spot_img
Home Blog Page 5805

ହସ୍ପିଟାଲରେ ସଚିନ ତେନ୍ଦୁଲକର, କିଛି ଦିନ ତଳେ ଚିହ୍ନଟ ହୋଇଥିଲେ କୋଭିଡ ପଜିଟିଭ

ମୁମ୍ବାଇ: ହସ୍ପିଟାଲରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସଚିନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ କିଛିଦିନ ତଳେ ସଚିନ କରୋନା ପଜିଟିଭ୍ ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସଚିନ୍ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ସେ ଟୁଇଟ୍ କରିଛନ୍ତି, ମୁଁ ଖୁବଶୀଘ୍ର ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବି । ତାଙ୍କ ଆଶୁ ଆରୋଗ୍ୟ କାମନା କରୁଥିବା ଫ୍ୟାନମାନଙ୍କୁ ସଚିନ୍ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଅନୁଯାୟୀ ସଚିନ ତେନ୍ଦୁଲକର ମାର୍ଚ୍ଚ ୨୭ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପଜିଟିଭ ଚିହ୍ନଟ ହେବା ପରେ ସେ ନିଜ ବାସଭବନରେ ନିଜକୁ କ୍ୱାରେଣ୍ଟିନରେ ରଖିଥିଲେ ।

ରାଜ୍ୟରେ ୪ଶହ ଟପିଲା ଦୈନିକ ସଂକ୍ରମଣ, ଦିନକରେ ଆଉ ୪୬୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୪ଶହ ଟପିଲା ଦୈନିକ ସଂକ୍ରମଣ । ଦିନକରେ ଆଉ ୪୬୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୭୨ ଜଣ ଚିହ୍ନଟ ହୋଇଥିବାବେଳ ଲୋକାଲ କେସ୍ ୧୮୯ ରହିଛି । ୨୪ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରୁ ସର୍ବାଧିକ ୮୬, ଖୋର୍ଦ୍ଧାରୁ ୬୯, ସୁନ୍ଦରଗଡ଼ରୁ ୬୨, କଳାହାଣ୍ଡିରୁ ୩୬, ବରଗଡ଼ରୁ ୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବରଗଡ଼ରୁ ୩୨, ଅନୁଗୁଳରୁ ୨୭ ଓ କଟକରୁ ୨୨ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଓ ସମ୍ବଲପୁରରୁ ୧୬ ଲେଖାଏଁ, ଷ୍ଟେଟପୁଲରୁ ୧୫, ଝାରସୁଗୁଡ଼ାରୁ ୧୩, ପୁରୀ ଓ ନବରଙ୍ଗପୁରରୁ ୯ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୮, ରାୟଗଡ଼ାରୁ ୭, ଗଞ୍ଜାମ ଓ ଭଦ୍ରକରୁ ୫ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ମୟୂରଭଞ୍ଜ, କନ୍ଧମାଳ, ସୋନପୁର ଓ କୋରାପୁଟରୁ ୪ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରରୁ ୩, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ ୨ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତ ସଂଖ୍ୟା ୩ଲକ୍ଷ ୪୧ହଜାର ୭୭୨ଥିବା ବେଲେ କରୋନାରୁ ସୁସ୍ଥ ହେଲେଣି ୩ଲକ୍ଷ ୩୭ହଜାର ୨୧୨ଜଣ । ଏଯାଏଁ କରୋନା ନେଲାଣି ୧୯୨୧ଜଣଙ୍କ ଜୀବନ । ମୋଟ ସକ୍ରିୟ ସଂକ୍ରମିତ ସଂଖ୍ୟା ୨ହଜାର ୫୮୬ ଥିବା ବେଳେ ୨୪ଘଣ୍ଟାରେ ୧୨୧ ସୁସ୍ଥ ହୋଇଛନ୍ତି । ଆଜି କେରାନାରେ କାହାର ମୃତ୍ୟୁ ହୋଇନି ।

ଓଡ଼ିଶାରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡ଼ୁ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ସ୍ୱାଗତ କରିବାକୁ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରୁ ଉପରାଷ୍ଟ୍ରପତି ରାଜଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ଉପରାଷ୍ଟ୍ରପତିଙ୍କ ସ୍ୱାଗତ କରିବାକୁ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରୁ ଉପରାଷ୍ଟ୍ରପତି ରାଜଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏବଂ ଅପରାହ୍ନ ୪ଟା ୪୫ ମିନିଟରେ କଟକର ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ପହଞ୍ଚିବାର କାର୍ଯ୍ୟକ୍ରମର ରହିଛି । ସେଠାରେ ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମର ରହିଛି ।

ପରେ ରାଜଭବନକୁ ଫେରି ରାତ୍ରିଯାପନ କରିବେ ଉପରାଷ୍ଟ୍ରପତି । ଆସନ୍ତାକାଲି ସକାଳ ୧୦ଟା ୧୦ ମିନିଟରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେବେ ।

ଉପନିର୍ବାଚନ ପାଇଁ ପିପିଲିରେ ଜୋର ଧରିଲାଣି ପ୍ରଚାର, ମଇଦାନରେ ଦଳର ଷ୍ଟାର କ୍ୟାମ୍ପେନର

ପିପିଲି: ଆସନ୍ତା ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ । ଏଥିପାଇଁ ଏବେଠୁ ଜୋର ଧରିଲାଣି ପ୍ରଚାର । ସବୁ ଦଳର ଷ୍ଟାର କ୍ୟାମ୍ପେନରମାନେ ପ୍ରଚାର ମଙ୍ଗ ଧରିଲେଣି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଦଳୀୟ କର୍ମୀ ଓ ନେତାଙ୍କ ସହ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମଡେଲକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେଡି । ଏହାସହ ବାପାଙ୍କ ଅଧୁରା କାମ ପୂରଣ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି ରୁଦ୍ର ମହାରଥୀ । ଆଜି ପୁବା ଶାସନ, ଲକ୍ଷ୍ମୀନାରାୟଣପୁର, ଗୋବିନ୍ଦପୁର, ଓରକଳ, ପୋପରଙ୍ଗା, ପମସରା ଓ ଭାରତୀପୁର ପଞ୍ଚାୟତରେ ରୋଡ ଶୋ ସାଙ୍ଗକୁ କର୍ମୀ ସମ୍ମିଳନୀ କରିବେ ରୁଦ୍ର ।

ସେହିପରି ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ । ବିଜେଡି ସଭାପତି ନବୀନ ପଟ୍ଟନାୟକ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଏବଂ ପିପିଲି ବିଜ୍ଞାପିତ ପରିଷଦ ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂହ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ପ୍ରଦାନ କରିଛନ୍ତି ।

ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଦେବୀ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବଙ୍କୁ ଦାୟିତ୍ୱ ମିଳିଛି। ୪ ନେତାଙ୍କୁ ଏହି ପରିଚାଳନା ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଶରେ ଉପରମୁହାଁ ମହାମାରୀ, ୨୪ ଘଣ୍ଟାରେ ୮୧ ହଜାର ୪୬୬ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଦିନକରେ ୮୧ହଜାର ୪୬୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୬୯ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୫୦ହଜାର ୩୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୬ଲକ୍ଷ ୧୪ ହଜାର ୬୯୬ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୬୩ହଜାର ୩୯୬ରେ ପହଞ୍ଚିଲାଣି ।

ସେପଟେ କୋଭିଡ୍ ଟିକାକରଣ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ । କୋଭିଡର ଦ୍ୱିତୀୟ ଲହର ସଂକ୍ରମଣକୁ ଦେଖି ଏପ୍ରିଲ୍ ମାସର ସମସ୍ତ ଦିନରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ସରକାରୀ ସହ ଘରୋଇ କୋଭିଡ୍ ଭ୍ୟାକ୍ସିନେସନ୍ ସେଣ୍ଟରରେ ଟିକା ଦିଆଯାଉଛି । ଏପରିକି ସରକାରୀ ଛୁଟି ଦିନରେ ଟିକା ଦିଆଯିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖି ଆବଶ୍ୟକୀୟ ପ୍ରସ୍ତୁତି ପାଇଁ କହିଛନ୍ତି । ରାଜ୍ୟ ସରକାର ମଧ୍ୟ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଓ ସିଡିଏମଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି ।

https://nandighoshatv.comvaccination-to-be-offered-on-all-days-of-april-month-including-gazetted-holidays/

ଜିଲ୍ଲାର ଟିକାକରଣ ଲକ୍ଷ ପୂରଣ ପାଇଁ ତଦନୁସାରେ କୋଭିଡ୍ ଭ୍ୟାକ୍ସିନେସନ୍ ସେଣ୍ଟର ବଢ଼ାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଛୁଟି ଦିନରେ ଟିକାକରଣ ଲାଗି ବ୍ଲକସ୍ତରର ଅଧିକାରୀ ଓ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କୋଭିଡ୍ ଟିକା ଦେବା ଆରମ୍ଭ ହୋଇଛି ।

5T ସଚିବ ଭି.କେ ପାଣ୍ଡିଆନଙ୍କ କନ୍ଧମାଳ ଗସ୍ତ, ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ନେଇ କରିବେ ସମୀକ୍ଷା

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପ୍ରସ୍ତାବିତ ମେଡିକାଲ କଲେଜ କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ 5T ସଚିବ ଭି.କେ ପାଣ୍ଡିଆନ୍ ଆଜି କନ୍ଧମାଳ ଗସ୍ତ କରୁଛନ୍ତି । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି ।

ପ୍ରସ୍ତାବିତ ସ୍ଥାନରେ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପରେ ଜିଲ୍ଲାପାଳଙ୍କ ସହିତ ମଧ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । କନ୍ଧମାଳ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ବିଦ୍ଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଉଦ୍ୟମରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୧୦ ଡିସେମ୍ବର ୨୦୨୦ରେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ୩ ବର୍ଷ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ।

ରାଜଧାନୀରେ ପ୍ରତ୍ୟେକ ଦିନ ୧୦ ହଜାର ଟିକା ଦେବା ନେଇ ବିଏମ୍‌ସିର ଲକ୍ଷ୍ୟ

ଭୁବନେଶ୍ୱର: ଆରମ୍ଭ ହୋଇଛି ମାସ୍ ଭ୍ୟାକ୍ସିନେସନ୍ । ଏହି ଟିକାକରଣରେ ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ହୋଇପାରିବେ ସାମିଲ । ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ଟାର୍ଗେଟ ରଖାଯାଇଛି । ଏଥିପାଇଁ ଉଭୟ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ କରାଯାଇଛି ବ୍ୟବସ୍ଥା । ଭୁବନେଶ୍ବରରେ ଦୈନିକ ୬ ହଜାର ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୪ଟି ସରକାରୀ ଓ ୩୧ଟି ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି ।

ଟାର୍ଗେଟ ଠାରୁ ଅଧିକ ଅନ୍ୟୁନ ୧୦ହଜାର ଟିକାଦାନ ପାଇଁ ବିଏମସି ପ୍ରସ୍ତୁତ ଥିବା କହିଛନ୍ତି କମିଶନର । ସେପଟେ କ୍ୟାପିଟାଲ ହସ୍ପିଟାଲରେ ଦୈନିକ ଅନ୍ୟୁନ ଏକ ହଜାର ଟିକାଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ରବିବାର ଛୁଟିଦିନରେ ବି ଦିଆଯିବ ଟିକା । ଟିକାକରଣ ଲକ୍ଷ୍ୟପୂରଣ ପାଇଁ ସରକାର ଉଦ୍ୟମ କରିଛନ୍ତି ।

ଏନେଇ ଜିଲ୍ଲାପାଳ, ସିଡିଏମଓ, ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟବିଭାଗ । ସେପଟେ ରାଜ୍ୟରେ ଗତକାଲି ଆଉ ୩୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୦ଜଣଙ୍କୁ ଚିହ୍ନଟ କରାଯାଇଛି । ସେପଟେ ସଂକ୍ରମଣ ବଢୁଥିବାରୁ ଭୁବନେଶ୍ବରରେ ଆଜି ଗୁଡ୍ ଫ୍ରାଇଡେ ଉପରେ କଟକଣା ଲଗାଇଛି ବିଏମସି ।

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଗ୍ରାଫ ବଢ଼ିବାରେ ଲାଗିଛି । ଦୈନିକ ୪୦ ହଜାର ଉପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହୁଥିବାବେଳେ ଏଥିରୁ ବର୍ତ୍ତିନାହାନ୍ତି ବଲିଉଡରେ ଅଭିନେତା ଅଭିନେତ୍ରୀ ମାନେ । ବଲିଉଡରେ ମଧ୍ୟ କରୋନା ସଂକ୍ରମଣର ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । ଇତିମଧ୍ୟରେ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

https://twitter.com/filmfare/status/1377670981204897794

ଫିଲ୍ମଫେୟାର ରିପୋର୍ଟ ମୁତାବକ, ଆଲିୟା ଭଟ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଲିଆ ଏବଂ ତାଙ୍କ ବୟଫ୍ରେଣ୍ଡ ରଣବୀର କପୁରଙ୍କୁ ଗୁରୁବାର ସନ୍ଧ୍ୟାରେ ନିଜ ଡବିଂ ସେସନ ପରେ ସ୍ପଟ୍ ହୋଇଥିଲେ । ଦୁହେଁ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ପ୍ରଥମ ଥର ପାଇଁ ଦୁହେଁ ବଡ଼ ପରଦାରେ ନଜର ଆସିବେ ।

ଆଲିଆଙ୍କ ପୂର୍ବରୁ ବୟଫ୍ରେଣ୍ଡ ରଣବୀର କପୁର ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଅବଶ୍ୟ, ତାଙ୍କ ରିପୋର୍ଟ ବର୍ତ୍ତମାନ ନେଗେଟିଭ ଆସିସାରିଛି । ବର୍ତ୍ତମାନ ଆଲିଆ ଭଟ୍ଟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡ଼ୀ’ ଶୁଟିଂରେ ବ୍ୟସ୍ତ ଅଛନ୍ତି ।

ବଲିଉଡ ଅଭିନେତ୍ରୀ କିରଣ ଖେର ବ୍ଲଡ କ୍ୟାନ୍ସରରେ ପୀଡିତ, ଚାଲିଛି ଚିକିତ୍ସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସାଂସଦ କିରଣ ଖେର ଅସୁସ୍ଥ ଅଛନ୍ତି । ସେ ମଲ୍ଟିପଲ ମାଇଲୋମା, ଯାହା କି ଏକ ପ୍ରକାରର ବ୍ଲଡ କ୍ୟାନସର (ରକ୍ତ କର୍କଟ) ରୋଗରେ ପୀଡିତ ଥିବା ଜଣାପଡ଼ିଛି। କୁହାଯାଉଛି କି କିରଣ ଖେରଙ୍କର ମୁମ୍ବାଇରେ ଚିକିତ୍ସା ଚାଲିଛି ।

ବୁଧବାର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କିରଣ ଖେରଙ୍କ ସହଯୋଗୀ ତଥା ବିଜେପି ଚଣ୍ଡିଗଡ଼ ସଦସ୍ୟ ଅରୁଣ ସୁଦ କିରଣଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଛନ୍ତି। ସୁଦ କହିଛନ୍ତି ଯେ କିରଣ ଖେର ଗତ ବର୍ଷରୁ ନିଜର ଚିକିତ୍ସା ଜାରି ରଖିଛନ୍ତି। ଅରୁଣ ସୁଦ କହିଛନ୍ତି ‘ଗତ ବର୍ଷ ନଭେମ୍ବର ୧୧ରେ, ଚଣ୍ଡିଗଡ଼ ଘରେ ତାଙ୍କର ହାତ ଭାଙ୍ଗି ଯାଇଥିଲା। ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରେ ଚିକିତ୍ସା ସମୟରେ ତାଙ୍କ ଶରୀରରେ ମଲ୍ଟିପଲ ମାଇଲୋମାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେଇଥିଲା।

ଏହି ରୋଗ ତାଙ୍କ ବାମ ହାତରୁ ଡାହାଣ କାନ୍ଧ ପର୍ଯ୍ୟନ୍ତ ବ୍ୟାପିଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ୪ ଡିସେମ୍ବର ୨୦୨୦ରେ ମୁମ୍ବାଇକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେବେଠାରୁ ତାଙ୍କର କ୍ରମାଗତ ଭାବେ ଚିକିତ୍ସା ଚାଲିଛି। ପ୍ରତିଦିନ ଚିକିତ୍ସା ପାଇଁ ସେ ହସ୍ପିଟାଲ ଯାହାଆନ୍ତି ବୋଲି ଅରୁଣ ସୁଦ୍‌ କହିଛନ୍ତି ।

ମା’ ହେବେ ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା

ନୂଆଦିଲ୍ଲୀ:ମା’ ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ସେ ବ୍ୟବସାୟୀ ବୈଭବ ରେଖିଙ୍କୁ ବିବାହ କରିଥିଲେ । ତେବେ ତାଙ୍କ ଗର୍ଭବତୀ ହେବାର ସୂଚନା ଦିଆ ଗୁରୁବାର ସୋଶାଲ୍ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି ।

 

View this post on Instagram

 

A post shared by Dia Mirza (@diamirzaofficial)

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମାଲଦୀପରୁ ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋଟିରେ ତାଙ୍କ ବେବି ବମ୍ପକୁ ସେ କୋଳେଇ ଧରିଛନ୍ତି । ଏହା ସହିତ ଏକ ସୁନ୍ଦର କବିତା ଲେଖିଛନ୍ତି । ଏହି କବିତାଟିରେ ସେ ତାଙ୍କର ମା’ ହେବାକୁ ଯାଉଥିବାର ଭାବନକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ।