spot_img
Home Blog Page 5789

ଭୁବନେଶ୍ୱରର ଛାତ ଉପରେ ଇସ୍ରାଏଲର ଟେକନିକ, ବିନା ମାଟିରେ ହେଉଛି ପନିପରିବା ଚାଷ

ଭୁବନେଶ୍ୱର: ବିନା ମାଟିରେ ପନିପରିବା ଚାଷ। ହାଇଡ୍ରୋଫୋନିକ ପଦ୍ଧତିରେ ଚାଷ କଲେ କୃଷି ଗବେଷକ। ଇସ୍ରାଏଲର ଟେକନିକକୁ ଆପଣାଇ ସୃଷ୍ଟି କଲେ ସ୍ୱତନ୍ତ୍ର ପରିଚୟ  । ଭୁବନେଶ୍ୱରରେ ଛାତ ଉପରେ ସୁନାର ଫସଲ ଫଳାଇବାରେ ସଫଳ ହୋଇଛନ୍ତି ସୁବ୍ରତ ମହାନ୍ତି। ଏହା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ସମସ୍ତେ ଏହା ଅସମ୍ଭବ ବୋଲି କହୁଥିଲେ। କିନ୍ତୁ ସେ କାହା କଥା ନଶୁଣି ଉନ୍ନତ ଜ୍ଞାନ କୌଶଳ ଉପରେ ଭରସା କରିଥିଲେ। ଏକ ଘରୋଇ କମ୍ପାନୀର ବଡ଼ ଚାକିରି ଛାଡ଼ି ଚାଷ ପ୍ରତି ମନ ବଳାଇଥିଲେ ସୁବ୍ରତ। ପ୍ଲାଷ୍ଟିକ ପାଇପ, ଏନଏଫଟି,ଏନଇଟି କପ ଓ କୋକପିଟର ସାହାର୍ଯ୍ୟରେ ସୁନ୍ଦର ଓ ଛନଛନିଆ ପନିପରିବା ,ଫଳ ଗଛ କରାଯାଇପାରିଛି। ଏ ନେଇ କୃଷିମନ୍ତ୍ରୀ ଙ୍କ ଠାରୁ ସଫଳ ଚାଷୀର ପୁରସ୍କାର ମଧ୍ୟ ପାଇଛନ୍ତି ସୁବ୍ରତ।

ପ୍ରଯୁକ୍ତି ଜ୍ଞାନ, ସୁଚନା ଓ ବିଭିନ୍ନ ସାମଗ୍ରି ମାଧ୍ୟମରେ ବିନା ମାଟିର ଏହି ଚାଷକୁ ଚାଷୀ ମାନଙ୍କ ପାଖରେ ପହଞ୍ଚାଇବେ ସୁବ୍ରତ। ହାଇଡ୍ରୋଫୋନିକ ପଦ୍ଦତିରେ ଏହି ଚାଷ ବନ୍ୟା ଓ ବର୍ଷାରୁ ରକ୍ଷା ହୋଇପାରିବ ବୋଲି କହିଛନ୍ତି  କୃଷି ଗବେଷକ ସୁବ୍ରତ ମହାନ୍ତି।

ସୁବ୍ରତଙ୍କୁ ଏକ୍ଷେତ୍ରରେ ପୁରା ସହଯୋଗ କରିଛନ୍ତି ତାଙ୍କ ଝିଅ ମନୁଶ୍ରୀ। ପାଇପ ଲଗାଇବା, ପାଣୀଦେବା ଓ ମାନସିକ ସ୍ତରରେ ବାପାଙ୍କୁ ସାହାର୍ଯ୍ୟ କରିଛନ୍ତି।

ଝାରସୁଗୁଡ଼ାରୁ ଜମତରା ଗ୍ୟାଙ୍ଗର ଲୁଟ୍, ସୁନ୍ଦରଗଡ଼ରୁ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସ ହାତରେ ଜମତରା ଗ୍ୟାଙ୍ଗ । ଏକ ସାଇବର ଠକେଇ ମାମଲାର ତଦନ୍ତ କରି ଝାରସୁଗୁଡ଼ା ପୋଲିସ ଜମତରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି । ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଅଞ୍ଚଳରୁ ଏମାନଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ସେମାନଙ୍କଠାରୁ ୯ଟି ମୋବାଇଲ ଫୋନ୍ ଏବଂ ଅନ୍ୟ ଜିନିଷପତ୍ର ଜବତ ସହ ୧୧ ହଜାର ଟଙ୍କା ଜବତ କରିଛି ପୋଲିସ ।

ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଗିରିଡି ଅଞ୍ଚଳରେ ଗୁଡ୍ଡୁଲାଲ ରାଣା, ପପୁ ରାଣା, ଗୋପାଲ ରାଣା । ଆଉ ଜଣେ ଅଭିଯୁକ୍ତ ବିରିଜୁ ରାଣା ଫେରାର୍ ଥିବା ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୨୪ ତାରିଖରେ ସିବାଶିଷ ନାମକ ଜଣେ ବ୍ୟକ୍ତି ବେଲପାହାଡ଼ ଥାନାରେ ଫୋନ ପେ’ ଜରିଆରେ ଲୁଟର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ମାର୍ଚ୍ଚ ୨୨ରେ ଶିବାଶିଷଙ୍କୁ ଏକ ଫୋନ୍ ଆସିଥିଲା । ଯେଉଁଥିରେ ସେ ଫୋନ ପେରେ ୧୯ଶହ ଟଙ୍କାର ଲଟେରୀ  ଜିତିଥିବା ଠକ କହିଥିଲା । ଏହାପରେ ଏକ ଲିଙ୍କ ପଠାଇ କ୍ଲିକ୍ କରିବା ପାଇଁ କହିଥିଲେ । ସିବାଶିଷ ଲିଙ୍କରେ କ୍ଲିକ୍ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୧୯ଶହ ଟଙ୍କା ଓ କିଛି ସମୟ ପରେ ୩୬ ହଜାର ଟଙ୍କା କଟି ଯାଇଥିଲା ।

Jharsuguda Police Arrested Three Of Jamatara Gang From Sundergarh

ଟଙ୍କା ଆକାଉଣ୍ଟକୁ ଫେରସ୍ତ ନ ହେବାରୁ ଶିବାସିଷ ଗତ ୨୪ ତାରିଖରେ ବେଲପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ବିଭିନ୍ନ ସୂତ୍ରରୁ ଠକମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଲୋକେସନ୍ ଯାଞ୍ଚ କରିଥିଲା । ସୋମବାର ରାତିରେ ସୁନ୍ଦରଗଡ଼ ଲେଫ୍ରିପଡ଼ା ଅଞ୍ଚଳରେ ରେଡ୍ କରି ୩ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଛି । ଗିରଫ ଅଭିଯୁକ୍ତମାନେ ଦିନ ବେଳା ଶ୍ରମିକଭାବେ କାମ କରିବା ପରେ ସନ୍ଧ୍ୟାରେ ଫୋନ୍ କରି ଏମିତି ଲୁଟ୍ କରିଥିବା ଜଣାପଡ଼ିଛି ।

ଅଫଲାଇନ୍ ପରୀକ୍ଷାକୁ ବିରୋଧ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଶାନ୍ତି । ଅଫଲାଇନ୍ ପରୀକ୍ଷାକୁ ବିରୋଧ କରି ପ୍ରାୟ ୨୦୦ରୁ ଊର୍ଦ୍ଧ୍ଵ ଜଣ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ବରଗଡ଼, ସମ୍ବଲପୁର ଓ ବଲାଙ୍ଗିର ଅଞ୍ଚଳର ଛାତ୍ରଛାତ୍ରୀ ପୂର୍ବରୁ ଅଫଲାଇନ୍ ପରୀକ୍ଷା କରାଇବାକୁ କୁଳପତିଙ୍କୁ ଚିଠି ଲେଖିଥିଲେ ।

Congress Student Wing Protest Against Offline Exam In Sambalpur University

ଆଜି ବିଶ୍ୱବିଦ୍ୟାଳୟକୁ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିବାକୁ ଚାହିଁଥିଲେ ଛାତ୍ର କଂଗ୍ରେସ ସଦସ୍ୟ । କିନ୍ତୁ କେହି ଉପସ୍ଥିତ ନଥିବାରୁ ଆଲୋଚନା ହୋଇ ପାରିନଥିଲା । ଏହାକୁ ନେଇ ପୋଲିସ ଓ ଛାତ୍ର କଂଗ୍ରେସର ସଦସ୍ୟ ମୁହାଁମୁହିଁ ହୋଇଥିଲେ ।

ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିଥିଲା । ଏଥିରେ ଆନ୍ଦୋଳନକାରୀ ଓ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି ।

 

ସରକାରୀ ଜମିକୁ ନେଇ ବଡ଼ମ୍ବାରେ ୨ ଗାଁ ମୁହାଁମୁହିଁ, ବୋମା ଓ ଗୁଳିମାଡ଼

ଆଠଗଡ଼: ସରକାରୀ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ । କଟକ ଜିଲ୍ଲା ବଡ଼ମ୍ବା ଥାନା କୁଆଁରପାଳ ପଞ୍ଚାୟତରେ ଜମି ପାଇଁ ଗୁଳି ଚାଳନା ସହ ବୋମାମାଡ଼ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୦ରୁ ଅଧିକ ଆହତ ହୋଇଛନ୍ତି । ମୃତକ ହେଲେ ଭାଗବତପୁର ଗାଁର ଅଶ୍ବିନୀ କୁମାର ପାଲ ଓ ପବିତ୍ର ଅକ୍ଷିତ । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

Group Clash In Cuttack Badamba For Land 2 Died

ସରକାରୀ ଜମିକୁ ନେଇ ପଞ୍ଚାୟତର ଦୁଇଟି ଗାଁ ଭାଗବତପୁର ଓ ବୁଢ଼ାପଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀରୁ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇ ପ୍ରଥମେ ମାଣିଆବନ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

Group Clash In Cuttack Badamba For Land 2 Died

ଗୋଷ୍ଠୀ ସଂଘର୍ଷ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସ୍ୱପ୍ନରେ ମୃତ୍ୟୁ ଦେଖିବାର ଅର୍ଥ କ’ଣ ହୋଇପାରେ?

ନୂଆଦିଲ୍ଲୀ:   ମଣିଷ ନିଦ୍ରାର ଏକ ଅବିଛେଦ୍ୟ ଅଙ୍ଗ ହେଉଛି ସ୍ୱପ୍ନ । ଅନେକ ଲୋକ ସ୍ୱପ୍ନକୁ ନେଇ ବଞ୍ଚନ୍ତି ଏବଂ ତାହାକୁ ପୂରଣ କରିବା ପାଇଁ ଲାଗି ପଡ଼ନ୍ତି । କୁହାଯାଏ, ବେଳେବେଳେ ସ୍ୱପ୍ନ ବାସ୍ତବ ଜୀବନକୁ ନେଇ କିଛି ସଙ୍କେତ ଦେଇଥାଏ । ଏହା ବ୍ୟତୀତ ଆମର ଇଛା ସ୍ୱପ୍ନ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ । ତେବେ ପ୍ରତ୍ୟେକ ସ୍ୱପ୍ନର ଏକ ଭିନ୍ନ ଭିନ୍ନ ଅର୍ଥ ଥାଏ । ଯାହା ବାବଦରେ ଆମେ ପୂର୍ବରୁ ମଧ୍ୟ ଆପଣଙ୍କୁ ଜଣାଇଛୁ । କିନ୍ତୁ ସ୍ୱପ୍ନରେ କେବେ ଆପଣ ମୃତ୍ୟୁକୁ ଦେଖିଛନ୍ତି? ଆପଣ ଦେଖିଥିବା ସ୍ୱପ୍ନ ପଛର ରହସ୍ୟ କ’ଣ? କ’ଣ କହେ ଆପଣଙ୍କ ସ୍ୱପ୍ନ? ନଜର ପକାନ୍ତୁ ।

ନଦୀ,ଝରଣା ବା ଜଳ ସମ୍ବଦ୍ଧୀୟ ଯଦି କୌଣସି ସ୍ୱପ୍ନ ଦେଖୁଛନ୍ତି ତେବେ, ଏହା ଶରୀର ସାମାନ୍ୟ ଅସୁସ୍ଥ ହେବାର ସଙ୍କେତ ଦେଇଥାଏ ବୋଲି କୁହାଯାଏ ।

ପଦ୍ମଫୁଲ,ହାତୀ,ମାଙ୍କଡ଼,ହଂସ କିମ୍ବା ଗାଈକୁ ଯଦି ସ୍ୱପ୍ନରେ ଦେଖୁଛନ୍ତି ତେବେ, ତାହାର ଅର୍ଥ ହେଉଛି ଆପଣଙ୍କର ଧନପ୍ରାପ୍ତି ଯୋଗ ରହିଛି । ଏହା ବ୍ୟତୀତ ଯଦି ସ୍ୱପ୍ନରେ ପଦ୍ମଫୁଲ ବା କୌଣସି ଫଳ ସ୍ୱପ୍ନ ଦେଖୁଛନ୍ତି ତେବେ, ଦେବ ସନ୍ତାନ ପ୍ରାପ୍ତି ହେବାର ଯୋଗ ରହିଛି ।

ସ୍ୱପ୍ନରେ ସାପ ଦେଖିବାର ଅର୍ଥ ହେଉଛି, କୌଣସି ଏକ ସମସ୍ୟାରେ ପଡ଼ିବା । ତେଣୁ ଜୀବନର ଯେଉଁ କାମ ମଧ୍ୟ କରୁଛନ୍ତି, ଖୁବ୍‌ଗୂରୁତ୍ୱ ଦେଇ କରନ୍ତୁ ।

ଯଦି ସ୍ୱପ୍ନରେ କୌଣସି ବ୍ୟକ୍ତିର ମୃତ୍ୟୁ ଦେଖୁଛନ୍ତି, ତେବେ ବୁଝିନେବେଯେ, ସେହି ବ୍ୟକ୍ତି ଉପରେ ଆସିବାକୁ ଥିବା ସଙ୍କଟ ଟାଳିଯିବ । ଏହା ସହିତ ସେହି ବ୍ୟକ୍ତିର ଆୟୁ ବଢିଥାଏ । ଯଦି ସ୍ୱପ୍ନରେ କୌଣସି ମୃତବ୍ୟକ୍ତିକୁ ଦେଖୁଛନ୍ତି, ତେବେ ବୁଝିନିଅନ୍ତୁଯେ, ସେହି ବ୍ୟକ୍ତିଙ୍କର କୌଣସି ଇଛା ଅଧା ହୋଇ ରହିଯାଇଛି । ଯାହାର ଆଭାସ ଆପଣଙ୍କୁ ସ୍ୱପ୍ନ ମାଧ୍ୟମରେ ମିଳୁଛି ।

ଯଦି ସ୍ୱପ୍ନରେ ଅନ୍ୟ କୌଣସି ବ୍ୟକ୍ତି ବା ଆପଣଙ୍କ ସହିତ କିଛି ଦୁର୍ଘଟଣା ଘଟୁଛି ତେବେ ସାବଧାନ ହୋଇଯାନ୍ତୁ ।

କୌଣସି ଉତ୍ସବର ସ୍ୱପ୍ନ ଦେଖିଲେ ଶରୀର ଅସୁସ୍ଥ ହେବାର ସଙ୍କେତ ମିଳିଥାଏ ।

ସ୍ୱପ୍ନରେ ଆପଣ ନିଜେ ବା ଅନ୍ୟ କୌଣସି ବ୍ୟକ୍ତି ଯଦି ପୂଜା କରୁଥିବାର ଦେଖୁଛନ୍ତି, ତେବେ ଭାବି ନିଅନ୍ତୁ ଆପଣଙ୍କୁ ଏକ ବଡ଼ ଧରଣର ଫଳପ୍ରାପ୍ତି ହେବ । ବିଶେଷକରି ଚାକିରି ସମ୍ବଦ୍ଧୀୟ ଲାଭ ହୋଇପାରେ ।

କୁହାଯାଏ, ସ୍ୱପ୍ନରେ ଧନ ଓ ଅଳଙ୍କାର ଦେଖିଲେ ଶରୀର ଅସୁସ୍ଥ ହେବାର ସଙ୍କେତ ମିଳିଥାଏ ବା ଚାକିରି ହରାଇବାର ସଙ୍କେତ ।

ଖାଦ୍ୟର ସ୍ୱପ୍ନ ଦେଖିଲେ ସ୍ଥାନ ପରିବର୍ତ୍ତନର ସଙ୍କେତ ମିଳିଥାଏ ।

ସ୍ୱପ୍ନରେ ଧଳା ରଙ୍ଗର ଜିନିଷ ଦେଖିବାର ଅର୍ଥ ହେଉଛି କୌଣସି ଏକ ବଡ଼ ଧରଣର ପରିବର୍ତ୍ତନ ଆସିବା । ସାଧାରଣତଃ ଏହା କୌଣସି ବଡ଼ ସମସ୍ୟାର ସଙ୍କେତ ଦେଇଥାଏ ।
ତେବେ ସ୍ୱପ୍ନକୁ କେହିକେହି ବିଶ୍ୱାସ କରନ୍ତି ତ କିଏ କୁହନ୍ତି ଏହା କେବଳ ଅନ୍ଧବିଶ୍ୱାସ ମାତ୍ର ।

‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ରେ ସ୍ଥାନ ପାଇଲେ ରିଷିତା

ଭୁବନେଶ୍ୱର: ପ୍ରତିଦିନର ଅଳ୍ପ ଅଳ୍ପ ପରିଶ୍ରମ ଶେଷରେ ବଡ଼ ସଫଳତା ଆଣିଦିଏ । ଏହାକୁ ପ୍ରମାଣିତ କରିଛନ୍ତି ଭୁବନେଶ୍ୱରର କୁନି ଝିଅ ରିଷିତା ସାମନ୍ତରାୟ । ୧୦ ବର୍ଷର ରିଷିତା ରୁବିକ୍ସ କ୍ୟୁବ୍ସ ଗେମରେ ସଫଳତା ପାଇଛନ୍ତି । ମାତ୍ର ୧୫ ମିନିଟ୍ ସମୟ ମଧ୍ୟରେ ରିଷିତା ୧୫ ଗୋଟି ରୁବିକ୍ସ କ୍ୟୁବ୍ସକୁ ସମାଧାନ କରିଛନ୍ତି ରିଷିତା ।

Bhubaneswar's Rishita Etched Her name in the India Book of Records & Asia Book of Records 

ଏଥିପାଇଁ ରିଷିତାଙ୍କୁ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ରେ ସ୍ଥାନ ମିଳିଛି । କମ୍ ସମୟ ମଧ୍ୟରେ ରିଷିତା ୧୫ ଗୋଟି ରୁବିକ୍ସ କ୍ୟୁବ୍ସର ସମାଧାନ କରି ଏହି ସଫଳତା ପାଇଛନ୍ତି । ରିଷିତା ଏହି ସଫଳତାର ଶ୍ରେୟ ତାଙ୍କ ପରିବାରର ସଦସ୍, ବନ୍ଧୁ ଓ ଶୁଭେଚ୍ଛୁଙ୍କୁ ଦେଇଛନ୍ତି ।

ତିରୁପତିରୁ ଚାଲିଛି ବେଆଇନ କେଶ କାରବାର!

ଗତ ଦୁଇ ମାସ ପୂର୍ବେ ଭାରତ ଏବଂ ମିଆଁମାର ସୀମାରେ ଧରା ପଡ଼ିଥିବା କେଶ ଚୋରା ଚାଲଣ ଘଟଣା ଆନ୍ଧ୍ରପ୍ରଦେଶର ରାଜନୀତିକୁ ନୂଆ ମୋଡ଼ ଦେଇଛି । ଭକ୍ତଙ୍କ ଭାବାବେଗ ସହିତ ଜଡ଼ିତ ତିରୁମାଳା ତିରୁପତି ଦେବସ୍ଥାନମରୁ ଏହି କେଶ ଚୋରାଚାଲଣ ହେଉଥିବା ସନ୍ଦେହ କରାଯାଉଛି । ହଠାତ୍ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ସାଉଁଟିଛି । ଆକଳନ ଅନୁସାରେ ଧରା ପଡ଼ିଥିବା କେଶର ମୂଲ୍ୟ ପ୍ରାୟ ୧.୮ କୋଟି ଟଙ୍କା । ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏତେ ବଡ଼ ଚୋରା ଚାଲଣର ଫର୍ଦ୍ଦ ଖୋଲିବା ପରେ କ’ଣ କରୁଛି ପ୍ରଶାସନ? ପ୍ରଶ୍ନ ଏହା ମଧ୍ୟଯେ, ତିରୁମାଳାର କିଛି ସୋସିଅଲ ମିଡିଆ ଆକାଉଣ୍ଟ ଏବଂ ଟିଭି ଚ୍ୟାନେଲ ବିରୁଦ୍ଧରେ କାହିଁକି ମାମଲା ରୁଜୁ ହୋଇଛି?

ଗତ ଦୁଇ ମାସ ପୂର୍ବେ କେଶ ଚୋରା ଚାଲଣ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ଆସାମ ରାଇଫଲ୍ସର ଏକ ସର୍ଚ୍ଚ ପାର୍ଟି ମିଜୋରାମ ସଂଲଗ୍ନ ମିଆଁମାର ସୀମାରେ ଏହାକୁ ଜବତ କରିବାରେ ସକ୍ଷମ ହୋଇଥିଲା । ଯଦିଓ ଦୁଇ ମାସ ପୂର୍ବେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା, କିନ୍ତୁ ଚର୍ଚ୍ଚା ଏବେ ଜୋର ଧରିଛି ।

ସାଧାରଣତଃ ଏହି ଅଞ୍ଚଳରେ ସୁନା ଏବଂ ବନ୍ୟଜନ୍ତୁ ଚୋରା ଚାଲଣ ଘଟଣା ବାରମ୍ବାର ସାମ୍ନାକୁ ଆସେ । କିନ୍ତୁ ଏହା ହେଉଛି ପ୍ରଥମ ଘଟଣା ଯେତେବେଳେ ସୁରକ୍ଷା ବାହିନୀକୁ ମଣିଷ କେଶରେ ପରିପୂର୍ଣ୍ଣ ୧୨୦ଟି ବସ୍ତା ମିଳିଛି । ପ୍ରତ୍ୟେକ ବ୍ୟାଗରେ ପ୍ରାୟ ୫୦ କିଲୋ ଲେଖାଏଁ କେଶ ଥିବା ସୂଚନା ମିଳିଛି । ଏହାକୁ ଜବତ କରିବା ପରେ ଆରମ୍ଭ ହୋଇଛି ବିବାଦ ।

ମାର୍ଚ୍ଚ ୨୦ ତାରିଖରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ, ଧରା ପଡ଼ିବାରୁ ତିରୁପତିରୁ କେଶବସ୍ତା ନେଇ ଯାଉଥିବା ଦାବି କରିଛି ଟ୍ରକ୍ ଡ୍ରାଇଭର ଏବଂ ଏହି କାରବାରରେ ଜଣେ ମହିଳା ସାମିଲ ଥିବା କୁହାଯାଉଛି । ଗଣମାଧ୍ୟମର ରିପୋର୍ଟ କହୁଛି କେବଳ ତିରୁପତିରୁ ନୁହେଁ ଭାରତର ଏକାଧିକ ଧର୍ମପୀଠରୁ କେଶ ଚୋରା ଚାଲଣ ହେବା ପୂର୍ବରୁ ଏହି ଟ୍ରକ ମିଜୋରାମ ସୀମାରେ ଧରା ପଡ଼ିଗଲା ।

ଭାରତରୁ କେଶ ଚୋରା ଚାଲଣ ହୋଇ ସିଧାସଳଖ ମିଆଁମାରରେ ପହଞ୍ଚୁଛି । ପରେ ମିଆଁମାରରୁ ଥାଇଲ୍ୟାଣ୍ଡ୍ ଏବଂ ଶେଷରେ ଥାଇଲ୍ୟାଣ୍ଡରୁ ଚୀନ୍ । ରିପୋର୍ଟ କହୁଛି, ଚୀନରେ ଏହାକୁ ଓ୍ୱିଗ୍ ପ୍ରସ୍ତୁତ କରିବାରେ ବ୍ୟବହାର ହେଉଛି, ଯାହାକୁ ସାରା ବିଶ୍ୱରେ ବିକ୍ରି କରାଯାଉଛି । ତେବେ ସାରା ବିଶ୍ୱରେ ବିକ୍ରି ହେଉଥିବା ଓ୍ୱିଗ୍ରେ କେବଳ ଚୀନ୍ ର ୭୦ ପ୍ରତିଶତ ଯୋଗଦାନ ରହିଛି । କିନ୍ତୁ ଏସବୁ ପଛରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତର ଏକାଧିକ ଧର୍ମପୀଠରେ ଲଣ୍ଡା ହେବାର ପ୍ରଥା ରହିଛି । ତେଣୁ ଏହି କାରବାର ପାଇଁ କଞ୍ଚାମାଲର ଡିପୋ ସାଜିଛି ଭାରତ ।

ଭାରତର ତିରୁପତି ମନ୍ଦିରକୁ ଦୈନିକ ୫୦ ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଇଥାନ୍ତି । ଏହାର ପ୍ରାୟ ଏକ ତୃତୀୟାଂଶ ଶ୍ରଦ୍ଧାଳୁ ଏଠାରେ କେଶଦାନ କରିଥାନ୍ତି । ଏଠାରେ ଟିକେଟ୍ ବ୍ୟତୀତ ଦାନ ହୋଇଥିବା କେଶରୁ ମଧ୍ୟ ଭଲ ଆୟ ହୋଇଥାଏ ।

ପୂର୍ବରୁ ପ୍ରତି ମାସରେ ତିରୁମାଳାରେ ନୀଲାମ ହୋଇଥିବା କେଶ ବିକ୍ରି ହେଉଥିଲା । ଏହାକୁ ତିରୁମାଳାରୁ ତିରୁପତି ଭଣ୍ଡାର କେନ୍ଦ୍ରକୁ ନିଆଯାଏ । ଏହାପରେ କେଶକୁ ନୀଲାମ ଡାକିବା ପରେ ପାଞ୍ଚଟି ଶ୍ରେଣୀରେ ବିକ୍ରି କରାଯାଏ । ଲମ୍ବା କେଶପାଇଁ ଅଧିକ ଟଙ୍କା ମିଳିଥାଏ । ରିପୋର୍ଟ କହୁଛି କୋଟିକୋଟି ଆୟ ହେଉଥିବା ତିରୁପତିରେ ପୂର୍ବ ବର୍ଷ ମାନଙ୍କ ତୁଳନାରେ ଏହା ଯଥେଷ୍ଟ କମିଛି । କିନ୍ତୁ କେଶ ବିକ୍ରି କିଭଳି ହେଉଛି, ନୀଲାମି କିଏ ନେଉଛି ଏବଂ ନୀଲାମି ନେଉଥିବା ଲୋକ ନିକଟରେ ଲାଇସେନ୍ସ ଅଛି କି ନାହିଁ ଏ ସମ୍ପର୍କରେ କୌଣସି ସୂଚନା ନଥିବା କହିଛି ଟିଟିଡି । କିନ୍ତୁ ଟିଟିଡି ତିନି ମାସରେ ଥରେ ଟେଣ୍ଡର ନେଉଥିବା ବ୍ୟକ୍ତିଙ୍କୁ ଏହି କେଶ ବିକ୍ରି କରିଥାଏ ।

ବିରୋଧୀ ତେଲୁଗୁ ଦେଶମ ପାର୍ଟିର କହିବା ହେଉଛି, ମିଆଁମାର ସୀମାରେ ସାମ୍ନାକୁ ଆସିଥିବା ଏହି ଘଟଣାକୁ ନେଇ ଟିଟିଡି ଅଧିକାରୀ ଦାୟୀତ୍ୱବାନ୍ ହେବା ଉଚିତ୍ ଏବଂ ଉଚିତ୍ ତଦନ୍ତ ହେବା ଉଚିତ୍ । କିନ୍ତୁ ଏହାକୁ ନେଇ ଟିଟିଡି ଚୁପ୍ ରହିଛି ।

ଏଠାରେ ଏକ ବିରାଟ ପ୍ରଶ୍ନ ହେଉଛି, ଟିଟିଡି ଏତେ ରହସ୍ୟମୟ କାହିର୍କି? ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ଜଡ଼ିତ ଏହି ମାମଲାରେ କୌଣସି ଭୂମିକା ନଥିବା କାହିଁକି କହୁଛି ଟିଟିଡି? ନିହାତି ଭାବରେ ଏହା ଏକ ଲଜ୍ଜାଜନକ ଘଟଣା । ସତରେ କ’ଣ ଟିଟିଡିକୁ ଏହା ଅଛପା? ସତରେ କ’ଣ ବିନା ଯାଞ୍ଚରେ ନୀଲାମ ଦିଆଯାଉଛି? ସମ୍ବଦ୍ଧିତ ବ୍ୟକ୍ତିଙ୍କ ବିରୁଦ୍ଧରେ କାହିଁକି କୌଣସି ପଦକ୍ଷେପ ନେଉନାହିଁ ଟିଟିଡି? ଏଭଳି ପ୍ରଶ୍ନ କରିଛନ୍ତି ବିରୋଧୀ ।

ଗତ ଦୁଇ ବର୍ଷ ହେବ ଏକାଧିକ ବିବାଦରେ ଫସିଥିବା ଟିଟିଡି ପୁଣି ଥରେ ଅଡ଼ୁଆ ସୂତାରେ ଛନ୍ଦି ହୋଇଛି । ଦାନ ହୋଇଥିବା କେଶକୁ ନେଇ ଆରମ୍ଭ ହୋଇଛି ଆଉ ଏକ ବିବାଦ । ଅନ୍ୟପଟେ ଟିଟିଡି ମାଧ୍ୟମରେ ଏହି ଚୋରାଚାଲଣ ହେଉଥିବା ସୋସିଅଲ ମିଡିଆରେ ଦାବି ହେଉଛି । ଆନ୍ଧ୍ରପ୍ରଦେଶର ଭିଜିଲାନ୍ସ ବିଭାଗ ଏହି ସମ୍ପର୍କରେ ଅଭିଯୋଗ ଗ୍ରହଣ କରିଛି । ଅନ୍ୟପଟେ ଫେସବୁକରେ ଟିଟିଡି ବିରୁଦ୍ଧରେ ଲେଖା ଯାଉଥିବା ତଥ୍ୟ ତାଙ୍କୁ ବଦନାମ କରୁଥିବା ଦର୍ଶାଇ ପୋଲିସୀରେ ଅଭିଯୋଗ ଦାଖଲ କରିଛି ଟିଟିଡି ।

କେବଳ ସେତିକି ନୁହେଁ ବରଂ ତେଲୁଗୁ ଦେଶମ୍ ପାର୍ଟି ଏବଂ ଆନ୍ଧ୍ରଜ୍ୟୋତି ନାମକ ଏକ ଚ୍ୟାନେଲ ବିରୁଦ୍ଧରେ ଅଭିଯୋଗ ଦାଖଲ ହୋଇଛି । ତେବେ ଏହି ମାମଲାରେ କିଏ କିଭଳି ଜଡ଼ିତ ଅଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛି ପୋଲିସ୍ । ଅନ୍ୟପଟେ ସିପିଏମ ନେତା ଏବଂ ଟିଟିଡିର କଣ୍ଟ୍ରାକ୍ଟ କର୍ମଚାରୀଙ୍କ କହିବା ହେଉଛି,ଯେ ଟିଟିଡିର ଆୟରେ କମି ଏବଂ ଚୋରାଚାଲଣ ମଧ୍ୟରେ କ’ଣ ରହିଛି ସମ୍ପର୍କ ତାହାର ତଦନ୍ତ ହେବା ଉଚିତ୍ ।

୨୧ ତୋପର ସଲାମୀ ସହ ଇଜିପ୍ଟରେ ହେଲା ଭବ୍ୟ ମମି ପରେଡ୍

ଦେଶନ୍ତୁ ଏହି ଭବ୍ୟ ପରେଡକୁ। ଏ ଦୃଶ୍ୟ ହେଉଛି ମିସର୍ ଦେଶର । ଗତ ଶନିବାର ଆୟୋଜନ ହୋଇଥିଲା ଏହି ଐତିହାସିକ ପରେଡ୍ । ସେ ପୁଣି କୌଣସି ବିଶେଷ ବ୍ୟକ୍ତିଙ୍କ ପାଇଁ କି ବିଶେଷ ଉତ୍ସବ ପାଇଁ ନୁହେଁ । ବରଂ ଏହି ଭବ୍ୟ ଉତ୍ସବର ଆୟୋଜନ ହୋଇଛି ୨୨ ମମିଙ୍କ ପାଇଁ। ଆଉ ଏହି ମମିଗୁଡ଼ିକ ହେଉଛି ଇଜିପ୍ଟର ପ୍ରସିଦ୍ଧ ରାଜା ବା ଫାରୋଁଙ୍କର । ଯେଉଁମାନେ ଦିନେ ମିଶରକୁ ଶାସନ କରୁଥିଲେ ଓ ତିଆରି କରିଥିଲେ ବିଶାଳ ପିରାମିଡ୍ ।

ସେମାନଙ୍କୁ ସେଣ୍ଟାଲ୍ କାହିରାର ଏକ ସଂଗ୍ରହାଳୟକୁ ନିଆଯାଉଛି । ଏହି ୨୨ ମିମିଜ୍ କୁ ମିଶରର ସଂଗ୍ରହାଳୟରୁ ତାହିର ସ୍କୋୟାର ଦେଇ ଇଜିପ୍ଟର ଜାତୀୟ ସଂଗ୍ରହାଳୟ ବା ନ୍ୟାଶନାଲ୍ ମ୍ୟୁଜିୟମ ଅଫ ଇଜିପ୍ସିୟାନ୍ ସିଭିଲାଇଜେଶନକୁ ସ୍ଥାନାନ୍ତରିତ କରାଯାଉଛି।

ରୋଚକ କଥା ହେଉଛି ଯେ ମମିମାନଙ୍କର ପରେଡକୁ ନେଇ ବହୁତ ଆଲୋଚନା କରାଗଲା ଏପରିକି କୁହାଗଲା ଯେ ଯିଏ ରାଜା ରାଣୀଙ୍କ ମୃତ ଶରୀରକୁ କଷ୍ଟ ଦେବ କିମ୍ବା ତାଙ୍କ ଶାନ୍ତି ଭଙ୍ଗ କରିବ ତା’ ଉପରେ ଅଭିଶାପ ପଡ଼ିବ । ଏବଂ ତାର ଶୀଘ୍ର ମୃତ୍ୟୁହୋଇଯିବ । ଏଭଳି ଅନ୍ଧ ବିଶ୍ୱାସକୁ ସତ ପ୍ରମାଣ କରିବା ପାଇଁ ନିକଟରେ ଇଜିପ୍ଟରେ ହୋଇଥିବା କିଛି ଅଘଟଣ ଉପରେ ମଧ୍ୟ ଆଲୋକପାତ କରାଗଲା।

ହେଲେ ଆଧୁନିକ ମିଶର୍ ଏହାକୁ ଖାତିର କରିନଥିଲା । ଏ ସମସ୍ତ ଗୁଜବକୁ ଅଣଦେଖା କରି ପ୍ୟାରେଡ କରିବାକୁ ନିଷ୍ପତ୍ତି ନେଇଥିଲେ ଇଜିପ୍ଟ ସରକାର। ଆଉ ଆୟୋଜନ କରିଥିଲେ ଭବ୍ୟ ମମି ପରେଡ।

ପରେଡରେ ଆପଣ ଦେଖୁଥିବା ଏହି ଟ୍ରକଗୁଡ଼ିକରେ ନିଆଯାଉଛି ମମି । ପାଗକୁ ଧ୍ୟାନରେ ରଖି ସ୍ୱତନ୍ତ୍ର କେସ୍ ଭିତରେ ଟ୍ରକରେ ନିଆଯାଉଛି ମମି । ଆଉ ଏହି କେସ୍ ଗୁଡ଼ିକୁ ପାରମ୍ପାରିକ ଭାବେ ସଜା ମଧ୍ୟ ଯାଇଛି। ଏହି ଭ୍ୟବ  ସମୋରୋହର ଆରମ୍ଭ ହୋଇଥଲା ୨୧ ତୋପର ସଲାମୀ ସହ।  ଆଉ ତା’ପରେ ହୋଇଥିଲା ଲାଇଟ୍ ଓ ମ୍ୟୁଜିକ ଶୋ’। ଏହି ମମିଗୁଡ଼ିକ ଭିତରେ ରାଜା ରାମସେସ୍ ଦ୍ୱିତୀୟ, ସେତି ପ୍ରଥମ, ରାଣୀ ହଟ୍ସେପସୁଟ୍ ପ୍ରଭୃତି ଥିଲେ ସାମିଲ୍।

ଇଜିପ୍ଟ ସରକାର କହିଛନ୍ତି ଯେ ସମସ୍ତ ମମିମାନଙ୍କୁ କାହିରାର ସଂଗ୍ରହାଳୟରେ ଏକାଠି ରଖାଯିବ । ଯାହାଫଳରେ ପର୍ଯ୍ୟଟକମାନେ ଗୋଟିଏ ସ୍ଥାନରେ ଏକାଠି ସମସ୍ତଙ୍କୁ ଦେଖିପାରିବେ । ଏବଂ ଗୋଟିଏ ସ୍ଥାନରେ ଏତେ ପ୍ରସିଦ୍ଧ ବ୍ୟକ୍ତିଙ୍କ ମମି ରହିଲେ ବହୁ ସଂଖ୍ୟାରେ ପର୍ଯ୍ୟଟଙ୍କ ଭିଡ଼ ବି ଜମିବ । ଯାହାଫଳରେ କରୋନା ପାଇଁ ଅର୍ଥସଂକଟ ଦେଇ ଗତି କରୁଥିବା ଇଜିପ୍ଟ ସରକାରଙ୍କ ଆୟରେ ବୃଦ୍ଧି ହେବ।

 

କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ସିଲିକନ୍ ଇନଷ୍ଟିଚ୍ୟୁଟ୍

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କରୋନା କଟକଣାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । କୋଭିଡ୍ କଟକଣା ଭିତରେ କଲେଜ ମାନଙ୍କରେ ପାଠପଢ଼ା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ, କିଛି ଶିକ୍ଷାନୁଷ୍ଠାନ ଗାଇଡଲାଇନ୍ ଉଲ୍ଲଂଘନ କରୁଥିବାରୁ କ୍ୟାମ୍ପସରେ ବ୍ୟାପୁଛି କରୋନା ।

BMC Sealed Silicon Institute For Violation Of Covid-19 Norms

ଭୁବନେଶ୍ୱରସ୍ଥିତ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲିକନ ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍ କରି ଦେଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସିଲିକନ୍ ବନ୍ଦ ରହିବ ।

BMC Sealed Silicon Institute For Violation Of Covid-19 Norms

କୋଭିଡ୍ କଟକଣା ଉଲ୍ଲଂଘନ ନେଇ ପୂର୍ବରୁ ସିଲିକନକୁ ବିଏମସି କାରଣଦର୍ଶାଅ ନୋଟିସ୍ ଜାରି କରିଥିଲା । କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ରଖିପାରି ନଥିଲେ । ତେଣୁ ବିଏମସି ସିଲିକନ୍ ଇନଷ୍ଟିଚ୍ୟୁଟକୁ ସିଲ୍ କରି ଦେଇଥିବା ଜଣାପଡ଼ିଛି ।

ଭାଇରାଲ୍ ହେଉଛି ସେହୱାଗଙ୍କ ଅଷ୍ଟ ଚିରଞ୍ଜୀବି ପୋଷ୍ଟ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ସଦସ୍ୟ ବୀରେନ୍ଦ୍ର ସେହୱାଗ ସଚେତନତା ସୃଷ୍ଟି କରିଛନ୍ତି । ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି ସେହୱାଗ । କରୋନାକୁ ନେଇ ସେହୱାଗ କରିଥିବା ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ସେହୱାଗ୍ ଲେଖିଛନ୍ତି- ବେଦବ୍ୟାସ, ମହାବଳୀ, କୃପାଚାର୍ଯ୍ୟ, ହନୁମାନ ଜୀ, ମହର୍ଷି ମାର୍କଣ୍ଡେୟ, ଅଶ୍ୱଥାମା, ପର୍ଶୁରାମ, ବିଭୀଷଣ ଏମାନେ ହେଉଛନ୍ତି ହିନ୍ଦୁ ଧର୍ମର ଅଷ୍ଟ ଚିରଞ୍ଜୀବି । ଯେହେତୁ ଆପଣ ଚିରଞ୍ଜୀବି ନୁହଁନ୍ତି ତ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ । ଯୋଗ୍ୟ ହୋଇଥିଲେ ଭ୍ୟାକ୍ସିନ୍ ନିଅନ୍ତୁ । ପୂର୍ବତନ କ୍ରିକେଟରଙ୍କ ଏଭଳି ପୋଷ୍ଟକୁ ସୋସିଆଲ୍ ମିଡିଆରେ ବେଶ୍ ପସନ୍ଦ କରାଯାଇଛି ।