ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୬୩୦ ଜଣ ଗିରଫ । ରୁଜୁ ହୋଇଛି ୧୨୩ଟି ମାମଲା । ସିସିଟିଭି ଭିଜୁଆଲକୁ ଯାଞ୍ଚ କରୁଛି ପୋଲିସ । ଡ୍ରୋନ ଦ୍ଵାରା ସ୍ଥିତି ଉପରେ ନଜର ରଖାଯାଉଛି । ସୋସିଆଲ ମିଡିଆରେ ହେଉଥିବା ପୋଷ୍ଟ ଉପରେ ମଧ୍ୟ ପୋଲିସ ସ୍ୱତନ୍ତ୍ର ଧ୍ୟାନ ଦେଉଛି । ରାତି ତମାମ ସେନାର ପହରା ଭିତରେ ଦେଶରେ ରାଜଧାନୀ ।

ଖାସକରି ମୌଜପୁର, କରାଓ୍ୱଲ ନଗର, ଭଜନପୁରୀ, ସୀଲମପୁର ଓ ଜାଫରାବାଦ ଉପରେ ପୋଲିସର କଡ଼ା ନଜର ରହିଛି । ଏହି ସବୁ ଅଞ୍ଚଳରେ ଦିଲ୍ଲୀ ପୋଲିସ ଓ ପାରା ମିଲିଟାରୀ ପୋଲିସର ଯବାନ ରାତି ସାରା ମୁତୟନ ହୋଇଛନ୍ତି । ଏହିସବୁ ଅଞ୍ଚଳରେ ଲୋକଙ୍କୁ ସାବଧାନ ରହିବା ସହ ଗୁଜବ ଉପରେ ବିଶ୍ୱାସ ନ କରିବାକୁ କୁହାଯାଇଛି । ଦୋକାନ ଖୋଲିବା ସହ ବଜାରରେ ଗହଳ ଫେରିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି ।









ଭୋଡ଼ାଫୋନ୍
ଏୟାରଟେଲ
ରିଲାଏନ୍ସ ଜିଓ
ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଡିସେମ୍ବର ଅବଧିରେ ଭାରତୀୟ ଅର୍ଥନୀତି ୫.୧% ବେଗରେ ବୃଦ୍ଧି ପାଇଛି ଯାହା ପୂର୍ବ ଆର୍ଥିକ ବର୍ଷରେ ସମାନ ଅବଧିରେ ୬.୩% ଥିଲା । ଅଭିବୃଦ୍ଧି ହାରର ଅଭିବୃଦ୍ଧି ସୂଚାଇ ଦେଉଛି ଯେ ଦେଶରେ ଆର୍ଥିକ ଅଭିବୃଦ୍ଧି ମନ୍ଥର ଗତିରେ ଚାଲିଛି । କରୋନା ଭୂତାଣୁ ଯୋଗୁଁ ବିଶ୍ୱରେ ମାନ୍ଦାବସ୍ଥା ଲାଗି ରହିଛି, ଯାହାର ପ୍ରଭାବ ପଡ଼ିଛି ଭାରତ ଉପରେ । ଭାଇରସ ବିସ୍ତାର ହେବାର ଆଶଙ୍କା କରି ଶୁକ୍ରବାର ଦିନ ଷ୍ଟକ୍ ମାର୍କେଟ ବନ୍ଦ ହୋଇଯାଇଥିଲା । ସେନସେକ୍ସ ଏପର୍ଯ୍ୟନ୍ତ ଦ୍ୱିତୀୟ ଐତିହାସିକ ହ୍ରାସ ଘଟି ରେକର୍ଡ କରିଛି ।






କଂସା ଥାଳି ଓ ପାତ୍ରରେ ଶାହଙ୍କୁ ପରଷା ଯାଇଥିଲା ଓଡ଼ିଆ ଖାଦ୍ୟ । ଏଥିରେ ଥିଲା ଅଳ୍ପ ଅରୁଆ ଭାତ, ରୁଟି, ଡାଲି, ବାଇଗଣ ଭଜା, ଓଡ଼ିଆ ଆଳୁ ମଟର ମସଲା, ପନିର ତରକାରୀ, ଟମାଟୋ ଚଟଣି, ପାମ୍ପଡ, ବୁନ୍ଦି ରାଇତା । ଓଡ଼ିଆ ଘରେ ପ୍ରସ୍ତୁତ ମାଛ ତରକାରୀ ମଧ୍ୟ ସାମିଲ ଥିଲା ମଧ୍ୟାହ୍ନ ଭୋଜନରେ । ମିଠାରେ ଛେନାପୋଡ ଓ ରସମଲାଇ ରଖାଯାଇଥିଲା ମଧ୍ୟାହ୍ନ ଭୋଜନରେ । ୬ଟି ପାତ୍ରରେ ତରକାରୀ ଦିଆଯାଇଥିଲା ଅମିତ ଶାହଙ୍କୁ । ଅମିତ ଶାହାଙ୍କ ବାମପଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସିଥିବା ବେଳେ ଡାହାଣ ପାର୍ଶ୍ୱରେ ବସିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେହିପରି ଶାହଙ୍କ ସାମ୍ନାରେ ବସିଥିଲେ ମମତା ବାନାର୍ଜୀ ଓ ଧର୍ମେନ୍ଦ୍ର ପ୍ରଧାନ ।