spot_img
Home Blog Page 5606

ନୀଳଗିରି ଅଞ୍ଚଳରେ ବାତ୍ୟା ବିତ୍ପାତ: ଘର ଉପରେ ଭାଙ୍ଗି ପଡ଼ିଲା ଗଛ

ନୀଳଗିରି: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହାର ପ୍ରଭାବରେ ପବନର ବେଗ ଅଧିକରୁ ଅଧିକ ହେବାରେ ଲାଗିଥିବା ବେଳେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଯିବା ଯୋଗୁଁ ରାସ୍ତା ଅବରୋଧ ହୋଇପଡ଼ିଛି ତ ଆଉ କେଉଁଠି ଘର ଉପରେ ଗଛ ଭାଙ୍ଗି ପଡ଼ିଛି । ନୀଳଗିରି ଉପଖଣ୍ଡ ଅନେକ ଗାଁ ଏବେ ଜଳମଗ୍ନ ।ଔପଦା ବ୍ଲକ୍ ଜୁରିଆପାଟଣା ଗାଁରେ ଡ୍ରେନର ସୁବିଧା ନଥିବାରୁ ରାସ୍ତାରେ ପାଣି ମାଡ଼ିବା ସହ ଧିରେ ଧିରେ ଘର ମଧ୍ୟ ବୁଡ଼ିବାରେ ଲାଗିଛି। ବିଶେଷକରି ନୀଳଗିରି ଉପଖଣ୍ଡ ଅଞ୍ଚଳ ଦ୍ୱାରିକା, ଗୋଡ଼ିଖଳା, ଜୁଆରିପାଟଣା, ଗୋପ, ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଚିତ୍ର ସାମ୍ନାକୁଆସିଛି, ବାତ୍ୟା ‘ୟାସ୍’ର ପ୍ରଭାବ ବଢ଼ିବା ସହ ଲୋକେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ : ୪ ଫୁଟ ଉପରକୁ ଉଠିଲାଣି ସମୁଦ୍ର ଜୁଆର, ପବନର ଘଣ୍ଟାପ୍ରତି ବେଗ ୧୦୦ କି.ମି

https://www.youtube.com/watch?v=epdFGxwUHaU

ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ : ୪ ଫୁଟ ଉପରକୁ ଉଠିଲାଣି ସମୁଦ୍ର ଜୁଆର, ପବନର ଘଣ୍ଟାପ୍ରତି ବେଗ ୧୦୦ କି.ମି

ବାଲେଶ୍ୱର: ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ବାତ୍ୟା ୟାସ୍ ବାଲେଶ୍ୱର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ୫୦ କିଲୋମିଟର ଦୂରରେ ରହିଥିବା ବେଳେ ଏବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାର ପ୍ରଭାବରେ ପବନର ବେଗ ପ୍ରବଳରୁ ଅତି ପ୍ରବଳ ହୋଇଥିବା ବେଳେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି ।

ପବନର ବେଗ ୧୦୦ରୁ ୧୨୦ କି.ମି ଥିବା ସୂଚନା । ସମୁଦ୍ର ଜୁଆର ମଧ୍ୟ କୂଳ ଲଙ୍ଘିବାରେ ଲାଗିଛି । ଆଜି ପୂର୍ଣ୍ଣିମା ହୋଇଥିବାରୁ ସମୁଦ୍ରରେ ଉଚ୍ଚା ଜୁଆର ମଧ୍ୟ ଦେଖିବାକୁ ମିଳିଛି । କିଛି କିଛି ଜାଗାରେ ଗଛ ଡ଼ାଳ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଅପରପକ୍ଷରେ ଆନନ୍ଦପୁରରେ ଜଣେ ଲୋକଙ୍କ ଗଛ ପଡ଼ି ମୃତ୍ୟୁ ଘଟିଛି ।

ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୩-୪ ଘଣ୍ଟା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସୂଚିନା ଦେଇଛନ୍ତି । ଲ୍ୟାଣ୍ଡଫଲ୍ ସମୟ ବାତ୍ୟା ବେଳରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ସମୟରେ ହିଁ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟିଥାଏ । ଏହି ସମୟରେ ଆଦୈ ଘରୁ ବାହାରିବା ଉଚିତ୍ ନୁହେଁ । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଏହାର ଅଧିକ ପ୍ରଭାବ ଦେଖାଯିବ ।

https://www.youtube.com/watch?v=epdFGxwUHaU

ଏଥିସହିତ ପଢ଼ନ୍ତୁ: ୫୦ କିଲୋମିଟର ଦୂରରେ ୟାସ, ୧୩୦ ରୁ ୧୪୦ ରହିବ ପବନର ବେଗ

ରାଜ୍ୟରେ ଆଉ ୧୧ ହଜାର ୬୨୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଅଧିକ ଟେଷ୍ଟିଂ ବଢ଼ାଉଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୧୧ ହଜାର ୬୨୩ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୬୫୦୯, ଲୋକାଲ କେସ ୫୧୧୪, ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧ ଆକ୍ରାନ୍ତ ଚିହ୍ନଟ । କଟକରୁ ୯୯୮, ଅନୁଗୁଳରୁ ୮୨୩, ସୁନ୍ଦରଗଡ଼ରୁ ୬୯୯, ଯାଜପୁରରୁ ୫୬୦, ବାଲେଶ୍ୱରରୁ ୫୦୮, ଭଦ୍ରକରୁ ୪୬୧, ଢେଙ୍କାନାଳରୁ ୪୪୧, କଳାହାଣ୍ଡିରୁ ୩୫୨, ଷ୍ଟେଟପୁଲରୁ ୩୩୮ । ୨୪ ଘଣ୍ଟାରେ ସୁସ୍ଥ ହେଲେ ଆଉ ୧୧ ହଜାର ୭୬୯ ଆକ୍ରାନ୍ତ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭ ଲକ୍ଷ ୨୬ ହଜାର ୩ । ମେଟ ସୁସ୍ଥ ହେଲେଣି ୬ ଲକ୍ଷ ୧୨ ହଜାର ୯୯୩ । ଏବେବି ସାରା ରାଜ୍ୟରେ ୧ ଲକ୍ଷ ୧୦ ହଜାର ୩୭୩ ସକ୍ରିୟ ମାମଲା ।

https://www.youtube.com/watch?v=epdFGxwUHaU

ଏଥିସହିତ ପଢ଼ନ୍ତୁ: ନୀଳଗିରିରେ ବାତ୍ୟା ତାଣ୍ଡବ: ପବନ ବର୍ଷାରେ ଭାଙ୍ଗିଲା ଘର

ଆନନ୍ଦପୁରରେ ଅଘଟଣ: ଗଛ ପଡ଼ି ଜଣେ ମୃତ

ଆନନ୍ଦପୁର: ବାତ୍ୟା ‘ୟାସ୍’ ପୂର୍ବରୁ ଅଘଟଣ । ଆନନ୍ଦପୁର ବ୍ଳକ୍ ପଞ୍ଚୁପଲ୍ଲୀ ଗାଁରେ ଅଘଟଣ । ପ୍ରବଳ ପବନ ଯୋଗୁଁ ଗଛ ପଡ଼ି ଜଣେ ମୃତ । ମୃତ ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ । ସୂଚନା ଯୋଗ୍ୟ, ସ୍ଥଳଭାଗ ଆଡ଼କୁ ମୁହାଁଇବାରେ ଲାଗିଛି ବାତ୍ୟା ‘ୟାସ୍’ ।  ଧାମରା ପାଖରୁ ବର୍ତ୍ତମାନ ବାତ୍ୟାର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଦୂରରେ ରହିଥିବା କହିଛନ୍ତି ଜାତୀୟ ପାଣିପାଗ ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସେପଟେ ବାତ୍ୟା ଯେତେବେଳେ ସ୍ଥଳ ଭାଗ ଛୁଇଁବ, ଘଣ୍ଟାପ୍ରତି ୧୩୦ ରୁ ୧୪୦ କିଲୋମିଟର ବେଗରେ ପବନର ବେଗ ରହିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ନିର୍ଦେଶକ ।

https://www.youtube.com/watch?v=epdFGxwUHaU

ଏବେ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଗଲାଣି। ଆଉ କିଛି ସମୟ ଭିତରେ ଏହା ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ୍‌’। ରାଡାର ତଥ୍ୟ ଅନୁସାରେ ବାତ୍ୟାର କେନ୍ଦ୍ରବିନ୍ଦୁଠାରୁ ଏହା ୪୦୦ କିଲୋମିଟର ବ୍ୟାସ ଅଞ୍ଚଳ ମଧ୍ୟରେ ଯାଏ ଏହାର ପ୍ରଭାବ ରହିବ। ଅର୍ଥାତ୍‌ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ଯଥେଷ୍ଟ ରହିବ। ଆସନ୍ତା କିଛି ଘଣ୍ଟା ଭିତରେ ଜଗତସିଂହପୁରରେ ବର୍ଷା ପବନ କମିବା ସମ୍ଭାବନା ରହିଥିବା ବେଳେ ବାଲେଶ୍ଵରରେ ସନ୍ଧ୍ୟା ଯାଏ ପବନ ଲାଗି ରହିବ ବୋଲି ଭାରତ ପାଣିପାଗ ବିଭାଗର ମହା ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ନୀଳଗିରିରେ ବାତ୍ୟା ତାଣ୍ଡବ: ପବନ ବର୍ଷାରେ ଭାଙ୍ଗିଲା ଘର

ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଏବେ ବାଲେଶ୍ଵର ଉପକୂଳରେ ୮୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି। ଯଦିଓ ଏହା ୧୬୫ କିଲୋମମିଟର ପବନ ହେବ ନାହିଁ କିନ୍ତୁ କିଛି ଘଣ୍ଟା ଭିତରେ ଏହି ପବନର ବେଗ ୧୩୦-୧୪୦ କିଲୋମିଟର ହେବା ଆଶଙ୍କା ରହିଛି। ସ୍ଥାନ ବିଶେଷରେ ଏହା ୧୫୦ କିଲୋମିଟରକୁ ଛୁଇଁପରେ ବୋଲି  ସ୍ପଷ୍ଟ କରିଛନ୍ତି। ଗତକାଲିର ଆକଳନ ଅନୁସାରେ ଆଜି ପ୍ରାତଃ ସମୟରେ ବାତ୍ୟା ଉପକୂଳ ଛୁଇଁବା ଆଶଙ୍କା ରହିଥିଲା। କିନ୍ତୁ ବାତ୍ୟାର କେନ୍ଦ୍ରସ୍ଥଳରେ ପବନ କମିବା ହେତୁ ତାହା ଧୀର ବେଗରେ ଗତି କରୁଛି। ପୂର୍ବାହ୍ନ ୧୦ଟାରୁ ୧୨ଟା ଭିତରେ ଏହା ଏବେ ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି। ଆଜି ସକାଳ ୫ଟା ୩୦ ମିନିଟ୍‌ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୩ ସେଣ୍ଟି ମିଟର ବର୍ଷା ରେକର୍ଡ଼ କରାଯାଇଛି।

୫୦ କିଲୋମିଟର ଦୂରରେ ୟାସ, ୧୩୦ ରୁ ୧୪୦ ରହିବ ପବନର ବେଗ

ଭୁବନେଶ୍ୱର: ବାତ୍ୟା ୟାସ ଉପକୂଳ ମୁହାଁ ହୋଇଛି । ଆସ୍ତେ ଆସ୍ତେ ଉପକୂଳ ନିକଟତର ହୋଇଛି । ଧାମରା ପାଖରୁ ବର୍ତ୍ତମାନ ବାତ୍ୟାର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଦୂରରେ ରହିଥିବା କହିଛନ୍ତି ଜାତୀୟ ପାଣିପାଗ ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ସେପଟେ ବାତ୍ୟା ଯେତେବେଳେ ସ୍ଥଳ ଭାଗ ଛୁଇଁବ, ଘଣ୍ଟାପ୍ରତି ୧୩୦ ରୁ ୧୪୦ କିଲୋମିଟର ବେଗରେ ପବନର ବେଗ ରହିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ନିର୍ଦେଶକ ।

ଏବେ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଗଲାଣି। ଆଉ କିଛି ସମୟ ଭିତରେ ଏହା ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ୍‌’। ରାଡାର ତଥ୍ୟ ଅନୁସାରେ ବାତ୍ୟାର କେନ୍ଦ୍ରବିନ୍ଦୁଠାରୁ ଏହା ୪୦୦ କିଲୋମିଟର ବ୍ୟାସ ଅଞ୍ଚଳ ମଧ୍ୟରେ ଯାଏ ଏହାର ପ୍ରଭାବ ରହିବ। ଅର୍ଥାତ୍‌ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ଯଥେଷ୍ଟ ରହିବ। ଆସନ୍ତା କିଛି ଘଣ୍ଟା ଭିତରେ ଜଗତସିଂହପୁରରେ ବର୍ଷା ପବନ କମିବା ସମ୍ଭାବନା ରହିଥିବା ବେଳେ ବାଲେଶ୍ଵରରେ ସନ୍ଧ୍ୟା ଯାଏ ପବନ ଲାଗି ରହିବ ବୋଲି ଭାରତ ପାଣିପାଗ ବିଭାଗର ମହା ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଏବେ ବାଲେଶ୍ଵର ଉପକୂଳରେ ୮୦ କିଲୋମିଟର ବେଗରେ ପବନ ପ୍ରବାହିତ ହେଉଛି। ଯଦିଓ ଏହା ୧୬୫ କିଲୋମମିଟର ପବନ ହେବ ନାହିଁ କିନ୍ତୁ କିଛି ଘଣ୍ଟା ଭିତରେ ଏହି ପବନର ବେଗ ୧୩୦-୧୪୦ କିଲୋମିଟର ହେବା ଆଶଙ୍କା ରହିଛି। ସ୍ଥାନ ବିଶେଷରେ ଏହା ୧୫୦ କିଲୋମିଟରକୁ ଛୁଇଁପରେ ବୋଲି  ସ୍ପଷ୍ଟ କରିଛନ୍ତି। ଗତକାଲିର ଆକଳନ ଅନୁସାରେ ଆଜି ପ୍ରାତଃ ସମୟରେ ବାତ୍ୟା ଉପକୂଳ ଛୁଇଁବା ଆଶଙ୍କା ରହିଥିଲା। କିନ୍ତୁ ବାତ୍ୟାର କେନ୍ଦ୍ରସ୍ଥଳରେ ପବନ କମିବା ହେତୁ ତାହା ଧୀର ବେଗରେ ଗତି କରୁଛି। ପୂର୍ବାହ୍ନ ୧୦ଟାରୁ ୧୨ଟା ଭିତରେ ଏହା ଏବେ ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି। ଆଜି ସକାଳ ୫ଟା ୩୦ ମିନିଟ୍‌ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୩ ସେଣ୍ଟି ମିଟର ବର୍ଷା ରେକର୍ଡ଼ କରାଯାଇଛି।

ସେପଟେ ବାତ୍ୟା ଲ୍ୟାଣ୍ଡ ଫଲ କରିବା ସମୟରେ ସାଧାରଣ ଲୋକେ ସୁରକ୍ଷିତ ସ୍ଥାନରେ ରହିବାର ଆବଶ୍ୟକତା ରହିଛି । ଆସ୍ତେ ଆସ୍ତେ ପବନର ବେଗ ବଢିବ । ତେଣୁ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟି, କଚ୍ଚା ଘର ମଧ୍ୟ ଭାଙ୍ଗିପାରେ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ସ୍ଥଳଭାଗ ଛୁଇଁବା ସମୟରେ ଏବଂ ଅତିକ୍ରାନ୍ତ କରିବା ପରେ ମଧ୍ୟ ସତର୍କତା ରହିବାର ଆବଶ୍ୟକତା ରହିଛି ।

ଏବେ ରାଜ୍ୟର ବିଭିନ୍ନ ଉପକୂଳରେ ସମୂଦ୍ରରେ ଉଚ୍ଚ ଲହଡ଼ି ଦେଖିବାକୁ ମିଳୁଛି। ବାଲେଶ୍ଵର ଓ ଭଦ୍ରକ ଅଞ୍ଚଳରେ ୩ରୁ ୪ ମିଟର ଉପରେ ଲହଡ଼ି ଆସୁଥିବା ଲକ୍ଷ୍ୟ କରାଯାଇଛି। ଏହି ସମୟ ଯଥେଷ୍ଟ ବିପଦପୂଣ୍ଣ ଥିବାରୁ ଲୋକଙ୍କୁ ବାହାରକୁ ଯିବା ଲାଗି ବାରଣ କରାଯାଇଛି ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ଟିମ୍‌ ଉଦ୍ଧାର, ଥଇଥାନ ଏବଂ ରାସ୍ତାଘାଟ ସଫା କରିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ବାତ୍ୟା ୧୧ଟା ମଧ୍ୟରେ ଓଡିଶା ଉପକୂଳ ଛୁଇଁବ । ବାସୁଦେବପୁର ଏବଂ ବାହାନାଗା ମଧ୍ୟରେ ୟାସ ସ୍ଥଳଭାଗ ଅତିକ୍ରମ କରିବା ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପୂର୍ବରୁ ୧୫୫ କିମି ପରେ ପବନର ବେଗ ରିହାବା ନେଇ ପୂର୍ବାନୁମାନ କରାଯାଇଥିବାବେଳେ ବର୍ତ୍ତମାନ ୧୩୦ରୁ ୧୪୦ କିମି ପରେ ରହିବ ବୋଲି କହିଛନ୍ତି ଜାତୀୟ ପାଣିପାଗ ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର  । ସେପଟେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ନୀଳଗିରିରେ ବାତ୍ୟା ତାଣ୍ଡବ: ପବନ ବର୍ଷାରେ ଭାଙ୍ଗିଲା ଘର

ବାଲେଶ୍ୱର: ବାତ୍ୟା ୟାସ ପ୍ରଭାବରେ ନୀଳଗିରି ଅଞ୍ଚଳରେ ପବନ ଧୀରେଧୀରେ ବଢ଼ିବାରେ ଲାଗିଛି । ବର୍ଷା ମଧ୍ୟ ଜାରି ରହିଛି । ସେପଟେ ବର୍ଷା ଏବଂ ପବନ ଫଳରେ ଘରଦ୍ୱାର ଭାଙ୍ଗିଥିବା ଭଳି ଚିତ୍ର ସାମ୍ନାକୁ ଆସିଛି । ନୀଳଗିରି ଅଯୋଧ୍ୟା ପଞ୍ଚାୟତ ଗୋପାଳପୁର ଗାଁରେ ଗୌରୀ ସିଂ ଙ୍କ ଘର ଭାଙ୍ଗିଯାଇଥିବା ଜଣା ପଡିଛି। ଘରଟି ସମୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସେପଟେ ଘର ଭୁସୁଡ଼ିଯିବା ଫଳରେ ପରିବାର ଲୋକେଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଯାଇଛି । ନୀଳଗିରିରେ ବାତ୍ୟାୟାସର ଖୁବ୍ ପ୍ରଭାବ ପଡିଛି। ପବନର ବେଗ ତୀବ୍ରତର ହେବା ସହ ବର୍ଷାର କରାଳ ରୂପ ମଧ୍ୟ ଦେଖିବାକୁ ମିଳିଛି ଲୋଗାତର ଭାବେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି ନୀଳଗିରିରେ ବିଭିନ୍ନ ଜାଗାରେ ରାସ୍ତାରେ ମଧ୍ୟ ଗଛ ପଡ଼ିଛି।

ଶେରଗଡରୁ ଉଦଳା ରାସ୍ତାରେ ଭାଲୁକାସୁଣୀ ଗଛପୋଡି ରାସ୍ତା ଅବରୋଧ ହୋଇଛି । ସେପଟେ କଚ୍ଚା ଘରେ ପ୍ରଶାସନ ମାଇକ ଯୋଗେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ବା ପକ୍କା ଘର ରହିବାକୁ ନିବେଦନ କରିଛନ୍ତି, ଏବଂ ଘରୁ ନ ବାହାରିବାକୁ ମଧ୍ୟ କହିଛନ୍ତି।

ଆସ୍ତେ ଆସୁଛି ୟାସ, ବାସୁଦେବପୁର-ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ସ୍ଥଳଭାଗ ନିକଟତର ହେଉଛି ୟାସ । ଯେତେ ପାଖାଉଛି, ସେତେ ଗର୍ଜନ କରୁଛି । ଘଣ୍ଟା ପ୍ରତି 12 କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ୟାସ । ଏସଆରସିଙ୍କ ସୂଚନା ମୁତାବକ ଧାମରାରୁ ୯୦ ଓ ପାରାଦୀପ ଠାରୁ 100 କିଲୋମିଟର ଦୂରରେ ରହିଛି ୟାସ୍ । ସେହିପରି ବାଲେଶ୍ବରଠାରୁ ୧୫୦ କିଲୋମିଟର ଦୂରରେ ରହିଛି ୟାସ ।

ସାମୁଦ୍ରିକ ଝଡ଼ ୟାସର ପ୍ରଭାବରେ ମଧ୍ୟରାତ୍ରୀରୁ ବଢିଛି ପବନର ବେଗ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ଏହା ଅନେକ ସ୍ଥାନରେ ଘର ସହିତ ଗଛ ଭାଙ୍ଗିଥିବା ଜଣାପଡିଛି । ଅନ୍ୟପଟେ ସମୂଦ୍ରରେ ଉଚ୍ଚ ଜୁଆର ମଧ୍ୟ ଉଠୁଥିବା ଦେଖିବାକୁ ମିଳିଛି ।

କିନ୍ତୁ ଆକଳନ କରାଯାଉଥିବା ସମୟ ଠାରୁ ବିଳମ୍ବରେ ବାତ୍ୟା ୟାସ ସ୍ଥଳ ଭାଗ ଛୁଇଁପାରେ । ଯେହେତୁ ସମୁଦ୍ର ମଧ୍ୟରେ ବାତ୍ୟାର ଗତି ଧିମା ରହିଛି , ତେଣୁ ଏହା ବିଳମ୍ବରେ ଲ୍ୟାଣ୍ଡଫଲ କରିପାରେ  । ଅର୍ଥାତ ୧୦ଟାରୁ ୧୧ ଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ବାତ୍ୟା ୟାସ ସ୍ଥଳ ଭାଗ ଅତିକ୍ରାନ୍ତ କରିବା ସମୟରେ ପବନର ବେଗ 155 କିଲୋମିଟର ରହିପାରେ । ଗ୍ରୀନ୍ ଜୋନରେ ପବନର ଗତି 90ରୁ 120କିଲୋମିଟର ରହିବ ବୋଲି ଆକଳନ କରାଯାଉଛି । ଭାଓଲେଟ୍ ଜୋନରେ ପବନର ଗତି ରହିବ 60ରୁ 90 କିଲୋମିଟର ରହିବ । ଭାଓଲେଟ୍ ଜୋନରେ ରହିଛି କଟକ, ଭୁବନେଶ୍ବର, ପୁରୀ । ସେହିପରି କଚ୍ଚାଘର ଭାଙ୍ଗିବା ସହିତ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବାର ସମ୍ଭାବନା ରହିଛି । ବ୍ୟାପକ ଫସଲ ନଷ୍ଟ ସହିତ ବଡ ଗଛ ଉପୁଡିବା ସମ୍ଭାବନା ରହିଥିବା କହିଛନ୍ତି ପ୍ରଦୀପ ଜେନା ।

ଆଉ ୧୦ ଘଣ୍ଟା ମଧ୍ୟରେ ଧାମରା ନିକଟରେ ସ୍ଥଳଭାଗ ଛୁଇଁପାରେ ‘ୟାସ୍’, ସ୍ଥାନାନ୍ତରଣ ହେଲେଣି ୫ ଲକ୍ଷ ଲୋକ

ଭୁବନେଶ୍ୱର: ଅତି ଭୀଷଣ ରୂପ ଧାରଣ କରି ମାଡ଼ି ଆସୁଛି ‘ୟାସ୍’ । ବିଗତ ବିଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୧୩ କିମି ବେଗରେ ବାତ୍ୟା ‘ୟାସ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏବେ ‘ୟାସ୍’ ପୂର୍ବ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୧୩୦ କିଲୋମିଟର ଦୂରରେ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୨୦ ଓ ଦୀଘା ଠାରୁ ୨୧୦ ଏବଂ ସାଗରଦ୍ୱୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି ।

 Cyclone Yaas To Heat Near North Dhamra In Early Morning Of Wednesday

ବାତ୍ୟାର କେନ୍ଦ୍ରସ୍ଥଳରେ ଏବେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ବହୁଥିବା ବେଳେ ଝଟକା ପବନର ଘଣ୍ଟାପ୍ରତି ବେଗ ୧୫୦ କିଲୋମିଟର ରହିଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ବୁଧବାର ଭୋରରେ ଧାମରାର ଉତ୍ତର ଭାଗ ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ପହଞ୍ଚି ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୪୦ରୁ ୧୫୫ କିଲୋମିଟର ବେଗରେ ପବନ ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ରହିବ । ଭଦ୍ରକ, ବାଲେଶ୍ୱର ଦେଇ ମୟୂରଭଞ୍ଜ ଆଡ଼କୁ ଯିବ ବାତ୍ୟା ।

 Cyclone Yaas To Heat Near North Dhamra In Early Morning Of Wednesday

ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବ । ୧୦ ଘଣ୍ଟା ମଧ୍ୟରେ ବାତ୍ୟା ‘ୟାସ୍’ ସ୍ଥଳଭାଗ ଛୁଇଁବ । ରାଜ୍ୟରେ ମୋଟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏବେବି ସ୍ଥାନାନ୍ତରଣ ଜାରି ରହିଛି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।

CBIର ନୂଆ ନିର୍ଦ୍ଦେଶକ ଭାବେ ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: ସିବିଆଇର ନିର୍ଦ୍ଦେଶକ ଭାବେ ଆଇପିଏସ୍ ସୁବୋଧ କୁମାର ଜୈସୱାଲଙ୍କୁ ନିଯୁକ୍ତି । ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା (CBI)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ଆଇପିଏସ୍ ସୁବୋଧ କୁମାର ଜୈସୱାଲ୍ । ଦାୟିତ୍ୱ ଗ୍ରହଣ ଦିନ ଠାରୁ ସୁବୋଧ ଜୈସୱାଲ୍ ୨ ବର୍ଷ ଧରି ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରିବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା, କଂଗ୍ରେସର ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଆଇପିଏସ୍ ସୁବୋଧ କୁମାର ଜୈସୱାଲଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ।

୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଆଇପିଏସ୍ ହେଉଛନ୍ତି ସୁବୋଧ ଜୈସୱାଲ୍ । ଏବେ ସେ ସିଆଇଏସଏଫର ମହାନିର୍ଦ୍ଦେଶକ ଅଛନ୍ତି । ଫେବ୍ରୁଆରୀରୁ ସିବିଆଇ ମୁଖ୍ୟ ପଦବୀ ଖାଲି ପଡ଼ିଥିବା ବେଳେ ସୁବୋଧ ଜୈସୱାଲ୍ ଦାୟିତ୍ୱ ଗ୍ରହଣ କରିବେ । ଏହା ପୂର୍ବରୁ ଜୈସୱାଲ୍ ମହାରାଷ୍ଟ୍ର ଡିଜିପି ଥିଲେ ।

ବାରିପଦା ପିଆରଏମ୍ ମେଡିକାଲ୍ କଲେଜରେ ସ୍ଥାପନ ହେବ ଅକ୍ସିଜେନ୍ ପ୍ଲାଣ୍ଟ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ଥାପନ ହେବ ଅକ୍ସିଜେନ୍ ପ୍ଲାଣ୍ଟ । ମେଡିକାଲ୍ ଅକ୍ସିଜେନ୍ ପାଇଁ ଗଠିତ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଏନେଇ ନିଷ୍ପତ୍ତି ଗ୍ରହଣ କରିଛି । ୧୩ ହଜାର ଲିଟରର ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ ସବ ପିଏସ୍ଏ ପ୍ଲାଣ୍ଟ ସ୍ଥାପନ କରାଯିବ ।

ଏହାଦ୍ୱାରା ଆଇସୋଲେସନ୍ ୱାର୍ଡ ସହ ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁରୋଗ ୱାର୍ଡ ସହ ଆଇସିୟୁ ଏବଂ ଏଚଡିୟୁ ଶଯ୍ୟାରେ ଅକ୍ସିଜେନ୍ ମିଳିବ । ଆଗାମୀ ଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯଥାସମ୍ଭବ ୧ ହଜାର ଏଲପିଏମ କାପାସିଟିର ପିଏସଏ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟ ସ୍ଥାପନ ଉପରେ ଟାସ୍କ ଫୋର୍ସ ଗୁରୁତ୍ୱ ଦେଇଛି ।

ଲିକ୍ୱିଡ୍ ଅକ୍ସିଜେନ୍ ପ୍ଲାଣ୍ଟ ଏବଂ ପିଏସଏ ପ୍ଲାଣ୍ଟ ଉଭୟ ସର୍ବାଧିକ ୧୨ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ ହେବ । ଏଥିସହ ଦୀର୍ଘକାଳୀନ ଭାବେ ଅକ୍ସିଜେନ୍ ଯୋଗାଣରେ ସହାୟକ ହେବ ବୋଲି ଆଶା କରାଯାଉଛି ।