spot_img
Home Blog Page 5784

ଶିଳ୍ପାୟନ ଜରିଆରେ ବନ୍ଦର ଭିତ୍ତିକ ବିକାଶକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଏସିଆର ମୁଖଶାଳା ହେବ ଓଡ଼ିଶା । ଶିଳ୍ପାୟନ ଜରିଆରେ ବନ୍ଦର ଭତ୍ତିକ ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟତ ଗୁରୁତ୍ୱାରୋପ କରିଛନ୍ତି । ସାଗରମାଳା ଯୋଜନାରେ ଫୋକସରେ ରହିଛି ବନ୍ଦର ବିକାଶ । ପାରାଦୀପ ସହ ରାଜ୍ୟର ଅନ୍ୟ ବନ୍ଦରର ବିକାଶକୁ ତ୍ୱରାନ୍ୱିତ କରାଯିବ । ଆଗାମୀ ମାସରେ କାର୍ଯ୍ୟକ୍ଷମ ହେବ ରାଜ୍ୟ ମାରିଟାଇମ ବୋର୍ଡ । ବନ୍ଦର ବିକାଶରେ ମାରିଟାଇମ ବୋର୍ଡ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ ।

ପ୍ରକଳ୍ପ କାର୍ଯ୍ୟକାରୀତାରେ ଆନ୍ତଃ-ବିଭାଗୀୟ ସମନ୍ୱୟକୁ ଗୁରୁତ୍ୱ ଦିଆଯାଉଛି । ନିର୍ଦ୍ଧାରିତ ସମୟରେ ସବୁ ପ୍ରକଳ୍ପ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଜ୍ୟରେ ତିନୋଟି ବନ୍ଦର କାର୍ଯ୍ୟକ୍ଷମ ଅଛି । ଚାରୋଟି ନୂଆ ବନ୍ଦର ପ୍ରତିଷ୍ଠା କାର୍ଯ୍ୟ ଜାରି ରହିଛି । ଆହୁରି ଆଠଟି ବନ୍ଦର ପ୍ରତିଷ୍ଠା ପାଇଁ ସୁଯୋଗ ରହିଛି ।

ବଢୁଛି ସଂକ୍ରମଣ, କୋଭିଡ୍ କେୟାର୍ ସେଣ୍ଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବଢ଼ିଛି । ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ଓ ମହାନଗର ନିଗମ ଅଞ୍ଚଳରେ ଡେଡିକେଟେଡ୍ କୋଭିଡ୍ କେୟାର୍ ସେଣ୍ଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି ।

Readiness Of Functionalisation Of Dedicated Covid Care Center

ଅଳ୍ପ ଲକ୍ଷଣ ଥିବା ଲୋକ ହୋମ୍ ଆଇସୋଲେସନରେ ରହିବେ । ଯେଉଁ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଘରେ ହୋମ୍ ଆଇସୋଲେସନରେ ରହିବା ପାଇଁ ସୁବିଧା ନଥିବ ତ ତାଙ୍କୁ କୋଭିଡ୍ କେୟାର୍ ସେଣ୍ଟର (CCC)ରେ ଭର୍ତ୍ତି କରାଯିବ । ଗତବର୍ଷ କୋଭିଡ୍ କେୟାର ସେଣ୍ଟର ଗୁଡ଼ିକୁ ପୁଣି କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତ କରାଯିବ । ଆବଶ୍ୟକ ସ୍ଥଳେ ଜରୁରୀକାଳୀନ ଭିତ୍ତିରେ ଏହାକୁ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Readiness Of Functionalisation Of Dedicated Covid Care Center

ଏଥିସହ ଏହି ସେଣ୍ଟର ଗୁଡ଼ିକରେ କରୋନା ଭ୍ୟାକ୍ସିନ୍ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେଲା ପରେ ଦୈନିକ ରୋଗୀଙ୍କ ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚିଲିକା ନିକଟ ୬୫୦ ଏକର ଜମିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ଫିଲ୍ମସିଟି

ବାଲେଶ୍ୱର: ଓଡ଼ିଶାରେ ନିର୍ମାଣ ହେବ ବିଶ୍ୱ ସ୍ତରୀୟ ଫିଲ୍ମିସିଟି । ଖୋର୍ଦ୍ଧା ଜିଲ୍ଲା ଚିଲିକା ନିକଟ ୬୫୦ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମିସିଟି । ଏଥିରେ ପ୍ରାୟ ୨୦ ହଜାର କୋଟି ଟଙ୍କା ବିନିଯୋଗ ହେବ । ବଲିଉଡ଼ରେ ପ୍ରସିଦ୍ଧି ଲାଭ କରିଥିବା ନାୟକ ଜୟ ମୁଖାର୍ଜୀଙ୍କ ସାନଭାଇ ସୁଜୟ ମୁଖାର୍ଜୀ ଏହି ଷ୍ଟୁଡିଓ ନିର୍ମାଣ କରିବେ । ସୁଜୟଙ୍କ ନିର୍ଦ୍ଦେଶନାରେ ବଲିଓଡର ଛଇଲା ବାବୁ, ପଥର କା ଇନସାନ, କର୍ଣ୍ଣ, ଲଭର ବୟ, ସମ୍ବନ୍ଧ ଭଳି ଏକାଧିକ ସିନେମା ନିର୍ମାଣ କରାଯାଇଛି ।

Sujay Mukharjee Planned To Setup An World Class Film City Near Chilika Lake

ସୁଜୟଙ୍କର ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ରହିଛି ସିନେମା ନିର୍ମାଣ କରାଯାଉଥିବା ଷ୍ଟୁଡିଓ । ଓଡ଼ିଶାରେ ପ୍ରାକୃତିକ ପରିବେଶରେ ଏକ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଥିବା ଷ୍ଟୁଡ଼ିଓ ନିର୍ମାଣ କରିବାକୁ ତାଙ୍କ କମ୍ପାନୀ ସିଦ୍ଧାନ୍ତ ଗ୍ରହଣ କରିଛି । ଏଥିରେ ଭାରତର ସମସ୍ତ ଜଣାଶୁଣା ସ୍ଥାନ ସହିତ ବିଦେଶର ମଧ୍ୟ ସେଟ୍‌ ପ୍ରସ୍ତୁତ କରାଯିବ । ଷ୍ଟୁଡିଓ ଭିତରେ ଗାଁ ଠାରୁ ଆରମ୍ଭକରି ଏୟାରପୋର୍ଟ, ହେଲିପ୍ୟାଡ୍, ରେଳ ଷ୍ଟେସନ, ଷ୍ଟାର ହୋଟେଲ ସହିତ ସମସ୍ତ ସୁବିଧା ରହିବ ।

Sujay Mukharjee Planned To Setup An World Class Film City Near Chilika Lake

ଗୋଟିଏ ସ୍ଥାନରେ ୧୦୦ ଜଣ ସେଲିବ୍ରିଟିକୁ ରହିବାର ମଧ୍ୟ ସୁବିଧା ରହିବ । ସିନେମା ତିଆରି କରୁଥିବା ସଂସ୍ଥା ଏଠାରେ ସିନେମା ସୁଟିଂ କରିବା ସହିତ ସାଧାରଣ ଲୋକେ ଏହି ପ୍ରାକୃତିକ ପରିବେଶ ବୁଲି ଦେଖିବାର ମଧ୍ୟ ସୁବିଧା ରହିବ । ଷ୍ଟୁଡିଓ ନିର୍ମାଣ କାମରେ ବାଲେଶ୍ୱର ଆସିଥିବା ବେଳେ ନନ୍ଦିଘୋଷ ଟିଭି ଭେଟିଥିଲା ଫିଲ୍ମ ନିର୍ମାତା ସୁଜୟ ମୁଖାର୍ଜୀଙ୍କୁ ।

କେନ୍ଦ୍ରକୁ ୨୫ ଲକ୍ଷ କୋଭିଡ୍ ଟିକା ମାଗିଲା ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ରକୁ ୨୫ ଲକ୍ଷ କୋଭିଡ୍ ଟିକା ମାଗିଲା ରାଜ୍ୟ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପରେ ପୁଣି ଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଗାମୀ ୧୦ ଦିନର ଟିକାକରଣ ପାଇଁ ଟିକା ଯୋଗାଇବାକୁ ଦାବି କରିଛନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ।  ଏବେ ରାଜ୍ୟରେ ଦୈନିକ ଅଢେଇ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଉଛି । ଆଜି ସୁଦ୍ଧା ୫ ଲକ୍ଷ ୩୪ ହଜାର କୋଭିଡ୍ ଟିକା ଡୋଜ ରାଜ୍ୟ ପାଖରେ ଅଛି ।

Odisha Request Center To Provide 25 Lakh Dose Vaccine

ଉପଲବ୍ଧ ଥିବା ଷ୍ଟକରେ ମାତ୍ର ଦୁଇ ଦିନ ପର୍ଯ୍ୟନ୍ତ ଟିକାକରଣ କରାଯାଇପାରିବ । ୯ ତାରିଖ ସୁଦ୍ଧା ଅଧିକ ଟିକା ନପହଞ୍ଚିଲେ ରାଜ୍ୟରେ କୋଭିଡ୍ ଟିକାକରାଣ ବାଧାପ୍ରାପ୍ତ ହେବ । ଦ୍ୱିତୀୟ ଡୋଜ୍ ନେବାକୁ ଥିବା ହିତାଧିକାରୀଙ୍କ ଟିକାଦାନ ବିଳମ୍ବ ହେବ । ଟିକା ଅଭାବରୁ ୭୦୦ ଟିକାଦାନ କେନ୍ଦ୍ରକୁ ବନ୍ଦ କରିବାକୁ ବାଧ୍ୟ ହୋଇଛୁ ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି ।

କୋଟିଆରେ ଜାରି ହେଲା ୧୪୪ ଧାରା, ପଶି ପାରିବନି ବାହାର ଗାଡ଼ି

ଜୟପୁର: କରୋନା ପାଇଁ କୋଟିଆରେ ଜାରି ହେଲା ୧୪୪ ଧାରା । କୌଣସି ଲୋକ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ୩ ଦିନ ପାଇଁ କୋଟିଆରେ ୧୪୪ ଧାରା ଜାରି କରାଯାଇଥିବା କୋରାପୁଟ ଜିଲ୍ଲାପାଳ ଘୋଷଣା କରିଛନ୍ତି । କୌଣସି ଯାନ ବାହାନ ଗଡ଼ିବାକୁ ମନା କରାଯାଇଛି । ବର୍ତ୍ତମାନ ଜିଲ୍ଲାର ସବୁ ଦଳର ନେତା କୋଟିଆରେ ଥିବାବେଳେ ରାତି ଜଗିବେ । କୋଟିଆରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି । ଜରୁରୀ ନଥିଲେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାକବାଜି ଯନ୍ତ୍ର ଜରିଆରେ କୋଟିଆର ସମସ୍ତ ଗାଁରେ ପ୍ରଶାସନ ଘୋଷଣା କରିଛି ।

Koraput Dist Administration Imposed 144 In Kotia

ଓଡ଼ିଶାର ବିରୋଧ ସତ୍ତ୍ୱେ ଆସନ୍ତାକାଲି ଗୁରୁବାର କୋଟିଆରେ ଭୋଟ୍ ଗ୍ରହଣ କରିବା ଆନ୍ଧ୍ର । ଆନ୍ଧ୍ର ସରକାରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲି କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳ ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରୁଛି । ଏହାକୁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ପ୍ରବଳ ବିରୋଧ କରିଛନ୍ତି । କୋଟିଆ ପାଇଁ ଉଠିଛି ଗୋଟିଏ ସ୍ୱର ।

Koraput Dist Administration Imposed 144 In Kotia

ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଫାଟୁସିନେରୀ ନିକଟସ୍ଥ ଓଡିଶା ଆନ୍ଧ୍ର ସୀମା ରାସ୍ତା ଉପରେ ଧାରଣା ବସିଛନ୍ତି । ସୀମାନ୍ତରେ ସଂଯୋଗ କରୁଥିବା ରାସ୍ତାକୁ  ଅବରୋଧ କରିଛନ୍ତି । ଓଡିଶାର କୌଣସି ଭୋଟରଙ୍କୁ ଆନ୍ଧ୍ର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେପି ନେତା ଜୟରାମ ପାଙ୍ଗି ପ୍ରମୁଖ ଶତାଧିକ ସମର୍ଥକଙ୍କ ସହ ଧାରଣା ଦେଇଛନ୍ତି ।

ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର

ଭୁବନେଶ୍ୱର: ଜାତୀୟ ସ୍ତରରେ ରେକର୍ଡ ହାସଲ କରିଥିବା ଓଡ଼ିଶା ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ସ୍ୱାତୀଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ଉଦୀୟମାନ ତାରକା ସ୍ୱାତୀ ଗୁଆହାଟିରେ ଅନୁଷ୍ଠିତ ୨୦୨୦ ଖେଳୋ ଇଣ୍ଡିଆ ୟୁଥ୍ ଗେମ୍ସର ସାଇକେଲିଂରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ ।

CM Felicitates Ace Odisha Cyclist & National Record Holder Swasti Singh

ନିକଟରେ ସ୍ୱାତୀ ବ୍ୟକ୍ତିଗତ ବର୍ଗରେ ୩ ହଜାର ମିଟର ଦୂରତାକୁ ୪:୦୫:୫୪୭ ସେକେଣ୍ଡରେ ନୂଆ ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏଥିସହ ନଭି ମୁମ୍ବାଇରେ ଅନୁଷ୍ଠିତ ଜାତୀୟ ରୋଡ୍ ସାଇକେଲିଂ ଚାମ୍ପିଅନସିପରେ ୬୦ କିମି ରୋଡ୍ ମାସ ଷ୍ଟାର୍ଟରେ ସ୍ୱାତୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

CM Felicitates Ace Odisha Cyclist & National Record Holder Swasti Singh

ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରେ ୭୨ତମ ଜାତୀୟ ଟ୍ରାକ୍ ସାଇକେଲିଂ ଚାମ୍ପିଅନସିପରେ ସ୍ୱାତୀ ୧୦ କିଲୋମିଟର ସ୍କ୍ରାଚ ରେସ୍ ଓ ୨୦ କିଲୋମିଟର ପଏଣ୍ଟ ରେସରେ ରୌପ୍ୟ ଜିତିଥିଲେ । ସ୍ୱାତୀଙ୍କ ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ସ୍ୱାତୀ ଅନ୍ୟ ଯୁବଗୋଷ୍ଠୀଙ୍କ ଲାଗି ପ୍ରେରଣାର ଉତ୍ସ । ବିଶେଷକରି ମହିଳାମାନଙ୍କ ସଫଳତାର ପଥିକ ସ୍ୱାତୀ ।

ଏଥିସହ ପଢ଼ନ୍ତୁ- ଓଡ଼ିଆ ସାଇକେଲିଷ୍ଟ ସ୍ୱାତୀ ସିଂହଙ୍କୁ ସ୍ୱର୍ଣ୍ଣ ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଡଲାର ତୁଳନାରେ ଟଙ୍କା ଦୁର୍ବଳ, ଗୋଟିଏ ଡଲାର-୭୪.୫୫ ଟଙ୍କା

ନୂଆଦିଲ୍ଲୀ: ବୁଧବାର ଆରବିଆଇ ପଲିସି ଘୋଷଣା ପରେ ୪ ମାସ ମଧ୍ୟରେ ଟଙ୍କା ସର୍ବନିମ୍ନକୁ ଖସିଛି । ପ୍ରଥମ କ୍ୱାର୍ଟରରେ କେନ୍ଦ୍ରୀୟ ବ୍ୟାଙ୍କ ୧ ଲକ୍ଷ କୋଟିର ବଣ୍ଡ ସେକେଣ୍ଡାରୀ ମାର୍କେଟରୁ ଜିଏସ୍ଏପି ମାଧ୍ୟମରେ କ୍ରୟ କରିବାକୁ ଘୋଷଣା କରିଛି । ଏହାପରେ ଭାରତୀୟ ଟଙ୍କା ୧.୫ ପ୍ରତିଶତ ଖସି ଆମେରିକାର ଗୋଟିଏ ଡଲାର ତୁଳନାରେ ୭୪ ଟଙ୍କା ୫୫ ପଇସା ରହିଛି । ୨୦୧୯ ଅଗଷ୍ଟ ପରେ ଡଲାର ବିନିମୟରେ ଟଙ୍କାରେ ଏହା ହେଉଛି ଦୈନିକ ସର୍ବାଧିକ ହ୍ରାସ୍ ।

Rupee sees biggest one-day fall vs US dollar in 20 months

ମଙ୍ଗଳବାର ଗୋଟିଏ ଆମେରିକୀୟ ଡଲାର ବିନିମୟରେ ଟଙ୍କାର ମୂଲ୍ୟ ୭୪ ଟଙ୍କା ୪୩ ପଇସା ରହିଥିଲା । ରେଲିଗେୟାର ବ୍ରୋକିଂର ଉପ ସଭାପତି ସୁଗନ୍ଧ ସଚଦେବ କହିଛନ୍ତି- ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ବିଗତ ୫ ମାସ ମଧ୍ୟରେ ଟଙ୍କାର ମୂଲ୍ୟ ଖସିଛି ।

Rupee sees biggest one-day fall vs US dollar in 20 months

ଆରବିଆଇ ଲଗାତାର ପଞ୍ଚମଥର ଲାଗି ମନିଟାରୀ ପଲିସିରେ କୌଣସି ପରିବର୍ତ୍ତନ ଆଣିନଥିବା ବେଳେ କରୋନାର ଦ୍ୱିତୟ ଲହର ଟଙ୍କାକୁ ଧରାଶାୟୀ କରିଛି । କରୋନାର ଦ୍ୱିତୀୟ ଲହର ପ୍ରଭାବରେ ଘରୋଇ ଉତ୍ପାଦନ ଓ ମୁଦ୍ରା ଚାହିଦା କମିଛି । ଏହାଦ୍ୱାରା ଭାରତର ଆଭ୍ୟନ୍ତରୀଣ କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।

ବିଦ୍ୟାଳୟରେ ପାଠପଢ଼ା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଏପ୍ରିଲ୍ ୩୦ ଯାଏ ନିଲମ୍ବନ କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗର ସମସ୍ତ ନିର୍ଦ୍ଦେଶକ ଓ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

Odisha Suspension School Classes Of IX And XI Students

ସରକାରୀ ସ୍କୁଲ ସହ ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍ ଓ ଘରୋଇ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ନିଲମ୍ବନ ନେଇ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ତୁରନ୍ତ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ସ୍କୁଲ୍ କର୍ତ୍ତୃପକ୍ଷ ଅନଲାଇନ୍ ପାଠପଢ଼ା ଜାରି ରଖିବାକୁ କୁହାଯାଇଛି ।

Odisha Suspension School Classes Of IX And XI Students

ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ାକୁ ନିଲମ୍ବିତ ରଖାଯାଇଥିବା ବେଳେ ଏପ୍ରିଲ୍ ୨୫ ଯାଏ ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜାରି ରହିବ । ଶ୍ରେଣୀଗୃହ ଓ ବିଦ୍ୟାଳୟ ପରିସରରେ କୋଭିଡ୍ କଟକଣାକୁ ମାନି ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଛି । ହଷ୍ଟେଲରେ ମଧ୍ୟ କୋଭିଡ୍ ନିୟମ ପାଳନ ନେଇ ନିର୍ଦ୍ଦେଶ ଦିଆଯାଇଛି ।

ଛତିଶଗଡ଼ ରାଜଧାନୀ ରାୟପୁରରେ ଲାଗୁ ହେଲା ଲକଡାଉନ୍, ୯ରୁ ୧୯ ସବୁ କିଛି ବନ୍ଦ

ରାୟପୁର: ଫେରୁଛି କରୋନା, ବଢ଼ୁଛି ସଂକ୍ରମଣ ମାମଲା । ଦେଶରେ ମହାରାଷ୍ଟ୍ର, ପଞ୍ଜାବ ପରେ ଛତିଶଗଡ଼ରେ ସ୍ଥିତି ବେଶ୍ ଚିନ୍ତାଜନକ ରହିଛି । ବଢ଼ୁଥବା ସଂକ୍ରମଣ ମାମଲାକୁ ଦେଖି ଛତିଶଗଡ଼ ରାଜଧାନୀ ରାୟପୁରରେ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଏପ୍ରିଲ୍ ୯ ତାରିଖରୁ ଏପ୍ରିଲ୍ ୧୯ ତାରିଖ ଯାଏ ଲକଡାଉନ୍ ଲାଗୁ କରାଯାଇଛି । ରାୟପୁର ଜିଲ୍ଲାରେ ଲକଡାଉନ୍ ଲାଗୁ କରାଯାଇଥିବା ନେଇ ସ୍ଥାନୀୟ ଜିଲ୍ଲାପାଳ ଭାରତୀ ଦସନ ସୂଚନା ଦେଇଛନ୍ତି ।

ଏପ୍ରିଲ୍ ୯ ତାରିଖ ସନ୍ଧ୍ୟା ୬ଟାରୁ ୧୯ ଏପ୍ରିଲ୍ ୧୯ ସକାଳ ୬ଟା ଯାଏ ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ । ୧୧ ଦିନିଆ ଲକଡାଉନ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ଦିଆଯାଇଛି । ମଙ୍ଗଳବାର ରାଜ୍ୟରେ କରୋନାର ୯ ହଜାର ୯୨୧ ମାମଲା ଚିହ୍ନଟ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ କରୋନାର ୩ ଲକ୍ଷ ୮୬ ହଜାର ୨୬୯ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୪ ହଜାର ୪୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୫୨ ହଜାର ୪୪୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଏହା ପୂର୍ବରୁ ଗତ ଶୁକ୍ରବାର ଛତିଶଗଡ଼ର ଦୁର୍ଗରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହୋଇଛି । ଦୁର୍ଗ ଜିଲ୍ଲାରେ ଏପ୍ରିଲ ୬ରୁ ୧୪ ଏପ୍ରିଲ୍ ଯାଏ ଜିଲ୍ଲାପାଳ ଲକଡାଉନ୍ ଲାଗୁ କରିଛନ୍ତି । ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉଚ୍ଛେଦ ବେଳେ ପୋଲିସ-ବସ୍ତି ବାସିନ୍ଦା ମୁହାଁମୁହିଁ

ଭୁବନେଶ୍ୱର: ବସ୍ତି ଉଚ୍ଛେଦକୁ ବିରୋଧ । ରେଳ ମାର୍କେଟ ନିକଟ ସାଇନଥ ବସ୍ତି ଉଚ୍ଛେଦକୁ ବିରୋଧ କରାଯାଇଛି । ପୋଲିସ ଓ ବସ୍ତିବାସିନ୍ଦାଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇଛି । ବସ୍ତି ଉଚ୍ଛେଦ ପାଇଁ ପହଞ୍ଚିଥିବା ବିଡିଏ କର୍ମଚାରୀଙ୍କୁ ବିରୋଧ କରିଛନ୍ତି ସାଇନାଥ ବସ୍ତି ବାସିନ୍ଦା । ଟ୍ରାଞ୍ଜିଟ ହାଉସକୁ ଯିବେ ନାହିଁ କି ସାଇନାଥ ବସ୍ତିରୁ ଉଠିବେ ନାହିଁ ବୋଲି ବସ୍ତି ବାସିନ୍ଦା ଜିଦ୍ ଧରିବା ସହ ସାଇନାଥ ବସ୍ତି ପାଖାପାଖି ରହିବା ପାଇଁ ଜାଗା ଦିଆଯାଉ ବୋଲି ଦାବି କରିଛନ୍ତି ।

Slum People Against Eviction In City

ଉଚ୍ଛେଦ ବନ୍ଦ ନେଇ ବସ୍ତି ବାସିନ୍ଦା ହାଇକୋର୍ଟରୁ ଷ୍ଟେ ଅର୍ଡର ମଧ୍ୟ ଆଣିଛନ୍ତି । ଉଚ୍ଛେଦ ପାଇଁ ଆସିଥିବା ଜେସିବି ଅଟକାଇବା ବେଳେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ବିଡିଏର ମିଳିତ ସ୍କ୍ୱାଡ୍ ଓ ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଥିଲେ । କିଛି ବସ୍ତି ବାସିନ୍ଦା ସ୍କ୍ୱାଡର ମହିଳା କର୍ମଚାରୀଙ୍କୁ ପଥର ଫୋଫାଡ଼ିଥିଲେ । ଉଚ୍ଛେଦ ଜାରି ରଖିବାକୁ ବିଡିଏ, କମିଶନରେଟ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା ।

Slum People Against Eviction In City

ଅତ୍ୟଧିକ ବିରୋଧ ଯୋଗୁ ବିଡିଏ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିଛି । ଡମଣାରୁ ଆସୁଥିବା ଶହେ ଫୁଟିଆ ରୋଡ୍ ପାଇଁ ଉଚ୍ଛେଦ କରାଯାଉଥିବା କହିଛନ୍ତି ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ର । ତେବେ ବିଏମସି ପକ୍ଷରୁ ସେମାନଙ୍କ ରହିବା ପାଇଁ ଟ୍ରାଞ୍ଜିଟ୍ ହାଉସରେ ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି । ଉଛେଦ ଜାରି ରହିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।