spot_img
Home Blog Page 5889

କରୋନା ଟିକାର ପ୍ରଥମ ଡୋଜ ନେଲେ ରତନ ଟାଟା

ନୂଆଦିଲ୍ଲୀ: ଆଜି କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଲେ ପରେ ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟା । ଟିକା ନେବା ପରେ ରତନ କହିଲେ ଯେ, ଟିକା ନେବା ଅତି ସହଜ ତଥା ଯନ୍ତ୍ରଣାହୀନ।

https://twitter.com/RNTata2000/status/1370604087440338948

ଅବିଳମ୍ବେ ସମସ୍ତେ ଏହି ଟିକା ନେଇ ସୁରକ୍ଷିତ ରହି ପାରିବେ ବୋଲି ରତନ ଟାଟା ଆଶା ପ୍ରକାଶ କରିଛନ୍ତି। ଟିକା ନେଇଥିବା କଥା ତାଙ୍କ ଅଫିସିୟାଲ୍‌ ଟୁଇଟର୍‌ରେ ଘୋଷଣା କରି ସେ ଲେଖିଛନ୍ତି, ଆଜି ଟିକାକରଣର ପ୍ରଥମ ଡୋଜ୍‌ ନେଇ ଧନ୍ୟ ହେଲି । ଟିକା ନେବା ଖୁବ୍‌ ସହଜ ଓ ଯନ୍ତ୍ରଣାହୀନ। ଅବିଳମ୍ବେ ସମସ୍ତଙ୍କୁ ଟିକା ଦିଆଯାଇ ରକ୍ଷା କରାଯାଇ ପାରିବ ବୋଲି ମୁଁ ବାସ୍ତବରେ ଆଶା କରୁଛି।

ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଚାଲିଥିବା ବେଳେ ଶିଳ୍ପପତି ରତନ ଟାଟା ଏହି ଟିକା ନେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଜାନୁଆରି ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୮୨,୧୮,୪୫୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସେଥିରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୫୩,୫୩୭ ଜଣ ହିତାଧିକାରୀ ଟିକା ନେଇଛନ୍ତି।

ଫାଣ୍ଡି ଭିତରୁ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ଯାଆଁଳା ଫାଣ୍ଡି ଭିତରେ ଥିବା ଏକ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର ମାମଲା । ସସପେଣ୍ଡ ହେଲେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହଚାର୍ଯ୍ୟ । ସତ୍ୟବ୍ରତଙ୍କୁ ସସପେଣ୍ଡ କରିଛନ୍ତି ଭୁବନେଶ୍ୱର ଡିସିପି  । ସେପଟେ ଆଜି ଆସିଲା କଙ୍କାଳାର ଶବ ବ୍ୟବଚ୍ଛେଦ ରିପୋର୍ଟ । ଏମ୍ସ ରିପୋର୍ଟ ଅନୁସାରେ ମହିଳାଙ୍କ ବୟସ ପାଖାପାଖି ୪୫ ବର୍ଷ  । କୌଣସି ଆଘାତ ନଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରି ନାହିଁ  । ୨୦୧୯ ମସିହାରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଏକ କାର ଜବତ କରିଥିଲା ପୋଲିସ  । ଏହି କାର ଭିତରୁ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ନରକଙ୍କାଳଟି ଉଦ୍ଧାର ହୋଇଥଲା ।

ଏଥିସହିତ ପଢ଼ନ୍ତୁ: ବିଜେପିକୁ ଝଟ୍‌କା: TMCରେ ଯୋଗଦେଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ହରିଦ୍ୱାର- ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ  ଅଗ୍ନିକାଣ୍ଡ । ଟ୍ରେନର ସି-୪ ବଗିରେ ଲାଗିଛି ନିଆଁ । ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଲୋକୋ ପାଇଲଟ ଜରୁରୀ କାଳୀନ ସ୍ଥିତିରେ ଟ୍ରେନର ବ୍ରେକ ଲଗାଇ ଟ୍ରେନକୁ ଜଙ୍ଗଲରେ ଅଟକାଇଥିଲେ । ତତକ୍ଷଣାତ ଟ୍ରେନଟିକୁ ଖାଲି କରାଯାଇଥିଲା । ଏହା ସହିତ ନିଆଁ ଲାଗିଥିବା ବଗିକୁ ଟ୍ରେନରୁ ଅଲଗା କରି ଅନ୍ୟ ବଗି ଗୁଡ଼ିକୁ ସୁରକ୍ଷିତ ରଖାଯାଇଥିଲା । ଏହି ଟ୍ରେନରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ।

ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ ପୁରା ବଗିରେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ ଜୀବନ ପ୍ରତି କ୍ଷତି ଆସିନାହିଂ ବୋଲି ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ ଆରପି ନୋଟିୟାଲ ।

ଘଟଣାର ଘଟିବାର କିଛି ସମୟ ପରେ ଟ୍ରେନ ଲାଇନର ସମସ୍ତ ପାୱାଲ ସପ୍ଲାଏକୁ କାଟିଦିଆଯାଇଥିଲା ।

ଜମ୍ମୁ କାଶ୍ମୀର ଚର୍ଚ୍ଚିତ ହଣ୍ଡୱାଡା ନାର୍କୋ ଟେରୋର ମାମଲା: ବିଲରୁ ମିଳିଲା ୯୧ ଲକ୍ଷ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ଚର୍ଚ୍ଚିତ ହଣ୍ଡୱାଡା ନାରକୋ ଟେରୋରିଜମ୍ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତ ଏଜେନ୍ସି (NIA) ସାମ୍ବା ଜିଲ୍ଲାରୁ ୯୧ ଲକ୍ଷ ଟଙ୍କା ଜବତ କରିଛି । ଶୁକ୍ରବାର ବିଏସଏଫର ବରଖାସ୍ତ ହୋଇଥିବା ଅଧିକାରୀଙ୍କ ବିଲରୁ ଏହି ଟଙ୍କା ଜବତ କରାଯାଇଛି । ସାମ୍ବା ଜିଲ୍ଲାର ଗୁରୱାଲ ସ୍ଥିତ ଏକ ବିଲରେ ପ୍ରାୟ ସାତ ଫୁଟ ଗଭୀର ତଳେ ଏହି ଟଙ୍କା ସୁରକ୍ଷିତ ଭାବେ ରଖାଯାଇଥିଲା ।

ଏନଆଇଏ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟଙ୍କା ଅଭିଯୁକ୍ତ ରମେଶ କୁମାରଙ୍କ ଡ୍ରଗ୍ସ ସ୍ମଗଲିଙ୍ଗରୁ ମିଳିଥିଲା ।ରମେଶ କୁମାର ଯେତେବେଳେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସହ ଡେପୁଟେସନରେ ଥିଲେ, ସେତେବେଳେ ନିଜ ସହ ଆତଙ୍କବାଦ ଗତିବିଧିକୁ ଚାନେଲାଇଜ କରିବା ପାଇଁ ଏହି ଟଙ୍କା ମିଳିଥିଲା । ଏହି ଟଙ୍କାକୁ ବିଲରେ ପ୍ରାୟ ସାତ ଫୁଟ୍ ତଳେ ସୁରକ୍ଷିତ ଭାବରେ ରଖାଯାଇଥିଲା ।

ପଚରାଉଚରାରେ ସହ ଅଭିଯୁକ୍ତ ମାନେ SIର ନାଁ ନେଇନଥିଲେ, କିନ୍ତୁ ଅନ୍ୟ କନେକସନ ସାମ୍ନାକୁ ଆସିଥିଲା । ରମେଶ କୁମାରକୁ ଲଗାତାର ପଚରାଉଚରା ପରେ ଏନଆଇଏର ଟିମ ବିଲ ପାଖରେ ପହଞ୍ଚିଥିଲେ, ଯେଉଁଠି ସେମାନେ ସଜ ମାଟି ଖୋଳା ହୋଇଥିବା ଦେଖିବାକୁ ପାଇଥିଲେ । ସୂଚନା ଅନୁଯାୟୀ ଗିରଫ ହେବା ପୂର୍ବରୁ ରମେଶ ମାଟି ତଳେ ଟଙ୍କା ଗୁଡ଼ିକୁ ଲୁଚାଇ ରଖିଥିଲା ।

ସୂଚନା ଅନୁଯାୟୀ ଏନଆଇଏ ମାର୍ଚ୍ଚ ୧ ତାରିଖ ଶ୍ରୀନଗର ଏବଂ ଜମ୍ମୁ ଓ କାଶ୍ମୀରରୁ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା । ଏନଆଇଏ ଏହି ଅଭିଯୁକ୍ତଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେଇଥିଲେ । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ହୋଇଥିବା ଖୁଲାସା ଆଧାରରେ ଏନଆଇଏ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

ଠକେଇ ଅଭିଯୋଗରେ ନନ୍ଦୀ ବୃଷଭ ସମେତ ବନ୍ଧା ହେଲେ ୪ ଠକ

ମାଲକାନଗିରି: ଠକେଇ ଅଭିଯୋଗରେ ନନ୍ଦୀ ବୃଷଭ ଗିରଫ । ନନ୍ଦୀ ବୃଷଭ ସମେତ ୪ଜଣ ଠକଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ  । ଅଭିଯୁକ୍ତମାନଙ୍କୁ ମହାରାଷ୍ଟ୍ରର ଗଡ଼ଚିରୋଲିରରୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ମାଲକାନଗିରି ସହରର ମାହେଶ୍ୱରୀ କଲୋନୀର ଭୂମିକା ଜୈନଙ୍କଠାରୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ନନ୍ଦୀ ବୃଷଭ ମାଧ୍ୟମରେ ପରିବାର ସମ୍ପର୍କରେ ଭଲମନ୍ଦ କହି ପ୍ରଥମେ ବିଶ୍ୱାସ ଜନ୍ମାଇଥିଲେ ଅଭିଯୁକ୍ତ । ପରେ ଘରେ ପ୍ରେତାତ୍ମା ରହୁଥିବା କହି ପୂଜାର୍ଚ୍ଚନା କରିବା କଥା କହିଥିଲେ  । ପୂଜା ପାଇଁ ଦାବି କରିଥିଲେ ୫୦ ହଜାର ଟଙ୍କା  । ସେମାନଙ୍କ କଥାକୁ ବିଶ୍ୱାସ କରି ଭୂମିକା ଜୈନ ସେମାନଙ୍କୁ ୪୮ ହଜାର ଟଙ୍କା ଦେଇଥିଲେ । ଗୋଟିଏ ପ୍ୟାକେଟ ଧରାଇ ଫେରାର ମାରିଥିଲେ ଅଭିଯୁକ୍ତ । ମାଲକାନଗିରି ପୋଲିସ ମହାରାଷ୍ଟ୍ରର ଗଡ଼ଚିରୋଲିରୁ ନନ୍ଦୀ ବୃଷଭ ସମେତ ୪ଜଣଙ୍କୁ ଗିରଫ କରିଛି  ।

ଏଥିସହିତ ପଢ଼ନ୍ତୁ: ବିଜେପିକୁ ଝଟ୍‌କା: TMCରେ ଯୋଗଦେଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

ବିଜେପିକୁ ଝଟ୍‌କା: TMCରେ ଯୋଗଦେଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା

କୋଲକାତା: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଝଟ୍‌କା । ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା । ଗତ କିଛି ବର୍ଷ ହେଲା ବିଜେପି ସହ ଯଶବନ୍ତଙ୍କ  ମନାନ୍ତର ଚାଲିଥିବା ବେଳେ ସେ ବିଜେପି ବରୋଧୀ ମନ୍ତବ୍ୟ ଦେଇଆସୁଥିଲେ ।

            ତେବେ ଶନିବାର ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ସ୍ଥିତ ଟିଏମ୍‌ସି ଭବନରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏହି ନିଷ୍ପତ୍ତିରେ ଜନତା ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ସେ ଦଳ ରାଜନୀତିରୁ ଅଲଗା ହୋଇଯାଇଥିଲେ। କିନ୍ତୁ ଆଜି ଦେଶର ମୂଲ୍ୟବୋଧ ସଙ୍କଟରେ ଅଛି ଏବଂ ତାର ଅନୁପାଳନ ହେଉନି। ଗଣତନ୍ତ୍ରର ଶକ୍ତି ଆମ ସଂସ୍ଥାରେ ନିହିତ। କିନ୍ତୁ ଆଜି ସଂସ୍ଥା ଦୁର୍ବଳ ହୋଇପଡିଛି। ଏଥିରେ ଦେଶର ନ୍ୟାୟପାଳିକା ମଧ୍ୟ ସାମିଲ ଅଛନ୍ତି।

ଏହି ଅବସରରେ ଡରେକ୍ ଓ ବ୍ରାୟନ୍, ସୂଦୀପ ବନ୍ଦୋପାଧ୍ୟାୟ ଓ ସୁବ୍ରତ ମୁଖାର୍ଜୀ ଉପସ୍ଥିତ ଥିଲେ। ଯଶବନ୍ତ ସିହ୍ନା ଟିଏମସିରେ ସାମିଲ ହେବାପରେ ସୁବ୍ରତ ମୁଖାର୍ଜୀ ଖୁସି ପ୍ରକାଶ କରିଛନ୍ତି । ମମତାଙ୍କ ଉପରେ ହମଲା ହୋଇନଥିଲେ ସେ ବି ଆଜି ଏଠାରେ ଉପସ୍ଥିତ ହୋଇଥାନ୍ତେ ବୋଲି ସେ କହିଛନ୍ତି। ସୂଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ଟିଏମସିରେ ସାମିଲ ହେବା ପୂର୍ବରୁ ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବାକୁ ତାଙ୍କ ବାସଭବନକୁ ଯାଇଥିଲେ।

କୁଆଖାଇ ନଦୀରେ ନିଖୋଜ ଯୁବକ ଉଦ୍ଧାର

ଭୁବନେଶ୍ୱର: ବାଙ୍କୁଆଳ କୁଆଖାଇ ନଈରେ ନିଖୋଜ ଯୁବକ ଉଦ୍ଧାର । ନଦୀରେ ଗାଧୋଉଥିବା ବେଳେ ଭାସିଯାଇଥିଲେ ଯୁବକ । ୪ ଜଣ ସାଙ୍ଗଙ୍କ ସହ ନଦୀରେ ଗାଧୋଉଥିବା ବେଳେ ଘଟିଥିଲା ଅଘଟଣ । ୩ ଜଣ ବର୍ତ୍ତି ଯାଇଥିବା ବେଳେ ଯୁବକ ଜଣଙ୍କ ନିଖୋଜ ଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚଛି ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ତେବେ ଯୁବକମାନେ କେଉଁଠୁ ଆସିଛନ୍ତି, କିଭଳି ଅଘଟଣ ଘଟିିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ  ।

ଏଥିସହିତ ପଢ଼ନ୍ତୁ: ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀ ପାସ୍