spot_img
Home Blog Page 5704

ସିଲ ହେଲା ମାର୍କେଟ ବିଲ୍ଡିଂ , କଟକଣା ମାନୁନଥିଲେ ଲୋକେ

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂକୁ ସିଲ  କରିଛି ବିଏମସି । କୋଭିଡ କଟକଣାଙ୍କୁ କୈଣସି ଲୋକେ ମାନୁନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁଭନେଶ୍ୱର ମହାନଗର ନିଗମ । ରାଜ୍ୟରେ ଗୋଟେପଟେ ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଥିବାବେଳେ ସେପଟେ କୋଭିଡ କଟକଣାକୁ ଫୁ କରାଯାଉଥିବା ଦେଖାଯାଇଥିଲା ।

ଭୁବନେଶ୍ୱର ଡିସିପି ଏବଂ MBC ଜୋନାଲ କମିସନଙ୍କ ଉପସ୍ଥିତିରେ ମାର୍କେଟ ବିଲ୍ଡିଂ ସିଲା କରାଯାଇଛି । ସୂଚନା ମୁତାବକ ୪୮ ଘଣ୍ଟା ପାଇଁ କଟକଣା ବଳବତ୍ତର କରାଯାଇଛି । ଅର୍ଥାତ ଦୁଇ ଦିନ ବନ୍ଦ ରହିବ ସମ୍ପୂର୍ଣ୍ଣ ମାର୍କେଟ ବିଲ୍ଡିଂ ଅଞ୍ଚଳ ।

ସେପଟେ ଭୁବନେଶ୍ୱର ଓ କଟକରେ କମ୍ୟୁନିଟି ଟ୍ରାନ୍ସମିସନ ପରି ସ୍ଥିତି ଉଜପଜିଲାଣି । ଯେହେତୁ ଏଠି ପ୍ରବାସୀ ଅଧିକ, ତେଣୁ ସଂକ୍ରମଣ ବଢୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରେ । ଆଜି 8 ହଜାର କାଲି ସଂକ୍ରମଣ କମିପାରେ କି ବଢିବି ପାରେବୋଲି କହିଛନ୍ତି ବିଜୟ ମହାପାତ୍ର ।

କମିଲା କୋଭିସିଲ୍ଡ ଟିକା ଦାମ୍, ଏଣିକି ୩୦୦ ଟଙ୍କାରେ ମିଳିବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ବୁଧବାର ଦିନ କୋଭିସିଲ୍ଡ ଟିକାର ଦାମ କମାଯାଇଛି। କୋଭିସିଲ୍ଡ ଟିକା ଦାମ କମିବା ନେଇ ସେରମ ମୁଖ୍ୟ ଟୁଇଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ଏହା ୪୦୦ ଟଙ୍କା ଥିବା ବେଳେ ରାଜ୍ୟ ପାଇଁ ଡୋଜ ପିଛା ୧୦୦ ଟଙ୍କା କମିଛି ଦର।

ଯାହା ଫଳରେ ରାଜ୍ୟକୁ ୩୦୦ ଟଙ୍କା ଦାମରେ କୋଭିସିଲ୍ଡ ଟିକା ମିଳିବ। ପୂର୍ବରୁ ରାଜ୍ୟକୁ ଡୋଜ ପିଛା ୪୦୦ ଟଙ୍କାର ଦର ଧାର୍ଯ୍ୟ କରିଥିଲା ସେରମ । କେବଳ ସରକାରୀ ହସ୍ପିଟାଲ୍ ଲାଗି ଏହି ନୂଆ ଦାମ୍ ଘୋଷଣା କରାଯାଇଥିବା ବେଳେ ଘରୋଇ ମେଡିକାଲ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରହିଛି ।

ଏନେଇ ସେରମ ମୁଖ୍ୟ ଆଦର ପୁନାୱାଲା କହିଛନ୍ତି ଯେ, ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର କୋଟି କୋଟି ଟଙ୍କା ପାଣ୍ଠି ସଞ୍ଚୟ ହୋଇପାରିବ । ଏଥିଯୋଗୁଁ ଅଧିକ ସଂଖ୍ୟାରେ ଟିକାକରଣ ହେବା ସଙ୍ଗେସଙ୍ଗେ ଜନସାଧାରଣଙ୍କ ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ ।

କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ସେତେବେଳେ ହୋଇଛି ଯେତେବେଳେ କେନ୍ଦ୍ର ପକ୍ଷରୁ ଉଭୟ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକକୁ ସେମାନଙ୍କ ଟିକାର ଦାମ୍ ଉପରେ ଆଉଥରେ ଚିନ୍ତା କରିବାକୁ ନିବେଦନ କରାଯାଇଥିଲା । କାରଣ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି ।

ଟିକା ନେବା ପରେ ବି ନିୟମ ମାନିବା ଜରୁରି: RMRC ନିର୍ଦ୍ଦେଶିକା

ଭୁବନେଶ୍ୱର: ଚିନ୍ତା ବଢାଇଛି ନୂଆ ଭେରିଆଣ୍ଟ । ସଚେତନ ଅଭାବରୁ ରାଜ୍ୟରେ ମାଡି ଚାଲିଛି କରୋନା ମହାମାରୀ । ଏଣୁ ନିୟମ ମାନିବା ସହ ଅଧିକ ସତର୍କତା ନିହାତି ଜରୁରୀ ବୋଲି ବୁଧବାର ଦିନ କହିଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।

ଏକ ସାମ୍ବାଦିକ ସମ୍ମିଳନୀରେ RMRC ନିର୍ଦ୍ଦେଶିକା କହିଛନ୍ତି ଯେ  ନୂଆ ଭେରିଆଣ୍ଟ ପାଇଁ ଦେଶରେ ଏବେ ଦ୍ରୁତ ଗତିରେ ସଂକ୍ରମଣ ବଢିବାରେ ଲାଗିଛି। ଯଦି ଆପଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ରକ୍ତ ନମୁନା ପରୀକ୍ଷା ତୁରନ୍ତ କରାନ୍ତୁ। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କୋଭିଡ଼ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ଏବଂ ଏନେଇ କୗେଣସି ପ୍ରକାର ଖାମଖୁଆଲ ମନୋଭବ ଠିକ୍ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି, ଲକ୍ଷଣ ଥିଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ସହ ୩ରୁ ୫ ଦିନ ମଧ୍ୟରେ ଟେଷ୍ଟ କରାଇବା ଜରୁରୀ ଅଟେ । ଏପରିକି ଘରେ ରହିଲେ ବି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଆବଶ୍ୟକ ଅଟେ । ଲକ୍ଷଣ ଥାଇ ଟେଷ୍ଟ ନେଗେଟିଭ୍ ଆସିଲେ ବି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପରାମର୍ଶ ଅନୁସାରେ ମେଡିସନ୍ ଖାଆନ୍ତୁ । କରୋନା ଡୋଜ୍ ନେବା ପରେ ବି ନିୟମ ମାନିବା ଉଚିତ୍ ।

ତେବେ କରୋନାରୁ ସୁସ୍ଥ ହେବା ପରେ ୬ରୁ ୭ ସପ୍ତାହ ମଧ୍ୟରେ ଟିକା ନେଇ ପାରିବେ। ଦ୍ୱିତୀୟ ଲହରକୁ ନେଇ ଅଧିକ ଭୟଭୀତ ହେବାର କାରଣ ନାହିଁ। ଦ୍ୱିତୀୟ ଲହରରେ ସତର୍କ, ସଞ୍ଜମତା ସହ ସଚେତନତା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।

ରାଜ୍ୟରେ ସୁସ୍ଥ ହେଲେ ୪୫୨୧ ଜଣ ନୂଆ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଭୟ ଭିତରେ ଆଶ୍ୱସ୍ତୀ ଦେଉଛି କରୋନା ସୁସ୍ଥଙ୍କ ହାର। ରାଜ୍ୟରେ କରୋନା ସଂକ୍ରମଣ ସହ ବଢ଼ିବାକୁ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା । ରାଜ୍ୟରେ ଆଜି ଆଉ ୪ ହଜାର ୫୨୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୭୫ ହଜାର ୭୨୧ ଜଣ ସୁସ୍ଥ ହୋଇଛନ୍ତି ।

ସୁସ୍ଥଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୭୨୧  ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୯୬, ନୂଆପଡ଼ାରୁ ୩୬୬, ବଲାଙ୍ଗିରରୁ ୩୨୦, କଳାହାଣ୍ଡିରୁ ୨୭୨, କଟକରୁ ୨୫୩ ଜଣ, ସମ୍ବଲପୁରରୁ ୨୪୧, ବରଗଡ଼ରୁ ୧୯୧, ଝାରସୁଗୁଡ଼ାରୁ ୧୬୮, ନବରଙ୍ଗପୁରରୁ ୧୫୦, କେନ୍ଦୁଝରରୁ ୧୦୧, ଯାଜପୁରରୁ ୯୩, ମୟୂରଭଞ୍ଜରୁ ୮୬, କେନ୍ଦ୍ରାପଡ଼ାରୁ ୮୫, ରାୟଗଡ଼ାରୁ ୮୫, ନୟାଗଡ଼ରୁ ୭୨, ଗଞ୍ଜାମରୁ ୫୭, ଜଗତସିଂହପୁରରୁ ୪୯, ଅନୁଗୁଳ, ଭଦ୍ରକ ଓ ଗଜପତିରୁ ୪୩ ଲେଖାଏଁ, ସୋନପୁରରୁ ୪୨, ବାଲେଶ୍ୱରରୁ ୩୯, କୋରାପୁଟରୁ ୨୭, ଦେବଗଡ଼ରୁ ୨୧, କନ୍ଧମାଳରୁ ୨୦, ଢ଼େଙ୍କାନାଳରୁ ୧୯, ମାଲକାନାଗିରିରୁ ୧ ଓ ଷ୍ଟେଟ୍ ପୁଲରୁ ୧୨୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଅଭିନେତା ଜିମି ଶେର୍ଗିଲ ଗିରଫ: କର୍ଫ୍ୟୁ ବେଳେ କରୁଥିଲେ ଶୁଟିଂ

ଲୁଧିଆନା : ଦେଶରେ କୋଭିଡ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ଅନେକ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ବଲିଉଡ ଅଭିନେତା ଜିମି ଶେର୍ଗିଲ ଏହି କଟକଣା ଉଲଂଘନ କରିଥିବାରୁ ତାଙ୍କୁ ପୋଲିସ୍ ଗିରଫ କରିଛି।

ମଙ୍ଗଳବାର ରାତିରେ ପଞ୍ଜାବର ଲୁଧିଆନାରେ ବଲିଉଡ ଅଭିନେତା ଜିମି ଶେର୍ଗିଲ, କର୍ଫ୍ୟୁ ଉଲ୍ଲଂଘନ କରି ଏକ ୱେବ୍ ସିରିଜ୍ ଶୁଟିଂ କରୁଥିଲେ। ତେବେ ଶୁଟିଂ ଶେଟ୍ ରୁ ପୋଲିସ ଜିମି, ନିର୍ଦ୍ଦେଶକ ଇଶ୍ୱର ନିୱାସ ଏବଂ ଅନ୍ୟ ୩୫ ଜଣଙ୍କୁ ଗିରଫ କରିଛି। ଅଭିନେତାଙ୍କ ସମେତ ଅନ୍ୟ ୪ ଜଣଙ୍କ ବିରୋଧରେ ଏ ନେଇ ମାମଲା ରୁଜୁ ହୋଇଛି।

ପଞ୍ଜାବୀ ୱେବ୍ ସିରିଜର ଏହି ଟିମ୍ ଗତ ୩ ଦିନ ଧରି ଆର୍ଯ୍ୟ ବିଦ୍ୟାଳୟରେ ଶୁଟିଂ କରୁଥିଲେ। ତେବେ ସୋମବାର ଦିନ କେହି ଜଣେ ପୋଲିସକୁ ଖବର ଦେଇଥିଲେ ଯେ ଶୁଟିଂ ସ୍ଥାନରେ ମାସ୍କ ପିନ୍ଧାଯାଉ ନାହିଁ ଏବଂ ସାମାଜିକ ଦୂରତା ଅନୁସରଣ କରାଯାଉନାହିଁ । ଏହାପରେ ପୋଲିସ ସେହି ସ୍ଥାନରେ ପହଞ୍ଚି ଦୁଇ ଜଣଙ୍କ ଚାଲାଣ କାଟିଥିଲା।

ସୋମବାର ଚାଲାଣ କାଟିବା ପରେ ମଧ୍ୟ ୱେବ୍ ସିରିଜର ଟିମ୍ ପୁଣିଥରେ କରୋନା କଟକଣା ନିୟମ ଉଲ୍ଲଂଘନ କରି ରାତିରେ ଫିଲ୍ମର ଶୁଟିଂ କରୁଥିବା ଓ ସେଠାରେ ପ୍ରାୟ ୧୫୦ ଲୋକ ଉପସ୍ଥିତ ଥିବା ପୋଲିସ ସୂଚନା ପାଇଥିଲା। ଯାହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିମି ଶେର୍ଗିଲ ନିର୍ଦ୍ଦେଶକ ଈଶ୍ୱର ନିୱାସଙ୍କ ସମେତ ଟିମ୍ ର ୩୫ଜଣ ସଦସ୍ୟଙ୍କୁ ଗିରଫ କରିନେଇଛି। ଏବଂ ଏମାଙ୍କ ବିରୋଧରେ ମହାମାରୀ ପ୍ରୋଟୋକଲ ଉଲ୍ଲଂଘନ ମାମଲା ରୁଜୁ କରିଛି।

କେନ୍ଦୁଝର ମୁନିସିପାଲିଟିରେ ୧୪୪ ଧାରା ଜାରି

କେନ୍ଦୁଝର: କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କେନ୍ଦୁଝର ମୁନିସିପାଲିଟିରେ ୧୪୪ ଧାରା ଜାରି କରାଯାଇଛି। ସହରର ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଏକତ୍ର ହୋଇପାରିବେ ନାହିଁ। କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଟକଣା ଜାରି କରାଯାଇଛି।

ସୂଚନା ଅନୁଯାୟୀ, ରାଙ୍କିଠାରେ ଥିବା ସରକାରୀ କୋଭିଡ଼୍ ଡାକ୍ତରଖାନାର ଆଇସିୟୁ ବେଡ଼୍ ସଂଖ୍ୟା ୨୬ ରୁ ୪୫କୁ ବୃଦ୍ଧି କରାଯାଇଛି । ଅକ୍ସିଜେନ୍ ବେଡ଼୍ ସଂଖ୍ୟା ୧୩୦କୁ ବୃଦ୍ଧି କରାଯାଇଛି। ଏଥିସହ ଜିଲ୍ଲାରେ ଅନ୍ୟ ୫ଟି ସ୍ଥାନରେ କୋଭିଡ଼୍ କେୟାର ସେଣ୍ଟର ସ୍ଥାପନ କରାଯାଇଛି।  ଯେଉଁଠି ଅତି କମରେ ୫ ଶହ ଅକ୍ସିଜେନ୍ ବେଡ଼ ସ୍ଥାପନ କରାଯିବ।

ତେବେ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପ୍ରଶାସନ ତରଫରୁ ୨୦ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। କେବଳ କେନ୍ଦୁଝର ପୌରପାଳିକାରେ ୧୬ଟି ରହିଛି। ଆସନ୍ତାକାଲି ଠାରୁ କେନ୍ଦୁଝରଗଡ଼ ପୌରପାଳିକାରେ ଡୋର ଟୁ ଡୋର ସର୍ଭେ କରାଯିବ । ଏଥିରେ ଅଙ୍ଗନୱାଡି, ଆଶାକର୍ମୀ ଓ ଏଏନଏମ୍ ସାମିଲ୍ ହେବେ ବୋଲି ସୂଚନା ମିଳିଛି।

ଭଦ୍ରକରୁ ୨୬୫ ଗ୍ରାମ ବ୍ରାଉନସୁଗାର ଜବତ, ୪ ଗିରଫ

ଭଦ୍ରକ: ଭଦ୍ରକରେ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନ ସୁଗାର। ଏହି ଘଟଣାରେ ସମ୍ପୃକ୍ତି ନେଇ ଦୁଇ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ଧାମରା ବ୍ରିଜ ତଳେ ତଲାସି ବେଳେ ୨୬୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି କୌଣସି ସୁତ୍ରରୁ ଖବର ପାଇ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ଏକ ଟିମ ଚରମ୍ପା ନିକଟସ୍ଥ ଜାତୀୟ ରାଜପଥର ଧାମରା ବ୍ରିଜ ଠାରେ ଏକ ନମ୍ବର ବିହୀନ ବାଇକରେ ଆସୁଥିବା ୨ ଯୁବକ ଅଟକାଇ ଯାଞ୍ଚ ବେଳେ ସେମାନଙ୍କ ଠାରୁ ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ। ପରେ ଅଧିକ ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣେ ମହିଳା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ।

ତେବେ ଏହି ଘଟଣାରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ କରୁଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧକ୍ଷକ।

ପଞ୍ଚାୟତ ନିର୍ବାଚନରେ ୧୩୫ ଶିକ୍ଷକଙ୍କ ମୃତ୍ୟୁ, ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଆହ୍ଲାବାଦ: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ୧୩୫ ଶିକ୍ଷକ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ଗୁରୁତର ଭାବେ ଗ୍ରହଣ କରିବା ସହ ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟକଳାପକୁ ଦୃଢ  ନିନ୍ଦା କରିଛନ୍ତି।

ପଞ୍ଚାୟତ ନିର୍ବାଚନ ସମୟରେ କମିଶନ କିପରି କୋଭିଡ ଗାଇଡ୍ ଲାଇନକୁ ଅନୁସରଣ କରିବାରେ ବିଫଳ ହେଲେ ସେନେଇ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି। ଏଥିସହ ନିର୍ବାଚନ ଆୟୋଗ ଓ ୨୭ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି ।

ଅମ୍ଳଜାନ ସଙ୍କଟ ଉପରେ କୋର୍ଟ କହିଛନ୍ତି, ଏହା ଏକ ଲଜ୍ଜାଜନକ ବିଷୟ ଯେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆମେ ଲୋକମାନଙ୍କୁ ଅମ୍ଳଜାନ ଯୋଗାଇବାରେ ସକ୍ଷମ ହୋଇପାରୁନୁ।

ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ଦୁଇଥର ହେଲଥ ବୁଲେଟିନ୍ ଜାରି କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ନୗେ, ପ୍ରୟାଗରାଜ, ବାରାଣାସୀ, ଆଗ୍ରା, କାନପୁର ନାଗର, ଗୋରଖପୁର ଏବଂ ଝାନ୍ସି ଆଦିର ସରକାରୀ ଡାକ୍ତରଖାନା ସମ୍ପର୍କରେ ବୁଲେଟିନ୍ ଜାରି କରାଯିବା ଉଚିତ । ଯାହା ଫଳରେ ଲୋକମାନେ ରୋଗୀଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ପାଇପାରିବେ।

ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ଆଇସିୟୁ ଏବଂ କୋଭିଡ ୱାର୍ଡରେ କେତେ ଶଯ୍ୟା ଅଛି ତାହା ଜିଲ୍ଲା ପୋର୍ଟାଲ ମାଧ୍ୟମରେ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଛନ୍ତି।

କେମିତି କରିବେ ଅନ୍‌ଲାଇନରେ ଟିକାକରଣ ପାଇଁ ରେଜିଷ୍ଟ୍ରେସନ, ଜାଣନ୍ତୁ

ନୂଆଦିଲ୍ଲୀ: ମେ ୧ ତାରିଖରୁ ଦେଶରେ ଟିକା ନେବେ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କ। ଏ ନେଇ ଆଜିଠୁ ଆରମ୍ଭ ହେବ ଅନ୍‌ଲାଇନରେ ପଞ୍ଜିକରଣ। ଅପରାହ୍ନ ୪ଟାରୁ ଅନଲାଇନ୍‌ରେ ଏହି ସେବା ଉପଲବ୍ଧ ହେବ। କିନ୍ତୁ ୪୫ ବର୍ଷରୁ ଅଧିକ ବ୍ୟକ୍ତି ମାନେ ଟୀକାକରଣ କେନ୍ଦ୍ରରେ ପଞ୍ଜିକରଣ କରି ଟିକା ନେଇପାରିବେ।  ଅନଲାଇନ୍‌ରେ କେମିତି ହେବ ପଞ୍ଜିକରଣ ସେନେଇ ଅନେକଙ୍କ ମନରେ ପ୍ରଶ୍ନ ରହିଥିବ। ତେବେ ଆସନ୍ତୁ ଜାଣିବା ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଏବଂ ଏହା ସହିତ ଜଡିତ ସମସ୍ତ ଆବଶ୍ୟକୀୟ ଜିନିଷ ବିଷୟରେ।

ଟିକାକରଣ ପାଇଁ ୧୮ ବର୍ଷ ଠାରୁ ଅଧିକ ଏବଂ ୪୫ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କ ପାଇଁ କୋଉଇନ୍ ୱେବ୍ ପୋର୍ଟାଲରେ ପଞ୍ଜୀକୃତ କରାଇବା ଏବଂ ଟୀକାକରଣ ପାଇଁ ସ୍ଲଟ ବୁକ୍‌ କରିବାକୁ ବାଧ୍ୟତାମୂଳକ କରାଯାଇଛି।

ସବୁଠାରୁ ବଡ଼ କଥା ହେଉଛି ଆପଣ ଅନଲାଇନରେ କେମିତି କରିବେ ରେଜିଷ୍ଟ୍ରେସନ। ପ୍ରଥମେ ଆରୋଗ୍ୟ ସେତୁ ଆପରେ ଆପଣ କୋଉଇନ୍‌ ର ଏକ ଡ୍ୟାସବୋର୍ଡ ଦେଖିବେ। ସେଠାରେ କ୍ଲିକ୍ କରିବା ପରେ ଆପଣଙ୍କୁ ଲଗଇନ୍/ରେଜିଷ୍ଟର ଉପରେ ଟ୍ୟାପ୍ କରିବାକୁ ପଡ଼ିବ। ଏହା ପରେ ଆପଣଙ୍କୁ ଆପଣଙ୍କର ୧୦ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ।

Poonawala Expected To Launch Trial Of Kovovax In India By September

OTPରେ ଆପଣଙ୍କ ନମ୍ବର ଭେରିଫାଏ ହେଲାପରେ ପରେ ପଞ୍ଜୀକରଣ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ଯେଉଁଥିରେ ଆପଣଙ୍କୁ ଆଧାର, ପାନ୍, ଡ୍ରାଇଭିଂ ଲାଇସେନ୍ସ ପରି ଫଟୋ ID କାର୍ଡ ମଧ୍ୟରୁ ପରିଚୟ ପତ୍ର ପାଇଁ ଗୋଟିଏ ବାଛିବାକୁ ପଡ଼ିବ। ତୁମ ନାମ, ଜନ୍ମ ତାରିଖ, ଲିଙ୍ଗ ପରି କିଛି ମୌଳିକ ବିବରଣୀ ପୂରଣ କରିବାକୁ ପଡ଼ିବ। ଏହା ପରେ ଆପଣ ଏକ ପୃଷ୍ଠା ଦେଖିବେ ଯେଉଁଥିରେ ଆପଣ ସମାନ ମୋବାଇଲ୍ ନମ୍ବର ସହିତ ୪ ଟି ହିତାଧିକାରୀଙ୍କୁ ସଂଯୋଗ କରିପାରିବେ। ତାପରେ ତୁମେ ତୁମର ପିନ୍ କୋଡ୍ ପ୍ରବେଶ କରିବା ମାତ୍ରେ ତୁମ ସାମ୍ନାରେ ଟୀକାକରଣ କେନ୍ଦ୍ରଗୁଡ଼ିକର ଏକ ତାଲିକା ଖୋଲିବ। ସେଠାରୁ, ତୁମେ ତୁମର ପ୍ରିୟ କେନ୍ଦ୍ର ବାଛି ଆପଣ ଟୀକାକରଣ ତାରିଖ ଏବଂ ସମୟ ବିଷୟରେ ସୂଚନା ପାଇବେ।

କୋଭିନ ପୋର୍ଟାଲରେ କିପରି ପଞ୍ଜିକରଣ କରିବେ ?

ପ୍ରଥମେ କୋଉଇନ୍‌ (www.cowin.gov.in) ପୋର୍ଟାଲକୁ ଯାଆନ୍ତୁ । ସେଠାରେ OTP ମାଧ୍ୟମରେ ଆପଣଙ୍କର ୧୦-ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବରକୁ ଯାଞ୍ଚ କରନ୍ତୁ। ଏହା ପରେ, ଟିକାକରଣ ପାଇଁ ପଞ୍ଜୀକରଣ ପାଇଁ ପଜ ଖୋଲିବ। ଯେଉଁଠାରେ ଆପଣଙ୍କୁ ନିଜ ବିଷୟରେ ମୌଳିକ ସୂଚନା ପୂରଣ କରିବାକୁ ପଡ଼ିବ ଯେପରିକି (ନାମ, ଜନ୍ମ ତାରିଖ ଇତ୍ୟାଦି) । ପଞ୍ଜୀକରଣ ସମ୍ପୂର୍ଣ୍ଣ ହେବା ପରେ, ଆପଣ ନିଜ ମୋବାଇଲ୍ ନମ୍ବରରେ ଆକାଉଣ୍ଟ୍ ବିବରଣୀରେ ଆଉ ୩ ଜଣଙ୍କୁ ଯୋଡ଼ିପାରିବେ। ବାକି ପ୍ରକ୍ରିୟା ମଧ୍ୟ ଆରୋଗିଆ ସେଟୁ ଆପ୍ ସହିତ ସମାନ |

ତାତିରୁ ମିଳିବ ଆଶ୍ୱସ୍ତି, ୩ ତାରିଖ ଯାଏ କାଳବୈଶାଖୀ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି। କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ କମିବ ତାପମାତ୍ରା। ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବିଜୁଳି ସହ ବର୍ଷା ପବନ ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କୋରାପୁଟ, ନବରଙ୍ଗପୁର,ଗଜପତି, କନ୍ଧମାଳ ଏବଂ ରାୟଗଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ। ଯାହା ଫଳରେ ସର୍ବାଧିକ ତାପମାତ୍ରାରେ ଧିରେ ଧିରେ ହ୍ରାସ ଘଟିବ। ୨ ରୁ ୩ ଦିନ ମଧ୍ୟରେ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ୩ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ସପ୍ତାହେ ହେବ ଉପକୂଳ ଓଡ଼ିଶାରେ ଉପରମୁହାଁ ଥିଲା ପାରଦ। ପଶ୍ଚିମ ଦିଗରୁ ଓଡ଼ିଶାକୁ ଆସୁଥିବା ଶୁଷ୍କ ଗରମ ପବନ ପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍‌ଓ୍ବେଭ୍‌ ଆଲର୍ଟ ଜାରି କରାଯାଇଥିଲା । କିନ୍ତୁ ଏବେ ପବନର ଗତି ପରିବର୍ତ୍ତନ ହୋଇ ବଙ୍ଗୋପସାଗର ଆଡୁ ଓଡ଼ିଶାର ସ୍ଥଳ ଭାଗ ଆଡକୁ ପବନ ପ୍ରବାହିତ ହେଉଛି । ଫଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହେବା ସହ କାଳବୈଶାଖୀ ବର୍ଷା ହେବାରେ ସହାୟକ ହେଉଛି ।