spot_img
Home Blog Page 146

କେମିତି ନିର୍ବାଚିତ ହେବେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ, କ’ଣ ରହିଛି ନିୟମ ଓ ପ୍ରକ୍ରିୟା ?

କେମିତି ନିର୍ବାଚିତ ହେବେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ, କ’ଣ ରହିଛି ନିୟମ ଓ ପ୍ରକ୍ରିୟା ?

ନନ୍ଦିଘୋଷ ବ୍ୟୁରୋ: ଆଗାମୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପାଇଁ ବିଜେପିରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟା ଦେଶବ୍ୟାପୀ ସଙ୍ଗଠନାତ୍ମକ ଅଭିଯାନ ‘ସଂଗଠନ ପର୍ବ-୨୦୨୪’ ଅନୁସାରେ କରାଯାଉଛି । ନିର୍ବାଚନ କାର୍ଯ୍ୟକ୍ରମକୁ ଗତ ଶୁକ୍ରବାର ବିଜେପି ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡକ୍ତର କେ. ଲକ୍ଷ୍ମଣ ପ୍ରକାଶ କରିଛନ୍ତି । ଦଳୀୟ ସମ୍ବିଧାନ ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟାରେ ହୋଇଥାଏ । ଯେଉଁଥିରେ ଇଲେକ୍ଟ୍ରୋରାଲ କଲେଜ, ନାମାଙ୍କନ, ଯାଞ୍ଚ, ନାମାଙ୍କନ ପ୍ରତ୍ୟାହାର ଆବଶ୍ୟକ ପଡ଼ିଲେ ନିର୍ବାଚନ କରାଯିବା ରହିଛି । ତେବେ ଆଓନ୍ତୁ ଷ୍ଟେପ ବାଇ ଷ୍ଟେପ ଜାଣିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କେମିତି ହୋଇଥାଏ ।

ଷ୍ଟେପ ୧ : ଇଲେକ୍ଟ୍ରୋରାଲ କଲେଜ ସୂଚି ଜାରି

୧୬ ଜାନୁଆରୀ ୨୦୨୬ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହିଦିନ ମଧ୍ୟାହ୍ନ ୧୨ଟାରେ ଇଲେଟ୍ରୋରାଲ କଲେଜ୍ ସୂଚୀ ଜାରି କରାଯାଇଥିଲା । ବିଜେପି ସମ୍ବିଧାନ ଅନୁସାରେ, ଇଲେଟ୍ରୋରାଲ କଲେଜରେ ଦଳର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଏବଂ ରାଜ୍ୟ ପରିଷଦରୁ ଚୟନ ହୋଇଥିବା ପ୍ରତିନିଧି ରହିଥାନ୍ତି । କେବଳ ଏହି ସଦସ୍ୟମାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେବାର ଅଧିକାର ରହିଛି ।

ଷ୍ଟେପ ୨ : ନାମାଙ୍କନ ପ୍ରକ୍ରିୟା

ଏହାପରର ଗୁରୁତପୂର୍ଣ୍ଣ ସ୍ତର ହେଲା ନାମାଙ୍କନ ଭରିବା । ଜାନୁଆରୀ ୧୯ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରାଯିବ । ଦଳର ନିୟମ ଅନୁସାରେ ଆବେଦନକାରୀ ଅତି କମରେ ୪ଟି କାର୍ଯ୍ୟକାଳ କିମ୍ବା ୧୫ ବର୍ଷ ସକ୍ରିୟ ସଦସ୍ୟ ହୋଇଥିବା ଆବଶ୍ୟକ । ନାମାଙ୍କନ ଭରିବାକୁ କୌଣସି ଏକ ରାଜ୍ୟର ଇଲେଟ୍ରୋରାଲ କଲେଜର ୨୦ ସଦସ୍ୟଙ୍କ ପ୍ରସ୍ତାବ ଜରୁରୀ । ଏହାସହ ୫ଟି ରାଜ୍ୟର ସମର୍ଥନ ଥିବା ବି ଆବଶ୍ୟକ । ଯେଉଁଠାରେ ନ୍ୟାଶନାଲ କାଉନସିଲ ନିର୍ବାଚନ ସମାପ୍ତ ହୋଇସାରିଥିବ ।

ଷ୍ଟେପ ୩ : ଯାଞ୍ଚ ଓ ନାମାଙ୍କନ ପ୍ରତ୍ୟାହାର

ନାମାଙ୍କନ ଭରିବା ସମୟସୀମା ଶେଷ ହେବା ପରେ ଅପରାହ୍ନ ୪ଟାରୁ ୫ଟା ଯାଏଁ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଏହାପରେ ୫ଟାରୁ ୬ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯିବ । ଏହାପରେ ସାଢ଼େ ୬ଟାରେ ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯିବ । ଏଥିରେ ସ୍ପଷ୍ଟ କରାଯିବ କି ନିର୍ବାଚନ ସର୍ବସମ୍ମତିରେ ହୋଇଛି ନା ମତଦାନର ଆବଶ୍ୟକତା ରହିଛି ।

ଷ୍ଟେପ ୪ : ମତଦାନ ଓ ଫଳାଫଳ

ଯଦି ନାମାଙ୍କନ ପ୍ରତ୍ୟାହାର ପରେ ଜଣେରୁ ଅଧିକ ବୈଧ ପ୍ରାର୍ଥୀ ରହିଲେ, ତେବେ ଜାନୁଆରୀ ୨୦ ତାରିଖ ସକାଳ ସାଢେ ୧୧ଟାରୁ ଅପରାହ୍ନ ସାଢ଼େ ଗୋଟାଏ ଯାଏଁ ଭୋଟିଂ କରାଯିବ । ଏହାସହ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ । ଯଦି ନାମାଙ୍କନ ପ୍ରତ୍ୟାହାର ପରେ ଜଣେ ପ୍ରାର୍ଥୀ ରହିବେ ତେବେ ତାଙ୍କ ନାଁକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଘୋଷଣା କରାଯିବ ।

ସମ୍ଭାବ୍ୟ ପ୍ରାର୍ଥୀଙ୍କ କିଏ ରହିବେ ପ୍ରସ୍ତାବକ ?

ସୁତ୍ରଙ୍କ ଅନୁସାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନ ତିନୋଟି ଅଲଗା ଅଲଗା ସେଟରେ ନାମାଙ୍କନ ଦାଖଲ କରିପାରନ୍ତି । ଗୋଟିଏ ନାମାଙ୍କନପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡା ପ୍ରସ୍ତାବକ ରହିବେ । ଦ୍ବିତୀୟ ସେଟରେ ୨୦ରୁ ଅଧିକ ନିର୍ବାଚିତ ବିଜେପି ରାଜ୍ୟ ସଭାପତିଙ୍କ ନାଁ ରହିପାରେ । ତୃତୀୟ ସେଟରେ ବିଜେପି ନ୍ୟାଶନାଲ କାଉନସିଲର ସଦସ୍ୟଙ୍କ ସମର୍ଥନ ଥିବା କଥା କୁହାଯାଉଛି ।

ଶେଷ ପର୍ଯ୍ୟାୟରେ ପଦ ଗ୍ରହଣ

ଯଦି ନିତିନ ନବୀନ ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୁଅନ୍ତୁ, ତେବେ ଦଳୀୟ ମୁଖ୍ୟାଳୟରେ ଏକ ଔପଚାରିକ କାର୍ଯ୍ୟକ୍ରମ ହେବ । ତାଙ୍କୁ ଦିନଦୟାଲ ଉପାଧ୍ୟୟ ମାର୍ଗ ସ୍ଥିତ ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିଆଯିବ । ଏହାପରେ ବିଜେପିରେ ରାଷ୍ଟ୍ରୀୟ ନେତୃତ୍ବର ହସ୍ତାନ୍ତର କରାଯିବ ।

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ଜାଣିଶୁଣି ଚଢ଼ାଇ ଦେଲେ ଗାଡି

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ଜାଣିଶୁଣି ଚଢ଼ାଇ ଦେଲେ ଗାଡି

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଥମିବାର ନାଁ ନେଉନି । ରାଜବାଡି ଜିଲ୍ଲାର ସଦର ଉପଜିଲ୍ଲାରେ ଜଣେ ହିନ୍ଦୁ ଯୁବକଙ୍କୁ ଜାଣିଶୁଣି ଗାଡି ଚଢ଼ାଇ ହତ୍ୟା କରାଯାଇଛି । ଶୁକ୍ରବାର ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ମୃତକ ଜଣଙ୍କ ହେଲେ ୩୦ ବର୍ଷିୟ ରିପନ ଶାହା । ରାଜବାଡିର ଗୋଲାନ୍ଦା ମୋଡ ନିକଟସ୍ଥ କରିମ ଫିଲିଂ ଷ୍ଟେସନରେ ରିପନ କାମ କରୁଥିଲେ । କୁହାଯାଉଛି, ଜଣେ ଗାଡି ଚାଳକ ପେଟ୍ରୋଲ ପମ୍ପରେ ତେଲ ଭରିବା ପରେ ଟଙ୍କା ଦେବାକୁ ମନା କରି ପଳାଇ ଯିବାକୁ ଚେଷ୍ଟା କରିଥିଲା । ରିପନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗାଡି ଚାଳକ ଜଣଙ୍କ ଜାଣିଶୁଣି ଗାଡି ରିପନଙ୍କ ଉପରେ ଚଢ଼ାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଗାଡି ଚାଳକ ଓ ମାଲିକ ଗିରଫ

ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରାଯିବା ସହ ମାଲିକ ଅବୁଲ ହାଶେମଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ ହାଶେମ ବାଂଲାଦେଶ ନେଶନାଲିଷ୍ଟି ପାର୍ଟି (ବିଏନପି)ର ରାଜବାଡି ଜିଲ୍ଲାର ପୂର୍ବ କୋଷାଧ୍ୟକ୍ଷ । ସେହିପରି ଗାଡି ଚାଳକ କମାଲ ହୁସେନକୁ ପାରଲିସ ବାନିଭାନ ନିପାରା ଗାଁରୁ ଗିରଫ କରିଛି ।

ରାଜବାଡି ସଦର ପୋଲିସ ଷ୍ଟେସନ ପ୍ରଭାରୀ ଅଧିକାରୀ ଖୋଣ୍ଡକର ଜିୟାଉର ରହମାନ କହିଛନ୍ତି, ଏହା ଦୁର୍ଘଟଣା ନୁହେଁ । ଏହା ସ୍ପଷ୍ଟ ଭାବେ ହତ୍ୟା ଘଟଣା । ସେ କହିଛନ୍ତି, ମୃତକ ଗାଡି ଆଗରେ ଛିଡ଼ା ହୋଇଥିଲେ । ଅଭିଯୁକ୍ତ ତେଲ ଭରିବା ପରେ ଟଙ୍କା ଦେବାକୁ ମନା କରିବା ସହ ରିପନଙ୍କ ଉପରେ ଗାଡି ଚଢ଼ାଇ ଫେରାର ହୋଇଗଲା । ଏହାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ସେ କହିଛନ୍ତି ।

ହିନ୍ଦୁଙ୍କ ଉପରେ ଅତ୍ୟାଚାର

ଏହା ପୂର୍ବରୁ ମଧ୍ୟ ବାଂଲାଦେଶରେ ହିନ୍ଦୁ ସମୁଦାୟଙ୍କ ଉପରେ ହିଂସା ଦେଖିବାକୁ ମିଳିଛି । କିଛିଦିନ ପୂର୍ବେ ଫେନି ଜିଲ୍ଲାରେ ଦାଗନଭୁଇଆଁରେ ହିନ୍ଦୁ ଯୁବକ ସମୀର ଦାସଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିଲା ।

ଗତ ୯ ତାରିଖରେ ଭାରତ ସରକାର ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଥିଲା । ସ୍ଥିତି ଉପରେ ନଜର ରଖାଯାଇଛି । ଆଶା କରୁଛୁ ବାଂଲାଦେଶ ସରକାର ଏହି ସାମ୍ପ୍ରଦାୟିକ ହିଂସାକୁ ରୋକିବାକୁ କଠୋର ପଦକ୍ଷେପ ନେବେ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର ; ୨ ନକ୍ସଲ ନିହତ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ବଡ ଏନକାଉଣ୍ଟର । ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ । ଟପ୍ କମାଣ୍ଡର ପାପାରାଓ ବି ନିହତ ହୋଇଥିବା ସୂଚନା ରହିଛି । ବିଜାପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଏବେବି ଗୁଳି ବିନିମୟ ଜାରି ରହିଛି । ଦୁଇ ନକ୍ସଲଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି ।

ଆସନ୍ତାକାଲିଠାରୁ ଶୀତରେ ଲାଗିବ ବ୍ରେକ ; ୨ ରୁ ୪ ଡିଗ୍ରୀ ଯାଏ ବଢିବ ତାପମାତ୍ରା

ଭୁବନେଶ୍ବର : ଆସନ୍ତାକାଲିଠାରୁ ଶୀତରେ ଲାଗିବ ବ୍ରେକ । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ବଢିବ ତାପମାତ୍ରା । ୨ ରୁ ୪ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା । ଏହାର ପ୍ରଭାବରେ ଶୀତରୁ ସାମାନ୍ୟ ଆଶ୍ଵସ୍ତି ମିଳିବ । ଆଜି ସକାଳ ୫ଟା ସୁଦ୍ଧା ଝାରସୁଗୁଡାରେ ୮.୮, କେନ୍ଦୁଝରରେ ୧୦.୬, ଭୁବନେଶ୍ଵରରେ ୧୨ ଡିଗ୍ରୀ ପାରା ରେକର୍ଡ ହୋଇଛି । ସେପଟେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି ।

କ୍ୟାପିଟାଲ ହସପିଟାଲ ଡାକ୍ତରଙ୍କୁ ମାଡ଼ ଘଟଣା ; କଳା ବ୍ୟାଚ୍ ପିନ୍ଧି ଡାକ୍ତରଙ୍କ ପ୍ରତିବାଦ

ଭୁବନେଶ୍ବର : ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ। କଳା ବ୍ୟାଜ ପିନ୍ଧି ଓପିଡିରେ ରୋଗୀ ଦେଖୁଛନ୍ତି ଜୁନିଅର ଡାକ୍ତର। ଏହା ସହିତ ଜୁନିୟର ଡାକ୍ତର ସଂଘ ଚେତାବନୀ ଦେଇଛି, ସରକାର ଡାକ୍ତରମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାନ୍ତୁ। ନ ହେଲେ ଓପିଡି ସେବା ବନ୍ଦ କରିବ ସଙ୍ଘ। ଏହି ଘଟଣାକୁ ନେଇ ସୁପରଟେଣ୍ଡେଣ୍ଟଙ୍କୁ ଭେଟିବ ସଂଘ। ରୋଗୀ ସେବା ନେଇ ଜେନେରାଲ ବଡି ମିଟିଂରେ ଆଲୋଚନା ବି ହେବ। କ୍ୟାପିଟାଲ ହସ୍ପିଟାଲରେ କଳା ବ୍ୟାଚ ପିନ୍ଧି ଶାନ୍ତିପୂର୍ଣ ପ୍ରତିବାଦ କରାଯିବ ବୋଲି ଜୁନିୟର ଡାକ୍ତର ସଂଘ। ଗତକାଲି ରୋଗୀ ସେବାକୁ ନେଇ କିଛି ଯୁବକ କ୍ୟାପିଟାଲ ହସପିଟାଲର ଡାକ୍ତରଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା।

ସେପଟେ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଭେଟି ବୁଝାସୁଝା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଏସ. ଅଶ୍ଵଥି। ସେ କହିଛନ୍ତି ଡାକ୍ତରଙ୍କ ସୁରକ୍ଷା ପାଇଁ ଆମେ ଯତ୍ନବାନ ଅଛୁ। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି। ସବୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ। ଆଶା କରୁଛୁ, ସବୁ ଅଭିଯୁକ୍ତ ଗିରଫ ହେବେ। ଡାକ୍ତରମାନଙ୍କ ସମସ୍ୟା ଓ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ। OPD ସରିବା ପରେ ରୋଗୀ ଆସିଥିଲେ। କାଜୁଆଲିଟି ଯିବାକୁ କହିବା ପରେ ନ ଯାଇ ଗଣ୍ଡଗୋଳ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ସଚିବ।

୧୨୦ ଘଣ୍ଟା ହନୁମାନ ଓ ମା’ ଦୁର୍ଗାଙ୍କ ପରିକ୍ରମା କଲା କୁକୁର, ଚମତ୍କାର କହି ପୂଜା କରୁଛନ୍ତି ଲୋକେ

୧୨୦ ଘଣ୍ଟା ହନୁମାନ ଓ ମା’ ଦୁର୍ଗାଙ୍କ ପରିକ୍ରମା କଲା କୁକୁର, ଚମତ୍କାର କହି ପୂଜା କରୁଛନ୍ତି ଲୋକେ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ବିଜନୋର ଜିଲ୍ଲା ନନ୍ଦପୁର ଗାଁରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠାରେ ଥିବା ଏକ ପ୍ରାଚୀନ ମନ୍ଦିରରେ ଏକ କୁକୁର ଚର୍ଚ୍ଚାର କାରଣ ପାଲଟିଛି । କୁହାଯାଉଛି କୁକୁରଟି ଲଗାତାର ୫ ଦିନ ଅର୍ଥାତ ୧୨୦ ଘଣ୍ଟା ବିନା କିଛି ଖାଇ ବିନା କିଛି ପିଇ ହନୁମାନ ଜୀ ଏବଂ ମା’ ଦୁର୍ଗାଙ୍କୁ ପରିକ୍ରମା କରିଛି । ଖବର ପ୍ରଚାରିତ ହେବା ପରେ କୁକୁରକୁ ଚମତ୍କାରୀ ଭାବି ଲୋକେ ପୂଜା କରିବା ଆରମ୍ଭ କରିଦେଇଛନ୍ତି ।

ଗ୍ରାମବାସୀଙ୍କ ଅନୁସାରେ, କୁକୁରଟି ଗତ ୫ ଦିନ ହେବ କିଛି ନଖାଇ ନପିଇ ମୂର୍ତ୍ତିକୁ ପରିକ୍ରମା କରୁଥିଲା । ଦୁର୍ବଳ ହୋଇଯିବା ସହ ଥକି ଯିବାରୁ ସେଠାରେ ପଡ଼ି ଯାଇଥିଲା । ମନ୍ଦିର କମିଟି ସମସ୍ୟ ତାଙ୍କୁ ଏକ ବିଛଣାରେ ଶୁଆଇ ଦେଇ ଚାଦର ଢାଙ୍କି ଦେଇଥିଲେ । ଚାହିଁ ଚାହିଁ ଏହି ଖବର ପ୍ରସାରିତ ହୋଇଯାଇଥିଲା ଓ କୁକୁରକୁ ଦେଖିବାକୁ ଲୋକଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା । ଏପରି ଲାଗୁଛି ଯେମିତି ମନ୍ଦିରରେ କିଛି ଉତ୍ସବ ଚାଲିଛି ।

ଶ୍ରଦ୍ଧାଳୁ କୁକୁରକୁ ଦେଉଛନ୍ତି ପ୍ରସାଦ ଓ ଦାନ

ଦେଖିବା କଥା ହେଲା ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଭଗବାନଙ୍କ ସହ କୁକୁରର ବି ଦର୍ଶନ କରୁଛନ୍ତି । ସେତିକି ନୁହେଁ, ଶ୍ରଦ୍ଧାଳୁ ଏହାକୁ ଚମତ୍କାରୀ କୁକୁର ଭାବି ପ୍ରସାଦ ଦେବା ସହ ଦାନରେ ଟଙ୍କା ବି ଦେଉଛନ୍ତି । ଏପରିକି ମଥା ଟେକି କୁକୁରକୁ ପୂଜା ବି କରୁଥିବା ଦେଖିବାକୁ ମିଳୁଛି । କୁକୁର ଉପରେ ଭଗବାନଙ୍କୁ କୃପା ଥିବା ଲୋକେ ବିଶ୍ବାସ କରିବା ସହ ମାନସିକ ବି କରିବା ଆରମ୍ଭ କରିଦେଇଛନ୍ତି । ଏପରିକି ଭିଡ଼କୁ ଦେଖି ମନ୍ଦିର ବାହାରେ ଉଠା ଖେଳନା ଓ ପ୍ରସାଦ ଦୋକାନ ବି ଖୋଲିଯାଇଥିବା ଦେଖିବାକୁ ମିଳୁଛି ।

କୁକୁରର ଚିକିତ୍ସା ଆରମ୍ଭ

୫ ଦିନ ଭୋବିଲା ରହିବା ଫଳରେ କୁକୁରଟିର ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଯାଇଛି । ଏପରିକି କ୍ଷୀର ଓ ରୁଟି ଦିଆଯାଇଥିଲେ ବି ସେ କିଛି ଖଶଇନି । ସ୍ଥିତି ବିଗୁଡୁ ଥିବା ଦେଖି ପ୍ରାଣୀ ଚିକିତ୍ସକଙ୍କ ସହାୟତା ନିଆଯାଇଛି । ପ୍ରାଣୀ ଚିକିତ୍ସାକ ଡକ୍ତର ଅଶ୍ବନୀ ଚିତ୍ରାଂଶ କହିଛନ୍ତି, କୁକୁରଟି କିଛି ଖାଇ ନଥିବାରୁ ଶରୀରରେ ପାଣି ଓ ମିନେରାଲ୍ସ କମିଯାଇଛି । ଜୀବନ ବଞ୍ଚାଇବାକୁ ଗ୍ଲୁକୋଜ, ମଲ୍ଟି ଭିଟାମିନ ଓ ଫ୍ରୁଟ ଥେରାପି ଦିଆଯାଉଛି । ଯାହାଦ୍ବାରା କୁକୁର ଶରୀର ପାଇଁ ଆବଶ୍ୟକ ପୋଷକତତ୍ତ୍ବର ଅଭାବ ପୂରଣ ହୋଇପାରିବ ।

ବିଜ୍ଞାନ ଆଗରେ ଭକ୍ତି ଭାରି

ଏହି ଘଟଣା ପରେ ଆସ୍ଥା ଓ ଅନ୍ଧବିଶ୍ବାସକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ବିଜ୍ଞାନ କୁକୁରର ଶାରୀରିକ ସ୍ଥିତି ଓ ବେମାରୀକୁ ତର୍କ ଦେଉଛି । ସେପଟେ ଭକ୍ତଙ୍କ ଭିଡ଼ ଏହାକୁ ଚମତ୍କାର କହୁଛନ୍ତି ।

ଆଇସିସି ସଦସ୍ୟ ଭାରତୀୟ ବୋଲି ଭିସା ଦେଲାନି ବାଂଲାଦେଶ

ଆଇସିସି ସଦସ୍ୟ ଭାରତୀୟ ବୋଲି ଭିସା ଦେଲାନି ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ କରାଯାଉଛି ନରସଂହାର । ଖୋଜି ଖୋଜି ବାଂଲାଦେଶୀ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ଯାହାର ପ୍ରଭାବ ନା କେବଳ ଭାରତ ଓ ବାଂଲାଦେଶ ସମ୍ପର୍କକୁ ତିକ୍ତ କରିଛି ତା’ନୁହେଁ । ଖେଳ ଉପରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା କରାଯିବା ପ୍ରତିବାଦରେ ଭାରତ ଆଇପିଏଲରୁ ଦ୍ରୁତ ବୋଲର ମୁସ୍ତଫଇଜୁର ରହମାନଙ୍କୁ ବାହାର କରିଦେଇଛି । ଆଉ ଏହାକୁ ନେଇ ଦୁଇ ଦେଶର କ୍ରିକେଟ ବୋର୍ଡ ମୁହାଁମୁହିଁ ହୋଇଛନ୍ତି । ଏପରିକି ଆଗକୁ ହେବାକୁ ଥିବା ଟି-୨୦ ବିଶ୍ବକପ୍ ପାଇଁ ଟିମ୍ ଭାରତ ନପଠାଇବାକୁ ବାଂଲାଦେଶ ଘୋଷଣା କରିଛି । ତେବେ ସମସ୍ୟାର ସମାଧାନ କରିବାକୁ ଆଇସିସି ଚେଷ୍ଟା କରୁଛି । ହେଲେ ବାଂଲାଦେଶ ବୋର୍ଡ ଓ ସରକାର ଆଇସିସିକୁ ବି ନାଲିଆଖି ଦେଖାଇବାରେ ଲାଗିଛନ୍ତି । ଏପରିକି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ବାଂଲାଦେଶ ଯିବାକୁ ଥିବା ଆଇସିସି କମିଟର ଭାରତୀୟ ସଦସ୍ୟଙ୍କୁ ବାଂଲାଦେଶ ଭିସା ଦେବାକୁ ମନା କରିଦେଇଛି । ଏହାକୁ ନେଇ ଉଭୟ ଆଇସିସି ଓ ବିସିବି ପକ୍ଷରୁ ଅଧିକାରୀକ ସ୍ତରରେ କିଛି କୁହାଯାଇ ନଥିଲେ ବି ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବାରେ ଲାଗିଛି । ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାରତୀୟ ହୋଇଥିବାରୁ ତାଙ୍କୁ ବାଂଲାଦେଶ ଯିବାକୁ ଭିସା ମିଳିନାହିଁ ।

ଦୁଇ ଦେଶର ବୋର୍ଡ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଆଇସିସି ଅନଲାଇନ୍ ବୈଠକ କରିସାରିଛି । ଏବେ ବାଂଲାଦେଶ ଯାଇ ସମସ୍ୟାର ସମାଧାନ କରିବାକୁ ନିଷ୍ପତ୍ତି ନେବା ସହ ଆଇସିସି ନିଜର ଏକ ଟିମ୍ ବାଂଲାଦେଶ ପଠାଇଥିଲା । ହେଲେ ଏହି କମିଟିକୁ ନେଇ ଆଉ ଏକ ବିବାଦ ସୃଷ୍ଟଇ ହୋଇଛି । ସୋସିଆଲ ମିଡିଆରେ ଏକାଧିକ ପୋଷ୍ଟ ଭାଇରାଲ ହେଉଛି । ଯେଉଁଥିରେ ଦାବି କରାଯାଉଛି ବାଂଲାଦେଶ ସରକାର ଆଇସସି କମିଟି ସହ ଯାଉଥିବା ସିଇଓ ସଂଯୋଗ ଗୁପ୍ତାଙ୍କୁ ଭିସା ଦେବାକୁ ମନା କରିଦେଇଛି । କୁହାଯାଉଛି ସଂଯୋଗ ଭାରତୀୟ ହୋଇଥିବାରୁ ତାଙ୍କୁ ଭିସା ମିଳିନାହିଁ । ମୁସ୍ତଫଇଜୁର ରହମାନଙ୍କୁ ଆଇପିଏଲରୁ ହଟାଯିବାର ପ୍ରତିଶୋଧ ନେବାକୁ ଯାଇ ବାଂଲାଦେଶ ଭିସା ଦେବାକୁ ମନା କରୁଛି ।

ଅନ୍ୟପକ୍ଷେ ଆଇସିସି ଓ ବାଂଲାଦେଶ ବୋର୍ଡ ବୈଠକକୁ ନେଇ କୁହାଯାଉଛି, ଭେନ୍ୟୁ ବଦଳାଇବା ପରିବର୍ତ୍ତେ ପୂର୍ବ ନିର୍ଦ୍ଧାରିତ ସୂଚି ଅନୁସାରେ ମ୍ୟାଚ କରାଯିବାକୁ ଚେଷ୍ଟା କରାଯାଉଛି । କୁହାଯାଉଛି, ଆଇସିସି ପକ୍ଷରୁ ଏହା ଶେଷ ପ୍ରୟାସ । ଯେଉଁଥିରେ ବିସିବିର ଖେଳାଳିଙ୍କୁ ଭାରତରେ କଡା ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉଛି । ଯାହାଦ୍ବାରା ପୂର୍ବ ସୂଚୀ ଅନୁସାରେ ମ୍ୟାଚ୍ କରାଯାଇ ପାରିବ ।

ଧୋକା ଦେଲା ପାକିସ୍ତାନ ; ଆମେରିକାର ପରମ ଶତ୍ରୁ ସହିତ ହାତ ମିଳାଇଲା …

ନନ୍ଦିଘୋଷ ବ୍ୟୁରୋ: ଅନ୍ୟ ଛାଇରେ ବିସ୍ତାରିତ ହେଉଥିବା ପାକିସ୍ତାନ ଏବେ ଲମ୍ଫ ମାରିଛି ମିତ୍ର ଦେଶର ଶତ୍ରୁ ନିକଟକୁ । ଆଜ୍ଞା ହଁ ଆମେରିକା କଥାରେ ଉଠବସ ହେଉଥିବା ପାକିସ୍ତାନ ଏବେ ଆମେରିକାର ବଡ଼ ପ୍ରତିଦ୍ବନ୍ଦୀ ରୁଷ ସହିତ ସମ୍ପର୍କ ବିସ୍ତାର କରୁଛି । ନିକଟରେ ପାକିସ୍ତାନୀ ରାଷ୍ଟ୍ରଦୂତ ଫୈଜଲ ନିଆଜ ତିରମିଜି ମସ୍କୋରେ ଆମେରିକାର ଅନ୍ତର୍ଜାତୀୟ ପ୍ରତିଦ୍ୱନ୍ଦ୍ୱୀ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଆନୁଷ୍ଠାନିକ ଭାବରେ ତାଙ୍କର ପରିଚୟପତ୍ର ପ୍ରଦାନ କରିଛନ୍ତି। ଏହା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସହିତ ସମ୍ପର୍କକୁ ପାରସ୍ପରିକ ଲାଭଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ରୁଷ ଏବଂ ପାକିସ୍ତାନ ମଧ୍ୟରେ ଘନିଷ୍ଠ ସହଯୋଗ ରହିଛି। ତେବେ ଦୁଇ ଦେଶର ନିବିଡ଼ତା ଏବେ ସମସ୍ତଙ୍କୁ ଦ୍ବନ୍ଦରେ ପକାଇଦେଇଛି । ରୁଷ ଏବଂ ପାକିସ୍ତାନ ହଠାତ୍ ଏତେ ନିକଟତର କାହିଁକି ହେଉଛନ୍ତି ଏବଂ ଏହା ଆଞ୍ଚଳିକ ରାଜନୀତିକୁ କିପରି ପ୍ରଭାବିତ କରିବ ସେନେଇ ଚିନ୍ତାପ୍ରକଟ କରିଛନ୍ତି ବୁଦ୍ଧିଜୀବି ।

ରୁଷ ଏବଂ ପାକିସ୍ତାନ ମଧ୍ୟରେ ଘନିଷ୍ଠତା କାହିଁକି ବୃଦ୍ଧି ପାଉଛି?

ୟୁକ୍ରେନ ଯୁଦ୍ଧ ପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ରୁଷକୁ ନୂତନ ଅର୍ଥନୈତିକ ଏବଂ ଶକ୍ତି ଅଂଶୀଦାର ଖୋଜିବାକୁ ବାଧ୍ୟ କରିଛି। ଏହି ସମୟରେ ପାକିସ୍ତାନ ଏକ ଗମ୍ଭୀର ଆର୍ଥିକ ସଙ୍କଟ, ବୈଦେଶିକ ମୁଦ୍ରାର ଅଭାବ ଏବଂ ମହଙ୍ଗା ତେଲ ଏବଂ ଗ୍ୟାସ ବିଲ୍ ସହିତ ସଂଘର୍ଷ କରୁଛି। ଫଳସ୍ୱରୂପ ଉଭୟ ଦେଶର ଆବଶ୍ୟକତା କିଛିଟା ସମାନ ରହିଛି । ୨୦୨୩ରେ ପାକିସ୍ତାନ ପ୍ରଥମ ଥର ପାଇଁ ରୁଷ ଅଶୋଧିତ ତୈଳକୁ ତାର ଶକ୍ତି ଭିତ୍ତିଭୂମିରେ ଅନ୍ତର୍ଭୁକ୍ତ କରିବ। ପାକିସ୍ତାନ ଏହାର ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୭୦ପ୍ରତିଶତ ଆମଦାନୀ କରେ। ସମ୍ପ୍ରତି ପାକିସ୍ତାନର ଅର୍ଥମନ୍ତ୍ରୀ ମଧ୍ୟ ସୂଚାଇ ଦେଇଛନ୍ତି ଯେ ଦୁଇ ଦେଶ ଏକ ନୂତନ ତୈଳ ଚୁକ୍ତିନାମା ଉପରେ ଆଲୋଚନା କରୁଛନ୍ତି  । ଚୀନ୍ କିମ୍ବା ଭାରତ ଭଳି ବଡ଼ ଦେଶ ତୁଳନାରେ ରୁଷରୁ ପାକିସ୍ତାନର ତୈଳ ଆମଦାନୀ ବହୁତ କମ୍। ଏହା ବ୍ୟତୀତ, ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ମଧ୍ୟ ରୁଷ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଛି, ଯେଉଁଠାରେ ରୁଷ ଆଞ୍ଚଳିକ ପ୍ରଭାବ ବଜାୟ ରଖିବାକୁ ଚାହୁଁଛି।

ଭାରତ ପାଇଁ ଋଷ-ପାକିସ୍ତାନ ବନ୍ଧୁତା ମହଙ୍ଗା ସାବ୍ୟସ୍ତ ହେବ କି?

ଭାରତ ଦୀର୍ଘ ଦିନ ଧରି ରୁଷର ଏକ ରଣନୈତିକ ସହଯୋଗୀ ହୋଇଆସିଛି, ବିଶେଷକରି ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ। ରୁଷ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ବିଷୟରେ ଭାରତର ଚିନ୍ତିତ ଯଦିଓ ବର୍ତ୍ତମାନ ଏହି ସମ୍ପର୍କ ମୁଖ୍ୟତଃ ଶକ୍ତି ଏବଂ ବାଣିଜ୍ୟ ପର୍ଯ୍ୟନ୍ତ ସୀମିତ ଥିବା ଦେଖାଯାଉଛି। ତଥାପି ଯଦି ଭବିଷ୍ୟତରେ ରୁଷ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଏ ତେବେ ଏହା ଭାରତ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇପାରେ। ଭାରତ ପାଇଁ ଏହା ଏକ ଆଶ୍ୱସ୍ତିର କଥା ଯେ ରୁଷ ଏବେ ବି ଭାରତକୁ ଏକ ପ୍ରମୁଖ ଏବଂ ନିର୍ଭରଯୋଗ୍ୟ ସହଯୋଗୀ ବୋଲି ବିବେଚନା କରୁଛି କିନ୍ତୁ ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ସନ୍ତୁଳନ ବଜାୟ ରଖିବା ଚ୍ୟାଲେଞ୍ଜପୂର୍ଣ୍ଣ ହେବ।

ପାକିସ୍ତାନ କ’ଣ ଟ୍ରମ୍ପଙ୍କୁ ଧୋକା ଦେଉଛି?

ପାକିସ୍ତାନ ଆମେରିକା ସହିତ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରୁଛି ଏବଂ ରୁଷଠାରୁ ଶସ୍ତା ଶକ୍ତି ଏବଂ ଆର୍ଥିକ ସହାୟତା ମଧ୍ୟ ଚାହୁଁଛି। ପାକିସ୍ତାନର ଏହି ପଦକ୍ଷେପ ୱାଶିଂଟନରେ ସନ୍ଦେହ ସୃଷ୍ଟି କରିପାରେ । ଆମେରିକା ପୂର୍ବରୁ ରୁଷ ଉପରେ କଠୋର କଟକଣା ଲଗାଇସାରିଛି। ରୁଷ ତେଲ ଉପରେ ପାକିସ୍ତାନର ବଢ଼ୁଥିବା ନିର୍ଭରଶୀଳତା ଏବଂ ମସ୍କୋ ସହିତ ଚୁକ୍ତିନାମା ଆମେରିକା ସହିତ ଏହାର ସମ୍ପର୍କକୁ ଖରାପ କରିପାରେ। ପୂର୍ବରୁ ପାକିସ୍ତାନ, ତୁର୍କୀ ଏବଂ ସାଉଦି ଆରବ ସହିତ ମିଶି ଏକ ଇସଲାମିକ୍ ନାଟୋ ଭଳି ମେଣ୍ଟର ମୂଳଦୁଆ ମଧ୍ୟ ପକାଇଥିଲା ଯାହାକୁ ଆମେରିକା ଆଦୌ ପସନ୍ଦ କରିବ ନାହିଁ।

ସାମଗ୍ରିକ ଭାବରେ ଏହି ରୁଷ-ପାକିସ୍ତାନ ସହଭାଗୀତା ନିକଟତର ଆବଶ୍ୟକତାରୁ ଜନ୍ମିତ କିନ୍ତୁ ଏହାର ଦୀର୍ଘକାଳୀନ ରାଜନୈତିକ ଏବଂ ରଣନୈତିକ ପ୍ରଭାବ ଭାରତ ଏବଂ ଆମେରିକା ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଭବିଷ୍ୟତରେ ପାକିସ୍ତାନ ବାଣିଜ୍ୟ, ଆର୍ଥିକ ସହାୟତା ଏବଂ ରଣନୈତିକ ସମର୍ଥନ ଉପରେ ଆମେରିକାର ବର୍ଦ୍ଧିତ କଟକଣାର ସମ୍ମୁଖୀନ ହୋଇପାରେ।

ଗାୟକ ବି ପ୍ରାକଙ୍କୁ ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ, ମାଗିଲା ୧୦ କୋଟି…

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବୀ ଗାୟକ ତଥା ବଲିଉଡ ଲୋକପ୍ରିୟ ଗାୟକ ବି ପ୍ରାକଙ୍କୁ ମିଳିଲା ହତ୍ୟା ଧମକ । ସପ୍ତାହ ମଧ୍ୟରେ ୧୦କୋଟି ଦିଅ ନହେଲେ ବଡ଼ ପରିଣାମ ଭୋଗିବାକୁ ପଡ଼ିବ । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି  ଧମକ ଦେଇ ୧୦ କୋଟି ଟଙ୍କା ଦାବି କରିଛନ୍ତି। ରିପୋର୍ଟ ଅନୁଯାୟୀ, ବି. ପ୍ରାକ୍ ସହିତ ଜଡିତ ପଞ୍ଜାବୀ ଗାୟକ ଦିଲନୂରଙ୍କୁ ୧୦ କୋଟି ଦାବି କରି ଏକ ଧମକପୂର୍ଣ୍ଣ ଫୋନ୍ ଆସିଥିଲା। ବି. ପ୍ରାକ୍ ବଲିଉଡର ଏକ ପ୍ରମୁଖ ନାମ ଯାହାଙ୍କ ଅନେକ ସୁପରହିଟ୍ ଗୀତ ଅଛି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅତୀତରେ ଗାୟକ ଏବଂ ଅନ୍ୟ ଅଭିନେତାମାନେ ମଧ୍ୟ ସମାନ ଧମକ ପାଇଛନ୍ତି ଯେଉଁଠାରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବିଭିନ୍ନ ସେଲିବ୍ରିଟିଙ୍କଠାରୁ ଦାଦାବଟି ଦାବି କରିଛନ୍ତି।

ଏନେଇ ପଞ୍ଜାବୀ ଗାୟକ ଦିଲନୂର ମୋହାଲି ପୋଲିସରେ ଏକ ଅଭିଯୋଗ ଦାଖଲ କରିଛନ୍ତି, ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଧମକପୂର୍ଣ୍ଣ ଫୋନ୍ ଆସିଥିଲା ​​ଯେଉଁଥିରେ ତାଙ୍କୁ ତାଙ୍କ ବନ୍ଧୁ ବି ପ୍ରାକଙ୍କୁ ହତ୍ୟା ଧମକ ଦିଆଯାଇଛି । ଯଦି ଏହା ନ ହୁଏ ତେବେ ଏକ ସପ୍ତାହ ମଧ୍ୟରେ ଦଣ୍ଡ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ।

ମେସେଜରେ ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଅର୍ଜୁ ବିଷ୍ନୋଇ ବୋଲି ପରିଚୟ ଦେଇଥିଲେ, ଯିଏ ଲରେନ୍ସ ବିଷ୍ନୋଇଙ୍କ ପାଇଁ କାମ କରନ୍ତି, ଯିଏ ବର୍ତ୍ତମାନ ଭାରତ ବାହାରେ ଅଛନ୍ତି। ଗାୟକଙ୍କୁ ଧମକ ଦେଇ ସେ କହିଥିଲେ, “ନମସ୍କାର… ମୁଁ ଅର୍ଜୁ ବିଷ୍ନୋଇ। ଦୟାକରି ବି ପ୍ରାକଙ୍କୁ ମେସେଜ କରନ୍ତୁ। ଆମକୁ ୧୦କୋଟି ଟଙ୍କା ଦରକାର। ତୁମ ପାଖରେ ଗୋଟିଏ ସପ୍ତାହ ସମୟ ଅଛି। ତୁମେ ଯେକୌଣସି ଦେଶକୁ ଯାଅ। ଯଦି ତୁମେ ତାଙ୍କ ସହିତ ପାଖରେ କାହାକୁ ପାଇବ, ତେବେ ଆମେ ତୁମର କ୍ଷତି କରିବୁ। ଏବଂ ଭାବ ନାହିଁ ଯେ ଏହା ଏକ ନକଲି କଲ୍। ଯଦି ତୁମେ ସହମତ ହୁଅ, ତେବେ ଠିକ୍ ଅଛି, ନଚେତ୍ ଆମେ ତାକୁ ମାରିଦେବୁ।”

ଏହି ଅଡିଓ ରେକର୍ଡିଂ ଜାନୁଆରୀ ୬ ତାରିଖ ଅପରାହ୍ନରେ ପଞ୍ଜାବୀ ଗାୟିକା ଦିଲନୂରଙ୍କୁ ପଠାଯାଇଥିଲା । ଏହା ପୂର୍ବରୁ ଜାନୁଆରୀ ୫ ତାରିଖରେ ଦିଲନୂରଙ୍କୁ ଦୁଇଥର କଲ୍ କରାଯାଇଥିଲା । କିନ୍ତୁ  ସେ କଲର ଉତ୍ତର ଦେଇ ନଥିଲେ । ଜାନୁଆରୀ ୬ ତାରିଖରେ ଏକ ବିଦେଶୀ ନମ୍ବରରୁ ଆଉ ଏକ କଲ୍ କରାଯାଇଥିଲା । ଦିଲନୂରଙ୍କ ଅଭିଯୋଗ ଅନୁଯାୟୀ, ସେ କଲର ଉତ୍ତର ଦେଇଥିଲେ । କିନ୍ତୁ କଥାବାର୍ତ୍ତାକୁ ଅଜବ ମନେ କରି ସେ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲେ । ତା’ପରେ ଦିଲନୂରଙ୍କୁ ଏକ ଭଏସ୍ ମେସେଜ୍ ପଠାଯାଇଥିଲା । ଦିଲନୂର ଜାନୁଆରୀ ୬ ତାରିଖରେ ହିଁ SSP ମୋହାଲିଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ଯାହାର ତଦନ୍ତ କରାଯାଉଛି । ଆରଜୁ ବିଷ୍ନୋଇଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଜଣେ କୁଖ୍ୟାତ ସଦସ୍ୟ ବୋଲି ବିବେଚନା କରାଯାଏ, ଯିଏ ବିଦେଶରେ ଲୁଚି ରହିଛି। ଏହି ଧମକ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଜଡିତ ହୋଇପାରେ। ଦିଲନୂର ପୋଲିସକୁ ସ୍କ୍ରିନସଟ୍ ଏବଂ ଭଏସ୍ ରେକର୍ଡିଂ ଦାଖଲ କରିଛନ୍ତି ଏବଂ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସମାନ ମାମଲାରେ ଜଡିତ, ବ୍ୟବସାୟୀ ଏବଂ ସେଲିବ୍ରିଟିଙ୍କୁ ମୁକ୍ତକେନ୍ଦ୍ର ପାଇଁ ଟାର୍ଗେଟ କରି।

ନୂଆବର୍ଷରେ ନୂଆଦିଲ୍ଲୀର ରୋହିଣୀରେ ଜଣେ ବ୍ୟବସାୟୀଙ୍କ ଘର ବାହାରେ ଦୁର୍ବୃତ୍ତମାନେ ପ୍ରାୟ ୨୫ ରାଉଣ୍ଡ ଗୁଳିଚାଳନା କରିଥିଲେ। ପଶ୍ଚିମ ବିହାର ଏବଂ ପୂର୍ବ ଦିଲ୍ଲୀରେ ସମାନ ଘଟଣା ରିପୋର୍ଟ ହୋଇଥିଲା, ଧମକ କଲ୍ ପରେ ଗୁଳିମାଡ଼ ହୋଇଥିଲା । ଦିଲ୍ଲୀ ପୋଲିସ ଦାବି କରିଛି ଯେ ଏପରି ଦୁଇଟି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ଗିରଫ କରାଯାଇଥିଲା । ସଦ୍ୟତମ ଧମକ ମାମଲାର ତଦନ୍ତ ବର୍ତ୍ତମାନ ଚାଲିଛି ।

 

ସକାଳୁ ସକାଳୁ ଆଖି ଖୋଲିଲେ ଦେଖନ୍ତୁ ନାହିଁ ଏସବୁ ଜିନିଷ, ମାଡ଼ି ଆସିବ ବିପଦ

ନନ୍ଦିଘୋଷ ବ୍ୟୁରୋ: ବାସ୍ତୁ ଶାସ୍ତ୍ର ଏକ ପ୍ରାଚୀନ ବିଜ୍ଞାନ ଯାହାକୁ ମାନବ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ତେବେ ଆପଣ ଜାଣିଥିବେ ବାସ୍ତୁ ଶାସ୍ତ ଅନୁଯାୟୀ ସକାଳେ ଉଠିବା ପରେ ବ୍ୟକ୍ତି ପ୍ରଥମେ ଯାହାକୁ ଦର୍ଶନ କରିଥାଏ ତାହା ତାର ଦୈନନ୍ଦିନ ଜୀବନରେ ବେଶ ପ୍ରଭାବ ପକାଇଥାଏ ।ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ସକାଳେ ଉଠିବା ପରେ ଜଣେ ଯାହା ଦେଖେ ତାହା ବ୍ୟକ୍ତିର ମନ, ଶକ୍ତି ଏବଂ ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରେ। କୁହାଯାଏ ଯେ ସକାଳେ ଦେଖୁଥିବା ଜିନିଷଗୁଡ଼ିକ ଦୈନନ୍ଦିନ ଚିନ୍ତାଧାରା ଏବଂ ଫଳାଫଳକୁ ପ୍ରଭାବିତ କରେ।

ବାସ୍ତୁ ଶାସ୍ତ୍ରରେ ଏପରି କିଛି ଜିନିଷ ବିଷୟରେ ଉଲ୍ଲେଖ ଅଛି ଯାହାକୁ ସକାଳେ ବିଛଣାରୁ ଉଠିବା ପରେ ତୁରନ୍ତ ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା ଏହି ଜିନିଷଗୁଡ଼ିକ କଣ କଣ …

ଛାଇ

ସକାଳେ ବିଛଣାରୁ ଉଠିବା ପରେ ତୁରନ୍ତ ନିଜ ଛାଇକୁ ଦେଖିବା ଉଚିତ୍ ନୁହେଁ। ଉଠିବା ପରେ ତୁରନ୍ତ ନିଜ ଛାଇ ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ନିଜ ଛାଇ ଦେଖି ଦିନ ଆରମ୍ଭ କରିବା ଭଲ ନୁହେଁ। ଏହା ଜୀବନରେ ନକାରାତ୍ମକ ଶକ୍ତି ବୃଦ୍ଧି କରେ।

ଭଙ୍ଗା ଦର୍ପଣ

ଯେତେବେଳେ ତୁମେ ସକାଳେ ପୋଷାକ ପିନ୍ଧି ବାହାରକୁ ଯିବାକୁ ଯାଉଛ ତୁମେ ଭଙ୍ଗା ଦର୍ପଣ ଦେଖିବାରୁ ଦୂରେଇ ରହିବା ଉଚିତ। ଏପରି କରିବା ଅଶୁଭ ବୋଲି ବିବେଚନା କରାଯାଏ ଏବଂ ଏହା ପୂର୍ବରୁ ହୋଇଥିବା ଯେକୌଣସି କାମକୁ ନଷ୍ଟ କରିପାରେ।

ଅଇଁଠା ବାସନ

ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳେ ଉଠିବା ପରେ ତୁରନ୍ତ ରୋଷେଇ ଘରେ ଅଇଁଠା ପାତ୍ର ଦେଖିବା ଶୁଭ ନୁହେଁ। ତେଣୁ, ସକାଳେ ଉଠିବା ପରେ ତୁରନ୍ତ ରୋଷେଇ ଘରେ ଥିବା ଅଇଁଠା ବାସନ ସଫା କରିବା ଉଚିତ୍ । ଏପରି କରିବା ଦ୍ୱାରା ଘରେ ଦୁଃଖ ଏବଂ ଦାରିଦ୍ର୍ୟ ଆସିନଥାଏ।

ବନ୍ଦ ହୋଇଥିବା ଘଣ୍ଟା

ବାସ୍ତୁରେ ଘଣ୍ଟାକୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଘରେ ବନ୍ଦ ଘଣ୍ଟା ରଖିବା କିମ୍ବା ଦେଖିବା ଶୁଭ ନୁହେଁ। ତେଣୁ ସକାଳୁ ଉଠିବା ପରେ ଭୁଲରେ ମଧ୍ୟ ବନ୍ଦ ଘଣ୍ଟା ଦେଖନ୍ତୁନି। ଏପରି କରିବା ଦ୍ୱାରା ଜୀବନରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ।

ଭଙ୍ଗା ପ୍ରତିମା

ସକାଳୁ ସକାଳୁ ଦେବତାଙ୍କ ଭଙ୍ଗା ମୂର୍ତ୍ତି ଦେଖିବା କିମ୍ବା ଛୁଇଁବାଠାରୁ ଦୂରେଇ ରହିବା ଉଚିତ। ଘରେ ଥିବା ଭଙ୍ଗା ମୂର୍ତ୍ତି ନକାରାତ୍ମକ ଶକ୍ତି ବୃଦ୍ଧି କରେ। ଭଙ୍ଗା ମୂର୍ତ୍ତିଗୁଡ଼ିକୁ ପବିତ୍ର ନଦୀରେ ଭସାଇ ଦେବା ଉଚିତ।