spot_img
Home Blog Page 5156

କରୋନା ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରୋନାରେ ମୃତ୍ୟୁ ସହ ସମାନ, ମିଳିବ ୫୦ ହଜାର କ୍ଷତିପୂରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାର ଦିନ ସୁପ୍ରିମକୋର୍ଟରେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରନ୍ତି, ତେବେ ତାଙ୍କ ମୃତ୍ୟୁ କରୋନା କାରଣରୁ ମୃତ୍ୟୁରେ ଗଣାଯିବ। ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପରବର୍ତ୍ତୀ ସମ୍ପର୍କୀୟଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯାଇପାରିବ ।

ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କରୋନା ପରୀକ୍ଷା କରାଯିବା ପରେ କିମ୍ବା ସଂକ୍ରମଣ ନିଶ୍ଚିତ ହେବା ପରେ ୩୦ ଦିନ ମଧ୍ୟରେ ଯଦି ଜଣେ ରୋଗୀର ମୃତ୍ୟୁ ହୁଏ, ତେବେ ଏହି ମୃତ୍ୟୁ ମହାମାରୀ ସମ୍ବନ୍ଧୀୟ ମୃତ୍ୟୁ ଭାବରେ ବିବେଚନା କରାଯିବ। ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ମୃତ୍ୟୁ ଡାକ୍ତରଖାନାରେ ହେବା ଆବଶ୍ୟକ ନୁହେଁ, ଏହା ଯେକୌଣସି ସ୍ଥାନରେ ହୋଇପାରେ ।

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଏ.ଏସ୍ ବୋପାନ୍ନାଙ୍କ ବେଞ୍ଚକୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟରେ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୁଅନ୍ତି ଏବଂ ଯଦି ସେ ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରନ୍ତି, ତେବେ ସେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁରେ ମରିବେ ।

ମହଙ୍ଗା ପଡ଼ିଲା ସେଲୁନରେ ମଡେଲର ଭୁଲ୍ କେଶ କାଟିବା, ଦେବାକୁ ପଡ଼ିବ ୨ କୋଟି କ୍ଷତିପୂରଣ

0

ନୂଆଦିଲ୍ଲୀ: NCDRC ଭୁଲ କେଶ କାଟ ମାମଲା: ଜାତୀୟ ଗ୍ରାହକ ବିବାଦ ସମାଧାନ କମିଶନ (NCDRC) ଜଣେ ମହିଳାଙ୍କୁ ଦୁଇ କୋଟି କ୍ଷତିପୂରଣ ଦେବାକୁ ଦିଲ୍ଲୀର ଏକ ସେଲୁନକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁଲ୍ ଭାବରେ ମହିଳାଙ୍କ କେଶ କାଟିବା ସହ କେଶର ଭୁଲ ଚିକିତ୍ସା କରି କେଶରେ ସ୍ଥାୟୀ କ୍ଷତି ଘଟାଇବା ପାଇଁ ଏହି କ୍ଷତିପୂରଣ ଦେବାକୁ କୁହାଯାଇଛି ।

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଏହି ସେଲୁନ୍ ଦିଲ୍ଲୀର ଏକ ହୋଟେଲରେ ଅବସ୍ଥିତ। ଯେଉଁଠାରେ ଆଶନା ରୟ ଏପ୍ରିଲ ୨୦୧୮ ରେ କେଶ ଚିକିତ୍ସା ପାଇଁ ଯାଇଥିଲେ । ସେ ‘ହେୟାର ପ୍ରଡକ୍ଟ’ର ମଡେଲ ଥିଲେ ଏବଂ ଅନେକ ବଡ’ ହେୟାର କେୟାର ବ୍ରାଣ୍ଡ ‘ପାଇଁ ମଡେଲ ହୋଇଥିଲେ । କିନ୍ତୁ ତାଙ୍କ ନିର୍ଦ୍ଦେଶର ବିପରୀତ ସେଲୁନ୍ ଦ୍ୱାରା କଟାଯାଇଥିବା ଭୁଲ କେଶ ହେତୁ ତାଙ୍କୁ ଚାକିରୀ ହରାଇବାକୁ ପଡିଲା ଏବଂ ଆର୍ଥିକ କ୍ଷତି ମଧ୍ୟ ହେଲା, ଯାହା କେବଳ ଜୀବନଶୈଳୀକୁ ବଦଳାଇ ନଥିଲା ବରଂ ଏକ ଟପ୍ ମଡେଲ୍ ହେବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇଥିଲା ।

ଆଶନା ରୟ କୁହନ୍ତି ଯେ ମୁଁ କେଶକୁ ଆଗରୁ ଲମ୍ବା ‘ଫ୍ଲିକ୍ସ’ ରଖିବା ଏବଂ ପଛରୁ ଚାରି ଇଞ୍ଚ କାଟିବା ପାଇଁ ସେଲୁନକୁ ସ୍ପଷ୍ଟ ଭାବରେ କହିଥିଲି । କିନ୍ତୁ ହେୟାରଡ୍ରେସର ନିଜ ଇଚ୍ଛାରେ ୪ ଇଞ୍ଚ କେଶ ଛାଡ଼ି ବାକି କେଶକୁ କାଟିଦେଇଥିଲେ ।

ଯେତେବେଳେ ସେ ଏ ସମ୍ପର୍କରେ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ, ସେତେବେଳେ ସେ ମାଗଣା କେଶ ଚିକିତ୍ସା ପ୍ରଦାନ କରିଥିଲେ। ଆଶନା ଦାବି କରିଛନ୍ତି ଯେ ଏହି ସମୟ ମଧ୍ୟରେ ରାସାୟନିକ ପଦାର୍ଥ ତାଙ୍କ କେଶରେ ସ୍ଥାୟୀ କ୍ଷତି ଘଟାଇଥିଲା। ଯାହା ସହିତ ସେ ଜାତୀୟ ଉପଭୋକ୍ତା ବିବାଦର ସମାଧାନ ଆୟୋଗରେ ପହଞ୍ଚି ତିନି କୋଟି ଟଙ୍କା କ୍ଷତିପୂରଣ ମାଗିଥିଲେ ।

ଉକ୍ତ ମାମଲାରେ ଅଭିଯୋଗକାରୀଙ୍କୁ ଦୁଇ କୋଟି ଟଙ୍କା କ୍ଷତିପୂରଣ ଦିଆଯିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କୁ ଆଠ ସପ୍ତାହ (ଦୁଇ ମାସ) ମଧ୍ୟରେ କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛି ଆୟୋଗ ।

ଅପରେସନ୍ ଗଜରାଜ, ଦନ୍ତାକୁ ଉଦ୍ଧାର ପାଇଁ ୬ ଘଣ୍ଟା ହେଲା ଚାଲିଛି ଉଦ୍ୟମ

କଟକ: ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଅପରେସନ୍ ଗଜରାଜ ଚାଲିଛି । ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ହେଲା ଦନ୍ତାଟି ମୁଣ୍ଡଳି ବ୍ୟାରେଜରେ ପାଣିର ପ୍ରଖର ସ୍ରୋତରେ ଫସି ରହିଛି ।

Operation Elephant In Cuttack Mundali

ପାଣି ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗିଛନ୍ତି ବନ ବିଭାଗର ୨୫ ଜଣ କର୍ମଚାରୀ । ସେହିପରି ଆଠଗଡ଼ ପୋଲିସର ୧ ପ୍ଲାଟୁନ, ଅଗ୍ନିଶମ ବାହିନୀର ୨୨ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ପାଣିର ସ୍ରୋତ ଓ ଲୋକଙ୍କ ଗହଳି ଯୋଗୁଁ ଦନ୍ତା ହାତୀକୁ ଉଦ୍ଧାର କରିବାରେ ସମସ୍ୟା ଉପୁଜିଛି । ପାଣିରେ ଫସିଥିବା ଅନ୍ୟ ୨ ହାତୀ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛନ୍ତି । ହାତୀକୁ ଉଦ୍ଧାର କରିବାକୁ ବିଶେଷଜ୍ଞ ଟିମ୍ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

Operation Elephant In Cuttack Mundali

ଆଜି ସକାଳୁ ମହାନଦୀରେ ଭାସି ଯାଇଥିଲେ ହାତୀପଲ । ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ଗୋଟିଏ ଛୁଆ ହାତୀ ସହ ୩ଟି ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିଲେ । ଆଉ ୪ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି । ଆଠଗଡ଼ ପଟୁ ୧୭ ଟିକିଆ ହାତୀ ପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିଲେ ।

ବିଧାୟକ ପ୍ରାର୍ଥୀଙ୍କ ସହ ବିଜେପି ଛାଡ଼ିଲେ ୧୨ ନେତା

ଚଣ୍ଡିଖୋଲ: ଯାଜପୁର ବିଜେପିକୁ ଶକ୍ତ ଝଟକା ଲାଗିଛି । ୨୦୧୯ରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡ଼ା ଦଳ ଛାଡ଼ିଛନ୍ତି । ରମେଶଙ୍କ ସମେତ ବିଭିନ୍ନ ପଦ ପଦବୀରେ ଥିବା ଅନ୍ୟ ୧୧ ଜଣ ବିଜେପିକୁ ବାଏ ବାଏ କରିଛନ୍ତି । ଦଳର ବିଭିନ୍ନ ପଦ ପଦବୀ ସହ ନେତାମାନେ ବିଜେପି ପ୍ରାଥମିକ ପଦବୀରୁ ଇସ୍ତଫା ଦେଇଛନ୍ତି ।

12 Leader Quits BJP With Dharmasala MLA Candidate

ଧର୍ମଶାଳା ବିଧାନସଭା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ତଥା ରାଜ୍ୟ କାର୍ଯ୍ୟକାରିଣୀ କମିଟର ସଦସ୍ୟ ରମେଶ ଚନ୍ଦ୍ର ପରିଡ଼ା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଚୈତନ୍ୟ ସାମଲ, ଜିଲ୍ଲା ବିଜେପି ଉପସଭାପତି ମହେନ୍ଦ୍ର ପଣ୍ଡା, କବାଟବନ୍ଧ ମଣ୍ଡଳ ସଭାପତି ବିଜୟ କୁମାର ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି ।

ଜେନାପୁର ମଣ୍ଡଳ ସଭାପତି ନିରଞ୍ଜନ ବେହେରା, ଅରୁହା ମଣ୍ଡଳ ସଭାପତି ଅଶୋକ କୁମାର ସାହୁ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ଆଶିଷ କୁମାର ବଳ, ଜେନାପୁର ଯୁବମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ଦାସ, ଜେନାପୁର ମଣ୍ଡଳ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ମାନସ ମହାନ୍ତି ଓ ପ୍ରଭଞ୍ଜନ ମହାନ୍ତି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼, ୪ ଆହତ

ଦିଗପହଣ୍ଡି: ପୂର୍ବ ଶତ୍ରୁତାକୁ କେନ୍ଦ୍ର ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଭୀମପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ସକାଳୁ ସକାଳୁ ବୋମାମାଡ଼ ହୋଇଥିବା ଜଣାପଡିଛି ।

Group Clash And Bombing In Ganjam

ବୋମାମାଡ଼ରେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଉଛି । ଘଟଣାସ୍ଥଳରେ ଜରଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଗାଁରେ ତୀବ୍ର ଉତ୍ତେଜନା ଲାଗି ରହିଛି ।

ପିପିଲିରେ ବଢ଼ୁଛି ବିଜେଡିର ବଳ, ଦଳରେ ସାମିଲ୍ ହେଲେ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର: ପିପିଲିରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ଆଜି ପିପିଲି ବିଧାନସଭା ମଣ୍ଡଳି ଅନ୍ତର୍ଗତ କଣ୍ଟି ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ପାଇଁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ନେତାମାନେ ବିଜେଡିରେ ମିଶିଛନ୍ତି ।

Several Worker Of Pipili Congress Joins BJD Ahead Of Bypoll

କଂଗ୍ରେସ ନେତା କୃପାସିନ୍ଧୁ ଦାସ ଓ ବିଷ୍ଣୁପ୍ରସାଦ ଦଳେଇ ସେମାନଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଦଳରେ ସାମିଲ୍ ହୋଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ଉପସ୍ଥିତ ଥିଲେ ।

Several Worker Of Pipili Congress Joins BJD Ahead Of Bypoll

ଏହି ମିଶ୍ରଣ ଦଳକୁ ଅଧିକ ସୁଦୃଢ଼ କରିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ରୁଦ୍ର ମହାରଥୀ କହିଛନ୍ତି, ପିପିଲିରେ ଯାହାବି ଉନ୍ନତି ହୋଇଛି ମୁଖ୍ୟମନ୍ତ୍ରୀ ଓ ପ୍ରଦୀପ ମହାରଥୀ କରିଛନ୍ତି । ପିପିଲିବାସୀ ଜାଣିଛନ୍ତି ଦୀର୍ଘଦିନ ହେବ କିଏ ତାଙ୍କ ସୁଖଦୁଃଖରେ ପାଖରେ ଠିଆ ହୋଇଥିଲା ।

ଇତିହାସ ରଚିଲା ସେୟାର ବଜାର, ପ୍ରଥମ ଥର ପାଇଁ ୬୦ ହଜାର ଛୁଇଁଲା ସେନସେକ୍ସ

ମୁମ୍ବାଇ: ଇତିହାସ ରଚିଲା ସେୟାର ବଜାର । ପ୍ରଥମ ଥର ପାଇଁ ୬୦ ହଜାର ଛୁଇଁଛି ସେନସେକ୍ସ । ସେପଟେ ନିଫ୍ଟି ବି ୧୭ ହଜାର ୯୦୦ ପାର୍ ହୋଇଛି । ସେୟାର ବଜାରରେ ଉତ୍ସାହ ଯୋଗୁଁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଆଜି ଷ୍ଟକ ମାର୍କେଟ ଖୋଲିବା ମାତ୍ରେ ସେନସେକ୍ସ ୨୭୩ ପଏଣ୍ଟ ବଢ଼ି ୬୦ହଜାରରେ ପହଞ୍ଚିଛି ।

Sensex Touched 60 Thousand For First Time Stock Market Again Created A Record

ଷ୍ଟକ ମାର୍କେଟ ଖୋଲିବା ପରେ ଇନଫୋସିସ୍, ଏଚଡିଏଫସି, ଓଏନଜିସି, ଟାଟା କନସଲଟାନ୍ସି, ଆଇସିଆଇସିଆଇ, ଏଚସିଏଲ କମ୍ପାନୀଙ୍କ ସେୟାର ଅଧିକ କିଣାବିକା ଯୋଗୁଁ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି । ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧହାରରେ କୌଣସି ପରିବର୍ତ୍ତନ କରି ନଥିବାରୁ ଭାରତ ସମେତ ଅନ୍ୟ ଦେଶର ସେୟାର ମାର୍କେଟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି ।

ଜୁଡିସିଆଲ୍ କମ୍ପ୍ଲେକ୍ସର ୧୫ କର୍ମଚାରୀଙ୍କ ସହ ଏକାଧିକ ଓକିଲ କରୋନା ସଂକ୍ରମିତ

ଭୁବନେଶ୍ୱର: ସିଲ୍ ହେଲା କୋର୍ଟ କମ୍ପ୍ଲେକ୍ସ । ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ପରେ ବିଏମସି ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସକୁ ସିଲ୍ କରାଯାଇଛି । ଆଜିଠାରୁ ୨୬ ତାରିଖ ଯାଏଁ ୩ ଦିନ ଲାଗି କୋର୍ଟ କମ୍ପ୍ଲେକ୍ସକୁ ବନ୍ଦ କରାଯାଇଛି । ଜୁଡିସିଆଲ୍ କମ୍ପ୍ଲେକ୍ସର ୧୫ କର୍ମଚାରୀଙ୍କ ସହ ଏକାଧିକ ଓକିଲ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

Bhubaneswar Court Complex Sealed After Several Covid Cases Detected

କୋର୍ଟ କମ୍ପ୍ଲେକ୍ସ ପରିସରରେ ଏଣ୍ଡୋମେଣ୍ଟ କମିଶନଙ୍କ କାର୍ଯ୍ୟାଳୟ, ବାର୍ ଆସୋସିଏସନ ଅଫିସ୍ ରହଛି । କୋର୍ଟ କମ୍ପ୍ଲେକ୍ସକୁ ସାନିଟାଇଜ୍ କରାଯିବ । ସିଲ୍ ସମୟରେ ବିଏମସି କର୍ମଚାରୀଙ୍କ ବ୍ୟତୀତ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ । କୋର୍ଟ କମ୍ପ୍ଲେକ୍ସ ପରିସରରେ ୨୭ ତାରିଖ ଦିନ ଆରଟି-ପିସିଆର ଟେଷ୍ଟ ପାଇଁ କ୍ୟାମ୍ପ କରାଯିବ ।

୨୫ ଜିଲ୍ଲାରୁ ଆଉ ୫୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୫୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ୭୭ ଜଣ ଅଛନ୍ତି । ୩୧୬ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୨୩ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୬, ବାଲେଶ୍ୱରରୁ ୨୩, ବରଗଡ଼ରୁ ୨, ଭଦ୍ରକରୁ ୧୨, କଟକରୁ ୪୮, ଦେବଗଡ଼ରୁ ୪, ଢେଙ୍କାନାଳରୁ ୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୩୧, ଯାଜପୁରରୁ ୧୭, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କୋରାପୁଟରୁ ୩, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୩, ନୟାଗଡ଼ରୁ ୫, ପୁରୀରୁ ୧୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୨, ସୋନପୁରରୁ ୫ ଓ ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୧୩୩କୁ ବୃଦ୍ଧି ପାଇଛି । କରୋନାକୁ ୧୦ ଲକ୍ଷ ୯ ହଜାର ୮୮ ଜଣ ମାତ୍ ଦେଇଥିବା ବେଳେ ଏବେ ୫ ହଜାର ୮୨୯ ଜଣ ସଂକ୍ରମିତ ଅଛନ୍ତି ।

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ହେବ । ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟର ବୈଠକ ବସିବ ।

Odisha CM Naveen Patnaik Delhi Visits

ବୈଠକରେ କେନ୍ଦ୍ରୀୟ ଅଂଶଧନ ଓ ବକେୟା ଅର୍ଥ ପ୍ରଦାନ ପ୍ରସଙ୍ଗ ଉଠାଇପାରନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଉପରେ ୨୦୧୭ର ମାଓ ଦମନ ନେଇ ୯୦୭ କୋଟି ଟଙ୍କା ବାକି ପଡ଼ିଛି । ରାଜ୍ୟର ୫ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । ମାଓ ମୁକାବିଲା ନେଇ କେନ୍ଦ୍ରକୁ ଅବଗତ କରିବା ସହ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।