କ’ଣ ଏହି ମାର୍କୋର୍ସ? କେଉଁଠି କରନ୍ତି କାମ? କିପରି ହୁଏ ନିଯୁକ୍ତି?

1 min read

ନୂଆଦିଲ୍ଲୀ: ସୋମାଲିଆ ପାଖରେ ଏକ ଯାହାଜ ଅପହରଣ କରାଯାଇଥିଲା । ଯାହାଜରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେଠାରୁ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି ନୌସେନାର କମାଣ୍ଡୋ ମାର୍କୋର୍ସ  । ଗୁରୁବାର ସନ୍ଧ୍ୟାରେ ଏହି ‘ଏମଭି ଲୀଲା ନର୍ଫାଲ୍କ’ ନାମକ ଏହି ଜାହାଜ ଅପହରଣ ଖବର ଆସି ପହଞ୍ଚିଥିଲା । ଲାଇବେରିଆର ପତାକା ଲାଗିଥିବା ଏହି ଜାହାଜ ଉପରେ ନୌସେନାର କମାଣ୍ଡୋ ମାର୍କୋର୍ସ କଡ଼ା ନଜର ରଖିଥିଲେ । ସୁଯୋଗ ମିଳିବା ମାତ୍ରେ କମାଣ୍ଡୋମାନେ ଅପରେସନ୍ ପୂରା କରିଥିଲେ । ଏହି ଜାହାଜରେ ଥିବା ୧୫ ଭାରତୀୟଙ୍କ ସହ ମୋଟ ୨୧ କ୍ରୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ସମୁଦ୍ର ଲୁଟେରାମାନେ ଜାହାଜକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ଭାରତୀୟ ନୌସେନା ସେମାନଙ୍କୁ ସେଠୁ ପଳାଇଯିବାକୁ କଡ଼ା ଚେତାବନୀ ଦେବା ପରେ ସେମାନେ ଜାହାଜକୁ ଛାଡ଼ି ଦେଇଥିଲେ ।

ତେବେ ଏହି ପୂରା ଅପରେସନରେ ମାର୍କୋର୍ସ କମାଣ୍ଡମାନେ ସବୁ ଦାୟୀତ୍ବ ନେଇଥିଲେ । ସେମାନେ ନଥିଲେ ହୁଏତ ଅପସେସନ ସଫଳ ହୋଇପାରିନଥାନ୍ତା । ବୀରତ୍ବର ପ୍ରମାଣ ଦେଇଥିବା ଏହି ମାର୍କୋର୍ସ କମାଣ୍ଡ କ’ଣ ? ଏମାନେ କେଉଁ ସବୁ କାମ କରନ୍ତି? ଏହା କେବେଠୁ କାମ କରୁଛି? ଜାଣନ୍ତୁ ଏହି ମାର୍କୋର୍ସ କମାଣ୍ଡୋଙ୍କ ବିଷୟରେ ପୂରା ତଥ୍ୟ ।

ଭାରତୀୟ ସେନାର ସାମୁଦ୍ରିକ ୟୁନିଟକୁ MARCOS ବୋଲି କୁହାଯାଏ । ଯାହାର ସରକାରୀ ନାମ ହେଉଛି ମେରାଇନ୍ କମାଣ୍ଡୋ ଫୋର୍ସ (MCF) | ଏହା ଭାରତୀୟ ନୌସେନାର ଏକ ସ୍ୱତନ୍ତ୍ର ୟୁନିଟ୍ | ପୂର୍ବରୁ ଏହାକୁ ଇଣ୍ଡିଆନ୍ ମେରାଇନ୍ ସ୍ପେଶାଲ୍ ଫୋର୍ସ କୁହାଯାଉଥିଲା | ପରେ ଏହାର ନାମ ‘ମାର୍କୋସ୍’ ରଖାଯାଇଥିଲା |

୧୯୮୭ ମସିହା ଫେବୃଆରୀରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା । ମାର୍କୋସ୍ ସବୁ ପ୍ରକାର ପରିବେଶରେ କାମ କରିବାକୁ ସକ୍ଷମ | ଏମାନେ ସବୁ ସ୍ଥାନରେ ଶତ୍ରୁଙ୍କ ପାଇଁ ଘାତକ ପ୍ରମାଣିତ ହୋଇଛନ୍ତି । ଏହି ସେନା ନିଜର କାର୍ଯ୍ୟଶୖଳୀ ପାଇଁ ଆନ୍ତର୍ଜାତୀୟ ଖ୍ୟାତି ମଧ୍ୟ ଅର୍ଜନ କରିଛି | ସେନା ଜେଲମ୍ ନଦୀ ଏବଂ ବୁଲର୍ ହ୍ରଦରେ କାମ କରନ୍ତି | ଏହି ହ୍ରଦ ୬୫ ବର୍ଗ କିଲୋମିଟର ଯାଏ ବ୍ୟାପିଛି | ଏଠାରେ ମଧୁର ଜଳ ଥିବାରୁ ମାର୍କୋସ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ମଧ୍ୟ ଅଭିଯାନ ଚଳାନ୍ତି ।

ମାର୍କୋର୍ସର ଇତିହାସ

1986 ଏପ୍ରିଲରେ ଆମେରିକାର ନୈାସେନା ସହିତ ଭାରତୀୟ ନୈାସେନା ମିଶି ଏକ ସ୍ବତନ୍ତ୍ର ବାହିନୀ ଗଠନ ପାଇଁ ଯୋଜନା ଆରମ୍ଭ କରିଥିଲା ​ । ସମୁଦ୍ରରେ ଆକ୍ରମଣ ଏବଂ ଅନୁସନ୍ଧାନ ତଥା ଆତଙ୍କବାଦ ବିରୋଧୀ କାର୍ଯ୍ୟ ରୋକିବା ପାଇଁ ତିଆରି ହୋଇଥିଲା। ୧୯୫୫ରେ ଗଠିତ ଏକ ଡାଇଭିଂ ୟୁନିଟରୁ ତିନିଜଣ ସ୍ୱେଚ୍ଛାସେବୀ ଅଧିକାରୀଙ୍କୁ ମନୋନୀତ କରାଯାଇଥିଲା ଏବଂ କରୋନାଡୋରେ ଯୁକ୍ତରାଷ୍ଟ୍ରର ନୈାସେନା ସିଲ୍ ସହିତ ତାଲିମ ଦିଆଯାଇଥିଲା | ଭାରତୀୟ ସାମୁଦ୍ରିକ ସ୍ପେଶାଲ ଫୋର୍ସ (IMSF) ଆନୁଷ୍ଠାନିକ ଭାବରେ ଫେବୃଆରୀ ୧୯୮୭ ରେ ସୃଷ୍ଟି ହୋଇଥିଲା ଏବଂ ତିନିଜଣ ଅଧିକାରୀ ଏହାର ପ୍ରଥମ ସଦସ୍ୟ ଥିଲେ। ୧୯୯୧ରେ, IMSF ର ନାମ ‘ମେରାଇନ୍ କମାଣ୍ଡୋ ଫୋର୍ସ’ (MCF) ରଖାଗଲା |

କେମିତି ହୁଏ ଚୟନ?

୨୦ ବର୍ଷ ବୟସ ଯୁବକଙ୍କୁ ଏଥିପାଇଁ ଚୟନ କରାଯାଏ । ସେମାନଙ୍କୁ ଅତି କଷ୍ଟ ଚୟନ ପ୍ରକ୍ରିୟା ଏବଂ ତାଲିମ ଦେଇ ଗତି କରିବାକୁ ପଡେ | ଆମେରିକୀୟ ଏବଂ ବ୍ରିଟିଶର ସ୍ୱତନ୍ତ୍ର ବାହିନୀ ମାର୍କୋସଙ୍କ ତାଲିମ ଦେବାରେ ବହୁ ସାହାଯ୍ୟ କରିଥିଲେ । ଏଥିରେ ୮ ମାସର ପାଠ୍ୟକ୍ରମ ବି ରହିଛି । ଏହି ତାଲିମ ବ୍ୟବସ୍ଥାରେ ବାୟୁସେନା ଅପରେସନ୍, ଯୁଦ୍ଧ ଡାଇଭିଂ, ଆତଙ୍କବାଦ, ଅପହରଣ, ଡକାୟତି ବିରୋଧୀ ଅପରେସନ୍, ଯୁଦ୍ଧ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହାର ଅଧିକାଂଶ ପ୍ରଶିକ୍ଷଣ INS ଅଭିମନ୍ୟୁରେ କରାଯାଏ ।

କେଉଁ ଯାଗାରେ ହୁଏ ମାର୍କୋର୍ସଙ୍କ ଟ୍ରେନିଂ?

ମାର୍କୋସ୍ ଭାରତୀୟ ସେନା ସ୍ପେଶାଲ୍ ଫୋର୍ସ ଅଧିକାରୀଙ୍କ ସହ ଭାରତୀୟ ସ୍ପେଶାଲ୍ ଫୋର୍ସ ଟ୍ରେନିଂ ସ୍କୁଲ୍, ଏବଂ ଅନ୍ୟାନ୍ୟ ସେନା ବିଦ୍ୟାଳୟରେ ଅଭ୍ୟାସଗତ ଯୁଦ୍ଧରେ ଟ୍ରେନିଂ ନିଅନ୍ତି | କର୍ଣ୍ଣାଟକର ବେଲଗାମରେ ଜୁନିୟର ଲିଡର୍ସ କମାଣ୍ଡୋ ଟ୍ରେନିଂ କ୍ୟାମ୍ପ, ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ପାର୍ବତ ଘାଟକ୍ ବିଦ୍ୟାଳୟ, ରାଜସ୍ଥାନ , କାଶ୍ମୀରରେ ମଧ୍ୟ ଟ୍ରେନିଂ ନିଅନ୍ତି ।

ଏହି କମାଣ୍ଡୋ ମାନଙ୍କର ଶାରିରୀକ ଫିଟନେସ ପରୀକ୍ଷା କରାଯାଏ । ହେଲ୍ସ ଓ୍ବିକ୍ ବୋଲି ଏକ ପ୍ରକ୍ରିୟା ରହିଛି ଯେଉଁ ପରୀକ୍ଷା ଦେଇ କମାଣ୍ଡୋ ମାନେ ଯିବାକୁ ବାଧ୍ୟ । ଶହେ ପ୍ରତିଶତ ମଧ୍ୟରୁ ୮୦ ରୁ ୮୫ ଭାଗ କମାଣ୍ଡୋ ଫେଲ୍ ହୁଅନ୍ତି ବାକି ପାସ ହୋଇଥିବା କମାଣ୍ଡୋ ହିଁ ଅପରେସନରେ ଭାଗ ନିଅନ୍ତି ।