spot_img
Home Blog Page 5233

କୋଭିଡ୍ ଟିକାକରଣରେ ଜି୭ ରାଷ୍ଟ୍ରକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ଲାଗି ଦେଶରେ ବଡ଼ ଧରଣର ଟିକାକରଣ ଜାରି ରହିଛି । କେନ୍ଦ୍ର ସରକାର ରବିବାର ଦେଇଥିବା ତଥ୍ୟ ଅନୁସାରେ ଟିକାକରଣରେ ଭାରତ ଜି୭ ରାଷ୍ଟ୍ରକୁ ପଛରେ ପକାଇଛି । ସରକାର ଦେଇଥିବା ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ୧୮ କୋଟି ଡୋଜ୍ ଟିକାକରଣ ହୋଇଛି । ଜି୭ ରାଷ୍ଟ୍ର ସମୂହର ଟିକାକରଣ ତୁଳନାରେ ଏହା ବେଶ୍ ଅଧିକ ।

ଭାରତ ଅଗଷ୍ଟରେ ୧୮ କୋଟି ଡୋଜ୍ ଟିକାକରଣ କରିଥିବା ବେଳେ ଜି୭ ରାଷ୍ଟ୍ର ସମୂହ ୧୦.୧ କୋଟି ଡୋଜ୍ ଟିକାକରଣ କରିଛନ୍ତି । ତଥ୍ୟ ଅନୁସାରେ ଅଗଷ୍ଟରେ କାନାଡ଼ା ୩୦ ଲକ୍ଷ ଡୋଜ୍ ଟିକାକରଣ କରିଥିବା ବେଳେ ବ୍ରିଟେନ ୫୦ ଲକ୍ଷ, ଇଟାଲୀ ୮୦ ଲକ୍ଷ ଓ ଜର୍ମାନୀ ୯୦ ଲକ୍ଷ ଡୋଜ୍ ଟିକା ଦେଇଛି । ଜି୭ ଦେଶ ମଧ୍ୟରୁ କେବଳ ଜାପାନ, ଆମେରିକା ଓ ଫ୍ରାନ୍ସ ହିଁ ୧୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରିଛନ୍ତି ।

ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଏବେ ଯାଏଁ ୬୮.୭ କୋଟିରୁ ଅଧିକ ଡୋଜ୍ ଟିକାକରଣ ହୋଇ ସାରିଛି । ୧୬ କୋଟି ଲୋକ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇ ସାରିଛନ୍ତି ।

ଔଷଧ ଦରରେ ପରିବର୍ତ୍ତନ, କମିଲା ୩୯ ମେଡିସିନ୍ ଦାମ

ନୂଆଦିଲ୍ଲୀ: ଔଷଧ ଦରରେ ପରିବର୍ତ୍ତନ କରିଛନ୍ତି ସରକାର । ବହୁଳ ଭାବରେ ବ୍ୟବହାର ହେଉଥିବା ୩୯ଟି ଔଷଧର ଦର କମିବ । ମହାମାରୀ କରୋନା କାଳରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଲୋକଙ୍କ ପାଖରେ ଟଙ୍କା ନାହିଁ । ଏଭଳି ସମୟରେ ସରକାରଙ୍କ ଏ ନିଷ୍ପତ୍ତି ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ସରକାରଙ୍କ ନିଷ୍ପତ୍ତି ଫଳରେ ୩୯ଟି ଔଷଧର ମୂଲ୍ୟ କମିଯିବ ।

Government Changes The Price Of Many Medicine

କେନ୍ଦ୍ର ସରକାର ଏହି ୩୯ଟି ଔଷଧକୁ ଆବଶ୍ୟକ ମେଡିସିନ୍ ତାଲିକାରେ ସାମିଲ୍ କରିଛନ୍ତି । ଏହି ୩୯ ଔଷଧ ଭିତରେ କ୍ୟାନସର, ମଧୁମେହ ଓ ଯକ୍ଷ୍ମା ଭଳି ରୋଗର ଚିକିତ୍ସାରେ ବ୍ୟବହୃତ ମେଡିସିନ୍ ମଧ୍ୟ ରହିଛି । ଏବେ ଆବଶ୍ୟକ ମେଡିସିନ୍ ତାଲିକାରେ ୩୯୯ଟି ଔଷଧ ରହିଛି । ୩୯ଟି ଔଷଧ ଦର କମିଥିବା ବେଳେ ୧୬ଟି ଔଷଧ ମହଙ୍ଗା ହୋଇଛି । ଏହି ଔଷଧକୁ ଆବଶ୍ୟକ ମେଡିସିନ୍ ତାଲିକାରୁ ବାହାର କରି ଦିଆଯାଇଛି ।

ଅନ୍ଧାରୁଆରେ ଓଡିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ 25 ଏକର ଜମିରେ ନିର୍ମାଣ ହେବାକୁ ଯାଉଛି  । ଯେଉଁଥିରେ ୧୩ ଏକର ବିଦ୍ୟାଳୟ କ୍ୟାମ୍ପସ ହେଉଥିବା ବେଳେ ୧୦୦୦ ଶିକ୍ଷାର୍ଥୀଙ୍କ ପାଇଁ ୨୬ ଟି ଶ୍ରେଣୀଗୃହ ରହିବାର ବ୍ୟବସ୍ଥା କରାଯାଇଛି  ।

ଏହି ବିଦ୍ୟାଲୟ ମଧ୍ୟରେ ୮ଟି ବିଜ୍ଞାନଗାର, ୨ଟି ଛାତ୍ର ଓ ଦୁଇଟି ଛାତ୍ରୀ ନିବାସ, 22 ଟି ଟିଚର କ୍ୱାଟର, 8ଟି ଅତିଥି କକ୍ଷ, 12 ଏକର୍ ଖେଳ ପଡିଆ ରହିବ  । ମୁଖ୍ୟମନ୍ତ୍ରୀ ନବୀୱ ପଟ୍ଟନାୟକ ଏହି ଆଦର୍ଶ ବିଦ୍ୟାଳୟର ଭିତିପ୍ରସ୍ତରକୁ ଭର୍ଚ୍ଚୁଆଲ ମାଧ୍ୟମରେ ସ୍ଥାପନା କରିଥିବାବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଧାୟକ ସୁରେଶ ରାଉତରାୟ , ପ୍ରେମଚନ୍ଦ ଚୌଧିୁରୀ, କ୍ରିସନ କୁମାର, ଉପେନ୍ଦ୍ର ତ୍ରିପାଠୀ ଓ ଅନ୍ୟାନ୍ୟ ଅଧିକାରୀ  ।

ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେହବା ସହ ପ୍ରାଥମିକ ଶିକ୍ଷାରେ ଯେପରି ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଜଡ଼ିତ ହୋଇପାରିବେ ସେନେଇ ଗୁରୁତ୍ୱ ଦେଇଛନ୍ତି  । ଗଞ୍ଜାମ ଜିଲ୍ଲାରେ ୫T ଅନ୍ତ୍ରର୍ଗତରେ ମଡେଲ କ୍ଲାସରୁମ ମଧ୍ୟ ନିକଟରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ନିକଟରେ 25 ଏକର ଜମିରେ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ନିର୍ମିାଣ ହେବାକୁ ଯାଉଛି ନୂତନ ଆଦର୍ଶ ବିଦ୍ୟାଳୟ  ।

ହକି ଓଡ଼ିଶାର ନୂଆ କମିଟି: ସଭାପତି ଜଷ୍ଟିସ ଏ.ଏସ.ନାଇଡୁ, ପ୍ରତାପ ଶତପଥୀ ସାଧାରଣ ସଂପାଦକ

କଟକ: ବଦଳିଳେ ହକି ଓଡ଼ିଶାର ପଦାଧିକାରୀ  । ନୂତନ କମିଟି ଘୋଷଣା କରିଛି ହକି ଓଡ଼ିଶା  ।  ସଭାପତି ଭାବେ ଜଷ୍ଟିସ ଏ.ଏସ.ନାଇଡୁ ଓ ପ୍ରତାପ ଶତପଥୀ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । କଟକ ବାରବାଟି ଷ୍ଟାଡ଼ିୟମ ପରିସରରେ ଆଜି ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା  । ହକି ଓଡ଼ିଶାର ଏହି ସାଧାରଣ ପରିଷଦ ବୈଠକରେ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି  ।

ବୈଠକରେ କିଟ୍ ବିଶ୍ବବିଦ୍ୟାଳୟକୁ ହକି ଓଡିଶାର ଅନୁବନ୍ଧିତ ଅନୁଷ୍ଠାନ ଭାବେ ସ୍ବୀକୃତି ପ୍ରଦାନ କରାଯାଇଥିଲା । ଆଗାମୀ ଚାରିବର୍ଷ ପାଇଁ ହକିର ବିକାଶ ପାଇଁ ନୂଆ ପରିଷଦ କାମ କରିବ ବୋଲି କହିଛନ୍ତି ସଂପାଦକ ପ୍ରତାପ ଶତପଥୀ । ହକି ଓଡିଶାର ଆଗାମୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ  । ଆଗାମୀ ବର୍ଷ ପାଇଁ ସଂଗଠନ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ନିର୍ବାହ କରିବା  । ଯେଉଁ ଖେଳାଳିମାନେ ରହିଛନ୍ତି ସେମାନଙ୍କ କ୍ରୀଡ଼ା ଭବିଷ୍ୟତକୁ

ଫ୍ଲାଇଟରେ ଯାଇ କରୁଥିଲେ ଚୋରି !

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦର ସିହାନି ଗେଟ୍ ପୋଲିସ ଏନକାଉଣ୍ଟର ପରେ ଜଣେ ଦୁର୍ଦ୍ଦାନ୍ତ ଚୋରକୁ ଗିରଫ କରିଛି । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଦୁର୍ବୃତ୍ତ ଜଣଙ୍କ ଦେଶର ସମସ୍ତ ସ୍ଥାନକୁ ବିମାନରେ ଯାଇ ଚୋରି କରୁଥିବା ଗ୍ୟାଙ୍ଗର ସଦସ୍ୟ ।

ଅଭିଯୁକ୍ତର ନାଁ ଏନାମୁଲ ଶେଖ ବୋଲି ସିଟି ଏସପି ନିପୁଣ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏନାମୁଲର ଘର ଝାଡ଼ଖଣ୍ଡରେ । ଏହି ଚୋର ଗ୍ୟାଙ୍ଗର ଲିଡର କମରୁଦ୍ଦିନ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଗିରଫ ଏନାମୁଲକୁ ପଚରାଉଚରା ପରେ ଗ୍ୟାଙ୍ଗର ଅନ୍ୟ ୨ ସଦସ୍ୟ ଶବିଉଲ ଓ ମୋତିଉଲ ବାବଦରେ ଜାଣିବାକୁ ପାଇଛି ପୋଲିସ । ପୋଲିସର ଟିମ୍ ତିନି ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ।

ପଚରାଉଚରା ବେଳେ ଅଭିଯୁକ୍ତ କହିଛି ସେ ବ୍ୟାଙ୍କ ଲୁଟ୍ ପାଇଁ ଆସିଥିଲା । ପୋଲିସ ଘେରିଯିବାରୁ ସେ ଗୁଳି ଚଳାଇଥିଲା । ପୋଲିସର ପାଲଟା ଗୁଳି ତାର ଗୋଡ଼ରେ ବାଜିଛି । ଅଭିଯୁକ୍ତ ବିରୋଧରେ ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦରେ ନକଲି ନୋଟ ନେଇ ମାମଲା ମଧ୍ୟ ରହିଛି । ଏହି ଚୋର ଗ୍ୟାଙ୍ଗ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟ ସହ ଗୋଆରେ ମଧ୍ୟ ଚୋରି କରିଛନ୍ତି ।

ଏନାମୁଲ କିଛିମାସ ତଳେ ଏହି ଚୋର ଗ୍ୟାଙ୍ଗରେ ମିଶିଛି । ଚୋରି ପାଇଁ ସେମାନେ ସ୍ଥାନ ଚିହ୍ନଟ ପରେ ନିକଟରେ ଥିବା ହୋଟେଲରେ ରହୁଥିଲେ । ସାଧାରଣ ଲୋକଙ୍କ ଭଳି ସେଠାରେ ବୁଲିବା ସହ ନଜର ରଖୁଥିଲେ । କେତେକ ସ୍ଥାନରେ ସିକ୍ୟୁରିଟି ଗାର୍ଡଙ୍କୁ ଟଙ୍କା ଲୋଭ ଦେଖାଇ ସାଥୀରେ ନେଇ ଯାଉଥିଲେ । ପୂରା ପ୍ଲାନିଂ ପରେ କମରୁଦ୍ଦିନ ସହଯୋଗୀଙ୍କ ସହ ଚୋରି କରିବାକୁ ଥିବା ଜାଗାରେ ପହଞ୍ଚୁଥିଲେ । ପରେ ଟ୍ରେନ୍ ଓ ଅନ୍ୟ ମାଧ୍ୟମରେ ଚୋରି ସାମଗ୍ରୀ ଧରି ଫେରୁଥିଲେ ।

ପୋଲିସ ଅନୁସାରେ, ଏହି ଗ୍ୟାଙ୍ଗ ଟାର୍ଗେଟରେ ବ୍ୟାଙ୍କ, ଜୁଏଲାରୀ ସପ୍ ଓ ବଡ଼ ଷ୍ଟୋର ରହିଥାଏ । ସେଠାରେ ମୁତୟନ ସୁରକ୍ଷା କର୍ମୀଙ୍କୁ ଚୋରି ଯୋଜନାରେ ସାମିଲ୍ କରୁଥିଲେ ।

ନୂଆ ନୁହେଁ କରୋନା ଭାଇରସ, ୨୧ ବର୍ଷ ତଳେ ଥିଲା ଭୂତାଣୁ

ନୂଆଦିଲ୍ଲୀ: କରୋନା ଭାଇରସ ନୂଆ ନୁହଁ । ୨୧ ହଜାର ବର୍ଷ ପୂର୍ବେ ଏହି ଭୂତାଣୁ ବି ଚଳାଇଥିଲା ତାଣ୍ଡବଲୀଳା । ସାଲଭେକୋଭାଇରସ ନାମରେ ଏହି ଭୂତାଣୁ ଅତିପ୍ରାଚୀନ କାଳରେ ନିଜର ସ୍ଥିତି ଜାହିର କରିଥିଲା ବୋଲି କରେଣ୍ଟ ବାୟୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । କରୋନା ଭାଇରସର ସମୟକାଳ ଯେତେ ବର୍ଷ ବୋଲି ଆକଳନ କରାଯାଉଥିଲା ତାହାର ୩୦ ଗୁଣ ଅଧିକ ସମୟ କାଳରେ ଅର୍ଥାତ ୨୧ହଜାର ବର୍ଷ ତଳେ ରହିଥିଲା । ଏହା ବି କୁହାଯାଇଛି ପାଲିଓଲିଥିକ କାଳ ଅର୍ଥାତ ୨୫ ଲକ୍ଷ ବର୍ଷ ପୂର୍ବେ ଏହି ଭୂତାଣୁ ବିଭିନ୍ନ ପ୍ରାଣୀରୁ ମଣିଷ ନିକଟକୁ ଆସିଥିଲା ।

ଏହି ଭାଇରସ ହଜାର ହଜାର ବର୍ଷ ଧରି ବିଭିନ୍ନ ଭାବେ ନିଜକୁ ପରିକଳ୍ପିତ କରି ରହିଥିଲା । ଦ୍ରୁତ ବିବର୍ତ୍ତାନିକ ପ୍ରକ୍ରିୟାରେ ନିଜର କୌଣସି ପରିବର୍ତ୍ତନ ନ ଘଟାଇ ଏହି ଭୂତାଣୁ ରହିପାରିଛି ବୋଲି ଗବେଷଣାରେ କୁହାଯାଇଛି । ଏହି ଭାଇରସ ପ୍ରକୃତରେ କେତେ ବର୍ଷ ପୁରୁଣା ସେନେଇ ଗବେଷକମାନେ ଏକ ଦୀର୍ଘକାଳୀନ ଟାଇମସ୍କେଲ ପ୍ରସ୍ତୁତ କରିଛନ୍ତି । ବିବର୍ତ୍ତାନିକ ଆପେକ୍ଷିକତାକୁ ନେଇ ଏହି ସମୟକାଳ ନିରୂପିତ ହୋଇଛି । ୨୧ହଜାର ବର୍ଷ ପୂର୍ବେ ମଣିଷ ସମାଜ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇଥିଲେ । ଯାହାକି ହ୍ୟୁମାନ ଜିନୋମ ଡାଟାସେଟରୁ ଜଣାଯାଇଛି ବୋଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ ମହନ ଘଫାରି କହିଛନ୍ତି ।

ତେବେ ଏହି ଗବେଷଣାରେ ପ୍ରାଚୀନ ଓ ବର୍ତ୍ତମାନର ଭୂତାଣୁ ମଧ୍ୟରେ ପାର୍ଥକ୍ୟ ବାରି ହୋଇପାରିନାହିଁ । ଗବେଷଣାରେ ଆରଏନଏ ଓ ଡିଏନଏର ବିବର୍ତ୍ତାନିକ ଇତିହାସ ସମ୍ପର୍କରେ ଜଣାପଡିଛି । ସେହିପରି ଯକୃତ ରୋଗର କାରଣ ସାଜୁଥିବା ହେପାଟାଇଟିସ-ସି ଭାଇରସ ବି ପ୍ରାୟ ୫ ଲକ୍ଷ ବର୍ଷ ତଳେ ଥିଲା ବୋଲି ଗବେଷଣାରେ କୁହାଯାଇଛି । ଆଫ୍ରିକା ମହାଦେଶ ବାହାରେ ପ୍ରାୟ ଦେଢ ଲକ୍ଷ ବର୍ଷ ତଳେ ବିକଶିତ ମାନବ ସଭ୍ୟତାରେ ଏହି ଭୂତାଣୁ ପରିବ୍ୟାପ୍ତ ହୋଇଥିଲା ବୋଲି କୁହାଯାଇଛି ।

ହାତୀଦାନ୍ତ ଡିଲ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ, ଜିଲ୍ଲା ବାହାରକୁ ଲମ୍ବିଛି ଲିଙ୍କ୍

ବାଲେଶ୍ୱର: ହାତୀଦାନ୍ତ ଚୋରା ଚାଲାଣରେ କେନ୍ଦୁଝର, ଭୁବନେଶ୍ୱର ଓ ଭଦ୍ରକର ଲିଙ୍କ । ହାତୀଦାନ୍ତ ମାଢି ବିକ୍ରି ପାଇଁ ଡିଲ ବେଳେ ମାଡି ବସିଲା କ୍ରାଇମ ବ୍ରାଞ୍ଚ  । ରାତି ଅଧରେ ରେଡ୍ କରି ୫ ଜଣଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ  ।  ଖଇରା, ଭଦ୍ରକ ପୋଲିସ ଓ ଔପଦା ବନ ବିଭାଗର ମିଳିତ ଉଦ୍ୟମରେ କ୍ରାଇମ ବ୍ରାଞ୍ଚ ରେଡ କରିଥିଲା । ସେପଟେ ଏଭଳି ହାଇପ୍ରୋଫାଇଲ ଗ୍ୟାଙ୍ଗରେ ସାମିଲ ଥିବା  ସମସ୍ତ ଅଭିଯୁକ୍ତ ଭଦ୍ରକ, ଔପଦାର ବୋଲି ଜଣା ପଡିଛି  ।

ଔପଦା ବ୍ଲକ ମହୁଲଗଡ଼ିଆରୁ ବନମାଳୀ ସେଠି, ସୁଦର୍ଶନ ମହାରଣା, ଅଜୟ ମୁଦୁଲି, ଖଇରା ଜେମାଦେଇପୁରର ବାବୁରାମ ପୃଷ୍ଟି, ଭଦ୍ରକ କାଦବରାଙ୍ଗର ନଟବର ଦାସଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଏକ କିଲୋ ତିନି ଶହ ଗ୍ରାମ ଓଜନର ହାତୀ ଦାନ୍ତ ଓ ଦୁଇଟି ଛଅ କିଲୋରୁ ଅଧିକ ମାଢି ଜବତ କରିଛି ବନ ବିଭାଗ  । ଯାହାର ଆନୁମାନିକ ମୂଲ୍ୟ ବଜ଼ାରରେ 2 ଲକ୍ଷ ଟଙ୍କା ହେବ ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି । ସେପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି କ୍ରାଇମ ବ୍ରାଞ୍ଚ ଡିଏସପି  ।

ସମାଧି ନେବୁ ପଛେ ଦିଲ୍ଲୀ ସୀମାରୁ ହଟିବୁନି: ରାକେଶ ଟିକାୟତ

ମୁଜାଫରନଗର: ମରିବୁ ପଛେ, ପଛକୁ ହଟିବୁନି । ଦିଲ୍ଲୀ ସୀମାରେ ହକର ଲଢ଼େଇ ଜାରି ରହିବ । ଆନ୍ଦୋଳନସ୍ଥଳରୁ ହଟିବେନି କୃଷକ । ମୁଜାଫରନଗର କୃଷକ ମହାପଞ୍ଚାୟତରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ମନ୍ତ୍ର ଦେଇଛନ୍ତି କୃଷକ ନେତା ରାକେଶ ଟିକାୟତ । କହିଛନ୍ତି ଦିଲ୍ଲୀ ସୀମାର ଆନ୍ଦୋଳନ ସ୍ଥଳରେ ସମାଧି ନେବୁ, ଜୀବନ ଦେବୁ ସିନା ନ ଜିତିବା ଯାଏଁ ଆନ୍ଦୋଳନ ସ୍ଥଳ ଛାଡ଼ିବୁନି ।

ପୂର୍ବରୁ ସରକାରଙ୍କ ସହ ଆଲୋଚନା ସଫଳ ହୋଇନଥିବା ବେଳେ ଏବେ ପୁଣି ସରକାର ଆଲୋଚନା ପାଇଁ ଡାକିଲେ ଯିବୁ ବୋଲି କହିଛନ୍ତି ଟିକାୟତ । ସରକାର ଆମ ଦାବି ନ ମାନିନେବା ଯାଏ ଆନ୍ଦୋଳନ ଜାରି ରହିବ । ସ୍ୱାଧୀନତା ପାଇଁ ୯୦ ବର୍ଷ ସଂଘର୍ଷ ଜାରି ରହିଥିଲା । ମୋତେ ଜଣାନାହିଁ ଏହି ଆନ୍ଦୋଲନ କେତେଦିନ ଧରି ଚାଲିବ ।

Muzaffarnagar Kisan Mahapanchayat Rakesh Tikait Says Protest Will Continue Till Demand Fullfills

ଟିକାୟତ କହିଛନ୍ତି, ଏମାନେ ଲୋକଙ୍କୁ ଭାଗ ବାଣ୍ଟିବା କାମ କରୁଛନ୍ତି, ଆମକୁ ରୋକିବାକୁ ପଡ଼ିବ । ଜାନୁଆରୀ ୨୬ରେ ଆନ୍ଦୋଳନର ହତ୍ୟା ହୋଇଥାନ୍ତା । ହଜାର ହଜାର ଫୋର୍ସ ଥିଲେ, ତଥାପି ଆମେ ଆନ୍ଦୋଳନ ସ୍ଥଳରେ ବସିଛୁ । ଆମ ଦାବି ପୂରଣ ନହେବା ଯାଏଁ ହଟିବୁନି । ଆମକୁ ଏମଏସପି ଗ୍ୟାରେଣ୍ଟି ଦରକାର । ଦାବି ପୂରଣ ନହେବା ଯାଏଁ ଦେଶବ୍ୟାପୀ ସଂଯୁକ୍ତ କିଷାନ ମୋର୍ଚ୍ଚ ଆନ୍ଦୋଳନ ଜାରି ରଖିବ । ଆଜି ମୁଜାଫରନଗରରେ ହୋଇଥିବା କୃଷକ ମହାପଞ୍ଚାୟତରେ ୟୁପି ସହ ୧୫ ରାଜ୍ୟର କୃଷକ ସାମିଲ୍ ହୋଇଥିଲେ ।

ଗୁରୁ ଦିବସରେ ଅଘଟଣ: ବାଇକ୍ ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଜଳେଶ୍ୱର: ଗୁରୁ ଦିବସରେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଭଲୋରା ଛକ ନିକଟରେ । ବେଣାପୁରା ଗ୍ରାମର ଭବାନୀ ମହାପାତ୍ର ବାଗଲଡିହା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ, ଗୁରୁଦିବସ ପାଇଁ ସେ ସ୍କୁଲକୁ ଯାଇଥିଲେ । ସ୍କୁଲରୁ ସମସ୍ତ କାମ ସାରି ଫେରିବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଶିକ୍ଷକ ଭବାନୀ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ସ୍ଥନୀୟଲୋକ ଆମ୍ବୁଲାନ୍ସ ସାହାଯ୍ୟରେ ମେଡିକାଲକୁ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଶିକ୍ଷକ ଭବାନୀ ମହାପାତ୍ରଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

ଏଥିସହିତ ପଢ଼ନ୍ତୁ: ଜମିବାଡ଼ିକୁ କେନ୍ଦ୍ରକରି ଭାଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ଭାଇ ମୃତ

ରବି ଶାସ୍ତ୍ରୀଙ୍କୁ କରୋନା, ଆଇସୋଲେସନରେ ବୋଲିଂ କୋଚ୍

ଲଣ୍ଡନ: ୫ ଟିକିଆ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳକୁ ବଡ଼ ଝଟକା ଲାଗିଛି । ତିନୋଟି ଟେଷ୍ଟ ମ୍ୟାଚ୍ ସରିଥିବା ବେଳେ ଚତୁର୍ଥ ଟେଷ୍ଟ ଲଣ୍ଡନର ଓଭାଲରେ ଖେଳାଯାଉଛି । ଆଜି ଚତୁର୍ଥ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ । ଏହାରି ଭିତରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେ ଆଇସୋଲେସନରେ ଅଛନ୍ତି ।

ଶାସ୍ତ୍ରୀଙ୍କ ବାଦ୍ ବୋଲିଂ କୋଚ୍ ଭରତ ଅରୁଣ ଓ ସର୍ପୋଟ ଷ୍ଟାଫର ୨ ଜଣ ସଦସ୍ୟ ମଧ୍ୟ ଆଇସୋଲେସନରେ ଅଛନ୍ତି । ବିସିସିଆଇ ଏନେଇ ରବିବାର ସୂଚନା ଦେଇଛି । ବିସିସିଆଇ ମେଡିକାଲ୍ ଟିମ୍ ରବି ଶାସ୍ତ୍ରୀ, ଭରଣ ଅରୁଣ, ଆର୍. ଶ୍ରୀଧର ଓ ନୀତିନ ପଟେଲଙ୍କୁ ଆଇସୋଲେସନରେ ରଖିଛି । ଗତ ସନ୍ଧ୍ୟାରେ ଫ୍ଲୋ ଟେଷ୍ଟରେ ଶାସ୍ତ୍ରୀଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଥିଲା । ସମସ୍ତଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିବା ବେଳେ ଏମାନେ ହୋଟେଲରେ ରହିବେ । ମେଡିକାଲ ଟିମର ବିନା ଅନୁମତିରେ ଦଳ ସହ ଯାଇପାରିବେ ନାହିଁ ।

ଦଳର ଅନ୍ୟ ସଦସ୍ୟଙ୍କର ମଧ୍ୟ ଫ୍ଲୋ ଟେଷ୍ଟ କରାଯାଇଥିବା ବିସିସିଆଇ କହିଛି । ଟିମ ସଦସ୍ୟଙ୍କ ୨ଟି ଫ୍ଲୋ ଟେଷ୍ଟ ହୋଇଛି । ଗୋଟିଏ ଗତରାତିରେ ହୋଇଥିବା ବେଳେ ଆଜି ସକାଳେ ଆଉ ଗୋଟିଏ ହୋଇଛି । ରିପୋର୍ଟ ନେଗେଟିଭ୍ ଆସିଥିବା ଖେଳାଳିଙ୍କୁ ଓଭାଲରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ଖେଳ ଖେଳିବାକୁ ଅନୁମତି ଦିଆଯାଇଛି ।