spot_img
Home Blog Page 5826

ପବିତ୍ର ଦୋଳପୂର୍ଣ୍ଣିମା ଅବସସରେ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ

ପୁରୀ: ଆସନ୍ତାକାଲି ହୋଲି ପର୍ବ ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବକୁ ଯାଉଛି ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ । ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଏବଂ ଶ୍ରୀଜିଉଙ୍କ ସୁନାବେଶ ନୀତୁ ସୁରୁଖୁରୁରେ ସଂପର୍ଣ୍ଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି ।

ତେବେ ଦୋଳପୂର୍ଣ୍ଣମୀ ଅବସରରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ଦୋଳବେଦୀକୁ ବିମାନରେ ବିଜେ କରିବାର ପରମ୍ପରା ରହିଛି । ଏହି ଅବସରରେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । କୋଭିଡ଼ କଟକଣା ମଧ୍ୟରେ ହୋଲି ଉତ୍ସବ ପାଳିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ତେଣୁ ଦୋଳ ବିମାନ ପୁଜାର୍ଚ୍ଚନାରେ ମଧ୍ୟ କଟକଣା ଲାଗିଥିଲା ।

ଆସବାବପତ୍ର ଓ ଧାନ ଚାଉଳ ପୋଡି ଯିବା ସହ ୬ ଗାଈ ଜୀବନ୍ତ ଦଗ୍ଧ

 ଭଦ୍ରକ: ଚାନ୍ଦବାଲି ବ୍ଲକ ହେଙ୍ଗୁପତି ମହାଳିକ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୫ରୁ ଅଧିକ ବଖରା ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି କୌଣସି କାରଣରୁ ମହାଳିକ ସାହିରେ ନିଆଁ ଲାଗିଯାଇଥିଲା । ଯାହାକି ଧୀରେ ଧୀରେ ବ୍ୟାପିବାରେ ଲାଗିଥିଲା । ନିଆଁ ଲିଭାଇବାକୁ ଗ୍ରାମବାସୀ ମାନେ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରି ପାରିନଥିଲେ ।

ଏହି ନିଆଁ ନିମିସକେ ବ୍ୟାପି ଯାଇଥିଲା ଆଉ ଏଥିରେ ପାଖାପାଖି ୧୫ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । କେବଳ ସେତିକି ନୁହେଁ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଧାନ ଚାଉଳ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଏଥିରେ କେବଳ ଧନ, ସମ୍ପତ୍ତି ନଷ୍ଟ ହୋଇନାହିଁ ଜୀବନ ମଧ୍ୟ ନଷ୍ଟ ହୋଇଯାଇଛି । ଗାଈ ଗୁହାଳରେ ବନ୍ଧାଯାଇଥିବା ୬ରୁ ଅଧିକ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣା ପଡ଼ିନାହିଁ ।

ୟୁକେ ଷ୍ଟ୍ରେନ ଅପେକ୍ଷା ଭାରତୀୟ ଷ୍ଟ୍ରେନ୍ ଅଧିକ ବିପଦଜନକ !

ଭୁବନେଶ୍ୱର: ଡରାଇଲାଣି କରୋନାର ଦ୍ୱିତୀୟ ଲହରୀ । କିଛି ଦିନର ବ୍ୟବଧ୍ୟାନ ପରେ ପୁଣି ଭୟଙ୍କର ହେଉଛି କରୋନା ଷ୍ଟ୍ରେନ । ବିଦେଶୀ ଭୂତାଣୁକୁ ନେଇ ବଢୁଛି ଭୟ । କିନ୍ତୁ ଆଶ୍ଚର୍ଯ୍ୟ ଜନକ ବିଷୟ ଗେଉଛି ୟୁକେ ଷ୍ଟ୍ରେନ ଅପେକ୍ଷା ଭାରତୀୟ ଷ୍ଟ୍ରେନ୍ ଅଧିକ ବିପଜ୍ଜନକ ବୋଲି କହିଛନ୍ତି ବିଶେଷଜ୍ଞ । କୋଭିଡ୍ ଟିକା ନେଇଥିଲେ ବି ସଂକ୍ରମଣ ଆଶଙ୍କା ରହିଥିବା ଜଣାପଡ଼ିଛି ।


ରୋଗ ପ୍ରତିରୋଧକ ଶକ୍ତିକୁ ଏଡାଇ ଆକ୍ରାନ୍ତ କରିପାରେ କରୋନାର ଭାରତୀୟ ଷ୍ଟ୍ରେନ୍ । ତେଣୁ ଜନଗହଳି ସ୍ଥାନରେ ଦୁଇଟି ମାସ୍କ ପିନ୍ଧିବା ସହ ଗ୍ଲୋବ୍ସ ବ୍ୟବହାର କରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଆଗକୁ ହୋଲି ଆସୁଥିବାରୁ ସଂକ୍ରମଣ ନବଢିବା ପାଇଁ ସତର୍କ ରହିବାକୁ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଭୁବନେଶ୍ୱରରେ କୋଭିଡ ପଜିଟିଭ ସଂଖ୍ୟା ବଢୁଥିବାରୁ ଟେଷ୍ଟିଂ ବଢାଇଛି ବିଏମସି ।


ସେହିପରି ହଷ୍ଟେଲ ପରେ ମାର୍କେଟ ଉପରେ ରହିଛି ଫୋକସ । ଏଥିପାଇଁ ବିଏମସି ଅଧିକ ଟିମ ନିୟୋଜିତ କରିଛି । ରେଳ ଷ୍ଟେସନ ଓ ବିମାନବନ୍ଦର ଉପରେ ନଜରରେ ରଖାଯାଇଛି । ଅଧିକ ଗହଳି ହେଉଥିବା ଦୋକାନକୁ ସିଲ କରିବାକୁ ନିଷ୍ପତ୍ତି ନେଇଛି ବିଏମସି । ଏବେ ଟେଷ୍ଟିଂ ବଢୁଥିବାରୁ ପଜିଟିଭ ସଂଖ୍ୟା ବଢିଥିବା ବିଏମସି ସୂଚନା ଦେଇଛି।

ପିପିଲି ପଲିଟିକ୍ସ; ପ୍ରତିଭା ରଖିଲେ ପ୍ରତିକ୍ରିୟା, ପୁଅକୁ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର: ନାନ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପ୍ରତିକ୍ରିୟା ରଖିଛନ୍ତି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥି । ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ଭାବେ ରୁଦ୍ର ମହାରଥୀଙ୍କ ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମାଆ ପ୍ରତିଭା ମହାରଥୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ପରିବାରକୁ ପ୍ରାଥମିକତା ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି ।

ଏହାଠାରୁ ବଡ ଖୁସି ଖବର କିଛି ନାହିଁ । ମୋ ପୁଅ ଯେତେବେଳେ ବିଧାୟକ ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳରୁ ଲଢିବାକୁ ଯାଉଛି ମା ହିସାବରେ ମୁଁ ସବୁଠାରୁ ଖୁସି ବୋଲି ପ୍ରତିଭା ମହାରଥୀ । ମୋ ପୁଅ ପାଇଁ ମୋର ଆର୍ଶୀବାଦ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ, ନିର୍ବାଚନ ମଣ୍ଡଳୀ ଲୋକଙ୍କ ଆର୍ଶୀବାଦ ଯୋଗୁଁ ରୁଦ୍ର ମହାରଥୀ ବିପୁଳ ଭୋଟରେ ବିଜୟ ଲାଭ କରିବେ । ଏପଟେ ପିପିଲି ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ କହିବା କଥା ଏକ ମନ ଏକ ପ୍ରାଣରେ ନିର୍ବାଚନ ଲଢିବ ବିଜେଡି ।

ନିର୍ବାଚନ ସମୟରେ ବିଭିନ୍ନ ଲୋକ ବିଭିନ୍ନ କଥା କହିବେ । କିଛି ମସଲା ବା ଚର୍ଚ୍ଚା ସୃଷ୍ଟି କରାଯାଉଛି । ସେଥିରେ ଆମେ ବିଶ୍ୱାସ କରୁନାହୁଁ। ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ଯଦି କେହି ରାଜନୈତିକ ସୁବିଧା ନେବାପାଇଁ ଚେଷ୍ଟା କରେ ତାହା ଭୀରୁତାର ପରିଚୟ ବୋଲି ପ୍ରତାପ ଦେବ କହିଛନ୍ତି ।

ରାଜ୍ୟରେ ଟିକାକରଣ ପ୍ରସଙ୍ଗ; ଧର୍ମେନ୍ଦ୍ର କହିଲେ ଓଡିଶାରେ ଅଭାବ ନାହିଁ ଟିକା

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଣୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ କରୋନା ଟିକା ଦେବା ଉଚିତ୍ । ଆଜି ଏହି ଦାବି କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ପାତରଅନ୍ତର ନକରି ଏ ଦିଗରେ ଉଚିତ୍ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ଅମର ଶତପଥୀ । କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ଟିକାର ଅଭାବ ନାହିଁ, ଏଣୁ ଆଗୁଆ ପ୍ଲାନିଂ କରି ଟିକା ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରନ୍ତୁ ବୋଲି କହିଛନ୍ତି ଅମର ଶତପଥୀ ।

କେନ୍ଦ୍ର ସରକାର ପାତରଅନ୍ତର ନକରି ଓଡ଼ିଶାକୁ ଟିକା ବିତରଣରେ ସହଯୋଗ କରନ୍ତୁ । ରାଜ୍ୟ ସରକାର ପ୍ରତ୍ୟେକ ଦିନ ୨ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୧୫ ଦିନ ଆଗୁଆ ଟିକା ପହଞ୍ଚାଇବା ପାଇଁ ଦାବି କରାଯାଇଛି । ସେପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, ଦେଶରେ କିମ୍ବା ଓଡିଶାରେ ଟିକାର କୈାଣସି ଅଭାବ ନାହିଁ । ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା ଟ୍ୱିଟରେ କହିଛନ୍ତି ।

ରାଜ୍ୟରେ ପର୍ଯ୍ୟାପ୍ତ ଟିକା ମହଜୁଦ ରହୁନଥିବାରୁ ୧୫ ଦିନ ପାଇଁ ଟିକାକରଣ କରିବାକୁ ରାଜ୍ୟ ପ୍ରସ୍ତୁତି କରିପାରୁନଥିବା ନେଇ କହିଥିଲେ ମୁଖ୍ୟ ଶାସନ ସଚିବ । ଅନ୍ୟ ରାଜ୍ୟ ଗୁଡିକ ଦିନକୁ ୩ଲକ୍ଷ ଟିକାକରଣ କରୁଛନ୍ତି । ସେମାନଙ୍କ ପର୍ଯ୍ୟାପ୍ତ ଟିକା ମିଳୁଥିବାରୁ ଟିକାକରଣ ଲକ୍ଷ୍ୟ ହାସଲ କରିପାରୁଛନ୍ତି । ଓଡିଶା ଦିନକୁ ୨ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିବାରୁ ତୁରନ୍ତ ଟିକା ଯୋଗାଇବାକୁ ଚିଠିରେ ଅନୁରୋଧ କରିଥିଲେ ମୁଖ୍ୟ ଶାସନ ସଚିବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କ ମଧ୍ୟରେ ଉତ୍ସାହ, ଆସାମରେ ୭୨ ପଶ୍ଚିମବଙ୍ଗରେ ୮୦ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଆସାମରେ ସନ୍ଧ୍ୟା ୬ଟା ମଧ୍ୟରେ ମତଦାନ ସରିଥିବା ବେଳେ ପଶ୍ଚିମବଙ୍ଗର କେତେକ ସ୍ଥାନରେ ସନ୍ଧ୍ୟା ସାଢ଼େ ୬ଟା ପରେ ବି ଭୋଟିଂ ଜାରି ରହିଥିଲା । ନିର୍ବାଚନ କମିଶନଙ୍କ ଅନୁସାରେ, ଆସାମରେ ସନ୍ଧ୍ୟା ୬ଟା ସୁଦ୍ଧା ୭୨.୧୪ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୭୯.୭୯ ପ୍ରତିଶତ ଭୋଟ୍ ରେକର୍ଡ ହୋଇଛି ।

Assembly Election 2021 First Phase Voting Percentage

ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ଟି ଆସନ ଓ ଆସାମର ୪୭ଟି ଆସନରେ ଭୋଟିଂ ହୋଇଥିଲା । ମତଦାନ ବେଳେ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଛୋଟମୋଟ ହିଂସା ହୋଇଛି । କାନ୍ଥି ଲୋକସଭା ନିର୍ବାଚନ କ୍ଷେତ୍ରରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦ୍ର ଅଧିକାରୀଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । କାର୍ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଶୁଭେନ୍ଦୁ କାରରେ ନଥିବା ବେଳେ ଆକ୍ରମଣ ହୋଇଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି । ଆକ୍ରମଣକୁ ନେଇ ବିଜେପି ଟିଏମସକୁ ଦାୟୀ କରିଛି ।

ଜଙ୍କ ଫୁଡ ଖାଉଛନ୍ତି କି ? ସାବଧାନ..

ଭୁବନେଶ୍ୱର( ଅନୁଜ ଦାସ) : ବଦଳୁଥିବା ଲାଇଫ ଷ୍ଟାଇଲ୍ ଓ ଖାଦ୍ୟପେୟର ଅନିୟମିତତା ଆପଣଙ୍କୁ ବିପଦରେ ପକାଇପାରେ । ଆପଣଙ୍କ ହୃତପିଣ୍ଡ ଉପରେ ଏହାର ସିଧା ପ୍ରଭାବ ପଡୁଛି । ବର୍ତ୍ତମାନ ସମୟରେ ହୃଦରୋଗ ହେଉଛି ମୃତ୍ୟୁର ଅନ୍ୟତମ କାରଣ । ଭାରତର ପ୍ରତି ୪ଟି ମୃତ୍ୟୁଏହି ଗୋଟିଏ କାରଣରୁ ହେଉଛି । ତେଣୁ ଜଙ୍କ୍ ଫୁଡ ଛାଡିବାକୁ ପରାମର୍ଶ ଦେଇଛନ୍ତି ହୃଦରୋଗ ବିଶେଷଜ୍ଞ ।

ଜଙ୍କ ଫୁଡ ପ୍ରତି ଆପଣଙ୍କର ଦୁର୍ବଳତା ରହିଛି କି ? ଭୋକ ଲାଗିଲେ ପିଜା ବର୍ଗର ଖାଉଛନ୍ତି କି ? ତେଲ ଭଜି ଖାଇବାକୁ ଆପଣ ଆଗ୍ରହୀ କି ? ଯଦି ଆପଣଙ୍କର ବି ଏଭଳି ଅଭ୍ୟାସ ଅଛି ତେବେ ସଜାଗ ହୋଇଯାନ୍ତୁ । କାରଣ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ବିପଦ ଆଡକୁ ଠେଲି ଦେଉଛି । ଆପଣ ବି ହୃଦରୋଗରେ ଶିକାର ହୋଇପାରନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ୧ କୋଟି ୭୦ ଲକ୍ଷରୁ ଅଧିକ ଲୋକଙ୍କର ଅସ୍ବଭାବିକ ଭାବେ ହୃଦରୋଗରେ ମୃତ୍ୟୁ ହେଉଛି । ବଦଳୁଥିବା ଖାଦ୍ୟପେୟ ପାଇଁ ହୃଦରୋଗ ବଢୁଥିବା ହୃଦରୋଗ ବିଶେଷଜ୍ଞ ମତ ଦେଇଛନ୍ତି ।

୧୯୯୦ ରେ ହୃଦରୋଗ ୨.୨୬ ମିଲିୟନ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୨୦୨୦ ରେ ୪.୭୭ ମିଲିୟନ ଲୋକଙ୍କର ମୃତ୍ୟୁ ହୋଇଛି । ଏହାର ବଡ କାରଣ ହେଇଛି ନିଶା ସେବନ, ଶାରିରିକ ପରିଶ୍ରମର ଅଭାବ, ଖାଦ୍ୟପେୟରେ ଅନିୟମିତତା । ତେଣୁ ଜଙ୍କ ଫୁଡ ବା ଫାଷ୍ଟ ଫୁଡକୁ ଛାଡି ଦେଶୀ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି ଆୟୁର୍ବେଦ ବିଶେଷଜ୍ଞ । ଜଙ୍କ ଫୁଡ ବଦଳରେ ମାଣ୍ଡିଆ ଭଳି ଦେଶୀ ଖାଦ୍ୟ ଖାଇବା ସହ କୋଲ୍ଡ ଡ୍ରିଙ୍କ ପରିବର୍ତ୍ତେ ପଇଡ ଓ ଲେମ୍ବୁ ପାଣି ପିଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ କୋଭିଡ ସମୟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କର ହୃଦରୋଗ ଥିବା ଜଣାପଡିଛି । ତେବେ କୋଲେଷ୍ଟ୍ରୋଲ ଯୁକ୍ତ ଖାଦ୍ୟକୁ ବାରଣ କରିବା ସହ ଖାଦ୍ୟରେ କେଉଁ ତେଲ ବ୍ୟବହାର କରୁଛନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ବିଶେଷଜ୍ଞ କହିଛନ୍ତି ।

ସେପ୍ଟେମ୍ବର ସୁଦ୍ଧା ସେରମ ଲଞ୍ଚ କରିପାରେ କରୋନାର ଆଉ ଏକ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ୍ ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦାର ପୁନାୱାଲା କରୋନାର ଆଉ ଏକ ଟିକା ଲଞ୍ଚ କରିବା ନେଇ ଆଶା ପ୍ରକାଶ କରିଛନ୍ତି । ସେପ୍ଟେମ୍ବର ସୁଦ୍ଧା ଲଞ୍ଚ୍ ହୋଇପାରେ ଆଉ ଏକ କରୋନା ଭ୍ୟାକ୍ସିନ୍ । ନୂଆ ଭ୍ୟାକ୍ସିନ କରୋନାର ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକା ଭାରିଏଣ୍ଟ ଉପରେ ପ୍ରଭାବଶାଳୀ ହେବ । ସେରମ ପ୍ରସ୍ତୁତ କୋଭିସିଲ୍ଡ ଭ୍ୟାକ୍ସିନ୍ ପୂର୍ବରୁ ଟିକାକରଣରେ ସାମିଲ୍ ଅଛି ।

୨୦୨୦ରେ ଆମେରିକାର ଟିକା କମ୍ପାନୀ ନୋଭାଭ୍ୟାକ୍ସ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ଚୁକ୍ତି କରିଥିଲା । ଏହି ଚୁକ୍ତି କୋଭିଡ୍ ଟିକା ‘କ୍ୟାଣ୍ଡିଡେଟ୍’ ଏନଭିଏକ୍ସ-ସିଓ୨୩୭୩ ପ୍ରସ୍ତୁତି ଓ ମାର୍କେଟିଂ ପାଇଁ ହୋଇଥିଲା । ଏହି ଟିକା ଭାରତର ନିମ୍ନ ଓ ମଧ୍ୟବିତ୍ତ ଆୟକାରୀ ଦେଶକୁ ଦିଆଯିବ ।

Poonawala Expected To Launch Trial Of Kovovax In India By September

କୋଭାଭ୍ୟାକ୍ସର ମାନବ ପରୀକ୍ଷଣରେ ଭାରତରେ ଆରମ୍ଭ ହୋଇ ସାରିଛି । ଏହି ଭ୍ୟାକ୍ସିନର ପ୍ରସ୍ତୁତି କୋଭାଭ୍ୟାକ୍ସ ଓ ସେରମ ମିଳିତ ଭାବେ କରିବେ । ଏହି ଟିକାର ପ୍ରୟୋଗ ଦକ୍ଷିଣ ଆଫ୍ରିକା ଓ ବ୍ରିଟେନର କୋଭିଡ୍-୧୯ ଭାରିଆଣ୍ଟ ବିରୋଧରେ ପରୀକ୍ଷଣ କରାଯାଇଛି । ଏହା ୮୯ ପ୍ରତିଶତ ପ୍ରଭାବଶାଳୀ । ଟିକା ସେପ୍ଟେମ୍ବର ମାସ ସୁଦ୍ଧା ଆସିବା ନେଇ ପୁନାୱାଲା ଆଶା ପ୍ରକାଶ କରିଛନ୍ତି ।

ତେବେ ନୋଭାଭ୍ୟାକ୍ସ ଓ ସେରମ ମଧ୍ୟରେ ହୋଇଥିବା ଚୁକ୍ତିରେ ଉଚ୍ଚ-ମଧ୍ୟମ ଓ ଉଚ୍ଚ ଆୟ ବର୍ଗ ଦେଶ ନାହିଁ । ସେଭଳି ଦେଶ ପାଇଁ ଟିକା ଅଧିକାର କେବଳ ନୋଭାଭ୍ୟାକ୍ସ ପାଖରେ ରହିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଂଲାଦେଶ ଗସ୍ତକୁ ନେଇ ପ୍ରଶ୍ନ ପଠାଇଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ଭୋଟ୍ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି ପଡ଼ୋଶୀ ଦେଶ ବାଂଲାଦେଶ ଗସ୍ତରେ ଅଛନ୍ତି । ମୋଦିଙ୍କ ଏହି ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ । ବାଂଲାଦେଶରେ ମୋଦି ମତୁଆ ସମୁଦାୟଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଓ ଲୋକଙ୍କୁ ଅଭିଭାଷଣ ଦେବା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ମମତା କହିଛନ୍ତି । ଏନେଇ ମମତା ନିର୍ବାଚନ କମିଶନଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି ।

Mamata Banerjee Questions PM Modi Bangladesh Visit

ମମତା କହିଛନ୍ତି ପଶ୍ଚିମବଙ୍ଗରେ ଭୋଟ୍ ଚାଲିଥିବା ବେଳେ ନିର୍ଦ୍ଦିଷ୍ଟ ସମୁଦାୟକୁ ଆକର୍ଷିତ କରିବା ଲାଗି ମୋଦି ବାଂଲାଦେଶ ଯାଇଛନ୍ତି । ନିର୍ବାଚନ ଚାଲିଥିବା ବେଳେ ମୋଦି ପଶ୍ଚିମବଙ୍ଗ ଉପରେ ପାଠ ପଢ଼ାଉଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଅଟେ ।

ଗତ ଲୋକସଭା ନିର୍ବାଚନରେ ଜଣେ ବାଂଲାଦେଶୀ ଅଭିନେତା ଟିଏମସି ସାମିଲ୍ ହେବାକୁ ନେଇ ବିବାଦ ଦେଖା ଯାଇଥିଲା । ଏପରିକି ଅଭିନେତାଙ୍କ ଭିସା ରଦ୍ଦ କରି ଦିଆଯାଇଥିଲା । ସେ କଥା ମନେ ପକାଇ ମମତା କହିଛନ୍ତି- ୨୦୧୯ରେ ଲୋକସଭା ନିର୍ବାଚନରେ ବାଂଲାଦେଶୀ ଅଭିନେତା ଟିଏମସି ପାଇଁ ପ୍ରଚାର କରିବାରୁ ବିଜେପି ବାଂଲାଦେଶ ସରକାର ସହ କଥା ହୋଇ ଭିସା ରଦ୍ଦ କରି ଦେଇଥିଲେ । ଯେତେବେଳେ ଏଠି ନିର୍ବାଚନ ଚାଲିଛି, ଆପଣ ଭୋଟ୍ ହାତେଇବାକୁ ବାଂଲାଦେଶ ପଳାଇଛନ୍ତି । ଆପଣଙ୍କ ଭିସା କାହିଁକି ବାତିଲ୍ ହେବନାହିଁ ବୋଲି ମମତା ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ।

ହତ୍ୟା ନୁହେଁ ଆତ୍ମହତ୍ୟା କରିଛି ନାବାଳିକା, ସସପେନସ୍ ଉଠାଇଲା ପୁରୀ ପୋଲିସ

ପୁରୀ: ତଳଜଙ୍ଗ ନଈକୂଳ ସାହିରେ ନାବାଳିକା ମୃତ୍ୟୁ ଘଟଣା ଉପରୁ ସସପେନସ୍ ଉଠାଇଲା ପୁରୀ ପୋଲିସ । ପୁରୀ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡୁ ଏହି ମାମଲାରୁ ପରଦା ଉଠାଇଛନ୍ତି । ନାବାଳିକା ହତ୍ୟା ନୁହେଁ ସେ ନିଜେ ଆତ୍ମହତ୍ୟା କରିଥିବା କହିଛନ୍ତି ଏସଡିପିଓ । ସେପଟେ ନାବାଳିକା ଜଣକ ଆତ୍ମହତ୍ୟା କରିବା ପରେ ତାକୁ ପରିବାର ଲୋକେ ପୋତି ଦେଇଥିବା କହିଛି ପୁରୀ ପୋଲିସ । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ନାବାଳିକାର ୩ ଭାଇ ଓ ୩ ଦାଦା ।

ନାବାଳିକା ଆତ୍ମହତ୍ୟା କରିବା ପରେ ତାଙ୍କୁ ପୋଡି ଦେଇଥିବା ଅଭିଯୋଗରେ ଦାଦା ଓ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପ୍ରମାଣ ପାଇଁ ନାବାଳିକାର ଫୋନ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ଭୁବନେଶ୍ୱର ଫରେନସିକ ଲ୍ୟାବକୁ ପଠାଯାଇଛି । ତେବେ ଏହି ଘଟଣା ଅନରକିଲିଂ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୋଲିସ ସେ ଦିଗରେ ମଧ୍ୟ ତଦନ୍ତ ଚଳାଇଛି ।

ଖବର ମୁତାବକ ଗତ ୨୦ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ସାଇଣ୍ଟିଫିକ ଟିମ୍‌ ସହ ଚନ୍ଦନପୁର ପୋଲିସ ଘଟଣାର ତନାଘନା ଚଳାଇଥିବା ଏସଡିପିଓ କହିଛନ୍ତି । ନାବାଳିକାର ଶବକୁ ପୋଡି ଏକ ଜମିରେ ପୋତି ଦିଆଯାଇଥିଲା । ଜମି ମାଲିକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ।