spot_img
Home Blog Page 5783

କୋଟିଆରେ ପୋଲିସ-ଗ୍ରାମବାସୀ ଧସ୍ତାଧସ୍ତି ପରିସ୍ଥିତି

କୋଟିଆ: କୋଟିଆରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି । କୋଟିଆର କିଛି ଲୋକ ପୋଲିସ ସହିତ ଠେଲାପେଲା କରିଥିବା ସୂଚନା ମିଳିଛି । ଓଡ଼ିଶାର ବିରୋଧ ସତ୍ତ୍ୱେ ଆଜି କୋଟିଆରେ ଭୋଟ୍ ହେଉଛି । ଲୋକେ ଭୋଟ ଦେବା ପାଇଁ ଯିବାବେଳେ ଧସ୍ତାଧସ୍ତି ହୋଇଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି ରହିଛି । କୋଟିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଜାରି ରହିଛି ।

ଅନ୍ୟପଟେ ଓଡ଼ିଶାର ବିରୋଧ ସତ୍ତ୍ୱେ ଆଜି କୋଟିଆରେ ପଡିବ ଭୋଟ୍ । ନିଜେ ଦେଇଥିବା ନିର୍ଦ୍ଦେଶରୁ ଓହରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଆନ୍ଧ୍ର ସରକାରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ବିଜ୍ଞପ୍ତି ଅନୁଯାୟୀ ଆଜି କୋଟିଆ ପଂଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରୁଛି ଆନ୍ଧ୍ର ।

ଏହାକୁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ପ୍ରବଳ ବିରୋଧ କରିଛନ୍ତି । କୋଟିଆ ପାଇଁ ଉଠିଛି ଗୋଟିଏ ସ୍ୱର । ଗତକାଲିଠୁ ବିଜେଡି , ବିଜେପି ଓ କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଫାଟୁସିନେରୀ ନିକଟସ୍ଥ ଓଡିଶା ଆନ୍ଧ୍ର ସୀମା ରାସ୍ତା ଉପରେ ଧାରଣା ବସିଛନ୍ତି । ସୀମାନ୍ତରେ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି । ଓଡିଶାର କୌଣସି ଭୋଟରଙ୍କୁ ଆନ୍ଧ୍ର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ହେଲେ ବି ଆଜି ଆନ୍ଧ୍ର କୋଟିଆରେ ନିର୍ବାଚନ କରିବା ନେଇ ସୂଚନା ରହିଛି ।

Pariksha Pe Charcha 2021: ବୋର୍ଡ଼ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ହୋଇଛି । ଭର୍ଚୁଆଲ୍‌ ମୋଡ୍‌ରେ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ସହ ପରୀକ୍ଷା ଚାପରୁ ମୁକ୍ତି ପାଇବା ପାଇଁ ସେମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରତିବର୍ଷ ଭଳି ମୋଦି ଚଳିତଥର ମୋଦି ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇ ମୋଦି କହିଛନ୍ତି ଯେ ପରୀକ୍ଷା କେବଳ ଭବିଷ୍ୟତ ପାଇଁ ଏକ ସୁଯୋଗ। ଏହା କେବେ ହେଲେ ସ୍ୱପ୍ନର ଶେଷ ନୁହେଁ। ପରୀକ୍ଷା ଆପଣମାନଙ୍କର ଜୀବନର ଶେଷ ମାଇଲଷ୍ଟୋନ ନୁହେଁ। ପରୀକ୍ଷାକୁ ଆଦୌ ଡରିବା ଉଚିତ ନୁହେଁ। ପରୀକ୍ଷା ତ ଅଚାନକ ଆସିନି। ତେଣୁ ତା’କୁ ଡରିବା କାହିଁକି? ଏହାଛଡ଼ା ସେ ଅଭିଭାବକ ଏବଂ ଶିକ୍ଷକଙ୍କର କିଛି ପ୍ରଶ୍ନର ତ୍ତର ମଧ୍ୟ ରଖିଛନ୍ତି। ମୋଦି କହିଛନ୍ତି ଯେ, ସ୍କୁଲରେ ଶିକ୍ଷକମାନଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଓ ସମ୍ପର୍କୀୟମାନେ ଏମିତି ପରିବେଶ ତିଆରି କରୁଛନ୍ତି ଯେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି। ତେଣୁ ସେ ଅଭିଭାବକଙ୍କୁ ନିଜେ ଜିଉଁଥିବା ଜୀବନ ଭଳି ତାଙ୍କ ପିଲାଙ୍କର ଭବିଷ୍ୟତ ସେପରି ନକରିବାକୁ ପରାମର୍ଶ ଦେଇଛନ୍ତି। ପିଲାମାନଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି। ସେହିପରି ଏଥିସହିତ ପ୍ରଧାନମନ୍ତ୍ରୀ  ‘ପରିକ୍ଷା ପେ ଚାର୍ଚ୍ଚା’ କାର୍ଯ୍ୟକ୍ରମରେ ନିଜର ଅଭିଜ୍ଞତା ମଧ୍ୟ ବାଣ୍ଟିଥିଲେ ।

ମୋଦିଙ୍କ ଏହି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରାୟ ୧୦ ଲକ୍ଷ ଶିକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। କରୋନା ସଂକ୍ରମଣ ଯୋଗୁ ଏହା ଚଳିତ ବର୍ଷ ଭିଡିଓ କନଫରେନ୍ସିଂ ଜରିଆରେ କରାଯାଇଛି।

ସ୍ୱାମୀ ସ୍ତ୍ରୀ ଶୋଇଥିବା ବେଳେ ଘର ଉପରକୁ ବୋମା ପକାଇଲା ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ସଦରଥାନା ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ଗ୍ରାମରେ ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତି ପ୍ରାୟ ୧୨ଟା ବେଳେ ହୋଇଥିଲା ବୋମା ମାଡ଼ । ଗ୍ରାମର ଜଣେ ଦୁର୍ବୁର୍ତ୍ତ ସେହି ଗ୍ରାମର ପି.ତ୍ରିଲୋଚନ ପାତ୍ରଙ୍କୁ ପୂର୍ବରୁ ଧମକଚମକ ଦେଉଥିଲା । ରାତିରେ ପି. ତ୍ରିଲୋଚନ ଓ ତାଙ୍କ ପତ୍ନୀ ଶୋଇଥିବା ବେଳେ ଦୁର୍ବୁର୍ତ୍ତ ଜଣଙ୍କ ଘର ଉପରକୁ ବୋମା ପକାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏ ନେଇ ଅଭିଯୋଗ ପରେ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଫିସରେ ଦିଆଯିବ କରୋନା ଟିକା: ୧୧ ତାରିଖ ସୁଦ୍ଧା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଅଫିସରେ ଦିଆଯିବ କରୋନା ଟିକା । ସରକାରୀ ବା ବେସରକାରୀ, କୌଣସି କାର୍ଯ୍ୟସ୍ଥଳରେ ୧୦୦ ଜଣ ଟିକା ନେବାକୁ ଯୋଗ୍ୟତା ରଖିଥିବା ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଆସନ୍ତା ୧୧ ତାରିଖ ସୁଦ୍ଧା କାର୍ଯ୍ୟସ୍ଥଳୀରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ତେଣୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ରହିବାକୁ କହିଛନ୍ତି।

ଦେଶରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସମ୍ପ୍ରତି ୪୫ ବର୍ଷରୁ ଅଧିକ ବୟସ୍କମାନେ ହିଁ କୋଭିଡ୍‌ ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ ହେଉଛନ୍ତି। ତେବେ ଯଦି ଅଫିସରେ ୧୦୦ ଜଣ ୪୫ ବର୍ଷରୁ ଅଧିକ ଲୋକ ଥିବେ ତେବେ ସେହି ଅଫିସରେ ଟିକାକରଣ କାର୍ଯ୍ୟକ୍ରମ ହୋଇପାରିବ। ଅଫିସରେ ଟିକା କରଣ କରାଗଲେ ଅନେକ ହିତାଧିକାରୀ ଉପକୃତ ହେବେ।

କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରୁଥିବାବେଳେ, ପ୍ରଧାନମନ୍ତ୍ରୀ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟିକା ନେଇଛନ୍ତି। ମାର୍ଚ୍ଚ ୧ରେ ମୋଦି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଟିକା ନେଇଥିଲେ। ଏବେ ମାସେ ପରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଟିକା ନେଇଛନ୍ତି।

ଆଜି ମୋଦିଙ୍କୁ ଟିକା ଦେଇଥିବା ନର୍ସ ହେଉଛନ୍ତି ପଞ୍ଜାବର ନିଶା ଶର୍ମା । ମୋଦିଙ୍କୁ ଟିକା ଦେଇଥିବା ନିଶା ଶର୍ମା ମୋଦିଙ୍କୁ ଭେଟି ବହୁତ ଖୁସି ଥିବା କରିଛନ୍ତି । ମୋଦି ତାଙ୍କ ପରିଚୟ ପଚାରିଥିଲେ ତାପରେ ଫଟୋ ମଧ୍ୟ ଉଠାଇଥିଲେ । ମୋଦିଙ୍କୁ ଭେଟି ସେ ଗର୍ବିତ ବୋଲି କହିଛନ୍ତି ନିଶା ଶର୍ମା । ତାଙ୍କ ସହ ପୁଡୁଚେରୀର ସିଷ୍ଟର ପି. ନିବେଦା ମଧ୍ୟ ଉପସ୍ଥିତତ ଥିଲେ । ନିବେଦା ମୋଦିଙ୍କୁ ପ୍ରଥମ ଡୋଟ୍ ଟିକା ଦେଇଥିଲେ । ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ବହୁତ ଖୁସି ବୋଲି କହିଛନ୍ତି ନିବେଦା

https://twitter.com/narendramodi/status/1379974475278557187?s=20

ଏ ନେଇ ମୋଦି ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ମୁଁ କୋଭିଡର ଦ୍ୱିତୀୟ ଟିକା ନେଇଛନ୍ତି। କୋଭିଡକୁ ହରାଇବା ପାଇଁ ବିଭିନ୍ନ ଉପାୟ ରହିଛି ସେଥିମଧ୍ୟରୁ ଟିକା ହେଉଛି ଅନ୍ୟତମ। ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନେ ଟିକା ନେବା ଆବଶ୍ୟକ।’

ସିଆରପି ଓଭରବ୍ରିଜ୍ ଉପରେ ୩ଟି ଟ୍ରକ ପଛକୁ ପଛ ଧକ୍କା

ଭୁବନେଶ୍ୱର: ରାଜଧାନୀରେ ସଡ଼କ ଦୁର୍ଘଟଣା । ସିଆରପି ଓଭରବ୍ରିଜ୍ ଉପରେ ଭୋରରୁ ୩ଟି ଟ୍ରକ ପଛକୁ ପଛ ଧକ୍କା ହୋଇଥିବା ଦେଖିବାକୁ ମିଳିଛି । ପଛ ଟ୍ରକର ଡ୍ରାଇଭରର ଗୋଡ଼ ଚାପିହୋଇଥିବାରୁ ଫସିରହିଥିଲେ । ଦୀର୍ଘ ସମୟ ପରେ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଉଦ୍ଧାର କରିଛନ୍ତି । ରାସ୍ତା ଉପରେ ଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ କ୍ରେନ୍ ସାହାର୍ଯ୍ୟରେ ଉଠାଯାଉଛି ।

ଆଜି ଭୋର ସମୟରେ ଗୋଟିଏ ଟ୍ରକ ସିଆରପି ଓଭରବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିରହିଥିଲା । ପରେ ସକାଳ ୬ଟା ବେଳେ ଆଉ ଏକ ଟ୍ରକ୍ ଆସି ସେହି ଟ୍ରକରେ ଧକ୍କା ହୋଇଥିଲ । ଦୁଇଟି ଟ୍ରକ ଧକ୍କା ହୋଇ ରାସ୍ତାରେ ପଡ଼ିଥିବାବେଳେ ଆଉ ଏକ ଟ୍ରକ ଆସି ଦୁଇଟି ଟ୍ରକରେ ବାଡେଇ ହୋଇଥିଲା । ଏଥିପାଇଁ ଦୀର୍ଘ ସମୟ ଧରି ୧୬ ନଂ ଜାତୀୟ ରାଜପଥ ଜାମ ହୋଇ ରହିଥିଲା । ତୁରନ୍ତ ଅଗ୍ନିଶମ ବିଭାଗର ୩ଟି ଟିମ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଗୁଡ଼ିକୁ କ୍ରେନ ଜରିଆରେ ଉଠା ଯାଉଛି ।

ଆଇପିଏଲ୍ କାଉଣ୍ଟଡାଉନ୍ ଆରମ୍ଭ: ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ ଓ କୋହଲି

ଚେନ୍ନାଇ:  ଆସନ୍ତାକାଲିଠାରୁ ଜମିବ ଫଟାଫଟ୍ କ୍ରିକେଟ । ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ । ଆଇପିଏଲ-୧୪ତମ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଚେନ୍ନାଇଠାରେ ଖେଳାଯିବ ଉଦଘାଟନୀ ମ୍ୟାଚ । ୮ଟି ଟିମକୁ ନେଇ ୩୦ ମେ ଯାଏଁ ଚାଲିବ ଟକ୍କର । ଫାଇନାଲ ମୁକାବିଲା ୩୦ ମେ ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ତେବେ ଖେଳ ଆରମ୍ଭରୁ କ୍ରିକେଟ୍ ପ୍ରେମୀଙ୍କୁ ଲାଗିସାରିଛି ଝଟକା।

ବିନା ଦର୍ଶକରେ ଚାଲିବ ଫଟାଫଟ କ୍ରିକେଟ ମ୍ୟାଚ । ଏହା ପୂର୍ବରୁ ସମସ୍ତ ଖେଳାଳିଙ୍କ କୋଭିଡ ଟେଷ୍ଟ କରାଯାଇଛି । ଅହମ୍ମଦାବାଦ, ବେଙ୍ଗଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଖେଳାଯିବ ସମସ୍ତ ମ୍ୟାଚ୍ । ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନର ନେତୃତ୍ୱ ନେଇଥିବାବେଳେ ଚେନ୍ନାଇର ଏମ୍.ଏସ୍ ଧୋନୀ, ଦିଲ୍ଲୀର ଶ୍ରେୟସ ଆୟାର, ପଞ୍ଜାବର କେ.ଏଲ୍. ରାହୁଲ, ରାଜସ୍ଥାନର ସଞ୍ଜୁ ସାମସନ୍, ବେଙ୍ଗଳୁରୁର ବୀରାଟ କୋହଲି ନେତୃତ୍ୱ ନେଇଛନ୍ତି। ସେହିପରି କୋଲକାତା ଓ ହାଇଦ୍ରାବାଦର ଦୁଇଜଣ ବିଦେଶୀ ଖେଳାଳି ୟନ ମୁରୁଗନ ଓ ଡେଭିଡ ଓ୍ବାର୍ଣ୍ଣର ନେତୃତ୍ୱ ନେଇଛନ୍ତି ।

ଖୋର୍ଦ୍ଧା ମେଡିକାଲ ପରିସରରେ ପୁଣି ହାତୀ ଆତଙ୍କ

ଖୋର୍ଦ୍ଧା: ଖୋର୍ଦ୍ଧା ମେଡିକାଲ ପରିସରରେ ପୁଣି ହାତୀ ଆତଙ୍କ । ହାତୀ ବୁଲୁଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭଗର ସାତ ଜଣିଆ ଟିମ୍ ପହଞ୍ଚି ହାତୀ ଘଉଡାଇବାରେ ଲାଗିଛନ୍ତି । ପୂର୍ବରୁ ହାତୀପଲ ଖୋର୍ଦ୍ଧା ମେଡିକାଲ ସୀମାରେ ପଶି ପାଚେରୀ ଭାଙ୍ଗି ଦେଇଥିଲେ । କିଛିଦିନ ତଳେ ହାତୀ ଆକ୍ରମଣରେ ରାମଚଣ୍ଡୀ ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ଚାରି ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ହାତୀକୁ ଘଉଡ଼େଇବାରେ ବନ ବିଭାଗ ସଫଳ ହୋଇନାହିଁ । ଡାକ୍ତରଖାନା ପରିସର ଭିତରେ ଥିବା ଜଙ୍ଗଲରେ ଗାତୀଟି ଥିବା ବନବିଭାଗ ଅନୁମାନ କରୁଛି । ହାତୀ ପାଦ ଚିହ୍ନକୁ ଖୋଜି ତା ଗତିବିଧି ଉପରେ ତିକ୍ଷ୍ଣ ନଜର ରଖିଛି ବନ ବିଭାଗର ସାତ ଜଣିଆ ଟିମ । ପୂର୍ବରୁ ଦୁଇ ଦୁଇ ଥର ହାତୀ ଏହି ଡାକ୍ତଖାନାରେ ପଶିଥିଲା ଏବମ ପାଚେରୀ ମଧ୍ୟ ଭାଙ୍ଗିଥିଲା । ଡାକ୍ତରଖାନା ଚାରିପାଖରେ ବର୍ତ୍ତମାନ ବନ ବିଭାଗର ପେଟ୍ରୋଲିଂ ଜାରି ରହିଛି ।

ଦିଗପହଣ୍ଡି: ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ପରିବାରର ଘର ପୋଡ଼ି ଭସ୍ମୀଭୂତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଗଡା ଗ୍ରାମର ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ପରିବାରର ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି । ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହାର କୌଣସି ସୂଚନା ମିଳିନାହିଁ ।

ବିଳମ୍ବିତ ରାତିରେ ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ କିନ୍ତୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିବାରୁ ଗାଁ ଲୋକ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଖୁବ ଜୋରରେ ନିଆଁ ଲାଗିଥିବାକୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡ ବିଳମ୍ବିତ ରାତି ପ୍ରାୟ ୧୦ଟା ୩୦ ମିନିଟରେ ହୋଇଥିବା ସୂଚନା ରହିଛି ।

ଓଡ଼ିଶାର ବିରୋଧ ସତ୍ତ୍ୱେ ଆଜି କୋଟିଆରେ ପଡିବ ଭୋଟ୍

ଓଡ଼ିଶାର ବିରୋଧ ସତ୍ତ୍ୱେ ଆଜି କୋଟିଆରେ ପଡିବ ଭୋଟ୍ । ନିଜେ ଦେଇଥିବା ନିର୍ଦ୍ଦେଶରୁ ଓହରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଆନ୍ଧ୍ର ସରକାରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ବିଜ୍ଞପ୍ତି ଅନୁଯାୟୀ ଆଜି କୋଟିଆ ପଂଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରୁଛି ଆନ୍ଧ୍ର ।

ଏହାକୁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ପ୍ରବଳ ବିରୋଧ କରିଛନ୍ତି । କୋଟିଆ ପାଇଁ ଉଠିଛି ଗୋଟିଏ ସ୍ୱର । ଗତକାଲିଠୁ ବିଜେଡି , ବିଜେପି ଓ କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଫାଟୁସିନେରୀ ନିକଟସ୍ଥ ଓଡିଶା ଆନ୍ଧ୍ର ସୀମା ରାସ୍ତା ଉପରେ ଧାରଣା ବସିଛନ୍ତି । ସୀମାନ୍ତରେ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି । ଓଡିଶାର କୌଣସି ଭୋଟରଙ୍କୁ ଆନ୍ଧ୍ର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ହେଲେ ବି ଆଜି ଆନ୍ଧ୍ର କୋଟିଆରେ ନିର୍ବାଚନ କରିବା ନେଇ ସୂଚନା ରହିଛି ।

ଅନ୍ୟପଟେ କୋଟିଆରେ କରୋନା ପାଇଁ ୧୪୪ ଧାରା ଜାରି କରାଯାଇଛି । କୌଣସି ଲୋକ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ଏନେଇ ଘୋଷଣା କଲେ କୋରାପୁଟ ଜିଲ୍ଲାପାଳ । ୩ ଦିନ ପାଇଁ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ କୌଣସି ଯାନ ବାହାନ ଚାଲିପାରିବ ନାହିଁ । ବର୍ତ୍ତମାନ ଯାଏ ଜିଲ୍ଲାର ସବୁ ଦଳର ନେତା କୋଟିଆରେ ଅଛନ୍ତି । କୋଟିଆରେ ଅଛନ୍ତି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ । ଡ଼ାକବାଜି ଯନ୍ତ୍ର ଦ୍ଵାରା କୋଟିଆର ସମସ୍ତ ଗାଁରେ ଏନେଇ ଘୋଷଣା କରାଯାଇଛି । ଜରୁରୀ ନଥିଲେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।