spot_img
Home Blog Page 5153

୫୬ଟି C-295 ସାମରିକ ପରିବହନ ବିମାନ କିଣିବାକୁ ଚୁକ୍ତି କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତ ୫୬ ଟି ସି-୨୯୫ ସାମରିକ ପରିବହନ ବିମାନ କିଣିବ । ସେଥିଲାଗି ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସ୍ପେନର ଏୟାର ବସ୍‌ ଡିଫେନ୍ସ ଆଣ୍ଡ ସ୍ପେସ୍‌ ମଧ୍ୟରେ ୨୧ ହଜାର କୋଟିରୁ ଅଧିକ ଟଙ୍କାର ଚୁକ୍ତି ହୋଇଛି । ୬୦ ଦଶକରୁ ବାୟୁସେନାରେ ବ୍ୟବହୃତ ଆଭ୍ରୋ-୭୪୮ ସ୍ଥାନରେ ଏହି ନୂଆ ପରିବହନ ବିମାନ ବ୍ୟବହାର କରାଯିବ ।

ପ୍ରତି ବିମାନରେ ୫-୧୦ ଟନ ମାଲ ପରିବହନ କରିହେବ । ପ୍ରାୟ ୧୦ ବର୍ଷ ହେଲା ଏହି ପ୍ରସ୍ତାବ ପଡିରହିଥିଲା । ତେବେ ଦୁଇ ସପ୍ତାହ ତଳେ ସୁରକ୍ଷା ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲା । ଚୁକ୍ତି ସ୍ୱାକ୍ଷର ହେବାର ୨ ବର୍ଷ ଭିତରେ କମ୍ପାନି ୧୬ଟି ବିମାନ ଯୋଗାଇ ଦେବ । ତେବେ ଅନ୍ୟ ୪୦ଟି ବିମାନ ଆଗାମୀ ୧୦ ବର୍ଷ ଭିତରେ ଭାରତରେ ନିର୍ମାଣ କରାଯିବ ।

ଏଥିପାଇଁ ଏୟାର ବସ୍‌ ଡିଫେନ୍ସ ଆଣ୍ଡ ସ୍ପେସ୍‌ ପକ୍ଷରୁ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡ ସହ ବୁଝାମଣା କରାଯାଇଛି । ସ୍ପେନ୍‌ କମ୍ପାନି ଏହି ବିମାନ ନିର୍ମାଣ ଲାଗି ସମସ୍ତ ବୈଷୟିକ କୌଶଳ ଯୋଗାଇଦେବ । ପ୍ରଥମଥର ପାଇଁ ଭାରତର ଏକ ଘରୋଇ କମ୍ପାନି ସାମରିକ ବିମାନ ନିର୍ମାଣ କରିବାକୁ ଯାଉଛି । ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ଏହି ଚୁକ୍ତିକୁ ସ୍ୱାଗତ କରିବା ସହ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି ।

ପୋଲିସ ମାଡ଼ରେ ଗୋବିନ୍ଦଙ୍କର ମୃତ୍ୟୁ ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲା ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରବଳ ଉତ୍ତେଜନା। ଅପ୍ରିତିକର ସ୍ଥିତିକୁ ଏଡାଇବାକୁ ଯାଇ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି ଏକ ଘଟଣାକୁ ନେଇ ତୋରା ଗାଁର ଗୋବିନ୍ଦଙ୍କୁ ପୋଲିସ ପଚରାଉଚରା ପାଇଁ ଟାଉନ ଥାନାକୁ ନେଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ  ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ଦେଖାଦେଇଥିଲା ।

ତେବେ ପୋଲିସ ମାଡ଼ରେ ଗୋବିନ୍ଦଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ; ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ ସପ୍ତାହରୁ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଶୋଧିତ ବିଲକୁ ରାଜ୍ୟପାଳ ଅନୁମୋଦନ କରିବା ପରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ଜିଲ୍ଲାପାଳ କରିବେ। ଜିଲ୍ଲା ପରିଷଦରେ ସଂରକ୍ଷଣ ବ୍ୟବସ୍ଥା ପଞ୍ଚାୟତିରାଜ ବିଭାଗ କରିବାକୁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ କରାଯାଇପାରିବ ନାହିଁ । ସମୁଦାୟ ଆସନର ୫୦ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷିତ ରହିବ । ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ପଛୁଆ ବର୍ଗଙ୍କୁ ମିଶାଇ ମୋଟ୍ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି ।

ଅପରପକ୍ଷେ ଓଡ଼ିଶା ଗ୍ରାମ ପଞ୍ଚାୟତ ସମିତି ଅଧିନିୟମ ୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ ୧୯୯୧ ଅନୁସାରେ ପଛୁଆ ବର୍ଗଙ୍କ ପାଇଁ ଅତିବେଶିରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି ସୂଚନା ମିଳିଛି।

ବରମୁଣ୍ଡା ବସଷ୍ଟାଣ୍ଡରୁ ୨ଶିଶୁ ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ବରର ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଏହି ଦୁଇ ଶିଶୁ ବସଷ୍ଟାଣ୍ଡରେ ଏକୁଟିଆ ବସି କାନ୍ଦୁଥିଲେ। ଏହା ଦେଖି ଶିଶୁଦ୍ବୟଙ୍କୁ ଉଦ୍ଧାର କରାଯାଇ CWCକୁ ହସ୍ତାନ୍ତର କରିଛି ପୋଲିସ।

ସୂଚନା ଅନୁଯାୟୀ, ଦୁଇ ଶିଶୁଙ୍କ ଘର ଗଞ୍ଜାମ ଜିଲ୍ଲାର କୋଦଳା ଅଞ୍ଚଳରେ। ସେମାନଙ୍କ ମଧ୍ୟରୁ ଝିଅର ବୟସ ୮ ବର୍ଷ ହୋଇଥିବା ବେଳେ ସାନ ପୁଅର ବୟସ ୫ ବର୍ଷ ବୋଲି ଜଣାପଡିଛି। ଶିଶୁ ଦ୍ବୟଙ୍କ ମା’ ୪ ବର୍ଷ ହେବ ନିଖୋଜ ଅଛନ୍ତି। ବଡ଼ ମାଙ୍କୁ ଭେଟିବାକୁ କହି ଭୁବନେଶ୍ୱର ଆଣିଥିଲେ ବାପା। ତେବେ ବରମୁଣ୍ଡା ବସଷ୍ଟାଣ୍ଡରେ ପିଲା ଦୁଇଙ୍କୁ ଛାଡ଼ି ବାପା ପଳାଇଥିବା ସନ୍ଦେହ କରାଯାଉଛି।

ଧବଳେଶ୍ୱର ନିକଟରୁ ମିଳିଥିବା ମୃତଦେହ ସୀତାରାମ ମୁର୍ମୁଙ୍କର ନୁହେଁ: ପ୍ରଦୀପ ଜେନା

ଭୁବନେଶ୍ୱର: ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କର ଏଯାବତ୍ ମିଳିନି ପତ୍ତା। ପୂର୍ବରୁ ଧବଳେଶ୍ବର ନିକଟରୁ ମିଳିଥିବା ମୃତଦେହ ସୀତାରାମ ମୁର୍ମୁଙ୍କର ବୋଲି ଏସଆରସି ପ୍ରକାଶ କରିଥିଲେ । କିନ୍ତୁ ତାହା ସୀତାରାମଙ୍କ ମୃତଦେହ ନୁହେଁ ବୋଲି ପୁଣି ଥରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।

ଏସଆର୍‌ସି ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ପାଖରେ ଭୁଲ୍ ତଥ୍ୟ ପହଞ୍ଚିଥିଲା । ପ୍ରକୃତରେ ଏଯାଏ ମୁର୍ମୁଙ୍କ ମୃତଦେହ ଠାବ ହୋଇନି। ଭୁଲ ତଥ୍ୟ ପାଇଁ ମୁଁ ଦୁଃଖିତ ବୋଲି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ହାତୀ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଯାଇଥିଲା। ବୋଟ୍ ଓଲଟିବା ପରେ ସୀତାରାମ ଭାସି ଯାଇଥିଲେ । ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଦେଶୀ ଡଙ୍ଗାରେ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିନ୍ତୁ ପରେ ତାଙ୍କର ଅକାଳ ବିୟୋଗ ହୋଇଥିଲା।

https://youtu.be/0qN20xUi1Tc

ସମ୍ଭାବ୍ୟ ବାତ୍ୟା ଗୁଲାବ; ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ସଜାଗ ଗଞ୍ଜାମ ପ୍ରଶାସନ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜରୁରୀ କାଳୀନ ବୈଠକ । ବିଭିନ୍ନ ବିଭାଗର ଅଧିକାରୀ ମାନେ ବୖଠକରେ ଉପସ୍ଥିତ ରହିଛନ୍ତି ।

ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ସମୁଦ୍ର ଓ ନଦୀ କୂଳିଆ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ତହସିଲଦାର ମାନଙ୍କୁ କୁହାଯାଇଛି | ଆବଶ୍ୟକ ପଡିଲେ ଲୋକଙ୍କୁ ସ୍ଥାନନ୍ତରିତ କରାଯିବ । ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ କରିବାକୁ କୁହାଯାଇଛି।

ସେହିପରି ରବିବାର ଓ ସୋମବାର ସମୁଦ୍ର କୂଳକୁ କାହାକୁ ଛଡାନଯିବାକୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯିବା ସହ ଆବଶ୍ୟକ ହେଲେ ମେଡିକାଲକୁ ସ୍ଥାନନ୍ତରିତ କରାଯିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବାତ୍ୟା ତିତିଲି ସମୟରେ ଯେଉଁ ସବୁ ଅଞ୍ଚଳ କ୍ଷତି ହୋଇଥିଲା ସେଥିପ୍ରତି ଧ୍ୟ୍ୟନ ଦେବାକୁ ଜିଲ୍ଲାପାଳ କହିଛନ୍ତି |

ଅପରପକ୍ଷେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗଜପତି ଜିଲ୍ଲାରେ ଶନିବାର ଓ ରବିବାର ସରକାରୀ ଛୁଟିକୁ ବାତିଲ କରାଯାଇଛି । ଏଥିସହ ଯେକୌଣସି ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଦରମହକୁମା ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ।

ପଞ୍ଚଭୂତରେ ଲୀନ ହେଲା ଅରିନ୍ଦମଙ୍କ ପାର୍ଥୀବ ଶରୀର

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହୋଇଛି ସାମ୍ବାଦିକ ଅରିନ୍ଦମ ଦାସଙ୍କ ପାର୍ଥୀବ ଶରୀର। ତାଙ୍କ ଅକାଳ ବିୟୋଗ ପରେ କେନ୍ଦୁଝରରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଜନ୍ମମାଟିରେ କେନ୍ଦୁଝର ପାଟଣା ବ୍ଲକ ରାଜନଗର ରାଇକଳା ଗ୍ରାମରେ ଶୋକାକୂଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି ।

କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ଅରିନ୍ଦମଙ୍କ ପତ୍ନୀ ଓ ମା’ ସମ୍ପୂର୍ଣ୍ଣ ବାକଶୂନ୍ୟ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ବୈତରଣୀ ନଦୀକୂଳରେ ଅରିନ୍ଦମଙ୍କ ଶେଷକୃତ୍ୟ ହୋଇଛି ।  ଏହି ଅବସରରେ ଶେଷ ଦର୍ଶନ କରିଛନ୍ତି ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ।

ଉଲ୍ଲେଖଯୋଗ୍ୟ, ଗତକାଲି ହାତୀ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଯାଇଥିଲା। ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିଲା। ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ପରବର୍ତ୍ତୀ ସମୟରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା। ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିଲା। ଏହି ଅଘଟଣରେ ଅରିନ୍ଦମ ଦାସଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

ଜାତିସଂଘରେ ପାକିସ୍ତାନକୁ ଭାରତର ଜବାବ: ଆତଙ୍କବାଦୀଙ୍କୁ ପାଳିବା ପାକିସ୍ତାନର ସ୍ଥାୟୀ ଇତିହାସ ଓ ନୀତି

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ୍‌ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କଶ୍ମୀର ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ଦେବା ଅଧିକାର ସାବ୍ୟସ୍ତ କରି ଭାରତ କହିଛି, ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ସହାୟକ ଭାବେ ପାକିସ୍ତାନ ବିଶ୍ୱ ବିଦିତ।

ଜାତିସଂଘ ସାଧାରଣ ପରିଷଦ୍‌ରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି, ଆତଙ୍କବାଦୀଙ୍କୁ ପାଳନ କରିବା, ସାହାଯ୍ୟ ଦେବା ଓ ସିଧାସଳଖ ସମର୍ଥନ କରିବାରେ ପାକିସ୍ତାନର ସ୍ଥାୟୀ ଇତିହାସ ଓ ନୀତି ରହିଛି। ଜାତିସଂଘ ନିଷିଦ୍ଧ କରିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ବିପୁଳସଂଖ୍ୟକ ଆତଙ୍କବାଦୀଙ୍କୁ ପାକିସ୍ତାନ ସହାୟତା ଦେଇଥିବାର ପ୍ରତ୍ୟକ୍ଷ ପ୍ରମାଣ ରହିଛି। ଓସାମା ବିନ୍‌ ଲାଡେନ୍‌ ପାକିସ୍ତାନରେ ଆଶ୍ରୟ ନେଇଥିଲେ। ଆଜି ମଧ୍ୟ ପାକିସ୍ତାନର ନେତୃତ୍ବ ତାଙ୍କୁ ଜଣେ ‘ସହିଦ’ ଭାବେ ଗୌରବାନ୍ବିତ କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି, ଦୁଃଖର ବିଷୟ, ଜାତିସଂଘ ପ୍ରଦତ୍ତ ଏହି ମଞ୍ଚରେ ପାକିସ୍ତାନର ନେତା ପ୍ରଥମ କରି ମୋ ଦେଶ ବିରୋଧରେ ମିଥ୍ୟା ଓ ବିଦ୍ବେଷଭରା ପ୍ରଚାର କରୁନାହିଁ। ପାକିସ୍ତାନରେ ଆତଙ୍କବାଦୀମାନେ ନିଶୁଳ୍କ ସୁବିଧା ସୁଯୋଗ ପାଉଥିବା ବେଳେ ସାଧାରଣ ଜନତା ବିଶେଷକରି ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜୀବନ ଓଲଟପାଲଟ ହୋଇଯାଇଛି। ଆପଣା ଦେଶର କରୁଣ ପରିସ୍ଥିତି ଉପରୁ ବିଶ୍ବର ଦୃଷ୍ଟି ହଟାଇବା ଲାଗି ପାକିସ୍ତାନୀ ନେତା ଏଭଳି ବୃଥା ଉଦ୍ୟମ କରୁଛନ୍ତି।

ପାକିସ୍ତାନ ଉପରେ ଦୋଷାରୋପ କରି ଦୁବେ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀଙ୍କୁ ପାଳନ-ପୋଷଣ କରି ପାକିସ୍ତାନ ଅଗ୍ନିସଂଯୋଗକାରୀ ହୋଇଥିବା ବେଳେ ଅଗ୍ନିନିର୍ବାପକର ଛଦ୍ମବେଶ ଧାରଣ କରିଛି। ବରଂ ବେଆଇନ ଭାବେ ଦଖଲ କରିଥିବା ଅଞ୍ଚଳଗୁଡ଼ିକୁ ପାକିସ୍ତାନ ତୁରନ୍ତ ଛାଡ଼ି ଦେବା ଉଚିତ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ପୂର୍ବରୁ ରେକର୍ଡ ହୋଇଥିବା ଏକ ଭାଷଣ ଜାତିସଂଘର ସାଧାରଣ ପରିଷଦ୍‌ ବୈଠକରେ ପ୍ରସାରିତ ହୋଇଥିଲା। ନୂଆଦିଲ୍ଲୀ କଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ କରୁଛି ବୋଲି ସେଥିରେ ସେ କହିଥିଲେ।

କିଛି ଘଣ୍ଟା ପରେ ଗଭୀର ଅବପାତର ରୂପ ନେବ ବାତ୍ୟା ଗୁଲାବ, ସେପଟେ ଭିଏତନାମରୁ ଓଡ଼ିଶା ମୁହାଁଉଛି ‘ଡିଆଁମୁ’

ନୂଆଦିଲ୍ଲୀ: ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ । ଘନିଭୁତ ହେଉଛି ଉତ୍ତର-ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ । କିଛି ଘଣ୍ଟା ପରେ ନେବ ଗଭୀର ଅବପାତର ରୂପ । ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତିକରୁଛି । ଗୋପାଳପୁର ଠାରୁ ୫୮୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବରେ ରହିଛି । କଳିଙ୍ଗପାଟଣମ୍ ଠାରୁ ୬୬୦ କିଲୋମିଟର ପୂର୍ବରେ ରହିଛି । ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ କାଲିଠୁ ବଢିବ ବର୍ଷାର ପରିମାଣ । ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ ।

ବାତ୍ୟା ଉପରେ ସ୍ୱତନ୍ତ୍ର ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ । କାଲି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବ । ବିଶାଖାପାଟଣା, ଗୋପାଳପୁର ଏବଂ କଳିଙ୍ଗପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗଜପତି ଜିଲ୍ଲାରେ ଶନିବାର ଓ ରବିବାର ସରକାରୀ ଛୁଟିକୁ ବାତିଲ କରିବା ସହ ଯେକୌଣସି ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଦରମହକୁମା ନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ।

ସେପଟେ ଭିଏତନାମ ଉପକୂଳରେ ଗୁରୁବାର ତାଣ୍ଡବ ରଚିଥିବା ସାମୁଦ୍ରିକ ବାତ୍ୟା ଡିଆଁମୁ  ସେପ୍ଟେମ୍ବର ୨୬ ତାରିଖ ଦିନ ସାଇକ୍ଲୋନିକ ସର୍କୁଲେସନ ଭାବେ ଉତ୍ତର-ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପହଞ୍ଚିବ ବୋଲି ସ୍କାଏମେଟ୍ ୱେଦର ଆକଳନ କରିଛନ୍ତି । ଯାହା ଏକ ଲଘୁଚାପରେ ପରିଣତ ହେବା ସହ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ପାଗକୁ ପ୍ରଭାବିତ କରିପାରେ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଦିଲ୍ଲୀ ଓ ରାଜସ୍ଥାନରେ ସେପ୍ଟେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଗକୁ ପ୍ରଭାବିତ କରିବ ବୋଲି ଆକଳନ କରିଛନ୍ତି।

ଢେଙ୍କାନାଳରେ ଫୁଟିଲା ଗୁଳି; ଗାଁ ସମିତି ସଭ୍ୟଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳରେ ଫୁଟିଲା ଗୁଳି। ତୁମୁସିଙ୍ଗା ଥାନା ବାରୁଆଁ ଗାଁ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି। ଗତକାଲି ରାତିରେ କେହି ଦୁବୃର୍ତ୍ତ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳିମାଡ କରିଥିଲା । ଗୁଳିମାଡ କରି ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Firing In Angul One Injured

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି। ବାରୁଆଁ ଗାଁ ନିକଟ ଜାମୁଝରା ନିକଟରେ ଗାଡି ଭିତରକୁ ଗୁଳିମାଡ ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିବା ସହ ଦୀପକଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।