ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪୮ ଘଣ୍ଟାରେ ସୃଷ୍ଚି ହେବ ଲଘୁଚାପ । ଆସନ୍ତା ୧୩ ତାରିଖ ସୁଦ୍ଧା ଆନ୍ଧ୍ର ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ଚାରିଦିନ ଯାଏଁ ବର୍ଷା ଜାରି ରହିବ । ଏ ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରିକରିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେଉଁଝର, ମୟୂରଭଂଜ ଜିଲ୍ଲାରେ ପ୍ରବଳ ବର୍ଷା ବର୍ଷା ହେବ । ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ହେବା ନେଇ ଆଶଙ୍କା କରିଛି ପାଣୁପାଗ କେନ୍ଦ୍ର । ଏସବୁ ଜିଲ୍ଲାକୁ ୟୋଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତେବେ ୧୫ତାରିଖରୁ ବର୍ଷା ପରିମାଣ କମିବା ସହ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ନିଟ୍ ପରୀକ୍ଷା ପାଇଁ ଗଡ଼ିବ ୪ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର: ରାଜ୍ୟରେ ନିଟ୍ ପରୀକ୍ଷା ପାଇଁ ଚାଲିବ ୪ଟି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟରେ ଖଇରା ରୋଡରୁ ସମ୍ୱଲପୁର ଭାୟା ଟିଟିଲାଗଡ଼, ରାୟଗଡ଼ାରୁ ସମ୍ୱଲପୁରକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ଏହା ସହିତ ଭଦ୍ରକ- ଭୁବନେଶ୍ୱର ଭାୟା କଟକ, କେନ୍ଦୁଝର- ଭୁବନେଶ୍ୱର, ଭାୟା କଟକ ହୋଇ ଟ୍ରେନ୍ ଚଳାଚଳ କରିବ । ତେବେ ଏଯାଏଁ ଟ୍ରେନ୍ ଚଳାଚଳ ନେଇ ସମୟ ଧାର୍ଯ୍ୟ କରାଯାଇନାହିଁ । ଖୁବ୍ ଶୀଘ୍ର ସମୟ ଜଣାଇଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଜେଇ ଓ ନିଟ୍ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପରୀକ୍ଷାର୍ଥୀଙ୍କ ମାଗଣା ଯାତାୟତ ଓ ରହଣୀ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ ।
JEE-NEET: ଶେଷ ହେଲା ପ୍ରଥମ ସିପ୍ଟ, ଆୟୋଜନକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଖୁସି
ପରୀକ୍ଷାର୍ଥୀଙ୍କୁ ସବୁ ସୁବିଧା ମାଗଣାରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେବା ପରେ ପ୍ରଶାସନ ତୃଣମୂଳ ସ୍ତରରେ କାମ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସମୟୋଚିତ ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା । ଏଥିସହିତ ‘ଓଡିଶା ମୋ ପରିବାର’ ପକ୍ଷରୁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ନିକଟରେ ସହାୟତା କେନ୍ଦ୍ର ଖୋଲାଯାଇ ସାନିଟାଇଜ଼ର, ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଥିଲା ।ଏବେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ରେଳ ଚଳାଚଳ ବ୍ୟବସ୍ଥା କରାଯାଉଛି ।
ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକଙ୍କୁ ଭାରତକୁ ହସ୍ତାନ୍ତର କରିବ ଚୀନ ସେନା
ନୂଆଦିଲ୍ଲୀ: ଶନିବାର ଭାରତ ଫେରିବେ ଅରୁଣାଚଳ ପ୍ରଦେଶର ୫ ନିଖୋଜ ଯୁବକ । ଚୀନ ସେନା କବଜାରେ ଥିବା ଅରୁଣାଚଳ ପ୍ରଦେଶର ୫ ଜଣ ଯୁବକ ଆସନ୍ତାକାଲି ଭାରତ ଫେରିବେ । ଚୀନର ପିପୁଲ ଲିବରେସନ୍ ଆର୍ମି ଭାରତୀୟ ସେନାଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବ । ଏ ନେଇ କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଟ୍ଵିଟ କରି ସୂଚନା ଦେଇଛନ୍ତି ।
China to handover the five Indian nationals missing from Arunachal Pradesh tomorrow.
According to army sources, the handover will take place at Wacha near Kibithu border personnel meeting point
(Pic source: PRO Defence, Tezpur) pic.twitter.com/qLltuRwBex
— ANI (@ANI) September 11, 2020
ଏହି ଯୁବକମାନେ ନିଖୋଜ ହେବା ପରେ ଭାରତୀୟ ସେନା ପକ୍ଷରୁ ଚୀନ ସେନା ସହ ହଟଲାଇନ ସଂଯୋଗ କରାଯାଇଥିଲା । ଏହି ଯୋଗାଯୋଗର ଉତ୍ତର ଦେଇ ଚୀନ ସେନା ପକ୍ଷରୁ ସ୍ୱୀକାର କରାଯାଇଥିଲା ଯେ ଉକ୍ତ ଯୁବକମାନେ ସେମାନଙ୍କ ପାଖରେ ଅଛନ୍ତି । ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଥିଲେ ଯେ, ଉକ୍ତ ଯୁବକମାନଙ୍କୁ ଭାରତକୁ ଫେରାଇଦେବାକୁ ଚୀନ ସେନା ରାଜି ହୋଇଛି ଓ ସେମାନଙ୍କୁ ଫେରାଇ ଆଣିବାକୁ ଅଧିକାରୀମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ନିଖୋଜ ୫ ଜଣ ଯୁବକ ଅରୁଣାଚଳର ଉପର ସୁବନସିରି ଜିଲ୍ଲାର ନାଚୋ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ କୁଲି କାମ ଓ ବେଳେବେଳେ ଭାରତୀୟ ସେନା ପାଇଁ ଗାଇଡ କାମ କରନ୍ତି ବୋଲି ଜଣାପଡ଼ିଛି ।
ସେମାନେ ଗତ ସପ୍ତାହ ଶୁକ୍ରବାରଦିନ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ । ସେମାନଙ୍କ ଦଳରେ ମୋଟ ୭ ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଘରକୁ ଫେରିଆସିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ନାଚୋ ଅଞ୍ଚଳଟି ଭାରତ ଓ ଚୀନ ମଧ୍ୟରେ ଥିବା ମାକମୋହନ ଲାଇନ ନିକଟରେ ଅବସ୍ଥିତ ।
ନିରାଶ କଲା କୋଭିସିଲ୍ଡ,, ଆଶା ସଂଚାର କଲା କୋଭାକ୍ସିନ୍
ଭୁବନେଶ୍ୱର: ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । କିନ୍ତୁ କରୋନା ଲଢ଼େଇ କେତେ ଦିନ ଚାଲିବ, ତା’ର କିଛି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । କୁହାଯାଉଥିଲା ଚଳିତବର୍ଷ ଶେଷଭାଗରେ ବଜାରକୁ କରୋନା ଟିକା ଆସିଯିବ। ହେଲେ ନିରାଶ କରିଛି ଅକ୍ସଫୋର୍ଡ ପ୍ରସ୍ତୁତ ଟିକା । ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏହାର ବାକି ପରୀକ୍ଷା ବନ୍ଦ ଥିବାବେଳେ ଆଶା ସଞ୍ଚାର କରିଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ । ଏହାର ପରୀକ୍ଷା ଭାରତରେ ଚାଲିବ ବୋଲି ସମ୍ ମାନବ ପରୀକ୍ଷଣର ମୁଖ୍ୟ ଇ. ଭେଙ୍କଟ ରାଓ କହିଛନ୍ତି ।
ଭାରତରେ ଆଷ୍ଟ୍ରାଜେନିକା ଟିକା ପରୀକ୍ଷଣକୁ ସ୍ଥଗିତ ରଖାଯିବା ପରେ ଆଶା ସଂଚାର କରିଛି କୋଭାକ୍ସିନ । ଭାରତ ବାୟୋଟେକର କୋଭାକ୍ସିନ ଟିକାର ପରୀକ୍ଷଣ ଭାରତରେ ଜାରି ରହିବ ବୋଲି କୁହାଯାଇଛି । ଓଡିଶାରେ ଏହାର ପରୀକ୍ଷଣ ଚାଲୁ ରହିଥିବା ବେଳେ ଏହା ବନ୍ଦ ହେବ ନାହିଁ ବୋଲି ସମ୍ ମାନବ ପରୀକ୍ଷଣର ମୁଖ୍ୟ ଇ. ଭେଙ୍କଟ ରାଓ କହିଛନ୍ତି । ଆଷ୍ଟ୍ରାଜେନିକା ଅକ୍ସଫୋର୍ଡର । ତେଣୁ ଟିକା ପରୀକ୍ଷଣ ବନ୍ଦ ରହିଛି । ହେଲେ କୋଭାକ୍ସିନ ଭାରତ ବାୟୋଟେକର ଏବଂ ଏହି ଟିକାର ପରୀକ୍ଷାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ସମ୍ ହସ୍ପିଟାଲ ଭାଇସ ଚାନ୍ସେଲର ଡାକ୍ତର ଅଶୋକ ମହାପାତ୍ର।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ତଥା ଭେଷଜ କମ୍ପାନୀ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଏକ କୋଭିଡ୍ ଟିକାର ଚୂଡ଼ାନ୍ତ ନୈଦାନିକ ପରୀକ୍ଷଣକୁ ଅଧାରୁ ସ୍ଥଗିତ ରଖାଯାଇଛି । ଜଣେ ସ୍ୱେଚ୍ଛାସେବୀଙ୍କ ଠାରେ ଟିକାର ସନ୍ଦିଗ୍ଧ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି କାହିଁକି ଭାରତର ଆଷ୍ଟ୍ରାଜେନିକା ଟିକା ପରୀକ୍ଷଣ ବନ୍ଦ ରହିଲା ଏନେଇ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ଆଇଏମଏର ସଭାପତି ସନ୍ତୋଷ ମିଶ୍ର । ଏଥିସହ କରୋନା ଟିକା ପରୀକ୍ଷଣରେ କୋଭାକ୍ସିନ ସବୁଠୁ ଆଗରେ ରହିଛି ବୋଲି କହିଛନ୍ତି ସନ୍ତୋଷ ।
ଭାରତରେ ୧୨ଟି ସେଣ୍ଟରରେ କୋଭାକ୍ସିନ ପରୀକ୍ଷଣ କରାଯାଉଛି । ଓଡିଶାରେ ପ୍ରଥମ ଦଫା ପରୀକ୍ଷଣ ଆରମ୍ଭ ହୋଇଛି ଯାହାକୁ ୪୨ ଦିନ ବିତି ସାରିଛି । କରୋନା ଟିକା ନେଇ କୋଭାକ୍ସିନର ପରୀକ୍ଷଣ କେତେ ଦୂର ଫଳପ୍ରଦ ହେଉଛି ତାହାକୁ ଏବେ ଅପେକ୍ଷା।
କଙ୍ଗନା ଫେରିଥିବା ବିମାନରେ ସାମାଜିକ ଦୂରତ୍ୱ ଉଲ୍ଲଂଘନ ହୋଇଥିବା ନେଇ ’ଡିଜିସିଏ’ର ରିପୋର୍ଟ ତଲବ
ନୂଆଦିଲ୍ଲୀ: କଙ୍ଗନାଙ୍କୁ ନେଇ ମୁମ୍ୱାଇ ଆସିଥିବା ଇଣ୍ଡିଗୋ ଏୟାରଲାଇନ୍ସକୁ ଡାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ ଏଭିଏସନ୍ (ଡିଜିସିଏ) ରିପୋର୍ଟ ତଲବ । ଯାତ୍ରା ସମୟରେ ନିରାପତ୍ତା ଓ ସାମାଜିକ ଦୂରତ୍ୱ ରକ୍ଷା କରାଯାଇନଥିବାରୁ, ଏ ନେଇ ରିପୋର୍ଟ ତଲବ କରିଛନ୍ତି ଡିଜିସିଏ । ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖ ଦିନ ଅଭିନେତ୍ରୀ କଙ୍ଗନା ରଣାୱତ୍ ଚଣ୍ଡିଗଡ଼-ମୁମ୍ବାଇ ବିମାନରେ କେତେକ ସାମ୍ବାଦିକ ନିରାପତ୍ତା ଏବଂ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ ହୋଇଛି । ଯେଉଁଥିରେ କଙ୍ଗନାଙ୍କୁ ନେଇ ଆସୁଥିବା 6E264 ବିମାନରେ ସାମ୍ୱାଦିକମାନେ ପାଖାପାଖି ଠିଆ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହା ନିରାପତ୍ତା ଏବଂ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ପରି ମନେହେଉଛି। ଏଣୁ ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଇଣ୍ଡିଗୋକୁ କୁହାଯାଇଥିବା ‘ଡିଜିସିଏ’ର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ‘ଡିଜିସିଏ’ର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଚଣ୍ଡିଗଡ଼-ମୁମ୍ବାଇ ବିମାନର ଆଗ ଧାଡ଼ିର ଗୋଟିଏ ସିଟ୍ରେ କଙ୍ଗନା ରଣାୱତ୍ ବସିଥିଲେ। କେତେକ ରାଜନୈତିକ ଦଳରୁ ଧମକ ପାଇବା ସତ୍ତ୍ୱେ ମୁମ୍ବାଇ ଯିବେ ବୋଲି ଘୋଷଣା କରି ସେପ୍ଟେମ୍ବର ୯ ତାରିଖ ଦିନ କଙ୍ଗନା ରଣାୱତ ତାଙ୍କ ମନାଲି ସ୍ଥିତ ବାସଗୃହରୁ ମୁମ୍ବାଇ ଯାତ୍ରା କରିଥିଲେ ।
ହିମାଚଳର ବିଜେପି ନେତାଙ୍କ ଧମକ: ଭାଙ୍ଗିପାରେ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା
ଅପରପକ୍ଷରେ ଏ ନେଇ ଇଣ୍ଡିଗୋ ବିବୃତି ଜାରି କରି କହିଛି ଯେ, ସେପ୍ଟେମ୍ବର ୯ ତାରିଖ ଦିନ ଚଣ୍ଡିଗଡ଼ରୁ ମୁମ୍ବାଇ ଯାତ୍ରା କରିଥିବା ୬ଇ୨୬୪ ବିମାନ ସହ ସମ୍ପୃକ୍ତ ପ୍ରସଙ୍ଗରେ ଆମେ ‘ଡିଜିସିଏ’କୁ ବିବୃତି ପ୍ରଦାନ କରିସାରିଛୁ। ଆମେ ପୁଣି ଥରେ କହୁଛୁ ଯେ, ଫଟୋଉଠାଇବା କଟକଣା, ସାମାଜିକ ଦୂରତ୍ୱ ଅବଲମ୍ବନ ଏବଂ ସାମଗ୍ରିକ ନିରାପତ୍ତା ବଜାୟ ରଖିବା କଥା ଘୋଷଣା କରି ଆମ କ୍ୟାବିନ୍ କ୍ରୁ ତଥା କ୍ୟାପ୍ଟେନ୍ ଆବଶ୍ୟକ ନିୟମ ଅନୁସରଣ କରିଥିବା ସେ କହିଛନ୍ତି ।



