spot_img
Home Blog Page 75

ବିଜୁ ଲିଗାସୀ କେବଳ ନବୀନ ପଟ୍ଟନାୟକ : ନବୀନଙ୍କ ଛଡା ବିଜୁ ଲିଗାସୀ ଆଉ କେହିନାହାନ୍ତି ଓଡ଼ିଶାରେ

ଭୁବନେଶ୍ବର : ବିଜୁ ଲିଗାସୀ କେବଳ ନବୀନ ପଟ୍ଟନାୟକ l ନବୀନଙ୍କ ଛଡା ବିଜୁ ଲିଗାସୀ ଆଉ କେହିନାହାନ୍ତି ଓଡ଼ିଶାରେ l 1998 ଓ 2004 କିଛି ନେତା ଏକାଠି ହୋଇ ବିଜୁ ଲିଗାସୀ କଥା କହିଥିଲେ l ହେଲେ ସେଥିରେ ସେମାନେ ଅସଫଳ ହୋଇଥିଲେ l ଆଜି ଯେଉଁମାନେ ନିଜକୁ ବିଜୁ ଲିଗାସୀ କଥା କହୁଛନ୍ତି ସେମାନେ ପୁଣି ଥରେ ଅସଫଳ ହେବେ l

ଯେଉଁମାନେ ପୂର୍ବରୁ ଲିଗାସୀ କଥା କହି ଅସଫଳ ହୋଇଛନ୍ତି ସେମାନେ ଆଜି ପୁଣି ଲଗାସୀ କଥା କହୁଛନ୍ତି l ବିଜୁ ପଟ୍ଟନାୟକ ଓଡିଶା ପାଇଁ ଯାହା କରିଛନ୍ତି ତାହାର ଶ୍ରେୟ କେବଳ ନବୀନ ପଟନାୟକ ହିଁ ନେବେ l ଏନେଇ ବରିଷ୍ଠ ରାଜନେତା ପଞ୍ଚାନନ କାନୁନଗୋ ସହ ଅଧିକ ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ଚିନ୍ମୟ ମହାପାତ୍ର l

ଆଜି ସନ୍ଧ୍ୟାରେ ଶଙ୍ଖ ଭବନରେ ବିଜେଡି ବୈଠକ ; ବିଜୁଙ୍କ ତିରୋଧାନ ଦିବସ ପାଳନ ପ୍ରସ୍ତୁତି ନେଇ ଆଲୋଚନା

ଭୁବନେଶ୍ବର : ଆଜି ସନ୍ଧ୍ୟାରେ ଶଙ୍ଖ ଭବନରେ ବସିବ ବିଜେଡି ବୈଠକ । ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ ପ୍ରସ୍ତୁତି ନେଇ ବୈଠକ ବସିବ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ ୧୭ରେ ବିଜୁ ତିରୋଧାନ ଦିବସ ପାଳନ ହେବ । ସକାଳେ ଭୁବନେଶ୍ୱର ବିନ୍ଦୁ ସାଗରରେ ଦଳୀୟ ନେତା ଓ କର୍ମୀ ତିଳତର୍ପଣ କରିବେ । ଏହା ପରେ ସେଠାରେ ଏକ ସ୍ମୃତିସଭାର ଆୟୋଜନ କରାଯିବ । ଶେଷରେ ଶଙ୍ଖ ଭବନରେ ବି ବିଜୁ ସ୍ମୃତି ସଭା ବସିବ । ବିଜୁ ତିରୋଧାନ ଦିବସକୁ ପ୍ରତି ଜିଲ୍ଲାରେ ପାଳନ କରିବାକୁ ବିଜୁ ଜନତା ଦଳ ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣା ; କ୍ରାଇମ ସ୍ପଟରେ NIA ଟିମ

ଭୁବନେଶ୍ବର : କ୍ରାଇମ ସ୍ପଟରେ NIA ଟିମ । ରାଜଧାନୀ ଆଜାଦନଗର ବିସ୍ଫୋରଣ ଘଟଣାରେ ସୁନ୍ଦରପଦା ଆଜାଦନଗରରେ ପହଁଚିଲା NIA ଟିମ । ବିସ୍ଫୋରଣ ଘଟଣା, ଅପରାଧିକ ଲିଙ୍କ, ଆତଙ୍କି ହମଲା ସମ୍ପର୍କିତ ତଦନ୍ତ କରୁଛି NIA । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ହୋଇଥିଲା ଭୟାଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତା’ ମା’ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । NIA ଏ ନେଇ କେସ ନମ୍ବର ୧ / ୨୦୨୬ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତର ପୂର୍ଣ୍ଣ ଭାର କମିଶନରେଟ ପୋଲିସ ଠାରୁ ହାତକୁ ନେଇଛି ।

ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDXର ବ୍ୟବହାର, ମଫିର ଆନ୍ତରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼। ଠିକ ସେହିପରି ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି NIA । ଏପରିକି ମୁଖ୍ୟ ଅଭିଯୁକ୍ତ ତଥା ମୃତ ମଫିର ଗାର୍ଲଫ୍ରେଣ୍ଡ କୁ ଅଧିକ ପଚରାଉଚରା କରୁଛି NIA ।

ଡାକ୍ତର ନଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ; ପ୍ରତିବାଦରେ ଅଞ୍ଚଳବାସୀଙ୍କ ଧାରଣା

ଯାଜପୁର : ଡାକ୍ତର ନଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ । ଯାହାକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଅଞ୍ଚଳବାସୀ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା କେବଳ ଆୟୁଷ ଡାକ୍ତରଙ୍କ ଭରଷାରେ ଚାଲିଛି ରୋଗୀ ସେବା । ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଢ଼ିଛି ଅନେକ ପଦବୀ କେଉଁଠି MBBS ଡାକ୍ତର ନାହାନ୍ତି ତ କେଉଁଠି ଫାର୍ମାସିଷ୍ଟ ନାହାନ୍ତି । ଯେଉଁଥିପାଇଁ ବିଭିନ୍ନ ସମୟରେ ରୋଗୀମାନେ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି ।

ବିଶେଷ କରି ଜରି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ୭ଗୋଟି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବା ବେଳେ ଏଠାରେ ଦୀର୍ଘ ଦିନ ହେବ MBBS ଡାକ୍ତର ନଥିବା ବେଳେ ସ୍ଥାୟୀ ଫାର୍ମାସିଷ୍ଟ ବି ନାହାନ୍ତି ଯାହାକୁ ନେଇ ଜରି, ବାଙ୍ଗରା, ଛନ୍ଦାମୁଣ୍ଡ ସମେତ ସ୍ଥାନୀୟ ଅଂଚଳର ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ପ୍ରତିବାଦ କରି ସ୍ଥାନୀୟ ଅଂଚଳବାସୀମାନେ ଗତ ସାତଦିନ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବାରୁ ଆଜି ସେମାନେ ଜରି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିଛନ୍ତି ।

ନାବାଳିକାଙ୍କୁ ବୀଭତ୍ସ ହତ୍ୟା ; ମାଇଁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗ୍ରାମ ଉପକଣ୍ଠ ଲକ୍ଷ୍ମଣପଲ୍ଲୀରେ ଅମାନବୀୟ କାଣ୍ଡ। ଜଣେ ୯ ବର୍ଷର ନାବାଳିକାଙ୍କୁ ବୀଭତ୍ସ ଭାବେ ତଣ୍ଟିଚିପି ହତ୍ୟା କରାଯାଇଛି । ମୃତକ ହେଲେ ମଙ୍ଗୁଳୁ ମହାରଣାଙ୍କ ଝିଅ ଅର୍ଚ୍ଚନା ମହାରଣା। ତାଙ୍କ ଶବ ମାମୁଘର ବାରିପଟ ପାଇଖାନାରୁ ଜରିପାଲ ଘୋଡ଼ା ଅବସ୍ଥାରେ ଉଦ୍ଧାର ହୋଇଛି। ରଶିରେ ତାଙ୍କ ତଣ୍ଟିକୁ ଭିଡ଼ି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ ଖୋଦ୍ ମାଇଁ ହିଁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି।

ବୁଗୁଡା ବ୍ଳକ୍ କାନକୁଟୁରୁ ଗ୍ରାମର ଅର୍ଚ୍ଚନା ମୂଳବାସିନ୍ଦା । ମାମୁ ଘର ଗଣେଶ ମହାରଣାଙ୍କ ଘରକୁ ବୁଲି ଆସିଥିଲେ ।ଗତକାଲି ସକାଳ ୧୧ଟାରେ ଅର୍ଚ୍ଚନା ହଠାତ୍ ନିଖୋଜ ହୋଇଯାଇଥିଲେ | ପରିବାରବର୍ଗ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଥିଲେ। ରାତିରେ ଅର୍ଚ୍ଚନାଙ୍କ ଶବ ମାମୁ ଘର ବାରିପଟ ୨୦ ମିଟର ଦୂର ପାଇଖାନା ଘରୁ ମିଳିଥିବା ବେଳେ ବେକରେ ଦାଗ ଥିଲା ଓ ଶବକୁ ଜରିପାଲ ଘୋଡ଼ାଯାଇଥିଲା। ଭଞ୍ଜନଗର ଏସ୍‌ଡିପିଓ ଦୀପକ କୁମାର ମିଶ୍ର ସଦଳବଳେ ପହଞ୍ଚି ତଦନ୍ତ କରିଥିଲେ।

ପଶ୍ଚିମ ଏସିଆରେ ଯୁଦ୍ଧ ବିରତି ପ୍ରସଙ୍ଗ ; ଇରାନକୁ ଟ୍ରମ୍ପଙ୍କ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଏସିଆରେ ଯୁଦ୍ଧ ବିରତି ପ୍ରସଙ୍ଗ। ଚୂଡ଼ାନ୍ତ ରାଜିନାମା ହେବା ଯାଏ ଇରାନ ଭିତରେ ଓ ବାହାରେ ଆମେରିକୀୟ ମିଲିଟାରୀ ଆସେଟ ମୁତୟନ ରହିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେ କହିଛନ୍ତି- ଯୁଦ୍ଧବିରତି ସଂକ୍ରାନ୍ତରେ ଚୂଡ଼ାନ୍ତ ରାଜିନାମା ହେବା ଯାଏ ଇରାନରେ ମୁତୟନ ରହିବେ ଆମେରିକୀୟ ସୈନ୍ୟ, ଯୁଦ୍ଧାସ୍ତ୍ର, ଅସ୍ତ୍ରଶସ୍ତ୍ର, ବିମାନ ଓ ଜାହାଜ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲିବା ଲାଗି ଆମେରିକା ପଣ କରିଛି ବୋଲି କହିଛନ୍ତି ଟ୍ରମ୍ପ।

ଆସାମ, କେରଳ ଓ ପୁଡୁଚେରୀର ଜାରି ରହିଛି ମତଦାନ

ନନ୍ଦିଘୋଷ ବ୍ୟୁରୋ : ଆସାମ, କେରଳ ଓ ପୁଡୁଚେରୀର ଜାରି ରହିଛି ମତଦାନ। ଆସାମରେ ୧୨୬ ଆସନ ଲାଗି ୭୨୨, କେରଳର ୧୪୦ ଆସନ ଲାଗି ୮୮୩, ପୁଡୁଚେରୀର ୩୦ ଆସନ ଲାଗି ଅଛନ୍ତି ୨୯୪ ପ୍ରାର୍ଥୀ। ମୋଟ ୨୯୬ ଆସନ ଲାଗି ମୋଟ ପ୍ରାର୍ଥୀ ସଂଖ୍ୟା ଅଛନ୍ତି ୧୮୯୯। ଆସାମରେ ୩୧ ହଜାର ୪୯୦ ବୁଥରେ ମତଦାନ କରୁଛନ୍ତି ପ୍ରାୟ ଅଢ଼େଇ କୋଟି ଭୋଟର। କେରଳରେ ୩୦ ହଜାର ୪୯୫ ବୁଥରେ ମତଦାନ କରୁଛନ୍ତି ପ୍ରାଯ ୨ କୋଟି ୭୧ ଲକ୍ଷ ଭୋଟର। ପୁଡୁଚେରୀରେ ମତଦାନ କରୁଛନ୍ତି ପ୍ରାୟ ୯ ଲକ୍ଷ ୫୦ ହଜାର ଭୋଟର ।

ମଇଦାନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସ୍ବାମୀ ପ୍ରାର୍ଥୀ ଅଛନ୍ତି। ଆସାମ ଜଲୁକବାଡିରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ତାଙ୍କୁ ଟକ୍କର ଦେଉଛନ୍ତି ରାଇଜୋର ପାର୍ଟିର ରୋମେନ ଚନ୍ଦ୍ର ବର୍ଥାକୁର। ଜୋରହାଟରୁ ଲଢୁଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗଇ। ତାଙ୍କ ବିରୋଧରେ ଲଢୁଛନ୍ତି ବିଜେପିର ହିତେନ୍ଦ୍ରନାଥ ଗୋସ୍ବାମୀ। ଗୁଆହାଟି ସେଣ୍ଟ୍ରାଲରୁ ଲଢୁଛନ୍ତି କଂଗ୍ରେସ ସମର୍ଥିତ ଏଜେପି ପ୍ରାର୍ଥୀ କୁନକୀ ଚୌଧୁରୀ। କେରଳର ଧର୍ମଦମ ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ସିପିଏମ ପ୍ରାର୍ଥୀ ପିନରୟୀ ବିଜୟନ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ଭି.ପି. ଅବଦୁଲ ରସିଦ। ହରିପାଦରୁ ଲଢୁଛନ୍ତି ବରିଷ୍ଠ କଂଗ୍ରେସ ନେତା ରମେଶ ଚେନିଥାଲା। ମଞ୍ଜେଶ୍ବରମରୁ ଲଢୁଛନ୍ତି ବିଜେପି ହେଭିୱେଟ କେ. ସୁରେନ୍ଦ୍ରନ। କେରଳରେ ଏଥର ଏଲଡିଏଫ ଓ ୟୁଡିଏଫ ମଧ୍ଯରେ ହେବ ଜୋରଦାର ଟକ୍କର। ପୁଡୁଚେରୀର ଥଟ୍ଟନଚାବଡ଼ିରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଏଆଇଏନଆରସି ପ୍ରାର୍ଥୀ ଏନ. ରଙ୍ଗାସ୍ବାମୀ। ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ଭି. ବୈଥିଲିଙ୍ଗମ।

ଯୁଦ୍ଧବିରତି ପ୍ରସ୍ତାବ ଭିତରେ ପୁଣି ଅଶାନ୍ତ ପଶ୍ଚିମ ଏସିଆ ; ଲେବାନନ ଉପରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଯୁଦ୍ଧବିରତି ପ୍ରସ୍ତାବ ଭିତରେ ପୁଣି ଅଶାନ୍ତ ପଶ୍ଚିମ ଏସିଆ। ଲେବାନନ ରାଜଧାନୀ ବେରୁଟ, ବେକାସ ଭାଲି ସମେତ ବହୁସ୍ଥାନରେ ଇସ୍ରାଏଲର ବଡ଼ ଧରଣର ହମଲା। ୧୦ ମିନଟରେ ୧୦୦ରୁ ଅଧିକ ଟାର୍ଗେଟ ଉପରେ ହୋଇଛି ଏୟାରଷ୍ଟ୍ରାଇକ। ବେରୁଟରେ ବଡ଼ ଧରଣର ବିସ୍ଫୋରଣ ଘଟିବା ସହ ଅନେକ କୋଠା ନଷ୍ଟ ହୋଇଛି। ଲେବାନନର ପ୍ରତିରକ୍ଷା ବାହିନୀ ସୂତ୍ରରୁ କୁହାଯାଇଛି ଏହି ହମଲାରେ ୨୫୪ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୮୩୭ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ କହିଛି ଯୁଦ୍ଧ ବିରତି ପ୍ରସଙ୍ଗରେ ଯେଉଁ ୧୦ଟି ପ୍ରସ୍ତାବ ଦିଆଯାଇଥିଲା ସେଥିରେ ଲେବାନନ ପ୍ରସଙ୍ଗ ବି ରହିଥିଲା। ମାତ୍ର ଏହାକୁ ଅବମାନନା କରାଯାଇ ଲେବାନନ ଉପରେ ହମଲା କରାଯାଇ

ହର୍ମୁଜକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଧମକ ଦେଇଛି ଇରାନ। ସେପଟେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି- ଯୁଦ୍ଧ ବିରତି ପ୍ରସ୍ତାବରେ ଲେବାନନ ସାମିଲ ବିଷୟରେ ଆମେରିକା ସହମତି ପ୍ରକାଶ କରି ନଥିଲା। ଗତକାଲି ୟୁଏଇ, କୁଏତ ଓ ବାହାରିନ ଉପରେ ଇରାନ ହମଲା କରିବା ପରେ ଯୁଦ୍ଧ ବିରତି ପ୍ରସ୍ତାବ ନେଇ ସସପେନ୍ସ ପ୍ରକାଶ ପାଇଥିଲା । ସେପଟେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଟ୍ୟାଙ୍କର ଉପରେ ବ୍ୟାରେଲ ପିଛା ୧ ଡଲାର କ୍ରିପ୍ଟୋ ଟୋଲ ଆଦାୟ ଲାଗି ଘୋଷଣା କରିଛି ଇରାନ। ବିଟକଏନ ଓ ଅନ୍ୟ ଡିଜିଟାଲ କରେନ୍ସିରେ ଏହା ଦାଖଲ କରିବାକୁ ଇରାନ କହିଛି।

ଆଜିଠାରୁ ଆରମ୍ଭ ହେଲା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ୯୦ତମ ଚଇତି ପର୍ବ

କେନ୍ଦୁଝର : ଆଜିଠାରୁ ଆରମ୍ଭ ହେଲା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ୯୦ତମ ଚଇତି ପର୍ବ। ୭ଦିନ ଯାଏ ଚାଲିବ ଏହି ପର୍ବ । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା। ମା ଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି ଘଟଗାଁକୁ। ଟ୍ରଷ୍ଟ ବୋର୍ଡ ତରଫରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।ଏନେଇ ଘଟଗାଁପୀଠରୁ ଆମ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନୀଧି ଛବିନ୍ଦ୍ର କୁମାର ଜେନା ।

ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଜାରି ; ସମୀକ୍ଷା କଲେ ଗଜପତି ମହାରାଜା

ପୁରୀ : ଗତକାଲି ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଗଣତି ମଣତି କାର୍ଯ୍ୟ ଜାରି ରହିବ। ପୂର୍ବରୁ ସ୍ଥିରୀକୃତ ହୋଇଥିବା ଦିବସମାନଙ୍କରେ ଏହି ଗଣତି ମଣତି କାର୍ଯ୍ୟ କରାଯିବ।‌ ଗତକାଲି ମହାପ୍ରଭୁଙ୍କ ସକାଳ ଧୂପ ପରେ ରତ୍ନଭଣ୍ଡାର ଗଣତି ମଣତି ଟିମର ସଦସ୍ୟ ମାନେ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରକୁ ପ୍ରବେଶ କରି ରତ୍ନ ଅଳଙ୍କାର ଯାଞ୍ଚ କରିଥିଲେ। ଗତକାଲି ସନ୍ଧ୍ୟା ୬ ଟା ଯାଏଁ ଏହି ଯାଞ୍ଚ କାର୍ଯ୍ୟ ଜାରୀ ରହିଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜେ ଅପରାହ୍ନରେ ଶ୍ରୀମନ୍ଦିରରେ ପହଞ୍ଚି ଗଣତି ମଣତି କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଥିଲେ। ସୂଚନା ଅନୁସାରେ ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ଚିହ୍ନଟ କରାଯାଇ ତା’ର ଥ୍ରୀଡି ମ୍ୟାପିଙ୍ଗ କରାଯାଇଛି। ପ୍ରତ୍ୟେକ ରତ୍ନ ଅଳଙ୍କାରର ଭିଡିଓ ଏବଂ ଫଟୋଗ୍ରାଫି କରାଯାଇଛି। ସମ୍ପୂର୍ଣ୍ଣ ଡିଜିଟାଲ ପଦ୍ଧତିରେ ଏହି ଗଣତି ମଣତି କାର୍ଯ୍ୟ କରାଯାଉଛି।

ଏସଓପି ଅନୁଯାୟୀ ସମ୍ପୂର୍ଣ୍ଣ ସ୍ବଚ୍ଛତାରେ କିଭଳି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ତାହା ଉପରେ ଗୁରୁତ୍ବ ଦିଆଯାଉଛି। ତେବେ ଗଜପତି ମହାରାଜା ନିଜ ପ୍ରତିକ୍ରିୟାରେ କହିଥିଲେକି ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏହା ସମୟ ସାପେକ୍ଷ। ଏଣୁ ନିର୍ଦ୍ଦିଷ୍ଟ କେବେ ଗଣତି ମଣତି କାର୍ଯ୍ୟ ସରିବ ତାହା ଏବେ କହିବା ସମ୍ଭବପର ନୁହେଁ। ନିର୍ଭୁଲ ଭାବରେ କିଭଳି ସମସ୍ତ କାର୍ଯ୍ୟ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ବାଧା ନଉପୁଜେ ତାହାକୁ ଦୃଷ୍ଟିରେ ରଖାଯାଇ ବାହାର କାଠ ନିକଟରୁ ଦର୍ଶନ କରାଯାଉଥିବା ବେଳେ ସମସ୍ତ ପ୍ରକାରର କାର୍ଯ୍ୟ କରାଯାଉଅଛି ।