spot_img
Home Blog Page 5825

ମିଆଁମାରରେ ସେନା ଖେଳିଲା ରକ୍ତର ହୋଲି, ଗୁଳିକାଣ୍ଡରେ ୧୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମିଆଁମାରରେ ସାମରିକ ବିଦ୍ରୋହକୁ ପାଖାପାଖି ମାସେ ହୋଇଗଲାଣି। ସେଠାକାର ଗଣତାନ୍ତ୍ରିକ ସରକାରକୁ କ୍ଷମତାରୁ ତଡ଼ି ମିଲିଟାରି ଜୁନ୍ତା ନିଜ ଅକ୍ତିଆରରେ ଶାସନ କଳକୁ ରଖିଛି । ଲୋକମାନେ ରାଜ ରାସ୍ତାରେ ସେନା ବିରୋଧରେ ବିଦ୍ରୋହ କରୁଥିବାବେଳେ ସେନା ମଧ୍ୟ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ସମସ୍ତ ପ୍ରକାର କୌଶଳ ଅବଲମ୍ବନ କରୁଛି । ସେନା ଦ୍ୱାରା ନିଆଯାଇଥିବା କାର୍ଯାନୁଷ୍ଠାନରେ ଏପର୍ଯ୍ୟନ୍ତ ୩ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ତେବେ ଶନିବାର ସେନା ଆନ୍ଦୋଳନକାରୀଙ୍କ ଉପରେ ପୁଣି ଗୁଳି ଚଳାଇଛି, ଯେଉଁଥିରେ ୧୧୪ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ମିଆଁମାରରେ ଅନେକ ଦିନ ହେବ ସେନା ବିରୋଧରେ ପ୍ରଦର୍ଶନ ଜାରି ରହିଛି ସତ କିନ୍ତୁ ସେନା ଓ ଆନ୍ଦୋଳନକାରୀ କେବେ ମୁହାଁମୁହିଁ  ହୋଇନଥିଲେ । କିନ୍ତୁ ଶନିବାର ଦେଶର ରାଜଧାନୀ ନାୟପିଟାଭରେ ବାର୍ଷିକ ସାମରିକ ଦିବସରେ ଗୋଟେପଟେ ସେନା ପ୍ୟାରେଡ କରୁଥିବାବେଳେ ଅନ୍ୟପଟେ ଆନ୍ଦୋଳନକାରୀ ମଧ୍ୟ ରାସ୍ତାରେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ଏହି ପ୍ରଦର୍ଶନକୁ ରୋକିବା ପାଇଁ ସେନା ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଥିଲା। ଏଥିରେ ଅନେକ ଛୋଟ ପିଲାଙ୍କ ସମେତ ବୟସ୍କ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି ।

ମିଆଁମାରର ଗଣମାଧ୍ୟମ ସୂଚନା ମୁତାବକ ସେନାର ଏହି ଗୁଳିକାଣ୍ଡରେ୧୪୪ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ମାର୍ଚ୍ଚ ୧୪ରେ ହୋଇଥିବା ମୃତ୍ୟୁ ସଂଖ୍ୟାଠୁ ବି ଅଧିକ ରହିଛି। ସେଦିନ ପାଖାପାଖି ୭୪ ରୁ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି।  ବିଦ୍ରୋହକୁ ଦମନ କରିବା ପାଇଁ ମିଆଁମାର ସେନାର ଏହା ଏବେ ପର୍ଯ୍ୟନ୍ତର ସବୁଠାରୁ ବଡ଼ କର୍ଯାନୁଷ୍ଠାନ ବୋଲି କୁହାଯାଉଛି।

ଏହି ଘଟଣାରେ ମିଆଁମାର ସେନା ମୁଖପାତ୍ର କୌଣସି ବି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ତେବେ ସେନା ବିରୋଧରେ ଏକ ବିରୋଧୀ ଗୋଷ୍ଠୀର ନେତା ଡକ୍ଟର ସସା କହିଛନ୍ତି ଯେ ସାମରିକ ବାହିନୀ ପାଇଁ ଆଜି ଏକ ଲଜ୍ଜାଜନକ ଦିନ। ୩ ଶହରୁ ଅଧିକ ନିରୀହ ନାଗରିକଙ୍କୁ ହତ୍ୟା କରିବା ପରେ ସାମରିକ ଦିବସ ପାଳନ କରାଯାଉଛି। ମିଆଁମାର ଇତିହାସରେ ଏହା ସବୁଠାରୁ ବଡ଼ କଳା ଦିନ।

ମିଆଁମାର ସେନାର ଏଭଳି ହିଂସାତ୍ମକ କାଣ୍ଡକୁ ଅନ୍ତରାଷ୍ଟୀୟ ସ୍ତରରେ କଡ଼ା ନିନ୍ଦା କରାଯାଉଛି। ମିଆଁମାରର ୟୁରୋପୀୟ ସଂଗଠନର ଏକ ପ୍ରତିନିଧି ଦଳ ଟୁଇଟ୍ କରି କହିଛି, “୭୬ ତମ ମିଆଁମାର ସାମରିକ ବାହିନୀ ଦିବସକୁ ଆତଙ୍କ ଏବଂ ଅପମାନର ଦିନ ଭାବେ ବିବେଚନା କରାଯିବ। ନିରିହ ପିଲାମାନଙ୍କ ସମେତ ନିଃଶସ୍ତ୍ର ନାଗରିକଙ୍କ ହତ୍ୟା ଅତ୍ୟନ୍ତ ଲଜ୍ୟାଜନକ କାମ।”  ସେହିଭଳି ଆମେରିକାର ରାଷ୍ଟ୍ରଦୂତ ଥୋମାସ ୱାଜଡା  କହିଛନ୍ତି, ‘ସୁରକ୍ଷା ବାହିନୀ ନିଃଶସ୍ତ୍ର ନାଗରିକଙ୍କୁ ହତ୍ୟା କରୁଛି। ଏହା କେବେବି ଏକ ସନ୍ୟ କିମ୍ବା ପୋଲିସର କାମ ହୋଇପାରିବ ନାହିଁ।’

କରୋନା ସଂକ୍ରମଣ ମାମଲା, ବିଏମସି ସିଲ୍ କଲା ଆଲେନ ଇନଷ୍ଟିଚ୍ୟୁଟ୍

ଭୁବନେଶ୍ୱର: କରୋନା ପଜିଟିଭ୍ ଟିହ୍ନଟ ପରେ ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟକୁ ସିଲ କଲା ବିଏମ୍‌ସି । ଟେଷ୍ଟିଂ ପରେ ଆଲେନ୍ ଇନଷ୍ଟିଚ୍ୟୁଟରୁ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଇନଷ୍ଟିଚ୍ୟୁଟରୁ ଏକାଧିକ ପଜିଟିଭ ଚିହ୍ନଟ ପରେ ପଦକ୍ଷେପ ନେଇଛି ବିଏମସି । ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଶିକ୍ଷାନୁଷ୍ଠାନ ସମ୍ମୁଖରେ ପୋଲିସ ମୁତୟନ ଥିବା ବେଳେ, ଶିକ୍ଷାନୁଷ୍ଠାନକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୭୧ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଆଲେନ ଇନଷ୍ଟିଚ୍ୟୁଟରୁ ୩୦ରୁ ଅଧିକ ପଜିଟିଭ ବାହାରିଛନ୍ତି । IIT ଅରଗୁଳ ୩ରୁ ୪ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି ।

ସେହିପରି ପୂର୍ବରୁ XIMBରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଶିକ୍ଷାନୁଷ୍ଠାନରୁ ୨୩ ପଜିଟିଭ୍ ଚିହ୍ନଟ ହେବା ପରେ XIMBକୁ ସିଲ୍ କରିଥିଲା ଭୁବନେଶ୍ୱର ମହାନଗର ନିଗମ-ବିଏମସି । ଏହାସହ XIMBକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଥିଲା । IMBକୁ ଲାଗି ରହିଥିବା ଅନ୍ୟ ସମସ୍ତ ଅନୁଷ୍ଠାନର କ୍ୟାମ୍ପସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । XIMB ଭିତରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ।

ଅନ୍ୟପଟେ ଆଜି ଦେଶରେ ୬୨ହଜାର ୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୨ଜଣଙ୍କ ଜୀବନ ନେଇଛି କିଲର କରୋନା । ଆଜିର କରୋନା ମୃତ୍ୟୁ ସଂଖ୍ୟା ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୬୧ହଜାର ୫୫୨ରେ ପହଞ୍ଚିଛି । ଏହାସହ ରାଜ୍ୟରେ ଆଜି ୨୪ ଘଣ୍ଟାରେ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୧, ଲୋକାଲ କେସ୍ ୧୧୯ ରହିଛି ।

ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ: ରାତି ୮ରୁ ସକାଳ ୭ ଭିତରେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ ବେକାବୁ ହେଉଛି କରୋନା । ସ୍ଥିତି ଉଦ୍‌ବେଗଜନକ ହୋଇଥିବାରୁ ରାଜ୍ୟ ସରକାର କଡ଼ା କଟକଣା ଲଗାଇଛନ୍ତି। ଦେଶରେ ପୁଣିଥରେ ଫେରିଛି ନାଇଟ କର୍ଫ୍ୟୁ। କରୋନା ସଂକ୍ରମଣକୁ ଚେକ୍‌ ଦେବା ପାଇଁ ମହାରାଷ୍ଟ୍ରରେ ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ରାଜ୍ୟର କିଛି ସ୍ଥାନରେ ରାତି ୧୦ଟାରୁ କଟକଣା ଜାରି ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି।

ଏହି କର୍ଫ୍ୟୁ ସମୟରେ ଅତ୍ୟାବଶକ ସେବା ଜାରି ରହିବ। ବିନା କୌଣସି ଠୋସ୍‌ କାରଣରେ ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ମାସ୍କ ପିନ୍ଧି ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ରରେ ପ୍ରତ୍ୟେକ ଦିନ ୩୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ମାତ୍‌ ଦେବା ପାଇଁ କର୍ଫ୍ୟୁ ହିଁ ଏକ ମାତ୍ର ରାସ୍ତା ବୋଲି ସରକାର କହିଛନ୍ତି।

ଅନ୍ୟପଟେ ଦେଶରେ ଦେଶରେ ବଢୁଛି କରୋନା ଗ୍ରାଫ୍। ଦିନକରେ ୬୨ହଜାର ୭୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୩୧୨ଜଣଙ୍କ ଜୀବନ ନେଇଛି କିଲର କରୋନା। ଆଜିର କରୋନା ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୬୧ହଜାର ୫୫୨ରେ ପହଞ୍ଚିଛି।

 

NITରେ ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ଓ ଏନଆଇଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ରାଉରକେଲା: ରାଉରକେଲା ଏନଆଇଟିରେ ୭ ଜଣ ଛାତ୍ର ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବୃଦ୍ଧି ନପାଇବ ସେନେଇ ପ୍ରଶାସନ ଓ ଏନଆଇଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  କରୋନା ଆକ୍ରାନ୍ତଙ୍କୁ ଗୋଟିଏ ଗେଷ୍ଟ ହାଉସରେ ରଖାଯାଇଛି ।  ଅଧିକ ସଂକ୍ରମଣ ରୋକିବା ପାଇଁ ଏନ ଆଇ ଟି ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇ ଥିବାବେଳେ ଗତକାଲି ୧୫୦ଜଣଙ୍କ କରୋନା ଟେଷ୍ଟ କରାଯାଇଛି ।

ଆଜି ଅଧିକ କରୋନା ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି । କରୋନା ଟେଷ୍ଟ ହେଵା ପରେ ଛାତ୍ରଛାତ୍ରୀ ହଷ୍ଟେଲ ଖାଲି କରିବେ ବୋଲି ଏନ ଆଇ ଟି ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ କରୋନାକୁ ଦୃଷ୍ଟିରେ ରଖି ଏନ ଆଇ ଟି  ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍ ଲାଇନରେ ଅନୁଷ୍ଠିତ ହେଵ ବୋଲି ନିଷ୍ପତ୍ତି ହୋଇଛି ।  ଅନଲାଇନ ପରୀଷା ଶୃଙ୍ଖଳିତ ଭାବେ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ।

ଅନ୍ୟପକ୍ଷରେ ରାଉରକେଲା ସହରର ବିଭିନ୍ନ ବଜାରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି । ସାମାଜିକ ଦୁରତ୍ଵ ଓ ମାସ୍କ ପିନ୍ଧିବା ପାଇଁ ପ୍ରଶାସନ ପକ୍ଷରୁ ସହରଵାସୀଙ୍କୁ ସଚେତନ କରାଯାଉଛି । ରାଉରକେଲା ଏସପି ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସହରର ବିଭିନ୍ନ ବଜାର ଗସ୍ତ କରି ସହରବାସୀଙ୍କୁ ସଚେତନ କରୁଛନ୍ତି ।

ଦେଶରେ ଦିନକରେ ଚିହ୍ନଟ ହେଲେ ୬୨,୭୧୪ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଗ୍ରାଫ୍ । ଦିନକରେ ୬୨ହଜାର ୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୨ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଆଜିର କରୋନା ମୃତ୍ୟୁ ସଂଖ୍ୟା ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୬୧ହଜାର ୫୫୨ରେ ପହଞ୍ଚିଛି । ୨୪ଘଣ୍ଟାରେ ୨୮,୭୩୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ଆକ୍ଟିଭ କେସ୍ ୪ ଲକ୍ଷ ୮୬ ହଜାର ୩୧୦ଥିବା  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସେପଟେ ଦେଶରେ ଜୋରସୋରରେ ଚାଲିଛି ଟିକାକରଣ ।

ସେହିପରି ମହାରାଷ୍ଟ୍ରରେ ଉଦବେଗଜନକ ସ୍ଥିତି ରହିଥିବାରୁ କଟକଣା ଲଗାଇଛନ୍ତି ଉଦ୍ଧବ ସରକାର । କରୋନା ସଂକ୍ରମଣକୁ ଚେକ୍‌ ଦେବା ପାଇଁ ମହାରାଷ୍ଟ୍ର ସରକାର ଆଜିଠାରୁ ସାରା ରାଜ୍ୟରେ ରାତ୍ରୀକାଳିନ କର୍ଫ୍ୟୁ ଜାରି କରିଛନ୍ତି  । ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ଏହାସହ ମୁମ୍ବାଇର କିଛି ସ୍ଥାନରେ ରାତ୍ରି ୧୦ଟାରୁ କଟକଣା ଜାରି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି ।

 ଘରୋଇ ଯାତ୍ରୀବାହୀ ବସରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚାଲାଣ ବେଳେ ଧରିଲା ଜିଏସଟି ଏନଫୋର୍ସମେଣ୍ଟ ଟିମ୍

ବଲାଙ୍ଗୀର: ବଲାଙ୍ଗୀରରେ ଜିଏସଟି ଫାଙ୍କିବା ଅଭିଯୋଗ । ରାୟପୁରରୁ ବଲାଙ୍ଗୀର ଆସୁଥିବା ମହେନ୍ଦ୍ର ନାମକ ଏକ ଘରୋଇ ବସ୍‌ରେ ଜିଏସଟି ଏନଫୋରସମେଣ୍ଟ ଟିମର ଚଢ଼ାଉ । ଜିଏସଟି ଫାଙ୍କିବା ସହ ବିନା କାଗଜପତ୍ରରେ ରାୟପୁରରୁ ବଲାଙ୍ଗୀରକୁ ପରିବହନ କରାଯାଉଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀକୁ  ଜବତ କରାଯାଇଛି । ବଲାଙ୍ଗୀର ଘରୋଇ ବସଷ୍ଟାଣ୍ଡକୁ ନିଆଯାଇ ପରିବହନ ହୋଇଥିବା ସାମଗ୍ରୀ ଗୁଡିକୁ ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ କରାଯାଇଛି ।

ରାୟପୁରରୁ ବଲାଙ୍ଗୀରକୁ ଆସୁଥିବା ମହିନ୍ଦ୍ରା ଘରୋଇ ବସରେ ଜିଏସଟି ଫାଙ୍କି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚାଲାଣ କରାଯାଉଥିବା ନେଇ ଜିଏସଟି ଅଧିକାରୀମାନେ ସୂଚନା ଦେଇଥିବା ବେଳେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ରାୟପୁରରୁ ବଲାଙ୍ଗିରକୁ ମହିନ୍ଦ୍ରା ବସରେ ବ୍ୟବସାୟୀମାନଙ୍କ ସାମଗ୍ରୀ ଅଣାଯାଇଥିବା ନେଇ ଅଟକ ବସ ଡ୍ରାଇଭର ପ୍ରେମରାଜ ବହିଦାର ସ୍ୱୀକାର କରିଛନ୍ତି । ତେବେ ରାୟପୁରରୁ ଆଣୁଥିବା ସାମଗ୍ରୀର ଟ୍ୟାକ୍ସ ଦିଆଯିବା ପରେ ଆଣୁଥିବା ନେଇ ବ୍ୟବସାୟୀ ଶଶୀ ମଲାଙ୍ଗ ପ୍ରକାଶ କରିଛନ୍ତି । ତେବେ ଜିଏସଟି ବିଭାଗ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀର ସହରର କିଛି ବଡ଼ ବଡ଼ ଶାଢ଼ୀ ଦୋକାନ, ମୋଟର ପାର୍ଟ ଦୋକାନ ସହ କିଛି ବଡ଼ ବ୍ୟବସାୟୀ ମାନେ ଏହି ବସ ଯୋଗେ ଜିଏସଟି ଫାଙ୍କି ସାମଗ୍ରୀ ଆଣୁଛନ୍ତି । ସବୁ ଠାରୁ ବଡ଼ କଥା ହେଲା ବହୁ ଦିନରୁ ଏହି ବସ ଯାତ୍ରୀ ନେବା ଆଣିବା ବଦଳରେ ପରିବହନ ସାମଗ୍ରୀ ରାୟପୁରରୁ ଆଣୁଛି । ଅଧିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଏସଟି ଅଧିକାରୀ ଆଶିଷ ସାହୁ ସୂଚନା ଦେଇଛନ୍ତି ।

୮ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ୩୦ରୁ ୪୦ କିଲୋମିଟର ବେଗରେ ବହିପାରେ ପବନ

ଭୁବନେଶ୍ୱର: ଆସନ୍ତା ୨  ଦିନ ପରେ ପୁଣି ବଢିବ ତାପମାତ୍ରା । ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ଆଶଙ୍କା ରହିଛି । ବିଶେଷକରି କୋରାପୁଟ, ଗଜପତି, ଗଞ୍ଜାମ, କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧାରେ କାଳବୈଶାଖୀର ଆଶଙ୍କା କରିଛି ।

ଏହାସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରିଛି ପାଣିପାଗ ବିଭାଗ । ତେବେ ୩୧ତାରିଖ ପରେ ପୁଣି ରାଜ୍ୟରେ କରୋନା ସଂକ୍ରମଣ ବଢିବ । ୨ଦିନ ପରେ ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରଭାବ ଜାରି ରହିବ ।  ଏହାର ପ୍ରଭାବ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ବିଶେଷ କରି ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ , ବୌଦ୍ଧ ଓ କଳାହାଣ୍ଡିରେ ଅଧିକ ମାତ୍ରାରେ ପଡ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୧୩ କର୍ମଚାରୀଙ୍କ ସହ ୯ ଛାତ୍ରଛାତ୍ରୀ ସଂକ୍ରମିତ

ଝାରସୁଗୁଡ଼ା: କିଛିଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି କରୋନା ।  ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି । ତେବେ ଆଜି ରାଜ୍ୟରେ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରୁ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ କର୍ମଚାରୀ, ୪ ଜଣ ଛାତ୍ର ଓ ୫ ଜଣ ଛାତ୍ରୀ ଅଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ପରେ ଝାରସୁଗୁଡ଼ା ତହସିଲଦାର, ପୌରପରିଷଦ ଅଧିକାରୀ ଓ ମେଡିକାଲ ଟିମ୍ ଇଞ୍ଜିନିୟରିଂ ସ୍କୁଲକୁ ଯାଇ ସ୍ଥିତି ପରିଖିଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି । କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ବେଳେ କଲେଜ ଓ ହଷ୍ଟେଲକୁ ସାନିଟାଇଜ କରାଯାଇଛି ।

ଶ୍ରୀମନ୍ଦିରରେ ବଡ଼ ଅଘଟଣ: ନୃସିଂହ ମନ୍ଦିରରେ ହିରଣ୍ୟକତ୍ସ୍ୟପଙ୍କ ମୂର୍ତ୍ତି ଖସି ଜଣେ ସେବାୟତ ଗୁରୁତର

ପୁରୀ: ପଥର ମୂର୍ତ୍ତି ଖସିଲା ବଡ଼ଦେଉଳୁ । ଶ୍ରୀମନ୍ଦିରରୁ ମୂର୍ତ୍ତି ଖସି ଜଣେ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତ ହେଲେ ଜମ୍ବେଶ୍ବର ମହାପାତ୍ର । ପଶ୍ଚିମ ଦ୍ୱାର ନିକଟରେ ଥିବା ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପ ମୂର୍ତ୍ତି ଖସି ସେବାୟତ ଜମ୍ବେଶ୍ବର ମହାପାତ୍ରଙ୍କ ଗୋଡ଼ ଉପରେ ପଡିଥିଲା । ସେବାୟତ ଜମ୍ବେଶ୍ବର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘରୋଇ ହସ୍ପିଟାଲ ସହ ଯୋଗାଯୋଗ ପାଇଁ ସଂଯୋଜକ ନିଯୁକ୍ତ ହୋଇଛନ୍ତି । ଆହତ ସେବକଙ୍କର ସବୁ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିବ । ଜମ୍ବେଶ୍ୱରଙ୍କ ପରିବାରକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଭେଟି ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ, ଶ୍ରୀମନ୍ଦିରର ବେଢା ମଧ୍ୟରେ ଥିବା ନୃସିଂହ ମନ୍ଦିରରେ ସେବାୟତ ଜଣଙ୍କ ସେବା ଓ ପୂଜା କରିବାକୁ ଯାଇଥିଲେ । ତେବେ ନୃସିଂହଙ୍କ ନିକଟରେ ଥିବା ହିରଣ୍ୟକତ୍ସ୍ୟପଙ୍କ ମୂର୍ତ୍ତି ହଠାତ ଖସିପଡ଼ି ସେବାୟତଙ୍କ ଗୋଡରେ ପଡ଼ିଥିଲା । ତେବେ ହିରଣ୍ୟକତ୍ସ୍ୟପଙ୍କ ପଥର ମୂର୍ତ୍ତିର ଓଜନ ପାଖାପାଖି ୩ରୁ ୪କେଜି ହୋଇଥିବା ଜଣାପଡ଼ିଛି । ତେବେ ମୂର୍ତ୍ତିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ସୂଚନା ମିଳିଛି ।

ରାଜ୍ୟ ସରକାରଙ୍କ ଦାବି ପରେ ତତ୍ପର ହେଲା କେନ୍ଦ୍ର, ଆଜି ପହଞ୍ଚିବ ୫ ଲକ୍ଷ ୪୮ ହଜାରରୁ ଅଧିକ ଡୋଜ୍

ଭୁବନେଶ୍ୱର:  କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ରାଜ୍ୟ ସରକାରଙ୍କ କରୋନା ଟିକା ଦାବି ପରେ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଆଜି ୫ ଲକ୍ଷ ୪୮ ହଜାରରୁ ଅଧିକ ଡୋଜ ଆସି ପହଞ୍ଚିବ । ରାଜ୍ୟ ସରକାର ପ୍ରତିଦିନ ୨ଲକ୍ଷ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହା ପର୍ଯ୍ୟାପ୍ତ ହେବ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ।

କେନ୍ଦ୍ର ସରକାର ପାତର ଅନ୍ତର ନକରି ଓଡ଼ିଶାକୁ ଟିକା ବିତରଣରେ ସହଯୋଗ କରନ୍ତୁ ବୋଲି ପୂର୍ବରୁ ରାଜ୍ୟ ସରକାକରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର ଚିଠି ଲେଖିଥିଲେ  । ରାଜ୍ୟ ସରକାର ପ୍ରତ୍ୟେକ ଦିନ ୨ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି  । ଏଥିପାଇଁ ୧୫ ଦିନ ଆଗରୁ ଟିକା ପହଞ୍ଚାଇବା ପାଇଁ ରାଜ୍ୟସରକାର ଦାବି କରିଥିଲେ ।

ବିଦେଶୀ ଭୂତାଣୁକୁ ନେଇ ବଢୁଛି ଭୟ । ତେବେ ୟୁକେ ଷ୍ଟ୍ରେନ ଅପେକ୍ଷା ଭାରତୀୟ ଷ୍ଟ୍ରେନ୍ ଅଧିକ ବିପଜ୍ଜନକ ବୋଲି କହିଛନ୍ତି ବିଶେଷଜ୍ଞ । କୋଭିଡ୍ ଟିକା ନେଇଥିଲେ ବି ସଂକ୍ରମଣ ଆଶଙ୍କା ରହିଛି। ରୋଗ ପ୍ରତିରୋଧକ ଶକ୍ତିକୁ ଏଡାଇ ଆକ୍ରାନ୍ତ କରିପାରେ କରୋନାର ଭାରତୀୟ ଷ୍ଟ୍ରେନ୍ । ତେଣୁ ଜନଗହଳି ସ୍ଥାନରେ ଦୁଇଟି ମାସ୍କ ପିନ୍ଧିବା ସହ ଗ୍ଲୋବ୍ସ ବ୍ୟବହାର କରିବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।