spot_img
Home Blog Page 5697

ଭୁବନେଶ୍ୱରେ ପହଞ୍ଚିଲା ରାଜ୍ୟ ସରକାର କିଣିଥିବା ଟିକା: ମେ’ ୩ରୁ ଆରମ୍ଭ ହେବ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ

ଭୁବନେଶ୍ୱର: ଟିକାକରଣ ନେଇ ଖୁସି ଖବର । ଭୁବନେଶ୍ୱରରେ ପହଞ୍ଚିଲା ଦେଢ଼ ଲକ୍ଷ କରୋନା ଟିକା । ରାଜ୍ୟ ସରକାର ଟିକା ଉତ୍ପାଦନକାରୀ କମ୍ପାନୀକୁ ଦେଇଥିବା ଅର୍ଡରର ପ୍ରଥମ କନ୍‌ଷ୍ଟାଇଣ୍ଟମେଣ୍ଟ ଭୁବନେଶ୍ୱରରେ ପହଞ୍ଚିଛି । ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ପହଞ୍ଚିଛି । ମଇ ୧ ତାରିଖରୁ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବାକୁ ଥିଲା । କିନ୍ତୁ ରାଜ୍ୟରେ ଏଥିଲାଗି ଆବଶ୍ୟକ ପରିମାଣର ଟିକା ନଥିବାରୁ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଥିଲ । ଏଭଳି କି ମଇ ୧ରୁ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ହାେଇପାରିବ ନାହିଁ ବୋଲି ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ କହିଥିଲେ । ଆବଶ୍ୟ  ଶନିବାର ଓ ରବିବାର ସଟ୍‌ଡାଉନ୍ ମଧ୍ୟ ଏହାର ଅନ୍ୟ ଏକ କାରଣ ଥିଲା । କିନ୍ତୁ ଆଜି ଟିକା ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରେ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ମଇ ୩ରୁ ହେବା ନିଶ୍ଚିତ ହୋଇଛି । ତେବେ ଏବେ ମଧ୍ୟ ରାଜ୍ୟର ଅନ୍ୟ ସ୍ଥାନରେ ୧୮-୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ରାଜ୍ୟ ସରକାରଙ୍କ ଅର୍ଡର ପ୍ରଥମ ଆସାଇମେଣ୍ଟ ରାଜ୍ୟରେ ପହଞ୍ଚିିଥିବା ବେଳେ ପର୍ଯ୍ୟାୟ କ୍ରମେ ଆଗକୁ ମଧ୍ୟ ଟିକା ମିଳିପାରିବ ବୋଲି ଆଶା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ‘ରାଜ୍ୟରେ ରେମଡିସିଭିର ଓ ଫାବିଫିରାବିର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ଅଛି’

ମେ’ ଓ ଜୁନ୍ ମାସ ପାଇଁ ୫ କେଜି ଲେଖାଏଁ ଅତିରିକ୍ତ ଚାଉଳ ମିଳିବ

ଭୁବନେଶ୍ୱର: କୋଭିଡ୍‌ ମହାମାରୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ଅତିରିକ୍ତ ୫ କେଜି ଚାଉଳ ପାଇବେ । ମେ ଓ ଜୁନ୍ ଦୁଇ ମାସ ପାଇଁ  ହିତାଧିକାରୀମାନେ ମାଗଣାରେ ଅତିରିକ୍ତ ପାଞ୍ଚ କେଜି ଲେଖାଏଁ ଚାଉଳ ପାଇବେ । ଚାଉଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ । ରାଜ୍ୟ ସରକାର ଏ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ।

ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସମୟରେ କରୋନା ମୁକାବିଲା ନେଇ ଭୁବନେଶ୍ୱର ମହାନଗର ନିଗମକୁ ୧୦ କୋଟି ଟଙ୍କା ଯୋଗାଇଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଆସିଥିବା ପାଣ୍ଠିରୁ ବିଏମ୍‌ସିକୁ କୋଭିଡ ପରିଚାଳନା ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ‘ରାଜ୍ୟରେ ରେମଡିସିଭିର ଓ ଫାବିଫିରାବିର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ଅଛି’

ପରକୀୟା ପ୍ରୀତିରେ ଏସ୍‌ଡିପିଓ ଅନ୍ଧ: ସ୍ତ୍ରୀଙ୍କ ଷ୍ଟିଂ ଅପରେସନରେ ଜଣାପଡ଼ିଲା ସତ

ଅନୁଗୁଳ/ଭୁବନେଶ୍ୱର: ଅନୁଗୁଳ ସବ୍‌-ଡିଭିଜନାଲ ପୋଲିସ ଅଫିସର- ଏସ୍‌ଡିପିଓ ଅଶ୍ବିନୀ ସାହୁଙ୍କ ନାଁରେ ସାଂଘାତିକ ଅଭିଯୋଗ । ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ । ଜଣେ ମହିଳା ଥାନାଧିକାରୀଙ୍କ ପ୍ରେମରେ ଏସ୍‌ଡିପିଓ ଉବୁଟୁବୁ । ନ୍ୟାୟ ପାଇଁ ପୋଲିସ ଅଧିକାରୀ ଓ ମହିଳା କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ମିଳିନୁ । ସେପଟେ ଅଭିଯୋଗକୁ ଖଣ୍ଡନ ସହ ପାଲଟା ଅଭିଯୋଗ କରିଛନ୍ତି ଏସ୍‌ଡିପିଓ ।

ପରକୀୟା ପ୍ରୀତିରେ ଏସ୍‌ଡିପିଓ ଅନ୍ଧ । ସ୍ତ୍ରୀଙ୍କ ଷ୍ଟିଂ ଅପରେସନ । ଅନୁଗୁଳ ଏସଡିପିଓ ଅଶ୍ବିନୀ ସାହୁଙ୍କ ନାଁରେ ପତ୍ନୀ ମମତା ସାହୁ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପତ୍ନୀଙ୍କ ମଥାରେ ସିନ୍ଦୂର ପୋଛି ପ୍ରେମିକା ମଥାରେ ସିନ୍ଦୂର ଦେବାକୁ ସ୍ୱାମୀ ଜିଦ୍ କରୁଥିବା ପତ୍ନୀ ଅଭିଯୋଗ କରିଛନ୍ତି । ପତ୍ନୀ ଓ ପିଲାଙ୍କୁ ଛାଡ଼ି ଜଣେ ମହିଳା ଥାନାଧିକାରୀଙ୍କ ପ୍ରେମରେ ଉବୁଟୁବୁ ପାୱାର ଫୁଲ ଏସ୍‌ଡିପିଓ। ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ୧୦ ବର୍ଷର ଶାରୀରିକ ଓ ମାନସିକ ନିର୍ଯାତନା ପରେ ମୁହଁ ଖୋଲିଛନ୍ତି ପତ୍ନୀ ମମତା ।  ୨୦୦୪ରେ ବୈଦିକ୍ ରୀତିରେ ବାହାଘର ହୋଇଥିଲା। ୨୦୧୧ରେ ପରକୀୟା ପ୍ରୀତିରେ ପୋଡ଼ିଯାଇଥିଲା ସୁନା ସଂସାର । ଅଶ୍ବିନୀ ଯାଜପୁର ରୋଡ୍‌ରେ ଆଇଆଇସି ଥିବା ବେଳେ ସେହି ଥାନାର ଜଣେ ମହିଳା ଏସଆଇଙ୍କ ପ୍ରେମରେ ପଡ଼ିଥିଲେ। ପ୍ରମୋସନ ପରେ ଆଗକୁ ବଢ଼ିଥିଲା ପ୍ରେମ । ବେଡ୍‌ରୁ୍ମ୍‌ରେ ସ୍ଵାମୀ କରୁଥିଲେ ରାସଲୀଳା। ମହିଳା ଆଇଆଇସି ସାଜି ଥିଲେ ବେଡ୍ ପାର୍ଟନର। ଏଭଳି କିଛି ଫୋଟୋ ଓ ଭିଡିଓ ଲାଗିଛି ପତ୍ନୀ ମମତାଙ୍କ ହାତରେ। । ତେବେ ଅଭିଯୋଗକୁ ଏସଡିପିଓ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ ଆଣିଛନ୍ତି । ସ୍ଵାମୀଙ୍କ ନିର୍ଯାତନା ନେଇ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଓ ମହିଳା କମିଶନଙ୍କ ନିକଟରେ ପତ୍ନୀ ଅଭିଯୋଗ କରିଛନ୍ତି ।

ଆପଣଙ୍କ ବୟସ ଯଦି ୧୮ରୁ ୪୪ ଭିତରେ ତେବେ ବାଛି ପାରିବେ ନିଜ ପସନ୍ଦର ଟିକା

ନୂଆଦିଲ୍ଲୀ: ଦେଶରେ ଜାନୁଆରୀ ୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହୋଇଛି । ଭାରତରେ ଏବେ ଦୁଇଟି ଟିକା ଦିଆଯାଉଛି । ତେବେ କିଏ କେଉଁ ଟିକା ନେବେ ତାହା ବାଛିବାର ବିକଳ୍ପ ଉପଲବ୍ଧ ନଥିଲା । ସେଣ୍ଟରରେ ଉପଲବ୍ଧ ଥିବା ଟିକା ନେବାକୁ ସମସ୍ତେ ବାଧ୍ୟ ହେଉଥିଲେ । କିନ୍ତୁ ଏବେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ବିକଳ୍ପ ବାଛି ପାରିବେ । ଯଦି ଆପଣଙ୍କ ବୟସ ୧୮ରୁ ୪୪ ମଧ୍ୟରେ ତେବେ ଆପଣ ନିଜ ଇଛା ମୁତାବକ କୋଭାକ୍ସିନ୍ କିମ୍ବା କୋଭିସିଲ୍ଡ୍ ନେଇ ପାରିବେ । ତେବେ ଏହି ସୁବିଧା କେବଳ ବେସରକାରୀ ଟିକା କେନ୍ଦ୍ରରେ ମିଳିବ । ଏକ ଘରୋଇ ଚ୍ୟାନେଲ ସହିତ ଆଲୋଚନା କାଳରେ ଏବାବଦରେ ସୂଚନା ଦେଇଛନ୍ତି କୋୱିନ୍ ଆପ୍ ମୁଖ୍ୟ ଆର ଏସ ଶର୍ମା ।
ଶର୍ମା ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭ୍ୟାକ୍ସିନ ବାଛିବାର ବିକଳ୍ପ କେବଳ ପ୍ରାଇଭେଟ୍ ସେଣ୍ଟରରେ ଉପଲବ୍ଧ ହେବ । ସରକାରୀ କେନ୍ଦ୍ରରେ ଯେଉଁ ଟିକା ଉପଲବ୍ଧ ଥିବ ସେହି ଟିକା ହିଁ ଦିଆଯିବ । ସରକାରୀ କେନ୍ଦ୍ରରେ କୌଣସି ବିକଳ୍ପ ବାଛିବାର ସୁବିଧା ମିଳିବ ନାହିଁ । ଘରୋଇ ଟିକା କେନ୍ଦ୍ର ସେମାନଙ୍କ ପାଖରେ ଉପଲବ୍ଧ ଥିବା ଟିକା ଓ ତାର ଦାମ ବାବଦରେ ସୂଚନା ଦେବେ । କୋୱିନ୍ ଆପରେ ଘରୋଇ ଟିକା କେନ୍ଦ୍ରରେ ଉପଲବ୍ଧ ଟିକା ଓ ତାର ମୂଲ୍ୟ ବାବଦରେ ସୂଚନା ରହିବ । .
ସୂଚନାଯୋଗ୍ୟ ଯେ, ମେ ୧ ତାରିଖରୁ ଟିକା ଉତ୍ପାଦକ ୫୦ ପ୍ରତିଶତ ଟିକା ସିଧା ରାଜ୍ୟ ଓ ଖୋଲା ବଜାରରେ ବିକ୍ରି କରିପାରିବେ । ବାକି ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କ ପାଖକୁ ଯିବ । ଏହି ୫୦ ପ୍ରତିଶତ ଟିକାକୁ କେନ୍ଦ୍ର ୪୫ ବର୍ଷରୁ ଅଧିକ ନାଗରିକ ,ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କ ଟିକାକରଣରେ ବ୍ୟବହାର କରିବ ।
ବର୍ତ୍ତମାନ ସରକାରୀ ସେଣ୍ଟରରେ ଟିକା ମାଗଣା ମିଳୁଥିବା ବେଳେ ଘରୋଇ କେନ୍ଦ୍ରରେ ଟିକା ପ୍ରତି ଡୋଜ୍ ୨୫୦ ଟଙ୍କାରେ ମିଳୁଛି । ୧୮ରୁ ୪୪ ବର୍ଷୀୟ ନାଗରିକଙ୍କୁ ଟିକା ନିଜେ କିଣିବାକୁ ହେବ । ତେବେ ଅନେକ ରାଜ୍ୟ ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରି ସାରିଛନ୍ତି ।

ବସ୍ତି ବାସିନ୍ଦାଙ୍କ ଦୁୁଃଖ ବୁଝିଲେ ବର୍ଷା: ୩୦ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଦେଲେ ଖାଦ୍ୟ ପ୍ୟାକେଟ୍

ଭୁବନେଶ୍ୱର: ସମଗ୍ର ଦେଶ ବିନାଶକାରୀ କୋଭିଡର ଦ୍ୱିତୀୟ ଲହରୀ ସହିତ ଲଢ଼େଇ କରୁଛି । ଓଡିଶା ମଧ୍ୟ ଏହା ଦ୍ୱାରା ବହୁଳଭାବରେ ପ୍ରଭାବିତ ହୋଇଛି । ଏହି ଭୂତାଣୁକୁ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ସମ୍ବଳ ସଂଗ୍ରହ କରୁଥିବା ବେଳେ ସେଲିବ୍ରିଟିଙ୍କ ସମେତ ସାଧାରଣ ନାଗରିକମାନେ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି। ଓଲିଉଡ ଅଭିନେତ୍ରୀତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ କୋଭିଡ ଗାଇଡ଼ଲାଇନ ପାଳନ କରିବା ଏବଂ ଅସୁବିଧାରେ ପଡିଥିବା ଗରିବ ଲୋକମାନଙ୍କୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି। ଭୁବନେଶ୍ୱରର ସୁନ୍ଦରପଦା ଅଭିରାମବସ୍ତି ବାସିନ୍ଦା ସମ୍ମୁଖୀନ ହେଉଥିବା ଅସୁବିଧା ବୁଝିବା ପାଇଁ ଶୁକ୍ରବାର ଦିନ ବସ୍ତିବାସିନ୍ଦାଙ୍କ ଗହଣରେ ପହଞ୍ଚିଥିଲେ ବର୍ଷା ପ୍ରିୟଦର୍ଶିନୀ।

ବର୍ଷା ପ୍ରିୟଦର୍ଶିନୀ ସାମାଜିକ ଦୂରତା ରକ୍ଷାକରି ଚାଉଳ, ଡାଲି, ଅଟା, ଆଳୁଭଳି ଜରୁରୀ ସାମଗ୍ରୀ ଥିବା ରହୁଥିବା ୩୦ରୁ ଉର୍ଦ୍ଧ୍ବ ପରିବାର ମଧ୍ୟରେ ବଣ୍ଟନ କରିଥିଲେ। ସେ ପିଲାମାନଙ୍କୁ ବିସ୍କୁଟ ପ୍ୟାକେଟ୍ ମଧ୍ୟ ପ୍ରଦାନ କରିଥିଲେ। ଏହା ପରେ ସେ କିଛିସମୟ ପାଇଁବ ସ୍ତିବାସିନ୍ଦାଙ୍କ ଅସୁବିଧା ପଚାରି ବୁଝିଥିଲେ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କୁ ସହାୟତା କରିବା ପାଇଁ ଆଶ୍ୱାସନା ଦେଇଥିଲେ।

ରାଜ୍ୟ ବ୍ୟବସାୟୀ ସଂଘର ବଡ଼ ନିଷ୍ପତ୍ତି: ଦିନ ୨ଟା ପରେ ବନ୍ଦ ରହିବ ଦୋକାନ ବଜାର

ଭୁବନେଶ୍ୱର: ଏଣିକି  ଦିନ ୨ଟା ପରଠାରୁ  ବନ୍ଦ ରହିବ ଦୋକାନ ବଜାର। ମେ’ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟା ପରେ ବନ୍ଦ ରହିବ ଦୋକାନ ବଜାର । ଦୋକାନ ବନ୍ଦ ରଖିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘର ନିଷ୍ପତ୍ତି । ଏ ନେଇ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି । କିନ୍ତୁ ସେ ସମୟରେ ସାମଗ୍ରୀ ଲୋଡିଂ ଏବଂ ଅପ୍‌ଲୋଡିଂ ଜାରି ରହିବ । ଘରୁ ବାହରକୁ ବାହାରିବା କମାଇବା ପାଇଁ ମହାସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନେଇଛୁ । ଏ ସମ୍ପର୍କରେ ଆସନ୍ତାକାଲି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏ ନେଇ ବିସ୍ତୃତ ଆଲୋଚନା ହେବ । କେଉଁ କେଉଁ ସବୁ ଦୋକାନ ବନ୍ଦ ରହିବ କେଉଁ ଦୋକାନ ଖୋଲା ରହିବ ବ୍ଳୁ୍-ପ୍ରିଣ୍ଟ ପ୍ରସ୍ତୁତ କରାଯିବ ।     ଏ ନେଇ ପୂର୍ବରୁ ବିଭିନ୍ନ ବ୍ୟବସାୟୀ ଆସୋସିଏସନ୍ ପକ୍ଷରୁ ପ୍ରସ୍ତାବ ମିଳିଥିଲା । ବର୍ତ୍ତମାନର ସମୟର ଆହ୍ୱାନକୁ ଅନୁଭବ କରି ସମସ୍ତ ବ୍ୟବସାୟୀ ସଂଘ ଏହାକୁ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ରାଜ୍ୟରେ ରେମଡିସିଭିର ଓ ଫାବିଫିରାବିର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ଅଛି’

ଅନ୍ତର୍ଜାତୀୟ ଉଡ଼ାଣ ଉପରେ ୩୧ ମେ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ କଲା DGCA

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବେସାମରିକ ଉଡ୍ଡୟନ ମହାନିର୍ଦ୍ଦେଶାଳୟ ମେ ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ପ୍ରତିବନ୍ଧକ ଲାଗୁ କରିଛି । ତେବେ ଏହି ପ୍ରତିବନ୍ଧକ ଅଲ୍-କାର୍ଗୋ ଅପରେଶନ ଓ ଉଡ଼ାଣ ଉପରେ ଲାଗୁ ହେବ ନାହିଁ । ଏହା ସହିତ ଆବଶ୍ୟକତା ହେଲେ କିଛି ଜରୁରୀ ଅନୁମତି ସହିତ ଉଡ଼ାଣ ସଂଚାଳିତ କରାଯାଇ ପାରିବ ।

ଡିଜିସିଏ ତରଫରୁ ଜାରି ଆଦେଶରେ କୁହାଯାଇଛି ଯେ, ୩୧ ମେ ରାତି ୧୧.୫୯ ପର୍ଯ୍ୟନ୍ତ ସମସ୍ତ ନିର୍ଧାରିତ ଅନ୍ତର୍ଜାତୀୟ ବ୍ୟବସାୟିକ ଉଡାଣ ବନ୍ଦ ରହିବ । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଗତ ବର୍ଷ ଲକଡାଉନ୍ କାଳରେ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ । ୨୬ ଜୁନ ୨୦୨୦ରେ ଶେଷଥର ପାଇଁ ପ୍ରତିବନ୍ଧକ ଲାଗୁ ହୋଇଥିଲା । ମଝିରେ ମଝିରେ ଡିଜିସିଏ ପକ୍ଷରୁ ଏନେଇ ଗାଇଡଲାଇନ୍ ଜାରି କରାଯାଇଥାଏ ।

୨୬ ଜୁନ୍ ୨୦୨୦ରେ ଜାରି କରାଯାଇଥିବା ପ୍ରତିବନ୍ଧକକୁ ଦୁଇ ମାସ ପରେ ହଟା ଯାଇଥିଲା ।

‘ରାଜ୍ୟରେ ରେମଡିସିଭିର ଓ ଫାବିଫିରାବିର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ଅଛି’

ଭୁବନେଶ୍ୱର: ରାଜ୍ୟରେ ଜୀବନ ରାକ୍ଷାକାରୀ ଔଷଧ ଓ ଇଞ୍ଜେକସନ୍‌ର ଅଭାବ ନାହିଁ । ବର୍ତ୍ତମାନ ରାଜ୍ୟରେ ଦୈନିକ ମାତ୍ର ୧୨ଶହ ରେମଡିସିଭିର ଇଞ୍ଜେକସନ୍‌ର ଆବଶ୍ୟକ ପଡ଼ୁଥିବା ବେଳ ୪୩ ହଜାର ଇଞ୍ଜେକସନ୍ ମହଜୁଦ୍ ରହିଛି ।  ଆସନ୍ତାକାଲି ଆଉ ୨୧  ହଜାର ଇଞ୍ଜେକସନ୍ ଆସି ପହଞ୍ଚିବ । ରେମଡିସିଭିରର ଅଭାବ ନେଇ ଯେଉଁ ଖବର ପ୍ରକାଶିତ ହୋଇଥିଲା ତାହା ଘରୋଇ ହସ୍ପିଟାଲ ସମ୍ପର୍କିତ । କିନ୍ତୁ ଆମେ ସରକାରୀ କୋଟାରୁ ଘରୋଇ ହସ୍ପିଟାଲକୁ ଏବେ ରେମଡିସିଭିର ଯୋଗାଇ ଦେଉଛୁ । ସେହିଭଳି ଫାବିଫଇରାବିର ମଧ୍ୟ ପର୍ଯ୍ୟାପ୍ତ ପରିମାଣର ରହିଛି । ପାଖାପାଖି ସାଢ଼େ ୬ ଲକ୍ଷ ବଟିକ ରହିଥିବା ବେଳେ ଆଉ ୨୦ ଲକ୍ଷ ବଟିକା ନେଇ ଅର୍ଡର ଦିଆଯାଇଛି । ଆଉ ୩ ଲକ୍ଷ ରେମଡିସିଭର ନେଇ ମଧ୍ୟ ଅର୍ଡର ଦିଆଯାଇଛି । ଅନ୍ୟ ଆବଶ୍ୟକ ସାମଗ୍ରୀ ପିପିଇ କିଟ୍, ମାସ୍କ ମଧ୍ୟ ଆସନ୍ତା ୨ ମାସ ପାଇଁ ମହଜୁଦ ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ସେ ଆହୁରି କହିଛନ୍ତି , ଲୋକମାନେ ଭୟଭୀତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ୬୧ ହଜାର ୬୯୮ ମାମଲା ସକ୍ରିୟ ରହିଥିବା ବେଳେ ୮୯ ପ୍ରତିଶତ ଲୋକେ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି । ଏବଂ ଆମ ବରିଷ୍ଠ ବିଶେଷଜ୍ଞମାନଙ୍କ କହିବା ହେଲା ଯେ, ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଲୋକ ଘରେ ରହି ଚିକିତ୍ସିତ ହୋଇପାରିବେ । କରୋନା ସଂକ୍ରମିତ ହେଲା ମାତ୍ରେ ହସ୍ପିଟାଲ ଆସି ବେଡ୍ ଅକ୍ତିଆର କରିବା ଆବଶ୍ୟକ ନୁହେଁ । ଯଦି ନିହାତି ଆବଶ୍ୟକ ନୁହେଁ ତାହେଲେ ବେଡ୍ ଅକ୍ତିଆର କରନ୍ତୁ ନାହିଁ । ବେଡର ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ବେଡ୍ ଖାଲି ରଖିବାକୁ ସେ ଅନୁରୋଧ କରିଛନ୍ତି  ।

ଅପରପକ୍ଷରେ ଶନିବାର ଓ ରବିବାର ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ହେବାକୁ ଥିବା ଯୋଗୁଁ ଏହି ସମୟରେ ଟିକାକରଣ ବନ୍ଦ ରହିବ । ପ୍ରଥମ ଡୋଜ୍ ନେବାର ନିର୍ଦ୍ଧିରିତ ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍ ନନେଲେ ଟିକା ଅକାମି ହୋଇଯିବା ଏଣୁ ଅଗ୍ରାଧିକାର ଭିତ୍ତିରେ ଦ୍ୱିତୀୟ ଡୋଜ ଦିଆଯିବ । ଏଯାବତ୍ ରାଜ୍ୟରେ ପର୍ଯ୍ୟାୟ ପରିମାଣର ଟିକା ନଥିବାରୁ  ୧୮-୪୪ ବୟସ୍କଙ୍କ ଟିକାକରଣ ମଇ ୧ରୁ ଆରମ୍ଭ ହୋଇପାରିବ ନାହିଁ । ଟିକା ନେଇ ଟିକା ଉତ୍ପାଦନକାରୀ କମ୍ପାନୀ ସହ କଥା ହୋଇସାରିଛି । ରାଜ୍ୟରେ ଟିକା ପହଞ୍ଚିଲା ମାତ୍ରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ପୋଲିସ ବାବୁଙ୍କ ପରାମର୍ଶ, ଅଶ୍ୱତ୍ଥ ଗଛ ନିକଟରେ ବସିଲେ ମିଳିବ ଅକ୍ସିଜେନ

0

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଉତ୍ତରପ୍ରଦେଶ ହେଉ ବା ମହାରାଷ୍ଟ୍ରା ବା ପଶ୍ଚିମବଙ୍ଗ । ସବୁଠାରେ କରୋନା ଚାଂଚଲ୍ୟ ସୃଷ୍ଟି କରିଛି । କେଉଁଠି ହସ୍ପିଟାଲରେ ଶଯ୍ୟା ଅଭାବ ତ କେଉଁଠି ଅକ୍ସିଜେନର ଘୋର ଅଭାବ । ସାରା ଦେଶରେ ଏହି ବିଶ୍ୱବ୍ୟାପୀ କରୋନା ମହାମାରୀ ତାଣ୍ଡବ ସୃଷ୍ଟି କରିଛି । ଦିନ ଯେତେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା ସେତେ ବଢୁଛି । ଏହି ମଧ୍ୟରେ ଉତ୍ତରପ୍ରଦେଶର ଆହ୍ଲାବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ପୋଲିସ ରୋଗୀଙ୍କୁ ଅଜବ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ।

ବାସ୍ତବରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅକ୍ସିଜେନ ପାଇଁ ଚିନ୍ତିତ ହୋଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଅଜବ ପରାମର୍ଶ ଦେଇଛନ୍ତି ପୋଲିସ ବାବୁ । ଅମ୍ଳଜାନ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଅଶ୍ୱତ୍ଥ ଗଛ ନିକଟରେ ବସିବା ପାଇଁ ପୋଲିସ ବାବୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଅକ୍ସିଜେନ ମିଳୁନଥିବାରୁ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅକ୍ସିଜେନ ଅଭାବରୁ ଶରୀର ଅସୁସ୍ଥ ହୋଇପଡ଼ୁଥିବା ବେଳେ ଭିଡ଼ କମ୍କରିବା ପାଇଁ ପ୍ଲାଣ୍ଟ ନିକଟକୁ ନ ଆସି ଘରେ ରହି ଘର କାମ କରିବାକୁ ପରାମର୍ଶ ଦିଆଯାଉଛି । ତେବେ ଅକ୍ସିଜେନ ପ୍ଲାଣ୍ଟ ବାହାରେ ଛିଡ଼ା ହୋଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଭାରତରେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ବେଗରେ ବଢିବାରେ ଲାଗିଛି । ଅନ୍ୟପଟେ ଟୀକାକରଣ ପ୍ରକ୍ରିୟା ସାରା ଦେଶରେ ଜାରି ରହିଛି । କିନ୍ତୁ ଆସନ୍ତା ୧ ମଇ ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର । ଏଥିପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇ ସାରିଲାଣି ।

ସରକାରୀ ଆକାଉଣ୍ଟରୁ ୫ କୋଟି ଗାଏବ: ଲିଖିତ ଅଭିଯୋଗ କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ସୋନପୁର: ସରକାରୀ ଆକାଉଣ୍ଟରୁ ଗାଏବ ହୋଇଗଲା ୫କୋଟି ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସରକାରୀ ଆକାଉଣ୍ଟରୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ । ଜାତୀୟ ସ୍ବାସ୍ଥ୍ୟ ମିଶନ ଜମା ଖାତାରୁ ଏହି ଟଙ୍କା ଗାଏବ ଗାୟବ ହୋଇଯାଇଛି । ଟଙ୍କା ଗାଏବ ନେଇ ସୁବର୍ଣ୍ଣପୁର ଏସପି ଏବଂ କ୍ରାଇମବ୍ରାଞ୍ଚରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ତେବେ କେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି । ଏ ନେଇ କୌଣସି ସୂଚନା ମିଳିପାରିନାହିଁ । ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ମଧ୍ୟ କୌଣସି ପ୍ରକାର ସୂଚନା ମିଳିପାରିନାହିଁ ।

ଏଥିସହିତ ପଢ଼ନ୍ତୁ: ଜମି ବିବାଦକୁ ନେଇ ଗଣ୍ଡଗୋଳ, ଡ୍ରେନରେ ବୁଡ଼ାଇ ହତ୍ୟା ଉଦ୍ୟମ