spot_img
Home Blog Page 5

ବାଟବଣା ଆବାସ ଯୋଜନା । ଗରିବର ମୁଣ୍ଡକୁ ମିଳୁନି ଛାତ

ନନ୍ଦିଘୋଷ ବ୍ୟୁରୋ : ବିକଶିତ ଓଡ଼ିଶାର ବିକଳ ଚିତ୍ର । ଗରିବ ମୁଣ୍ଡକୁ ମିଳୁନି ଛାତ । ଛେଳି ଗୁହାଳ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ । … ଦେଖନ୍ତୁ ଏହି ଦୃଶ୍ୟ । ଝାଟିବୁଜା ଘର ଉପରେ ପଡ଼ିଛି ଜରି ପାଲ । ତାହାରି ଭିତରେ ଗୋଟିଏ ପଟେ ଛେଳି, ଆଉ ଗୋଟିଏ ପଟେ ରହୁଛନ୍ତି ଦୁଇ ବୃଦ୍ଧବୃଦ୍ଧା । ସେଇଠି ଖାଇବା, ସେଇଠି ଶୋଇବା ସବୁ କିଛି । ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ । ଖୋଦ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କଡବ ପଞ୍ଚାୟତ ଆଦିବାସୀ ସାହିର । ଘରଦ୍ଵାର ଭାଙ୍ଗିଯିବା ପରେ କୁଡ଼ିଆ ତଳେ କାଳ କାଟୁଛନ୍ତି ଧୂଳି ନାୟକ ଓ ତାଙ୍କ ପତ୍ନୀ ପ୍ରଭାତୀ ନାୟକ । …

ପ୍ରଭାତୀ ଦୀର୍ଘ ଦିନ ଧରି କିଡୀନ ରୋଗରେ ଆକ୍ରାନ୍ତ ଅଛନ୍ତି । ରୋଗ ବଢ଼ୁଛି ହେଲେ ଔଷଧ କିଣିବାକୁ ଟଙ୍କା ନାହିଁ । ନିଜ ନାଁରେ ଜମି ବି ନାହିଁ । ସରକାରୀ ସହାୟତା ଭାବେ ଦୁହିଁଙ୍କୁ କେବଳ ସରକାରୀ ଭତ୍ତା ଓ ରାସନ ମିଳୁଛି । ୧୦ କିଲୋ ଚାଉଳ ସମୁଦ୍ରକୁ ଶଙ୍ଖେ ସଦୃଶ । ବାଧ୍ୟ ହୋଇ ମାଗିଯାଚି ଚଳୁଛନ୍ତି । ତେବେ ଲୋକଙ୍କ ସହାୟତାରେ କେତେ ଦିନ ଚଳିବେ ଦୁହେଁ ? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ବୃଦ୍ଧଙ୍କୁ ବସୁନ୍ଧରା ଯୋଜନାରେ ଜମି ଯୋଗାଇ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।…

ଗରିବ ଓ ଭୂମିହୀନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ଧୂଳି ନାୟକ ଓ ତାଙ୍କ ସ୍ତ୍ରୀ ଛେଳି ଗୁହାଳରେ କାଳ କାଟିବା ସମସ୍ତ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦମ୍ପତିଙ୍କୁ କେବେ ମିଳୁଛି ଜମି ଓ ଘର ? କେବେ ସେମାନେ ନିରାପଦ ଜୀବନ ବିତାଉଛନ୍ତି ? ତାହା ଦେଖିବାକୁ ବାକି ରହିଲା । …

ଲୋୟର ପିଏମଜିରେ ଗର୍ଜିଲା ଯୁବ-ଛାତ୍ର ବିଜେଡି

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ଗର୍ଜିଲା ବିଜେଡି। ଲୋୟର ପିଏମଜିରେ ବିରାଟ ପ୍ରତିବାଦ । ବହି ତ୍ରୁଟି ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବିରେ ଗର୍ଜିଛି ଯୁବ ଓ ଛାତ୍ର ବିଜେଡି। ପଦ ଛାଡ଼ିବାକୁ ତାଙ୍କୁ ଡେଡଲାଇନ ଦିଆଯାଇଥିଲା। ତଥାପି ଇସ୍ତଫା ନ ଦେବାରୁ ଆଜି ବିରାଟ ଆନ୍ଦୋଳନ କରାଯାଇଛି। ବିଧାନସଭା ଘେରାଉ ଉଦ୍ୟମ ବେଳେ ବାଟରେ ବିଜେଡି କର୍ମୀଙ୍କୁ ପୋଲିସ ଅଟକାଇଥିଲ। କିଛି ସମୟ ଧସ୍ତଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକୁ ଭଣ୍ଡୁର କରିବାକୁ ପୋଲିସ ବିଜେଡି କର୍ମୀଙ୍କୁ ବଳପୂର୍ବକ ଉଠାଇ ନେଇଛି।

ଆହୁରି ବର୍ଷିବ : କଳିଙ୍ଗପଟ୍ଟନମରେ ସ୍ଥଳଭାଗ ଛୁଇଁବ ଅବପାତ ୧୦ ଜିଲ୍ଲାକୁ ଆଲର୍ଟ ଜାରି

ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୧୪୦ କିଲୋମିଟର, ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୧୫୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୨୧୦ କିଲୋମିଟର ଦୂରରେ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି ଜାରି ରଖିଛି। ଆଜି ରାତିରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। କଳିଙ୍ଗପଟ୍ଟନମ ନିକଟରେ ଏହା ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିପାରେ। ବେଳେବେଳେ ଏହା ୭୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ।

ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୋରଦାର ବର୍ଷା ହେଉଛି। ଆଗାମୀ ୨୪ ଘଣ୍ଟାରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ୬ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଏହାସହ ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଛି।

ମହାନଦୀ ଫେରିଘାଟ ନିକଟରୁ ଦୁଇ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ମହାନଦୀ ଫେରିଘାଟ ନିକଟରୁ ଦୁଇ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରି ସୁବଳୟା ପୋଲିସକୁ ହସ୍ତାନ୍ତର କରାଯାଇଛି । ଦୁଇ ମୃତକ ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ କରାଯାଉଛି । ଗତକାଲି ପୋଲିସ ଚଢ଼ାଉ କରି ୩ଟି ଗଞ୍ଜେଇ ଗାଡ଼ି ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଆଉ ଦୁଇଜଣ ଚମ୍ପଟ ମାରିଥିଲେ । ଅଭିଯୁକ୍ତ ଦ୍ୱୟ ନଦୀକୁ ଡେଇଁଥିବା ପଡ଼ିଥିବା ଚର୍ଚ୍ଚା ହୋଇଥିଲା । ମୃତଦେହ ଉଦ୍ଧାର କରି ଶବ ସଂରକ୍ଷଣ ଗୃହରେ ରଖି ତଦନ୍ତ କରୁଛି ପୋଲିସ ।

ଜମୁଇରେ ଛାତ୍ରଛାତ୍ରୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ ଘଟଣା, ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଇସ୍ତଫା ଦାବି କଲେ ଦିରୋଧୀ

ବିହାର ଜାମୁଇରେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ ଘଟଣା। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଇସ୍ତଫା ଦାବି କଲେ ଦିରୋଧୀ। ସେମାନଙ୍କୁ ୬ରୁ ୭ ଜଣ ବ୍ୟକ୍ତି ମାଡ ମାରିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ସାଜିଛି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପୋକ୍ସୋ ଧାରାରେ ମାମଲା ରୁଜୁ କରିଛି। ସ୍ବତନ୍ତ୍ର ତଦନ୍ତକାରୀ ଟିମ ଜରିଆରେ ଘଟଣାର ତଦନ୍ତ ଜାରି ରହିଥିବାବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଛି। ତା ଗୋଡରେ ଗୁଳି ଲାଗିଛି। ୩ ଅଭିଯୁକ୍ତଙ୍କୁ ଗିରଫ ନେଇ ସୂଚନା ଦେଇଛନ୍ତି ଜାମୁଇ ଏସପି ବିଶ୍ବଜିତ ଦୟାଲ। ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ କିଛି ଲୋକେ ଅଟକାଇ ମାଡ଼ ମାରିବା ସହିତ ଟଣା ଓଟରା କରିଥିଲେ। ସାର୍ଟ ଚିରି ଦେବା ସହିତ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ସାରା ଦେଶ ହୁଲସ୍ତୁଲ ହୋଇଥିଲା। ଗତ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ଏହି ଘଟଣା ଘଟିଥିଲା। ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀ କୋଚିଂ ସାରି ସ୍କୁଟରରେ ଘରକୁ ଫେରୁଥିଲେ। ଜମୁଇ-ଲଖିସରାଇ ରାସ୍ତାରେ କିଛି ଲୋକ ସେମାନଙ୍କୁ ଅଟକାଇଥିଲେ । ଛାତ୍ରକୁ ଟଣାଓଟରା କରିବା ସହିତ ନାବାଳିକାକୁ ଅସଦାଚରଣ କରିଥିଲେ। ଭିଡିଓରେ ନାବାଳିକା ଜଣକ ହାତ ଯୋଡ଼ି ଛାଡ଼ିଦେବାକୁ ନିବେଦନ କରୁଥିବା ଶୁଣିବାକୁ ମିଳୁଛି। ଏହା ସତ୍ତ୍ୱେ ମୁହଁରେ ମାସ୍କ ପିନ୍ଧିଥିବା ବ୍ୟକ୍ତି ତାଙ୍କ ପଛରେ ଗୋଡ଼ାଇ ଥିଲେ। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସାରା ଦେଶରେ କ୍ଷୋଭ ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ପ୍ରତିବାଦ ଆନ୍ଦୋଳନ କରାଯାଇଛି।

ରାଜଧାନୀ ଦିଲ୍ଲୀରେ ଲଜ୍ଜା, ପୋଲିସ ବର୍ଦ୍ଦିରେ ଲାଗିଲା କଳଙ୍କ

ରାଜଧାନୀ ଦିଲ୍ଲୀରେ ଲଜ୍ଜା। ପୋଲିସ ବର୍ଦ୍ଦିରେ ଲାଗିଲା କଳଙ୍କ। କାଲକାଜି ମନ୍ଦିର ଇଲାକା ଅନ୍ତର୍ଗତ ଆସ୍ଥା କୁଞ୍ଜ ପାର୍କରେ ଜଣେ ୧୭ ବର୍ଷ ବୟସ୍କା ନାବାଳିକାଙ୍କୁ ଗଣଦୁଷ୍କର୍ମ। ବଡ଼ କଥା ହେଉଛି ପୋଲିସ ବେଶରେ ୩ ଅଭିଯୁକ୍ତ କରିଛନ୍ତି ଗଣଦୁଷ୍କର୍ମ। ନିଜର ପୁରୁଷ ବନ୍ଧୁଙ୍କଠାରୁ ଯୁବତୀଙ୍କୁ ଛଡ଼ାଇ ନେଇ ଅମାନବୀୟ କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ଏହି ଲୋମହର୍ଷକ ଘଟଣା ସାରା ଦେଶରେ ପୁଣି ଚର୍ଚ୍ଚାର କାରଣ ହୋଇଛି। ଗତକାଲି ରାତି ୭ଟାରେ ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଠାକୁରଙ୍କ ଦର୍ଶନ ଲାଗି କାଲକାଜୀ ମନ୍ଦିର ଯାଇଥଇଲେ। ପରେ ସେମାନେ ଗେଟ ନମ୍ବର ୭ ଦେଇ ଆସ୍ଥା କୁଞ୍ଜକୁ ଯାଇଥିଲେ। ରାତି ସାଢ଼େ ୭ଟାରେ ୩ ଦୁର୍ବୃତ୍ତ ପୋଲିସ ବେଶରେ ଯାଇ ସେମାନଙ୍କୁ ଧମକ ଚମକ ଦେଇଥିଲେ। ଜୋର ଜବରଦସ୍ତ ପୁରୁଷ ବନ୍ଧୁଙ୍କଠାରୁ ସେମାନେ ଯୁବତୀଙ୍କୁ ପୂର୍ବ ନିର୍ଦ୍ଧାରିତ ସ୍ଥାନକୁ ନେଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଆସିଫ ନାମକ ଜଣେ ବ୍ୟକ୍ତି ଏକ ଆଗ୍ନେୟାସ୍ତ୍ର ଓ ଛୁରୀ ଦୁହିଁଙ୍କୁ ଡରାଇଥିଲା। ଅନ୍ୟ ୨ ଜଣ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି ବର୍ବର କାଣ୍ଡ ପାର୍କରେ ଘଟିଚାଲିଥିବାବେଳେ କେହି ଏହାର ଟେର୍ ପାଇ ନଥିଲେ। ରାତି ୮.୪୫ରେ ଏସମ୍ପର୍କରେ ପିସିଆର ନିକଟରେ ଖବର ପହଞ୍ଚିଥିଲା। ଘଟଣାସ୍ଥଳରେ ଅମର କଲୋନି ପୋଲିସ ପହଞ୍ଚି ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହ ଘଟଣାକୁ ନେଇ ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଧାରା ବି ଲାଗିଛି। ଅସିଫ ନାମକ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରି ଗିରଫ କରିଛି। ତାକୁ ଏସମ ଟ୍ରମା କେୟାରରେ ଭର୍ତ୍ତି କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

ସାଂସଦ ମାନସ ମଙ୍ଗରାଜଙ୍କ ଦାବି : ବାଦ୍ ପଡ଼ିଥିବା ନାମଗୁଡ଼ିକୁ ଅନଲାଇନରେ ଉପଲବ୍ଧ କର….

ଭୁବନେଶ୍ବର : ଏସଆଇଆର ପ୍ରକ୍ରିୟାରେ ଭୋଟର ତାଲିକାରୁ ୨୦ ଲକ୍ଷ ନାମ କଟିବା ପ୍ରସଙ୍ଗ। ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜଙ୍କ ଦାବି। ଅସାବଧାନତାରୁ କୌଣସି ଭୋଟରଙ୍କ ନାମ କଟିନାହିଁ ତ ? ବାଦ୍ ପଡ଼ିଥିବା ନାମଗୁଡ଼ିକୁ ଅନଲାଇନରେ ଉପଲବ୍ଧ କରଇବାକୁ ଦାବି କରିଛନ୍ତି ମାନସ। ଏହାସହ ନିର୍ବାଚନମଣ୍ଡଳୀ ଅନୁଯାୟୀ ନାମ ଉପଲବ୍ଧ କରାଇବାକୁ ଦାବି କରିଛନ୍ତି ମାନସ। ଓଡ଼ିଶା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ସେ ଦାବି କରିଛନ୍ତି। କେବଳ ଅଯୋଗ୍ୟ ନାମ କଟିଥିବା ECI ନିଶ୍ଚିତ କରାଇବା ସହ ତାଲିକାରେ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ କରିବାକୁ ଦାବି କରିଛନ୍ତି ମାନସ ମଙ୍ଗରାଜ।

ଏସଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ କଟିବା ନେଇ ଆପତ୍ତି ଉଠାଇଛି ବିଜେଡି

ଭୁବନେଶ୍ବର : ଏସଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ କଟିବା ନେଇ ବିଜେଡି ଆପତ୍ତି ଉଠାଇଛି । ବିଜେପି ବିଏଲଓଙ୍କୁ ଲଗାଇ ଭୋଟର ତାଲିକାରୁ ନାମ କାଟିଥିବା ନେଇ ବିଜେଡି ଅଭିଯୋଗ କରିଛି । ବହୁ ସଂଖ୍ୟାରେ ସଂଖ୍ୟାଲଘୁ ଭୋଟ କଟାଯାଇଛି । ଏସଆଇଆରରେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଉଛି ଜଣେ ସାଧାରଣ ଭୋଟର ପକ୍ଷେ ବୁଝିବା କଷ୍ଟକର । 2002 ମସିହା ଭୋଟର ତାଲିକା ସହ ଏହାକୁ ସ୍ଥାପନା କରାଯାଇଥିଲା ।୨୦୦୨ରେ ୩କୋଟି ୪୦ଲକ୍ଷ ୭୨ ହଜାର ୭୪୪ ଭୋଟର ଥିଲେ।ମ୍ୟାପିଂ ସମୟରେ ୩କୋଟି ୧୪ ଲକ୍ଷ ଭୋଟର ମ୍ୟାପିଂ କଲେ। ଗ୍ୟାପ ଭୋଟର କୁଆଡେ ଗଲେ ବୋଲି ବିଜେଡି ପ୍ରଶ୍ନ କରିଛି ।୨୦ ଲକ୍ଷ ୧୨ ନୁହେଁ ୨୭ ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ବିଜେଡି ଦାବି କରିଛି । ସେହିପରି ସିଇଓ ମଧ୍ୟ ସଠିକ୍ ତଥ୍ୟ ସାର୍ବଜନୀନ କରନ୍ତୁ । ପ୍ରକୁତରେ କେତେ ଭୋଟରଙ୍କ ନା କଟିଛି । କାରଣ ପ୍ରିଣ୍ଟ ଗଣମାଧ୍ୟମରେ ଆଜି ପ୍ରକାଶ ପାଇଥିବା ଏହି ତଥ୍ୟର ତାଳମେଳ ନଥିବା ଅଭିଯୋଗ କରିଛି ବିଜେଡି । କିଏ ୧୭ ଲକ୍ଷ ଭୋଟର କଟିଥିବା ଲେଖିଛି ତ ଆଉ କେଉଁ ପେପର୍ ୨୦ ଲକ୍ଷ ନାଁ କରିଥିବା ଉଲ୍ଲେଖ କରିଛି । ଏଣୁ ସଠିକ୍ ତଥ୍ୟ ଲୋକ ଲୋଚନକୁ ଅଣାଯାଉ । ଯେଉଁ ଭୋଟର ନାଁ କଟିଛି, କେଉଁ କାରଣରୁ କଟିଲା ତାହା ପରି ପ୍ରକାଶ କରନ୍ତୁ ବୋଲି ବିଜେଡି ଅଭିଯୋଗ ଆଣିଛି

ମୌସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ପାଠ୍ୟ ପୁସ୍ତକ ତ୍ରୁଟି ଓ ଏମଏମଡିଆର ପ୍ରସଙ୍ଗରେ କମ୍ପିଲା ଗୃହ

ଭୁବନେଶ୍ବର : ପାଠ୍ୟ ପୁସ୍ତକ ତ୍ରୁଟି ଓ ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ହୁଲସ୍ତୁଲ ମୌସୁମୀ ଅଧିବେଶନର ପ୍ରଥମ ଦିନ । ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ସରକାରଙ୍କୁ ଘେରିଛି ବିଜେଡି । ଗୃହ ମଧ୍ୟଭାଗରେ ନାରାବାଜି କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଜେଡି ବିଧାୟକ। ଛାତ୍ରଛାତ୍ରୀଙ୍କୁ ଭୁଲ ପାଠ୍ୟପୁସ୍ତକ ପଢ଼ିବାକୁ ସରକାର ବାଧ୍ୟ କରୁଥିବାରୁ ଗୃହରେ ପ୍ଲାକାର୍ଡ ଧରି ଶାସକ ଦଳକୁ ଟାର୍ଗେଟ କରିଛି ବିଜୁ ଜନତା ଦଳ। ସେହିପରି ଏଯାଏ ପିଲାଙ୍କୁ ବହି ଦିଆଯାଇ ନଥିବାରୁ ତୁରନ୍ତ ବହି ଦେବାକୁ ଦାବି କରିଛି ଦଳ। ପ୍ରବଳ ହଟ୍ଟଗୋଳ ଯୋଗୁ ବାଧାପ୍ରାପ୍ତ ହୋଇଛି ମୌସୁମୀ ଅଧିବେଶନର ପ୍ରଥମ ଦିନ।

ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ନାରାବାଜି ଦେଇଥିଲେ କଂଗ୍ରେସ ବିଧାୟକ। ଏହି ଆଇନ ଦ୍ବାରା ଓଡ଼ିଶାର ଅଧିକାରକୁ ଛଡାଇ ନେଇଛି କେନ୍ଦ୍ର। ଖଣି ବକେୟା ବାବଦରେ ରାଜ୍ୟ ଦେଢ଼ ଲକ୍ଷ କୋଟି ହରାଇବା ସହ ବର୍ଷକୁ ୧୨ ହଜାର କୋଟିରୁ ଅଧିକ ରାଜସ୍ବ କ୍ଷତି ସହିବ। ଓଡ଼ିଶା ବିରୋଧରେ କେନ୍ଦ୍ର ଷଡ଼ଯନ୍ତ୍ର କରିଥିବା ବେଳେ, ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ଯାହାର ଜବାବ ରଖିଛି ଶାସକ ବିଜେପି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଶାସକ ଦଳ।

ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ….

ଭୁବନେଶ୍ବର : ବିଧାନସଭା ଭିତରେ ଓ ବାହାରେ ସରକାରଙ୍କ ତୃଟି ବିରୋଧରେ ଆରମ୍ଭ ହେଲା ଜନଆନ୍ଦୋଳନ । ତୃଟିପୂର୍ଣ୍ଣ ପୁସ୍ତକ ପ୍ରିଣ୍ଟିଂ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଶାଣିତ କରି ଆଜି ରାତିର ଡେଡଲାଇନ ଦେଇଛି ବିଜେଡି । ନ ହେଲେ ଦଳୀୟ ବିଧାୟକ, ସାଂସଦଙ୍କୁ ନେଇ ଯୁବ ଓ ଛାତ୍ର ବିଜେଡି ଆସନ୍ତାକାଲି ବିଧାନସଭା ଘେରାଉ କରିବ । କାରଣ ଦିନ ଗଡ଼ି ଚାଲୁଛି । ହେଲେ ସଂଶୋଧିତ ପୁସ୍ତିକା ମିଳିବାରେ ମନ୍ଥର ଗତି ଅବଲମ୍ବନ କରୁଛନ୍ତି ସରକାର । ବିଜେଡିର ଆନ୍ଦୋଳନ ପରେ ଧୀରେ ଧୀରେ କିଛି ଜିଲ୍ଲାକୁ ମିଳୁଛି ସଂଶୋଧିତ ପୁସ୍ତିକା । ହେଲେ ଆଉ କିଛି ଦିନ ପରେ ପିଲାମାନେ ସାରା ଓଡ଼ିଶା ଷାଣ୍ମାସିକ ପରୀକ୍ଷା ଦେବାକୁ ଯିବେ । ତା ପରେ ପୂଜା ଛୁଟି । ଏ ସମୟରେ ପିଲାଙ୍କ ହାତରେ ପ୍ରଶ୍ନପତ୍ର ରହିବା କଥା । ହେଲେ ସମସ୍ତେ ବହି ପାଇଲେ ନାହିଁ । ଏହା ବିରୋଧରେ ପୁଣି ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ । ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା କ୍ଷଣି ବିଜେଡି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଗୃହ ବାହାରେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ସହ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ଯୁବ ଓ ଛାତ୍ର ବିଜେଡି । ଆଜି ପରି ଆସନ୍ତାକାଲି ବି ବିଧାୟକ, ସାଂସଦଙ୍କ ସମେତ ବୁଦ୍ଧିଜୀବୀମାନେ ବି ଏହି ଆନ୍ଦୋଳନରେ ସାମିଲ ହେବେ ।

ବହି ତ୍ରୁଟି ବିରୋଧରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଥମ ଦିନରୁ ମୁହଁ ଖୋଲିଛନ୍ତି । ତାଙ୍କ ନିର୍ଦ୍ଦେଶରେ ପ୍ରତି ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡି ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରିଥିଲେ । ସେ ସମୟ ପରି ଏଥର ବି ଆନ୍ଦୋଳନରେ ଅଭିଭାବକ, ପିଲା, ବୁଦ୍ଧିଜୀବି ବି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପଙ୍ଗୁ କରି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ ଏହା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର ବୋଲି ବିଜେଡି ଅଭିଯୋଗ କରିଛି । ଶିକ୍ଷା ଏକ ସୁସ୍ଥ ସମାଜ ଗଠନ କରେ । ହେଲେ ଶିକ୍ଷାକୁ ପଙ୍ଗୁ କଲେ ପୀଢ଼ି ପରେ ପୀଢ଼ି ଅନ୍ଧାରକୁ ଠେଲି ହୋଇଯିବ ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ପୁସ୍ତକ ତ୍ରୁଟିରେ ମୁଖ୍ୟମନ୍ତ୍ରୀ ଯେଉଁ ଷଡ଼ଯନ୍ତ୍ର କଥା କହିଥିଲେ, ହେଲେ ସେହି ଷଡ଼ଯନ୍ତ୍ରକାରୀଙ୍କ ନାଁ ଆଜି ଯାଏଁ ପ୍ରକାଶ କଲେନି. କଣ ସେ ଷଡଯନ୍ତ୍ରକାରୀଙ୍କ ନାଁ ଏହି ବିଧାନସଭାରେ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରିବେ, ତାହାକୁ ନେଇ ପ୍ରଶ୍ନ ଜୋର ଧରିଛି ।