spot_img
Home Blog Page 5167

କୋଭିସିଲ୍ଡକୁ ବ୍ରିଟେନ୍ ମାନ୍ୟତା ନଦେବା ପ୍ରସଙ୍ଗ, ଭାରତ ଦେଲା ଚେତାବନୀ

ନୂଆଦିଲ୍ଲୀ: ଭେଦଭାବ ସୃଷ୍ଟି କରୁଛି ବ୍ରିଟେନ୍ । କରୋନା ଟିକା କୋଭିସିଲ୍ଡକୁ ଦେଉନି ମାନ୍ୟତା । ଏହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ବ୍ରିଟେନକୁ ଚେତାବନୀ ଦେଇଛି । କୌଣସି ସମାଧାନର ବାଟ ନ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ସଚିବ କହିଛନ୍ତି ।

ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା କହିଛନ୍ତି, ୟୁକେ ସରକାର କୋଭିସିଲ୍ଡକୁ ମାନ୍ୟତା ନଦେବା ଭେଦଭାବପୂର୍ଣ୍ଣ । ଏହା ଭାରତର ପାରସ୍ପରିକ ଉପାୟ ଭିତରେ ଆସୁଛି । କୋଭିସିଲ୍ଡକୁ ମାନ୍ୟତା ନଦେବା ଏକ ଭେଦଭାବପୂର୍ଣ୍ଣ ନୀତି । ଭାରତରୁ ବ୍ରିଟେନ୍ ଯିବାକୁ ଥିବା ନାଗରିକ ଏହା ଦ୍ୱାରା ପ୍ରଭାବିତ ହେବେ । ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗ ବ୍ରିଟେନ୍ ବିଦେଶ ସଚିବଙ୍କ ସାମ୍ନାରେ ଉଠାଇଛନ୍ତି ।

ବ୍ରିଟେନର ନୂଆ ଗାଇଡଲାଇନ୍ ଅକ୍ଟୋବର ୪ରୁ ଲାଗୁ ହେବ । ଏଥିରେ ଭାରତର ୨ଟି ଯାକ ଟିକାକୁ ମାନ୍ୟତା ଦିଆଯାଇ ନାହିଁ । ଆଶ୍ଚର୍ଯ୍ୟର କଥା ହେଉଛି, ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ ଟିକା ବ୍ରିଟେନରେ ଆଷ୍ଟ୍ରଜେନକା-ଅକ୍ସଫୋର୍ଡ ଟିକା ନାଁରେ ବ୍ରିଟେନରେ ଦିଆଯାଉଛି । ଯାହାକି ଭାରତରେ କୋଭିସିଲ୍ଡ । ଏହା ପରେ ବି କୋଭିସିଲ୍ଡକୁ ମାନ୍ୟତା ଦେଇନି ବ୍ରିଟେନ୍ ।

ବର୍ତ୍ତମାନ ବ୍ରିଟେନ୍ ନିୟମ ଅନୁସାରେ, କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ନେଇଥିବା ଲୋକଙ୍କୁ ଟିକା ନେଇନଥିବା ଶ୍ରେଣୀରେ ରଖାଯାଇଛି । ଫଳରେ ଟିକା ନେଇଥିଲେ ମଧ୍ୟ ସମସ୍ତ ସର୍ତ୍ତ ଓ ନିୟମ ମାନିବାକୁ ପଡ଼ିବ । ଭାରତରେ ଦିଆଯାଉଥିବା ଋଷର କରୋନା ଟିକା ସ୍ପୁଟନିକ ଭିକୁ ବି ମାନ୍ୟତା ଦେଇନି ବ୍ରିଟେନ୍ ।

ଆଫଗାନିସ୍ତାନରେ IPLର ପ୍ରସାରଣ ଉପରେ କଟକଣା ଲଗାଇଲା ତାଲିବାନ: କହିଲା ଏଭଳି କଥା…

କାବୁଲ: ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ଖେଳ ଆରମ୍ଭ ହୋଇସାରିଛି । ଭାରତ ସମେତ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହାର କ୍ରେଜ ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସବୁ ଦେଶରେ ଏହାର ସିଧାପ୍ରସାରଣ ହେଉଛି । ତେବେ ଏହାରି ମଧ୍ୟରେ ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ଆଇପିଏଲ୍‌ର ସିଧାପ୍ରସାରଣ ନେଇ  କଟକଣା ଜାରି କରାଯାଇଛି ।

କ୍ଷମତା ସଂକଟ ଦେଇ ଗତି କରୁଥିବା ଆଫଗାନିସ୍ତାନରେ ଏବେ ତାଲିବାନ ରାଜ୍ ଆରମ୍ଭ ହୋଇଯାଇଛି । ମନୋରଞ୍ଜନର ଅଧିକାଂଶ ସାଧନ ଉପରେ ଏବେ ପ୍ରତିବନ୍ଧକ ଲାଗୁକରିଛି ତାଲିବାନ । ଆଇପିଏଲ୍ ମଧ୍ୟ ଏହି ନିୟମରୁ ଅଛୁଆଁ ନୁହଁ । ଗୋଟିଏ ପଟେ ତାଲିମାନ ନିଜକୁ କ୍ରିକେଟର ଆମ୍ୱାସେଡର ଭାବେ ଅଭିହିତ କରିଥିବା ବେଳେ ଏହି ପ୍ରତିଯୋଗିତାରେ ନିୟର ଗର୍ଲଙ୍କ ନୃତ୍ୟ ପରିବେଷଣ ନେଇ ଆପତ୍ତି ପ୍ରକାଶ କରିଛି । ଏଥିସହିତ ମହିଳାମାନେ ଏହି ପ୍ରତିଯୋଗିତାରେ ବିନା ଚୁଟ ଘୋଡ଼ାଇ ମ୍ୟାଚ୍ ଦେଖିବାକୁ ପହଞ୍ଚୁଥିବାରୁ ଏହାକୁ ଇସଲାମ ବିରୋଧୀ ବୋଲି କହିଛି ତାଲିବାନ । ଏଣୁ ଆଫଗାନିସ୍ତାନରେ ଏହାର ପ୍ରସାରଣ ଉପରେ ରୋକ ଲଗାଇଛି ।

ସମ୍ପ୍ରତି ଆଫଗାନିସ୍ତାନରେ ମହିଳାମାନଙ୍କୁ କୌଣସି ପ୍ରକାରର କ୍ରୀଡ଼ାରେ ଭାଗ ନେଇପାରିବେ ନାହିଁ । ଯେତେବେଳେ କି ପୁରୁଷମାନଙ୍କ ଉପରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ । ଆଫଗାନିସ୍ତାନର ନୂଆ ଡାଇରେକ୍ଟର ଜେନେରାଲ ଅଫ୍ ସ୍ପୋର୍ଶ ବାରିସ ଅହମ୍ମଦ ଋସ୍ତମଜୟଙ୍କୁ ଭବିଷ୍ୟତରେ କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ନେଇ ପ୍ରଶ୍ନ କରାଯିବାରୁ ଏ ସମ୍ପର୍କରେ ସେ କୌଣସି ଉତ୍ତର ରଖିନଥିଲେ ।

ଏଥିସହିତ ପଢ଼ନ୍ତୁ: IPL 2021: ଆଜି ପଞ୍ଜାବ କିଙ୍ଗ୍‌ସକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ

୨୭ ବର୍ଷିଅ ସନା ରାମଚନ୍ଦ୍ର ଗୁଲୱାନି ହେଲେ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଅଧିକାରୀ

ଇସଲାମାବାଦ: ପାକିସ୍ତାନର ସବୁଠୁ କଠୋର ପରୀକ୍ଷାରେ ଇତିହାସରେ ପ୍ରଥମ ଥର ପାଇଁ ସଫଳ ହୋଇଛନ୍ତି ଜଣେ ହନ୍ଦୁ ଝିଅ । ୨୭ ବର୍ଷିଅ ଡକ୍ଟର ସନା ରାମଚନ୍ଦ୍ର ଗୁଲୱାନି ସେଣ୍ଟ୍ରାଲ୍ ସୁପିରିୟର ସର୍ଭିସେସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମେରେ କୃତକାର୍ଯ୍ୟ ହୋଇଥିବା ବେଳେ ସୋମବାର ତାଙ୍କ ନିଯୁକ୍ତ ପତ୍ରରେ ମୋହର ଲାଗିଛି ।

ପାକିସ୍ତାନରେ ସିଏସ୍ଏସ୍ ପରୀକ୍ଷାକୁ ସବୁଠୁ କଠିନ କୁହାଯାଏ । ଏହି ପରୀକ୍ଷା ଜରିଆରେ ପ୍ରଶାସନିକ ସେବାରେ ନିଯୁକ୍ତି ମିଳିଥାଏ । ଏହାକୁ ଆପଣ ଭାରତରେ ହେଉଥିବା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବୋଲି କହିପାରନ୍ତି ।

ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଡକ୍ଟର ସନା ଖୁସିବ୍ୟକ୍ତ କରିଛନ୍ତି । ସେଣ୍ଟ୍ରାଲ୍ ସୁପିରିୟର ସର୍ଭିସେସ୍ ପରୀକ୍ଷାକୁ ବହୁତ କଠିନ କୁହାଯାଏ । ଏଥିରେ ଚଳିତବର୍ଷ ପ୍ରାୟ ୨ ପ୍ରତିଶତ ପରୀକ୍ଷାର୍ଥୀ ହିଁ ସଫଳତା ପାଇଥାନ୍ତି । ୨୭ ବର୍ଷର ସନା ପ୍ରଥମ ପ୍ରୟାସରେ ହିଁ ଏଥିରେ ସଫଳ ହୋଇଛନ୍ତି ।

IPL 2021: ଆଜି ପଞ୍ଜାବ କିଙ୍ଗ୍‌ସକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ

0

ଦୁବାଇ: ଆଇପିଏଲ୍‌ର ୩୨ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ଫଳରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୪ ରନ୍‌ରେ ବିଜୟ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍‌ସ ୬/୨୨୧ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ୭ ୱିକେଟ୍‌ ହରାଇ ୨୧୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ସଞ୍ଜୁ ସାମସନ ଶତକ(୧୧୯) ଅର୍ଜନ କରିଥିଲେ ହେଁ ଦଳକୁ ଜିତାଇପାରି ନଥିଲେ । ମଙ୍ଗଳବାର ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ଆଧିପତ୍ୟ ଦେଖିବାକୁ ମିଳିବ । ଉଭୟ ଦଳରେ ବିସ୍ପୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଦୁବାଇରେ ଛକା ବର୍ଷା ହେବ । ପଞ୍ଜାବ କିଙ୍ଗ୍‌ସ ଦଳର ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍‌ ଓ କ୍ରିସ୍‌ ଗେଲ୍‌ ପ୍ରାରମ୍ଭିକ ବ୍ୟାଟିଂ ବିଭାଗ ସମ୍ଭାଳିବେ ।

ସେହିପରି ରାଜସ୍ଥାନ ଦଳରେ ରହିଛନ୍ତି ଏଭିନ ଲୁଇସ୍‌, ସଞ୍ଜୁ ସାମସନ ଓ ଲାଏମ ଲିଭିଙ୍ଗଷ୍ଟୋନଙ୍କ ଭଳି ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ । ଜୋସ ବଟଲର ଦ୍ୱିତୀୟ ଭାଗ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ଲୁଇସଙ୍କୁ ଚୁକ୍ତି କରିଛି ରାଜସ୍ଥାନ ରୟାଲ୍ସ । ଗତ କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ୍‌)ରେ ସେ ଚମତ୍କାର ବ୍ୟାଟିଂ କରି ଫର୍ମରେ ରହିଛନ୍ତି । ସ୍ପିନରଙ୍କ ବିପକ୍ଷରେ ମଧ୍ୟ ତ୍ରୁଟି ସୁଧାରି ସାରିଛନ୍ତି ।

ସେହିପରି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଲିଭିଙ୍ଗଷ୍ଟୋନ ବେଶ୍‌ ଉନ୍ନତ ଫର୍ମରେ ରହିଛନ୍ତି । ସେ ଗତ ‘ହଣ୍ଡ୍ରେଡ୍ସ’ରେ ୩୪୮ ରନ୍‌ ସଂଗ୍ରହ କରିଥିଲେ । ପ୍ରଥମାର୍ଦ୍ଧ ଖେଳିଥିବା ପଞ୍ଜାବ କିଙ୍ଗସ ଦଳର ଦୁଇ ପେସ୍‌ ବୋଲର ଝେୟ ରିଚାର୍ଡସନ ଓ ରିଲି ମେରେଡିଥ୍‌ଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ । ତଥାପି ବୋଲିଂ ବିଭାଗ ଶକ୍ତିଶାଳୀ ରହିବ । ଯୁବ ପେସ୍‌ ବୋଲର ନାଥାନ ଏଲିସ୍‌ ଆଇପିଏଲ୍‌ ପଦାର୍ପଣ କରିବେ । ସେ ଟି-ଟ୍ୱେଣ୍ଟି ପଦାର୍ପଣରେ ହ୍ୟାଟ୍ରିକ୍‌ ଅର୍ଜନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି ।

ପିତୃପକ୍ଷରେ କେବେ ବି କରନ୍ତୁ ନାହିଁ ଏହି ୬ ଭୁଲ

0

ନୂଆଦିଲ୍ଲୀ: ଭାଦ୍ରପଦ ମାସର ପୂର୍ଣ୍ଣିମା ଅର୍ଥାତ୍‌ ଆଜି ୨୦ ସେପ୍ଟେମ୍ୱର ୨୦୨୧ରୁ ପିତୃ ପକ୍ଷ ଆରମ୍ଭ ହେଉଛି। ହିନ୍ଦୁ ଧର୍ମରେ ପିତୃ ପକ୍ଷକୁ ବହୁତ ମୁଖ୍ୟ ଭାବେ ମନେକରାଯାଏ । ୧୫ଦିନ ର ଏହି ସମୟରେ ଲୋକେ ନିଜର ପୂର୍ବପୁରୁଷଙ୍କୁ ମନେପକାଇ ତାଙ୍କର ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ , ତର୍ପଣ , ଶ୍ରାଦ୍ଧ କର୍ମ କରିଥାନ୍ତି, ଏଇଥି ପାଇଁ କି ପୂର୍ବଜଙ୍କ ଆଶୀର୍ବାଦ ପାଇ ଜୀବନରେ ସଫଳତା , ସୁଖ ସମୃଦ୍ଧି ପାଇ ପାରିବା ।

ସେପଟେ ପୂର୍ବଜ ଅସନ୍ତୁଷ୍ଟ ହେଲେ  ଅନେକ ସମସ୍ୟାର କାରଣ ହୋଇଥାଏ । ଧର୍ମ ପୁରାଣରେ  ପିୃତପକ୍ଷକୁ ନେଇ କିଛି ନିୟମ ତିଆରି କରାଯାଇଛି । ଯାହାର ପାଳନ ନିଶ୍ଚୟ କରିବା ଉଚିତ୍‌ ।

ପିତୃ ପକ୍ଷରେ ଏହି କାମ କରନ୍ତୁ ନାହିଁ – ଏହା ମାନ୍ୟତା ଅଛି କି ପିୃତପକ୍ଷର ୧୫ ଦିନରେ ପୂର୍ବଜ ନିଜର ପରିଜନଙ୍କ ପାଖରେ ରହିବା ପାଇଁ ପୃଥିବୀକୁ ଆସିଥାନ୍ତି , ଏଥିପାଇଁ ବ୍ୟକ୍ତିଙ୍କୁ ଏମିତି କାମ କରିବା ଉଚିତ୍‌ , ଯେଉଁଥିରେ ପିତୃପକ୍ଷ ପ୍ରସନ୍ନ ରହିବେ ।

୧- ଭୁଲ୍‌ରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଶ୍ରାଦ୍ଧ କରନ୍ତୁ ନାହିଁ । ଏହା କରିବା ଅଶୁଭ  ହୋଇଥାଏ ।

୨- ଏହି ସମୟରେ ଖରାପ ଅଭ୍ୟାସ , ନିଶା ପାନ , ତାମସିକ ଭୋଜନରୁ ଦୂରେଇ ରୁହନ୍ତୁ । ପିତୃପକ୍ଷରେ କେବେ ବି ମଦ-ଆମିଷ , ରସୁଣ-ପିଆଜ ସେବନ କରିବା ଉଚିତ୍‌ ନୁହେଁ । କଦଳୀ, କାକୁଡି, ସୋରିଷ ଶାଗ ଓ ଜିରା ଖାଇବା ଉଚିତ୍ ନୁହେଁ ।

୩-ଏହି ସମୟରେ ନିଜର ପୂର୍ବଜଙ୍କ ପ୍ରତି ସମ୍ମାନ ଦେଖାଇ ସାଧାରଣ ଜୀବନ ଜିଅନ୍ତୁ । କୌଣସି ବି  ଶୁଭ କାମ  କରନ୍ତୁ ନାହିଁ ।

୪- ଯେଉଁ ବ୍ୟକ୍ତି ପିଣ୍ଡଦାନ , ତର୍ପଣ ଆଦି କରୁଛନ୍ତି ସେ କେଶ ଓ ନଖ କାଟିବା ଉଚିତ୍‌ ନୁହେଁ । ଏହାସହ  ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ୍‌ ।

୫-ପିତୃ ପକ୍ଷରେ କୌଣସି ପଶୁପକ୍ଷୀଙ୍କୁ କଷ୍ଟ ଦିଅନ୍ତୁ ନାହିଁ । ଏମିତି କରିବା ସଙ୍କଟକୁ ଡାକିବା । ଏହି ସମୟରେ ଘରକୁ ଆସୁଥିବା ପଶୁ-ପକ୍ଷୀଙ୍କୁ ଭୋଜନ ଦିଅନ୍ତୁ । ମାନ୍ୟତା  ଅଛି କି ପୂର୍ବଜ ପଶୁ ପକ୍ଷୀ ରୂପରେ ନିଜର ପରିବାର ଲୋକଙ୍କୁ ଭେଟିବାକୁ ଆସନ୍ତି ।

୬-ଏହି ସମୟରେ ବ୍ରାହ୍ମଣଙ୍କୁ ପତ୍ରରେ ଭୋଜନ କରାନ୍ତୁ ଏବଂ ନିଜେ ବି ପତ୍ରରେ ଭୋଜନ କରନ୍ତୁ ।

DRDO ଗୁପ୍ତ ତଥ୍ୟ ଲିକ ଘଟଣାରେ ଦୁବାଇ ଲିଙ୍କ, ଆସୁଥିଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର: DRDO ଗୁପ୍ତ ତଥ୍ୟ ଲିକ ଘଟଣା। ଗିରଫ ଅଭିଯୁକ୍ତଙ୍କୁ ଜେରା କରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଖୋଲୁଛି ହନିଟ୍ରାପର ରହସ୍ୟମୟ ପେଡ଼ି। କ୍ରାଇମ୍‌ବ୍ରାଞ୍ଚର ଜେରା ସମୟରେ ପଦାକୁ ଆସିଲା ଦୁବାଇ ଲିଙ୍କ। ଦୁବାଇରୁ ଆସୁଥିଲା ୫ ଜଣଙ୍କ ପାଖକୁ ପୁଳାପୁଳା ଟଙ୍କା। ତେବେ ୫ ଜଣକ ମଧ୍ୟରୁ ଜଣକ ପାଖକୁ ଦୁବାଇରୁ ଟଙ୍କା ଆସିଛି। ଦୁଇଟି କିସ୍ତିରେ ୩୮ ହଜାର ଟଙ୍କା ଆସିଛି ଦୁବାଇରୁ। ଏହାପରେ ଅଧିକ ତଥ୍ୟ ପାଇବା ପାଇଁ ୫ ଜଣଙ୍କ ଆକାଉଣ୍ଟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ। ଫେସବୁକ, ଇନ୍‌ଷ୍ଟାଗ୍ରାମ ଓ ହ୍ୱାଟସଆପକୁ ଯାଞ୍ଚ କରାଯାଉଛି। ଗିରଫ ୫ ଜଣ ଯୁବତୀ ମାନଙ୍କ ସହ ଫେସବୁକ ମ୍ୟାସେନଜର ଓ ହ୍ୱାଟସ୍‌ଆପ୍‌ରେ ଚାର୍ଟ କରୁଥିଲେ। ଜଙ୍କ ଫୋନକୁ ୟୁକେରୁ ମଧ୍ୟ ଗୋଟେ ନମ୍ବରରୁ କଲ ଆସିଥିଲା। ଏଭଳି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା।

ଆଫଗାନିସ୍ତାନର ବାଗରାମ ବିମାନ ବନ୍ଦରକୁ ଟ୍ରାକ୍ କଲେ ଚୀନ୍ ଗୁପ୍ତଚର, ଭାରତ ପାଇଁ ବଢ଼ିଲା ସମସ୍ୟା

କାବୁଲ: ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ଏବଂ ତାଲିବାନର ରକ୍ତାକ୍ତ ଦଖଲ ପରେ ପାକିସ୍ତାନ ଏବଂ ଚୀନ୍ ବର୍ତ୍ତମାନ ନିଜର ସୁଦୃଢ଼ କରିବା ଆରମ୍ଭ କରି ଦେଇଛନ୍ତି । ମଧ୍ୟବର୍ତ୍ତୀ ତାଲିବାନ ସରକାର ଗଠନ ହେବାର ଠିକ ପୂର୍ବରୁ ଆଇଏସଆଇ ମୁଖ୍ୟ କାବୁଲ ଯାଇ ତାଙ୍କ ପାଳିତ ସିରାଜୁଦ୍ଦିନ ହକ୍କାନୀଙ୍କୁ ଆଭ୍ୟନ୍ତରୀଣ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ । ଏହି ସମୟରେ, ବର୍ତ୍ତମାନ ପ୍ରକାଶ ପାଇଛି ଯେ ଚୀନ୍‌ର ଏକ ପ୍ରତିନିଧୀ ଦଳ ଗତ ସପ୍ତାହରେ ଆମେରିକାର ସର୍ବବୃହତ ସାମରିକ ବେସ ବାଗରାମ ଏୟାରବେସରକୁ ଲୁଚି ଲୁଚି ପରିଦର୍ଶନ କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଭାରତରେ ଉତ୍ତେଜନା ବୃଦ୍ଧି ପାଇଛି ।

ରିପୋର୍ଟ ଅନୁଯାୟୀ, ଚୀନ୍‌ର ଗୁପ୍ତଚର ଏଜେନ୍ସି ଏବଂ ସେନାର ଉଚ୍ଚ ପଦାଧିକାରୀଙ୍କ ଏକ ପ୍ରତିନିଧୀ ଦଳ ବାଗରାମ ଏୟାରବେସକୁ କାହିଁକି ଯାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏହା ଅନୁମାନ କରାଯାଉଛି ଯେ ସେମାନେ ଆମେରିକୀୟ ଲୋକଙ୍କ ବିରୋଧରେ ପ୍ରମାଣ ଏବଂ ତଥ୍ୟ ସଂଗ୍ରହ କରୁଥିଲେ । ଏହା ଜଣାପଡ଼ିଛି ଯେ, ଚୀନ୍ ଗୁପ୍ତଚରମାନେ ତାଲିବାନ ଏବଂ ପାକିସ୍ତାନ ସହାୟତାରେ ଏକ ଗୁପ୍ତଚର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଯାହା ସାହାଯ୍ୟରେ ଜିନଜିଆନ୍ ପ୍ରଦେଶରେ ଉଇଗର ମୁସଲମାନମାନଙ୍କୁ ଦିଆଯାଉଥିବା ସହାୟତା ଉପରେ ତୀକ୍ଷ୍ଣ ନଜର ରଖାଯାଇପାରିବ।

‘ସମଗ୍ର ଅଞ୍ଚଳରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବ ଚୀନ’

ସୂଚନାନୁସାରେ, ଏହି ଗସ୍ତରେ କୌତୁହଳର ବିଷୟ ହେଉଛି, ଏହି ଚୀନ୍ ଗୁପ୍ତଚରମାନେ ଆଫଗାନିସ୍ତାନକୁ ପାକିସ୍ତାନ ଦେଇ ସଡକ ମାର୍ଗ ଦ୍ୱାରା ଆସିଥିଲେ ଯାହା ଦ୍ୱାରା କାବୁଲ ବିମାନବନ୍ଦରରୁ ତାଙ୍କ ଉପରେ କେହି ନଜର ରଖିପାରିବେ ନାହିଁ । ଅନ୍ୟପକ୍ଷରେ ଚାଇନାର ଗୁପ୍ତଚରଙ୍କ ବାଗରାମ ଏୟାରଫିଲ୍ଡ ଗସ୍ତ ଯୋଗୁଁ ଭାରତର ଚିନ୍ତା ଗୁରୁତର ଭାବେ ବୃଦ୍ଧି ପାଇଛି । ଭାରତ ସରକାରର ଉଚ୍ଚ ସ୍ଥାନିତ ସୂତ୍ର କହିଛନ୍ତି ଯେ, “ଆମେ ଚୀନ୍ ଦଳର ଗସ୍ତକୁ ନିଶ୍ଚିତ କରୁଛୁ। ଏହା ଗମ୍ଭୀର ଅଟେ, ଯଦି ଚୀନ ପାକିସ୍ତାନ ସହିତ ମିଶି ସେଠାରେ ଏକ ଅଡ୍ଡା ପ୍ରସ୍ତୁତ କରନ୍ତି, ତେବେ ସମଗ୍ର ଅଞ୍ଚଳରେ ଆତଙ୍କବାଦ ଏବଂ ଅସ୍ଥିରତା ସୃଷ୍ଟି ହେବ ।

ବ୍ରିଟେନର ଭ୍ୟାକ୍ସିନ୍ ନୀତିକୁ ନେଇ ଭାରତ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଅକ୍ଟୋବର ୪ରୁ ବ୍ରିଟେନ କରୋନା ଭ୍ୟାକ୍ସିନକୁ ନେଇ ଲାଗୁ କରିବାକୁ ଯାଉଛି ନୂଆ ନୀତି । ଯାହାକୁ ନେଇ ଅରାଜି ହୋଇଛି ଭାରତ । ବ୍ରିଟେନ୍ ବିଦେଶ ସଚିବଙ୍କ ସହ ଆଲୋଚନା ବେଳେ ଭାରତ ଏହି ପ୍ରସଙ୍ଗ ଉଠାଇଛି । ଏନେଇ ଟ୍ୱିଟରେ ସୂଚନା ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ଲେଖିଛନ୍ତି, ବ୍ରିଟେନର ନୂଆ ବିଦେଶ ସଚିବଙ୍କ ସହ ମିଶି ଖୁସି ଲାଗୁଛି । ବର୍ଷ ୨୦୩୦ ଯାଏଁ ରୋଡମ୍ୟାପ୍ ନେଇ ଚର୍ଚ୍ଚା ହୋଇଛି । ବାଣିଜ୍ୟ ସହ ଆଫଗାନିସ୍ତାନ ଓ ଇଣ୍ଡୋ-ପେସିଫିକ୍ ଅଞ୍ଚଳ ଉପରେ ଆଲୋଚନା ହୋଇଛି । ନିଜର ହତ୍ୟା ପାଇଁ କ୍ୱାରେଣ୍ଟାଇନ୍ ପ୍ରସଙ୍ଗ ଶୀଘ୍ର ସମାଧାନ ପାଇଁ କହିଛନ୍ତି ଜୟଶଙ୍କର ।

ବ୍ରିଟେନର ନୂଆ ଗାଇଡଲାଇନ୍ ଅକ୍ଟୋବର ୪ରୁ ଲାଗୁ ହେବ । ଏଥିରେ ଭାରତର ୨ଟି ଯାକ ଟିକାକୁ ମାନ୍ୟତା ଦିଆଯାଇ ନାହିଁ । ଆଶ୍ଚର୍ଯ୍ୟର କଥା ହେଉଛି, ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ ଟିକା ବ୍ରିଟେନରେ ଆଷ୍ଟ୍ରଜେନକା-ଅକ୍ସଫୋର୍ଡ ଟିକା ନାଁରେ ବ୍ରିଟେନରେ ଦିଆଯାଉଛି । ଯାହାକି ଭାରତରେ କୋଭିସିଲ୍ଡ । ଏହା ପରେ ବି କୋଭିସିଲ୍ଡକୁ ମାନ୍ୟତା ଦେଇନି ବ୍ରିଟେନ୍ ।

ବର୍ତ୍ତମାନ ବ୍ରିଟେନ୍ ନିୟମ ଅନୁସାରେ, କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ନେଇଥିବା ଲୋକଙ୍କୁ ଟିକା ନେଇନଥିବା ଶ୍ରେଣୀରେ ରଖାଯାଇଛି । ଫଳରେ ଟିକା ନେଇଥିଲେ ମଧ୍ୟ ସମସ୍ତ ସର୍ତ୍ତ ଓ ନିୟମ ମାନିବାକୁ ପଡ଼ିବ । ଭାରତରେ ଦିଆଯାଉଥିବା ଋଷର କରୋନା ଟିକା ସ୍ପୁଟନିକ ଭିକୁ ବି ମାନ୍ୟତା ଦେଇନି ବ୍ରିଟେନ୍ ।

ବ୍ରିଟେନର ନୂଆ ନିର୍ଦ୍ଦେଶନାମା ଅନୁସାରେ, ଭାରତ ସହ ଥାଇଲ୍ୟାଣ୍ଡ ଓ ଆଫ୍ରିକା ସମେତ ଅନ୍ୟ ଦେଶରୁ ଟିକା ନେଇ ଆସୁଥିବା ଯାତ୍ରୀଙ୍କୁ ୧୦ ଦିନ ଲାଗି କ୍ୱାରେଣ୍ଟାଇନ୍ ହେବାକୁ ପଡ଼ିବ । ଏହା ବାଦ୍ ଆରଟି-ପିସିଆର୍ ଟେଷ୍ଟ କରିବାକୁ ପଡ଼ିବ ।

ନାମଲେଖା ଫିସ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ତୀବ୍ର ବିରୋଧ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି। ନାମଲେଖା ଫିସ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ମାନେ ତୀବ୍ର ବିରୋଧ କରିଛନ୍ତି। ମହାବିଦ୍ୟାଳୟର ପ୍ରଶାସନିକ ବ୍ଲକରେ ତାଲା ପକାଇବା ଧାରଣାରେ ଶହଶହ ଛାତ୍ରଛାତ୍ରୀ ବସିଥିବା ଦେଖିବାକୁ ମିଳିଛି। ମହାବିଦ୍ୟାଳୟରେ ଦୀର୍ଘ ଦିନ ହେବ ଅଧକ୍ଷ ପଦ ଖାଲିପଡ଼ିରହିଛି।

ହେଲେ ଦିନକୁ ଦିନ ଫିସ୍ ବୃଦ୍ଧି ହେଉଛି ବୋଲି କହିଛନ୍ତି କଲେଜର ଛାତ୍ରଛାତ୍ରୀ ଓ ଅଭିଭାବକ। ଏଥିସହିତ କଲେଜର ପରିବେଶ ଓ ଶ୍ରେଣୀଗୃହ ଗୁଡ଼ିକ ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି। ମରାମତି ହେଉନାହିଁ, ପିଇବା ପାଣିର ଅବ୍ୟବସ୍ଥା, ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବାରୁ ଦୀର୍ଘ ଦିନ ହେଲା ଛାତ୍ର ଅଶାନ୍ତି ଲାଗି ରହିଥିବା ଦେଖିବାକୁ ମିଳୁଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।

ଶୌଚ ହେବାକୁ ଯାଇଥିବା ବେଳେ ଭାସିଗଲେ ବୃଦ୍ଧ, ୨୪ ଘଣ୍ଟା ପରେ ବି ମିଳୁନି ପତ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ ଘଟଣା। ୨୪ଘଣ୍ଟା ପରେ ବି ମିଳିନି ବୃଦ୍ଧଙ୍କ ପତ୍ତା। ଗତକାଲି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ଶାଳିଆ ନଦୀର ଜାମୁଆ ତୁଠରେ ମାଣିକପୁର ଗାଁର ଚରଣ ବେହେରା ଭାସିଯାଇଥିଲେ। ସ୍ଥାନୀୟଲୋକ ଖବର ଦେବା ପରେ ସର୍ଚ୍ଚ ଅପରେସନ୍ ଚଳାଇଛି ଅଗ୍ନିଶମ ବାହିନୀ। ଅଗ୍ନିଶମ ବାହନୀ ସହିତ ପୋଲିସ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଖୋଜାଖୋଜି କାର୍ଯ୍ୟ ଚାଲିଥିଲେ ମଧ୍ୟ ଏଯାଏ ବୃଦ୍ଧଙ୍କର ପତ୍ତା ମିଳିପାରିନାହିଁ। ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ପକ୍ଷରୁ ବୃଦ୍ଧଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।