spot_img
Home Blog Page 5541

କଟକରେ ୬୯ ଲକ୍ଷ ଟଙ୍କାର ନକଲି କରୋନା ମେଡିସିନ୍ ଠାବ

କଟକରେ ନକଲି କରୋନା ମେଡିସିନ୍‌ । ୬୯ ଲକ୍ଷ ଟଙ୍କା ମେଡିସିନ୍‌ ଠାବ କଲା ଡ୍ରଗ ଡିପାଟମେଣ୍ଟ । ନକଲି କାରବାରରେ ସୀମା ଟପିଲା କଟକ । କନିକାଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲେ ଗୋଦାମ ଉପରେ ଜିଲ୍ଲା ଡ୍ରଗ ଡିପାଟମେଣ୍ଟର ଚଢ଼ାଉ । ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି । ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀରୁ ଏହି ଔଷଧ ଆସୁଥିଲା।ହୋଲସେଲର ବିରୁଦ୍ଧରେ ରେ ଡ୍ରଗ ଆଣ୍ଡ କସମେଟିକ ଆଇନ ମୁତାବକ କଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଥିସହିତ ପଢ଼ନ୍ତୁ: ବିଚ୍‌ ରାସ୍ତାରେ ନାବାଳକକୁ ଟାଙ୍ଗିଆରେ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ

 

କରୋନା ଯୋଗୁଁ ବେପାର ମାନ୍ଦା: ୫୯ ପ୍ରତିଶତ କମିଲା ଯାତ୍ରୀବାହୀ ଗାଡ଼ି ବିକ୍ରି

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଅଟୋ ମୋବାଇଲ୍ ସେକ୍ଟର ଉପରେ ପଡ଼ିଛି । ମେ ମାସରେ ଯାତ୍ରୀବାହୀ ବିମାନ ବିକ୍ରି ୫୯ ପ୍ରତିଶତ ହ୍ରାସ୍ ପାଇଛି । ୨ ଚକିଆ ଯାନ, ଟ୍ରାକ୍ଟର ଓ କମର୍ସିଆଲ୍ ଗାଡ଼ି ଆଦି ବିକ୍ରି ବି ଢେର୍ କମିଛି । ଫେଡେରେସନ୍ ଅଫ୍ ଡିଲର୍ସ ଆସୋସିଏସନ୍ ଅନୁସାରେ, ମେ ମାସରେ ଦେଶବ୍ୟାପୀ ମାତ୍ର ୮୫ ହଜାର ୭୩୩ ପାସେଞ୍ଜର ଗାଡ଼ି ବିକ୍ରି ହୋଇଛି ।

Passenger Vehicle Sales Decline 59 Percent In May Against April Due To corona

ଯେତେବେଳେ କି ଏପ୍ରିଲ୍ ମାସରେ ୨ ଲକ୍ଷ ୮ ହଜାର ୮୮୩ ୟୁନିଟ୍ ଗାଡ଼ି ବିକ୍ରି ହୋଇଥିଲା । ଦୁଇ ଚକିଆ ଗାଡ଼ି ମଧ୍ୟ ୫୩ ପ୍ରତିଶତ ହ୍ରାସ୍ ପାଇଛି । ଦେଶବ୍ୟାପୀ ମେ ମାସରେ ୪ ଲକ୍ଷ ୧୦ ହଜାର ୭୫୭ ଦୁଇ ଚକିଆ ଯାନ ବିକ୍ରି ହୋଇଥିବା ବେଳେ ଏପ୍ରିଲରେ ୮ ଲକ୍ଷ ୬୫ ହଜାର ୧୩୪ଟି ଗାଡ଼ି ବିକ୍ରି ହୋଇଥିଲା । ଅର୍ଥାତ୍ ଏପ୍ରିଲ୍ ତୁଳନାରେ ମେରେ ୨ ଚକିଆ ଗାଡ଼ି ବିକ୍ରି ୫୩ ପ୍ରତିଶତ କମିଛି ।

Passenger Vehicle Sales Decline 59 Percent In May Against April Due To corona

କର୍ମସିଆଲ୍ ଗାଡ଼ି ବିକ୍ରି ୬୬ ପ୍ରତିଶତ ହ୍ରାସ୍ ପାଇଛି । ଏପ୍ରିଲରେ ୫୧ ହଜାର ୪୩୬ କମର୍ସିଆଲ୍ ଯାନ ବିକ୍ରି ହୋଇଥିବା ବେଳେ ମେରେ ଏହା ହ୍ରାସ୍ ପାଇ ୧୭ ହଜାର ୫୩୪ରେ ପହଞ୍ଚିଛି । ମେ ମାସରେ ଟ୍ରାକ୍ଟର ବିକ୍ରି ୫୭ ପ୍ରତିଶତ ହ୍ରାସ ହୋଇଥିବା ବେଳେ ତିନି ଚକିଆ ଗାଡ଼ି ବିକ୍ରି ୭୬ ପ୍ରତିଶତ ଖସିଛି ।

ଶବ ଶୋଭାଯାତ୍ରା ସମୟରେ ‘ରାମ ନାମ ସତ୍ୟ ହେ’ ଉଚ୍ଚାରଣକୁ ନେଇ ତୁମୁଳ କାଣ୍ଡ

କୋଲକତା: ରାମ ନାମ ସତ୍ୟ ହେ ଉଚ୍ଚାରଣକୁ କେନ୍ଦ୍ର କରି ଆକ୍ରମଣ । ପଶ୍ଚିମବଙ୍ଗ ଉତ୍ତର- ୨୪ ପ୍ରଗଣା ଅଞ୍ଚଳରେ ଅଭାବନୀୟ ଘଟଣା  । ଏକ ଶବ ଶୋଭାଯାତ୍ରା ସମୟରେ ରାମ ନାମ ସତ୍ୟ ହେ ଉଚ୍ଚାରଣକୁ ନେଇ ତୁମୁଳ କାଣ୍ଡ  । ୫ ବିଜେପି କର୍ମୀଙ୍କ ଉପରେ ଧାରୁଆ ଅସ୍ତ୍ରରେ ତୃଣମୂଳ କଂଗ୍ରେସର କିଛି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି  ।

ସୂଚନା ଅନୁସାରେ, ପ୍ରାଚୀନ ବନଗାଁଓ ଖଟିକପଡ଼ା ଅଞ୍ଚଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ହିନ୍ଦୁ ପରମ୍ପରା ଅନୁଯାୟୀ ଦାହ ପାଇଁ ଶବ ଶୋଭାଯାତ୍ରା ବାହାରି ଥିବା ବେଳେ ରାମ ନାମ ସତ୍ୟହେ ଉଚ୍ଚାରଣ କରାଯାଇଥିଲା । ଏହି ଶୋଭାଯାତ୍ରା ଜଣେ ଟିଏମସି କର୍ମୀଙ୍କ ଘର ଦେଇ ଯାଇଥିଲା । ତେବେ ଶବ ଦାହ କରି ଫେରୁଥିବା ବେଳେ କିଛି ବିଜେପି କର୍ମୀଙ୍କୁ ଟିମଏମସି ନେତାଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଆହତ ହୋଇଥିବା ୫ଜଣଙ୍କୁ ବନଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ରହିଛି ।

ଟିଏମସିରେ ଯୋଗଦେଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ

କୋଲକାତା: ପଶ୍ଚିମବଙ୍ଗ ବିଜେପିକୁ ବଡ଼ ଝଟକା ଲାଗିଛି । ବିଜେପି ବିଧାୟକ ଥିବା ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । କୋଲକାତା ସ୍ଥିତ ତୃଣମୂଳ ଭବନରେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ୍ ହୋଇଛନ୍ତି ମୁକୁଲ ରୟ । ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ଟିଏମସିରେ ମିଶିଛନ୍ତି ।

 BJP National Vice President Mukul Roy joins TMC

ପ୍ରାୟ ୪ ବର୍ଷ ପରେ ଘରକୁ ଫେରିଛନ୍ତି ମୁକୁଲ ରୟ । ୨୦୧୭ ନଭେମ୍ବରରେ ଟିଏମସି ଛାଡ଼ି ମୁକୁଲ ରୟ ବିଜେପିରେ ସାମିଲ୍ ହୋଇଥିଲେ । ଗତ କିଛିଦିନ ହେଲା ବିଜେପି ସହ ମୁକୁଲଙ୍କ ମତଭେଦ ଲାଗି ରହିଥିବା ବେଳେ ସେ ଆଜି ଟିଏମସିରେ ଯୋଗ ଦେଇଥିଲେ । କିଛିଦିନ ତଳେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ରୋଗରେ ପୀଡ଼ିତ ଥିବା ମୁକୁଲ ରୟଙ୍କ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ । ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ।

 BJP National Vice President Mukul Roy joins TMC

ମୁକୁଲ ରୟ ପୁଅ ଶୁଭ୍ରାଂଶୁ ସହ ଟିଏମସିରେ ସାମିଲ୍ ହେବା ପରେ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି, ମୁକୁଲ ରୟ ଦଳ ସହ କୌଣସି ବିଶ୍ୱାସ ଘାତକତା କରିନାହାଁନ୍ତି । ଯେଉଁମାନେ ଦଳ ସହ ବିଶ୍ୱାସ ଘାତକତା କରିଛନ୍ତି, ସେମାନଙ୍କୁ ଫେରାଇ ଅଣାଯିବ ନାହିଁ ।

ନିର୍ଦ୍ଦୟ ପୁଅ: ଦୃଷ୍ଟି ବାଧିତ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲିଗଲା

ଭଞ୍ଜନଗର: ନିର୍ଦ୍ଦୟ ପୁଅର ହତଭାଗା ମାଆ । ପୁଅ ଜନ୍ମ କରି ନିଜକୁ କେତେ ଭାଗ୍ୟବାନ ମଣିଥିଲା । ଆଶା କରିଥିଲା ପରିଣତ ବୟସରେ ପୁଅ ସାହା ହେବ । ପୁଅ ବଡ଼ ହେଲେ ମାଆର ଦୁଃଖ ଦୂର ହେବ । କିନ୍ତୁ ସବୁ ଆଶା ଆଶାରେ ରହିଗଲା । ପରିଣତ ବୟସରେ ଦୃଷ୍ଟି ବାଧିତ ମାଆକୁ ପର କରିଦେଲେ । ନିର୍ଜନ ସ୍ଥାନରେ ଛାଡ଼ି ଚାଲିଗଲା ନିର୍ଦ୍ଦୟ ପୁଅ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଘର ଚଳାଇବାକୁ ସମର୍ଥ ନଥିବାରୁ ପୁଅ ଏଭଳି କରିଥିବା ଜଣାପଡ଼ିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ବୁଢ଼ୀ ମାଆକୁ ଉଦ୍ଧାର କରିଛି । ପରେ ୨ ପୁଅକୁ ଡକାଇ ପଚାରାଉଚରା କରୁଛି ପୋଲିସ । ପୁଅ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳର ବୋଲି ଜଣାପଡ଼ୁଛି । ସେମାନେ କିଭଳି ଓ କେଉଁ କାରଣରୁ ମାଆକୁ ନେଇ ଭଞ୍ଜନଗରେ ଛଡ଼ିଲେ ପଚରାଉଚରା କରୁଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ମୋ ବାପାଙ୍କୁ ବଞ୍ଚାଇଦିଅ, ଗୋଟିଏ ପୁଅର ଆକୁଳ ନିବେଦନ

ରାଜ୍ୟ ସରକାରଙ୍କ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ନେଇ ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର:ବଢ଼ିଲା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି । ଜୁନ ୨୬ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଆବେଦନ କରିବାର ସମୟ । କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ୨୦୧୬ । ଏହି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଛି ଚିକିତ୍ସା ସୁବିଧା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ସ୍ୱାସ୍ଥ୍ୟ ବୀମା ଯୋଜନାରେ କର୍ମଜୀବୀ ସାମ୍ୱାଦିକଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ। ସ୍ୱାସ୍ଥ୍ୟ ବୀମା କାର୍ଡ଼ ଗୁଡ଼ିକ ସମ୍ପୃକ୍ତ ସାମ୍ୱାଦିକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯିବ। ହିତାଧିକାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ଆଇଡିଣ୍ଟିଫିକେସନ୍‌ ନମ୍ୱର ବ୍ୟବହାର କରି ଏହି ସୁବିଧା ପାଇପାରିବେ ।

ବିଜେପିକୁ ବଡ଼ ଝଟକା, ୪ ବର୍ଷ ପରେ ମୁକୁଲ ରୟ ଘରକୁ ଫେରିବା ସମ୍ଭାବନା

କୋଲକାତା: ମୁକୁଲ ରୟଙ୍କୁ ହରାଇବ ପଶ୍ଚିମବଙ୍ଗ ବିଜେପି । ନିର୍ବାଚନ ପରେ ପ୍ରଥମଥର ପାଇଁ କେହି ବିଜେପି ଛାଡ଼ି ମମତାଙ୍କ ତୃଣମୂଳ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁକୁଲ ରୟ ବିଜେପିରେ ଯୋଗ ଦେଇଥିଲେ । ଏବେ ସେ ୪ ବର୍ଷ ପରେ ଘରକୁ ଫେରିବା ମାନେ ଟିଏମସିରେ ଯୋଗଦେବେ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ମୁକୁଲ ରୟ ଟିଏମସିରେ ଯୋଗଦେବେ ବୋଲି ଜଣାପଡ଼ିଛି । ୨୦୧୭ରେ ମୁକୁଲ ରୟ ବିଜେପିରେ ଯୋଗ ଦେଇଥିଲେ । ଦଳରେ ନିର୍ବାଚନ ବେଳେ ତାଙ୍କୁ ଉପେକ୍ଷା କରାଯାଇଥିବା କହିଛନ୍ତି ମୁକୁଲ ରୟ । ମୁକୁଲ ରୟ ଦଳ ବିରୋଧରେ ବିଷୋଦଗାର୍ କରି ଟିଏମସି ଯୋଗଦେବାକୁ ଯାଉଥିବା ବେଳେ ଏହା ବିଜେପିକୁ ମହଙ୍ଗା ପଡ଼ିବ ବୋଲି କହିଛନ୍ତି ରାଜନୀତିକ ସମୀକ୍ଷକ ।

୬ ବର୍ଷ ତଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଟିଏମସି ମୁକୁଲ ରୟଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା । ଯଦିଓ ମମତାଙ୍କ ପରେ ଟିଏମସିରେ ମୁକୁଲଙ୍କୁ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ଗଣାଯାଉଥିଲା, ତଥାପି ସେ ବିଜେପିରେ ଯୋଗଦେବା ପରେ ଟିଏମସି ଉପରେ ସେତେଟା ପ୍ରଭାବ ପଡ଼ି ନଥିଲା । ୧୯୯୮ରୁ ରାଜନୀତି କରୁଥିବା ମୁକୁଲ ରୟଙ୍କ ନାମ ନାରଦା ଷ୍ଟିଙ୍ଗ୍ କେସରେ ବି ରହିଛି ।

ଏଆଇସିଟିଇରୁ ବାଦ ପଡ଼ିଲା ଓଡ଼ିଆ ଭାଷା, କେନ୍ଦ୍ରକୁ ଚିଠି ଲେଖିବେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା କଟକଣା ପାଇଁ ବନ୍ଦ ରହିଛି ସ୍କୁଲ କଲେଜ୍‌। ସ୍କୁଲ ବନ୍ଧ ପାଇଁ ଦେଶରେ ଘରେ ରହିଛି ପିଲା କେମିତି ପାଠ ପଢ଼ିବେ ସେଥିପାଇଁ କେନ୍ଦ୍ର ସରକାର ଅନ୍‌ଲାଇନ୍‌ ଶିକ୍ଷା ଆରମ୍ଭ କରିଥିଲେ। ତେବେ କୋଭିଡ ସମୟରେ ଅନ୍‌ଲାଇନ୍‌ ଶିକ୍ଷାର ବହୁ ପ୍ରଚାର ଓ ପ୍ରସାର ହୋଇଛି। ଦେଶର ସମସ୍ତ ଛାତ୍ରଛାତ୍ରୀ ଏବେ ଅନ୍‌ଲାଇନ୍‌ ଶିକ୍ଷା ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ବୈଷୟିକ ଶିକ୍ଷା ପରି ପାଠ୍ୟକ୍ରମ ଯାହା କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଜାତୀୟ ପ୍ଲାଟଫର୍ମ ସ୍ୱୟଂରେ ପଢ଼ାଯାଉଥିଲା।

ଗତ ବର୍ଷ ନିଷ୍ପତ୍ତି ହୋଇଥିଲା ଯେ ୧୦ଟି ଆଞ୍ଚଳିକ ଭାଷାରେ ପାଠକୁ ଅନୁବାଦ କରି ପଢ଼ାଯିବ। ହେଲେ ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ (AICTE)  ଏଥର ଓଡ଼ିଆକୁ ବାଦ ଦେବା ପରିତାପର ବିଷୟ। ଏହାର ପୁନର୍ବିଚାର ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବେ। ଏହି କୋଭିଡ ସମୟରେ ଅନ୍‌ଲାଇନ୍‌ ଶିକ୍ଷାକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ସେ ଦିଗରେ IT ବିଭାଗ କାମ କରୁଛି। ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ କାହିଁକି ବାଦ ଦିଆଗଲା, ସେ ଉତ୍ତର କେନ୍ଦ୍ର ସରକାର ଦିଅନ୍ତୁ ବୋଲି IT ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

ମୋ ବାପାଙ୍କୁ ବଞ୍ଚାଇଦିଅ, ଗୋଟିଏ ପୁଅର ଆକୁଳ ନିବେଦନ

ଭୁବନେଶ୍ୱର: ବାପା, ଯିଏ ଆମ ଜୀବନର ଏକ ବୁଢ଼ା ବରଗଛ। ସବୁ ସମୟରେ ପ୍ରତିଟି ବିପଦରୁ ଆମକୁ ଦୁରେଇ ରଖିଥାଏ। ଅହରହ ସଂଘର୍ଷ କରି ଛୋଟରୁ ବଡ଼ କରିଥାଏ। ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ରୋଜଗାର କରିଥାଏ କେବଳ ପୁଅର ସମସ୍ତ ଆବଶ୍ୟକତାକୁ ପୁରଣ କରିବା ପାଇଁ। ହେଲେ ଆଜି ସେଇ ବାପା ଜୀବନ ଆଉ ମରଣ ସହ ଲଢ଼ୁଛି। ଆଉ ବାପାଙ୍କୁ ବଞ୍ଚାଇବା ପାଇଁ ପୁଅର ଆକୁଳ ନିବେଦନ। ପୁଅ ପାଖରେ ଶକ୍ତି ଅଛି ଲଢ଼ିବା ପାଇଁ ହେଲେ ଅର୍ଥ ଅଭାବ ସବୁ ସାମର୍ଥ୍ୟର ମେରୁଦଣ୍ଡକୁ ଭାଙ୍ଗି ଦେଉଛି।

ଦୈନିକ ମେଡିକାଲ ଖର୍ଚ୍ଚ ପାଇଁ ଚିନ୍ତାରେ ପୁଅ। ପ୍ରତି ଦିନ ଦରକାର ପଡୁଛି ୧୫ ରୁ ୨୦ ହଜାର ଟଙ୍କା। ଯେତିକି ସଞ୍ଚିତ ସମ୍ବଳ ପାଖରେ ଥିଲା ସେସବୁ ଖର୍ଚ୍ଚ ହୋଇ ସାରିଲାଣି। ଏବେ ପର୍ଯ୍ୟନ୍ତ ମୋଟ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ବାପା ଯେତେବେଳେ ଏତେ କଷ୍ଟରେ ମୋତେ ଏତେ ବଡ଼ କରିଛନ୍ତି ଆଜି ମୁଁ ତାଙ୍କୁ ଏମିତି ବିପଦରେ କେମିତି ଛାଡ଼ିଦେବି। ଏଭଳି ଭାବନା ଆଜି ପୁଅକୁ ହାର ମାନିବାକୁ ଦେଉନାହିଁ। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛି ପୁଅ। ବାପା ରାମ ଚନ୍ଦ୍ର ସାହୁଙ୍କୁ ବଞ୍ଚାଇବା ପାଇଁ ପୁଅ ଅର୍ଥ ପାଇଁ ଆପ ଯୋଗେ ସାହାଯ୍ୟ ମାଗିଛି। ବାପା ରାମ ଚନ୍ଦ୍ର ସାହୁ ୫୦ରୁ  ଅଧିକ ଦିନ ହେଲାଣି ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଘରଭଞ୍ଜା କୋଲ୍ହା ଗର ଗାଁରେ। ଉକ୍ତ ଗାଁର ରାମ ଚନ୍ଦ୍ର ସାହୁ ଗତ ଏପ୍ରିଲ ୨୨ ତାରିଖରେ ରାଜକନିକାରୁ ଚାନ୍ଦବାଲି ଯିବା ସମୟରେ ଓସ୍ତିଆ ପେଟ୍ରୋଲ ପମ୍ପ ନିକଟରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଫଳରେ ରାମ ଚନ୍ଦ୍ରଙ୍କ ଅଣ୍ଟା, ଛାତି ହାଡ଼ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୀର୍ଘ ୫୦ରୁ  ଅଧିକ ଦିନ ହେବ ଆଇସିୟୁରେ ଚିକିତ୍ସିତ ହେବା ଯୋଗୁଁ ପୁଅ ସତ୍ୟଜିତଙ୍କ ପାଖରୁ ପ୍ରାୟ ସମସ୍ତ ଅର୍ଥ ଶେଷ ହୋଇ ସାରିଲାଣି। ତେବେ ବଞ୍ଚିବା ପାଇଁ କ୍ରିଟିକାଲ ସର୍ଜରୀର ଆବଶ୍ୟକତା ଅଛି ବୋଲି ଡାକ୍ତର କହିଛନ୍ତି। ଯେଉଁଥିପାଇଁ ବହୁତ ଅର୍ଥ ଦରକାର ପଡୁଛି। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ଆର୍ଥିକ ସହାୟତା ଲୋଡିଛନ୍ତି। ତେଣୁ ସେ ସମସ୍ତଙ୍କୁ ନିବେଦନ କରି କହିଛନ୍ତି ଯେ, କିଛି କିଛି ସହାୟତା କଲେ ବାପାଙ୍କ ଜୀବନ ବଞ୍ଚିପାରିବ। ପୁଅ ବିଜେବି କଲେଜରେ ସମ୍ବାଦିକ ପାଠ ପଢ଼ା ସାରି ଗତ କିଛି ମାସ ହେବ ଏକ ଗଣମାଧ୍ୟମର ଡିଜିଟାଲରେ କାର୍ଯ୍ୟ କରୁଥିଲେ। ହେଲେ ଦୁର୍ଘଟଣା ତାଙ୍କ ପରିବାରର ମେରୁଦଣ୍ଡ ଦୋହୋଲାଇ ଦେଇଛି। ହସଖୁସିର ପରିବାରରେ ଯେମିତି କଳାବାଦଲ ଘୋଟିଯାଇଛି।

ମହଙ୍ଗା ପଡ଼ିଲା ଟିଭି ବିତର୍କ, ଫିଲ୍ମ ନିର୍ଦ୍ଦେଶକ ଆୟେଶା ସୁଲତାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା

କୋଚି: ଲାକ୍ଷାଦ୍ୱୀପରେ ପୋଲିସ ଫିଲ୍ମ ନିର୍ଦ୍ଦେଶକ ଆୟେଶା ସୁଲତାନଙ୍କ ବିରୋଧରେ ଦେଶଦ୍ରୋହ ମାମଲାରେ ରୁଜୁ କରିଛି । ଆୟେଶା ଟିଭି ଡିବେଟରେ ଲାକ୍ଷାଦ୍ୱୀପରେ କରୋନା ସଂକ୍ରମଣକୁ ନେଇ ଭୁଲ୍ ତଥ୍ୟ ଦେଇଥିବା ବିଜେପି ନେତା ଅଭିଯୋଗ କରିଥିଲେ । ଲାକ୍ଷାଦ୍ୱୀପ ବିଜେପି ସଭାପତି ଅବ୍ଦୁଲ ଖଦରଙ୍କ ଅଭିଯୋଗ କ୍ରମେ ଆୟେଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲାରେ ରୁଜୁ ହୋଇଛି ।

 Filmmaker Aisha Sultana booked for sedition for spreading 'false' news on COVID-19 in Lakshadweep

ଲାକ୍ଷାଦ୍ୱୀପର ଚେଟିଥ୍ ଦ୍ୱୀପରେ ଆୟେଶା ରୁହନ୍ତି । କଭାରତି ପୋଲିସରେ ହୋଇଥିବା ଅଭିଯୋଗ ପ୍ରକାରେ, ଆୟେଶାଙ୍କ ବିରୋଧରେ ଧାରା ୧୨୪ କ (ଦେଶଦ୍ରୋହ) ଓ ୧୫୩ ଖ (ହିଂସାତ୍ମକ ଭାଷଣ) ପାଇଁ ମାମଲା ରୁଜୁ କରାଯାଇଛି ।

ଲାକ୍ଷାଦ୍ୱୀପ ବିଜେପି ସଭାପତି ଅବ୍ଦୁଲ ଖଦରଙ୍କ ଅଭିଯୋଗ କରିଛନ୍ତି, ମଲାୟଲମ ଟିଭି ବିତର୍କରେ ଭାଗ ନେଇ ଲାକ୍ଷାଦ୍ୱୀପରେ କୋଭିଡ୍ ସଂକ୍ରମଣ ପାଇଁ କେନ୍ଦ୍ର ସରକାର ଜୈବିକ ଅସ୍ତ୍ର ପ୍ରୟୋଗ କରୁଥିବା ଆୟେଶା କହିଥିଲେ । ଆୟେଶା ଦେଶ ବିରୋଧୀ ହୋଇଥିବା ନେଇ ଅବ୍ଦୁଲ ଅଭିଯୋଗ କରିଥିଲେ । ଏଥିସହ ଆୟେଶାଙ୍କୁ ଗିରଫ ଦାବି କରି ବିଜେପି ପ୍ରତିବାଦ କରିଥିଲା ।

ଲାକ୍ଷାଦ୍ୱୀପର ମଡେଲ୍ ତଥା ଅଭିନେତ୍ରୀ ଆୟେଶା ଏକାଧିକ ମଲାୟଲମ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।