spot_img
Home Blog Page 5791

୫୦ କୋଟିରୁ ଅଧିକ ବ୍ୟକ୍ତିଙ୍କ ଫେସବୁକ ଡାଟା ଲିକ୍, ଏଥିରେ ଆପଣଙ୍କ ଡାଟା ନାହିଁ ତ? ଏମିତି କରନ୍ତୁ ଚେକ୍

ନ୍ୟୁୟର୍କ: ହ୍ୟାକର୍ସଙ୍କ ୱେବସାଇଟରେ ୫୦ କୋଟିରୁ ଅଧିକ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ । ହ୍ୟାକର୍ସଙ୍କ ୱେବସାଇଟରେ ଥିବା ଡାଟା ପୁରୁଣା ହୋଇଥିଲେ ମଧ୍ୟ ଫେସବୁକ୍ ଓ ଅନ୍ୟ ସୋସିଆଲ୍ ମିଡିଆରେ ସୁରକ୍ଷାକୁ ନେଇ ପ୍ରଶ୍ନ ଛିଡ଼ା କରିଛି । ହ୍ୟାକର୍ସଙ୍କ ୱେବସାଇଟରେ ତଥ୍ୟ ଉପଲବ୍ଧ ନେଇ ‘ବିଜନେସ୍ ଇନସାଇଡର’ ସୂଚନା ଦେଇଛି । ୧୦୬ ଦେଶର ଲୋକଙ୍କ ଫୋନ୍ ନମ୍ବର, ଫେସବୁକ୍ ଆଇଡି, ନାଁ, ସ୍ଥାନ, ଜନ୍ମ ତାରିଖ ଓ ଇମେଲ୍ ଆଇଡି ଅନଲାଇନରେ ଉପଲବ୍ଧ ଅଛି ।

ତେବେ ଜଣାଇଦେବାକୁ ଚାହୁଁ ଯେ ୟୁକ୍ରେନର ଜଣେ ସୁରକ୍ଷା ଅନୁସନ୍ଧାନକାରୀ ୨୦୧୯ ଡିସେମ୍ବରରେ କହିଥିଲେ- ୨୬ କୋଟି ୭୦ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ଅଛି । ତେବେ ଏବେ ଯେଉଁ ତଥ୍ୟ ଲିକ୍ ହୋଇଥିବା ନେଇ କୁହାଯାଉଛି ତାହା ୨୦୧୯ରେ ଲିକ୍ ହୋଇଥିବା ଡାଟାର ଅଂଶବିଶେଷ କି ନୁହେଁ ଜଣାପଡ଼ିନାହିଁ । ଫେସବୁକ୍ ପକ୍ଷରୁ କୁହାଯାଇଛି- ଏହା ପୁରୁଣା ଡାଟା । ଯାହାର ସୂଚନା ୨୦୧୯ରେ ଦିଆଯାଇଥିଲା । ଆମେ ଏହି ସମସ୍ୟାକୁ ୨୦୧୯ ଅଗଷ୍ଟରେ ଦୂର କରି ଦେଇଥିଲୁ।

କୁହାଯାଉଛି ଯେ ଏହି ଡାଟା ଚୋରିରେ ନିଜେ ଫେସବୁକ ସିଇଓ ମାର୍କ ଜୁକର୍ବର୍ଗଙ୍କର ବି ଡାଟା ଲିକ୍ ହୋଇଛି । ତେବେ ହୋଇପାରେ ଏହି ଲିକ୍ ଡାଟା ମଧ୍ୟରେ ଆପଣଙ୍କର ବି ଫୋନ ନମ୍ବର କିମ୍ବା ବ୍ୟକ୍ତିଗତ ଡାଟା ଥାଇପାରେ।

କେମିତି ଜାଣିବେ ଆପଣଙ୍କ ଡାଟା ଲିକି ହୋଇଛି କି ନାହିଁ?

ଫେସବୁକ୍ ର ଡାଟା ବ୍ରିଚ୍ ରେ ଆପଣଙ୍କର ତଥ୍ୟ ଅନ୍ତର୍ଭୂକ୍ତ ହୋଇଛି କି ନାହିଁ ଆପଣ ଯାଞ୍ଚ କରିପାରିବେ। ସିକ୍ୟୋରିଟି ରିସର୍ଚ୍ଚର ଟ୍ରାଇ ହଣ୍ଟ ନାମକ ଏକ ପୋର୍ଟାଲ ତିଆରି କରିଛି। ଏହି ପୋର୍ଟାଲକୁ ଯାଇ କୌଣସି ଉପଭୋକ୍ତା ସେମାନଙ୍କର ତଥ୍ୟ ଲିକ୍ ହୋଇଛି କି ନାହିଁ ଯାଞ୍ଚ କରିପାରିବେ। ଏଥି୍ପାଇଁ  Have I been pwned ୱେବସାଇଟ୍ କୁ ଯାଆନ୍ତୁ । ଏଠାକୁ ଯିବା ପରେ, ଆପଣଙ୍କ ଇମେଲ ଆଇଡିକୁ ବାକ୍ସରେ ଲେଖି ତାପରେ pwned? ଉପରେ କ୍ଲିକ୍ କରନ୍ତୁ।

କ୍ଲିକ୍ କରିବାମାତ୍ରେ, ଆପଣ ଜାଣିଯିବେ ଯେ ଆପଣଙ୍କର ଇମେଲ୍ ଆଇଡି କେଉଁ କେଉଁ ଡାଟା ବ୍ରିଚ୍ ରେ ଅଛି। ଯଦି ଆପଣଙ୍କର ଇମେଲ୍ ଆଇଡି କୌଣସି ଡାଟା ବ୍ରିଚର ଅଂଶ ନୁହେଁ, ଅର୍ଥାତ୍ ଆପଣଙ୍କର ତଥ୍ୟ ଲିକ୍ ହୋଇନାହିଁ । ଏହି ୱେବସାଇଟ୍ ରେ ଆପଣ ଏହା ମଧ୍ୟ ଜାଣିବେ ଯେ ଆପଣଙ୍କ ତଥ୍ୟ ପୂର୍ବରୁ ବି କେଉଁଠି ସବୁ ଲିକ୍ ହୋଇଛି । ତଳକୁ ସ୍କ୍ରୋଲ୍ କରିବା ପରେ, ଆପଣ କମ୍ପାନୀଗୁଡିକର ଏକ ତାଲିକା ମିଳିବ ଯେଉଁଠାରୁ ଆପଣଙ୍କର ତଥ୍ୟ ଲିକ୍ ହୋଇଛି ।

ଲଭ୍ ଜିହାଦ୍ ମାମଲାରେ ସ୍ୱାମୀଙ୍କୁ ଗିରଫ କରାଇଲେ ସ୍ତ୍ରୀ

ଇନ୍ଦୋର: ସ୍ୱାମୀଙ୍କ ବିରୋଧରେ ଲଭ୍‌ ଜିହାଦ୍ ମାମଲା ରୁଜୁ କଲେ ସ୍ତ୍ରୀ । ଦ୍ୱାରିକପୁର ଥାନାରେ ଏ ନେଇ ମାମଲା ରୁଜୁ କରିଛନ୍ତି ସ୍ତ୍ରୀ । ଗର୍ଭବତୀ ସ୍ତ୍ରୀ ଜଣଙ୍କ ସ୍ୱାମୀର ଅସଲ ଜାତି ସମ୍ପର୍କରେ  ଜାଣିବା ପରେ ତାଙ୍କ ନାଁରେ ଏଭଳି ମାମଲା ରୁଜୁ କରିଛନ୍ତି । ଗର୍ଭବତୀ ମହିଳା ଜଣଙ୍କ ଚିକିତ୍ସା କରାଉଥିବା ହସ୍ପିଟାଲରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ପରିଚୟ ପତ୍ର ମାଗିଥିଲେ । ଜିମ୍ ଟ୍ରେନ୍‌ର ସ୍ୱାମୀ ଜଣଙ୍କ ସେଠାରେ ତାଙ୍କ ପରିଚୟ ପତ୍ର ଦେଇଥିଲେ । ସେଥିରୁ ସ୍ତ୍ରୀ ଜଣଙ୍କ ସ୍ୱାମୀଙ୍କ ଅସଲ ପରିଚୟ ଜାଣିପାରିଥିଲେ । ସ୍ତ୍ରୀ ଜଣଙ୍କ ସ୍ୱାମୀଙ୍କ ନାମ ଗବ୍ବର ବୋଲି ଭାବୁଥିବା ବେଳେ ତାଙ୍କର ପ୍ରକୃତ ନାମ ଥିଲା ମୁସ୍ତାଫା । ଏ ନେଇ ଦ୍ୱାରିକାପୁର ଥାନା ଅଧିକାରୀଙ୍କ କହିବା ହେଲା ଯେ, ଏମ୍‌ପି ଧର୍ମ ସ୍ୱତନ୍ତ୍ରତା ଅଧିନିୟମ ୨୦୨୦ ଅଧିନରେ ମାମଲା ରୁଜୁ କରିଛି ।

ଏଥିସହିତ ପଢ଼ନ୍ତୁ: ପଦାରେ ପଡ଼ିଲା ଆଶ୍ରିତଙ୍କ ଅସଲ ଚେହେରା: ‘୫୦ ଲକ୍ଷ ଟଙ୍କା’ ଅଭିଯୁକ୍ତଙ୍କ ସହ ରହିଛି ଲିଙ୍କ୍

ଜୟପୁର ଗାଁରେ ହୃଦୟ ବିଦାରକ ଦୃଶ୍ୟ: ଏକାଠି ଜଳିଲା ଦମ୍ପତିଙ୍କ ଜୁଇ

ଯାଜପୁର: ଯେବେ ପ୍ରାଣ ଚାଲିଯାଏ ସେତେବେଳେ କେମିତି ବଞ୍ଚିବ ପ୍ରାଣପ୍ରିୟା  । ଯେବେ ସାତଜନମର ସାଥି ଛାଡିଯାଏ ସେତେବେଳେ କେମିତି ବା ରହିପାରିବ ପତ୍ନୀ  । ସ୍ବାମୀର ଅସୁସ୍ଥତା ଖବର ଶୁଣି ମୁର୍ଚ୍ଛା ହେଇଗଲା ସ୍ତ୍ରୀ  । ପରେ  ଗୋଟିଏ ଡାକ୍ତରଖାନାରେ ଏକାଠି ପ୍ରାଣ ହରାଇଦେଲେ ପତ୍ନୀ-ପତି  । ଏଭଳି ହୃଦୟ ବିଦାରକ ଓ ପ୍ରେମର ନିଆରା ନିଦର୍ଶନ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜୟପୁର ଗାଁରେ । ଗାଁର ଉଦୟନାଥ ଓ ସ୍ତ୍ରୀ ଅମ୍ବିକାଙ୍କର ଏକା ସମୟରେ ଜଳିଛି ଜୁଇ  । ହାତ ଧରି ଚାଲିବାକୁ ଶପଥ ନେଇଥିଲେ  । ଏକାଠି ସଂସାର ଗଢିଥିଲେ ।   ଜୀବନର ସୁଖ ଦୁଃଖକୁ ବାଣ୍ଟିନେଇ ସମ୍ପର୍କରେ ମଧୁରତା ଭରିଥିଲେ  । ଆଜି କେମିତି ତୁ ଏକା ଛାଡ଼ି ଚାଲିଯିବୁ । ଜୀବନକୁ ଛାଡି ମୁଁ କଣ ବଞ୍ଚିପାରିବି  । ସାଙ୍ଗ ହୋଇ ସାତ ଜନମକୁ କଥା ଦେଇଥିଲେ, ଚାଲ୍ ଏବେ ସାଥି ହୋଇ ଚାଲିଯିବା  । ଯାଜପୁର ଜିଲ୍ଲା ଜୟପୁର ଗାଁର ଖରସ୍ରୋତା ନଦୀ ପଠାରେ ଏକାଠି ଜଳିଲା ଦୁଇଟି ଜୁଇ  । ଡକାଡକି ହୋଇ ଆରପାରିକୁ ଚାଲିଗଲେ ପତି ପତ୍ନୀ  । ସ୍ବାମୀ ଉଦୟ ନାଥ ଷଡଙ୍ଗୀ ଓ ତାଙ୍କ ପତ୍ନୀ ଅମ୍ବିକା ଷଡଙ୍ଗୀ ଏକାଠି ହୋଇ ଆରପାରିକୁ ଚାଲିଯାଇଛନ୍ତି ।

୬୫ ବର୍ଷୀୟ ଉଦୟନାଥ ଷଡଙ୍ଗି ହରିପୁରରେ ହାର୍ଡଓ୍ବାର ଦୋକାନଟିଏ କରିଥିଲେ  । ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ବାଟରେ ଅଚେତ ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ବାମୀଙ୍କ ଅସୁସ୍ଥତା ଖବର ଶୁଣି ପତ୍ନୀ ଅମ୍ବିକା ମଧ୍ୟ ଅଚେତ ହୋଇପଡିଲେ । ପରେ ତାଙ୍କୁ ମଧ୍ୟ କଟକ ବଡମେଡିକାଲରେ ଭର୍ତ୍ତି କରାଗଲା  । ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ  । ଉଦୟଙ୍କ ଅସୁସ୍ଥତା ଖବରରେ ସତେ ଯେମିତି ଅସ୍ତ ହୋଇଯାଇଥିଲା ଅମ୍ବିକାଙ୍କ ଜୀବନ । ପ୍ରାଣକୁ ଛାଡି କେମିତି ବଞ୍ଚିଥାନ୍ତେ ପ୍ରାଣପ୍ରିୟା । ସେଇଥିପାଇଁତ ସାଥି ହୋଇ ନିଜର ଶପଥ ରଖିଛନ୍ତି ଉଭୟ ପତ୍ନୀ ପତି  ।

 

ମତଦାନ ନିମନ୍ତେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ପିପିଲି ବିଧାନସଭା ଉପ-ନିର୍ବାଚନ ନିମନ୍ତେ ଆସନ୍ତା ୧୭ ତାରିଖ ଦିନ ମତଦାନ ହେବ । ମତଦାନ ନିମନ୍ତେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦୨ଟି ଗାଡ଼ି ବ୍ୟବସ୍ଥା କରାଯାଇଛି । ମତଦାନ ଦିନ ସେମାନେ ରହୁଥିବା ସ୍ଥାନରୁ ସମ୍ପୃ୍କ୍ତ ମତଦାନ କେନ୍ଦ୍ରକୁ ନେବା ଆଣିବାରେ ସହାୟକ ହେବ । ମତଦାନର ୭ଦିନ ପୂର୍ବରୁ ଯୋଗ୍ୟ ଦିବ୍ୟାଙ୍ଗ ଭୋଟରମାନଙ୍କୁ ବାହାନ ପ୍ରମାଣ ପତ୍ର ବଣ୍ଟନ କରାଯିବ । ଏଥିସହ ବ୍ଲକ ମୁଖ୍ୟାଳୟରେ ମତଦାନ କେନ୍ଦ୍ର ଗୁଡିକ ପାଇଁ ୩୪୮ଟି ହ୍ବିଲ ଚେୟାର ପ୍ରସ୍ତୁତ ରହିଛି । ଦିବ୍ୟାଙ୍ଗ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ବୁଥରେ ଦୁଇଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ଏଥିପାଇଁ ଜାତୀୟ ସେବା ସଂସ୍ଥା, ନେହେରୁ ଯୁବ କେନ୍ଦ୍ର, ସ୍ବୟଂ ସହାୟକ ଗୋଷ୍ଠୀ, ବେସରକାରୀ ସଂସ୍ଥାର ସ୍ବେଚ୍ଛାସେବୀ ମାନଙ୍କୁ ଚିହ୍ନଟ କରାଯିବ । ଏଥିସହ ମତଦାନ ଦିନ ଭୋଟର ପରିଚୟ ପତ୍ର ନିଜ ସାଙ୍ଗରେ ଆଣିବାକୁ ଭୋଟର ମାନଙ୍କୁ ପରାମର୍ଶ ଦିଆଯାଇଛି । ଭୋଟର ପରିଚୟ ପତ୍ର ନଥିଲେ ଆଧାର କାର୍ଡ, ମହାତ୍ମା ଗାନ୍ଧି ନରେଗା କାର୍ଡ, ନିଜ ଫୋଟ ଥିବା ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ପାସବୁକ,ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ସ୍ବାସ୍ଥ୍ୟବୀମା କାର୍ଡ, ଡ୍ରଇଭିଂ ଲାଇସେନ୍ସ,, ପ୍ୟାନ କାର୍ଡ, ଆରଜିଆଇ ପକ୍ଷରୁ ଜାରି ସ୍ମାର୍ଟ କାର୍ଡ, ଭାରତୀୟ ପାସପୋର୍ଟ, ଫଟୋଥିବା ପେନସନ କାଗଜପତ୍ର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ପରିଚୟ ପତ୍ର, ସାଂସଦ ଓ ବିଧାୟକ ମାନଙ୍କୁ ପ୍ରଦତ୍ତ ସରକାରୀ ପରିଚୟ ପତ୍ର ମଧ୍ୟରୁ ଯେ କୌଣସିକୁ ଭୋଟର ମାନେ ପରିଚୟ ପତ୍ର ଭାବେ ଦେଖାଇ ପାରିବେ ବୋଲି ପରାମର୍ଶ ଦିଆଯାଇଛି । ଏତଦବ୍ୟତୀତ ପ୍ରାଥୀ ମାନେ ସଭା ଓ ଶୋଭାଯାତ୍ରା ସଂକ୍ରାନ୍ତୀୟ ବିଭିନ୍ନ ଅନୁମତି ପାଇଁ ଜିଲ୍ଲା ଜରୁରୀକାଳିନ କେନ୍ଦ୍ରକୁ ୧୯୫୦ ମାଧ୍ୟମରେ ଯୋଗାଯୋଗ କରିପାରିବେ । ଏହି ନମ୍ବରଟି ଦେୟମୁକ୍ତ ରହିଛି ।

ଏଥିସହିତ ପଢ଼ନ୍ତୁ: ପଦାରେ ପଡ଼ିଲା ଆଶ୍ରିତଙ୍କ ଅସଲ ଚେହେରା: ‘୫୦ ଲକ୍ଷ ଟଙ୍କା’ ଅଭିଯୁକ୍ତଙ୍କ ସହ ରହିଛି ଲିଙ୍କ୍

ଆସାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ମାସ୍କ ପିନ୍ଧିଲେ ବେପାର ମାନ୍ଦା

ନୂଆଦିଲ୍ଲୀ:  ୨୦୨୦ ଭଳି ୨୦୨୧ରେ ଚାଂଚଲ୍ୟ ସୃଷ୍ଟି କଲାଣି କରୋନାର ଦ୍ୱିତୀୟ ପ୍ରବାହ । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ଏକ ପ୍ରକାରର ରେକର୍ଡ଼ କରିଛି । ଏକ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ରେକର୍ଡ଼ । ସାରା ବିଶ୍ୱ ଏହାକୁ ଗମ୍ଭୀରତାର ସହିତ ନେଉଥିବା ବେଳେ କିଛି ନେତା ଏହାକୁ ନେଇ ମଜାକ୍ଉଡ଼ାଉଛନ୍ତି ।

ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ଶର୍ମା କରୋନାକୁ ନେଇ ଦେଇଛନ୍ତି ଅଜବ ବୟାନ । କରୋନା ଚାଲିଯାଇଛି ଏବଂ କାହାକୁ ଏବେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ବିବାଦୀୟ ବୟାନ ଦେଇଛନ୍ତି ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ । ଯାହାକୁ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି ତାହା ହେଉଛି ପାର୍ଲର ବ୍ୟବସାୟ । ମାସ୍କ ପିନ୍ଧିଲେ ପାର୍ଲର ବ୍ୟବସାୟରେ ମାନ୍ଦା ଅବସ୍ଥା ସୃଷ୍ଟି ହେଉଥିବା ସେ କହିଛନ୍ତି ।

ହିମନ୍ତା ବିଶ୍ୱ ଶର୍ମାଙ୍କ ଏହି ବୟାନ ସୋସିଅଲ ମିଡିଆରେ ଖୁବ୍ଭାଇରାଲ ହେଉଛି । ସୂଚନାଯୋଗ୍ୟ ଗଣମାଧ୍ୟମ ସାକ୍ଷାତକାରରେ ମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି । ତେବେ ସମୟ ଆସିଲେ ମାସ୍କ ପିନ୍ଧିବାକୁ ଗୁହାଯିବ ବୋଲି ସେ ସାକ୍ଷାତକାରରେ କହିଛନ୍ତି ।

ବିବାଦୀୟ ବୟାନ ଦେଇ ହିମନ୍ତା ବିଶ୍ୱ ଶର୍ମା ସୋସିଅଲ ମିଡିଆରେ ଟ୍ରୋଲ ମଧ୍ୟ ହେଉଛନ୍ତି । ସୋସିଅଲ ମିଡିଆ ୟୁଜର୍ସ ତାଙ୍କ ମଜାକ୍ଉଡ଼ାଉଥିବା ଦେଖିବାକୁ ମିଳିଛି । ମାସ୍କ ନପିନ୍ଧିବାକୁ ପରାମର୍ଶ ଦେଇଥିବାରୁ ଅଧିକାଂଶ ସୋସିଅଲ ମିଡିଆ ୟୁଜର୍ସ ତାଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

ପଦାରେ ପଡ଼ିଲା ଆଶ୍ରିତଙ୍କ ଅସଲ ଚେହେରା: ‘୫୦ ଲକ୍ଷ ଟଙ୍କା’ ଅଭିଯୁକ୍ତଙ୍କ ସହ ରହିଛି ଲିଙ୍କ୍

ପିପିଲି:  ୫୦ ଲକ୍ଷ ଟଙ୍କା ଜବତ ମାମଲାର ଅଭିଯୁକ୍ତଙ୍କ ସହ ରହିଛି ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ । ଟଙ୍କା ଜବତ ମାମଲାରେ ଅଟକ ଥିବା ୨ ଅଭିଯୁକ୍ତଙ୍କ ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲିଙ୍କ୍ ରହିଛି । ଯେଉଁ ଟଙ୍କା ଜବତ ହୋଇଛି ତାହା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଖର୍ଚ୍ଚ ହୋଇଥାନ୍ତା ।  ଅଟକ ୨ଯୁବକଙ୍କ ସହ ଆଶ୍ରିତଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଆଉ ଏହା ପରେ ଏହି ଟଙ୍କା ଆଶ୍ରିତଙ୍କ ନିକଟକୁ ଆସୁଥିବା ନେଇ ଚର୍ଚ୍ଚା ହେଉଛି । ଅଟକ ୨ ଜଣଙ୍କ ବ୍ୟକ୍ତି ଆଶ୍ରିତଙ୍କ ପାଖ ଲୋକ ।

ସୂଚନା ଯୋଗ୍ୟ ଯେ, ଆଜି ତାରକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ କରିଛି  ପିପିଲି ପୋଲିସ । ଏହି ମାମଲାରେ ନୀଳ ରଙ୍ଗର ପଲସର  ସହ ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ ।  ନିୟମିତ ଯାଞ୍ଚ ବେଳେ ଟୋଲଗେଟ୍ ଚେକିଂ ପଏଣ୍ଟରେ ଅଟକ ବାଇକ ଆରୋହୀଙ୍କୁ ଅଟକାଇଥିଲା ପୋଲିସ  । ସେମାନେ କିନ୍ତୁ ପୋଲିସ ନିର୍ଦ୍ଦେଶ ମାନିନଥିଲେ । ପରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାରକାଜ ଛକ ନିକଟରେ କାବୁ କରିଥିଲା ପୋଲିସ । ସୂଚନା ଯୋଗ୍ୟ ଯେ, ଆଗାମୀ ଉପ-ନିର୍ବାଚନ ନେଇ ତାରିଖ ପାଖେଇ ଆସୁଥିବା ବେଳେ ଟଙ୍କା ବଣ୍ଟି ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଣୁ ସହର ମଧ୍ୟକୁ ଯେଭଳି ବାହାରୁ ଟଙ୍କା ନ ଆସେ  ଏ ନେଇ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ପୋଲିସ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି ।

ଅପରପକ୍ଷରେ ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟିଲା ବିଜୁ ଜନତା ଦଳ । ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛନ୍ତି । ବିଜେପିର ଦୁଇ ନେତା ୫୦ଲକ୍ଷ ଟଙ୍କା ନେଇ ଯାଉଥିବା ବିଜେଡି ନେତା ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୂର୍ବରୁ ଅନେକ ନିର୍ବାଚନରେ ବିଜେପିର ଏଭଳି ଆଚରଣ ଦେଖାଯାଇଛି । ଉପ-ନିର୍ବାଚନରେ ଟଙ୍କା କାରବାରକୁ ବିଜେଡି ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସସ୍ମିତ ପାତ୍ର, ଲେନିନ ମହାନ୍ତି , ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ସିଇଓଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ରାଜଧାନୀରେ ଅଗ୍ନିକାଣ୍ଡ: ଜଳିଗଲା ଫୁଲ ଓ ଗିଫ୍ଟ ଦୋକାନ

ଭୁବନେଶ୍ୱର: ରାଜଧାନୀର ରାମମନ୍ଦିର ଛକ ନିକଟରେ ଅଗ୍ନିକାଣ୍ଡ । ଜଳିଗଲା ଫୁଲ ଓ ଗିଫ୍ଟ ଦୋକାନ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।

ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟିଲା ବିଜୁ ଜନତା ଦଳ । ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛନ୍ତି । ବିଜେପିର ଦୁଇ ନେତା ୫୦ଲକ୍ଷ ଟଙ୍କା ନେଇ ଯାଉଥିବା ବିଜେଡି ନେତା ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୂର୍ବରୁ ଅନେକ ନିର୍ବାଚନରେ ବିଜେପିର ଏଭଳି ଆଚରଣ ଦେଖାଯାଇଛି । ଉପ-ନିର୍ବାଚନରେ ଟଙ୍କା କାରବାରକୁ ବିଜେଡି ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସସ୍ମିତ ପାତ୍ର, ଲେନିନ ମହାନ୍ତି , ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ସିଇଓଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆଜି ତାରାକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ କରିଛି  ପିପିଲି ପୋଲିସ । ନୀଳ ରଙ୍ଗର ପଲସର  ସହ ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ ।  ନିୟମିତ ଯାଞ୍ଚ ବେଳେ ଟୋଲଗେଟ୍ ଚେକିଂ ପଏଣ୍ଟରେ ଅଟକ ବାଇକ ଆରୋହୀଙ୍କୁ ଅଟକାଇଥିଲା ପୋଲିସ  । ସେମାନେ କିନ୍ତୁ ପୋଲିସ ନିର୍ଦ୍ଦେଶ ମାନିନଥିଲେ । ପରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାରକାଜ ଛକ ନିକଟରେ କାବୁ କରିଥିଲା ପୋଲିସ । ସୂଚନା ଯୋଗ୍ୟ ଯେ, ଆଗାମୀ ଉପ-ନିର୍ବାଚନ ନେଇ ତାରିଖ ପାଖେଇ ଆସୁଥିବା ବେଳେ ଟଙ୍କା ବଣ୍ଟି ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଣୁ ସହର ମଧ୍ୟକୁ ଯେଭଳି ବାହାରୁ ଟଙ୍କା ନ ଆସେ  ଏ ନେଇ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ପୋଲିସ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି ।

ଶ୍ରୀମନ୍ଦିରରେ କଡ଼ାକଡ଼ି ହେଲା କଟକଣା: ନିୟମ ମାନି ଦର୍ଶନ କଲେ ଭକ୍ତ

ପୁରୀ: ଶ୍ରୀମନ୍ଦିରେ କଡ଼ାକଡ଼ି ହେଲା କରୋନା କଟକଣା । ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି ପ୍ରଶାସନ ।ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିରଧାନକୁ ବାଧ୍ୟତାମୂଳକ କରାଯାଇଛି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଏହି କଟକଣାକୁ ମାନିଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ କରିଛନ୍ତି । ଯାହାର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛି ପୁରୀ ପୋଲିସ । ଯେଉଁଥିରେ ଶ୍ରୀମନ୍ଦିରେ କଟକଣା କଡ଼ାକଡ଼ି କରାଯାଇଥିବା ଲେଖିଛି ପୁରୀ ପୋଲିସ । ଏଥିସହିତ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ଏବଂ ଯେଉଁମାନେ ନିୟମ ମାନୁଛନ୍ତି ସେମାନେ ସୁରୁଖୁରୁରେ ଦର୍ଶନ କରୁଥିବା ଟ୍ୱିଟ୍‌ରେ ଉଲ୍ଲେଖ ରହିଛି ।

Image

ସୂଚନା ଯୋଗ୍ୟ ଯେ,  କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ନୂଆ ଗାଇଡଲାଇନ ଜାରି କରାଯାଇଛି । ଆସନ୍ତା କାଲି ଅର୍ଥାତ ଏପ୍ରିଲ ୪ ତାରିଖରୁ ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନୂଆ SOP ଜାରି କରିଛି । ଏଣିକି ଶ୍ରୀମନ୍ଦିରରେ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ।

Image

ଏସଓପି ଅନୁଯାୟୀ ଗତ ରବିବାର ଦିନ ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । ଏହା ବାଦ ପ୍ରତିଦିନ ସକାଳ ୬ଟାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଆସୁଛନ୍ତି । ତେଣୁ ସଂକ୍ରମଣ ଏଡାଇବାକୁ ମନ୍ଦିର ପରିସରକୁ ସାନିଟାଇଜ କରିବାକୁ ଗୁରୁତ୍ବ ଦିଆଯାଇଛି।

ସେପଟେ ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦର୍ଶନ ବନ୍ଦ ପରେ ରାତରେ ସପ୍ତାହକୁ ୨ଥର ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଥିବା ଜଣାପଡିଛି ।

ଏଥିସହିତ ପଢ଼ନ୍ତୁ: ବଢୁଛି ସଂକ୍ରମଣ; ପ୍ରତି ରବିବାର ବନ୍ଦ ରହିବ ଜଗା ଦର୍ଶନ

ଏଥିସହିତ ପଢ଼ନ୍ତୁ: ଶହେ ଲୋକରେ ବିବାହ, ଭୋଜି ନୁହେଁ ବଣ୍ଟାଯିବ ଖାଦ୍ୟ ପୁଡିଆ

ବଲିଉଡ଼ରେ କରୋନା ଆତଙ୍କ, ଅକ୍ଷୟଙ୍କ ପରେ ଭିକ୍କି ଓ ଭୂମି ବି ସଂକ୍ରମିତ

ମୁମ୍ବାଇ: ବି-ଟାଉନ୍ ରେ ମାଡ଼ିଚାଲିଛି କରୋନା । ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର। ଗତ ଶନିବାର କରୋନରେ ଆକ୍ରାନ୍ତ ହୋଇଥିଲେ ଅକ୍ଷୟ। ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସେ ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ମୁଁ ଏବେ ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛି, କିନ୍ତୁ ଡାକ୍ତରୀ ପରାମର୍ଶ ଅନୁଯାୟୀ ସତର୍କତା ଭାବରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଆଶା କରୁଛି ଶୀଘ୍ର ଘରକୁ ଫେରିବି।’

ମହାରାଷ୍ଟ୍ରରେ ଅସମ୍ଭାଳ ହେଲାଣି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୭ ହଜାର ୭୪ ଜଣ ସଂକ୍ରମିତ ହୋଇଛନ୍ତି। ଏଥିରୁ ବର୍ତ୍ତି ନାହାଁନ୍ତି ବଲିଉଡ ଷ୍ଟାର। ଲଗାତର ବଲିଉଡରେ ଜଣଙ୍କ ପରେ ଜଣେ କଳାକାର କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଗୋଟେପଟେ ଆଜି ଅକ୍ଷୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟପଟେ ତାଙ୍କ ଅପକମିଂ ଫିଲ୍ମ ‘ରାମସେତୁ’ର ୪୫ ଜଣ କ୍ରୁ ମେମ୍ବର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାଫଳରେ ଫିଲ୍ମର ଶୁଟିଂକୁ ବନ୍ଦ କରିଦିଆଯାଇଛି। ଏମାନଙ୍କ ବ୍ୟତୀତ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଉଭୟ ବର୍ତ୍ତମାନ ହୋମ ଆଇସୋଲେସନରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜର କୋଭିଡ ଟେଷ୍ଟ କରାଇନେବା ପାଇଁ ଉଭୟ ପରାମର୍ଶ ଦେଇଛନ୍ତି।


ଅନ୍ୟପଟେ ଏନ୍‌ସିବି ହେପାଜତରେ ଥିବା ଅଭିନେତା ଏଜାଜ ଖାନ୍‌ ବି କରୋନା ସଂକ୍ରମିତ । ଡ୍ରଗ୍ସ ମାମଲାରେ ଗତ କିଛି ଦିନ ତଳେ ଧରାପଡ଼ିଥିବା ଅଭିନେତା ଏଜାଜ ଖାନ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଲା ଦୁଇ ଦିନ ତଳେ ଏଜାଜଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା, ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଏମାନଙ୍କ ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ରଣବୀର କପୁର, ଗୋବିନ୍ଦା, ଆଲିଆ ଭଟ୍ଟ, ଆମୀର ଖାନ୍‌, ମିଲିନ୍ଦ ସୋମେନ, ଫାତିମା ସନା ଶେଖ, ବପ୍ପି ଲହରୀ, ତବୁ, ସଞ୍ଜୟଲୀଲା ଭଂଶାଲୀ, ପରେଶ ରାୱଲ, ଆର ମାଧବନ, ମନୋଜ ବାଜପାୟୀ, ସଚିନ ତେନ୍ଦୁଲକର, ନୀତୁ କପୁର, କାର୍ତ୍ତିକ ଆର୍ଯ୍ୟାନ, ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଦେଶରେ ଦିନକୁ ଦିନ କରୋନା ଉଗ୍ର ରୂପ ନେଇଛି। ଗୋଟିଏ ଦିନରେ ଦେଶରେ କରୋନା ସଂକ୍ରମଣ ଲକ୍ଷେ ପାର କରିସାରିଛି। ଗତ ୨୪ ଘଣ୍ଟାରେ ୧ଲକ୍ଷ ୩ହଜାର ୫୫୮ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ମହାରାଷ୍ଟ୍ରରେ ୫୭ ହଜାର ୭୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି କରୋନା ଯୋଗୁ ଗୋଟିଏ ଦିନରେ ଦେଶରେ ୪୭୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେବଳ ମହାରାଷ୍ଟ୍ରରେ ୨୨୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଚେନ୍ ଭାଙ୍ଗିବାକୁ ଲକ୍‌ଡାଉନ ଭଳି କଟକଣା ଲଗାଇଛନ୍ତି ମହାରାଷ୍ଟ୍ରରେ ସରକାର। କରୋନା ପ୍ରଥମ ଲହରରେ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ବେଳେ ଦ୍ୱିତୀୟ ଲହରରେ ଭାରତର ସ୍ଥିତି ସବୁଠୁ ଖରାପ ରହିଛି।