spot_img
Home Blog Page 5958

୧୫ ହଜାର ଫୁଟ୍ ଉପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ

ୱାଶିଂଟନ୍: ଆମେରିକାର ଡେନଭରରୁ ହୱାଇ ଯାଉଥିବା ଏକ ବିମାନର ଇଞ୍ଜିନରେ ନିଆଁ ଲାଗି ଯାଇଛି । ଅଗ୍ନିକାଣ୍ଡ ପରେ ବିମାନରୁ ବଡ଼ ବଡ଼ ଖଣ୍ଡ ଖସି ତଳେ ପଡ଼ିଥିଲା । ଆଉ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ବେଶ୍ ଗରମ ଅନୁଭବ କରିଥିଲେ । ୧୫ ହଜାର ଫୁଟ୍ ଉଚ୍ଚରେ ବିମାନ ଇଞ୍ଜିନରେ ନିଆଁ ଲାଗିବା ସତ୍ତ୍ୱେ ପାଇଲଟ୍ ୨୦ ମିନିଟ୍ ମଧ୍ୟରେ ବିମାନକୁ ସୁରକ୍ଷିକ ଅବତରଣ କରାଇଛନ୍ତି । ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ ଥିବା କୁହାଯାଉଛି ।

 United Airlines plane with more than 230 people on board suffers engine failure

ସୂଚନା ଅନୁସାରେ, ଆମେରିକାର ୟୁନାଇଟେଡ୍ ଏୟାର ଲାଇନ୍ସ ବିମାନ ଡେନଭରରୁ ହୱାଇ ଯାଉଥିଲା । ୨୩୧ ଯାତ୍ରୀଙ୍କୁ ନେଇ ୟୁନାଇଟେଡ୍ ଏୟାର ଲାଇନ୍ସ ବୋଇଂ ୭୭ ଡେନଭରରୁ ହୱାଇ ଉଡ଼ାଣ କରିଥିଲା । ବିମାନଟି ପ୍ରାୟ ୧୫ ହଜାର ଫୁଟ୍ ଉଚ୍ଚରେ ଉଡ଼ୁଥିବା ବେଳେ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା ।

 United Airlines plane with more than 230 people on board suffers engine failure

ବିମାନ ଉଡ଼ାଣର କିଛି ସମୟରେ ଇଞ୍ଜିନରେ ନିଆଁ ଲାଗିବାକୁ ନେଇ ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ । ସ୍ଥାନୀୟ ସମୟ ଅନୁସାରେ ଶନିବାର ଦ୍ୱିପ୍ରହରରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ବିମାନଟି ଡେନଭର ବିମାନବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଛି । ଆକାଶ ମାର୍ଗରୁ ବିମାନର ଖଣ୍ଡ ପଡ଼ି ବିଭିନ୍ନ ଘର ଓ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ମୃତାହତ ହୋଇନାହାଁନ୍ତି ।

ଶୁଣାଣି ବେଳେ ନେକବ୍ୟାଣ୍ଡ ପିନ୍ଧି ନଥିବାରୁ ଓକଲିଙ୍କୁ ହାଇକୋର୍ଟଙ୍କ ଜରିମାନା

କଟକ: ସବୁ ବୃତ୍ତିରେ ନିର୍ଦ୍ଦିଷ୍ଟ ପୋଷାକ ନିୟମ ରହିଛି । ଏମିତି କି ଅନେକଙ୍କ ପୋଷାକରୁ ସେମାନଙ୍କ ବୃତ୍ତି ଜାଣି ହୁଏ । ସେହିଭଳି ଓକିଲ ପିନ୍ଧୁଥିବା ପୋଷାକ ନେଇ ଆଡଭୋକେଟ୍ ଆକ୍ଟ-୧୯୬୧ ସେକ୍ସନ୍ ୪୯ (୧)(ଜିଜି)ରେ ଉଲ୍ଲେଖ ରହିଛି । ଯେଉଁଥିରେ ଆଇନଜୀବୀ ଧଳା ସାର୍ଟ ଉପରେ କଳା କୋର୍ଟ ଓ ଧଳା ନେକ୍ ବ୍ୟାଣ୍ଡ ପିନ୍ଧିବାର ନିୟମ ରହିଛି ।

ଆଉ ଶୁଣାଣି ବେଳେ ନେକବାଣ୍ଡ ପିନ୍ଧି ନଥିବାରୁ ଓଡ଼ିଶା ହାଇକୋର୍ଟ ଜଣେ ଆଇନଜୀବୀଙ୍କୁ ୫୦୦ ଟଙ୍କା ଜରିମାନା କରିଛନ୍ତି । ଭିଡିଓ କନଫରେନ୍ସିଂ ବା ଭର୍ଚୁଆଲ୍ ଶୁଣାଣି ବେଳେ ଆଇନଜୀବୀ ଜଣଙ୍କ ନେକବ୍ୟାଣ୍ଡ ପିନ୍ଧି ନଥିଲେ । ଏହାକୁ ଭିତ୍ତି କରି ଫେବ୍ରୁଆରୀ ୧୫ ତାରିଖରେ କୋର୍ଟ ଆଇନଜୀବୀଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ବାର୍ ଆସୋସିଏସନର ୱେଲଫେୟାର ଫଣ୍ଡରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ରହିଛି ।

Image result for neckband advocate

ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍.କେ ପାଣିଗ୍ରାହୀ ଆଇନଜୀବୀଙ୍କୁ ଜରିମାନା କରିଛନ୍ତି । ଓକିଲାତି ବୃତ୍ତି ପ୍ରକୃତି ଅନୁସାରେ ମହାନ୍ ଏବଂ ପୋଷାକ ଦ୍ୱାରା ଏହାର ପ୍ରଚୁରତା ପୂର୍ଣ୍ଣ ହୋଇଥାଏ । ଜଣେ ଓକିଲ ଅନୁସାରେ କୋର୍ଟର ଭର୍ଚୁଆଲ୍ ଶୁଣାଣି ବେଳେ ଧାର୍ଯ୍ୟ ପୋଷାକ ପିନ୍ଧିବା ଉଚିତ୍ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।

ଗତବର୍ଷ ମାର୍ଚ୍ଚରେ କୋଭିଡ୍ ପାଇଁ ଲକଡାଉନ୍ ହେବା ପରେ ହାଇକୋର୍ଟ ଭର୍ଚୁଆଲ୍ ମାଧ୍ୟମରେ ମାମଲାର ଶୁଣାଣି କରୁଛନ୍ତି । ମାର୍ଚ୍ଚ ୨୬ରୁ ସୀମିତ ସଂଖ୍ୟକ ବିଚାରପତି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ରୋଷ୍ଟର ଅନୁଯାୟୀ ଭର୍ଚୁଆଲ୍ ଶୁଣାଣି କରୁଛନ୍ତି । ଭର୍ଚୁଆଲ୍ ଶୁଣାଣି ବେଳେ ହାଇକୋର୍ଟ ବ୍ଲାକ୍ କୋଟ୍ କିମ୍ବା ଗାଉନକୁ ବାଦ୍ ଦେଇଥିଲେ । ସାଧା ଧଳାସାର୍ଟ କିମ୍ବା ଧଳା ଶାଢି ସହ ସାଧା ଧଳ ନେକବ୍ୟାଣ୍ଡ ପିନ୍ଧିବାକୁ କହିଥିଲେ ।

ସେହିଭଳି ଗତବର୍ଷ ସେପ୍ଟେମ୍ବରରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ବେଳେ ବେସିକ୍ ଡେକୋରେମ୍ ମେଣ୍ଟନ ପାଇଁ ରାଜ୍ୟ ବାର୍ କାଉନସିଲ୍ ଓ ହାଇକୋର୍ଟ ବାର୍ ଆସୋସିଏସନକୁ କହିଥିଲେ । ଘର ପରିବର୍ତ୍ତେ ଜଣେ ଓକିଲ କାର ଭିତରେ ରହି ମାମଲାରେ ପକ୍ଷ ରଖିବା ନେଇ ହାଇକୋର୍ଟ ଏଭଳି କହିଥିଲେ ।

ହାତୀ ଉପଦ୍ରବ ଅସମ୍ଭାଳ, ବସ୍ତାରୁ ଚାଉଳ ସହ ଖାଇଗଲା ୧୦ ହଜାର ଟଙ୍କା

କେନ୍ଦୁଝର: ତେଲକୋଇ ବନାଞ୍ଚଳ ଅଧିନ ଜଗମୋହନପୁର ଫରେଷ୍ଟ ବିଟ୍‌ ଅଞ୍ଚଳରେ ନରହନ୍ତା ଦନ୍ତାର ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ମଣିଷ ମାରୁଛି । ଶନିବାର ବିଳମ୍ବିତ ରାତିରେ ସରୁଆଳି ଗାଁର ଅଙ୍ଗଦ ସାହିରେ ପଶି ସୁରମା ପାତ୍ରଙ୍କର ଝରକା ଭାଙ୍ଗି ୨ ବସ୍ତା ଧାନ ଓ ୨ ବସ୍ତା ଚାଉଳ ଖାଇବା ସହ ଘରର ଆସବାବପତ୍ର ସହ ଗ୍ରିଲ ଭାଙ୍ଗି ଦେଇଛି ।

ସେପଟେ ସରୁଆଳି ଗାଁ ଭିତରେ ପଶି ସମବାରୀ କିଶାନଙ୍କ ଘର ଭାଙ୍ଗି ଦୁଇ କ୍ୱିଣ୍ଟାଲ ଚାଉଳ ସହ ବସ୍ତା ଭିତରେ ଥିବା ୧୦ ହଜାର ଟଙ୍କା ମଧ୍ୟ ଖାଇଯାଇଛି । ଅନ୍ୟପଟେ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ଦୁଇଟି ପୋଷା କୁକୁରକୁ ମଧ୍ୟ ଦନ୍ତା କଚାଡି ମାରି ଦେଇଛି । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଗତ ୧୬ ତାରିଖରେ ଜଗମୋହନପୁର ଗାଁରେ ପଶି ଜାନକୀ ପ୍ରଧାନଙ୍କୁ ଘରୁ ଟାଣିନେଇ କଚାଡି ମାରିଥିଲା ଦନ୍ତା । ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ନରହନ୍ତା ଦନ୍ତାକୁ ସେ ଅଞ୍ଚଳରୁ ଘଉଡ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୁପ ଧାରଣ କରିବାରେ ଲାଗିଛି ।

ସେହିଭଳି ଢେଙ୍କାନାଳ ସହରରେ ଦନ୍ତାଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଶନିବାର ରାତିରେ ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପଛପାଖରେ ଦନ୍ତା ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି  । ପୂର୍ବରୁ ୩ ଲୋକଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ଏବେ ସହର ମୁହାଁ ହୋଇଥିବାରୁ ଲୋକେ ଆତଙ୍କିତ । ହାତୀ ଘଉଡ଼ାଇବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ସୂଚନା ଅନୁସାରେ, କିଛିଦିନ ହେବ ଗୋବିନ୍ଦପୁର ଅଞ୍ଚଳ ଓ ବେଲଟିକିରି  ଅଞ୍ଚଳ ଗୁଡିକରେ ୩ ଲୋକଙ୍କୁ ମାରି ଆତଙ୍କ ସୃଷ୍ଟି କରିଥିଲା ଦନ୍ତା । ଏବେ ଏହି ନରହନ୍ତା ଦନ୍ତା ସହର ମୁହାଁ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟ ଦେଖାଦେଇଛି । ଗତକାଲି ରାତିରେ ସହରରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପଛପାଖରେ ଦନ୍ତା ବୁଲୁଥିବାର ଦୁର୍ଶ୍ୟ ସିସିଟିଭିରେ କଏଦ ହୋଇଛି । ଦୃଶ୍ୟ ସାମ୍ନାକୁ ଆସିବା ପରେ ରାତିରେ ସ୍ଥାନୀୟ ଲୋକେ ଚିନ୍ତାରେ । ତେବେ ଦନ୍ତାକୁ ଘଉଡ଼ାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ପଡୋଶୀ ରାଜ୍ୟରେ ବଢ଼ୁଛି ସଂକ୍ରମଣ, କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ପୁଣି କଡ଼ାକଡ଼ି ହେବ କରୋନା କଟକଣା । ପଡୋଶୀ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସତକର୍ତା ମୂଳକ ପଦକ୍ଷେପ ନିଆଯାଇଛି । ଏଣିକି କରୋନା ଗାଇଡ୍‌ଲାଇନ୍‌ କଡ଼ାକଡି ପାଳିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି SRC ପ୍ରଦୀପ ଜେନା ।

ଢାବା, ରେଷ୍ଟୁରାଣ୍ଟ, ହୋଟେଲଗୁଡିକରେ ରହିବ ତୀକ୍ଷ୍ନ ନଜର । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ପରିସ୍ଥିତି ତଦାରଖ କରିବେ । ସାଧାରଣ ସ୍ଥାନରେ ଗହଳି କରି ଖାଇବା ଉପରେ ଲାଗିବ ରୋକ୍ । ନିୟମ ଉଲ୍ଲଂଘନ କଲେ ସିଲ ହେବ ବ୍ୟବସାୟିକ ପ୍ରତିଷ୍ଠାନ । ଶିକ୍ଷାନୁଷ୍ଠାନ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ । ବଜାର, ହାଟରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯିବ ।

ସେହିଭଳି ଧାର୍ମିକ, କ୍ରୀଡ଼ା ଓ ମନୋରଞ୍ଜନସ୍ଥଳିରେ ଭିଡ଼ ଏଡ଼ାଇବାକୁ ନିର୍ଦ୍ଦେଶ ରହିଛି । ଅଙ୍ଗନବାଡ଼ି କେନ୍ଦ୍ରରେ ପରିଷ୍କାର, ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯିବ । ଶିକ୍ଷକ ଓ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ । ଶିକ୍ଷାନୁଷ୍ଠାନରେ ପାଠପଢ଼ା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟକ୍ରମ ହେବନି । ଗାଇଡଲାଇନ୍ ପାଳନ ସମ୍ପର୍କିତ ସାପ୍ତାହିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏସମସ୍ତ ଗାଇଡଲାଇନ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର ଓ ଏସପିଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଫେରିଲା ନାଇଟ୍‌ କର୍ଫ୍ୟୁ, ଖୁବ୍‌ ଶୀଘ୍ର ହୋଇପାରେ ବି ଲକ୍‌ଡାଉନ୍‌

ମୁମ୍ବାଇ: ପୁନେକୁ ଫେରିଲା ନାଇଟ୍‌ କର୍ଫ୍ୟୁ । ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନେ ସହରରେ ରାତ୍ରିକର୍ଫ୍ୟ ଲାଗୁ କରାଯାଇଛି । ସହରରେ ରାତି ୧୧ଟାରୁ ସକାଳ ୬ଟା ଯାଏଁ ଲାଗୁ ହୋଇଛି କର୍ଫ୍ୟୁ । ଏହି ସମୟରେ ଜରୁରିକାଳୀନ ସେବାରେ ନିୟୋଜିତ ଗାଡ଼ିକୁ ଓ ଲୋକଙ୍କୁ ଛାଡିଦେଲେ ଅନ୍ୟ ସମସ୍ତଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏହାସହ ଆସନ୍ତା ୨୮ତାରିଖ ଯାଏଁ ପୁନେର ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ । ସୋମବାରଠାରୁ ନୂଆ ଗାଇଡଲାଇନ୍ ଜାରି ହେବ ବୋଲି ପୁନେ ଡିଭିଜନାଲ କମିଶନର ସୌରଭ ରାଓ ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ରର କେତେକ ସହରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାରୁ ଏଭଳି ନିଷ୍ପତି ନିଆଯିବା ଜରୁରୀ ବୋଲି କୁହାଯାଉଛି । ମହାରାଷ୍ଟ୍ର ମନ୍ତ୍ରୀ ବିଜୟ ବଡ୍ଡେଟିବାରଙ୍କ ଅନୁସାରେ, ନାଗପୁର, ଅମରାବତୀ, ୟବତମାଳ ଭଳି ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଅକୋଲା, ୟବତମାଳ, ସତାରା ଓ ଅମରାବତୀ ଆଦି ସ୍ଥାନରେ ସଂକ୍ରମଣ ବୃଦ୍ଧି ଅଧିକାରୀଙ୍କ ପାଇଁ ଚିନ୍ତା ପାଲଟିଛି । ଫେବ୍ରୁଆରୀ ୨୦ ତାରିଖରେ ମହାରାଷ୍ଟ୍ରରେ କରୋନାର ୬ ହଜାର ୨୮୧ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇ, ଥାନେ, ଅମରାବତୀ, ପୁନେ ଓ ନାଗପୁରରେ ଲକଡାଉନ୍ ହେବା ନେଇ ଆକଳନ କରାଯାଉଛି ।

ଜୋରନ୍ଦା ମେଳାକୁ ଜିଲ୍ଲା ଓ ରାଜ୍ୟ ବାହାର ସାଧୁଙ୍କୁ ବାରଣ

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ଫତୁଆ । ପ୍ରତିବର୍ଷ ଜିଲ୍ଲା ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ମହିମା ଧର୍ମୀ ବାବା ଜୋରନ୍ଦା ମେଳାକୁ ଆସିଥାନ୍ତି । ଚଳିତବର୍ଷ ମହାମାରୀ କରୋନା ପାଇଁ ଜୋରନ୍ଦା ମେଳା ଆସିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି ।

Dhenkanal Administration Puts Restrictions On Outsiders Joining In Joranda Mela

ଏଥିସହ କେବଳ ଢେଙ୍କାନାଳ ଜିଲ୍ଲା ଭିତରେ ଥିବା ମହିମା ସାଧୁ ବାବାମାନଙ୍କୁ ନେଇ ରୀତିନୀତି କରାଯିବ । ମୁଖ୍ୟ ମନ୍ଦିର ଭିତରେ ଏକା ସାଙ୍ଗରେ ପର୍ଯ୍ୟାୟ କ୍ରମେ ମାତ୍ର ୫୦ ଜଣ ଭକ୍ତ ୧୦ ମିନିଟ୍ ପାଇଁ ଦର୍ଶନ କରି ପାରିବେ । ଆସନ୍ତା ୨୫, ୨୬ ଓ ୨୭ ତାରିଖ ତିନିଦିନ ଧରି ମାଘ ମେଳା ଅନୁଷ୍ଠିତ ହେବ ।

ଜଲେଶପଟ୍ଟା ଆଶ୍ରମକୁ ଉଡ଼ାଇ ଦେବାକୁ ଧମକ ଦେବା ଘଟଣା, ମହାଦେବ ବାବା ଅଟକ

ବ୍ରହ୍ମପୁର/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଜଲେଶପଟ୍ଟା ଆଶ୍ରମକୁ ଉଡ଼ାଇ ଦେବା ପାଇଁ ଧମକ ଘଟଣା । ଫୋନରେ ଧମକ ଦେଇଥିବା ମହାଦେବ ବାବାକୁ କାବୁ କଲା ପୋଲିସ । ମହାଦେବ ବାବାକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମହାଦେବ ବାବା ପୂର୍ବରୁ ଜଲେଶପଟ୍ଟା ଓ ଚକାପାଦ ସ୍ଥିତ ଆଶ୍ରମରେ ରହୁଥିଲେ ।

Threatens To Blow Up Jalespata Ashram, Police Detained Mahadev Baba

ଶନିବାର ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଫୋନ୍ ଯୋଗେ କେହି ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିଲେ । ନିଜକୁ ମାଓବାଦୀ କହି ୪ ଦିନ ମଧ୍ୟରେ ଆଶ୍ରମ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ସନ୍ଦିଗ୍ଧ । ଏନେଇ ସ୍ୱାମୀଜୀ ତୁମୁଡ଼ିବନ୍ଧ ଥାନାରେ ଲିଖିତି ଅଭିଯୋଗ କରିଥିଲେ ।

ଏଥିସହ ପଢ଼ନ୍ତୁ- ଜଲେଶପଟ୍ଟା ଆଶ୍ରମ ଉଡ଼ାଇଦେବାକୁ ସ୍ୱାମୀଜୀଙ୍କୁ ଧମକ

ପୋଲିସରେ ଅଭିଯୋଗ ପରେ ରବିବାର ଶସସ୍ତ୍ର ସୁରକ୍ଷାକର୍ମୀ ଜଲେଶପଟ୍ଟା ଆଶ୍ରମରେ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସମଗ୍ର ଅଞ୍ଚଳରେ ବମ୍ ସ୍କ୍ୱାଡ୍ ଯାଞ୍ଚ କରିଥିଲେ । ଏବେ ସେହି ଆଶ୍ରମରେ ପୂର୍ବରୁ ରହୁଥିବା ମହାଦେବ ବାବଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । କାହିଁକି ମହାଦେବ ଆଶ୍ରମ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ପୋଲିସ ପଚରାଉଚରା କରୁଛି ।

ତୈମୁରଙ୍କ ସାନଭାଇର ନାମକରଣରେ ଫ୍ୟାନ୍ ବ୍ୟସ୍ତ, ସୋସିଆଲ ମିଡିଆରେ ଦିଆ ହେଉଛି ନାମ

କରୀନା କାପୁର ଖାନ୍‌ । ପୁଣି ହାଇଲାଇଟ୍‌ସରେ । ପୁଣି ଏକ ବେବି ବୟକୁ ଜନ୍ମ ଦେଇ କରୀନା ଏବେ ସୋସିଆଲ ମିଡିଆରେ ଛାଇଯାଇଛନ୍ତି । ଫେସ୍‌ବୁକ୍‌ ଇନ୍‌ଷ୍ଟା ଟ୍ୱିଟର ସବୁଠି ଏବେ କରୀନା-ସୈଫ ।  ଖାଲି କରୀନା-ସୈଫ୍‌ ନୁହଁନ୍ତି, ପ୍ରଥମ ସନ୍ତାନ ତୈମୁରର ଫଟୋ ମଧ୍ୟ ବେଶ୍‌ ଭାଇରାଲ ହେଉଛି ।

Kareena Kapoor

୯୦ ଦଶକର ହିରୋଇନ୍‌ ମାନଙ୍କ ପରେ ଯିଏ ସବୁଠାରୁ ହିଟ୍‌ ଥିଲେ ସେ ହେଉଛନ୍ତି ଓ୍ୱାନ୍‌ ଆଣ୍ଡ ଓନଲି କରୀନା କାପୁର । ପାଖାପାଖି ୧୦-୧୫ ବର୍ଷ ସେ ବଲିଉଡ୍‌ରେ ରାଜ କରିଛନ୍ତି । ଅନେକ ଦିନ ଧରି ତାଙ୍କର କୌଣସି ଫିଲ୍ମ ଆସିନଥିଲେ ମଧ୍ୟ ତାଙ୍କୁ ଫ୍ୟାନ୍ସମାନେ ଭୁଲି ନାହାନ୍ତି । ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ କରୀନା କାପୁର ଖାନ୍‌ ଚର୍ଚ୍ଚାରେ ରହି ଆସିଛନ୍ତି ।

Kareena Kapoor

ସାଧାରଣତଃ ଫିଲ୍ମକୁ ନେଇ ହିରୋଇନ୍‌ ଚର୍ଚ୍ଚାରେ ରହିବା ସ୍ୱାବଭାବିକ୍‌ କଥା । ହେଲେ କରୀନା ନିଜ ବିଭିନ୍ନ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ଫିଲ୍ମ ବ୍ୟତୀତ ସେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ବେଳେ ପରେ ପ୍ରଥମ ପୂତ୍ର ତୈମୁର ପାଇଁ ବେଶ୍‌ ଚର୍ଚ୍ଚାରେ ଥିଲେ ।

ଆଉ ଏବେ ଦ୍ୱିତୀୟ ପୁତ୍ର ସନ୍ତାନକୁ ନେଇ ମଧ୍ୟ ସେ ବେଶ୍‌ ଚର୍ଚ୍ଚାରେ । ଏହି ଖବର ପାଇ କାପୁର ଫ୍ୟାମିଲି ଓ ଖାନ୍‌ ଫ୍ୟାମିଲିରେ ଖୁସିର ମାହୋଲ । ଫ୍ୟାନ୍ସ ମାନେ ମଧ୍ୟ ଏଥିପାଇଁ ଖୁସି ଜାହିର କରିଛନ୍ତି । ସୋସିଆଲ ମିଡିଆରେ ଏବେ ଖାଲି କରୀନାଙ୍କ ଚର୍ଚ୍ଚା । ଗତ ୨୦୨୦ ଅଗଷ୍ଟ ମାସରେ କରୀନା ଓ ସୈଫ ଆଉ ଏକ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି କହିସାରିଥିଲେ । କରୀନା ନିଜ ପ୍ରେଗ୍ନେନ୍‌ସି ସମୟରେ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥିଲେ । ସୋସିଆଲ ମିଡିଆରେ ଲୋକଙ୍କୁ ଫ୍ୟାସନ୍‌ ଗୋଲ୍ସ ଶିଖାଉଥିଲେ । ପ୍ରଗ୍ନେନ୍‌ସି ଆରମ୍ଭରୁ ସେ ଜିନ୍ସ ଟି ସାର୍ଟ ପିନ୍ଧୁଥିବା ବେଳେ ପରେ ପରେ ସେ କଫ୍ତାନ୍‌, ମ୍ୟାକ୍ସି ଡ୍ରେସ୍‌, ପାଲାଜୁ ଓ କୁର୍ତ୍ତା ମଧ୍ୟ ପିନ୍ଧିଥିଲେ । ଏମିତିକି ଫିଟ୍‌ ଆଣ୍ଡ ଫାଇନ୍‌ ରହିବା ପାଇଁ ସେ ଯୋଗ କରୁଥିବା ଓ ସୂର୍ଯ୍ୟ ନମସ୍କାର କରୁଥିବା ଫଟୋ ମଧ୍ୟ ବେଶ୍‌ ଭାଇରାଲ ହୋଇଥିଲା ।

Kareena Kapoor

ତେବେ କରୀନାଙ୍କ ଆଉ ଏକ ପୁତ୍ର ଜନ୍ମ ନେବା ପରେ ଏବେ ସୋସିଆଲ ମିଡିଆରେ ତା’ର ନାମ କରଣକୁ ନେଇ ବେଶ ଆଲୋଚନା ଆରମ୍ଭ ହୋଇଛି । ତୈମୁରର କ୍ୟୁଟ୍‌ନେସ୍‌କୁ ନେଇ ଯେଭଳି ସୋସିଆଲ ମିଡିଆ ଉଠିଲା ପଡ଼ିଲା, ଠିକ୍‌ ସେହିଭଳି ଏବେ ତୈମୁର ସାନ ଭାଇର ନାମ କରଣକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

https://twitter.com/DanishSait/status/1363383747458965507

ଦ୍ୱିତୀୟ ପୁତ୍ରର ନାମ କରଣକୁ ନେଇ ବାପା- ମା’ କିମ୍ବା ଭାଇ ଯେତିକି ଚିନ୍ତା କରିନଥିବେ, ,ସୋସିଆଲ ମିଡିଆ ୟୁଜର୍ସମାନେ ଅଧିକ ଚିନ୍ତା କରୁଛନ୍ତି । କରୀନାଙ୍କ ପୁଅ ବା ତୈମୁରର ଭାଇ ଜନ୍ମ ହେବା ମାତ୍ର ତାର ନାମ କରଣ କରିବା ଆରମ୍ଭ କରିଛନ୍ତି । ନବାବ ଖାନ୍‌ଦାନ୍‌ର ହୋଇଥିବାରୁ ୟୁଜର୍ସମାନେ ଠିକ୍‌ ସେହିଭଳି ନାଁ ହିଁ ସଜେଷ୍ଟ କରୁଛନ୍ତି । ଲାଗୁଛି ଯେମିତି ୟୁଜର୍ସମାନେ ହିଷ୍ଟ୍ରିରୁ ନାଁ ଖୋଜି ଖୋଜି ବାହାର କରୁଛନ୍ତି ।  ସେହି ନାଁ ଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ରହିଛି ଔରଙ୍ଗଜେବ୍‌ । ତୈମୁର ପରେ ସୈଫ୍‌ଙ୍କ ଘରକୁ ଆସିଲା ଔରଙ୍ଗ୍‌ଜେବ । ଏଭଳି ଅନେକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଖାଲି ଔରଙ୍ଗଜେବ୍‌ ନୁହେଁ ବାବର, ମହମ୍ମଦ ଆଜାମ୍‌ ସାହ, ବାହାଦୁର ସାହ, ଜାହାନ୍ଦର ସାହ ଏଭଳି ଅନେକ ନାମ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ।

କିନ୍ତୁ ସୋସିଆଲ ମିଡିଆ ଟ୍ୱିଟରକୁ ଦେଖିଲେ ଲାଗିବ ସତେ ଯେମିତି ତୈମୁର ସାନ ଭାଇର ନାଁ ଔରଙ୍ଗଜେବ ହିଁ । ତେବେ ଫ୍ୟାନ୍ସ ମାନେ ଏଭଳି ନାଁ ସଜେଷ୍ଟ କରିବା ବି ସ୍ୱାଭାବିକ୍‌ କଥା । କାରଣ ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନ୍‌ ତୈମୁର ନାମ କରଣକୁ ନେଇ ଇତିହାସ ପୃଷ୍ଠା ଓଲଟାଇଥିଲେ । ଆଉ ଇତିହାସର ରାଜା ରାଜୁଡ଼ା ସମୟରୁ ସେହି ନାଁ ଆଣିଥିଲେ ବୋଲି କଫି ଓ୍ୱିଥ୍କରନ୍‌’ ସୋ’ରେ କହିଥିଲେ । ତେଣୁ ୟୁଜର୍ସମାନେ କହିବା ବି ସ୍ୱାଭାବିକ୍‌ ।

କୋଇଲା ଚୋରାଚାଲଣ ମାମଲା, ପଚରାଉଚରା ପାଇଁ ଟିଏମସି ସାଂସଦଙ୍କୁ CBI ନୋଟିସ୍

କୋଲକାତା: ନିର୍ବାଚନ ଆସୁଛି, ରାଜନୀତି ଉଷ୍ମ ହେଉଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସକ୍ରିୟ ହୋଇଛି ସିବିଆଇ । କୋଇଲା ଚୋରା ଚାଲାଣ ମାମଲାରେ ସିବିଆଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକଙ୍କ ସମନ ଜାରି କରିଛି ।

ରବିବାର ସିବିଆଇର ଏକ ଟିମ୍ କୋଇଲା ଚୋରାଚାଲାଣ ମାମଲାରେ ସମନ ଜାରି କରିବାକୁ ଅଭିଷେକଙ୍କ ବାସଭବନ ଯାଇଥିଲା । ଟିଏମସି ସାଂସଦ ଅଭିଷେକଙ୍କୁ କୋଇଲା ଚୋରାଚାଲାଣ ମାମଲାରେ ଜେରା କରିବ ସିବିଆଇ । ପଚରାଉଚରା ଲାଗି ୨୪ ଘଣ୍ଟା ମଧ୍ୟରେ ହାଜର ହେବାକୁ ଅଭିଷେକଙ୍କୁ ସିବିଆଇ ନୋଟିସ୍ କରିଛି ।

CBI Summons TMC Leader Abhishek Banerjee On Coal Smuggling Case

ପୂର୍ବରୁ ସିବିଆଇ ଅଭିଷେକଙ୍କ ବିଶ୍ୱସ୍ତଙ୍କୁ ଏହି ମାମଲାରେ ଜେରା କରିବା ସହ ସେମାନଙ୍କ ଘରେ ରେଡ୍ କରିଥିଲା । ୨୦୨୦ ଡିସେମ୍ବର ୩୧ରେ କୋଲକାତାରେ ତୃଣମୂଳ ୟୁଥ୍ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ବେଆଇନ୍ ଗୋ-ଚାଲାଣକୁ ନେଇ ଏହି ରେଡ୍ କରାଯାଇଥିଲା । ଅଭିଷେକଙ୍କ ଘନିଷ୍ଠ ମଧ୍ୟରୁ ବିନୟ ଅନ୍ୟତମ ।

ସିବିଆଇ ୨୦୨୦ ନଭେମ୍ବର ୨୮ରେ କୋଇଲା ଚୋରାଚାଲାଣ ମାମଲାକୁ ନେଇ ୩ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ରେଡ୍ କରିଥିଲା । ପଶ୍ଚିମବଙ୍ଗର କୋଲକାତା ସହ ଆସନସୋଲ୍, ଦୁର୍ଗାପୁର ଓ ରାଣୀଗଞ୍ଜ ଆଦି ଅଞ୍ଚଳରେ ରେଡ୍ ହୋଇଥିଲା ।

ପକ୍ଷୀଙ୍କ ପରେ ଏବେ ମଣିଷଙ୍କୁ ସଂକ୍ରମିତ କରୁଛି ବାର୍ଡ ଫ୍ଲୁ, ଏହି ଦେଶରେ ମିଳିଲା ପ୍ରଥମ ମାମଲା

ନୂଆଦିଲ୍ଲୀ (ସୁଶାନ୍ତ କୁମାର ସାହୁ): ଏବେ ଯାଏ ବାର୍ଡ ଫ୍ଳୁ କେବଳ ପକ୍ଷୀ ଆଉ ଜୀବଜନ୍ତୁଙ୍କୁ ହେଉଥିବା ଆପଣ ଜାଣିଥିବେ । ତେବେ, ପ୍ରଥମ ଥର ପାଇଁ ମଣିଷ ଠାରେ ମିଳିଛି ବାର୍ଡ ଫ୍ଲୁ ମାମଲା । ଋଷର ବ୍ୟକ୍ତିଙ୍କ ଠାରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ି ଯାଇଛି । ଏ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ଅବଗତ କରାଇଛି ଋଷ ।

Russia Reports Worlds First Case Of Human Infection With H5N1 Bird Flu

ଋଷର ସ୍ୱାସ୍ଥ୍ୟ ଅଧିକାରୀ ଏନା. ପୋପୋୱାଙ୍କ ସୂତ୍ରରୁ ଖବର ଅନୁସାରେ, ୨୦୨୦ରେ ଋଷର ଦକ୍ଷିଣ ପ୍ରାନ୍ତରେ ବାର୍ଡ ଫ୍ଲୁ ବ୍ୟାପିଥିଲା । ସେଠାର ଏକ କୁକୁଡ଼ା ଫାର୍ମରେ କାମ କରୁଥିବା ୭ ଜଣଙ୍କ କର୍ମଚାରୀ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେବେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଲଗାତାର ସୁଧାର ଆସୁଥିବା ବେଳେ ଏବେବି ସ୍ୱଳ୍ପ ଲକ୍ଷଣ ରହିଛି ।

Russia Reports Worlds First Case Of Human Infection With H5N1 Bird Flu

ତେବେ ମଣିଷଙ୍କ ଦେହକୁ କେମିତି ଆସିଲା ବାର୍ଡ ଫ୍ଲୁ ଭୂତାଣୁ ? ସୂଚନା ଅନୁସାରେ, ବାର୍ଡ ଫ୍ଲୁ ସଂକ୍ରମିତ ଜୀବିତ କିମ୍ବା ମୃତ ପକ୍ଷୀଙ୍କ ସହ ସିଧା ସମ୍ପର୍କରେ ଆସିବା ପରେ ମଣିଷ ସଂକ୍ରମିତ ହୋଇଥାଏ । ବିଶେଷକରି ବାର୍ଡ ଫ୍ଲୁ ଜଙ୍ଗଲି ପକ୍ଷୀଙ୍କ ଦ୍ୱାରା ବ୍ୟାପିଥାଏ । ଏଥିପାଇଁ କୁକୁଡ଼ା ଫାର୍ମ ଗୁଡ଼ିକୁ ସଂକ୍ରମଣ ଠାରୁ ବର୍ତ୍ତିବା ପାଇଁ ଗୃହପାଳିତ ଅନ୍ୟ ପଶୁପକ୍ଷୀଙ୍କ ଠାରୁ ଦୂରେଇ ରଖିବା ସହ ସଠିକ୍ ବ୍ୟବସ୍ଥା କରିବା ଉଚିତ୍ ।

Russia Reports Worlds First Case Of Human Infection With H5N1 Bird Flu

ତେବେ, ଋଷର ୭ ଜଣଙ୍କ ଠାରେ ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ମିଳିଥିବା ବେଳେ ଆଉ ଏକ ଆଶ୍ୱସ୍ତି ଖବର ମଧ୍ୟ ରହିଛି । ଋଷ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ, ସଂକ୍ରମିତଙ୍କ ଠାରୁ ଅନ୍ୟ ଲୋକ ପୁନଃ ସଂକ୍ରମିତ ହୋଇଥିବାର କୌଣସି ମାମଲା ଆସିନାହିଁ । ସମସ୍ତ ସଂକ୍ରମିତଙ୍କ ଆଇସୋଲେଟ୍ କରି ରଖା ଯାଇଥିବା ବେଳେ ସମ୍ପର୍କରେ ଆସିଥିବା ଲୋକଙ୍କୁ ଟ୍ରେସ୍ କରାଯାଉଛି ।

Russia Reports Worlds First Case Of Human Infection With H5N1 Bird Flu

ବାର୍ଡ ଫ୍ଲୁ ବାହକ କେତେକ ଭୂତାଣୁ ହୋଇଥିବା ବେଳେ ସେଥିମଧ୍ୟରୁ H5N1କୁ ସବୁଠୁ ଘାତକ କୁହାଯାଏ । କାରଣ H5N1 ଭୂତାଣୁ ହିଁ ମଣିଷ ଦେହକୁ ବାର୍ଡ ଫ୍ଲୁ ବାହକ ଭାବେ କାମ କରିଥାଏ । ମଣିଷ ଦେହରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ୧୯୯୭ରେ ଆସିଥିଲା । ହଂକଂରେ କୁକୁଡ଼ାଙ୍କ ଠାରୁ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିଲେ ।

Russia Reports Worlds First Case Of Human Infection With H5N1 Bird Flu

୨୦୦୩ରେ ବାର୍ଡ ଫ୍ଲୁ ଭାଇରସ୍ ଚୀନ୍, ୟୁରୋପ, ଆଫ୍ରିକା ସମେତ ଏସିଆ ମହାଦେଶରେ ବ୍ୟାପିଥିଲା । ୨୦୧୩ରେ ଚୀନର ଜଣେ ବ୍ୟକ୍ତି ମଧ୍ୟ ବାର୍ଡ ଫ୍ଲୁ ସଂକ୍ରମିତ ହୋଇଥିଲେ । ତେବେ, WHO ଅନୁସାରେ ବାର୍ଡ ଫ୍ଲୁ ସାଧାରଣତଃ ମଣିଷକୁ ସଂକ୍ରମିତ କିମ୍ବା ପ୍ରଭାବିତ କରିନଥାଏ ।