spot_img
Home Blog Page 5651

୧୯୨୯ କଲ ସେଣ୍ଟର ପରିଦର୍ଶନ କଲେ ବିଏମସିର ନୂତନ କମିଶନର

ଭୁବନେଶ୍ୱର: ୧୯୨୯ କଲ ସେଣ୍ଟର ପରିଦର୍ଶନ କଲେ ସ୍ମାର୍ଟସିଟି ସିଇଓ ତଥା ବିଏମସିର ନୂତନ କମିଶନର ସଞ୍ଜୟ ସିଂ। ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂ ଦାୟିତ୍ୱ ଗ୍ରହଣ ପରେ ୧୯୨୯ କଲ ସେଣ୍ଟର ପରିଦର୍ଶନ କରିଛନ୍ତି।

କୋଭିଡ ସଂକ୍ରମଣ ଓ ସଂକ୍ରମିତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ପରାମର୍ଶ ଓ ଦିଗଦର୍ଶନ ଦେଉଥିବା ବିଏମସିର ୨୪ ଘଣ୍ଟିଆ ହେଲ୍ପ ଡେସ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ। ବର୍ତ୍ତମାନ ସୁଦ୍ଧା କଲ ସେଣ୍ଟରକୁ ମୋଟ ୩୫ ହଜାର ୦୬୮ଟି କଲ ଆସିଥିବା ବେଳେ ୩୧ ହଜାର ୩୩୪ଟି ଗ୍ରହଣ କରାଯାଇଛି ଓ ୮୫୫୧ ଜଣଙ୍କୁ ସ୍ବାସ୍ଥ୍ୟଗତ ପରାମର୍ଶ ଦିଆଯାଇଛି।

ଏହା ଜାଣିବା ପରେ କଲ ଡ୍ରପ ସଂଖ୍ୟାକୁ ହ୍ରାସ କରିବାକୁ ସେ କଲ ସେଣ୍ଟର କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ବିଭିନ୍ନ କୋଭିଡ ହସ୍ପିଟାଲରେ ଥିବା ମୋଟ ୨୫ଟି ହେଲ୍ପ ଡେସ୍କ ସଂଖ୍ୟାକୁ ୩୦କୁ ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। 1929 କଲ ସେଣ୍ଟରରେ ଅହରହ କାର୍ଯ୍ୟରତ ଡାକ୍ତର ଓ ଏକଜିକ୍ୟୁଟିଭଙ୍କ ଆରାମ ବା ବିଶ୍ରାମ ପାଇଁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ପ୍ରକୋଷ୍ଠ ରଖିବାକୁ ସେ କହିଛନ୍ତି।

ସେହିପରି ସମ କୋଭିଡ ହସ୍ପିଟାଲରେ ୬ଟି, କିମ୍ସରେ ୫ଟି, ହାଇଟେକରେ ୩ଟି ଓ ଆଦିତ୍ୟ ଅଶ୍ବିନୀ ଓ ବ୍ଲୁ ହୁଇଲ କୋଭିଡ ହସ୍ପିଟାଲରେ ଗୋଟିଏ ଲେଖାଏଁ ହେଲ୍ପ ଡେସ୍କ ୧୯୨୯ କଲ ସେଣ୍ଟର ସହ ସଂଯୋଗ କରୁଥିବା ସେ ଜାଣିବାକୁ ପାଇଥିଲେ। ଏହି ସବୁ ହେଲ୍ପ ଡେସ୍କକୁ ଅଧିକ କ୍ରିୟାଶୀଳ କରି ଏହା ଜରିଆରେ ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସେମାନଙ୍କ ସମ୍ପର୍କୀୟଙ୍କୁ ନିୟମିତ ବ୍ୟବଧାନରେ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି।

ତେବେ ଏହି କଲ ସେଣ୍ଟରରେ ଦିନରେ ୭ ଜଣ ଓ ରାତିରେ ୪ ଜଣ ଡାକ୍ତର ରହିବା ସହ ବିଭିନ୍ନ କୋଭିଡ ହସ୍ପିଟାଲରେ ଥିବା ହେଲ୍ପ ଡେସ୍କର ଏକଜିକ୍ୟୁଟିଭମାନଙ୍କ ଯୋଗାଯୋଗରେ ସୁବିଧା ପାଇଁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ ବିଏମସି କମିଶନର ସଞ୍ଜୟ ସିଂ ନିର୍ଦେଶ ଦେଇଛନ୍ତି।

 

ଆଜିଠୁ ଲୋକସେବା ଭବନ ବାହାରେ ସରକାରୀ କର୍ମଚାରୀଙ୍କୁ ଟିକାକରଣ

ଭୁବନେଶ୍ୱର: ଟିକା ନେବା ପାଇଁ ଲୋକସେବା ଭବନ ବାହାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମିଳିବ ଅନୁମତି । ଯେଉଁଥିପାଇଁ ଆଜିଠୁ ଲୋକସେବା ଭବନର କନ୍‌ଭେନସନ୍‌ ହଲରେ ଲୋକସେବା ଭବନ ସମେତ ଅନ୍ୟ ସରକାରୀ ଅଫିସର କର୍ମଚୀରୀ ଓ ଅଧିକାରୀମାନଙ୍କ ପାଇଁ ଟିକାକରଣ ବ୍ୟବସ୍ଥା ହୋଇଛି।

Vaccination Stopped In Jagatasinghpur District Today

ଏଥିପାଇଁ ବାହାରେ ଥିବା ଅଫିସର କର୍ମଚାରୀ ଓ ଅଧିକାରୀମାନଙ୍କୁ ଟିକା ନେବା ପାଇଁ ଲୋକସେବା ଭବନ ପରିସରକୁ ଆସିବାକୁ ଅନୁମତି ଦିଆଯିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। କନଭେନ୍‌ସନ୍‌ କେନ୍ଦ୍ରରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କୋଭିଡ ଟିକା ପାଇଁ ବ୍ୟବସ୍ଥା କରାଯାଇଥିବାରୁ ଅନ୍ୟ ଅଫିସର କର୍ମଚାରୀ ଓ ଅଧିକାରୀମାନେ ଲୋକସେବା ଭବନ ଆସିପାରୁନାହାନ୍ତି। ସେମାନଙ୍କୁ ଲୋକସେବା ଭବନର ପଛପଟ ଅର୍ଥାତ୍‌ ୫ ନମ୍ବର ଫାଟକ ପଟେ ଆସିବାର ଅନୁମତି ଦିଆଯିବ ।

Government of Odisha to set up ‘Odisha Water Academy’

ତେବେ ଏହି ଫାଟକ ଦେଇ ବିଏମ୍‌ସି କର୍ମଚାରୀ ଓ କ୍ୟାପିଟାଲ ହସ୍ପିଟାଲର ଟିକାକରଣ ସ୍ବାସ୍ଥ୍ୟକର୍ମୀ ବି ଯାତାୟତ କରିବେ। ଯେଉଁ ସରକାରୀ କର୍ମଚାରୀ କିମ୍ବା ଅଧିକାରୀମାନେ କୋଭିଡ ଟିକା ନେବେ, ସେମାନେ ତାଙ୍କ ବିଭାଗ ଦ୍ବାରା ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଆନୁଷ୍ଠାନିକ ପତ୍ର ସାଙ୍ଗରେ ଧରି ଆସିବେ । ଏହାସହିତ ସମ୍ପୃକ୍ତ କର୍ମଚାରୀ ତାଙ୍କ ପରିଚୟ ପତ୍ର ବି ଆଣିବେ । ଏହି ଦୁଇଟିଯାକ ପ୍ରମାଣ ପତ୍ର ନଥିବା କର୍ମଚାରୀଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ ।

ରାଜ୍ୟର ଏହିସବୁ ଜିଳ୍ଲାରେ ଝଡ଼ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖି ତାଣ୍ଡବ । ଏହି ପରିପ୍ରେକ୍ଷୀରେ ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ଝଡବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ ଓ ଗଞ୍ଜାମ ଆଦି ଜିଲ୍ଲାରେ ସାମାନ୍ୟ ବର୍ଷା ସାଙ୍ଗକୁ ବଜ୍ରପାତ ଆଶଙ୍କା ରହିଛି । ଏହି ସମୟରେ ୩୦ରୁ ୪୦ କିମି. ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ତେବେ ପାଣିପାଗକୁ ଦୃଷ୍ଟିରେ ରଖି ତଦନୁଯାୟୀ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଜନସାଧାରଣଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସାମାଜିକ କାର୍ଯ୍ୟକୁ ଆହୁରି ବ୍ୟାପକ ଓ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର କାର୍ଯ୍ୟରେ ସନ୍ତୋଷ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ସାମାଜିକ କାର୍ଯ୍ୟକୁ ଆହୁରି ବ୍ୟାପକ ଓ ତ୍ବରାନ୍ବିତ କରିବାକୁ ଆହ୍ବାନ । ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ମୋ ପରିବାର କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ । ଭର୍ଚୁଆଲରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Naveen Patnaik Reviews Odisha Mo Parivar Work

କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ମହାକାଳପଡ଼ା ବିଧାୟକ ତଥା ଓଡ଼ିଶା ମୋ ପରିବାର ସହ ଆବାହକ ଅତନୁ ସବ୍ୟସାଚୀ ନାୟକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସାମିଲ ହୋଇଥିଲେ ।

CM Naveen Patnaik Reviews Odisha Mo Parivar Work

ବୈଠକରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ମୋ ପରିବାର ଦ୍ବାରା କରାଯାଉଥିବା ସାମାଜିକ କାର୍ଯ୍ୟକ୍ରମ, ଜୀବନବିନ୍ଦୁ, କୋଭିଡ୍ ସମୟରେ ଶବଦାହ ପାଇଁ କରାଯାଇଥିବା ହେଲ୍ପ ଡେସ୍କ, ରକ୍ତଦାନ କରୁଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ, ଥାଲେସେମିଆ ଓ ଅନ୍ୟାନ୍ୟ ଗୁରୁତର ପ୍ରଭାବିତ ବ୍ୟକ୍ତିଙ୍କୁ ସାହାଯ୍ୟ ଏବଂ ପ୍ଲାଜମା ସଂଗ୍ରହ ଅଭିଯାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମୃତ ସାମ୍ବାଦିକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠିରୁ ୨ ମୃତ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା । ଏନେଇ ରାଜ୍ୟ ଗଣମାଧ୍ୟମ ଓ ଲୋକ ସମ୍ପର୍କ ବିଭାଗ ପୃଥକ ପୃଥକ ଚିଠିରେ ଅନୁମତି ଦେଇଛି । ୨ ମୃତ ସାମ୍ବାଦିକଙ୍କ ପତ୍ନୀଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଦେଇଛନ୍ତି ରାଜ୍ୟ ସରକାର ।

ଦୈନିକ ଖବର କାଗଜ ପ୍ରତିଦିନର ପୂର୍ବତନ ସାମ୍ବାଦିକ ପ୍ରଭାତ କୁମାର ଦାସଙ୍କ ପତ୍ନୀ କଳ୍ପନା ଦାସଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି । ଏହି ଅର୍ଥ କଳ୍ପନାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରାଯାଇଛି । ସେହିଭଳି ଦୈନିକ ଖବରକାଗଜ ନିତିଦିନର ପୂର୍ବତନ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ପତ୍ନୀ ମନ୍ଦାକିନୀ ମହାପାତ୍ରଙ୍କୁ ୪ ଲକ୍ଷ ଟଙ୍କା ସହାୟତା ମିଳିଛି । ଏନେଇ ରାଜ୍ୟ ଗଣମାଧ୍ୟମ ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି ।

ଡମ୍ପର ପଛେ ପଛେ ଯାଉଥିଲେ, ଅଚାନକ ଆକାଶରୁ ଖସିଲା ମୃତ୍ୟୁ

ବରଗଡ଼: ମୃତ୍ୟୁ କେଉଁଠି, କେତେବେଳେ, କେମିତି ହେବ କହିବା ମୁସ୍କିଲ୍ । ଏମିତି ହୃଦୟ ବିଦାରକ ମୃତ୍ୟୁ ହୋଇଛି ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ । ଏକ ଡମ୍ପର ପଛେ ପଛେ ବାଇକ୍ ଯୋଗେ ୨ ଜଣ ଯାଉଥିଲେ । ବରପାଲି କେନାଲ ଛକ ଦେଇ ଭଟିଗାଁ-ମହଦା କେନାଲ ଛକ ଆଡ଼କୁ ଯାଉଥିବା ବେଳେ ହଠାତ୍ ଡମ୍ପରଟି ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଗଛର କିଛି ଅଂଶ ରାସ୍ତା ଉପରେ ପଡ଼ି ଯାଇଥିଲା ।

ଆଉ ଡମ୍ପର ପଛରେ ଯାଉଥିବା ବାଇକରେ ଯାଉଥିବା ୨ ଜଣ ଗଛର ଭାଙ୍ଗି ପଡ଼ିଥିବା ଅଂଶରେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକ ଆମ୍ବୁଲାନ୍ସରେ ଉଭୟଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଯୁବକଙ୍କ ମଧ୍ୟରୁ ଜଣେ ବରପାଲି ବ୍ଲକ ଓ ଅନ୍ୟଜଣେ ସୋନପୁର ଜିଲ୍ଲା ରାମପୁର ଥାନା ସାହାଯବାହାଲର ବୋଲି ଜଣାପଡ଼ିଛି । ବାଇକ ଚଳାଇବା ବେଳେ ଉଭୟ ହେଲମେଟ୍ ପିନ୍ଧିନଥିଲେ । ହେଲମେଟ୍ ପିନ୍ଧିଥିଲେ ହୁଏତ ଜୀବନ ବଞ୍ଚି ଯାଇଥାନ୍ତା ।

ମୃତଦେହ ନେଲେନି ପରିବାର, ଶବ ସତ୍କାର କଲେ ଉପଜିଲ୍ଲାପାଳ

ଭଞ୍ଜନଗର: ମହାମାରୀ କରୋନା ସଂକ୍ରମଣ ଭିତରେ ଦୂରେଇ ଯାଉଛି ପରିବାର । ଭୂତାଣୁ ପାଇଁ ପର ପାଲଟୁଛନ୍ତି ନିକଟ ସମ୍ପର୍କୀୟ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭଞ୍ଜନଗର କୋଭିଡ୍ କେୟାର୍ ସେଣ୍ଟରରେ ଲଣ୍ଡେଇ ସାହିର କାଳିଚରଣ ସାହୁଙ୍କ ମୃତ୍ୟୁ ହୋଇଥିଲା । ହେଲେ ଶବ ନେବାକୁ ମନା କରି ଦେଇଥିଲେ ପରିବାର ଲୋକ ।

Bhanjanagar Sub Collector Done Funeral Of Covid Suspect Body

ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜି ଏକଥା ଜାଣିବା ପରେ ନିଜେ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ । ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ପହଞ୍ଚି ମୃତଦେହକୁ ସହରର ଶେଷ ଭାଗରେ ଥିବା ଶ୍ମଶାନକୁ ନେଇଥିଲେ । ସେଠାରେ ଅନ୍ତିମ ସତ୍କାର କରି ଦେଇଛନ୍ତି ମାନବିକତାର ପରିଚୟ । ପରିବାର ବର୍ଗ କରୋନା ସନ୍ଦେହ କରି ଶବ ପାଖକୁ ଯାଇ ନଥିବା ବେଳେ ଉପଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସନୀୟ ଲୋକେ ପ୍ରଶଂସା କରିଛନ୍ତି ।

ଆଜି ବି ୧୦ ହଜାର ପାର୍, ଦୈନିକ ସଂକ୍ରମଣରେ ସୁନ୍ଦରଗଡ଼କୁ ଟପିଲା କଟକ

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ସଂକ୍ରମଣ ମାମଲା । ଆଜି ବୁଧବାର ଗୋଟିଏ ଦିନରେ ରାଜ୍ୟରୁ ଆଉ ୧୦ ହଜାର ୬୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ମାମଲାରେ ସୁନ୍ଦରଗଡ଼ ଜିଲ୍ଲାକୁ କଟକ ଟପିଛି । ରାଜ୍ୟର ୫ ଜିଲ୍ଲାରେ ଦିନକରେ ୫ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୫୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୦୩ ଜଣ, ବରଗଡ଼ରୁ ୩୯୧ ଜଣ, ଭଦ୍ରକରୁ ୨୧୬ ଜଣ, ବଲାଙ୍ଗିରରୁ ୧୯୮ ଜଣ, ବୌଦ୍ଧରୁ ୨୩୨ ଜଣ, କଟକରୁ ୯୩୦ ଜଣ, ଦେବଗଡ଼ରୁ ୧୧୨ ଜଣ, ଢେଙ୍କାନାଳରୁ ୨୨୦ ଜଣ, ଗଜପତିରୁ ୧୦୪ ଜଣ, ଗଞ୍ଜାମରୁ ୨୪୫ ଜଣ, ଜଗତସିଂହପୁରରୁ ୨୭୮ ଜଣ, ଯାଜପୁରରୁ ୩୦୭ ଜଣ, ଝାରସୁଗୁଡ଼ାରୁ ୩୬୮ ଜଣ ସଂକ୍ରମିତ ଅଛନ୍ତି ।

ସେହିଭଳି କଳାହାଣ୍ଡିରୁ ୨୬୩ ଜଣ, କନ୍ଧମାଳରୁ ୬୯ ଜଣ, କେନ୍ଦ୍ରାପଡ଼ାରୁ ୧୮୫ ଜଣ, କେନ୍ଦୁଝରରୁ ୧୭୫ ଜଣ, ଖୋର୍ଦ୍ଧାରୁ ୧୫୫୭ ଜଣ, କୋରାପୁଟରୁ ୧୬୪ ଜଣ, ମାଲକାନଗିରିରୁ ୪୮ ଜଣ, ମୟୂରଭଞ୍ଜରୁ ୪୦୪ ଜଣ, ନବରଙ୍ଗପୁରରୁ ୨୦୭ ଜଣ, ନୟାଗଡ଼ରୁ ୩୫୭ ଜଣ, ନୂଆପଡ଼ାରୁ ୩୩୧ ଜଣ, ପୁରୀରୁ ୩୩୫ ଜଣ, ରାୟଗଡ଼ାରୁ ୧୬୩ ଜଣ, ସମ୍ବଲପୁରରୁ ୪୯୪ ଜଣ, ସୋନପୁରରୁ ୧୯୫ ଜଣ, ସୁନ୍ଦରଗଡ଼ରୁ ୭୭୪ ଜଣ, ଷ୍ଟେଟ ପୁଲରୁ ୨୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ପାଇଁ ୨୫ କୋଟି ସହାୟତା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଦ୍ୱିତୀୟ ପ୍ରବାହରେ ବେଶି ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶା । ଏହି ସମୟରେ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଆହୁରି ମଜଭୁତ୍ କରିବାକୁ ପ୍ରୟାସ କରୁଛନ୍ତି ସରକାର । ଏହି କ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨୫ କୋଟି ଟଙ୍କା ସହାୟତା ଦିଆଯାଇଛି । ଏହି ଅର୍ଥରୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ଅନୁସାରେ ସ୍ୱାସ୍ଥ୍ୟ ଉପକରଣ କିଣି ପାରିବେ ।

କୋଭିଡ୍ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକ ଅତିରିକ୍ତ ଆଇସିୟୁ, ଏଚଡିୟୁ ବେଡ୍, ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସାମଗ୍ରୀ ସହ କରୋନା ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି, ଅକ୍ସିଜେନ୍ ପାଇପ୍, ପଲ୍ସ ଅକ୍ସିମିଟର ଇତ୍ୟାଦି କିଣାଯାଇ ପାରିବ ।

ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଜିଲ୍ଲା ପ୍ରଶାସନ ଜରୁରୀ ଅନୁଯାୟୀ କିଣିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା କରୋନା ବିରୋଧୀ ଯୁଦ୍ଧ ଲଢ଼ୁଛି । କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସହାୟତାର ହାତ ବଢ଼ାଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ।

ନର୍ସମାନଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ବ ନର୍ସିଂ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସ ମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୂ ଶୁଭେଚ୍ଛା ଜଣାଇଛନ୍ତି ।

ନର୍ସମାନେ ନିଜର ବ୍ୟକ୍ତିଗତ ସୁଖ ଦୁଃଖକୁ ପଛରେ ପକାଇ ସେମାନେ ଯେପରି ରୋଗୀଙ୍କୁ ନିଷ୍ଠାର ସହ ସେବା ଯୋଗାଇ ଚାଲିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ନର୍ସମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।