spot_img
Home Blog Page 5798

IPL 2021: ଏପ୍ରିଲ ୯ରୁ ଆଇପିଏଲ୍, ପୁରୁଣା ରେକର୍ଡକୁ ଫେରିବ KKR

ଭୁବନେଶ୍ୱର: ଏପ୍ରିଲ ୯ରୁ ଆରମ୍ଭ ଆଇପିଏଲ୍‌ । କମ୍ପିବ ମୈଦାନ, ଜମିବ ମ୍ୟାଚ । ଗତବର୍ଷ କୋଭିଡ ଟୁର୍ଣ୍ଣାମେଣ୍ଟରେ ବାଧକ ସାଜିଥିଲା । ଗତବର୍ଷ ବିଦେଶରେ ମ୍ୟାଚ ଖେଳାଯାଇଥିବା ବେଳେ ଚଳିତ ବର୍ଷ ଦେଶରେ ହିଁ ଖେଳାଯିବା ନେଇ ହୋଇଛି ନିଷ୍ପତି। ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ଚଳିତବର୍ଷର ଟୁର୍ଣ୍ଣାମେଣ୍ଟ ଖେଳାଯିବ। ସମୁଦାୟ ୫୧ ଦିନ ଧରି ଜାରି ରହିବ ଏହି କ୍ରିଡା ମହାକୁମ୍ଭ । ମ୍ୟାଚକୁ ନେଇ ହାତରେ କମ ଦିନ ଥିବାବେଳେ KKR ଚଳାଇଛି କସରତ।

ଆଇପିଏଲରେ ଦୁଇ ଦୁଇ ଥର ଟ୍ରଫି ହାସଲ କରିଥିବା କୋଲକାତା ନାଇଟ୍ ରାଇଡର୍ସ ଟିକେ ଥମି ଯାଇଛି । କିନ୍ତୁ ପୁଣି ପୁରୁଣା ରେକର୍ଡ କରିବାକୁ ଦଳ ଆରମ୍ଭ କରିଛି ଚେଷ୍ଟା । ଅଧିନାୟକ ଥିବା ଗୌତମ ଗମ୍ଭୀରଙ୍କ ବିଦାୟ ପରେ ଦଳରେ ହୋଇଛି ବ୍ୟାପକ ପରିବର୍ତ୍ତନ । କିନ୍ତୁ ଦଳ ସେହି ପୂର୍ବ ଦିନର ପ୍ରଦର୍ଶନକୁ ଫେରିବାକୁ ପୁନର୍ବାର ପ୍ରୟାସ ଆରମ୍ଭ କରିଛି । ସେପଟେ ଚଳିତ ଟୁର୍ଣ୍ଣାମେଣ୍ଟରେ RCB ସହ ପ୍ରଥମ ମ୍ୟାଚ ମଧ୍ୟ ଖେଳିବାକୁ ଯାଉଛି KKR ।

କେକେଆରର ଶକ୍ତି ଭାବେ ଥିବା ସ୍ପିନ୍ ବିଭାଗ ଏବେ ଦଳ ପାଇଁ ଦୁର୍ବଳତା ପାଲଟିଯାଇଛି। କୁଲଦୀପ ଯାଦବ ୫ ମ୍ୟାଚ୍‌ରୁ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ୨୦୧୨ ଓ ୨୦୧୪ରେ ଦଳକୁ ବିଜେତା କରିଥିବା ଗମ୍ଭୀରଙ୍କ ଦଳର ମୁଖ୍ୟ ବୋଲିଂ ଅସ୍ତ୍ର ସୁନିଲ ନାରାୟଣ ମଧ୍ୟ ବିଫଳ ହେଉଛନ୍ତି। ବୋଲିଂ ଶୈଳୀ ପାଇଁ ବିବାଦରେ ପଡ଼ିବାରୁ ସେ ମଧ୍ୟ ଥମି ଯାଇଛନ୍ତି । ସେପଟେ ନାରାୟଣଙ୍କ ବଦଳରେ ବରୁଣ ଚକ୍ରବର୍ତୀ ଦାୟିତ୍ବ ସମ୍ଭାଳି ଦଳ ପାଇଁ ସର୍ବାଧିକ ୧୭ ୱିକେଟ୍ ନେଇଥିଲେ। ସେହିପରି ନାରାୟଣ ଆହତ ହୋଇଥିବାବେଳେ ଖେଲରୁ ବାଦ ପଡିଥିଲେ । ଏବେ ସେ କେତେ ଫିଟନେସ୍‌ ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଫ୍ୟାନ୍ସ ଏବଂ ଫଲୋୟର୍ସ ନାରାୟଣଙ୍କ ବୋଲିଂକୁ ପୁଣି ଥରେ ଦେଖିବାକୁ ଆଶାବନ୍ଧି ବସିଛନ୍ତି ।

IPL2021: କ୍ୟାମେରାରେ କଏଦ ହରକତ, ଜାଣି ପାରିଲେନି ରାଜସ୍ଥାନ ରୟାଲ୍ସର ଅଲରାଉଣ୍ଡର

ନୂଆଦିଲ୍ଲୀ: ଆଇପିଏଲର ପ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଟିମର ଅଲରାଉଣ୍ଡର ରାହୁଲ ତେବତିଆଙ୍କ ଏକ ଭିଡିଓ ଏବେ ବେସ ଭାଇରାଲ ହେବାରେ ଲାଗିଛି । ହୋଟେଲ ରୁମରେ କ୍ୟାମେରା ଅନ କରିଥିବା ଅଲରାଉଣ୍ଡର ତେବତିଆ କ୍ୟାମେରା ଅଫ କରିବାକୁ ଭୁଲି ଯାଇଛନ୍ତି । ଫଳରେ ରୁମର ସମସ୍ତ କାର୍ଯ୍ୟକଳାପ କ୍ୟାମେରାରେ କଏଦ ହୋଇଛି ।

ଟିମ ସହ ସବୁବେଳେ ଜଡିତ ଥିବା ରାଜସ୍ଥାନ ରୟାଲ୍ସର ଏହି ଅଲରାଉଣ୍ଡର ଏବେ ପୃଥକବାସରେ ରହିଛନ୍ତି । ଫଳରେ ରୁମରେ ପ୍ରାକ୍ଟିସ ଜାରି ରଖିଛନ୍ତି ତେବତିଆ । ଦଳ ପକ୍ଷରୁ ଟ୍ବିଟରେ ସେୟାର କରାଯାଇଥିବା ଏହି ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ରାହୁଲ କରୁଥିବା ସମସ୍ତ କାର୍ଯ୍ୟ କଏଦ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି ରାହୁଲ ବେଡରୁ ଉଠିବା ପରେ ପ୍ରଥମେ ଫୋନରେ କଥା ହେଉଛନ୍ତି । ପରେ ଫୋନ କଥା ହେବା ସହ ବ୍ୟାଟିଂ ପ୍ରାକ୍ଟିସ କରୁଛନ୍ତି । ଏହାପରହେ ପୁଣି ବ୍ୟାୟାମ କରୁଛନ୍ତି । ସବୁ କାର୍ଯ୍ୟ କରୁଛନ୍ତି କିନ୍ତୁ ଫୋନ ଛାଡୁ ନଥିବା ଭିଡିଓରେ ଦେଖାଯାଇଛି । ସେପଟେ ଖୋଦ ରାଜସ୍ଥାନ ରୟାଲ୍ସ ଏହି ଭି଼ଡିଓକୁ ଟ୍ବିଟରରେ ସେୟାର କରାଯାଇଛି । ଏବଂ କ୍ୟାପସନରେ ଲେଖାଯାଇଛି ‘ ରାହୁଲଙ୍କୁ ଲାଗୁଛି କି ତାଙ୍କୁ କେହି ଦେଖୁ ନାହାଁନ୍ତି ’ ।

ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଶାସକ ଦଳ ସଦସ୍ୟ ଭୁପିନ୍ଦର ସିଂ କହିଛନ୍ତି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଦେଶରେ ସବୁ ଦୃଷ୍ଟିରୁ ସମ୍ମାନ ରହିଛି । ଆପଣଙ୍କ ସମ୍ମାନ ଏ ଗୃହର ସମ୍ମାନ ଓ ଓଡ଼ିଶାର ସମ୍ମାନ । ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମ ଅନୁଯାୟୀ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଭୁପିନ୍ଦର ଦାବି କରିଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିବା ସହ ଗୃହରେ ଯାହା ଘଟଣା ଘଟିଲା ତାହା ଅସାମ୍ବିଧାନିକ ବୋଲି କହିଛନ୍ତି । ସେହିଭଳି ବିଜେପି ସଦସ୍ୟଙ୍କ କାର୍ଯ୍ୟକଳାପ ଦ୍ୱାରା ଯେଉଁଭଳି ଭାବେ ପଦମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛନ୍ତି ତାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପ୍ରତାପ ଦେବ । ଘଟଣାରେ ସମ୍ପୃକ୍ତ ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି ପ୍ରତାପ ଦେବ ।

ସେଭଳି ବିଜେଡି ସଦସ୍ୟ ଶଶିଭୂଷଣ ବେହେରା କହିଛନ୍ତି- ଗୃହ ଭିତରେ ଏଭଳି ଅଶୋଭନୀୟ ଘଟଣା ଗୃହର ମର୍ଯ୍ୟାଦା ଓ ଚୌକିର ମର୍ଯ୍ୟାଦାକୁ ନଷ୍ଟ କରିଛନ୍ତି । ବିଧାନସଭାର ନିୟମ ଓ କାର୍ଯ୍ୟବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ସେହିଭଳି ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି- ଏହା ଇତିହାସର ଏକ କଳଙ୍କିତ ଅଧ୍ୟାୟ । ପୂର୍ବରୁ ମଇକ୍ରୋଫୋନ ଭାଙ୍ଗିଥିବାରୁ ୨୫ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିଲା । ଏଭଳି ବ୍ୟବହାର କେବେ ହୋଇ ନ ଥିଲା । କୌଣସି ସଦସ୍ୟ ଏ କଥାକୁ ଗ୍ରହଣ କରିପାରିବେ ନାହିଁ । ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି ବାଚସ୍ପତି ନିର୍ଦଳୀୟ । ସେ ଉଭୟ ଶାସକ ଓ ବିରୋଧୀ ଦଳକୁ ସୁରକ୍ଷା ଦେଇଥାନ୍ତି । ତେଣୁ ଛୋଟ ଛୋଟ କଥାକୁ ନ ଧରି ବାଚସ୍ପତି ବିଶାଳ ହୃଦୟର ପରିଚୟ ଦିଅନ୍ତୁ ବୋଲି କହିଛନ୍ତି ସାଲୁଜା । ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ ହୋଇଛି । ଓଡ଼ିଶାର ବହୁତ ଭଲ ଗୃହ ପରିଚାଳନା ହୁଏ । ଅନ୍ୟ ରାଜ୍ୟରେ ଓଡ଼ିଶା ବିଧାନସଭାର ଡିବେଟ ଓ ପରିଚଳନାକୁ ନେଇ ଚର୍ଚ୍ଚା ହୁଏ । ଗୃହର ଗାରିମା କ୍ଷୂର୍ଣ୍ଣ ହୋଇଛି । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଖରାପ ପରମ୍ପରା ସୃଷ୍ଟି ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁକ୍ଷ ବିବୃତିରେ କହିଛନ୍ତି ଏହି ଘଟଣା ଦୁଃଖ ଦେଇଛି । ୨୬ ବର୍ଷ ବିଧାନସଭା ଆସିଛି କିନ୍ତୁ ଏମିତି ନିନ୍ଦନୀୟ ଘଟଣା ଦେଖିନି । ଆପଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।

ବାଚସ୍ପତି ରୁଲିଂ ଦେଇ କହିଛନ୍ତି ଭିଡିଓ କ୍ଲିପିଂ ଦେଖିବା ପରେ ନିଷ୍ପତ୍ତି ନେବି । କେଉଁ ବିଧାୟକ କଣ କରିଛନ୍ତି ସ୍ପଷ୍ଟ ହେବା ପରେ ଯାହା ପଦକ୍ଷେପ ନିଆଯିବ । ଭିଡିଓ କ୍ଲିପିଂକୁ ଅନୁଧ୍ୟାନ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ତାଙ୍କ ପ୍ରକୋଷ୍ଠକୁ ଡାକିବା ସହ ଗୃହକୁ ୧୫ ମିନିଟ୍ ପାଇଁ ମୁଲତବି ରଖିଛନ୍ତି ।

କିନ୍ନରଙ୍କ ଧଳା ଜହର ବେପାର, ୭୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ

ବାଲେଶ୍ୱର: ବ୍ରାଉନ୍ ସୁଗର ବ୍ୟବସାୟରେ ଏବେ ମୋହରା ସାଜିଛନ୍ତି କିନ୍ନର । ପୋଲିସ, ସ୍ବତନ୍ତ୍ର ସ୍କ୍ୱାର୍ଡ ଚଢାଉ ପରେ ବ୍ୟବସାୟୀ ମାନେ ନୂଆ ତରିକାରେ ଚଳାଇଛନ୍ତି ଧଳା ଜହର ବ୍ୟବସାୟ । ବାଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଲିସ ତେନ୍ତୁଳିଆ ଠାକୁରାଣୀ ଛକରୁ ଜଣେ କିନ୍ନରଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୭୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଛି ।

 72 Gram Brown Sugar Seized, Transgender Arrested From Balasore

ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ପାଟଣାସାହିର ରାକ୍ଷୀ କିନ୍ନର । ରାକ୍ଷୀଙ୍କ ଠାରୁ ଜବତ ହୋଇଥିବା ବ୍ରାଉନ୍ ସୁଗରର ଆନୁମାନିକ ବଜାର ମୂଲ୍ଯ ୭୦ ହଜାରରୁ ଅଧିକ ଟଙ୍କା ବୋଲି କୁହାଯାଉଛି। ରାକ୍ଷୀ କିନ୍ନର ଏହି ବ୍ରାଉନ୍ ସୁଗର ଖୋର୍ଦ୍ଧାକୁ ନେଇ ଯାଉଥିବାବେଳେ ପୋଲିସ ଚଢାଉ କରିଥିଲା । ଅଭିଯୁକ୍ତଙ୍କ ନିକଟରୁ ୩ ଶହ ଟଙ୍କା, ମୋବାଇଲ୍ ମଧ୍ଯ ଜବତ କରିଛି ପୋଲିସ ।

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍ୱାଧିକାର କମିଟି ଗଠନ

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ବାଚସ୍ପତିଙ୍କ ନିର୍ଦ୍ଦେଶରେ ଗଠନ ହେଲା ସ୍ୱାଧିକାର କମିଟି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ ୩ ଜଣ ବିଧାୟକ ସଦସ୍ୟ ଅଛନ୍ତି । ଏମାନେ ହେଲେ କିଶୋର ମହାନ୍ତି, ଦେବୀ ମିଶ୍ର ଓ ଭାସ୍କର ମଢେଇ ।

BJP MLA Subhash Panigrahi Suicide Attempt Case, Privilege Committee Setup

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଧାନ ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ସାନିଟାଇଜର ପିଇ ଆାତ୍ମହତ୍ୟା ଉଦ୍ୟମ କରିଥିଲେ । ବିଧାୟକଙ୍କ ଏଭଳି ଉଦ୍ୟମକୁ ସବୁ ମହଲରୁ ନିନ୍ଦା କରାଯାଇଥିଲା  । ଯାହାକୁ ବିଧାନସଭା ବାରମ୍ବାର ଅଚଳ ହୋଇଥିଲା ।

ଧାରଣାରତ ବିଜେପି ବିଧାୟକଙ୍କୁ ବୁଝାଇଲେ ବାଚସ୍ପତି

ଭୁବନେଶ୍ୱର: ଚପଲ ଫିଙ୍ଗି ନିଲମ୍ବିତ ହେଲେ, ଧାରଣା ଦେଲେ । ବିଧାନସଭାରୁ ବିଜେପିର ୩ ଜଣ ବିଧାୟକ ନିଲମ୍ବିତ ହେବା ପରେ ସମସ୍ତ ବିଜେପି ବିଧାୟକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଧାରଣାରତ ବିଜେପି ବିଧାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  ।

Speaker Surya Patro Met Protesters BJP MLAs

ବିଜେପି ବିଧାୟକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ କହିଛନ୍ତି- ବିଧାୟକମାନଙ୍କ ସହ ଆଲୋଚନା କଲି, ସେମାନେ ଧାରଣାରୁ ଉଠିଯିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରି ବିଜେପି ବିଧାୟକ ମାନେ ଧାରଣାରେ ବସିଥିଲେ ।

ଏଥିସହ ପଢ଼ନ୍ତୁ- ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା, ୩ ବିଜେପି ବିଧାୟକ ନିଲମ୍ବିତ

ପ୍ରଥମେ ଧାରଣାରୁ ଉଠିଯିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବିଜେପି ବିଧାୟକ ପରବର୍ତ୍ତୀ ସମୟରେ ରାତିତମାମ ଧାରଣାରେ ବସିବେ ବୋଲି କହିଛନ୍ତି । ଆସନ୍ତାକାଲି ଦିନ ୧୦ଟା ବେଳେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବେ ସମସ୍ତ ବିଧାୟକ । ସୋମବାର ରାଜ୍ୟପାଳଙ୍କୁ ଭେଟି ବିଧେୟକ ପାରିତ ହେବା ସମୟରେ ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ନ ଦିଆଯିବା ପ୍ରସଙ୍ଗରେ ଅବଗତ କରାଇବେ ବୋଲି ଜଣାପଡ଼ିଛି ।

ମଲ୍ ପରେ ବାରରେ ରେଡ୍, କୋଭିଡ୍ କଟକଣା ମାନୁନଥିବାରୁ ହେଲା ସିଲ୍

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଛି କୋଭିଡ୍ ସଂକ୍ରମଣ ମାମଲା । ଲୋକ ନିୟମ ମାନୁନଥିବାରୁ ବିଏମସି ଅଚାନକ ଚଢ଼ାଉ କରୁଛି । ଶୁକ୍ରବାର ବିଏମସି ୟୁନିଟ୍ ମାର୍କେଟ୍ ବିଲ୍ଡିଂରେ ରେଡ୍ କରିଥିବା ବେଳେ ଆଜି ପଟିଆ ଓ ଡମଣା ଅଞ୍ଚଳରେ ଚଢ଼ାଉ କରିଛି ।

ପଟିଆ ଓ ଡମଣା ଅଞ୍ଚଳର ବିଭିନ୍ନ ସପିଂ ମଲରେ ଚଢ଼ାଉ ହୋଇଛି । ୯୯ ହିଣ୍ଟସ୍ ଲଙ୍ଗ ଆଣ୍ଡ ବାରକୁ ସିଲ୍ କରିଛି ବିଏମସି । କୋଭିଡ୍ କଟକଣାକୁ ଅବମାନନା କରି ବାରରେ ପପ୍ ଚାଲିଥିଲା । ଡିଜେ ତାଳେତାଳେ ଚାଲିଥିଲା ଡ୍ୟାନ୍ସ । କେହି ମୁହଁରେ ମାସ୍କ ପିନ୍ଧିନଥିଲେ, କି ସାମାଜିକ ଦୂରତା ମଧ୍ୟ ନଥିଲା ।

ଶୁକ୍ରବାର ମାର୍କେଟ୍ ବିଲ୍ଡିଂରେ ରେଡ୍ କରି ବିଏମସି ବିଶାଲ ମେଗା ମାର୍ଟକୁ ସିଲ୍ କରିବା ସହ ଅନ୍ୟ ମଲରୁ ଫାଇନ୍ ଆଦାୟ କରିଥିଲା । ରାମମନ୍ଦିର ନିକଟ ମାର୍କେଟରେ ଚଢ଼ାଉ କରି ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଥିଲା ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ।

ବଢୁଛି ସଂକ୍ରମଣ; ପ୍ରତି ରବିବାର ବନ୍ଦ ରହିବ ଜଗା ଦର୍ଶନ

ପୁରୀ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଜାରି କରିଛି ନୂଆ ଗାଇଡଲାଇନ। ଆସନ୍ତା କାଲି ଅର୍ଥାତ ଏପ୍ରିଲ ୪ ତାରିଖରୁ ସବୁ ରବିବାର ବନ୍ଦ ରହିବ ଜଗା ଦର୍ଶନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନୂଆ ଏସଓପି ଜାରି କରିଛି । ଏଣିକି ଶ୍ରୀମନ୍ଦିରରେ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ନିଷ୍ପତି ନେଇଛି ପ୍ରଶାସନ।

ଏସଓପି ଅନୁଯାୟୀ ରବିବାର ଦିନ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଏହା ବାଦ ପ୍ରତିଦିନ ସକାଳ ୬ଟାରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତ ଆସୁଛନ୍ତି । ତେଣୁ ସଂକ୍ରମଣ ଏଡାଇବାକୁ ମନ୍ଦିର ପରିସରକୁ ସାନିଟାଇଜ କରିବାକୁ ଗୁରୁତ୍ବ ଦିଆଯାଇଛି।

ସେପଟେ ନୂତନ ମାର୍ଗଦର୍ଶିକା ଅନୁଯାୟୀ ଦର୍ଶନ ବନ୍ଦ ପରେ ରାତରେ ସପ୍ତାହକୁ ୨ଥର ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ । ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଥିବା ଜଣାପଡିଛି ।

ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାକ୍ ଟୁ ବ୍ୟାକ୍ ଝଟକା, ଜଣଙ୍କୁ ଆଘାତ ଜଣଙ୍କୁ କରୋନା

0

ନୂଆଦିଲ୍ଲୀ : ଆଇପିଏଲର ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲକୁ ଲାଗିଛି ବ୍ୟାକ୍ ଟୁ ବ୍ୟାକ୍ ଝଟକା । ଦଳ ଉପରେ ଯେମିତି କଳା ବାଦଲ ଘୋଡ଼େଇ ହୋଇ ଆସୁଛି। ପ୍ରଥମେ ଦଳର ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଅୟର ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିସାରିଛନ୍ତି। ଆଉ ଏବେ ଦଳର ଅଲ୍‌ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଡିସି କ୍ୟାମ୍ପରୁ ସୂଚନା ମିଳିଛି।

ପଟେଲ୍ ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଆଇସୋଲେଶନରେ ଅଛନ୍ତି । କୋଭିଡ ପ୍ରଟୋକଲର ସମସ୍ତ ନିୟମ ମାନିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଚିକିତ୍ସା ବି ଚାଲିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୧୦ରେ ମୁମ୍ବାଇରେ ହେବାକୁ ଅଛି। ତେଣୁ ଆଗାମୀ ମ୍ୟାଚରୁ ସେ ବାଦ ପଡ଼ିଛନ୍ତି। ଟିମ୍‌ର ବର୍ତ୍ତମାନ ଦୁଇ ଦକ୍ଷ ଖେଳାଳୀ ବାଦ ପଡ଼ିବା ପରେ ଦଳ ପାଇଁ ଏବେ ମୁକାବିଲା କରିବା ବଡ଼ କଠିନ ହୋଇପାରେ।

ଅନ୍ୟପଟେ ଶ୍ରେୟସ ଆହତ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ତାଙ୍କ ସ୍ଥାନରେ  ଭାରତୀୟ କ୍ରିକେଟ ଟିମର ଯୁବ ୱିକେଟକିର-ବ୍ୟାଟ୍ସମ୍ୟାନଙ୍କୁ ମିଳିଛି ଅଧିନାୟକତ୍ୱର ଦାୟୀତ୍ୱ।

ସୂଚନାଯୋଗ୍ୟ, ଅକ୍ଷର ପଟେଲ ଆଇପିଏଲ୍‌ କ୍ୟାରିଅରରେ ୯୭ ମ୍ୟାଚ୍‌ ଖେଳି ୮୦ ଓ୍ଵିକେଟ ନେବା ସହ ୯୧୩ ରନ୍‌ କରିଛନ୍ତି। ଆସନ୍ତା ୯ ତାରିଖରୁ ଆଇପିଏଲ୍‌ ସିଜିନ୍‌ ୧୪ ଆରମ୍ଭ ହେବ।କୁ ଥିବାବେଳେ ଏପ୍ରିଲ ୧୦ରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍‌ ଖେଳିବ।

‘ଜମି ପ୍ରଦାନରେ କିଛି ଶିଳ୍ପସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଲାପାଳ’

ଭୁବନେଶ୍ୱର: ରାଜ୍ୟ ଔଷଧ ନିଗମ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର କାର୍ଯ୍ୟକାରିତା ସାଙ୍ଗକୁ ଏକ ବିଜ୍ଞାପନ ଏଜେନ୍‌ସିକୁ ଭୁବନେଶ୍ବର ମହାନଗର ନିଗମ ଅହେତୁକ ଅନୁକମ୍ପା ଦେଖାଇଛି । ଏନେଇ ସିଏଜି ଆପତ୍ତି ଉଠାଇଛନ୍ତି । ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଏହା ଦର୍ଶାଯାଇଛି । କିଛି ଶିଳ୍ପସଂସ୍ଥାକୁ ଜମି ପ୍ରଦାନରେ ମଧ୍ୟ ଅନୁଗୁଳ ଜିଲ୍ଲାପାଳ ଅନୁକମ୍ପା ପ୍ରଦର୍ଶନ କରିଥିବା ଦର୍ଶାଯାଇଛି । ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜକୁ ମାଗଣା ଔଷଧ ଯୋଗାଣ ପାଇଁ ଉଦ୍ଦିଷ୍ଟ ରାଜ୍ୟ ଔଷଧ ନିଗମର କାର୍ଯ୍ୟକାରିତା ଉପରେ ସୃଷ୍ଟି ହୋଇଛି ସନ୍ଦେହ । ବିଭିନ୍ନ ଔଷଧ, ଚିକିତ୍ସା ଉପକରଣ ଓ ଆସବାବପତ୍ର ଚୂଡ଼ାନ୍ତ କରିବାରେ ଅଯଥା ବିଳମ୍ବ ହୋଇଛି ।

CAG Found Irregularity In Land Allocation To Different Industry In Angul

୨୦୧୬ରୁ ୨୦୧୯ ମଧ୍ୟରେ ଦେଖାଦେଇଥିବା ଏହି ତ୍ରୁଟିବିଚ୍ୟୁତି ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ଏହି ସମୟ ମଧ୍ୟରେ ଆବଶ୍ୟକ ପରିମାଣରୁ କମ୍ ଯୋଗାଣ ଯୋଗୁଁ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ସ୍ଥାନୀୟ ବଜାରରୁ ଅଧିକ ଦରରେ ଔଷଧ କିଣିବାକୁ ବାଧ୍ୟ ହୋଇଥିଲେ । ୨୦୧୮-୧୯ ମଧ୍ୟରେ ବଜାରରୁ ୨.୨୪ କୋଟି ଟଙ୍କାର ଔଷଧ କିଣାଯାଇଥିବା ସିଏଜି ଦର୍ଶାଇଛନ୍ତି । ସେହିପରି ଇ-ନିରାମୟ ସଫ୍ଟୱେୟାର ମାଧ୍ୟମରେ ଔଷଧ ବଣ୍ଟନ, ବ୍ୟବହାର ଓ ଔଷଧ ଷ୍ଟକ୍‌ର ସଠିକ୍ ପରିଚାଳନା ହୋଇନଥିବାରୁ ୪.୧୮ କୋଟି ଟଙ୍କାର ଔଷଧର ବୈଧତା ସରିଯାଇଥିଲା । ସେହିପରି ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ରୋଜଗାର ଯୋଜନାରେ ମଧ୍ୟ ଅନିୟମତାର ଗନ୍ଧ ବାରିଛି ସିଏଜି । ତାଲିମ୍ ସମୟରେ ୫୫ ପ୍ରତିଶତ ପ୍ରାର୍ଥୀ ନିଯୁକ୍ତି ପାଇସାରିଥିବାରୁ ନିଯୁକ୍ତି ସଂଖ୍ୟାର ବିଶ୍ବାସନୀୟତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସିଏଜି । ଏପରିକି ୨୩ ପ୍ରତିଶତ ପ୍ରାର୍ଥୀଙ୍କ ବ୍ୟାଙ୍କ ବିବରଣୀ ଓ ବ୍ୟାଙ୍କ ପାସ୍‌ବୁକର ପ୍ରାମାଣିକ ତଥ୍ୟ ମଧ୍ୟ ସନ୍ଦେହଜନକ ଥିବା ସିଏଜି ଦର୍ଶାଇଛନ୍ତି ।

CAG Found Irregularity In Land Allocation To Different Industry In Angul

ଭିଏଫଏସ ଗ୍ଲୋବାଲ ସର୍ଭିସେସ ଲିମିଟେଡର ବକେୟା ଅର୍ଥକୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବ୍ୟାଜାପ୍ତ ନକରିବା ଦ୍ବାରା ୨.୬୨ କୋଟି ଟଙ୍କା ଅଯଥା ଖର୍ଚ୍ଚ ଉପରେ ସିଏଜି ପ୍ରଶ୍ନ ଉଠାଇଛନ୍ତି । ଭୁବନେଶ୍ବର ମହାନଗର ନିଗମ ଏକ ବିଜ୍ଞାପନ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ମଧ୍ୟ ସିଏଜି ରିପୋର୍ଟରେ ଦର୍ଶାଯାଇଛି । ଟିମ ଆଡ୍‌ମାର୍କ ନାମକ ଏକ ବିଜ୍ଞାପନ ଏଜେନ୍ସି ଲାଇସେନ୍ସ ଦେୟ ଓ ସୁଧ ପ୍ରଦାନରେ ଅବହେଳା କରିଥିଲେ ବି ବିଏମସି କାହିଁକି ଚୁକ୍ତିନାମା ରଦ୍ଦ କରିନଥିଲେ ସେନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି । ଏହି ବିଜ୍ଞାପନ ଏଜେନ୍ସି ଠାରୁ ୧୩କୋଟି ଟଙ୍କା ଆଦାୟ ନହୋଇ ପଡ଼ିରହିଛି ।

CAG Found Irregularity In Land Allocation To Different Industry In Angul

ସେହିପରି ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାରକୁ ଅନୁଗୁଳ ଜିଲ୍ଲାପାଳ ଅହେତୁକ ଅନୁକମ୍ପା ଦେଖାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । କମ୍ପାନୀକୁ ଜିଲ୍ଲାପାଳ ବଜାର ଦର ଠାରୁ ୭୨.୯୫ ଲକ୍ଷ ଟଙ୍କା ରିହାତି ମୂଲ୍ୟରେ ଜମି ପ୍ରଦାନ କରିଥିଲେ । ଏଥିରେ ୨.୩୦ କୋଟି ଟଙ୍କାର ଅନୁକମ୍ପା ଦେଖାଯାଇଥିବା ସିଏଜି ଦର୍ଶାଇଛନ୍ତି ।