spot_img
Home Blog Page 5696

ଆଜିଠୁ ୩ ମାସ ଯାଏ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ପଟ୍ଟାମୁଣ୍ଡାଇ: କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ । ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ବନ୍ଦ ରହିବ । ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା । ପ୍ରଜନନ ସମୟରେ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି ।

Bhitarkanika National Park Will Be Closed For 3 Months

ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ କରିଥାଏ । ଏହି ତିନିମାସ ସମୟରେ ବଉଳା କୁମ୍ଭୀର ମାନେ ଅଣ୍ଡା ଦେଇଥାନ୍ତି । ତେବେ ନିଜର ବଂଶ ରକ୍ଷା କରିବା ପାଇଁ ପାଖରେ କେହି ପର୍ଯ୍ୟଟକଙ୍କୁ ଦେଖିଲେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି । ତେଣୁ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥାଏ ।

ବାସ ଛାରଖାର୍ କରିଦେଲା ବଜ୍ରପାତ, ଶୋଇଥିବା ବେଳେ ଜଳିଗଲା ୧୧ ପରିବାରର ବାସଗୃହ

ଭଦ୍ରକ: ଦାଉ ସାଧୁଛି ପ୍ରକୃତି । ଭଦ୍ରକରେ ବଜ୍ରପାତରେ ୧୧ଟି ପରିବାରର ୨୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଛି । ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ବଜ୍ରପାତ ପରେ ଅଗ୍ନିକାଣ୍ଡ ହୋଇଥିଲା । ଗତ ରାତିରେ ଜୋର ବର୍ଷା ପବନ ସହ ବଜ୍ରପାତ ହୋଇଥିଲା ।

House Of 11 Family Blaze In Lighting Bhadrak

ବଜ୍ରାଘାତ ଯୋଗୁଁ ଘର ଗୁଡ଼ିକରେ ନିଆଁ ଲାଗି ଯାଇଥିଲା । ଘର ଗୁଡ଼ିକ ପାଖା ପାଖି ଲାଗି ରହିଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା । ଘରେ ନିଆଁ ଲାଗିବା ଦେଖି ଲୋକେ ଜୀବନ ବିକଳରେ ବାହାରକୁ ବାହାରି ଆସିଥିଲେ । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତକୁ ଆସି ନଥିଲା । ଶେଷରେ ନିକଟସ୍ଥ ଅଗ୍ନିଶମ ବାହିନୀ ଗାଡି ଆସି ନିଆଁକୁ ଆୟତ୍ତ କରିଛି ।

House Of 11 Family Blaze In Lighting Bhadrak

ଅଗ୍ନିକାଣ୍ଡରେ ଗାଁର କୃପାସିନ୍ଧୁ ଖୁଣ୍ଟିଆ, ନରହରି ଖୁଣ୍ଟିଆ, ବିଷ୍ଣୁ ମୋହନ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଆହୁରି ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର, ଗାଡ଼ି ସବୁ ଜଳି ପୋଡ଼ି ଛାରଖାର୍ ହୋଇଯାଇଛି । ଖୋଲା ଆକାଶ ତଳେ ପଡ଼ି ରହିଥିବା ଅଗ୍ନି ବିପନ୍ନ ପ୍ରଶାସନର ସହାୟତାକୁ ଅନାଇ ରହିଛନ୍ତି ।

ଦେଶରେ ସଂକ୍ରମଣ ଭାଙ୍ଗିଲା ସବୁ ରେକର୍ଡ, ଦିନକରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା ଦେଶରେ ସୁନାମୀ ଭଳି ମାଡ଼ି ଚାଲିଛି । ପ୍ରତିଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଏବେ ୪ ଲକ୍ଷ ପାର୍ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୯୯୩ଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକରେ କରୋନାରେ ପ୍ରାଣ ହରାଇଛନ୍ତି ୩ ହଜାର ୫୨୩ ଜଣ । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୯୯ ହଜାର ୯୮୮ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ଦେଶରେ ୩ ଲକ୍ଷ ୮୬ ହଜାର ୪୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ୱରେ ଚିହ୍ନଟ ମୋଟ ସଂକ୍ରମଣ ମାମଲାର ୪୦ ପ୍ରତିଶତ କେସ୍ ପ୍ରତିଦିନ ଭାରତରେ ଚିହ୍ନଟ ହେଉଛି ।

ଦେଶରେ କରୋନା ମାମଲା

ମୋଟ ସଂକ୍ରମିତଙ୍କ ସଂଖ୍ୟା- ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯

ମୋଟ ସୁସ୍ଥ- ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬

ମୋଟ ସକ୍ରିୟ ମାମଲା- ୩୨ ଲକ୍ଷ ୬୮ ହଜାର ୭୧୦

ମୋଟ ମୃତ୍ୟୁ- ୨ ଲକ୍ଷ ୧୧ ହଜାର ୮୫୩

ମୋଟ ଟିକାକରଣ- ୧୫ କୋଟି ୪୯ ଲକ୍ଷ ୮୯ ହଜାର ୬୩୫ ଡୋଜ୍

ଦିଲ୍ଲୀ ଓ ମହାରାଷ୍ଟ୍ରରେ ସ୍ଥିତି ଏବେବି ଚିନ୍ତାଜନକ ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୭ ହଜାର ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନାରେ ୩୭୫ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଦିନକରେ ୬୨ ହଜାର ୯୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୨୮ ଜଣଙ୍କ ମୃତ୍ୟୁ ହୋଇଛି ।

ଭୟାବହ ହେଉଛି ମହାମାରୀ କରୋନା, ମାସକରେ ରାଜ୍ୟରୁ ୧ ଲକ୍ଷରୁ ଅଧିକ ପଜିଟିଭ୍

ଭୁବନେଶ୍ୱର(ସୁଶାନ୍ତ କୁମାର ସାହୁ): ଏପ୍ରିଲ୍ ଆରମ୍ଭରୁ ରାଜ୍ୟରେ ବଢ଼ିଥିବା ଦୈନିକ ସଂକ୍ରମଣ ୯ ତାରିଖରେ ୧ ହଜାର ଟପିଥିଲା । ମାସ ଶେଷକୁ ଏହା ୧୦ ଗୁଣ ବୃଦ୍ଧି ପାଇ ୧୦ ହଜାର ଡେଇଁଛି । ଏଥିସହ ରାଜ୍ୟରେ ଏପ୍ରିଲ୍ ମାସରେ ମୋଟ ୧ ଲକ୍ଷ ୧୩ ହଜାର ୫୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୧ ତାରିଖ ଯାଏ ଦୈନିକ ସଂକ୍ରମଣ ୫ ହଜାର ତଳେ ଥିବାବେଳେ ୨୨ ତାରିଖ ବେଳକୁ ୬ ହଜାର ଟପିଥିଲା । ୨୮ ତାରିଖରେ ୮ ହଜାର ଟପିବା ସହ ମାସ ଶେଷରେ ସଂକ୍ରମଣର ସବୁ ରେକର୍ଡକୁ ଭାଙ୍ଗି ୧୦ ହଜାର୍ ପାର୍ କରିଛି ।

19 District Of Odisha In Covid Red Zone

ରାଜ୍ୟର ୩୦ ଜିଲ୍ଲାରୁ ଏବେ ୧୯ ଜିଲ୍ଲା କୋଭିଡ୍ ରେଡ୍ ଜୋନରେ ରହିଛି । ଅରେଞ୍ଜ ଜୋନରେ ରାଜ୍ୟର ୭ ଜିଲ୍ଲା ରହିଥିବା ବେଳେ ମାତ୍ର ୪ଟି ଜିଲ୍ଲା ରହିଛି ଗ୍ରୀନ୍ ଜୋନରେ ।

କେମିତି ନିର୍ଦ୍ଧାରିତ ହୁଏ ଜୋନ୍ ?

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ, ୫୦୦ରୁ କମ୍ ସକ୍ରିୟ ଆକ୍ରାନ୍ତ ଥିବା ଜିଲ୍ଲାକୁ ଗ୍ରୀନ୍ ଜୋନ୍ କୁହାଯିବ । ୫୦୦ରୁ ଏକ ହଜାର ସକ୍ରିୟ ଆକ୍ରାନ୍ତ ଜିଲ୍ଲା ହେଉଛି ଅରେଞ୍ଜ ଜୋନ୍ । ସେହିଭଳି ଏକ ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଥିବା ଅନ୍ୟ ସମସ୍ତ ଜିଲ୍ଲା ରେଡ୍ ଜୋନ୍ ।

ଏଥିସହ ପଢ଼ନ୍ତୁ- ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍, ମୃତ୍ୟୁସଂଖ୍ୟା ୨୦୫୪କୁ ବୃଦ୍ଧି

ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ?

୬ ଜିଲ୍ଲାରେ ଆକ୍ଟିଭ୍ କେସ୍ ୩ ହଜାର ଉପରେ ରହିଛି । ସର୍ବାଧିକ ସକ୍ରିୟ ଆକ୍ରାନ୍ତଙ୍କ ସହ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି । ଜିଲ୍ଲାରେ ୧୨ ହଜାରରୁ ଅଧିକ ସକ୍ରିୟ ସଂକ୍ରମଣ ମାମଲା ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ଟିଭ୍ କେସ୍ ୬ ହଜାର ଉପରେ ରହିଛି । କଟକ ଜିଲ୍ଲାରେ ୪ ହଜାର ୫୪୩ ଆକ୍ରାନ୍ତ ରହିଥିବା ବେଳେ କଳାହାଣ୍ଡିରେ ୩ ହଜାର ୬୦୨ଟି ଆକ୍ଟିଭ୍ କେସ୍ ରହିଛି । ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଉପରେ ରହିଛି ।

ଏଥିସହ ପଢ଼ନ୍ତୁ- ସଂକ୍ରମଣରେ ରେକର୍ଡ; ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ ୧୦ ହଜାର ୪୧୩ ସଂକ୍ରମିତ, ଖୋର୍ଦ୍ଧାରୁ ସର୍ବାଧିକ

ମାଲକାନଗିରି ଜିଲ୍ଲାରେ ୨୪୮ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ଜିଲ୍ଲା ଗ୍ରୀନ୍ ଜୋନରେ ରହିଛି । ସେହଭଳି ଗ୍ରୀନ୍ ଜୋନରେ ଥିବା କନ୍ଧମାଳ ଜିଲ୍ଲାରେ ୩୮୬ଟି ଆକ୍ଟିଭ୍ କେସ୍, ଦେବଗଡ଼ରେ ୪୧୬ଟି ଆକ୍ଟିଭ୍ କେସ୍, ଢେଙ୍କାନାଳରେ ୨୧୫ଟି ଆକ୍ଟିଭ୍ କେସ୍ ରହିଛି । ଏକ ହଜାରରୁ କମ୍ ସକ୍ରିୟ ମାମଲା ସହ କୋରାପୁଟ, ଗଜପତି, ବୌଦ୍ଧ, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା କୋଭିଡ୍ ଅରେଞ୍ଜ ଜୋନରେ ରହିଛି ।

ସବୁଠି କଡ଼ା କଟକଣା

ସଂକ୍ରମଣକୁ ଚେକ୍ ଦେବାକୁ ରାଜ୍ୟ ସରକାର କୋଭିଡ୍ ନିୟମକୁ କଡ଼ାକଡ଼ି କରିଛନ୍ତି । ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ତା’ଛଡ଼ା ରାଜ୍ୟର ଅନ୍ୟ ସମସ୍ତ ସହରାଞ୍ଚଳରେ ରାତି ୯ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିଛି । ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି । ଦିନ ୨ଟାରୁ ଦୋକାନ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ବରିଷ୍ଠ ନେତା ଗିରିଧାରୀ ଗମାଙ୍ଗଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଗିରିଧାରୀ ଗମାଙ୍ଗ କୋଭିଡ ସଂକ୍ରମିତ ହୋଇଛନ୍ତି । ଏକଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

୭୮ ବର୍ଷିଅ ଗିରିଧାରୀ ଗମାଙ୍ଗ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ୧୯୭୨ରେ ପଞ୍ଚମ ଲୋକସଭାକୁ ସେ ନିର୍ବାଚନ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ୧୯୭୭ରେ ଲୋକସଭାକୁ ନିର୍ବାଚନ ହୋଇଥିଲେ ଗିରିଧାରୀ ଗମାଙ୍ଗ । କେନ୍ଦ୍ରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ୱ ମଧ୍ୟ ସେ ତୁଲାଇଛନ୍ତି । ୧୯୯୯ ଫେବ୍ରୁଆରୀରୁ ସେହିବର୍ଷ ଡିସେମ୍ବର ଯାଏ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍, ମୃତ୍ୟୁସଂଖ୍ୟା ୨୦୫୪କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ସଂକ୍ରମଣର ଦୈନିକ ମାମଲା ୧୦ ହଜାର ଟପିଛି । ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ପାର୍ କରିଛି । ବିଗତ ୨୪ ଘଣ୍ଟାରେ ଚିହ୍ନଟ ୧୦ ହଜାର ୪୧୩ ମାମଲାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଛନ୍ତି ଆଉ ୧୧ ଜଣ । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ୨ ହଜାର ୫୪କୁ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ- ସଂକ୍ରମଣରେ ରେକର୍ଡ; ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ ୧୦ ହଜାର ୪୧୩ ସଂକ୍ରମିତ, ଖୋର୍ଦ୍ଧାରୁ ସର୍ବାଧିକ

ବୌଦ୍ଧରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, କୋରାପୁଟରୁ ଜଣେ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସୁନ୍ଦରଗଡ଼ରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ଭଳି ମୃତ୍ୟୁରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ଆଗରେ ରହିଛି । ୪ ମୃତ୍ୟୁକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ମୋଟ କୋଭିଡ୍ ମୃତ୍ୟୁ ୩୬୨କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୧୨ ହଜାର ୧୧୨ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ୨ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୯୨ରେ ପହଞ୍ଚିଛି । ଏବେ ଜିଲ୍ଲାରେ ୬ ହଜାର ୭୩୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ପୁରୀରେ ମୋଟ କୋଭିଡ୍ ମୃତ୍ୟୁ ୧୨୬କୁ ବୃଦ୍ଧି ପାଇଥିବା ବେଳେ ରାୟଗଡ଼ାରେ କରୋନା ଏଯାବତ୍ ୬୦ ଜଣଙ୍କ ଜୀବନ ନେଇଛି । କୋରାପୁଟରେ ମହାମାରୀରେ ୨୦ ଜଣ ମଲେଣି ।

ସେହିଭଳି କଳାହାଣ୍ଡି ଜିଲ୍ଲାରେ ଗୋଟିଏ ମୃତ୍ୟୁକୁ ମିଶାଇ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୪୧କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୩ ହଜାର ୬୦୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ବୌଦ୍ଧରେ ମୋଟ କୋଭିଡ୍ ମୃତ୍ୟୁ ୧୪ରେ ପହଞ୍ଚିଥିବା ବେଳେ ଜିଲ୍ଲାରେ ଏବେ ୬୦୪ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

ସଂକ୍ରମଣରେ ରେକର୍ଡ; ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ ୧୦ ହଜାର ୪୧୩ ସଂକ୍ରମିତ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ପୂର୍ବ ସବୁ ରେକର୍ଡକୁ ଅତିକ୍ରମ କରିଛି । ପ୍ରଥମ ଥର ଲାଗି ରାଜ୍ୟରେ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫ ହଜାର ୮୮୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ  ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୫୨୬ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨ ଗୋଟି ଜିଲ୍ଲାରୁ ହଜାରେରୁ ଅଧିକ ଦୈନିକ ସଂକ୍ରମଣ ମାମଲା ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୭୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ୍ କେସ୍ ଆସିଛି ।

ଅନୁଗୁଳରୁ ୩୯୨ ଜଣ, ବାଲେଶ୍ୱରରୁ ୧୨୪ ଜଣ, ବରଗଡ଼ରୁ ୫୧୧ ଜଣ, ଭଦ୍ରକରୁ ୨୦୧ ଜଣ, ବଲାଙ୍ଗିରରୁ ୧୬୦ ଜଣ, ବୌଦ୍ଧରୁ ୮୭ ଜଣ, କଟକରୁ ୮୨୮ ଜଣ, ଦେବଗଡ଼ରୁ ୧୦୩ ଜଣ, ଢେଙ୍କାନାଳରୁ ୪୨ ଜଣ, ଗଜପତିରୁ ୧୫୬ ଜଣ, ଗଞ୍ଜାମରୁ ୨୩୨ ଜଣ, ଜଗତସିଂହପୁରରୁୁ ୨୪୧ ଜଣ, ଯାଜପୁରରୁ ୩୩୨ ଜଣ, ଝାରସୁଗୁଡ଼ାରୁ ୪୪୨ ଜଣ, କଳାହାଣ୍ଡିରୁ ୩୭୬ ଜଣ, କନ୍ଧମାଳରୁ ୫୫ ଜଣ, କେନ୍ଦ୍ରାପଡ଼ାରୁ ୭୭ ଜଣ, କେନ୍ଦୁଝରରୁ ୧୨୬ ଜଣ, ଖୋର୍ଦ୍ଧାରୁ ୧ ହଜାର ୭୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କୋରାପୁଟରୁ ୬୮ ଜଣ, ମାଲକାନଗିରିରୁ ୫୪ ଜଣ, ମୟୂରଭଞ୍ଜରୁ ୨୪୭, ନବରଙ୍ଗପୁରରୁ ୩୭୮, ନୟାଗଡ଼ରୁ ୨୧୮, ନୂଆପଡ଼ାରୁ ୪୧୮, ପୁରୀରୁ ୫୩୩, ରାୟଗଡ଼ାରୁ ୨୦୦, ସମ୍ବଲପୁରରୁ ୪୨୬, ସୋନପୁରରୁ ୧୩୦, ସୁନ୍ଦରଗଡ଼ରୁ ୧୧ ଶହ ଏବଂ ଷ୍ଟେଟ ପୁଲରୁ ୩୬୦ଟି ମାମଲା ଆସିଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ୧୦ ହଜାର ୪୧୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି । ୧୧ ଜଣଙ୍କ ମୃତ୍ୟୁସହ ମୋଟ କୋଭିଡ୍ ମୃତ୍ୟୁ ୨ ହଜାର ୫୪ରେ ପହଞ୍ଚି ଥିବାବେଳେ ଏବେ ରାଜ୍ୟରେ ୬୭ ହଜାର ୮୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

ହସ୍ପିଟାଲର କୋଭିଡ୍ ୱାର୍ଡରେ ଭୀଷଣ ନିଆଁ, ୧୪ ରୋଗୀଙ୍କ ସହ ୨ ନର୍ସ ମୃତ

ଅହମଦାବାଦ: ଗୁଜରାଟର ଭରୁଚରେ ଥିବା ପଟେଲ ୱେଲଫେୟାର୍ ହସ୍ପିଟାଲରେ ନିଆଁ ଲାଗିଛି । ହସ୍ପିଟାଲର କରୋନା ୱାର୍ଡରେ ଲାଗଥିବା ନିଆଁ ଦେଖୁ ଦେଖୁ ଆଇସିୟୁକୁ ବ୍ୟାପି ଯାଇଥିଲା । ଏଥିରେ ୧୬ ଜଣ ଜଣଙ୍କ ମୃତ୍ୟୁ ହୋଇଛି । ୧୪ ରୋଗୀଙ୍କ ସହ ୨ ଜଣ ନର୍ସଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ନିଆଁ ଲାଗିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ନିଆଁ ଲାଗିଥିବା ସ୍ଥାନ ନିକଟରେ ହିଁ ଆଇସିୟୁ ୱାର୍ଡ ଥିଲା । ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ ରୋଗୀଙ୍କୁ ବାହାରକୁ ବାହର କରିବାକୁ ସମୟ ହିଁ ନଥିଲା । ରୋଗୀଙ୍କୁ ବାହାର କରିବା ବେଳକୁ ଅନେକ ନିଆଁ ଭିତରେ ଫସି ଯାଇଥିଲେ । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।

16 Killed In Fire Breaks Out At A Covid19 Care Centre In Bharuch Gujarat

ଖବର ଅନୁସାରେ, କରୋନା ୱାର୍ଡରେ ୪୯ ଜଣ ଆକ୍ରାନ୍ତ ଥିଲେ । ଯେଉଁଥିରୁ ପ୍ରାୟ ୨୪ ଜଣ ଆକ୍ରାନ୍ତ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁସାରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଆକ୍ରାନ୍ତଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ନିଆଁ କେମିତି ଲାଗିଲା ଏଯାଏଁ ଜଣାପଡ଼ିନାହିଁ । ମାମଲାର ତଦନ୍ତ ଚାଲିଛି ।

ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ

ଭୁବନେଶ୍ୱର: ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି । ରାଜଧାନୀ ଭୁବନେଶ୍ୱରେ ଦୈନିକ ସଂକ୍ରମଣ ୧  ହଜାର ଟପିଥିବା ବେଳେ ରାଜ୍ୟରେ ୮ ହଜାର ଉପରେ ରହିଛି । ସଂକ୍ରମଣକୁ ଚେକ୍ ଦେବାକୁ ସରକାର ଲାଗୁ କରିଛନ୍ତି ରାତ୍ରୀକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ୍ । ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଛି । ଶନିବାର ଓ ରବିବାର ୱିକେଣ୍ଡ ସଟଡାଉନ୍ ରହୁଥିବା ବେଳେ ସକାଳ ୫ଟାରୁ ୬ଟା ମର୍ଣ୍ଣିଂ ୱାକ୍ ପାଇଁ ରିହାତି ଦିଆଯାଇଛି ।

Weekend Shutdown Across City Of Odisha

ୱିକେଣ୍ଡ ସଟଡାଉନ୍ ସମୟରେ ଟିକାକରଣ ବନ୍ଦ କରାଯାଇଛି । ଏହି ଦୁଇଦିନ ଭ୍ୟାକିନେସନ ସେଣ୍ଟରକୁ ସାନିଟାଇଜ୍ କରାଯିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ଅନୁମତି ମିଳିବ । ଏଥିପାଇଁ ପାସର କୌଣସି ବ୍ୟବସ୍ଥା ନାହିଁ । ଯାଞ୍ଚ ବେଳେ କାର୍ଯ୍ୟ କରୁଥିବା ବିଭାଗ କିମ୍ବା ଅନୁଷ୍ଠାନର ପରିଚୟପତ୍ର ଦେଖାଇବାକୁ ପଡ଼ିବ ।

Weekend Shutdown Across City Of Odisha

କାହାକୁ ଅନୁମତି ?

ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।

ଜିଲ୍ଲା, ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ ।

ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।

ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।

ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ ।

ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ।

ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ ।

ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ ।

କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ ।

ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ ।

ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।

ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ ।

ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।

ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ ।

କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।

ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ।

କରୋନାରେ ଚାଲିଗଲେ ଆଉ ଜଣେ ସାମ୍ୱାଦିକ: ଶୋକବ୍ୟକ୍ତ କଲେ ମାନସ ମଙ୍ଗରାଜ

ସମ୍ୱଲପୁର: ସାମ୍ୱାଦିକଙ୍କ ପାଇଁ ଦୁଃଖଦ ଖବର । ପୁଣି କରୋନାରେ ଚାଲିଗଲା ଆଉ ଜଣେ କରୋନା ସଂକ୍ରମିତ ସାମ୍ୱାଦିକଙ୍କ ଜୀବନ । ପଶ୍ଚିମଓଡ଼ିଶା ଆଉ ଜଣେ ପ୍ରତିଷ୍ଠିତ ସାମ୍ୱାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ଶୁକ୍ରବାର କରୋନାରେ ପରଲୋକ ଘଟିଛି । ସେ ଗତ କିିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।  ପଶ୍ଚିମ ଓଡ଼ିଶାରେ ଦୀର୍ଘବର୍ଷ ଧରି ସାମ୍ବାଦିକତା କରିଆସୁଥିଲେ । ଦେବେନ୍ଦ୍ରଙ୍କ ବିୟୋଗରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଶୋକବ୍ୟକ୍ତ କରିଛନ୍ତି ।

ଅମରଆତ୍ମାର ସଦଗତି ପ୍ରାଥନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । କରୋନାର ଦ୍ବିତୀୟ ଲହର ବେଳେ ଅଧିକ ସାମ୍ବାଦିକ ମୃତ୍ୟୁ ହେଉଥିବା ଯୋଗୁଁ ସେ ଚିନ୍ତା ପ୍ରକଟ କରିବା ସହ କାମ କରିବା ବେଳେ ସବୁପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: କୋଭିଡ ପଜିଟିଭ୍ ପରେ ହୃଦଘାତରେ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ଦେହାନ୍ତ