spot_img
Home Blog Page 6055

ବିକାଶ ନୁହେଁ, ବିନାଶ ଚାହୁଁଛି ବିଜେପି… କଥା ନମାନିଲେ କରୁଛି ସିବିଆଇ ରେଡ୍: ମମତା

କୋଲକାତା: ପଶ୍ଚିମବଙ୍ଗରୁ ବିଜେପିକୁ ଟାର୍ଗେଟ୍ । ଶାହଙ୍କ ନାଁ ଧରିଲେ, ପୁଣି ମାଟି ମଣିଷର କଥା କହିଲେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ଗୋଟି ଚାଳନା କରିଛନ୍ତି ଦିଦି । ବିଜେପି ଭାଷା ଭିତ୍ତିରେ ବିଭାଜନ ସୃଷ୍ଟି କରିବା ସହ ହିନ୍ଦୁ-ମୁସଲିମଙ୍କୁ ନେଇ ଦେଶକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ମମତା କହିଛନ୍ତି ।

Mamata Banerjee Targeted BJP Amit Shah Over Hindi Language

କୋଲକାତା ଟିଏମସି ଭବନର ମିଡିଆ ସେଣ୍ଟରରେ ମମତା ବାନାର୍ଜୀ ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଆଦି ହିନ୍ଦୀ ଭାଷୀ ରାଜ୍ୟର ଲୋକଙ୍କୁ ସମ୍ବୋଧନ କରିଛନ୍ତି । ଜାନୁଆରୀ ୨୬ରେ ହୋଇଥିବା କୃଷକଙ୍କ ଟ୍ରାକ୍ଟର ରାଲି ଉପରେ ବି ମତ ରଖିଛନ୍ତି । ୨୦ ଲକ୍ଷ ଚାଷୀ ଏକାଠି ହେଲେ ଛୋଟବଡ଼ ଦୁର୍ଘଟଣା ଘଟିବା ସ୍ୱାଭାବିକ ବୋଲି କହିଛନ୍ତି ଦିଦି । ମୋଦି, ଅମତି ଶାହ କୃଷକଙ୍କ କଥା ଶୁଣନ୍ତୁ ନତେଚ୍ ଗାଦି ଛାଡ଼ନ୍ତୁ ବୋଲି ମମତା କହିଛନ୍ତି । ଏଥିସହ ପଶ୍ଚିମବଙ୍ଗ ବିଧାନସଭାରେ ୩ କୃଷି ବିଲ୍ ବିରୋଧରେ ସଂକଳ୍ପ ପାରିତ କରିଥିବା କହିଛନ୍ତି ମମତା ।

ମମତା ଅଭିଯୋଗ କରିଛନ୍ତି- ବିଜେପି ସମସ୍ତଙ୍କୁ ଡରାଉଛି । ବିଜେପି କଥା ଯିଏ ନଶୁଣୁଛି ତା’ଘରେ ସିବିଆଇ ରେଡ୍ କରୁଛି । କେବଳ ନିର୍ବାଚନ ଆସିଲେ ବିଜେପି ଭୋଟ୍ ମାଗିବାକୁ ଆସୁଛି ବୋଲି ଦିଦି କହିଛନ୍ତି । ସିଟ୍ ଛାଡ଼ିଦେବୁ ସିନା କିନ୍ତୁ ସର ବା ମୁଣ୍ଡ ନୂଆଁଇବୁ ନାହିଁ ବୋଲି ମମତା କହିଛନ୍ତି । ବିଜେପି କୃଷକଙ୍କୁ ଅପମାନିତ କରିଛି । ଆମେ ଭୋଟ୍ ମାଧ୍ୟମରେ ଏହାର ଜବାବ ବିଜେପିକୁ ଦେବୁ ବୋଲି କହିଛନ୍ତି ।

Mamata Banerjee Targeted BJP Amit Shah Over Hindi Language

କୃଷକ ଦେଶରେ ନରହିଲେ ବିଜେପି କଣ ଖାଇବ ? ସୁନା, ରୂପା ଓ ହୀରା ଖାଇ ବିଜେପି ବଞ୍ଚିବ କି ବୋଲି ମମତା ପ୍ରଶ୍ନ କରିଛନ୍ତି । ଏଥିସହ ହିନ୍ଦୀ ଭାଷାକୁ ନେଇ ମମତା, ଶାହଙ୍କୁ ଟାର୍ଗେଟ୍ କରିଛନ୍ତି । ମୋତେ ହିନ୍ଦୀ ଅଳ୍ପ ବହୁତ ଜଣାଅଛି, କହିପାରେ । କିନ୍ତୁ, ଶାହ ଟେଲିପ୍ରମ୍ପଟରରେ ଗୁଜରାତି ଲେଖା ହିନ୍ଦୀକୁ ପଢ଼ୁଛନ୍ତି । ଆଜି କୋଲକାତାର ଟିଏମସି ଭବନରେ ହିନ୍ଦୀ ଭାଷୀ ଲୋକଙ୍କୁ ନେଇ ସମ୍ମିଳନୀ କରିଥିବା ମମତା ଆଗାମୀ ଦିନରେ ହିନ୍ଦୀ ଭାଷୀ ଲୋକଙ୍କୁ ନେଇ ଅନ୍ତର୍ଜାତୀୟ ସମ୍ମିଳନୀ କରିବେ ବୋଲି କହିଛନ୍ତି ।

ବଢ଼ିଲା ସଂସଦ କ୍ୟାଣ୍ଟିନରେ ଖାଇବା ଦର, ଆଉ ମିଳିବନି ୨ ଟଙ୍କିଆ ରୁଟି ୧୦ ଟଙ୍କିଆ ଦୋସା

0

ନୂଆଦିଲ୍ଲୀ: ସଂସଦର କ୍ୟାଣ୍ଟିନରେ ସାଂସଦ ଓ ଅନ୍ୟମାନଙ୍କୁ ମିଳୁଥିବା ସବସିଡି ଶେଷ ହେବାପରେ ବର୍ତ୍ତମାନ ନୂଆ ଦର ତାଲିକା ଜାରି କରାଯାଇଛି। ସଚିବାଳୟ ଯେଉଁ ନୂଆ ଦର ଜାରି କରିଛି ସେଥିରେ ୩ ଟଙ୍କାରୁ ଆରମ୍ଭ କରି ୭୦୦ ଟଙ୍କା ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ରହିଛି। ସଂସଦର ଏହି ନୂଆ ଦର ଜାନୁଆରୀ ୨୯ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ପୂର୍ବରୁ ହିଁ ଲାଗୁ ହୋଇଯାଇଛି। ଅର୍ଥାତ ଏହି ଅଧିବେଶନରେ ସାଂସଦମାନଙ୍କୁ ନୂଆ ଦରରେ ଖାଇବା ମିଳିବ।

ସଂସଦର କ୍ୟାଣ୍ଟିନର ଏହି ନୂଆ ଦର ଅନୁଯାୟୀ କ୍ୟାଣ୍ଟିନରେ ସବୁଠୁ ଶସ୍ତାରେ ମିଳିବ ରୁଟି। ପଟେ ରୁଟିର ଦାମ ୩ ଟଙ୍କା। ଆଉ ସବୁଠୁ ମହଙ୍ଗା ହେବ ନନଭେଜ୍ ବଫେ ଲଞ୍ଚ୍। ଯାହାର ମୂଲ୍ୟ ୭୦୦ ଟଙ୍କା ରହିବ। ଏହାବ୍.ତୀତ ଭେଜ୍ ବଫେ ଲଞ୍ଚର ମୂଲ୍ୟ ୫୦୦ ଟଙ୍କା ରଖାଯିବ। ଏହା ନିରାମିଷ ଖାଦ୍ୟ ଭତରେ ସବୁଠୁ ମହଙ୍ଗା।

ପୂର୍ବରୁ ଏଗୁଡ଼ିକର ଦାମ୍ ବହୁତ କମ୍ ଥିଲା । ଯେପରିକି  ରୁଟି ଗୋଟେ ୨ ଟଙ୍କା, ଦୋସା ୧୦ ଟଙ୍କା ଆଳୁ ବୋଣ୍ଡା ୧୦ ଟଙ୍କା, କଡ଼ି ପକୋଡ଼ା ୧୦ ଟଙ୍କା, ଓ ହାଇଦ୍ରାବାଦୀ ଚକେନ ବିରିୟାନୀ ମୂଲ୍ୟ ମାତ୍ର ୬୫ ଟଙ୍କା ଥିଲା । କିନ୍ତୁ ନୂଆ ଦର ତାଲିକା ଅନୁଯାୟୀ, ଚିକେନ ବିରିୟାନୀ, ଚିକେନ କଟଲେଟ୍, ଚିକେନ ଫ୍ରାଇ ଓ ଭେଜ ଥାଳିର ଦର ୧୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ସେହିପରି ମଟନ ବିରିୟାନୀ ଓ ମଟନ କଟଲେଟ୍ର ମୂଲ୍ୟ ୧୫୦ ଟଙ୍କା ରଖାଯାଇଥିବା ବେଳେ ମଟନ ତରକାରୀର ପାଇଁ ୧୨୫ ଟଙ୍କା ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଏହି ନୂଆ ଦର ତାଲିକା ଯୋଗୁ ଲୋକସଭା ସଚିବାଳୟକୁ ବାର୍ଶିକ ୮ କୋଟି ଟଙ୍କା ସଞ୍ଚୟ ହେବ। ସଂସଦ ଗୃହର କ୍ୟାଣ୍ଟିନର ଖାଦ୍ୟ ସାମଗ୍ରୀ ପାଇଁ ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କାର ବିଲ୍ ଆସିଥାଏ। ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଏବେଠୁ ଉତ୍ତର ରେଲୱେ ବିଗତ ୫୨ ବର୍ଷ ହେଲା ସଂସଦରେ ଖାଦ୍ୟ ଯୋଗେଇ ଆସୁଛି। କିନ୍ତୁ ଏବେଠୁ ରେଲୱେ ପରିବର୍ତ୍ତେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ (ITDC) ସଂସଦର କ୍ୟାଣ୍ଟିନର ପରିଚାଳନା କରିବ।

ସେବାୟତ ବିବାଦରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ୩ ଘଣ୍ଟା ବିଳମ୍ବ

ପୁରୀ: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ହୋଇପାରୁନି ଶ୍ରୀଜିଉଙ୍କ ସୁନାବେଶ । ଆଜି ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ସମ୍ପାଦନ ପରେ ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶ ହୋଇଥାନ୍ତେ । ତେବେ, ସୁନାବେଶ ଏଯାଏ ହୋଇପାରିନାହିଁ । ସକାଳ ଧୂପ ନୀତି ପରେ ସୁନାବେଶ ହୋଇଥାଏ ।

Conflict Between Two Sebayat Group, Ritual Of Sri Jew 3 Hours Delayed

ସିଂହାରୀ ଓ ମେକାପ୍ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ସୁନାବେଶ ହୋଇପାରିନାହିଁ । ନୀତିକାନ୍ତି ୩ ଘଣ୍ଟା ବିଳମ୍ବରେ ଚାଲିଛି । ପୌଷ ପୂର୍ଣ୍ଣମା ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ସହ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥାଏ । ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା’ ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରନ୍ତି ।

Conflict Between Two Sebayat Group, Ritual Of Sri Jew 3 Hours Delayed

ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯାଏ । ପରେ ରତ୍ନସିଂହାସନରେ ମହାପ୍ରଭୁ ମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । କିରିଟ, ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡ଼ା ମାଳ, ଆଦି ବିବିଧ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ପ୍ୟାଣ୍ଟର ଜିପ୍ ଖୋଲିବା ‘ପୋକସୋ ଆକ୍ଟ’ରେ ‘ଯୗେନ ଶୋଷଣ’ ନୁହେଁ: ବମ୍ବେ ହାଇକୋର୍ଟ ଜଜ୍

ମୁମ୍ବାଇ: ପୋକସୋ ଆକ୍ଟର ଯୌନ ଶୋଷଣ ଓ ଯୌନ ଉତ୍ପୀଡନର ପରିଭାଷା ସମ୍ପର୍କରେ ନୂଆ ତଥ୍ୟ ଦେଇଛନ୍ତି ଜଜ୍ । ଏସମ୍ପର୍କରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ କହିଛନ୍ତି ଯେ ଶିଶୁଙ୍କ ସୁରକ୍ଷା ପାଇଁ ଥିବା POCSO ଆକ୍ଟର ଅଧିନିୟମ ଅନୁଯାୟୀ ଜଣେ ଝିଅର ହାତ ଧରିବା କିମ୍ବା ପ୍ୟାଣ୍ଟର ଜିପ୍ ଖୋଲିବା ଯୗେନ ଶୋଷଣର ପରିଭାଷା ହେବ ନାହିଁ।

ସିଙ୍ଗଲ୍ ବେଞ୍ଚ ସୂଚନା ଦେଇଛନ୍ତି ଯେ ଆଇପିସିର ଧାରା ୩୫୪-ଏ (୧) (i) ଅନୁଯାୟୀ ଜଣେ ଝିଅର ହାତ ଧରିବା କିମ୍ବା ପ୍ୟାଣ୍ଟର ଜିପ୍ ଖୋଲିବା ‘ଯୗେନ ଉତ୍ପୀଡ଼ନ’ ଅଧୀନରେ ଆସୁଛି। ୫୦ ବର୍ଷୀୟ ବୃଦ୍ଧ ଜଣେ ପାଞ୍ଚ ବର୍ଷର ଶିଶୁକୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ  ଏବଂ ଦଣ୍ଡବିଧାନର ଅପିଲରେ ଜଷ୍ଟିସ ପୁଷ୍ପା ଗଣେଡିୱାଲାଙ୍କ ସିଙ୍ଗଲ୍ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

କୋର୍ଟ ଏହି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ପାଞ୍ଚ ବର୍ଷର ଦଣ୍ଡାଦେଶ ଦେଇଥିଲେ । POCSO ଆକ୍ଟର ନିୟମାନୁଯାୟୀ ୨୫ ହଜାର ଟଙ୍କା ଜୋରିମାନା ମଧ୍ୟ କରିଥିଲେ ।

ହେଲେ ଜଷ୍ଟିସ୍ ଗନେଡିଓ୍ୱାଲା ପୋକସୋ ଅଧିନିୟମର ଧାରା ୮, ୧୦ ଓ ୧୨ ଅଧିନରେ ଦାଷୀ ସାବ୍ୟସ୍ତ କରିବା ବଦଳରେ ଅଭିଯୁକ୍ତକୁ ଧାରା ୩୫୪ଏ (୧) (i) ଅଧିନରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯେଉଁଥିରେ ୩ ବର୍ଷର ଜେଲ୍ ଦଣ୍ଡାଦେଶ ରହିଛି । ବମ୍ବେ ହାଇକୋର୍ଟର ନାଗପୁର ପୀଠ ଏହି ମାମଲାକୁ  ଯୌନ ଶୋଷଣ ବୋଲି ପ୍ରକାଶ କରିଛନ୍ତି । ଆଉ ଏହି ମାମଲା ଧାରା ୩୫୪ଏ (୧) (i) ଅଧିନରେ ଆସୁଛି ।

କୗେଣସି ମହିଳାଙ୍କୁ ଖରାପ ଭାବେ ଛୁଇଁବା କିମ୍ବା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ କହିବା । ଏଥିସହିତ ଅଶ୍ଳୀଳ ଇଙ୍ଗିତ, ଟିପ୍ପଣୀ କିମ୍ବା ବହି ଦେଖାଇବା ଏହି ଧାରା ୩୫୪ଏ (୧) (i) ଅଧିନରେ ସାମିଲ।

ଫାଶରେ ପଡ଼ିଥିବା ବାଘକୁ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ଆସିକା: ବାରହା ଫାଶରେ ପଡ଼ିଥିବା କଲରାପତରିଆ ବାଘ ଉଦ୍ଧାର ହୋଇଛି । ବନ ବିଭାଗ ଓ ଗ୍ରାମବାସୀଙ୍କ  ଉଦ୍ୟମରେ ବାଘକୁ ଉଦ୍ଧାର କରାଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳ ନଗୁଡୁ ବଡ଼ପଥରର ଏକ ବାରହା ଫାଶରେ କଲରାପତିଆ ପଡ଼ି ଯାଇଥିଲା । ବାଘ ଫାଶରେ ପଡ଼ିବା ଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ ।

Forest Department Rescued Tiger From Net Ganjam

ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଦୁଇଟି ଜେସିବି ସାହାଯ୍ୟରେ ଦୀର୍ଘ ସମୟର କସରତ ପରେ ବାଘକୁ ଉଦ୍ଧାର କରାଯାଇଛି । ବାଘକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ତେବେ ଉଦ୍ଧାର ସମୟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବନବିଭାଗ ଅଧିକାରୀ କହିଛନ୍ତି ।

କଟକ ଏସଡିଜେଏମରେ ବର୍ଷା-ଅନୁଭବ ବିବାଦ ମାମଲାର ଶୁଣାଣି

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ । ବର୍ଷାଙ୍କ ପକ୍ଷରୁ ହୋଇଥିବା ଘରୋଇ ହିଂସା ମାମଲାର ଶୁଣାଣି ଆଜି କଟକ ଏସଡିଜେଏମ୍ କୋର୍ଟରେ ହୋଇଛି । ଏହି ମାମଲାରେ କୋର୍ଟ ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ନିର୍ଦ୍ଦେଶନାମା କରିବେ ।

Versha Anubhav Family Matter Cuttack SDJM To Give Verdict in 5th February

ବର୍ଷା ଘରୋଇ ହିଂସା ନେଇ ରାଜ୍ୟ ମହିଳା କମିଶନଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି । ବର୍ଷାଙ୍କୁ ପକ୍ଷରୁ ଦାଏର ମାମଲାରେ ମହିଳା କମିଶନ ଅନୁଭବ ଓ ତାଙ୍କ ବାପାମାଆଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲେ । ଅନୁଭବ ହାଜର ହୋଇଥିବା ବେଳେ ଆସିନଥିଲେ ଅନୁଭବଙ୍କ ବାପାମାଆ । ଅନ୍ୟପକ୍ଷେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ଦିଲ୍ଲୀର ଏକ କୋର୍ଟରେ ଆବେଦନ କରିଛନ୍ତି ।

Versha Anubhav Family Matter Cuttack SDJM To Give Verdict in 5th February

ଅନ୍ୟପକ୍ଷେ କଟକ ସ୍ଥିତ ନନ୍ଦିସାହି ବାସଭବନରେ ବର୍ଷାଙ୍କ ରୁମର ଅନୁଭବ ସହଯୋଗୀ ସହ ପାଟିତୁଣ୍ଡ କରିବା ଏବଂ ଭିଡିଓ ଉତ୍ତୋଳନ କରିବା ନେଇ ବର୍ଷା ଅଭିଯୋଗ କରିଛନ୍ତି । ଏନେଇ ବର୍ଷା ପୁରୀ ଘାଟ ଥାନାରେ ୨ଟି ପୃଥକ ପୃଥକ ମାମଲା ଦାଏର କରିଥିଲେ ।

ରେଳବାଇର ଖାସ୍ ସେବା; ଘରୁ ଟ୍ରେନ୍ ଯାଏଁ ପହଞ୍ଚାଇବ ଯାତ୍ରୀଙ୍କ ସାମଗ୍ରୀ

ଅହମ୍ମଦାବାଦ: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଆପଣଙ୍କ ପାଖରେ ଥିବା ଭାରୀ ସାମଗ୍ରୀ ପାଇଁ ଚିନ୍ତିତ ରହୁଛନ୍ତି । ତାହେଲେ ଏହି ସମସ୍ୟା ଏବେ ଦୂର ହେବାକୁ ଯାଉଛି । ଭାରତୀୟ ରେଳବାଇ ପକ୍ଷରୁ ଖୁବଶୀଘ୍ର ଆପଣଙ୍କ ସାମଗ୍ରୀକୁ ଘରୁ ଆଣି ଆପଣଙ୍କ ରିଜର୍ଭ ସିଟ୍/ବର୍ଥ କିମ୍ବା ଆପଣଙ୍କ ଗନ୍ତବ୍ୟ ସ୍ଥଳ ଯାଏଁ ପହଞ୍ଚାଇବ । ଏହା ଏକ ଅନଲାଇନ୍ ସେବା ହୋଇଥିବାରୁ ମୋବାଇଲରେ ସହଜରେ ଉପଲବ୍ଧ ହେବ ।

ସୂଚନା ଅନୁଯାୟୀ, ବର୍ତ୍ତମାନ ରେଳ ଯାତ୍ରୀମାନେ ଏହି ଅନଲାଇନ୍ ରେଳ ସେବା ମାଧ୍ୟମରେ ସେମାନଙ୍କ ଲଗେଜ୍ ସହ ପାର୍ସଲକୁ ମଧ୍ୟ ପଠାଇ ପାରିବେ। ଭାରତୀୟ ରେଳ ପକ୍ଷରୁ ଅହମ୍ମଦାବାଦ ଡିଭିଜନରେ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଏହି ସେବା ଆରମ୍ଭ ହୋଇଛି।

ଯଦି ଆପଣ ରେଳବାଇ ଦ୍ୱାରା ଏହି ସେବାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଆପଣ www.bookbaggage.comରେ ରେଜିଷ୍ଟ୍ରସନ୍ କରିପାରିବେ କିମ୍ବା ମୋବାଇଲରେ bookbaggage ଆପ୍ ଡାଉନଲୋଡ୍ କରିବାକୁ ପଡିବ ।

ଏହି ୱେବସାଇଟ୍ କିମ୍ବା ଆପରେ ରେଜିଷ୍ଟ୍ରସନ୍ ପରେ ଆପଣଙ୍କୁ ରିଜର୍ଭେସନ୍ କୋଚ୍ ଏବଂ ଲଗେଜର ସୂଚନା ଆଡ୍ କରିବାକୁ ପଡିବ । ଟ୍ରେନ ଛାଡିବାର ୪ରୁ ୫ ଘଣ୍ଟା ପୂର୍ବରୁ ଆପଣଙ୍କ ଲଗେଜ ତଥା ସାମଗ୍ରୀକୁ ଆପଣଙ୍କ ଘରୁ ଅଣାଯିବା ସହ ଆପଣଙ୍କ ସିଟ ଯାଏଁ ପହଞ୍ଚାଇ ଦିଆଯିବ ।

ତେବେ ଯଦି ଗନ୍ତବ୍ୟସ୍ଥଳ ଯାଏଁ ଏହି ସେବା ପାଇବାକୁ କେହି ଯାତ୍ରୀ ଚାହୁଁଥାନ୍ତି, ତାହେଲେ ଏହି ସେବା ପାଇଁ ଆପଣଙ୍କୁ ସାମଗ୍ରୀ ଅନୁଯାୟୀ ୫୦ ଟଙ୍କାରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ ।

କେଜରିୱାଲଙ୍କ ଘୋଷଣା: ଦିଲ୍ଲୀ ସମେତ ୬ ରାଜ୍ୟରେ ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ୬ଟି ରାଜ୍ୟରେ ନିର୍ବାଚନ ଲଢ଼ିବ ଆମ ଆଦମୀ ପାର୍ଟି। ଏନେଇ ଆମ୍ ଆଦମୀ ପାର୍ଟି ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ହିମାଚଳ ପ୍ରଦେଶ ଓ ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଲଢ଼ିବ।

ଦିଲ୍ଲୀରେ ଆମ୍ ଆଦମୀର ଶାସନକୁ ନେଇ ସାରା ଦେଶର ଲୋକେ ଭଲ କହୁଛନ୍ତି ବୋଲି କହିଛନ୍ତି କେଜରିୱାଲ। ଦେଶର ଯେ କୌଣସି ସ୍ଥାନରେ ଲୋକମାନେ ଶକ୍ତି ଏବଂ ଜଳ ସବସିଡି ଭଳି କଲ୍ୟାଣକାରୀ ଯୋଜନା ଚାହୁଁଛନ୍ତି। ଆମେ ଏହା ମଧ୍ୟରେ ଥିବା ଦୂରତାକୁ କମ୍‌ କରିବାକୁ ଚାହୁଁଛୁ। ଏଥିପାଇଁ ଆମକୁ ଏକ ଶକ୍ତିଶାଳୀ ସଂଗଠନ ଗଠନ କରିବାକୁ ପଡ଼ିବ। ତେଣୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଆମ୍ ଆଦମୀ ପାର୍ଟି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ହିମାଚଳପ୍ରଦେଶ, ପଞ୍ଜାବ ଏବଂ ଗୁଜୁରାଟରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି କହିଛନ୍ତି କେଜରିୱାଲ।

ବଜେଟ୍ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ କଂଗ୍ରେସ ସମେତ ଏହିସବୁ ଦଳ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ତାଙ୍କ ଅଭିଭାଷଣକୁ କଂଗ୍ରେସ୍, ତୃଣମୂଳ କଂଗ୍ରେସ୍ (ଟିଏମସି), ଶିବସେନା, ଅକାଳି ଦଳ, ଆମ୍ ଆଦମୀ ପାର୍ଟି (ଆପ୍), ରାଷ୍ଟ୍ରବାଦୀ କଂଗ୍ରେସ୍ ପାର୍ଟି (ଏନସିପି) ସମେତ ୧୬ ରାଜନୈତିକ ଦଳ ବର୍ଜନ କରିବେ ।

ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବୟାନ ଜାରି କରାଯାଇଛି । କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ୍ ଏସମ୍ପର୍କରେ କହିଛନ୍ତି,  ୧୬ଟି ରାଜନୈତିକ ଦଳ ବୟାନ୍ ଜାରି କରିଛନ୍ତି ଯେ ସେମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ । ଯାହା  କାଲି ଆରମ୍ଭ ହେବ ।

ବର୍ଜନ କରିବାର ପ୍ରମୁଖ କାରଣ ହେଉଛି ବିରୋଧିଙ୍କ ବିନା ନୂଆ କୃଷି ବିଲକୁ ଗୃହରେ ପାରିତ କରାଯାଇଛି ।

ପରମ୍ପରା ମୁତାବକ ସଂସଦ ଅଧିବେଶନର ଆରମ୍ଭ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହୋଇଥାଏ । ଏହି ଦିନରେ ରାଷ୍ଟ୍ରପତି ସଂସଦର ଉଭୟ ସଦନକୁ ସମ୍ବୋଧିତ କରିଥାନ୍ତି । ହେଲେ ପ୍ରଥମ ଥର ପାଇଁ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସଦସ୍ୟ ମାନେ ‘ସେଣ୍ଟ୍ରଲ୍ ହଲ୍’ ବ୍ୟତିତ ଲୋକସଭା ଓ ରାଜ୍ୟସଭାରେ ବସିବେ ।

କେଉଁ ଦଳ ମାନେ ବର୍ଜନ କରିବେ- 

କଂଗ୍ରେସ୍, ନ୍ୟାସନାଲ୍ କନଫ୍ରେନ୍ସ (ଏନସି), ଡିଏମକେ, ତୃଣମୂଳ କଂଗ୍ରେସ୍ (ଟିଏମସି), ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ (ଏମ୍), ଆଇଜେଏମଏଲ୍, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ୍, ଏଆଇୟୁଡିଏଫ୍, ଅକାଳି ଦଳ, ଆମ୍ ଆଦମୀ ପାର୍ଟି (ଆପ୍), ରାଷ୍ଟ୍ରବାଦୀ କଂଗ୍ରେସ୍ ପାର୍ଟି (ଏନସିପି) ।

 

ଦୁଷ୍କର୍ମ ପରେ ୫ ବର୍ଷର ଶିଶୁ କନ୍ୟାର ଗଳା କାଟିଲା ସୈତାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଚିକିଟି ସୋରଳରେ ଅଭାବନୀୟ ଘଟଣା । ଦୁଷ୍କର୍ମ ପରେ ୫ ବର୍ଷର ନାବାଳିକାର ବେକକୁ ଛୁରାରେ କାଟିଲା ୨୪ ବର୍ଷର ଯୁବକ । ସୋରଳ ଓଡ଼ିଆ କଲୋନୀରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଶିଶୁକନ୍ୟାକୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତା’ର ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ ଥିବା କୁହାଯାଇଛି ।  ଆକ୍ରମଣକାରୀ ଯୁବକକୁ ନିସ୍ତୁକ ମାଡ଼ ମାରିବା ପରେ ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ସୋରଳ ଓଡ଼ିଆ କଲୋନୀରେ ଅଭିଯୁକ୍ତ ଯୁବକ ଓ ମୃତ ନାବାଳିକାର ପରିବାର ମଧ୍ୟ ସେହି କଲୋନିରେ ରୁହନ୍ତି ।