spot_img
Home Blog Page 5711

ଅଣ୍ଡା ଓ ଚିକେନ ଉପରେ କରୋନା ମାଡ଼, ଅଧା ହୋଇଗଲା ଚିକେନ ଦର

ନୂଆଦିଲ୍ଲୀ: ଚଳିତ ଦିନରେ ଅଣ୍ଡାର ଚାହିଦା ପୂର୍ବଭଳି ରହିଛି । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲୋକ ଅଣ୍ଡାକୁ ଦୈନିକ ଖାଦ୍ୟରେ ସାମିଲ କରୁଛନ୍ତି । ଏହା ସତ୍ତ୍ୱେ ଅଣ୍ଡା ଓ ଚିକେନ ମୂଲ୍ୟରେ ବିରାଟ ପ୍ରଭାବ ପଡ଼ିଛି । ଏକ ସପ୍ତାହ ମଧ୍ୟରେ ଚିକେନ ଦର ଅଧାରୁ କମ୍‌ହ୍ରାସ ହୋଇଛି । ଅଣ୍ଡାର ଯଥେଷ୍ଟ ଚାହିଦା ଥିଲେ ମଧ୍ୟ ସପ୍ଲାଇରେ ବାଧା ସୃଷ୍ଟି ହୋଇଛି । ଫଳସ୍ୱରୂପ କୁକୁଡ଼ା ବ୍ୟବସାୟୀ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି ।

କେବଳ ଦେଶନୁହେଁ ବରଂ ଏସିଆର ସବୁଠାର ବଡ଼ ଚିକେନ ମଣ୍ଡି ଗାଜିପୁରରେ ଅନ୍ଧକାର ଛାଇ ଯାଇଛି । ଏହି ମଣ୍ଡିରୁ ଦୈନିକ ୫ ଲକ୍ଷ କୁକୁଧା ବାହାରକୁ ଯାଏ । କିନ୍ତୁ କରୋନା ପ୍ରଭାବରୁ ଏହାର ଅଧା ମଧ୍ୟ ସପ୍ଲାଇ ହୋଇପାରୁନାହିଁ ।

କୁକୁଡ଼ା ବ୍ୟବସାୟୀଙ୍କ କହିବା ହେଉଛି, ୮ରୁ ୧୦ ଦିନ ପୂର୍ବରୁ ଗାଜିପୁର ମଣ୍ଡିର ହୋଲସେଲର ସବୁଠାରୁ ଦାମୀ କୁକୁଡ଼ା କିଲୋପ୍ରତି ୧୧୫ରୁ ୧୨୦ ଟଙ୍କା ଦରରେ ବିକ୍ରି କରୁଥିଲେ । ହୋଲି ପରଠାରୁ ଏହି ଦର ଲଗାତାର ରହି ଆସୁଥିଲା । କିନ୍ତୁ ଦିଲ୍ଲୀରେ ସମ୍ପୂର୍ଣ୍ଣ ତାଲାବନ୍ଦ ଏବଂ ଅନ୍ୟ କେତେକ ରାଜ୍ୟରେ ସାପ୍ତାହିକ ତାଲାବନ୍ଦ ହେତୁ କୁକୁଡ଼ା ସପ୍ଲାଇ ଉପରେ ଏକ ବିରାଟ ଧରଣର ପ୍ରଭାବ ପଡ଼ିଛି । ଫଳ ସ୍ୱରୂପ ଦୈନିକ କୁକୁଡ଼ା ଦର ୧୦ରୁ ୧୫ ଟଙ୍କା ହ୍ରାସ ହେବାରେ ଲାଗିଛି । ରବିବାର ଗାଜିପୁରରେ କୁକୁଡ଼ା ମୂଲ୍ୟ କିଲୋପ୍ରତି ୬୫ ଟଙ୍କାରେ ବିକ୍ରି ହୋଇଥିବା ବେଳେ ସୋମବାର କୁକୁଡ଼ା ମୂଲ୍ୟ କିଲୋପ୍ରତି ୪୫ ଟଙ୍କାରୁ ଆରମ୍ଭ କରି ୫୮ ଟଙ୍କା ଦରରେ ବିକ୍ରି ହେଉଛି ।

ମାନ୍ୟା ଏକ୍‌ଟ୍ରେଡର୍ସର କହିବା ମୁତାବକ ଅଣ୍ଡାର ଚାହିଦା ତ ପୂର୍ବଭଳି ରହିଛି, କିନ୍ତୁ ବାଧକ ସାଜିଛି ଲକଡାଉନ । ଲକଡାଉନ ହେତୁ ବ୍ୟବସାୟ ମାଡ଼ ଖାଇଛି ଏବଂ କୁକୁଡ଼ା ବ୍ୟବସାୟରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ।

ଶନିବାର ଓ ରବିବାର ଲକଡାଉନ ହୋଇଥିବା ବେଳେ ସୋମବାର ଓ ମଙ୍ଗଳବାର ଧାର୍ମିକ ବାର ହୋଇଥିବାରୁ ବ୍ୟବସାୟ ସମ୍ପୂର୍ଣ୍ଣ ଭାବରେ ଠପ୍‌ହୋଇ ଯାଇଛି ।

ମେ’ ୨ ନିର୍ବାଚନ ଫଳାଫଳ ପରେ ହୋଇପାରିବିନି ବିଜୟ ଶୋଭାଯାତ୍ରା, ରୋକ୍ ଲଗାଇଲେ EC

ନୂଆଦିଲ୍ଲୀ: କରୋନା ଭୂତାଣୁର ବଢ଼ୁଥିବା ପ୍ରକୋପକୁ ଦେଖି ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ମେ’ ୨ ତାରିଖରେ ଆସିବ । ନିର୍ବାଚନରେ ବିଜୟ ପରେ କୌଣସି ବିଜୟ ଶୋଭାଯାତ୍ରା ହୋଇପାରିବ ନାହିଁ । ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ ।

ଏଥିସହ ପଢ଼ନ୍ତୁ- ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ ହେବା ଉଚିତ୍: ମାଡ୍ରାସ ହାଇକୋର୍ଟ

ଏଥିସହ ବିଜୟ ପ୍ରାର୍ଥୀଙ୍କ ସହ ୨ ଜଣରୁ ଅଧିକ ବ୍ୟକ୍ତି ବିଜୟ ପ୍ରମାଣପତ୍ର ଆଣିବାକୁ ଯିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ମାଡ୍ରାସ୍ ହାଇକୋର୍ଟ କରୋନା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ ହେବା ଉଚିତ୍ ବୋଲି କହିଛନ୍ତି । କୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ ।

Election Commission Bans All Victory Processions On Or After Counting 2nd May

ସୂଚନାଯୋଗ୍ୟ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଓ ପୁଡୁଚେରୀରେ ଅନୁଷ୍ଠିତ ହୋଇଥିବା ନିର୍ବାଚଳ ଫଳାଫଳ ମେ ୨ରେ ଘୋଷଣା ହେବ । ୩ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଶେଷ ହୋଇ ଯାଇଥିବା ବେଳେ ପଶ୍ଚିମବଙ୍ଗରେ ଗୋଟିଏ ପର୍ଯ୍ୟାୟ ଭୋଟିଂ ବାକି ରହିଛି ।

କରୋନା ସଂକ୍ରମଣ ମାମଲା ବିଗତ କିଛିଦିନ ହେଲା ଦ୍ରୁତଗତିରେ ବଢ଼ି ଚାଲିଛି । ନିର୍ବାଚନ ପ୍ରଚାରେ ବେଳେ ବିଭିନ୍ନ ରାଜନୀତିକ ଦଳର ସଭାରେ ଅସଂଖ୍ୟ ଲୋକଙ୍କ ଭିଡ଼ ଲାଗୁଥିଲା । ସେଠି ନା ସାମାଜିକ ଦୂରତା ଥିଲା, ନା କାହା ମୁହଁରେ ମାସ୍କ ଦେଖିବାକୁ ମିଳୁଥିଲା । ଏପରିକି ନିର୍ବାଚନ ପ୍ରଚାରେ ବେଳେ ପ୍ରାୟ ଦଳର ଷ୍ଟାର କ୍ୟାମ୍ପେନର ମଧ୍ୟ ମାସ୍କ ପିନ୍ଧୁନଥିବା ଦେଖା ଯାଇଥିଲା । ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ପୂର୍ବରୁ ନିର୍ବାଚନ ଆୟୋଗ ବଡ଼ ରାଲି, ରୋଡ୍ ଶୋ’ ଉପରେ କଟକଣା ଲଗାଇଥିଲେ ।

୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୨୭୭୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ଥମୁନି କରୋନା ସଂକ୍ରମଣ । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୨୩ ହଜାର ୧୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୨ ହଜାର ୭୨୧ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୮୨ ହଜାର ୨୦୪କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତିକାଲି ୨ ଲକ୍ଷ ୫୧ ହଜାର ୮୨୭ ଲୋକ କରୋନାକୁ ମାତ୍ ଦେଇଛନ୍ତି ।

ଦେଶରେ କରୋନାର ସ୍ଥିତି

ମୋଟ ସଂକ୍ରମଣ ମାମଲା- ଏକ କୋଟି ୭୬ ଲକ୍ଷ ୩୬ ହଜାର ୩୦୭

ମୋଟ ମୃତ୍ୟୁ- ୧ ଲକ୍ଷ ୯୭ ହଜାର ୮୯୪

ମୋଟ ସୁସ୍ଥ- ୧ କୋଟି ୪୫ ଲକ୍ଷ ୫୬ ହଜାର ୨୦୯

ମୋଟ ଟିକାକରଣ- ୧୪ କୋଟି ୫୦ ଲକ୍ଷ ୮୫ ହଜାର ୯୧୧

ଭ୍ୟାକ୍ସିନ୍ ଅଭାବ ପାଇଁ ବାଲେଶ୍ୱର, ମୟୂରଭଞ୍ଜରେ ଭ୍ୟାକ୍ସିନ ଟିକାକରଣ ବନ୍ଦ

ବାଲେଶ୍ୱର/ବାରିପଦା: ସଂକ୍ରମଣ ବଢ଼ୁଛି ଅଥଚ ଟିକା ଅଭାବ ଟଳୁନି । କୋଭିଡ୍ ଅରେଞ୍ଜ ଜୋନରେ ଥିବା ବାଲେଶ୍ୱର ଓ ରେଡ୍ ଜୋନରେ ଥିବା ମୟୂରଭଞ୍ଜ ଜିଲ୍ଲା ଟିକା ଅଭାବ ଦେଖା ଦେଇଛି । ଫଳରେ ଉଭୟ ଜିଲ୍ଲାରେ ଠପ୍ ହୋଇଯାଇଛି କୋଭିଡ୍ ଟିକାକରଣ । ବାଲେଶ୍ୱର ଜିଲ୍ଲାରେ ମୋଟ ୭୦ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ ବ୍ୟବସ୍ଥା ହୋଇଥିବା ବେଳେ ଭ୍ୟାକ୍ସିନ୍ ନଥିବାରୁ ୬୪ଟି କେନ୍ଦ୍ର ବନ୍ଦ ରହିଛି ।

Covid Vaccination Centres Closed In Balasore And Mayurbhanj

ଫଳରେ ଟିକା ନେବାକୁ ଆସି ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ଟିକାକରଣକୁ ମଧ୍ୟ ବନ୍ଦ କରାଯାଇଛି । ଟିକାର ଅଭାବ ଯୋଗୁଁ ପ୍ରଥମେ କେବଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଚାଲିଥିଲା । ହେଲେ ଜିଲ୍ଲାରେ ମାତ୍ର ୬ଟି କେନ୍ଦ୍ରରେ ୩୨୦ ଡୋଜ୍ ଟିକା ଥିବାରୁ ଅନ୍ୟ ସେଣ୍ଟର ଗୁଡ଼ିକୁ ବନ୍ଦ କରାଯାଇଛି ।

Covid Vaccination Centres Closed In Balasore And Mayurbhanj

ଅନ୍ୟପଟେ କୋଭିଡ୍ ରେଡ୍ ଜୋନରେ ଥିବା ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କୋଭିଡ୍ ଟିକାକରଣ ଏକପ୍ରକାର ଠପ୍ ହୋଇଯାଇଛି । ଟିକାର ଅଭାବ ଯୋଗୁଁ ବନ୍ଦ ହୋଇଛି କେନ୍ଦ୍ର । ଜିଲ୍ଲାରେ ମୋଟ ୭୨ ଟିକାକରଣ କେନ୍ଦ୍ର ମଧ୍ୟରୁ କେବଳ ରାଇରଙ୍ଗପୁର ଉପଖଣ୍ଡରେ ରହିଥିବା ସ୍ୱଳ୍ପ ସଂଖ୍ୟକ କେନ୍ଦ୍ରରେ ଟିକା ଦିଆଯାଉଛି ।

କରୋନା ମାଡ଼, ୨ ଦିନ ବଜାର ବନ୍ଦ ରଖିବାକୁ ବଣିକ ସଂଘର ନିଷ୍ପତ୍ତି

କରଞ୍ଜିଆ: କରୋନା ସଂକ୍ରମଣ ବଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଏହାର ଗୁରୁତର ପ୍ରଭାବ ପଡ଼ିଛି । କରଞ୍ଜିଆ ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବା ବେଳେ ୧୦୦ରୁ ଅଧିକ ସକ୍ରିୟ ମାମଲା ରହିଛି । ଏହାରି ଭିତରେର ଅଞ୍ଚଳରୁ ୨ ଜଣଙ୍କ ମୃତ୍ୟୁ କରୋନାରେ ହୋଇଛି  ଏଭଳି ପରିସ୍ଥିତିରେ କରୋନାକୁ ଚେକ୍  ଦେବା ପାଇଁ ଅଣ୍ଟା ଭିଡ଼ିଛି କରଞ୍ଜିଆ ବଣିକ ସଂଘ ।

Karanjia Trade Union Decides To Close Market For 2 Days Corona

ଦୁଇ ଦିନ ପାଇଁ ଦୋକାନ ବଜାର ବନ୍ଦ ରଖିବାକୁ କରଞ୍ଜିଆ ବଣିକ ସଂଘ ନିଷ୍ପତ୍ତି ନେଇଛି । ଆଜିଠାରୁ କରଞ୍ଜିଆରେ ସମସ୍ତ ଦୋକାନ ବଜାର ୨ ଦିନ ପାଇଁ ବନ୍ଦ ରହିବ । ବନ୍ଦରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ।

କରୋନା ନେଲା ଆଉ ୧୦ ଜଣଙ୍କ ଜୀବନ, ମୃତ୍ୟୁସଂଖ୍ୟା ୨ ହଜାର ପାର୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ମୃତ୍ୟୁହାର କମ୍ ରହିଛି । ୧୦ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨ ହଜାର ୭ରେ ପହଞ୍ଚିଛି । ବୌଦ୍ଧରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ରାୟଗଡ଼ାରୁ ୨ ଜଣ, ସୁନ୍ଦରଗଡ଼ରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସଂକ୍ରମଣ ଭଳି କୋଭିଡ୍ ମୃତ୍ୟୁରେ ଖୋର୍ଦ୍ଧା ଜିଲ୍ଲା ଶୀର୍ଷରେ ରହିଛି । ୪ ମୃତ୍ୟୁ ସହ ଜିଲ୍ଲାର ମୋଟ କୋଭିଡ୍ ମୃତ୍ୟୁ ୩୫୧କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୮ ହଜାର ୯୭୩ଟି ସକ୍ରିୟ ମାମଲା ରହିଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୩ ମୃତ୍ୟୁକୁ ମିଶାଇ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୫ ହଜାର ୭୩୫ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ।

ରାୟଗଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୭୫୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ବୌଦ୍ଧ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୩୪୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ରାଜ୍ୟରୁ ଆଉ ୬ ହଜାର ୭୩ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୬ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ ମାମଲା । ଲଗାତାର ଷଷ୍ଠ ଦିନରେ ରାଜ୍ୟରୁ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟାରେ ରାଜ୍ୟରୁ ୬ ହଜାର ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩ ହଜାର ୫୨୨ଟି ମାମଲା ଆସିଥିବା ବେଳେ ୨ ହଜାର ୫୫୧ଟି ମାମଲା ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୨୩୯ ଜଣ, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୮୬, ଭଦ୍ରକରୁ ୬୫, ବଲାଙ୍ଗିରରୁ ୪୫୭, ବୌଦ୍ଧରୁ ୬୪, କଟକରୁ ୧୯୮, ଦେବଗଡ଼ରୁ ୩୬, ଢେଙ୍କାନାଳରୁ ୧୨, ଗଜପତିରୁ ୭୯, ଗଞ୍ଜାମରୁ ୨୦୯, ଜଗତସିଂହପୁରରୁ ୬୨, ଯାଜପୁରରୁ ୧୦୭, ଝାରସୁଗୁଡ଼ାରୁ ୩୫୯, କଳାହାଣ୍ଡିରୁ ୨୭୭, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୬୪, କେନ୍ଦୁଝରରୁ ୨୬୬, ଖୋର୍ଦ୍ଧାରୁ ୧୦୯୨, କୋରାପୁଟରୁ ୭୬, ମାଲକାନଗିରିରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୧୪୯, ନବରଙ୍ଗପୁରରୁ ୨୦୬, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୪୦୦, ପୁରୀରୁ ୨୨୬, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୧୫୮, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୩୭୧ ଏବଂ ଷ୍ଟେଟ ପୁଲରୁ ୨୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁବୃଦ୍ଧି ପାଇଛି । ଏବେ ରାଜ୍ୟରେ ୫୦ ହଜାର ୯୫୮ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ୩ ଲକ୍ଷ ୬୭ ହଜାର ୧୧୧ ଜଣ କରୋନାକୁ ମାତ୍ ଦେଇଛନ୍ତି ।

ଅଣ୍ଡରୱର୍ଲ୍ଡ ଡନ୍ ଛୋଟା ରାଜନକୁ କରୋନା, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ତିହାଡ଼ ଜେଲରେ ବନ୍ଦୀ ଥିବା ଅଣ୍ଡରୱର୍ଲ୍ଡ ଡନ୍ ଛୋଟା ରାଜନ କରୋନା ସଂକ୍ରମିତ ହୋଇଛି । ତାକୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଜେଲ୍ ଅଧିକାରୀଙ୍କ ଅନୁସାରେ, ଏବେ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ଥାନୀୟ କୋର୍ଟକୁ ଏନେଇ ସୂଚନା ଦେଇଥିଲେ ଜେଲ୍ କର୍ତ୍ତୃପକ୍ଷ ।

ଛୋଟା ରାଜନ ୨୦୧୫ରେ ଇଣ୍ଡୋନେସିଆର ବାଲିରୁ ପ୍ରତ୍ୟର୍ପଣ ପରେ ତିହାଡ଼ ଜେଲରେ ଥିଲା । ମୁମ୍ବାଇରେ ବି ତା ବିରୋଧରେ ମାମଲା ଚାଲିଛି । ଉକ୍ତ ମାମଲାକୁ ସିବିଆଇକୁ ଦିଆଯାଇଛି । ଏହାର ଶୁଣାଣି ସ୍ୱତନ୍ତ୍ର କୋର୍ଟରେ ଚାଲିଛି । ସୋମବାର ତିହାଡ଼ର ସହାୟକ ଜେଲର ସ୍ଥାନୀୟ ଅଦାଲତଙ୍କୁ ଜଣାଇଥିଲେ ମାମଲାର ଶୁଣାଣି ପାଇଁ ଛୋଟା ରାଜନଙ୍କୁ ଭିଡିଓ କନଫରେନ୍ସିଂରେ ହାଜର କରାଯାଇ ପାରିବ ନାହିଁ । ସେ କରୋନା ସଂକ୍ରମିତ ହେବା ପରେ ତାକୁ ଏମ୍ସରେ ଭର୍ତ୍ତି କରାଯାଇଛି ।

୭୦ରୁ ଅଧିକ ମାମଲା

ଛୋଟା ରାଜନ ବିରୋଧରେ ଅପହରଣ ଓ ହତ୍ୟା ସହ ଜଡ଼ିତ ୭୦ରୁ ଅଧିକ ମାମଲା ଚାଲିଛି । ପତ୍ରକାର ଜ୍ୟୋତିର୍ମୟ ଦେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ କାରାଦଣ୍ଡାଦେଶ ଆଦେଶ ମିଳିଥିଲା । ୧୯୯୩ରେ ମୁମ୍ବାଇ ସିଲିଏଲ୍ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ହେଉଛି ଛୋଟା ରାଜନ ।

କରୋନା ଠାରୁ ବର୍ତ୍ତିବା ଲାଗି ସରକାରଙ୍କ ପାଖରେ କଣ ରହିଛି ଜାତୀୟ ଯୋଜନା ? ସୁପ୍ରିମକୋର୍ଟରେ ଆଜି ଶୁଣାଣି

ନୂଆଦିଲ୍ଲୀ: ମହାମାରୀ କରୋନା ଠାରୁ ମୁକ୍ତି ପାଇବା ଲାଗି ଦେଶ ପାଇଁ କଣ ଯୋଜନା କରିଛନ୍ତି କେନ୍ଦ୍ର ସରକାର । କରୋନାର ବଢ଼ୁଥିବା ମାମଲା ଏବଂ କୋଭିଡ୍ ଆକ୍ରାନ୍ତଙ୍କ କ୍ଷେତ୍ରରେ ଉପୁଜୁଥିବା ଅସୁବିଧାକୁ ନେଇ ସୁପ୍ରିମକୋର୍ଟ ନିଜ ଆଡ଼ୁ ପଚାରିବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । କରୋନାରୁ ମୁକ୍ତି ପାଇବା ଲାଗି ସରକାର ଦେଶ ପାଇଁ କଣ ଯୋଜନା କରିଛନ୍ତି ବୋଲି ପଚାରିଥିଲେ । ଏହି ମାମଲାର ଶୁଣାଣି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଏଲ୍. ନାଗେଶ୍ୱର ରାୱ ଏବଂ ଜଷ୍ଟିସ୍ ଏସ୍.ରବୀନ୍ଦ୍ର ଭଟ୍ଟଙ୍କ ତିନିଜଣିଆ ଖଣ୍ଡପୀଠ କରିବେ ।

ସୁପ୍ରିମକୋର୍ଟ ଏହି ମାମଲାରେ ବରିଷ୍ଠ ଆଇନଜୀହୀ ହରୀଶ ସାଲଭେଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ କରିଥିଲେ । ତେବେ ଏହି ମାମଲାରୁ ନିଜକୁ ଦୂରେଇ ରଖିବା ଲାଗି ହରୀଶ ଅନୁମତି ମାଗିଥିଲେ । ଯାହାପରେ କୋର୍ଟ ତାଙ୍କୁ ବାଦ୍ ପାଇଁ ଅନୁମତି ଦେଇଛନ୍ତି ।

Coronavirus Second Wave Supreme Court Hearing Today On Covid National Plan

ଦେଶ ପ୍ରାଇଁ ୪ ପ୍ରସଙ୍ଗ

୧) ଅକ୍ସିଜେନ୍ ଯୋଗାଣ- ରାଜଧାନୀ ଦିଲ୍ଲୀ ସମେତ ଦେଶର କେତେକ ରାଜ୍ୟରେ ଅକ୍ସିଜେନ୍ ନିଅଣ୍ଟ ଯୋଗୁଁ ଲୋକଙ୍କ ଜୀବନ ଯାଉଛି ।

୨) ଔଷଧ ଯୋଗାଣ- କରୋନା ଚିକିତ୍ସାରେ ପ୍ରୟୋଗ ଅତ୍ୟାବଶ୍ୟକୀୟ ଔଷଧର ଅଭାବ ପ୍ରାୟ ରାଜ୍ୟରେ ଦେଖା ଦେଇଛି ।

୩) ଭ୍ୟାକ୍ସିନ୍ ଦେବାର ପ୍ରଣାଳୀ- ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । କିନ୍ତୁ ଦେଶରେ ଟିକା ଅଭାବ ଲାଗି ରହିଛି ।

୪) ଲକଡାଉନ୍ ଅଧିକାର- ସୁପ୍ରିମକୋର୍ଟ କହିଛନ୍ତି ଲକଡାଉନ୍ ଲାଗୁ ଅଧିକାର ରାଜ୍ୟ ସରକାରଙ୍କ ପାଖରେ ଅଛି, କୋର୍ଟଙ୍କ ପାଖରେ ନାହିଁ ।

୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଜିଠୁ ବିଦ୍ୟାଳୟରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ପିଲାଙ୍କ ନାମଲେଖା ଆରମ୍ଭ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ ୩୧ ସୁଦ୍ଧା ସରିବ ନାମଲେଖା ପ୍ରକ୍ରିୟା । ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ SOP ଜାରି କରାଯାଇଛି । ସକାଳ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଚାଲିବ ନାମଲେଖା । ଏକାସାଙ୍ଗେ ନାମଲେଖା କକ୍ଷରୁ ୫ରୁ ଅଧିକ ଅଭିଭାବକଙ୍କୁ ପ୍ରବେଶ ଅନୁମତି ଦିଆଯିବନାହିଁ ।

Admission For Primary School Students Commence From Today

ମାସ୍କ, ସାନିଟାଇଜେସନ୍, ସାମାଜିକ ଦୂରତା ରକ୍ଷା କରାଯାଇ ନାମଲେଖା ପ୍ରକ୍ରିୟା ଚାଲିବ । ସ୍କୁଲ ନୋଟିସ୍ ବୋର୍ଡରେ କରୋନା କଟକଣା ସମ୍ପର୍କିତ ନୋଟିସରେ ଉଲ୍ଲେଖ କରିବେ ସ୍କୁଲ କର୍ତ୍ତୃପକ୍ଷ । ସମସ୍ତ ସରକାରୀ ଓ ସରକାରୀ ସ୍ବିକୃତୀପ୍ରାପ୍ତ ସ୍କୁଲ, ମଦ୍ରାସା ଓ ଆଦର୍ଶ ବିଦ୍ୟାଳୟରେ ଏହି ନିୟମ ଲାଗୁ ହେବ । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି ।