spot_img
Home Blog Page 3856

ଆଇପିଏଲରୁ ଅବସର ନେଲେ କିରନ୍ ପୋଲାର୍ଡ, MI ଦେଲା ବ୍ୟାଟିଂ କୋଚ୍ ଦାୟିତ୍ୱ

ମୁମ୍ବାଇ: ଆଇପିଏଲରୁ ଅବସର ନେଲେ ଓ୍ୱେଷ୍ଟଇଣ୍ଡିଜ୍ ତାରକା ତଥା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଦୁର୍ଦ୍ଦଶ ଅଲରାଉଣ୍ଡର କିରନ ପୋଲାର୍ଡ । ଆଇପିଏଲ ମିନି ଅକ୍ସନ ପୂର୍ବରୁ ଏହି ବଡ଼ ଘୋଷଣା କରିଛନ୍ତି ପୋଲାର୍ଡ । ଚଳିତ ଆଇପିଏଲର ମିନି ଅକ୍ସନ ପୂର୍ବରୁ ପୋଲାର୍ଡଙ୍କୁ ମୁମ୍ବାଇ ଦରୁ ରିଲିଜ୍ କରିଦେଇଥିଲା । ମୁମ୍ବାଇ ଦଳରୁ ରିଲିଜ୍ କରିବା ପରେ ସେ ଅବସର ଘୋଷଣା କରିଛନ୍ତି । ପୋଲାର୍ଡ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ସହ ୧୩ ବର୍ଷ ରହିଥିବା ବେଳେ ୫ ଥର ଟ୍ରଫି ଜିତିବାରେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିଲେ । ତେବେ ଚଳିତ ସିଜିନରେ ସେ ଆଉ ଖେଳିବେନି ସତ କିନ୍ତୁ ସେ ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିବେ । କାହିଁକି ନା ପୋଲାର୍ଡ ଅବସର ନେବା ପରେ ତାଙ୍କୁ ଦଳ ଏକ ଗୁରୁଦାୟିତ୍ୱ ଦେଇଛି । ସେ ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ କୋଚ୍ ଭାବରେ ନଜର ଆସିବେ ।

କିରନ୍ ପୋଲାର୍ଡ ଆଇପିଏଲରେ ୧୦୦ରୁ ଅଧିକ ମ୍ୟାଚ ଖେଳିଛନ୍ତି । କିନ୍ତୁ ସେ ଗତବର୍ଷ ଆଇପିଏଲରେ ତାଙ୍କ ପ୍ରଦର୍ଶନକୁ ନେଇ ବେଶ୍ ସମାଲୋଚିତ ହୋଇଥିଲେ । ୨୦୨୨ ଆଇପିଏଲରେ ମୁମ୍ବାଇ ପାଇଁ ୧୧ଟି ମ୍ୟାଚ ଖେଳି ମାତ୍ର ୧୪୪ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଯାହାଫଳରେ ମୁମ୍ବାଇ ପୋଲାର୍ଡଙ୍କୁ ୨୦୨୩ IPL ମିନି ଅକ୍ସନ ପୂର୍ବରୁ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଥିଲା । ପୋଲାର୍ଡ ଚଳିତ ବର୍ଷ ଏପ୍ରିଲ ମାସରେ ଆନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ଅବସର ଘୋଷଣା କରିଥିଲେ ।

୮ ଶହ କୋଟି ଛୁଇଁଲା ବିଶ୍ୱ ଜନସଂଖ୍ୟା, ୨୦୩୦ ସୁଦ୍ଧା ୮୫୦ କୋଟି ପାର କରିବ ଏହି ସଂଖ୍ୟା

ନୂଆଦିଲ୍ଲୀ: ଆଜି ୮ଶହ କୋଟି ଛୁଇଁଲା ବିଶ୍ୱ ଜନସଂଖ୍ୟା । ଆଜି ବିଶ୍ୱ ଜନସଂଖ୍ୟା ରେକର୍ଡ ଛୁଇଁବ ବୋଲି ଆକଳନ କରିଛି ମିଳିତ ଜାତିସଂଘ । ୨୦୩୦ ସୁଦ୍ଧା ଏହି ସଂଖ୍ୟା ୮୫୦ କୋଟି ପାର କରିବ । ବିଶ୍ୱ ଜନସଂଖ୍ୟା ୭ ଶହରୁ ୮ଶହରେ ପହଞ୍ଚିବା ପାଇଁ ୧୨ ବର୍ଷ ଲାଗିଛି । ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନ୍‌ ଠାରୁ ଅଧିକ ହୋଇଯିବ ବୋଲି ଜାତିସଂଘର ନୂଆ ରିପୋର୍ଟରେ ଦାବି କରାଯାଇଛି । ଏହି ରିପୋର୍ଟ ଆଧାରରେ ୨୦୮୦ ମସିହା ସୁଦ୍ଧା ଜନସଂଖ୍ୟା ଏକ ହଜାର ୪୦ କୋଟିରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ବାର୍ଷିକ ବିଶ୍ୱ ଜନସଂଖ୍ୟା ସମ୍ଭାବନା ରିପୋର୍ଟ ମୁତାବକ, ଆସନ୍ତା ୨୭ ବର୍ଷ ମଧ୍ୟରେ ୮ଟି ଦେଶର ଜନସଂଖ୍ୟା ବିଶ୍ୱର ଅଧା ଜନସଂଖ୍ୟା ହେବ ।

୨୦୫୦ ସୁଦ୍ଧା ଭାରତ, ପାକିସ୍ତାନ, ଇଥିଓପିଆ, ନାଇଜେରିଆ, ଫିଲିପିନ୍ସ, ତାଞ୍ଜାନିଆ, କଙ୍ଗୋ ଆଦି ରାଷ୍ଟ୍ରରେ ବିଶ୍ୱର ଅଧାରୁ ଅଧିକ ନାଗରିକ ବସବାସ କରୁଥିବେ । ରିପୋର୍ଟ ମୁତାବକ, ୨୦୧୦ରୁ ୨୦୨୧ ମଧ୍ୟରେ ପାକିସ୍ତାନର ସବୁଠୁ ଅଧିକ ନାଗରିକ ଦେଶ ଛାଡ଼ି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି । ୧ କୋଟି ୬୫ ଲକ୍ଷରୁ ଅଧିକ ପାକିସ୍ତାନବାସୀ ଦେଶ ଛାଡ଼ିଛନ୍ତି । ଏହି ତାଲିକାରେ ଦ୍ୱିତୀୟରେ ରହିଛି ଭାରତ । ୩୫ ଲକ୍ଷ ଭାରତୀୟ ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି । ଏହାପରେ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କାର ନାଁ ରହିଛି ।

 

ନେଡ଼ିଗୁଡ଼ କହୁଣୀକୁ ବୋହିଲା ପରେ ଚେତିଲା କେନ୍ଦ୍ର: ସସ୍ମିତ ପାତ୍ର

ଭୁବନେଶ୍ୱର: ଫସଲ ବୀମା ନେଇ କେନ୍ଦ୍ରର ଚାଲ ଧରା ପଡ଼ିଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି । ବୀମା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିବା ପରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟରୁ ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳିନଥିବା ସ୍ପଷ୍ଟ ହୋଇଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରେ ଏବେ କେନ୍ଦ୍ର ସରକାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ।

ଗତ ଅଗଷ୍ଟ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଫସଲ ବୀମା କେନ୍ଦ୍ର ସରକାର ମଂଜୁର କରନ୍ତି, ବୀମା କମ୍ପାନୀ ଚାଷୀଙ୍କୁ ଏହି ରାଶି ପ୍ରଦାନ କରେ । ଏଥିରେ ରାଜ୍ୟର କୌଣସି ଭୂମିକା ନାହିଁ ବୋଲି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

ଏୟାର ଇଣ୍ଡିଆକୁ ୧୪ ଲକ୍ଷ ଡଲାରର ଜରିମାନା କରିଛି ଆମେରିକା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଆମେରିକାର ଜରିମାନା । ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆକୁ ୧୪ ଲକ୍ଷ ଡଲାରର ଜରିମାନା କରିଛି ଆମେରିକା । ଏହାସହ ଯାତ୍ରୀଙ୍କୁ ୧୨ କୋଟି ୧୫ ଲକ୍ଷ ଡଲାରର ରିଫଣ୍ଡ ମନି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସଂକ୍ରମଣ ପାଇଁ ଅନେକ ବିମାନ ଉଡ଼ାଣ ବାତିଲ୍ ହୋଇଥିବାରୁ ଅନେକ ଯାତ୍ରୀ ପ୍ରଭାବିତ ହୋଇଥିଲେ । ସେହି ସମୟରେ ବିମାନ ବୁକିଂ ବାତିଲ୍ ବାବଦ ଅର୍ଥ ବିମାନ କମ୍ପାନୀ ଫେରସ୍ତ କରିଥିଲେ ।

କିନ୍ତୁ ଏୟାର ଇଣ୍ଡିଆ ଆମେରିକୀୟ ଯାତ୍ରୀଙ୍କ ଟିକେଟ ଟଙ୍କା ଫେରସ୍ତ କରିବାରେ ଅହେତୁକ ବିଳମ୍ବ କରିଥିଲା । ଏଥିପାଇଁ ଏୟାର ଇଣ୍ଡିଆକୁ ଜରିମାନ ଦେବାକୁ ଆମେରିକା ପରିବହନ ନିର୍ଦ୍ଦେଶ ଦେଇଛି । ଆମେରିକା ସରକାରଙ୍କ ନିୟମ ଅନୁସାରେ, ଉଡ଼ାଣ ବାତିଲ୍ ହେବା ବା ପରିବର୍ତ୍ତନ ହେଲେ ଏୟାରଲାଇନ୍ସ ନିୟମ ଅନୁସାରେ, କମ୍ପାନୀ ଟିକେଟ୍ ଅର୍ଥ ଫେରସ୍ତ କରିବ । ମାତ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାରେ କମ୍ପାନୀ ପକ୍ଷରୁ ଅଧିକ ସମୟ ନିଆଯାଇଥିଲା ।

ନବୀନଙ୍କ ଘୋଷଣା: ଚାଷୀଙ୍କୁ ମିଳିବ ଇନପୁଟ ସହାୟତା, ଖର୍ଚ୍ଚ ହେବ ୨ ଶହ କୋଟି

ଭୁବନେଶ୍ବର: ରାଜ୍ୟର ଚାଷୀକୁଳ ପାଇଁ ବଡ଼ ଖବର । ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଇନପୁଟ ସହାୟତା ପ୍ରଦାନ କରିବେ । ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀମାନେ ଫସଲ କ୍ଷତି ସହିଥିବାରୁ ଜିଲ୍ଲାପାଳମାନେ ତୁରନ୍ତ ଜିଲ୍ଲା ପାଇଁ ଆବଶ୍ୟକୀୟ ପାଣ୍ଠି ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଇବା ମାତ୍ରେ ସହାୟତା ପାଣ୍ଠି ଜିଲ୍ଲାକୁ ମିଳିବ । ରାଜ୍ୟ ସରକାର ଏ ବାବଦରେ ରାଜ୍ୟ ରାଜକୋଷରୁ ୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ରିପୋର୍ଟ ଅନୁସାରେ ରାଜ୍ୟର ୧୨ଟି ଜିଲ୍ଲାର ୬୪ ବ୍ଳକ ଓ ୧୫ଟି  ସହରାଞ୍ଚଳରେ ମରୁଡ଼ିରୁ ୨ ଲକ୍ଷ ୬୩ ହଜାର ୫୬୦ ହେକ୍ଟର ଜମିରେ ୩୩% ରୁ ଅଧିକ ଫସଲ ହାନି ହୋଇଛି । ରାଜ୍ୟ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ କେନ୍ଦ୍ର ସରକାର ଏଯାଏ ମରୁଡ଼ି ପ୍ରଭାବିତ ଚାଷୀମାନଙ୍କୁ ଫସଲ ବୀମା ଦେଇନାହାନ୍ତି ।  କେନ୍ଦ୍ର କୃଷି ମନ୍ତ୍ରାଳୟ ସହ ରାଜ୍ୟ ସରକାର ବହୁବାର ଯୋଗାଯୋଗ କରିବା ପରେ ମଧ୍ୟ ସୁଫଳ ମିଳିନି । ଚାଷୀମାନଙ୍କ ଏଭଳି ଦୁର୍ଦ୍ଦଶା ସମୟରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ରାଜ୍ୟ ନିଜସ୍ବ ପାଣ୍ଟି ଖର୍ଚ୍ଚ କରିବ । ଜିଲ୍ଲାପାଳମାନେ ତୁରନ୍ତ ଏସଆରସିଙ୍କୁ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କ ସହାୟତା ବାବଦ ପାଣ୍ଠି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗିନିଜ୍ ୱାର୍ଲ୍ଡ ରେକର୍ଡରେ କଟକ ବାଲିଯାତ୍ରା, ୩୫ମିନିଟରେ ନିର୍ମାଣ କଲେ ୨୨ ହଜାର ଡଙ୍ଗା

କଟକ: କଟକ ଐତିହାସିକ ବାଲିଯାତ୍ରା ଉତ୍ସବ ଅବସରରେ ସିଏମସି ପକ୍ଷରୁ ଆୟୋଜିତ ଡଙ୍ଗା ତିଆରି କାର୍ଯ୍ୟକ୍ରମ ରେ ସାମିଲ ହେଲେ ୨୨ସ୍କୁଲର ୨୧ସହ ରୁ ଉର୍ଦ୍ଧ ବିଦ୍ୟାର୍ଥୀ। ୩୫ମିନିଟ ସମୟ ମଧ୍ୟ ରେ ପ୍ରାୟ ୨୨ହଜାର ରୁ ଉର୍ଦ୍ଧ ଡଙ୍ଗା ତିଆରି କରି ଗିନିଜ ବୁକ୍ ଅଫ୍ ୱାଲ୍ଡ ରେକର୍ଡ କଲେ । ଏହି କାର୍ଯ୍ୟକ୍ରମ ରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ।

ମିଳିଥିବା ସୂଚନା ମୁତାବତକ ୫୦ଜଣ ଅଫିସିଆଲ୍ ଜୁରି ଏହାକୁ ପରିଚାଳନା କରୁଥିଲେ । ଏହି କାର୍ଯ୍ୟକ୍ରମରେ ଇଂଲଣ୍ଡରୁ ଗିନିଜର ଜଣେ ଜୁରି ମଧ୍ୟ ଉପସ୍ଥିତ ରହିଥିଲେ  । ରେକର୍ଡ ପାଇଁ ଆଗରୁ ସିଏମସି ପକ୍ଷରୁ ଉକ୍ତ ସଂସ୍ଥାକୁ ଚିଠି ଲେଖାଯାଇଥିଲା  । ଐତିହ୍ୟ ବାଲିଯାତ୍ରାକୁ ବିଶ୍ୱ ରେକର୍ଡରେ ସ୍ଥାନିତ କରବା ନିମନ୍ତେ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା  ।

ଚାଷୀଙ୍କ ପାଇଁ ୨ଶହ କୋଟିର ଇନପୁଟ୍ ସବସିଡି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର:ଚାଷୀଙ୍କ ପାଇଁ ଇନପୁଟ୍ ସବସିଡି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୨୦୦ କୋଟି ଟଙ୍କାର ସବସିଡି ମରୁଡି ଜନିତ କ୍ଷୟକ୍ଷତି ନିମନ୍ତେ ଘୋଷଣା କରିଛନ୍ତି ରାଜ୍ୟ ସରକାର  ।  ଏଥିରେ ସମଗ୍ର ରାଜ୍ୟର ଚାଷୀ ଉପକୃତ ହେବ  । ବିହନ କ୍ରୟ ହେଉ କିମ୍ବା ସାର ଠାରୁ ଯନ୍ତ୍ରପାତି, ଯେଉଁମାନେ ଚାଷ କରି କ୍ଷତି ସହିଥାନ୍ତି  । ସେମାନଙ୍କ ପାଇଁ ରାଜ୍ୟରାଜକୋଷରୁ ଖର୍ଚ୍ଚ ହେବ ୨ଶହ କୋଟି ଟଙ୍କା  ।

 

ଫ୍ରିଜରେ ପ୍ରେମିକାର କଟା ଅଂଶ, ବେଡରୁମରେ ଗର୍ଲଫ୍ରେଣ୍ଡ୍ ସହ ରୋମାନ୍ସ

ନନ୍ଦିଘୋଷ ବ୍ୟୁରୋ: ଦିନରେ ଖୋଜୁଥିଲା ନୂଆ ସାଥୀ, ରାତି ଫୋପାଡୁଥିଲା ପୁରୁଣା ସାଥୀର ଅଙ୍ଗ । ପ୍ରେମ,ପ୍ରତାରଣ ଓ ହତ୍ୟାର ହରର ଷ୍ଟୋରୀ । ଯେଉଁ ଘରେ ଥିଲା ଲାସ୍ ସେଇଠି ରୋମାନ୍ସ । ହୁଏତ ଆଫତାବ୍ ଲେଖୁଥିଲା ଆଉ ଗୋଟେ ହତ୍ୟାର ସ୍କ୍ରିପଟ । ହୁଏତ ସେହି ଫ୍ରିଜ୍ ହୋଇଥାନ୍ତା ଆଉ କାହାର ଶେଷ ଠିକଣା..

 

ଫ୍ରିଜରେ ପ୍ରେମିକାର ଖଣ୍ଡ ବିଖଣ୍ଡିତ ମୃତ ଦେହ । ବେଡରୁମରେ ଗର୍ଲଫ୍ରେଣ୍ଡ ସହ ରୋମାନ୍ସ  । ରାତିରେ ପାର୍ସଲ କରୁଥିଲେ ପ୍ରେମିକାର ଶରୀର, ଦିନରେ  ଖୋଜୁଥିଲେ ନୂଆ ସାଥି  । ପ୍ରେମରେ ହରର  । ରୋମାନ୍ସ ଆଉ ପରେ ମର୍ଡର  । କଲ ସେଣ୍ଟରରୁ ଲଭ, ପରେ ଲଭଇନ୍ ରିଲେସନସିପ  । ପ୍ରେମିକାର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ  ।   ଆଉ ଜିଦ୍ କରିବାରୁ ରାସ୍ତାରୁ କଣ୍ଟା ସଫା କଲା ସଇତାନ୍ ପ୍ରେମିକ ।

ରକ୍ତାକ୍ତ ପ୍ରେମ କାହାଣୀର ଲୋମଟାଙ୍କୁରା ଘଟଣା  । ପ୍ରେମିକର କ୍ରାଇମ୍ କାରନାମା  ଶୁଣିଲେ ଡର ଲାଗୁଛି  । ବିବାହ କରିବାକୁ ଜିଦ କରିବାରୁ ପ୍ରେମିକାର ତଣ୍ଡି ଚିପି ହତ୍ୟା କଲା  । ସେତିକିରେ ବୁଝିଲାନି ମନ  । ବଜାରରୁ ଆରି କିଣିଲା  । ପ୍ରେମିକାକୁ ୩୫ ପିସ କରି ଫ୍ରିଜରେ ରଖିଲା  । ଆଉ ଦିନରେ ନୁହେଁ ପ୍ରତିଦିନ ବିଳମ୍ବିତ ରାତିରେ ଶରୀରର କିଛି ଅଂଶକୁ ପଲିଥିନରେ ନେଇ ଜଙ୍ଗଲରେ ଫିଙ୍ଗୁଥିଲା  । ହଁ ଦିଲ୍ଲୀର ଅଭିଯୁକ୍ତ ପ୍ରେମିକ ଅଫତାବ ଆମିନ ଏବଂ ମୃତକ ଶ୍ରଦ୍ଧା ୱାକରଙ୍କ ପ୍ରେମ କାହାଣୀ ଏବେ ଚକିତ କରିଛି  ।

କଲ ସେଣ୍ଟରରେ କାମ କରୁଥିବା ଶ୍ରଦ୍ଧାଙ୍କ ସହ ଡେଟିଂ ଆପରେ ଅଫତାବ ସହ ବନ୍ଧୁତା ହୁଏ  । ପ୍ରଥମେ ପ୍ରେମ ପରେ ରିଲେସନ୍ । ଶ୍ରଦ୍ଧା ହିନ୍ଦୁ , ଅଫତାବ ମୁସଲମାନ  । ପ୍ରେମକୁ ସ୍ୱୀକୃତି ଦିଅନ୍ତି ନାହିଁ ଶ୍ରଦ୍ଧାଙ୍କ ବାପା  । ଆଉ ପରେ ମୁମ୍ବାଇ ଛାଡି ଦିଲ୍ଲୀ ପଳାନ୍ତି ପ୍ରେମୀ ଯୁଗଳ  । ଉଭୟେ ମିଶି ଫ୍ଲାଟ୍ କିଣନ୍ତି  । ଏକାଠି ରୁହନ୍ତି  । ଶ୍ରଦ୍ଧା କିନ୍ତୁ ବାରମ୍ବାର ପୁନୱାଲାଙ୍କୁ ବିବାହ ପାଇଁ ଜିଦ୍ କରନ୍ତି  । ଏହାକୁ ନେଇ ଗଣ୍ଡଗୋଳ ହୁଏ  । ମେ ୧୮ରେ ଶ୍ରଦ୍ଧାଙ୍କ ତଣ୍ଟିଚିପି ହତ୍ୟାରେ ନିଷ୍ଠୁର ପ୍ରେମିକ ଅଫତାବ  । ପ୍ରେମିକାର ଶରୀରକୁ ଲୁଚାଇବା ପାଇଁ ମାର୍କେଟରୁ ନୂଆ ଆରି କିଣି ୩୫ ଖଣ୍ଡ କରେ  । ଦୁର୍ଗନ୍ଧ ନବାହାରିବା ପାଇଁ ଫ୍ରିଜ କିଣି ମୃତ ଦେହକୁ ସାଇତି ରଖେ   ।

ହତ୍ୟା ପରେ ବି ପଶ୍ଚାତାପ ନଥିଲା  । ହସଖୁସିରେ ରହୁଥିଲା  । ଦିନରେ ନୂଆ ଝିଅଙ୍କୁ ବେଡ ରୁମକୁ ଆଣୁଥିଲା  । ଆଉ ରାତି ହେଲେ ଫ୍ରିଜରେ ଥିବା ପ୍ରେମିକାର କଟା ଅଂଶକୁ ପଲିଥିନରେ ପ୍ୟାକ କରୁଥିଲା  । ସୁଯୋଗ ଦେଖି ରାତି ୨ଟାରେ ନିକଟସ୍ଥ ଜଙ୍ଗଲରେ ଫିଙ୍ଗୁଥିଲା  ।  ଚାଲାକି ପ୍ରେମିକ ପୁଣି ଗୋଟିଏ ସ୍ଥାନରେ ଶରୀରର ଖଣ୍ଡକୁ ଫିଙ୍ଗୁନଥିଲା  । ପ୍ରତଚିଦିନ ସ୍ଥାନ ବଦଳାଉଥିଲା  । ଆଉ ଏଥିପାଇଁ ଆଫତବକୁ ଲାଗିଯାଇଥିଲା ୧୮ ଦିନ  । ସାଙ୍ଗର ସନ୍ଦେହକୁ ନେଇ ଶ୍ରଦ୍ଧାକୁ ଖୋଜିଥିଲା ପୋଲିସ  । ଥାନାରେ ନିଖୋଜ ଏତଲା ଦେଇଥିଲେ ଶ୍ରଦ୍ଧାଙ୍କ ବାପା  । ଆଉ ହତ୍ୟାର ୫ମାସ ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ଦିଲ୍ଲୀ ପୋଲିସ  ।

ଶ୍ରଦ୍ଧାଙ୍କ ଶରୀରର ୧୫ଟି ହାଡକୁ ପାଇଛି ପୋଲିସ  । ରିମାଣ୍ଡରେ ଯାଇ କ୍ରାଇମ ସିନ ବଖାଣୁଛି ଅଭିଯୁକ୍ତ ଅଫତାବ  । ଜଙ୍ଗଲରେ ଦେଖାଉଛି ଶ୍ରଦ୍ଧାଙ୍କ ଶରୀର  । ଆଉ କହୁଛି ଆମେରିକାର କ୍ରାଇମ୍ ସୋ ଡେକ୍ସଟର ଦେଖି ରଚିଥିଲି ମର୍ଡର ପ୍ଲାନ  ।

 

ରାଜରାସ୍ତାକୁ ଓହ୍ଲାଇଲା ବିଜେଡି, PMFBY ଅବହେଳାର ପ୍ରତିବାଦ

ବରଗଡ଼: ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦ । ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ବରଗଡ଼ ଗାନ୍ଧୀଛକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅହେତୁକ ଅବହେଳା ବିରୋଧରେ ବିଜେଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ବହୁ ବିଜେଡି କର୍ମୀ ଓ ଚାଷୀ ବିକ୍ଷୋଭରେ ସାମିଲ ହୋଇଛନ୍ତି । ବିଭିନ୍ନ ଆଳ ଦେଖାଇ ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କୁ ବିମାରାଶି ପ୍ରଦାନରେ ଅବହେଳା କରି ଆସୁଛନ୍ତି ।

ଫଳରେ ଫସଲ ନଷ୍ଟ ହେଲେ ମଧ୍ୟ ବୀମାରାଶି ପାଇପାରୁ ନାହାନ୍ତି ଚାଷୀ । ପ୍ରଧାନମନ୍ତ୍ରୀ ବୀମାରାଶି ବାବଦରେ କୋଟି କୋଟି ଟଙ୍କା ବୀମା କମ୍ପାନୀଗୁଡ଼ିକ ଉପରେ ବାକି ପଡ଼ିଛି । ପଶ୍ଚମ ଓଡ଼ିଶାର ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଶୁଣୁନାହିଁ କେନ୍ଦ୍ର । କେନ୍ଦ୍ର ପାଖକୁ ରାଜ୍ୟ ସରକାର ପଠାଇଥିବା ୧୮୯ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାମଲାର ସମାଧାନ ହୋଇନି । କେନ୍ଦ୍ର ସରକାରଙ୍କ ଏପରି ଚାଷୀ ମାରଣ ନୀତି ବିରୋଧରେ ଜୋରଦାର ହୋଇଛି ଆନ୍ଦୋଳନ। ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ରାଜ୍ୟ ସରକାର ବାରମ୍ବାର ବର୍ଷିଛନ୍ତି ।

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦିଲ୍ଲୀ ଯାଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି ଶୀଘ୍ର ଫସଲ ବୀମା ଦେବାକୁ ଦାବି କରିଛନ୍ତି । କିନ୍ତୁ କେନ୍ଦ୍ରର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ । ବୀମା କମ୍ପାନୀଗୁଡ଼ିକ କେନ୍ଦ୍ର ଅଧୀନରେ ଅଛନ୍ତି ଓ ଯୋଜନା ମଧ୍ୟ କେନ୍ଦ୍ର ସରକାରଙ୍କର । ଏହା ସତ୍ତ୍ବେ ବୀମାରାଶି ପ୍ରଦାନ ପାଇଁ କମ୍ପାନୀଗୁଡ଼ିକୁ କେନ୍ଦ୍ର ନିର୍ଦ୍ଦେଶ ନଦେବା ସମସ୍ତଙ୍କୁ ଚକିତ କରିଛି । ପ୍ରାକୃତିକ ବିପର୍ଯ୍ୟୟରେ ସନ୍ତୁଳି ହେଉଥିବା ଚାଷୀଙ୍କୁ ବୀମା ରାଶି ପ୍ରଦାନ ପାଇଁ ବିଜେଡି ଶେଷରେ ରାଜରାସ୍ତାକୁ ଓହ୍ଲାଇଛି ।

ପୁଅ ଶ୍ୱଶୁର ଘର ଗଦି ତଳୁ ମିଳିଥିଲା ୨୫ ଲକ୍ଷ, ଆଜି ବି ରେଡ୍ କରୁଛି ଭିଜିଲାନ୍ସ

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ବି ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ କ୍ବାର୍ଟର୍ସରେ ଚାଲିଛି ଭିଜିଲାନ୍ସ ଛାପା । ଘରେ ରେଡ୍ ବେଳେ ୨ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ବେଳେ ରବିନାରାୟଣ ପଣ୍ଡାଙ୍କ ଘର ଓ ସମ୍ପର୍କୀୟଙ୍କ ଘରୁ ମୋଟ୍ ୨୮.୯ ଲକ୍ଷ ଟଙ୍କା ଜବତ ହୋଇଛି । ବାବୁଙ୍କ ଭୁବନେଶ୍ବରରେ ଦୁଇଟି କୋଠା ସାଙ୍ଗକୁ 12 ଟି ପ୍ଲଟ ରହିଛି ।

ମିଳିଥିବା ସୂଚନା ମୁତାବକ 12 ଟି ପ୍ଲଟ ମଧ୍ୟରୁ 5ଟି ଭୁବନେଶ୍ବରରେ, 2ଟି କଟକରେ ଓ 5ଟି କେନ୍ଦ୍ରାପଡାରେ ରହିଛି । ପ୍ରାୟ ଗୋଟେ କେଜିର ସୁନା ଗହଣା ଜବତ ଠାବ ହୋଇଥିବା ବେଳେ ୧କୋଟି ୨୦ଲକ୍ଷର ବ୍ୟାଙ୍କ ଜମା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ପୁଅର ଶ୍ବଶୁର ଘର ଗଦି ତଳୁ ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା । ଯନ୍ତ୍ରୀଙ୍କର ଥିଲା ଦାମୀ ସଉକ । ଆଇଗିଣିଆ ଘରେ ବ୍ୟବବହୁଳ ଇଣ୍ଟିରିୟର ସାଙ୍ଗକୁ ଫରେନ୍ ବ୍ରାଣ୍ଡ ଘଣ୍ଟା ଦେଖି ଭିଜିଲାନ୍ସ ଜଳକା ।

ସେପଟେ ରୂପା ଗ୍ଲାସରେ ପାଣି ପିଉଥିଲେ ବାବୁ । ଘର ଭିତରେ ଥିବା ସିକ୍ରେଟ ଚାମ୍ବରରୁ ଅନେକ ତଥ୍ୟ ପାଇଛି ଭିଜିଲାନ୍ସ । ରବିନାରାୟଣଙ୍କ ସୁପାରିସରେ କୋଟି କୋଟି ଟଙ୍କାର ଠିକାକାମ କରୁଥିଲା ପୁଅ । ଭୁବନେଶ୍ବର ସମେତ କେନ୍ଦ୍ରାପଡା ଓ ଉଦଳାରେ ହୋଇଥିଲା ରେଡ୍ । ଏକକାଳୀନ ୮ ଟି ଟିମ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ସମେତ ୮ଟି ସ୍ଥାନରେ ଚଢାଉ କରିଥିଲେ ।