spot_img
Home Blog Page 3051

ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନର ହେବ ଆଧୁନିକୀକରଣ, ୧୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ କ୍ରିମିନାଲ ଜଷ୍ଟିସ୍ ବ୍ୟବସ୍ଥାକୁ ବଡ଼ ବୁଷ୍ଟ । ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନର ଆଧୁନିକୀକରଣ ଯୋଜନା ପାଇଁ ୧୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଉପକ୍ରମରେ ଅପରାଧିକ ନ୍ୟାୟ ପଦ୍ଧତିକୁ ଏହା ଅଧିକ ସୁଦୃଢ଼ କରିବ । ମର୍ଡନାଇଜେସନ ଅଫ ଫରେନ୍ସିକ ସାଇନ୍ସ ସର୍ଭିସ ଅର୍ଗାନାଇଜେସନ ବା MFSSO ନାଁରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ବାଲେଶ୍ୱର ଓ ସମ୍ବଲପୁରରେ ହେବ ଆଞ୍ଚଳିକ ଫରେନ୍ସିକ ଲାବ୍ । ଦୁଇଟି ଆଞ୍ଚଳିକ ଲାବ୍ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା । ବିଭିନ୍ନ ସାମଗ୍ରୀ ପାଇଁ ୧୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମୋବାଇଲ ଫରେନ୍ସିକ ଭ୍ୟାନ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

କେନ୍ଦ୍ର ମା’ ଯୋଜନା କେତେ ଆଗେଇଛି ? ରାଜ୍ୟସଭାରେ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: କେନ୍ଦ୍ରର ମାଆ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଯୋଜନାରେ କେତେଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ଏଥିରେ ବଜେଟରେ ବ୍ୟୟ ବରାଦ କରାଯାଇଛି କି ? ଯଦି କରାଯାଇଛି, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟଓ୍ବାରୀ କେତେ ଅନୁଦାନ ଦିଆଯାଇଛି । ଯଦି ଅନୁଦାନ ଦିଆଯାଇନି, ତେବେ ସେନେଇ ତଥ୍ୟ ଦର୍ଶାଇବାକୁ ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାଓ୍ବାର ଉତ୍ତର ରଖିଛନ୍ତି ।

ମାଆ ଯୋଜନାରେ ପ୍ରଥମ ୬ ମାସରେ ସ୍ତନ୍ୟପାନକୁ ଗୁରୁତ୍ବ ଦିଆଯାଇଛି । ତିନି ବର୍ଷରୁ କମ୍ ଶିଶୁ ଯେଉଁମାନେ ଜନ୍ମର ଘଣ୍ଟାକ ମଧ୍ୟରେ ସ୍ତନ୍ୟପାନ କରିଛନ୍ତି ଏବଂ ୬ ମାସ କିମ୍ବା ତା’ଠାରୁ କମ୍ ଶିଶୁଙ୍କୁ ସ୍ତନ୍ୟପାନ କରାଯାଇଛି ସେମାନଙ୍କୁ ମାଆ ଯୋଜନାରେ ସହାୟତା ଦିଆଯାଉଛି । ଏନେଇ ଗୃହରେ ରାଜ୍ୟଓ୍ବାରୀ ତଥ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଯୋଜନାରେ ଓଡ଼ିଶାକୁ ୨୦୨୧-୨୨ରେ ୨୭ କୋଟି ୨୦ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୨୦୨୨-୨୩ ପାଇଁ ୨୪ ଲକ୍ଷ ଟଙ୍କା ଦିଆଯାଇଛି ।

ଦିଲ୍ଲୀ ବିଲକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା , କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଲକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା । କେନ୍ଦ୍ରର ତାନାସାହି ଶାସନ ବିରୋଧରେ ଗର୍ଜିଲେ ବିରୋଧୀ । ଦିଲ୍ଲୀର କଳା ଆଇନ ପ୍ରତ୍ୟାହାର ପାଇଁ ଦାବି କରିବା ସହ କେନ୍ଦ୍ର ସରକାର ବିରୋଧରେ ଜୋରଦାର ନାରାବାଜି କରିଛନ୍ତି ଇଣ୍ଡିଆ ସଦସ୍ୟ । ପାର୍ଲାମେଣ୍ଟ ବାହାରେ ସରକାର ବିରୋଧରେ ନାରାବାଜି କରିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆ ସଦସ୍ୟ । ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଦେଶର ସଂଘୀୟ ଢାଞ୍ଚା ବିରୋଧୀ । ଏହାସହ କେନ୍ଦ୍ରର ଏହି ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ବିରୋଧୀ କହିଛନ୍ତି ।

ସଂସଦରେ ଦୁଇ ପକ୍ଷର ବହୁମତ ବିନା ସାମ୍ବିଧାନିକ ବିଲ ପାସ୍ କରାଯିବା ସାଂସଦୀୟ ନିୟମର ବିରୋଧାଚରଣ । କେନ୍ଦ୍ରର ଏହି ବିଲ ଅସମ୍ବିଧାନିର ଓ ଲୋକତନ୍ତ୍ର ବିରୋଧୀ । ଦିଲ୍ଲୀରେ ଲୋକତନ୍ତ୍ରକୁ ନଷ୍ଟ କରି ବାବୁତନ୍ତ୍ର ଲାଗୁ କରିବାକୁ ବିଜେପି ଚାହୁଁଛି ବୋଲି ଆପ୍ କହିଛି । ଦିଲ୍ଲୀରେ ବିଜେପିର ଲଗାତାର ହାର୍ ଯୋଗୁ ସରକାରଙ୍କୁ ନିରସ୍ତ୍ର କରିବାକୁ ହିନ ପ୍ରୟାସ କରାଯାଉଛି ବୋଲି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଡ୍ଡା କହିଛନ୍ତି ।

ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ବହୁମତ ଥିବାରୁ ବିଲ ପାସ୍ କରାଇ ଦିଆଯିବ ନାହିଁ ବୋଲି ବିରୋଧୀ କହିଛନ୍ତି । ସେପଟେ ଭାରତୀ-ଚୀନ ବର୍ଡରରେ ଉତ୍ତେଜନା ସ୍ଥିତି, ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ଫାୟାରିଂ ପ୍ରସଙ୍ଗରେ ଆଲୋଚନା ପାଇଁ ଲୋକସଭାରେ ମୁଲତବି ପ୍ରସ୍ତାବ ଦେଇଛି କଂଗ୍ରେସ । ରାଜ୍ୟସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସସପେନସନ ଅଫ ବିଜନେସ ନୋଟିସ ଦେଇଛି ଆପ୍ ।

ଶ୍ରୀକୃଷ୍ଣଙ୍କ ପ୍ରେମରେ ମୁସଲିମ୍ ମହିଳା ଶବନମ୍

ଲକ୍ଷ୍ନୌ : କୃଷ୍ଣ ପ୍ରେମରେ ମୁସଲମାନ ମହିଳା । କୁହାଯାଏ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ ଯିଏ ପଡିଛି ସେ ସବୁକିଛି ଭୁଲିଯାଇଛି । କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଓ ଲୀଳା କ୍ଷେତ୍ର ବୃନ୍ଦାବନ ସମଗ୍ର ବିଶ୍ୱରେ ଭକ୍ତି ଏବଂ ପ୍ରେମର ତୀର୍ଥସ୍ଥାନ ପାଲଟିଛି । ସେଥିପାଇଁ ଏହି ସହରରେ ଦେଶ ବିଦେଶର ବିଭିନ୍ନ ଧର୍ମର ଭକ୍ତଙ୍କୁ ଦେଖିବାକୁ ମିଳେ । କାହ୍ନା ପ୍ରେମରେ ପଡ଼ି ଘରଦ୍ବାର ଛାଡ଼ି ଲୀଲାକ୍ଷେତ୍ର ବୃନ୍ଦାବନରେ ପହଞ୍ଚିଛନ୍ତି ଉତ୍ତର ପ୍ରଦେଶ ମୁରାଦାବାଦର ଶବନମ । କୃଷ୍ଣ ପ୍ରେମରେ ପଡ଼ିବା ପରେ ଧର୍ମ ଭୁଲି ପରିବାର ଛାଡ଼ି ବୃନ୍ଦାବନବାସୀ ପାଲଟିଛନ୍ତି ଶବନମ ।

ଶବନମ୍ ଉତ୍ତରପ୍ରଦେଶର ମୋରାଡାବାଦର ଜିଗର କଲୋନୀ ନିବାସୀ । ଶବନମ ପିଲାଦିନୁ ହିନ୍ଦୁ ଦେବୀଦେବତାଙ୍କୁ ପୂଜା କରୁଥିଲେ । ୨୦୦୦ ମସିହାରେ, ଶବନମ୍ ଦିଲ୍ଲୀର ଶାହଦରାରେ ବିବାହ କରିଥିଲେ । ମାତ୍ର ବିବାହର ୫ ବର୍ଷ ପରେ ଶବନମଙ୍କର ଛାଡପତ୍ର ହୋଇଥିଲା । ବିବାହ ପରେ ଅନେକ କଠିନ ପରିସ୍ଥିତି ଦେଇ ଗତି କରିଥିଲେ । ହେଲେ ଗତ ୪ ମାସ ହେବ ସେ ବୃନ୍ଦାବନରେ ପହଞ୍ଚିଛନ୍ତି । ଗୋବର୍ଦ୍ଧନ ପରିକ୍ରମା ମାର୍ଗ ସ୍ଥିତ ଗୋପାଳ ଆଶ୍ରମ ଏବେ ଶବନମଙ୍କ ନୂଆ ଠିକଣା ପାଲଟିଛି । ବାକି ଜୀବନ ବୃନ୍ଦାବନରେ ରହି କାଟିବାକୁ ଯୋଜନା କରିଛନ୍ତି ବୋଲି ଶବନମ କହିଛନ୍ତି ।

ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି କରିବ ବିରୋଧ

ନୂଆଦିଲ୍ଲୀ : ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ । ଅଗଷ୍ଟ ୮ରୁ ୧୦ ତାରିଖ ଯାଏଁ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ଲୋକସଭା ସ୍ପିକର ଓମ ବିରଲା । ତିନି ଦିନ ଧରି ନୋକନଫିଡେନ୍ସ ମୋସନ ଉପରେ ଚର୍ଚ୍ଚା, ଆଲୋଚନା ହେବ । ଅଗଷ୍ଟ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବେ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବିରେ ବିରୋଧୀ ଅଟଳ ଥିବା ବେଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ସେପଟେ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ। ସେହିପରି ଦିଲ୍ଲୀ ବିଧେୟକକୁ ସମର୍ଥନ କରିବ ଦଳ। ସେଥିପାଇଁ ଆଲୋଚନା ବେଳେ ଉଭୟ ରାଜ୍ୟସଭା ଓ ଲୋକସଭାରେ ସମସ୍ତ ବିଜେଡି ସାଂସଦକୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାମ୍ବିଧାନିକ ପ୍ରକ୍ରିୟା ଅନୁସାରେ, ଅନାସ୍ଥା ଭୋଟ ପରେ ପ୍ରଧାନମନ୍ତ୍ରୀଙ୍କୁ ଗୃହରେ ଅଭିଭାଷଣ ରଖିବାକୁ ହେବ । ମୋଟ ଲୋକସଭା ସିଟ୍ ସଂଖ୍ୟା ୫୪୩ । ୫ ସିଟ୍ ଖାଲି ପଡ଼ିଥିବା ବେଳେ ମ୍ୟାଜିକ ନମ୍ବର ୨୬୯ । ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ରହିଛି ୩୨୯ ସିଟ । କେବଳ ବିଜେପି ପାଖରେ ୩୦୧ ଆସନ ରହିଛି । ବିରୋଧୀ ମେଣ୍ଟ ପାଖରେ ମାତ୍ର ୧୪୨ ସିଟ ରହିଛି ।

 

ଆଜି ସମ୍ବଲପୁରୀ ଦିନ୍, ସମସ୍ତ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି ସମ୍ବଲପୁରୀ ଛାପା

ସମ୍ବଲପୁର : ଆଜି ସମ୍ବଲପୁରୀ ଦିନ୍ । ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶାଅନୁସାରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସମ୍ବଲପୁରୀ ପୋଷାକ ପିନ୍ଧି ଆସୁଛନ୍ତି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ । ଜିଲ୍ଲାପାଳଙ୍କ କାଯ୍ୟାଳୟଠୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟାଳୟରେ ସମ୍ବଲପୁରୀ ଛାପା ଦେଖିବାକୁ ମିଳିଛି । ସମ୍ବଲପୁରୀ ଲେଖକ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନ ଅବସରରେ ଆଜି ସମ୍ବଲପୁରୀ ଦିନ୍ ପାଳନ କରାଯାଉଛି । ଯାହାକୁ ନେଇ ବେଶ ଉତ୍ସାହିତ ପଶ୍ଚିମ ଓଡ଼ିଶାବାସୀ ।

ପଛପଟୁ ଧକ୍କା ଦେଲା ପୋଲିସ ଭ୍ୟାନ୍, ଘଟଣାସ୍ଥଳରେ ଯୁବକ ମୃତ

ନୟାଗଡ଼ :  ପୋଲିସ ଭ୍ୟାନ ଧକ୍କାରେ ଯୁବକଙ୍କ ମୃତ୍ୟୁ  । ଖଣ୍ଡପଡା ଥାନା ବରପାଲି ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକଙ୍କ ନାଁ ମିଳନ ମହାପାତ୍ର ହୋଇଥିବାବେଳେ ସେ ନୟାଗଡ଼ ରୋଟାରୀ କ୍ଲ ରେ ଫିଜିଓ ଥେରାପିସ୍ଟି ଭାବେ କାମ କରୁଥିଲେ ।

ବର୍ଷା ପବନ ଯୋଗୁଁ ମିଳନ ନୟାଗଡ଼ରୁ ନିଜ ଘର ଖଣ୍ଡପଡ଼ା ଫେରୁଥିବାବେଳେ ପଛ ପଟୁ ପୋଲିସ ଗାଡି ଆସି ତାଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାରି ନେଇଯାଇଥିଲା । ଯାହା ଦ୍ୱାରା ଘଟଣାସ୍ଥଳରେ ମିଳନଙ୍କ ମୃତ୍ୟୁ ହୋଇଛି  । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି  । ଉତ୍ୟକ୍ତ ଲୋକ ମାନେ ଖଣ୍ଡପଡା ଏବଂ ନୟାଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି, ଯାହାଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।, ସୂଚନା ପାଇ ଘଟଣାସ୍ଥଳରେ ଖଣ୍ଡପଡା SDPO ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି

ଭିଡ଼ ହିଂସାରେ ଜଳୁଛି ହରିୟାଣା, ଧାର୍ମିକ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ

ଚଣ୍ଡିଗଡ଼ :  ହିଂସାର ନିଆଁରେ ଜଳୁଛି ହରିୟାଣା । ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ବିବାଦରୁ ଗଣ୍ଡଗୋଳ ହୋଇଛି । ଗୁରୁଗ୍ରାମ ପର୍ଯ୍ୟନ୍ତ ବ୍ୟାପିଲା ଅଶାନ୍ତି । ପଥର ମାଡ଼ ସାଙ୍ଗକୁ ପୋଡାଜଳା ହୋଇଛି । ଫଳରେ ୨ ଜଣ ହୋମାଗାର୍ଡଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୦ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।

ହରିୟାଣାର ମୁମଲିମ ବହୁଳ ଅଞ୍ଚଳ ନୁହରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ଚାଲିଥିଲା ବେଳେ ହଠାତ୍ ପଥର ମାଡ଼ କରିଥିଲେ କିଛି ଯୁବଗୋଷ୍ଠୀ । ପରବର୍ତ୍ତୀ ସମୟରେ ଏହା ଭୟଙ୍କର ରୂପ ନେଇଥିଲା । ସଂଘର୍ଷରେ କିଛି କାର ଜଳି ଯାଇଥିବା ଦେଖିବାକୁ ମିଳିଛି । ହରିୟାଣା ପୋଲିସ ଗଣ୍ଡଗୋଳଗାରୀଙ୍କୁ ଘଉଡ଼ାଇବା ପାଇଁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା । ଉତ୍ତ୍ୟକ୍ତ ଲୋକେ ୪ଟି ଗାଡ଼ି ଏବଂ ଏକ ଦୋକାନ ଜାଳି ଦେଇଛନ୍ତି ।

ସିଲାବସ ସାଙ୍ଗକୁ ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଣାଳୀ

ଭୁବନେଶ୍ୱର : ବଦଳିଲା ଯୁକ୍ତ ଦୁଇ ସିଲାବସ ଆଉ ପରୀକ୍ଷା ପ୍ରଣାଳୀ। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି। ୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲବସ ଅନୁଯାୟୀ ହେବ। CBSE ବାଦ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ୍ ଉପରେ ମୋହର ମାରିଛି।

ଏହାସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍ ପରୀକ୍ଷା ହେବ। ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍ ପରୀକ୍ଷାରୁ ୨୦% ମାର୍କ ଆଧାର ରେ ଛାତ୍ର ଛାତ୍ରୀ ମାର୍କ ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ କଳା ଓ ବାଣିଜ୍ୟ ବିଭାଗ ବିଷୟରେ ଶିଲାବସ୍‌ ପରିବର୍ତ୍ତନ ହୋଇନି ।

ଆଜିଠୁ ଖୋଲିଲା ବିଶ୍ବ ପ୍ରସିଦ୍ଧ ଭିତରକନିକା

କେନ୍ଦ୍ରାପଡ଼ା : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା । କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ ରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥିଲା । ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ । ଆଜି ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଖୋଲାଯାଇଛି । ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ରକୁ ବାଧ୍ୟତା ମୂଳକ କରାଯାଇଛି । ଗୁପ୍ତି, ଖୋଳା ଓ ଡାଙ୍ଗମାଳ ୩ଟି ଏଣ୍ଟ୍ରି ପଏଣ୍ଟ ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ । ଯନ୍ତ୍ରଚାଳିତ ବୋଟ ସହ ବନବିଭାଗ ତରଫରୁ ରହିଥିବା ୫ଟି ଫାଇବର ବୋଟରେ ମଧ୍ୟ ପର୍ଯ୍ୟଟକମାନେ ବୁଲି ଭିତରକନିକାର ନୈସର୍ଗିକ ଶୋଭା ଉପଭୋଗ କରିପାରିବେ ।

ଚଳିତବର୍ଷ ଭିତରକନିକାକୁ ସମ୍ପୂର୍ଣ୍ଣ ଭାବେ ପଲିଥିନମୁକ୍ତ କରାଯାଇଛି । ବାହ୍ମଣୀ, ବୈତରଣୀ ଓ ମହାନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ଭିତରକନିକା ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । ଭିତରକନିକାକୁ ନୌକା ଭ୍ରମଣରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ, ନଇ ପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରା ପୋଇଁବା ଓ ମିଳନର ଦୃଶ୍ୟ ସାଙ୍ଗକୁ ନଦୀ ମଧ୍ୟରେ କୁମ୍ଭୀରଙ୍କ ମିଳନର ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ।