ଡିଲରେ ଲଗାମ ଲଗାଇବା ପାଇଁ ୨୦୧୪ ମସିହାରେ ଆରମ୍ଭ ହୋଇଥିଲା ଅପରେସନ ବ୍ଲାକସ୍ମୋକ। କୁଇକ ଆକ୍ସନ ଟିମ ଏହାର ତଦନ୍ତ ଭାର ନେବା ସହ ସେହିବର୍ଷ ୯୩ ଟି ମାଉଜର ଓ ୨୪୯ ଟି ଅଫୁଟା ଗୁଳି ଜବତ କରିଥିଲା। ୨୦୧୫ ରେ  ୬୩ ଟି ମାଉଜର ସହ ୧୬୨ ଟି ଅଫୁଟା ଗୁଳି, ୨୦୧୬ରେ ୮୯ ଟି ମାଉଜର ସହ ୨୧୨ ଟି  ଅଫୁଟା ଗୁଳି ଜବତ ହୋଇଥିଲା। ତେବେ ୩ ବର୍ଷରେ ୩୭୮ ଜଣଙ୍କୁ ଗିରଫ କରି ଅପରାଧୀଙ୍କ ମନରେ ଛନକା ପୁରାଇଥିବା କ୍ୟୁଏଟି ଏବେ କୋମାକୁ ଚାଲିଯାଇଥିବା ଦେଖାଯାଇଛି।

ଗତ ୨ ବର୍ଷ ଧରି ଟୁଇନ ସିଟିରେ ବିପର୍ଯ୍ୟସ୍ତ ହୋଇଥିବା ଆଇନଶୃଙ୍ଖଳାରେ ଏବେ ସୁଧାର ଆସିବା ସହ କ୍ରାଇମରେ ବ୍ରେକ ଲାଗିଛି ।

‘ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ନକରିପାରିଲେ କେନ୍ଦ୍ରକୁ ଦାୟିତ୍ୱ ଦେବୁ’: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଅକ୍ସିଜେନ ସଙ୍କଟ ନେଇ ରାଜ୍ୟ ସରକାରଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏମିତିକି ମଙ୍ଗଳବାର ଦିନ କରାେନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଗିଦ କରିଛନ୍ତି କୋର୍ଟ । ଅକ୍ସିଜେନ ସିଲିଣ୍ଡର କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ରାଜ୍ୟ ସରକାର ।

ଅକ୍ସିଜେନ୍ ଓ କରୋନା ରୋଗୀଙ୍କୁ ଦିଆଯାଉଥିବା ଔଷଧ କଳାବଜାରୀ ରୋକିବାକୁ ସରକାର ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି । ଯଦି ରାଜ୍ୟ ସରକାର ସ୍ଥିତି ଆୟତ୍ତ କରିବାକୁ ଅସମର୍ଥ, ତାହେଲେ ଆମେ କେନ୍ଦ୍ରୀୟ ଅଧିକାରୀଙ୍କୁ ଏହାର ଦାୟିତ୍ୱ ଦେବୁ ବୋଲି କହିଛନ୍ତି ହାଇକୋର୍ଟଙ୍କ ଖଣ୍ଡପୀଠ।

ଏହାବ୍ୟତୀତ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ଜାରି ରହିଥିବା ବେଳେ ସରକାର ଆମକୁ ପଞ୍ଚ-ତାରକା ହୋଟେଲରେ ୧୦୦ ବେଡ୍ ଦେଉଛନ୍ତି ବୋଲି କହିବା ସହ କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ଦିଲ୍ଲୀ ସରକାରଙ୍କ ଉପରୁ ଆମର ଭରସା ଉଠି ଯାଇଥିବା ନେଇ କୋର୍ଟ ସ୍ପଷ୍ଟ କରିଛନ୍ତି ।

Delhi HC Strict Step Said Oxygen Supply Should Be Uninterrupted

ସୂଚନା ଅନୁଯାୟୀ, ଦିଲ୍ଲୀର ଶାନ୍ତିମୁକୁନ୍ଦ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଦୂର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମେଡିକାଲ କର୍ତ୍ତୃପକ୍ଷ । ଯାହାର ଶୁଣାଣି କରିବା ବେଳେ ଅକ୍ସିଜେନ ସିଲିଣ୍ଡର କଳାବଜାରୀ ନେଇ ଦିଲ୍ଲୀ ସରକାରଙ୍କୁ ତାଗିଦ କରିଛନ୍ତି କୋର୍ଟ । ତୁରନ୍ତ ଦିଲ୍ଲୀ ସରକାର କଳାବଜାରୀ ରୋକିବାକୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହସ୍ପିଟାଲଗୁଡ଼ିକୁ ଆବଶ୍ୟକ ଅକ୍ସିଜେନ ସପ୍ଲାଇ କରନ୍ତୁ ବୋଲି କୋର୍ଟ କହିଛନ୍ତି।

ସେପଟେ ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଦୂର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର। ବ୍ୟାଙ୍କକରୁ ୧୮ଟି ଟ୍ୟାଙ୍କର ଦିଲ୍ଲୀ ଆଣିବାକୁ ପ୍ରକ୍ରିୟା ଜାରି ରହିଛି। ଏହାଛଡ଼ା ଫ୍ରାନ୍ସରୁ ୨୧ଟି ରେଡୀ ଟୁ ୟୁଜ୍ ଅକ୍ସିଜେନ୍ ପ୍ଲାଣ୍ଟ ଆମଦାନୀ ପାଇଁ ମଧ୍ୟ ସରକାର ଯୋଜନା ଚଳାଇଛନ୍ତି । ରେଡୀ ଟୁ ୟୁଜ୍ ଅକ୍ସିଜେନ୍ ପ୍ଲାଣ୍ଟଗୁଡ଼ିକୁ ବିଭିନ୍ନ ହସ୍ପିଟାଲରେ ଲଗାଯିବ । ଯାହାଫଳରେ ଦିଲ୍ଲୀରେ ଅକ୍ସିଜେନ ସଙ୍କଟର ସମାଧାନ ହୋଇପାରିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ମହିଳା ଥାନା କ୍ୟାମ୍ପସରେ ଚାଇଲ୍ଡ ଥାନା ମଡେଲ, ଥାନା ଭିତରେ ଓ ବାହରେ ପିଲାଙ୍କ ଛବି

ଭୁବନେଶ୍ୱର: ଥାନାର କାନ୍ଥ କହୁଛି କାହାଣୀ । ଥାନା ଭିତରେ ଓ ବାହରେ ପିଲାଙ୍କ ଛବି । କାନ୍ଥରେ ହାତୀ, ବାଘ, ଭାଲୁ  ସାଙ୍କୁଚ ଚିତ୍ର  । ମୋ ସ୍କୁଲର ଛବି । ଚାଇଲ୍ଡ ଫ୍ରେଣ୍ଡଲି ପୋଲିସ ସେବା ପାଇଁ ଆଉ ପାଦେ ଆଗେଇଲା କମିଶମରେଟ ପୋଲିସ  । ମହିଳା ଥାନା କ୍ୟାମ୍ପସରେ ଚାଇଲ୍ଡ ଥାନା ମଡେଲ । ଥାନା କାନ୍ଥରେ ଅଙ୍କା ହୋଇଛି ରଙ୍ଗ ବେରଙ୍ଗର ଛବି । କାନ୍ଥ କହୁଛି ପାହଡର ପାଦ ଦେଶର ଦୃଶ୍ୟ । ଛୋଟ ପିଲା ମାନେ ପାଠ ପଢିବା ସହ ଶୈଶବ ଜୀବନକୁ କେମିତି ଉପଭୋଗ କରୁଛନ୍ତି  । ସେହି ଦୃଶ୍ୟ ଅଙ୍କା ଯାଇଛି ଥାନାର କାନ୍ଥରେ  ।

ବିଭିନ୍ନ ସମୟରେ ଅନେକ ନିଜର ଅଭିଯୋଗ ନେଇ ଥାନାକୁ ଆସନ୍ତି । ସାଙ୍ଗରେ ଆସିଥାନ୍ତି ଛୋଟ ପିଲା । ଥାନାରେ ଛୋଟ ପିଲଙ୍କା ଉପରେ ପ୍ରଭାବ ପଡିଥାଏ । ଛୋଟ ପିଲାଙ୍କ ମନରେ ସ୍କୁଲର ଭ୍ରମ ସୃଷ୍ଟି କରିବା ପାଇଁ ଥାନା ଭିତରେ ସ୍କୁଲ ଓ ଘରର ପରିବେଶ ମାହୋଲ ତିଆରି କରାଯାଇଛି । ଆଗାମୀ ଦିନରେ ଥାନରେ ଭିତରେ ଛୋଟ ପିଲା ମାନଙ୍କ ଲାଗି ଖେଳିବା ପାଇଁ ଉପକରଣ  ଦିଆଯିବ । ଏ ସବୁ ଚିତ୍ର ଦେଖିଲା ପରେ ପିଲା ମାନଙ୍କର ଥାନା ପ୍ରତି ଥିବା ଭାବନା ଦୂର ହେବ ବୋଲି ଏହି ପ୍ରୟାସ ।

ଥାନା ଗୁଡିକରେ ଏସବୁ ଯୋଜନା ଓ ପରିବେଶ ତିଆରି କରିବା ପଛରେ ଲୋକଙ୍କ ସହ ଯୋଡି ହେବା ପୋଲିସର ପ୍ରୟାସ । ଜଣେ ଅଭିଯୋଗକାରୀ ଥାନକୁ ଆସି ଫେରିଲା ବେଳେ ବନ୍ଧୁ ହୋଇ ଯିବା ହିଁ ପୋଲିସର ମୂଳ ଲକ୍ଷ୍ୟ  । ଏ କାର୍ଯ୍ୟକ୍ରମ ଦ୍ବାରା ପୋଲିସକୁ ଭଲ ରେସପନ୍ସ ମିଳୁଛି ବୋଲି ଡିସିପି କହିଛନ୍ତି । ସେପଟେ ଥାନା ଗୁଡିକରେ ଶିଶୁ ମାନଙ୍କ ପାଇଁ  ଏଭଳି ପଦକ୍ଷେପ ନେବା ଦ୍ବାରା ଅନ୍ୟ ଥାନା ପାଇଁ ଏକ ଉଦାହରଣ ସୃଷ୍ଟି ହେବ ବୋଲି ଚାଇଲ୍ଡ ଲାଇନର ନିର୍ଦ୍ଦେଶକ କହିଛନ୍ତି  ।

ଅନେକ ସମୟରେ ଶୈଶବରୁ ପିଲା ମାନେ ବାଟ ହୁଡିଥାନ୍ତି । ଆଉ ପିଲା ମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇ ଯାଇଥାଏ । ସେଥଇପାଇଁ ଅଧିକ ଚାଇଲ୍ଡ ଫ୍ରେଣ୍ଡଲି ଥାନା ମଡେଲ ଶୀଘ୍ର କାର୍ଯ୍ୟକାରୀ କରାଯିବାକୁ ଚାଲିଛି ଯୋଜନା  ।