spot_img
Home Blog Page 5800

ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା, ୩ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ନିଲମ୍ବିତ ହେଲେ ୩ ଜଣ ବିଧାୟକ । ବିଜେପିର ତିନି ବରିଷ୍ଠ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ବିଜେପି ବିଧାୟକ ମୋହନ ମାଝି, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀଙ୍କୁ ଚଳିତ ଅଧିବେଶନରୁ ବାଚସ୍ପତି ନିଲମ୍ବତ କରିଛନ୍ତି ।

ଆଜି ମଧ୍ୟାହ୍ନରେ ଗୃହରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ । ଯାହାକୁ ନିନ୍ଦା କରିଥିଲେ ସମସ୍ତେ । ଅପରାହ୍ଣ ଅଧିବେଶନରେ ବାଚସ୍ପତି ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଛନ୍ତି । ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରାଯିବା ପରେ ସମସ୍ତ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ଚାଲି ଯାଇଛନ୍ତି । ନିଲମ୍ବିତ କରିବା ଲାଗି ପ୍ରମିଳା ମଲ୍ଲିକ ଗୃହରେ ପ୍ରସ୍ତାବ ଆଣିଥିଲେ ।

ଗୃହରୁ ବାହାରି ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକ ଧାରଣା ଦେଇଛନ୍ତି । ନିଲମ୍ବିତ ବିଧାୟକ ମୋହନ ମାଝୀ କହିଛନ୍ତି- ମୁଁ ଚପଲ ଫିଙ୍ଗିନି, ହେଡଫୋନ୍ ଫିଙ୍ଗିବା କିଛି ଭୁଲ୍ ନୁହେଁ । ଅନ୍ୟପଟେ ଜୟନାରାୟଣ କହିଛନ୍ତି- ମୋତେ ମୋ ପକ୍ଷ ରଖିବାକୁ ସୁଯୋଗ ଦିଆ ନଯିବାରୁ ଡଷ୍ଟବିନ୍ ଫିଙ୍ଗିବାକୁ ବାଧ୍ୟ ହୋଇଥିଲି ।

ତେବେ ବିଧାନସଭା ଭଳି ପବିତ୍ର ଗୃହରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ପରେ ବି ବିଜେପି ବିଧାୟକ ଅନୁତପ୍ତ ନଥିଲେ । ଓଲଟା ବିଜେପି ବିଧାୟକ ବିଷ୍ଣୁ ସେଠୀ ଚପଲ ନୁହେଁ ଆଉ କିଛି କରିବା ଦରକାର ବୋଲି କହିଥିଲେ । ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକ ଅଶୋଭନୀୟ କାର୍ଯ୍ୟ କରିବା ପରେ ଦୁଃଖିତ ନହୋଇ ଓଲଟା ଯୁକ୍ତି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏଥିସହ ପଢ଼ନ୍ତୁ- ବାଚସ୍ପତିଙ୍କ ଉପରକୁ ବିଧାନସଭାରେ ଚପଲ ଫିଙ୍ଗିଲେ ବିଜେପି ବିଧାୟକ

ହସହସ ମୁହଁରେ ସମସ୍ତ ବରିଷ୍ଠ ରାଜନେତା ଗୋଟିଏ ସ୍ଥାନରେ

ନୂଆଦିଲ୍ଲୀ:ଦଦ   ଦିନକୁ ଦିନ ପଶ୍ଚିମବଙ୍ଗରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଏହାରି ମଧ୍ୟରେ ରାଜନେତାମାନେ ପରସ୍ପର ବିରୋଧରେ କଟୁ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଯାହା ରାଜ୍ୟରେ ରାଜନୈତିକ ପାଣିପାଗକୁ ଆହୁରି ଅଧିକ ଉଷ୍ଣ କରିବା ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ନେତା ଓ କର୍ମୀଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆଶ୍ଚର୍ଯ୍ୟଜନକ ଭାବରେ ହାଓ୍ୱଡ଼ାରେ ଦେଖିବାକୁ ମିଳିଛି କିଛି ଭିନ୍ନ ଚିତ୍ର । ଗୋଟିଏ ସ୍ଥାନରେ ହସହସ ମୁହଁରେ ବରିଷ୍ଠ ରାଜନେତାମାନେ ଏକାଠି ହୋଇଛନ୍ତି । ଏଥିପାଇଁ ଶ୍ରେୟ ଯିବ ହାଓଡ଼ାର ଜଣେ ମିଠା ଦୋକାନୀଙ୍କୁ ।

ରାଜ୍ୟରେ ନିର୍ବାଚନକୁ ନେଇ ହାଇଭୋଲଟେଜ୍‌ଡ୍ରାମା ଚାଲିଥିବା ବେଳେ ହାଓଡ଼ାର ଖୁରୁଟ ଅଞ୍ଚଳ ସ୍ଥିତ ନେତାଜୀ ସୁଭାଷ ରୋଡ୍‌ରେ ଥିବା ମା ଗନ୍ଧେଶ୍ୱରୀ ମିଠା ଦୋକାନର ମାଲିକ କେସ୍ତୋ ହଲଦର ପଶ୍ଚିମବଙ୍ଗରେ ନିର୍ବାଚନ ଲଢୁଥିବା ସମସ୍ତ ପ୍ରମୁଖ ଦଳର ନେତାଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ତିଆରି କରିଛନ୍ତି । କିନ୍ତୁ ସିମେଣ୍ଟ କିମ୍ବା ମହମ ନୁହେଁ ବରଂ ପ୍ରତିମୂର୍ତ୍ତି ତିଆରି ହୋଇଛି ଦୁଗ୍ଧଜାତୀୟ ଦ୍ରବ୍ୟରେ । ମିଠା ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତା ଅଧୀର ଚୌଧୁରୀ,ବାମଦଳ ନେତା ବିମନ ବୋଷ ଏବଂ ଅବାସ ସିଦ୍ଦିକୀଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ଦୋକାନରେ ପ୍ରଦର୍ଶିତ ହୋଇଛି ।

ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ୱିଲଚେୟାରରେ ମାଇକ୍ରୋଫୋନ ଧରି ବସିଥିବାର ଦେଖିବାକୁ ମିଳିଛି । ତାଙ୍କ ପାର୍ଶ୍ୱରେ ମୋଦିଙ୍କ ପ୍ରତିମୂର୍ତ୍ତି ଥିବା ନଜର ଆସିଛି । ତେବେ ୧୫ କିଲୋଗ୍ରାମର ଦୁଗ୍ଧଜାତୀୟ ପ୍ରଡକ୍ଟ ବ୍ୟବହାର କରି ଏହି ସମସ୍ତ କ୍ଷୁଦ୍ର ପ୍ରତିମୂର୍ତ୍ତି ତିଆରି କରିଥିବା କହିଛନ୍ତି ଦୋକାନୀ ମାଲିକ କେସ୍ତୋ ହଲଦର ।

 

ରାଜନୈତିକ ପାଣିପାଗ ମଧ୍ୟରେ ଏହି ଦୋକାନ ମିଠା ପାଇଁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ପଶ୍ଚିମବଙ୍ଗ ରାଜନୀତିରେ ‘ଖେଳା ହୋବୋ’ ସ୍ଲୋଗାନ୍‌ଖୁବ୍‌ଲୋକପ୍ରିୟ ହୋଇଛି । ଅନ୍ୟ ଲୋକଙ୍କ ଭଳି ମୁଁ ମଧ୍ୟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଚାହୁଁଛି । ତେଣୁ ଏହି କ୍ଷୁଦ୍ର ମିଠା ମୂର୍ତ୍ତି ମାଧ୍ୟମରେ ମୁଁ ମଧୁରତା ଏବଂ ଶାନ୍ତିର ବାର୍ତ୍ତା ବିସ୍ତାର କରିବାକୁ ଚାହୁଁଛି ବୋଲି କହିଛନ୍ତି ଏହି ପ୍ରସିଦ୍ଧ ମିଠା ଦୋକାନୀ ।

ବିଜେପି ବିଧାୟକଙ୍କ ଆଚରଣକୁ ସୋସିଆଲ୍ ମିଡିଆରେ ନିନ୍ଦା

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଚପଲ ପିଙ୍ଗିବାକୁ ସମସ୍ତେ ନିନ୍ଦା କରୁଛନ୍ତି । ରାଜନେତାଙ୍କ ଠାରୁ ନେଇ ସାଧାରଣ ଜନତା ସମସ୍ତେ ବିଜେପି ବିଧାୟକଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ଆଉ ଏହାକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ସମାଲୋଚନାର ଶିକାର ହୋଇଛି ବିଜେପି ।

ଏଥିସହ ପଢ଼ନ୍ତୁ- ବିଧାନସଭା ପରିସରରେ ସାମ୍ବାଦିକଙ୍କୁ ବିଜେପି ବିଧାୟକ ବିଷ୍ଣୁଙ୍କ ଦୁର୍ବ୍ୟବହାର

ଫେସବୁକରେ ମନିଷା ମେହର ଲେଖିଛନ୍ତି- ବିଜେପି ସବୁବେଳେ ସଠିକ୍ ନିଷ୍ପତ୍ତିକୁ ରୋକିବା ଲାଗି ଏଭଳି ଶସ୍ତା କାର୍ଯ୍ୟ କରେ ।

Public Opposes BJP In Social Media Over Shoes Throw To Speaker In Assembly

କ୍ରିଷ୍ଣା ଆଚାର୍ଯ୍ୟ ଲେଖିଛନ୍ତି- ଏଭଳି ଖରାପ ପରିବେଶ ମୁଁ ଆଗରୁ କେବେ ଦେଖିନାହିଁ… ବିଜେପି ସଦସ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

Public Opposes BJP In Social Media Over Shoes Throw To Speaker In Assembly

ରଞ୍ଜନ ମହାରଣା ଲେଖିଛନ୍ତି- ବିଜେପିର ଏଭଳି ଆଚରଣ ବିରୋଧରେ ଓଡ଼ିଶା ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

Public Opposes BJP In Social Media Over Shoes Throw To Speaker In Assembly

ପପୁନ ସାହୁ ଲେଖିଛନ୍ତି- ଏଭଳି ଘଟଣା ବହୁତ ନିନ୍ଦନୀୟ । ବିଜେପି ନେତାମାନେ ଶେଷରେ ଏତେ ତଳକୁ ଖସିଗଲେ ।

Public Opposes BJP In Social Media Over Shoes Throw To Speaker In Assembly

ପ୍ରଭାତ ସେଠୀ ଲେଖିଛନ୍ତି- ବିଜେପି ବିଧାୟକମାନଙ୍କୁ ବିଧାନସଭାରୁ ବହିଷ୍କାର କରାଯାଉ ।

Public Opposes BJP In Social Media Over Shoes Throw To Speaker In Assembly

ନିହାର ଦାସ ଲେଖିଛନ୍ତି- ଲଜ୍ଜା ଲାଗିବା କଥା ବିଜେପି ନେତାଙ୍କୁ, ଏଭଳି ଶସ୍ତା କାମ କରୁଛନ୍ତି ଗୃହ ଭିତରେ ।

ବାଂଲାଦେଶରେ ବଢୁଛି ସଂକ୍ରମଣ, ଦେଶ ସାତ ଦିନ ସମ୍ପୂର୍ଣ୍ଣ ଲକଡାଉନ

ଢାକା: ବାଂଲାଦେଶରେ ବଢିବାରେ ଲାଗିଛି କୋଭିଡ ସଂକ୍ରମଣ। ସ୍ଥିତି ଏମିତି ହୋଇଛି କି ୨୪ ଘଣ୍ଟା ଭିତରେ ଦେଶରେ ୬୮୩୦ ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ଯାହାକୁ ନେଇ ବାଂଲାଦେଶ ସରକାର ଆସନ୍ତା ସାତ ଦିନ ପାଇଁ ଦେଶରେ ସମୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମସ୍ତ ଅତ୍ୟାବଶକୀୟ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ସେବାରେ କଟକଣା ଜାରି କରିଛନ୍ତି ।

ବାଂଲାଦେଶର ସୂଚନା ମନ୍ତ୍ରୀ ଫରହାଦ ହସୈନ କହିଛନ୍ତି ଦେଶରେ ସାତ ଦିନ ପାଇଁ ଲକଡାଉନ ଜାର କରାଯାଇଛି । କିନ୍ତୁ ଏହି ସମୟରେ ପନିପରିବା,ଦୁଧ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସେବାକୁ ଜାରି ରଖାଯିବ । ବାଂଲାଦେଶରେ ଦ୍ରୁତ ଗତିରେ କୋଭିଡ କେସ ବଢି ଚାଲିଛି ଯେଉଁଥିପାଇଁ କେନ୍ଦ୍ର ସରକାର ଲକଜାଉନ ଜାରି କରିଛନ୍ତି ବୋଲି କହିଛନ୍ତି ସୂଚନା ମନ୍ତ୍ରୀ ।

ସେହିପରି ଦେଶରେ ସମସ୍ତ ଫ୍ୟାକ୍ଟ୍ରି ଚାଲୁ ରହିହ । ବନ୍ଦ ହେବାର କୈଣସି କାରଣ ନାହିଁ । କିନ୍ତୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ କଳକାରଖାନା ଚାଲୁ ରହିବ । ଫ୍ୟାକ୍ଟି ମାଲିକମାନେ କର୍ମଚାରୀଙ୍କୁ ସାମାଜିକ ଦୂରତା ମାଧ୍ୟମରେ କାର୍ଯ୍ୟ କରାଇବେ । ସିଫ୍ଟ ବଢାଇବା ସହ ସାମାଜିକ ଦୂରତାକୁ ବାଧ୍ୟତାମୂଳକ ରଖିବେ ବୋଲି କହିଛନ୍ତି ବଂଲାଦେଶ ସଡ଼କ ପରିବହନ ମନ୍ତ୍ରୀ ।

ବିଧାନସଭା ପରିସରରେ ସାମ୍ବାଦିକଙ୍କୁ ବିଜେପି ବିଧାୟକ ବିଷ୍ଣୁଙ୍କ ଦୁର୍ବ୍ୟବହାର

ଭୁବନେଶ୍ୱର: ଗଣତନ୍ତ୍ରର ମନ୍ଦିରରେ ଅଗଣତାନ୍ତ୍ରିକ କାର୍ଯ୍ୟ । ସୀମା ଟପିଲେ ବିଜେପି ବିଧାୟକ । ବାଚସ୍ପତିଙ୍କ ଉପରକୁ ଫିଙ୍ଗିଲେ ହେଡଫୋନ୍, ଡଷ୍ଟବିନ୍ ଓ ଚପଲ । ଏଭଳି କାର୍ଯ୍ୟ ପରେ ବି ଅନୁତପ୍ତ ନୁହଁନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ଓଲଟା ଗଣମାଧ୍ୟମ ଆଗରେ ଯୁକ୍ତି ବାଢ଼ିଛନ୍ତି ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା  କିଛି ଭୁଲ୍ ନୁହେଁ । ଚପଲ ଫିଙ୍ଗିବା କଣ ଅନ୍ୟ କିଛି ବାଚସ୍ପତିଙ୍କ ସହ କରିବା ଦରକାର ବୋଲି କହିଛନ୍ତି ବିଷ୍ଣୁ । ସେ ନିଜେ ହେଡଫୋନ୍ ଓ ପେନ୍ ଫୋପାଡ଼ିଥିବା କହିଛନ୍ତି । ନିଜ କାଣ୍ଡକାରଖାନାକୁ ନେଇ ଅନୁତପ୍ତ ହେବା ପରିବର୍ତ୍ତେ ବିଧାୟକ ଓଲଟା ସାମ୍ବାଦିକଙ୍କ ଉପରେ ଖପ୍ପା ହୋଇଛନ୍ତି ।

BJP MLA Bishnu Sethi Mis Behaved Nandighosha TV Reporter In Odisha Assembly

ନନ୍ଦିଘୋଷ ଟିଭି ରିପୋର୍ଟରଙ୍କ ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ପଡ଼ିଛନ୍ତି ବିଷ୍ଣୁ । ବିଧାୟକଙ୍କ ଏଭଳି କାର୍ଯ୍ୟରୁ ନୂଆ କରି ବିଧାନସଭା ଆସିଥିବା ୬୦ ଜଣ ବିଧାୟକ କଣ ଶିଖିବେ ବୋଲି ଆମ ପ୍ରତିନିଧି ପଚାରିଥିଲେ । ବିଷ୍ଣୁ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ତୁ ତା କରିବା ସହ ତୁ ଖେଞ୍ଚିକି ଆଉ ବାହାର କରନା ବୋଲି କହିଥିଲେ ।

BJP MLA Bishnu Sethi Mis Behaved Nandighosha TV Reporter In Odisha Assembly

ଏମିତି ତୁ ଉସୁକାନା… ତୋ ଡବଲ ବୟସ ମୋତେ ହେଲାଣି… ମୋତେ ଆଉ ଉସୁକାନାରେ… ଭଳି ଶବ୍ଦ ନନ୍ଦିଘୋଷ ଟିଭି ରିପୋର୍ଟରଙ୍କୁ କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।

BJP MLA Bishnu Sethi Mis Behaved Nandighosha TV Reporter In Odisha Assembly

ବିଧାୟକଙ୍କ ଏଭଳି ଆଚରଣକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ବଡ଼ ଦାଣ୍ଡରେ ଅଘଟଣ; ବ୍ୟାରିକେଡରେ ପଶିଗଲା ନାବାଳିକା ମୁଣ୍ଡ

ପୁରୀ: ବଡ଼ ଦାଣ୍ଡରେ ଘଟିଛି ଅଘଟଣ । ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଜୋତା ଷ୍ଟାଣ୍ଡ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଭକ୍ତଙ୍କ ଲାଗି ବଡ଼ ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡରେ ପଶି ଯାଇଛି ଏକ ଛୋଟ ପିଲାର ମୁଣ୍ଡ । ପରେ ମୁଣ୍ଡ ବାହାର କରିବାକୁ ଶତ ଚେଷ୍ଟା କରିବା ସ୍ୱତେ ପରିବାର ଲୋକେ ବିଫଳ ହୋଇଥିଲେ । ସେପଟେ ଲୁହା ବ୍ୟାରିକେଡରେ ମୁଣ୍ଡ ଭର୍ତ୍ତି ହୋଇଯାଇଥିବାରୁ ବାହାର କରିବା ମଧ୍ୟ କଷ୍ଟକର ହୋଇଥିଲା ।

ଶ୍ରୀମନ୍ଦିର ପାଖରେ ଲାଗିଥିବା ବ୍ୟାରିକେଡରେ ଫାଙ୍କା ଅଧିକ ଥିବାରୁ ପିଲାଟିର ମୁଣ୍ଡ ପଶି ଯାଇଥିଲା । ଅସାବଧାନତା ଯୋଗୁଁ ଏପରି ଘଟିଥିବା ଜଣାପଡିଛି । ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚିଥିଲେ । ଏବଂ କଟର ସାହାଯ୍ୟରେ ଲୁହା ବ୍ୟାରିକେଡ କାଟି ଶିଶୁଟିର ମୁଣ୍ଡକୁ ସୁରକ୍ଷିତ ଭାବେ ବାହାର କରିଥିଲେ ।

ସୂଚନା ମୁତାବକ ଭବାନୀପାଟଣାରୁ ଏକ ପରିବାର ପୁରୀ ଆସିଥିଲେ । ଶ୍ରୀଜୀଉଙ୍କ ଦର୍ଶନ ଲାଗି ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖୁଥିବାବେଳେ ନାବାଳିକା ସେଠାରେ ଖେଳୁଥିଲା । ଅସାବଧାନତା ବସତଃ ପିଲାଟିର ମୁଣ୍ଡ ବ୍ୟାରିକେଡରେ ପଶି ଯାଇଥିଲା। ପରେ ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତା ରେ ବ୍ୟାରିକେଡ କାଟି ପିଲାକୁ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ବେସ କିଛି ସମୟ ପାଇଁ ଘଟଣା ସ୍ଥଳରେ ଜନ ସମାଗମ ହୋଇଥିବା ବେଳେ ବ୍ୟାରିକେଡରେ ଥିବା ବ୍ୟାପକ ଫାଙ୍କାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ ।

ରାହୁଲଙ୍କ ପ୍ରଶ୍ନ, ଭାରତ ମାମଲାରେ କାହିଁକି ମୁହଁ ଖୋଲୁନି ଆମେରିକା ?

ନୂଆଦିଲ୍ଲୀ: ରାଜନୈତିକ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁକାବିଲା କରିବା ପାଇଁ ରାହୁଲ ଗାନ୍ଧୀ ଯେଉଁଭଳି ଭାବେ ଦେଶର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ରୂପ ଦେଉଛନ୍ତି ତାହା ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହେବନି ତ ? ଆମେରିକାର ପୂର୍ବତନ କୂଟନୀତିଜ୍ଞ ନିକୋଲସଙ୍କ ସହିତ ଆଲୋଚନା କାଳରେ ରାହୁଲଙ୍କ ଗୋଟିଏ ବକ୍ତବ୍ୟକୁ ନେଇ ଏମିତି ପ୍ରଶ୍ନ ଛିଡ଼ା ହୋଇଛି । ଲଗାତାର ଅନ୍ୟ ଦେଶର ନେତାଙ୍କ ସହ କଥା ହେଉଛନ୍ତି ରାହୁଲ୍ । କଥାରେ କଥାରେ ମୋଦି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରୁଥିବା ରାହୁଲ ଗାନ୍ଧୀ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଧ୍ୱଂସ ହୋଇଯାଇଥିବା କହିଛନ୍ତି । ସେତିକି ନୁହେଁ ଗଣମାଧ୍ୟମ ଉପରେ ମୋଦି ସରକାରଙ୍କ ନିୟନ୍ତ୍ରଣ ଥିବା ରାହୁଲ୍ କହିଛନ୍ତି । ରାହୁଲଙ୍କ ଅନୁସାରେ, ୨୦୧୪ ପରେ ନିରପେକ୍ଷ ଗଣତନ୍ତ୍ର ଲାଗି ଜରୁରୀ ସଂସ୍ଥା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଛି ।

ଆମେରିକାର ପୂର୍ବତନ କୂଟନୀତିଜ୍ଞ ନିକୋଲସ୍ ବର୍ଣ୍ଣସଙ୍କ ସହ ଅନଲାଇନ ଆଲୋଚନା ବେଳେ ରାହୁଲ୍ କହିଛନ୍ତି- ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇଥାନ୍ତି, ତେବେ ବିକାଶ କୈନ୍ଦ୍ରିକ ନୀତି ଉପରେ ନୁହେଁ ବରଂ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଗୁରୁତ୍ୱ ଦେଇଥାନ୍ତି । ଶୁକ୍ରବାର ଏଭଳି ବୟାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅନଲାଇନ ଆଲୋଚନାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ କରିଥାନ୍ତେ ? ଯାହାର ଉତ୍ତରରେ ଏଭଳି କହିଛନ୍ତି ରାହୁଲ । ଏଥିସହ ରାହୁଲ କହିଛନ୍ତି- ଆମକୁ ବିକାଶର ଆବଶ୍ୟକତା ରହିଛି । କିନ୍ତୁ ଆମେ ଉତ୍ପାଦନ ବଢାଇବା ସହ ରୋଜଗାର ସୃଷ୍ଟି କରି ଭାଲ୍ୟୁ ଆଡିସନ୍ ପାଇଁ ସବୁକିଛି କରିବା ।

ରାହୁଲ କହିଛନ୍ତି- ଏବେ ବିକାଶ, ରୋଜଗାର ଏବଂ ଉତ୍ପାଦନ ମଧ୍ୟରେ ଯେଭଳି ସମ୍ବନ୍ଧ ରହିବା କଥା ନାହିଁ । ଭ୍ୟାଲୁ ଆଡିସନରେ ଚୀନ୍ ଆଗରେ ରହିଛି… ମୁଁ କୌଣସି ଚୀନ ନେତାଙ୍କୁ ଭେଟିନାହିଁ ଯିଏ କି ମୋତେ କହିଛନ୍ତି ‘ରୋଜଗାର ସୃଷ୍ଟିରେ ସମସ୍ୟା ମୋର ରହିଛି ।’
ଏଥିସହ ରାହୁଲ କରୋନା ସଂକଟ ଓ ଲକଡାଉନକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି- ‘ମୁଁ ଲକଡାଉନ୍ ଆରମ୍ଭରୁ କହିଥିଲି କ୍ଷମତାର ବିକେନ୍ଦ୍ରୀକରଣ କରାଯାଉ… କେନ୍ଦ୍ର ସରକାରଙ୍କୁ ଏହା କିଛି ମାସ ପରେ ବୁଝା ପଡ଼ିଥିଲା । ସରକାର ସବୁ ବୁଝିବା ବେଳକୁ ବହୁତ କ୍ଷତି ହୋଇ ସାରିଥିଲା ।’ ଅର୍ଥ ବ୍ୟବସ୍ଥା ସୁଧାରିବା ଲାଗି ଏବେ ଗୋଟିଏ ବିକଳ୍ପ ହେଉଛି ଲୋକଙ୍କ ହାତରେ ଟଙ୍କା ଦେବା । ଏଥିପାଇଁ ଆମ ପାଖରେ ନ୍ୟାୟ ବିଚାର ଥିବା କହିଛନ୍ତି ରାହୁଲ ।

ଘଣ୍ଟାଏ ଧରି ଚାଲିଥିବା ଅନଲାଇନ୍ ଆଲୋଚନାରେ ରାହୁଲ ଅଭିଯୋଗ କରିଛନ୍ତି କ୍ଷମତାଧାରୀ ଭାରତର ସଂଗଠନାତ୍ମକ ଢାଞ୍ଚା ଉପରେ ସମ୍ପୂର୍ଣ୍ଣ କବଜା କରି ନେଇଛନ୍ତି । ୨୦୧୪ ପୂର୍ବରୁ ଯେଭଳି ଭାବେ ବିରୋଧୀ ଦଳ କାମ କରୁଥିଲେ ସେ ଆଦର୍ଶରେ ପରିବର୍ତ୍ତନ ଆସିଛି । ଏପରିକି ବିରୋଧୀଙ୍କ ରାଜନୀତିକ ଲଢ଼େଇକୁ ଯେଉଁ ସଂସ୍ଥା ସମର୍ଥନ କରିବା ଆବଶ୍ୟକ ସେମାନେ କରୁନାହାଁନ୍ତି ।

ଅଭିଯୋଗର ଲମ୍ବା ଫର୍ଦ୍ଦ ବାଢ଼ିବା ଭିତରେ ରାହୁଲ୍ କହିଛନ୍ତି- ଭାରତରେ କଣ ହେଉଛି ? ଏହା ଉପରେ ମୁଁ ଆମେରିକା ସରକାରଙ୍କ କୌଣସି ପ୍ରତିକ୍ରିୟା ଶୁଣୁନାହିଁ । ମୋର କହିବା କଥା ଏଠାରେ ଯାହା ହେଉଛି ତାହା ଉପରେ ଆପଣଙ୍କ ରାୟ କଣ ? ରାହୁଲ୍ କହିଛନ୍ତି- ମୁଁ ମାନୁଛି ଆପଣଙ୍କ ସମ୍ବିଧାନରେ ସ୍ୱତନ୍ତ୍ରତା ବିଚାର ରହିଛି । ଏହା ବେଶ୍ ଶକ୍ତିଶାଳୀ ଅଟେ । କିନ୍ତୁ ଆପଣଙ୍କୁ ଉକ୍ତ ବିଚାରର ରକ୍ଷା କରିବା ଦରକାର, ଏହା ହିଁ ମୁଖ୍ୟ ପ୍ରଶ୍ନ ବୋଲି ରାହୁଲ କହିଛନ୍ତି ।

ଫେରିଲା ନାଇଟ କର୍ଫ୍ୟୁ, ସୋମବାର ଠାରୁ ୧୦ ଜିଲ୍ଲାରେ ଲାଗୁ

ଭୁବନେଶ୍ବର: ଗ୍ରାଷ୍ମ ଅବକାଶ ସହ ବଢିବାରେ ଲାଗିଛି କରୋନା କେସ । କୋଭିଡ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପୁନର୍ବାର ନାଇଟ କର୍ଫ୍ୟୁ ଲାଗୁ କରୁଛନ୍ତି । ଫଳରେ ରାଜ୍ୟର ୧୦ ଜିଲ୍ଲାରେ ପୁନର୍ବାର ନାଇଟ କର୍ଫ୍ୟୁ ଲଗାଯିବାକୁ ନେଇ ସୂଚନା ଦେଇଛନ୍ତି ଏସଆରସି । ରାତି 10ରୁ ସକାଳ 5ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଏହି ସମୟରେ ଜରୁରୀକାଳିନ ସେବା ଜାରି ରହିବ ବୋଲି କୁହାଯାଇଛି । ସମସ୍ତ କାରଖାନା ଓ ନିର୍ମାଣ କାମ ଜାରି ରହିବ ।

ସୋମବାର ଅର୍ଥାତ ୫ ତାରିଖରୁ ବରଗଡ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସୀମାନ୍ତ ବର୍ତ୍ତି ରାଜ୍ୟ ଗୁଡିକରେ କୋଭିଡ ସଂକ୍ରମଣ ବଢୁଥିବାରୁ ସେହି ନିକଟବର୍ତ୍ତୀ ଜିଲ୍ଲାରେ କର୍ଫ୍ୟ ଲଗାଯାଇଛି   । ଗତ କିଛିଦିନ ହେବ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି   । ଫଳରେ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ  ଲାଗୁ କରିଛନ୍ତି ରାଜ୍ୟ ସରକାର  ।

ଏସଆରସିଙ୍କ ସୂଚନା ମୁତାବକ ଏହି ୧୦ ଜିଲ୍ଲାରେ ଜାରି ରହିବ ରାତ୍ରି କାଳୀନ କର୍ଫ୍ୟୁ  । କୋଭିଡ କେସ ବଢୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି  । ର୍ତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତତ୍ତର ରହିବ  । ଯଦ୍ୱାରା ସମସ୍ତ ଜରୁରୀ କାଳୀନ ସେବାକୁ ଏଥିରୁ ବାଦ ଦିଆଯିବ  । ସେପଟେ ଦୋକାନ ବଜାର ବନ୍ଦ ରହିବ, ସାଧାରଣରେ ବୁଲାବୁଲି ଏବଂ ସାଧାରଣ ଲୋକଙ୍କ ଚଳ ପ୍ରଚଳ ମଧ୍ୟ ବାଦ ଦିଆଯିବ  ।

ସେହିପରି ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ । ତେବେ ଜିଲ୍ଲା ଓ ମ୍ୟୁନିସପାଲ କର୍ମଚାରୀ, ପୋଲିସ, ସରକାରୀ କର୍ମଚାରୀଙ୍କୁ ଛାଡ଼ । ତେବେ ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

୬ ଜିଲ୍ଲାକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ଆଲର୍ଟ

ଭୁବନେଶ୍ୱର: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୬ ଜିଲ୍ଲାକୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସାଟେଲାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଗାମୀ ୨ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, କେନ୍ଦୁଝର ଜିଲ୍ଲାରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ଏନେଇ ପାଣିପାଗ ବିଭାଗ ୬ ଜିଲ୍ଲାକୁ ଚେତାବନୀ ଜାରି କରିଛି । ସ୍ଥାନୀୟ ଅଞ୍ଚଳର ପାଣିପାଗ ସହିତ ଅବଗତ ରହିବା ସହ ବିଜୁଳି-ଘଡ଼ଘଡ଼ି ସମୟରେ ନିରାପଦ ସ୍ଥାନକୁ ଯାଇ ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ପାଣିପାଗ ବିଭାଗ କହିଛି ।

‘ଓଡ଼ିଶାକୁ ବଦନାମ୍ କରିବାକୁ ବିଜେପିର ଅପଚେଷ୍ଟା’

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ବିଧାୟକଙ୍କ ଅଶୋଭନୀୟ ଆଚରଣକୁ ତୀବ୍ର ନିନ୍ଦା କରିଛନ୍ତି ବିଜୁ ଜନତା ଦଳ ମୁଖପାତ୍ର ଲେନିନ୍ ମହାନ୍ତି ।  ବିଜେପି ସଦସ୍ୟଙ୍କ ଆଚରଣ ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ । ଅଭଦ୍ରାମୀର ଚରମ ସୀମା ଟପିଛନ୍ତି  ବିଜେପି ସଦସ୍ୟ । ଓଡ଼ିଶା ରାଜନୈତିକ ଇତିହାସରେ ଏହା ଅତି ନିନ୍ଦନୀୟ କାର୍ଯ୍ୟ,ବିଜେପି ସଦସ୍ୟ ହତାସ୍, ବିଳିବିଳେଇବା ଆରମ୍ଭ କଲେଣି, କୌଣସି ଓଡ଼ିଆ ସେମାନଙ୍କ ଆଚରଣକୁ ଗ୍ରହଣ କରିବେନି, ଓଡ଼ିଶାକୁ ବଦନାମ କରିବା ପାଇଁ ବିଜେପିର ଅପଚେଷ୍ଟା, ବିଜେପିର ଅସଲ ଚେହେରା ଓଡ଼ିଶାବାସୀ ଜାଣିସାରିଲେଣି, ଓଡ଼ିଶାବାସୀ ଏଭଳି ଲୋକଙ୍କୁ ଘୃଣା କରନ୍ତି ବୋଲି ଲେନିନ୍ କହିଛନ୍ତି ।

ଅପରପକ୍ଷରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ମଧ୍ୟ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଅଶୋଭନୀୟ ଓ ନିନ୍ଦନୀୟ କାମ କରିଛନ୍ତି ବିଜେପି ବିଧାୟକ, ଜୟ ନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଛନ୍ତି, ବିଜେପି ବିଧାୟକ ମୋହନ ମାଝୀ ଡଷ୍ଟବିନ୍ ଫିଙ୍ଗିଛନ୍ତି । ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନେବେ ବାଚସ୍ପତି । ପ୍ରମିଳା , ଉତକ୍ଷିପ୍ତ ହୋଇ ପ୍ରଥମେ ଇୟର ଫୋନ୍ ଫିଙ୍ଗିଲେ, ଇୟର ଫୋନ୍ ମାଡ଼ରେ ସିକ୍ୟୁରିଟିଙ୍କ ମୁଣ୍ଡ ଫାଟିଛି, ବାଚସ୍ପତି ପକ୍ଷପାତ କରିନାହାନ୍ତି , ବିରୋଧୀଙ୍କୁ ଗୁରୁତ୍ୱ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବାଚସ୍ପତିଙ୍କ ଉପରକୁ ବିଧାନସଭାରେ ଚପଲ ଫିଙ୍ଗିଲେ ବିଜେପି ବିଧାୟକ