spot_img
Home Blog Page 1802

ରାଫାରେ ୮ଟି ରକେଟ ମାଡ କଲା ଇସ୍ରାଏଲ, ଶରଣାର୍ଥୀ କ୍ୟାମ୍ପ ଧ୍ବସ୍ତ ବିଧ୍ବସ୍ତ

ଗାଜା: ପାଲେଷ୍ଟାଇନ ଗାଜାର ଦକ୍ଷିଣରେ ଥିବା ରାଫା ସହର ଉପରେ ଇସ୍ରାଏଲର ବଡ ଧରଣର ଆକ୍ରମଣ  । ଯେଉଁଥିରେ ଅତି କମ୍‌ରେ ୪୦ ଜଣ ପ୍ରାଣ ହରାଇଛନ୍ତି  ।ପାଲେଷ୍ଟାଇନ ମିଡିଆ ରିପୋର୍ଟ ଅନୁସାରେ ଏହି ବିସ୍ଫୋରଣରେ ଶରଣାର୍ଥୀ କ୍ୟାମ୍ପରେ ନିଆଁ ଲାଗି ପ୍ରାୟ ୪୦ ଜଣ ଜୀବନ୍ତ ଜଳି ଯାଇଛନ୍ତି  ।

ରାଫା ଶରଣାର୍ଥୀ କ୍ୟାମ୍ପରେ ହଜାର ହଜାର ବାସହୀନ ଲୋକେ ଶରଣ ନେଇଛନ୍ତି  । ଇସ୍ରାଏଲ ସେନା ଏହି କ୍ୟାମ୍ପଙ୍କୁ ଲକ୍ଷ୍ୟ କରି ପାଖାପାଖି ୮ଟି ରକେଟ ମାଡ କରିଛି  । ରାଫାର ଏହି ଅଞ୍ଚଳରେ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ପ୍ରାୟ ଧନୀ ଲୋକେ ବସବାସ କରୁଛନ୍ତି  ।

ରକେଟ ମାଡ ପରେ ଅଞ୍ଚଳର ଭିଡିଓ ଭାଇରାଲ ହେବାରେ ଲାଗିଛି  । ନିଆଁ ଲାଗିବା ପରେ ସେଠାରେ କିଭଳି ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି ଭିଡିଓରେ ଦେଖିବାକୁ ମିଳିଛି  । ନାଗରିକ ସୁରକ୍ଷା ଓ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଶବ ଉଦ୍ଧାର କରିବା ପାଇଁ ନାକେଦମ ହେବାକୁ ପଡିଛି  ।

ପାଲେଷ୍ଟାଇନ ସୁରକ୍ଷା ରିପୋର୍ଟ ମୁତାବକ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ଏହି ଅଞ୍ଚଳକୁ ସେଫ୍‌ ଜୋନ୍‌ ଦର୍ଶାଇଥିଲେ  । ଏହି ଆକ୍ରମଣ ପରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ନିଷ୍ପତ୍ତିକୁ ଅବମାନନା କରାଯାଇଥିବା ଅଭିଯୋଗ କରିଛି ହମାସ  ।

ରେମାଲ ପ୍ରଭାବରେ କୋଲକାତାରେ ପ୍ରବଳ ବର୍ଷା, ବାଂଲାଦେଶରେ ୮ ଲକ୍ଷ ଲୋକେ ସ୍ଥାନାନ୍ତର

କୋଲକାତା: ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ରେମାଲ’ । ଘଣ୍ଟା ପ୍ରତି ୧୩୦କିମି ବେଗରେ ପବନ ସହ ପଶ୍ଚିମବଙ୍ଗ ଓ ବାଂଲା ଉପକୂଳରେ ରଚିଲା ତାଣ୍ଡବ । ଭୀଷଣ ବାତ୍ୟା ଏବେ କ୍ରମଶଃ ଦୁର୍ବଳ ହେବା ସହ ଉତ୍ତର ଦିଗକୁ ଗତି କରିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟା ରେମାଲ ପଶ୍ଚିମବଙ୍ଗ ଉପକୂଳ ଏବଂ ବାଂଲାଦେଶର ଅନେକ ସ୍ଥାନରେ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି ।

ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି। ବାତ୍ୟାର କ୍ଷୟକ୍ଷତି ଏବଂ ମୃତାହତ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି । କୋଲକାତାର ଅନେକ ସ୍ଥାନରେ ବର୍ଷା ଜାରି ରହିବା ଯୋଗୁଁ ରାସ୍ତା ଉପରେ ପାଣି ଜମି ରହିଛି। ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଏସବୁ ମଧ୍ୟରେ ଏନଡିଆରଏଫ, ଏସଡିଆରଏଫ୍ ବାତ୍ୟା ପ୍ରଭାବିତ ଅଂଚଳରେ ପହଁଚି ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି। ବାତ୍ୟା ପ୍ରଭାବରେ ଉପୁଡି ପଡିଥିବା ବଡ଼ ବଡ଼ ଗଛ ଏବଂ ବିଜୁଳି ଖୁଣ୍ଟକୁ ଯୁଦ୍ଧକାଳୀନ ଭିତିରେ ମରାମତି କରାଯାଉଛି। ରେମାଲ ପାଇଁ କୋଲକାତାରୁ ୯ ଘଣ୍ଟା ବିମାନ ଚଳାଚଳ ବନ୍ଦ ରହିଛି। ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ବିଶେଷ ନଥିଲେ ମଧ୍ୟ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇଛି। ସେପଟେ ଦୁଇ ଦିନ ପାଗ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଥିବା ବେଳେ, ଆଜିଠୁ ରାଜ୍ୟରେ ପୁଣିଥରେ ତାପମାତ୍ରା ବୃଦ୍ଧି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅତ୍ୟଧିକ ତାତି ପାଇଁ ଏହି ସହରରେ ୧୪୪ ଧାରା ଲାଗୁ

ମୁମ୍ବାଇ: ମହାରାଷ୍ଟ୍ରର ଅକୋଲା ସହରରେ ୧୪୪ ଧାରା  । ଅତ୍ୟଧିକ ତାତି ପାଇଁ ଏଠାରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ  । ଗତ ଦୁଇ ଦିନ ମଧ୍ୟରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିଛି  । ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଏଠାରେ ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା  । ସେହିପରି ଶନିବାର ଦିନ ଏଠାରେ ତାପମାତ୍ରା ୪୫.୬ ଡିଗ୍ରୀ ପହଞ୍ଚିଥିଲା  ।

ଲୁ ପାଇଁ ଏଠାରେ ପ୍ରଶାସନ ସାଧାରଣ ସଭା ଓ ସମାରୋହରେ ରୋକ ଲଗାଇଛି  । ଆସନ୍ତା ମେ ୩୧ ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ  । ମହାରାଷ୍ଟ୍ରର ରାଜରାସ୍ତାରେ ଏବେ ଜମୁଛି ଆଇସକ୍ରିମ ଓ ଜୁସ୍‌ ବେପାରୀଙ୍କ ଭିଡ  । ରାସ୍ତାଘାଟ ଚାରିଆଡେ ଖାଁ ଖାଁ  । ସର୍ବାଧିକ ୯ ଦିନ ହିଟୱେଭ ପାଇଁ ପାଣିପାଗ ବିଭାଗ କେତେକ ରାଜ୍ୟରେ ରେଡ୍‌ ଆଲର୍ଟ ଜାରି କରିଛି  ।

ପାଣିପାଗ ବିଭାଗ ଅନୁସାରେ ମେ’ ରେ ଦେଶରେ ଅଧିକାଂଶ ସ୍ଥାନରେ ସର୍ବାଧିକ ଗରମ ଅନୁଭୂତ ହେବ  । ଖାସ୍‌ କରି ଉତ୍ତର ଓ ପଶ୍ଚିମ ଭାରତର କେତେକ ସ୍ଥାନରେ ତାପମାତ୍ରା ସାମାନ୍ୟରୁ ଅଧିକ ରହିବ  ।

ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଲା କେକେଆର

କୋଲକାତା: ଆଇପିଏଲ-୨୦୨୪ ଚାମ୍ପିଅନ ଟ୍ରଫି ହାତେଇଲା କୋଲକାତା ନାଇଟ ରାଇଡର୍ସ  । ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ଜିତିଛି କେକେଆର ।
ଫାଇନାଲରେ କୋଲକାତା ଏକପାଖିଆ ବାଜି ମାରି ନେଇଛି  । ପ୍ରଥମେ ବ୍ଯାଟିଂ କରି ୧୧୩ ରନ କରିଥିଲା ହାଇଦ୍ରାବାଦ । ଏହି ରନ୍‌କୁ ଚେଜ୍‌ କରି ୧୦.୩ ଓଭରରେ ବିଜୟ ହାସଲ କରିଛି କେକେଆର ।

ଭେଙ୍କଟେସ ଆୟାର ୫୨ ରନ କରିଥିଲେ  । ଗୁରବାଜ- ୩୯ ଓ ଶ୍ରେୟସ ଆୟାର ଅପରାଜିତ ୬ ରନ କରି ପାଭିଲିଅନ ଫେରିଥିଲେ ଦୁଇ ଖେଳାଳୀ  । ସେପଟେ ୧୮.୩ ଓଭରରେ ଅଲଆଉଟ୍ ହୋଇଥିଲା  ହାଇଦ୍ରାବାଦ । ୧୧୩ ରନ କରି ହାଇଦ୍ରାବାଦ୍ ହୋଇଥିଲା ଅଲଆଉଟ୍ । ଫାଇନାଲରେ ଖାତା ଖୋଲି ପାରିଲେନି ହେଡ୍ ଓ ଭୁବନେଶ୍ବର କୁମାର ।

ଦଳର ଷ୍ଟାର କ୍ରିକେଟର ପେଟ୍ କମିନ୍ସ କଲେ ୨୪ ରନ୍ । ରସେଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ରାଣାଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଛି  ।

ତେଲ ଆଭିଭରେ ହମାସର ବଡ ହମ୍‌ଲା, ମୃତାହତଙ୍କ ସୂଚନା ଅସ୍ପଷ୍ଟ

ତେଲ ଅଭିଭ: ଇସ୍ରାଏଲ ଉପରେ ହମାସର ବଡ ଧରଣର ହମଲା । ରାଜଧାନୀ ତେଲ ଅଭିଭରେ ହମଲା କରିଛି ହମାସ । ଜାନୁଆରୀ ପରେ ଏହା ବିଗ୍ ରକେଟ୍ ଆଟାକ । ଏ ପର୍ଯ୍ୟନ୍ତ ମୃତାହତ ନେଇ ସଠିକ ସୂଚନା ଆସିନାହିଁ ।

ନିଜ ଦେଶ ଉପରେ ହୋଇଥିବା ନରସଂହାର ବଦଲା ନେଇଥିବା କହିଛି ହମାସ । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଯୁଦ୍ଧରେ ଅସ୍ତ୍ରବିରତି ପାଇଁ ଚାଲିଥିବା ଉଦ୍ୟମ ବାରମ୍ବାର ଭଣ୍ଡୁର ହେବାରେ ଲାଗିଛି। ଏଥିପାଇଁ ପ୍ୟାରିସରେ ଉଦ୍ୟମ ଚାଲିଥିବା ବେଳେ ହେଗ୍ ସ୍ଥିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ଗାଜାର ଦକ୍ଷିଣ ସହର ରାଫାରେ ସାମରିକ ଅଭିଯାନ ବନ୍ଦ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ଇସ୍ରାଏଲ ବେଖାତିର କରିଛି ।

ଯୁଦ୍ଧ ଯୋଗୁ ପାଲେଷ୍ଟାଇନ ଅଞ୍ଚଳରେ ଅତି କମରେ ୨୩ ହଜାର ୮୪ ଲୋକ ପ୍ରାଣ ହରାଇଛନ୍ତି ଏବଂ ୫୮ ହଜାର ୯୨୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇସ୍ରାଏଲ ସେନା ଦକ୍ଷିଣ ଗାଜାରେ ଅତି କମରେ ୧୦ ଜଣ ପାଲେଷ୍ଟାଇନ ଲଢୁଆଙ୍କୁ ନିହତ କରିଥିଲା ।

ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାନ୍ତ ଜିଲ୍ଲା ଦକ୍ଷିଣ ୨୪ ପରଗଣାରେ ବ୍ୟାପକ କ୍ଷୟକ୍ଷତି କଲା`ରେମାଲ’

ଭୁବନେଶ୍ବର: ଉପକୂଳ ଅତିକ୍ରମ କଲା ବାତ୍ୟା `ରେମାଲ’। ଗତକାଲି ରାତି ସାଢେ ୧୦ଟାରୁ ରାତି ସାଢେ ୧୨ଟା ମଧ୍ୟରେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳକୁ ଏକ ଭୀଷଣ ବାତ୍ୟା ଭାବେ ଅତିକ୍ରମ କରିଛି l ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ରଚିଲା ତାଣ୍ଡବ। ଘଣ୍ଟା ପ୍ରତି ୧୩୫ କିମି ବେଗରେ ବହିଲା ପବନ। `ରେମାଲ’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି। ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ଭୀଷଣ ବାତ୍ୟା `ରେମାଲ’।

୩ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ନେବ ବାତ୍ୟାର ରୂପ । ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାନ୍ତ ଜିଲ୍ଲା ଦକ୍ଷିଣ ୨୪ ପରଗଣାରେ ବ୍ୟାପକ କ୍ଷୟକ୍ଷତି। ଗଙ୍ଗାସାଗର ଆଶ୍ରମ ରୋଡ ପାଖରେ ବହୁ ଗଛ, ବିଦ୍ୟୁତ ଖୁଣ୍ଟ ସଡକ ଉପରେ ପଡି ଯାଇଛି। NDRF ଟିମ୍ ପହଞ୍ଚି ବିଦ୍ୟୁତ ଖୁଣ୍ଟ ଓ ଗଛ କାଟି ରାସ୍ତା ଉପରୁ ପରିଷ୍କାର କରୁଛନ୍ତି ।

ଆଜି ଦୁଇଟି ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନବୀନଙ୍କ ମିଶନ ଉପକୂଳ । ଆଜି ଉପକୂଳ ଓଡ଼ିଶାର ୨ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ୩ଟି ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିବ ନବୀନ ଶୋ ।

ପ୍ରଥମେ ସକାଳ ୧୦ଟା ୪୫ରେ ମୁଖ୍ଯମନ୍ତ୍ରୀ କେନ୍ଦ୍ରାପଡ଼ା ଯାଇ ବିଶାଳ ଜନସଭାକୁ ସମ୍ବୋଧନ ଦେବେ । ସେଠାରୁ ପାରାଦୀପ ଆସି ପ୍ରଚାର କରିବା ସହ ଶେଷରେ ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳିକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିବେ । ଆସନ୍ତା ଜୁନ ପହିଲାରେ ଏହି ନିର୍ବାଚନଣ୍ଡଳି ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ ।

ନବୀନଙ୍କ ଗସ୍ତକୁ ନେଇ ବିଜେଡି ମଧ୍ଯରେ ଜୋସ୍ ଦେଖିବାକୁ ମିଳୁଥିବାବେଳେ ଜନସାଧାରଣ ନବୀନଙ୍କ ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ।

ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ଯରେ ଲ୍ଯାଣ୍ଡଫଲ କରିଛି ବାତ୍ୟା ରେମାଲ

ନନ୍ଦିଘୋଷ ବ୍ୟୁରୋ : ସ୍ଥଳଭାଗ ଛୁଇଁଲା ବାତ୍ୟା ରେମାଲ। ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମଧ୍ଯରେ ଲ୍ଯାଣ୍ଡଫଲ କରିଛି ବାତ୍ୟା । ୪ ଘଣ୍ଟା ଧରି ଜାରି ରହିବ ଲ୍ଯାଣ୍ଡଫଲ ପ୍ରକ୍ରିୟା। ପବନର ଗତି ଏବେ ଘଣ୍ଟାକୁ ୧୧୦ରୁ ୧୨୦ କିଲୋମିଟର ରହିଛି । କେତେକାଂଶରେ ଏହା ୧୩୫ କିଲୋମିଟର ହେବା ନେଇ ଆକଳନ କରାଯାଇଛି । ସମୁଦ୍ରରେ ଦେଢ ମିଟର ଉଚ୍ଚର ଜୁଆର ଉଠିବା ଆଶଙ୍କା ରହିଛି।ଘୁର୍ଣ୍ଣିଝଡ ଯୋଗୁଁ ପ୍ରବଳ ବର୍ଷା ସହ ପବନର ବେଗ ବଢ଼ି ବାରେ ଲାଗିଛି । ଇଚ୍ଛାମତି ନଦୀର ପାଣି ବଢ଼ି ଆଖ ପାଖ ଅଞ୍ଚଳରେ ଥିବା ବହୁ ଗ୍ରାମରେ ପଶିଛି । 1 ଲକ୍ଷ୍ୟ 40 ହଜାର ଳୋକଙ୍କୁ ବାତ୍ୟାଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଯାଇଛି । ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏନଡିଆରଏଫ ମୁତୟନ କରାଯାଇଛି। ଭାରତୀୟ ସେନା ଓ ନୌସେନାର ଟିମକୁ ବି ସତର୍କ ରଖାଯାଇଛି।

କୋଲକାତା ହାତେଇଲା ଆଇପିଏଲ ଟ୍ରଫି ୨୦୨୪

ନନ୍ଦିଘୋଷ ବ୍ୟୁରୋ : କୋଲକାତା ଆଇପିଏଲ-୨୦୨୪ ଚାମ୍ପିଅନ । କୋଲକାତା ଜିତିଲା ଆଇପିଏଲ ଟ୍ରଫି । ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ଜିତିଲା କେକେଆର ।  ଫାଇନାଲରେ କୋଲକାତାର ଏକପାଖିଆ ବିଜୟ । ପ୍ରଥମେ ବ୍ଯାଟିଂ କରି ୧୧୩ ରନ କରିଥିଲା ହାଇଦ୍ରାବାଦ । ୧୦.୩ ଓଭରରେ ବିଜୟ ହାସଲ କଲା କେକେଆର । ଭେଙ୍କଟେସ ଆୟାର କଲେ ୫୨ ରନ । ଗୁରବାଜ- ୩୯ ଓ ଶ୍ରେୟସ ଆୟାର ଅପରାଜିତ ୬ ରନ୍ । ୧୮.୩ ଓଭରରେ ଅଲଆଉଟ୍ ହେଲା ହାଇଦ୍ରାବାଦ । ୧୧୩ ରନ କରି ହାଇଦ୍ରାବାଦ୍ ହୋଇଥିଲା ଅଲଆଉଟ୍ । ଖାତାଖୋଲି ପାରିଲେନି ହେଡ୍ ଓ ଭୁବନେଶ୍ବର କୁମାର । ପେଟ୍ କମିନ୍ସ କଲେ ୨୪ ରନ୍ । ରସେଲ ନେଲେ ସର୍ବାଧିକ ୩ ୱିକେଟ । ମିଚେଲ ଷ୍ଟାର୍କ ଓ ରାଣାଙ୍କୁ ୨ଟି ଲେଖାଏଁ ୱିକେଟ୍ । କୋଲକାତା ନାଇଟ୍ ରାଇଡର୍ସ ଏକପାଖିଆ ଫାଇନାଲ୍ ମ୍ୟାଚ୍ ଜିତିଲା |

ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ବାଛିଥିଲା ​​ଏବଂ ପ୍ୟାଟ୍ କମିନ୍ସଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ବିପଦ ହୋଇଥିଲା । ହାଇଦ୍ରାବାଦର ଇନିଂସ ପ୍ରଥମ ଓଭରରେ ବିଫଳ ହୋଇଥିଲା। କେକେଆରର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବୋଲିଂ ରେ ଅଭିଷେକ ଶର୍ମାଙ୍କ ୨ ରନ୍ ଆଉଟ୍ କରିଥିଲେ। ଏହା ପରେ, ପରବର୍ତ୍ତୀ ଓଭରରେ, ଆରୋରା ଟ୍ରାଭିସ୍ ହେଡଙ୍କୁ ତାଙ୍କ ଖାତା ଖୋଲିବାକୁ ଦେଇନଥିଲେ। ରାହୁଲ ତ୍ରିପାଠୀ ୯ ରନ୍ ସ୍କୋର କରିଛନ୍ତି । ମାର୍କ୍ରାମ -୨୦, ନୀତୀଶ ରେଡ୍ଡୀ -୧୩ ଏବଂ କ୍ଲାସେନ -୧୬ ରନ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ମୋଟ ଉପରେ ହାଇଦ୍ରାବାଦ ଦଳ ମାତ୍ର ୧୧୩ ରନ୍ ସ୍କୋର କରିପାରିଥିଲା । କେକେଆର ବୋଲରମାନେ ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂକୁ ଧ୍ୱଂସ କରିଥିଲେ।

ହାରିବା ଭୟରେ ରକ୍ତମୁଖା ହେଉଛି ବିଜେପି

ସୁବର୍ଣ୍ଣପୁର : ଥମୁନି ବିଜେପିର ଗୁଣ୍ଡାଗର୍ଦ୍ଦି । ହାରିବା ଭୟରେ ରକ୍ତମୁଖା ହେଉଛି ବିଜେପି । ବିଜେଡି କର୍ମୀ ଅଜୟ ଖଟୁଆଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ । ଆକ୍ରମଣରେ ଦୁଇଜଣ ଆହତ ହୋଇଥିବା ବେଳେ ଜଣେ ବିଜେପି କର୍ମୀଙ୍କୁ ଅଟକ ରଖି ସୁବର୍ଣ୍ଣପୁର ଫାଣ୍ଡି ପୋଲିସର ଜିମା ଦେଇଛନ୍ତି ଲୋକ । ପୋଲିସ ଗୋଟିଏ କାର ହକି ଷ୍ଟିକ ସହିତ ଜଣକୁ ଅଟକ ରଖି ତଦନ୍ତ କରୁଛି । ଗତକାଲି ନିର୍ବାଚନ ସମୟରେ ବାଙ୍କୀ କଦଳୀ ବାଡ଼ି ପଞ୍ଚାୟତ ୧୪୦ ନମ୍ବର ବୁଥରେ ବିଜେପିକୁ ଭୋଟ୍ ଦେବାକୁ ଜଣେ ବିଜେଡି କର୍ମୀଙ୍କୁ ବାଧ୍ଯ କରଥିଲେ ବିଜେପି କର୍ମୀ । ଏହାକୁ ବିରୋଧ କରିବାରୁ ହୋଇଥିଲା ଗଣ୍ଡଗୋଳ । ବାଙ୍କୀ ଥାନା ଅଧିକାରୀ ଉଭୟ ପକ୍ଷକୁ ଥାନାକୁ ଡାକି ବୁଝାସୁଝା କରିଥିଲେ ସୁଦ୍ଧା ଆଜି ପୁଣିଥରେ ଅଂଶୁପା ନିକଟରେ କିଛି ବିଜେପି କର୍ମୀ କାରରେ ଆସି ଅତର୍କିତ ଆକ୍ରମଣ କରିଥିଲେ ।