spot_img
Home Blog Page 5804

୩ ସପ୍ତାହ ପାଇଁ ବନ୍ଦ ରହିବ ସାପ୍ତାହିକ ହାଟ, ଅନ୍ୟତ୍ର ସ୍ଥାନାନ୍ତର ହେବ ଦୈନିକ ବଜାର

ଝାରସୁଗୁଡ଼ା: ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି । ଜିଲ୍ଲାରେ ବନ୍ଦ ରହିବ ସାପ୍ତାହିକ ହାଟ । ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୩ ସପ୍ତାହ ଲାଗି ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ ।

ଏଥିସହ ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଲୋକଙ୍କ ଗହଳି ରୋକିବାକୁ ପନିପରିବା ଓ ଆମିଷ ବଜାରକୁ ଭାଗ ଭାଗ କରି ଅନ୍ୟତ୍ର ଖୋଲା ସ୍ଥାନରେ ବସାଇବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କୋଭିଡ୍ ବିରୋଧୀ ଯୁଦ୍ଧ ଜିତିବା ଲାଗି ଏଥିରେ ସହଯୋଗ କରିବା ଲାଗି ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୧୩ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ଏଯାବତ୍ ଜିଲ୍ଲାରେ ୮ ହଜାର ୨୬ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୭ ହଜାର ୯୩୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଜିଲ୍ଲାରେ ୬୧ ଜଣ ସକ୍ରିୟ କରୋନା ସଂକ୍ରମିତ ଥିବାବେଳେ ୨୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ବାତିଲ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: କରୋନା ସଂକ୍ରମିତ ହୋଇଛନ୍ତି ଶିଳ୍ପପତି ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା । ଏହା ପରେ ନିଜକୁ ଆଇସୋଲେସନ୍‌ରେ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏଥିସହିତ ନିଜ ସମସ୍ତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି ।

        ଟ୍ୱିଟ୍‌ର ମାଧ୍ୟମରେ ଏକ ଭିଡିଓ ସେୟାର କରି ସେ କହିଛନ୍ତି ଯେ, ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । କିନ୍ତୁ ସେ ଆଉ କିଛି ଦିନ ପାଇଁ ଆଇସୋଲେସନ୍‌ରେ ରହିବେ । ଏଣୁ  ଅନିଚ୍ଛା ସତ୍ତ୍ୱେ ତାଙ୍କୁ ସମସ୍ତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ୁଛି । ଏଥିସହିତ ସେ ସମସ୍ତଙ୍କୁ ଦଳୀୟ କର୍ମକର୍ତ୍ତା ଓ ସମର୍ଥକଙ୍କୁ ମଧ୍ୟ କ୍ଷମା ପ୍ରାର୍ଥାନ କରିଛନ୍ତି । ଏଥିସହିତ ସମସ୍ତ  ଦଳୀୟ ପ୍ରାର୍ଥୀଙ୍କୁ ଶୁଭକାମନା ଜଣାଇବା ସହ କଂଗ୍ରେସ ଭଲ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

        ତେବେ ଅନ୍ୟ ଏକ ପୋଷ୍ଟରେ ରବର୍ଟ ଭଦ୍ରା କହିଛନ୍ତି ଯେ, ଦୁର୍ଭାଗ୍ୟବସତଃ ଅଜାଣତରେ ସେ କିଛି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ଏବଂ ତାଙ୍କ ଠାରେ କିଛି ଲକ୍ଷଣ ଦେଖାଯାଇଥିବା ମଧ୍ୟ ସେ କହିଛନ୍ତି । ତେବେ ଉଭୟ ଆଇସୋଲେସନ୍‌ରେ ରହିଥିବା ମଧ୍ୟ ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ:୧୦ବର୍ଷ ପୂର୍ବେ ୨୮ ବର୍ଷର ଅପେକ୍ଷାର ଘଟିଥିଲା ଅନ୍ତ

ଛତିଶଗଡ଼ ପାଇଁ ସୀମାନ୍ତ ଜିଲ୍ଲାରେ ବଢ଼ୁଛି କୋଭିଡ୍ ସଂକ୍ରମଣ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ବଢୁଥିବା କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । ଏନେଇ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଠାରେ କଣ୍ଟେନମେଣ୍ଟ ଜୋନ୍‌ କରାଯାଉଛି । ନୂଆପଡ଼ା ଓ କଳାହାଣ୍ଡି ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।

Covid Case Surges In Border District For Chhatishgarh Says Odisha Minister

ଛତିଶଗଡ଼ରେ ହୋଇଥିବା କ୍ରିକେଟ୍ ଖେଳ, ସଂକ୍ରମଣକୁ ଅଧିକ ବଢାଇଛି । ଉଭୟ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଛତିଶଗଡ଼ରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ଆଣ୍ଟିଜେନ ଟେଷ୍ଟିଂ କରିବାକୁ କୁହାଯାଇଛି । ତେବେ ସୀମା ସିଲ୍ କରିବା ସମସ୍ୟାର ସମାଧାନ ନୁହେଁ । ବରଂ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଆମର ପ୍ରାଥମିକତା ହେବା ଦରକାର ବୋଲି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ।

୧୦ବର୍ଷ ପୂର୍ବେ ୨୮ ବର୍ଷର ଅପେକ୍ଷାର ଘଟିଥିଲା ଅନ୍ତ

ମୁମ୍ୱାଇ: ୧୦ ବର୍ଷ ତଳେ ଆଜିକାର ଦିନରେ ବିଶ୍ୱ ବିଜୟୀ ହୋଇଥିଲା ଟିମ୍‌ ଇଣ୍ଡିଆ୍ । ହୋମ୍ ଗ୍ରାଉଣ୍ଡରେ ଖେଳୁଥିବା ଭାରତୀୟ ଦଳ ୨୦୧୧ କ୍ରିକେଟ୍ ବିଶ୍ୱକପ୍ ବିଜୟୀ ହେବା ସହ ଦୀର୍ଘ ୨୮ ବର୍ଷର ଅପେକ୍ଷାର ଅବସାନ ଘଟିଥିଲା । ପ୍ରଥମ ଥର ୧୯୮୩ ମସିହାରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ସମ୍ମାନଜନକ ଟାଇଟଲ ହାତେଇଥିବା ବେଳେ ୨୦୧୧ ମସିହାରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ଐତିହାସିକ ସଫଳତା ହାସଲ କରିଥିଲା ।

        ୨୦୧୧ ମସିହାରେ ଆଜିକାର ଦିନରେ ମୁମ୍ୱାଇର ଓ୍ୱାଙ୍ଖଡେରେ ଖେଳାଯାଇଥିବା ସେହି ଫାଇନାଲ୍ ମ୍ୟାଚକୁ ମନେ ପକାଇଲେ ଆଜି ମଧ୍ୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ରୋମାଞ୍ଚ ଖେଳିଯାଏ । ଫାଇନାଲ ମ୍ୟାଚରେ ଗମ୍ଭୀରଙ୍କ ଚମତ୍କାର ୯୩ ରନ୍ , ଧୋନୀଙ୍କ ସେହି ଫିନିସିଂ ସିକ୍ସ ଓ ସଚିନ୍‌ଙ୍କୁ ସାଥୀ ଖେଳାଳି କାନ୍ଧରେ ଧରି ପଡ଼ିଆ ବୁଲାଇଆା ଦୃଶ୍ୟ ଆଖି ଆଗରେ ନାଚି ଉଠେ ।

       ଫାଇନାଲ୍‌ ମ୍ୟାଚ୍‌ରେ ମାହେଲା ଜୟବର୍ଦ୍ଦେନଙ୍କ ଅପରାଜେୟ ଶତକ ବଳରେ ଶ୍ରୀଲଙ୍କା ଦଳ ଭାରତୀୟ ଟିମ୍ ଆଗରେ ୨୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା  ।  ଅପରପକ୍ଷରେ ଦ୍ୱିତୀୟ ଇଂନିସରେ ମାଲିଙ୍ଗାଙ୍କ ଦ୍ୱିତୀୟ ବଲ୍‌ରେ ଆଉଟ୍ ହୋଇଯାଇଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହଓ୍ୱାଗ । ତାଙ୍କ ପଛକୁ ମାଷ୍ଟର ବ୍ଳାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ ଆଉଟ ହୋଇଯାଇଥିଲେ । ଏହା ପରେ ଷ୍ଟାଡିୟମ୍ ଓ ଟିଭି ପରଦାରେ ଖେଳୁ ଦେଖୁଥିବା କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଥିଲା । କିନ୍ତୁ ଖେଳ ଆଗକୁ ଆଗକୁ ବଢ଼ିବା ସହ ଗୌତମ ଗମ୍ଭୀର ଓ ବିରାଟ କୋହଲୀଙ୍କ ମଧ୍ୟ ଭଲ ପାର୍ଟନରସିପ୍ ହୋଇଥିଲା । ଯାହା ଭାରତୀୟ ଫ୍ୟାନ୍‌ଙ୍କ ମନରେ ନୂଆ ଆଶା ସଂଚାର କରିଥିଲା । ୮୩ ରନ୍‌ର ପାର୍ଟନରସିପ୍ ପରେ କୋହଲୀ ମଧ୍ୟ ଆଉଟ୍ ହୋଇ ପେଭିଲିୟନ ଫେରିଥିଲେ । କୋହଲୀ ଆଉଟ୍ ହେବା ପରେ ଧୋନୀ ନିଜକୁ ବ୍ୟାଟିଂ ଅର୍ଡରେ ପ୍ରମୋଟ କରିଥିଲେ । ଏହା ପରେ ଗମ୍ଭୀରଙ୍କ ସହ ମିଶି ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ  । ଏକ ପ୍ରକାର ନିଶ୍ଚିତ ବିଜୟ ଭାରତୀୟ ଟିମ୍ ଅଗ୍ରସର ହେଉଥିବା ବେଳେ ୯୭ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ ଗୌତମ ଗମ୍ଭୀର । ଐତିହାସିକ ମ୍ୟାଚ୍‌ରେ ଶତକ ମାରିବାରୁ ବଞ୍ଚିତ ହୋଇଥିଲେ ଗମ୍ଭୀର । କିନ୍ତୁ ଟାଇଟଲ୍ ବିଜୟରୁ ବଞ୍ଚିତ ହୋଇନଥିଲା ଟିମ୍ ଇଣ୍ଡିଆ । ଯୁବରାଜ୍ ସିଂହଙ୍କ ସହ ମିଶି ବିଜୟର ମୁଣ୍ଡି ମାରିଥିଲେ ଧୋନୀ । ଏହା ପରେ ଆଉ ୨ଟି ବିଶ୍ୱକପ୍ ଖେଳାଯାଇଥିଲେ ମଧ୍ୟ ଭାରତୀୟ ଦଳ ନିଜ ଐତିହାସିକ ପ୍ରଦର୍ଶନର ପୁନରାବୃତ୍ତି କରିପାରିନାହିଁ । ୨୦୧୧ ବିଶ୍ୱବିଜୟୀ ଦଳର ଅଧାଧିକ ଖେଳାଳି କ୍ରିକେଟରୁ ସନ୍ୟାସ ନେଇସାରିଥିବା ବେଳେ ଏବେ ଯୁବ ତାରକାଙ୍କ ଠାରେ ଆଶା ବାନ୍ଧି ରଖିଛନ୍ତି ଭାରତୀୟ ପ୍ରଶଂସକ ।

ଛତିଶଗଡରେ ୯ ଦିନିଆ ଲକଡାଉନ୍

ରାୟପୁର: କ୍ରମାଗତ ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛତିଶଗଡ଼ରେ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଦୁର୍ଗରେ ଏପ୍ରିଲ ୬ରୁ ୧୬ଯାଏଁ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା ହୋଇଛି। ଏପ୍ରିଲ୍ ୬ରୁ ୧୪ ତାରିଖ ଯାଏଁ ଦୁର୍ଗ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେଉଥିବା ନେଇ କହିଛନ୍ତି ଦୁର୍ଗ ଜିଲ୍ଲାପାଳ ସର୍ବେଶ୍ୱର ଭୁରେ ।

ତେବେ ଏହି ସମୟ ମଧ୍ୟରେ କାହାକୁ ଅନୁମତି ଓ କାହା ଉପରେ କଟକଣା ଲାଗିବ ସେନେଇ କୗେଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ସେହିପରି ମହାରାଷ୍ଟ୍ର ପୁନେରେ ପୁନେରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ। ଏପ୍ରିଲ ୧୧ ତାରିଖ ଯାଏଁ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ଘୋଷଣା। ସବୁ ମଲ୍, ହୋଟେଲ ଓ ଧାର୍ମିକସ୍ଥଳ ୭ଦିନ ପାଇଁ ବନ୍ଦ ରହିବ।  କରୋନା ଯୋଗୁଁ ଉତ୍ତରପ୍ରଦେଶରେ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ ରହିବ।

କରୋନା ଦ୍ବିତୀୟ ଲହରରେ ସାରାଦେଶ ଆକ୍ରାନ୍ତ ହୋଇଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ରାଜ୍ୟର ୮ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪୩ ହଜାରରୁ ଅଧିକ ମାମଲା ସାମନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ କିଛି ନୂଆ କଟକଣା ଲାଗୁ କରିବାକୁ ବିଏମସି ମେୟର କିଶୋରୀ ପେଡନେକର ସଙ୍କେତ ଦେଇଛନ୍ତି ।

ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ କୋଭିଡ୍‌ ଯୋଦ୍ଧା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ କୋଭିଡ୍‌ ଯୋଦ୍ଧା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କୋଭିଡ ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ପୋଲିସ ମହାନିର୍ଦ୍ଦେଶକ ବା ଡିଜିପି ଡିସ୍କ ପ୍ରଦାନ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ଅଭୟ କୁମାର ୮୩ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କୋଭିଡ ବିରୋଧରେ ଲଢ଼େଇ କରି ପ୍ରାଣହରାଇଥିବା ୧୫ ଜଣ କୋଭିଡ ଯୋଦ୍ଧା, ୨ ଜଣ ସହିଦ ଏସ୍‌ଓଜି ଯବାନ ଓ ୬୬ ଜଣ ବିଭିନ୍ନ ବିଭାଗର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯାଇଛି । ସେହିପରି ୨ଜଣ ଆଇଜି ପାହ୍ୟାର ଅଧିକାରୀ, ୧୨ ଜଣ ଡିଏସ୍‌ପି, ୧୫ ଇନସ୍‌ପେକ୍ଟର ୪ ଜଣ ଏସଆଇ, ୮ ଜଣ ହାବିଲଦାର, ୧୭ ଜଣ ଏସ୍‌ଓଜି କମାଣ୍ଡୋ, ୬ଜଣ କନେଷ୍ଟବଳ ଏବଂ ଜଣେ ସିପାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏବେ ୩ଥର ଦିଆଯିବ କରୋନା ଟିକା, କୋଭାକ୍ସିନର ‘ବୁଷ୍ଟର ଡୋଜ’କୁ ଅନୁମତି

ନୂଆଦିଲ୍ଲୀ:  ଦେଶରେ କରୋନା ସଂକ୍ରମଣ ଧିରେଧିରେ ପୁଣି ବଢୁଥିବା ବେଳେ କୋଭିଡ଼ ଟିକାର ତୃତୀୟ ଡୋଜର ପ୍ରସ୍ତୁତି ଜାରି ରହିଛି । ଯାହାକୁ ବୁଷ୍ଟର ଡୋଜ କୁହାଯାଉଛି । ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନର ୩ୟ ଡୋଜକୁ ଅନୁମତି ଦେଇଛନ୍ତି ଏକ ଏକ୍ସପର୍ଟ ପାନେଲ୍ । ଖାସ କରି ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ତୃତୀୟ ବୁଷ୍ଟର ଡୋଜ ପ୍ରଦାନ କରାଯିବ ।

Bharat Biotech To Pay Compensation If Covaxin Causes Side Effects

ଏକ୍ସପର୍ଟ ପାନେଲର ସୂଚନା ଅନୁଯାୟୀ  ଭାରତ ବାୟୋଟେକ କୋଭାକ୍ସିନର ୩ୟ ଡୋଜକୁ ସେହି ଭଲ୍ୟୁଣ୍ଟର ମାନଙ୍କୁ ଦେଉ ଯେଉଁମାନେ ଏହାର କ୍ଲିନିକାଲ୍ ଟ୍ରାଏଲର ଅଂଶବିଶେଷ ରହିଥିଲେ । ତେବେ ଭାରତ ବାୟୋଟେକ୍ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଯେ ତୃତୀୟ ଡୋଜ ନେବା ପରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବହୁ ବର୍ଷ ପାଇଁ ବଢିଯିବ । ଯାହା ପରେ ଏକ୍ସପର୍ଟ ପାନେଲ୍ ବୁଷ୍ଟର ଡୋଜକୁ ଅନୁମତି ଦେଇଛି ।

ଭାରତ ବାୟୋଟେକର ପ୍ରସ୍ତାବ ଉପରେ ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲରେ ଅଂଶଗ୍ରହଣ କରିଥିବା ଭଲ୍ୟୁଣ୍ଟରଙ୍କ ଉପରେ ବୁଷ୍ଟର ଡୋଜ ପରୀକ୍ଷା କରାଯାଉ । ଏମାନଙ୍କୁ କୋଭାକ୍ସିନର ୬ ମାଇକ୍ରୋଗ୍ରାମ ର ଦୁଇଟି ଡୋଜ୍ ମିଳିସାରିଛି । ଗତ ବର୍ଷ ସେପ୍ଟେମ୍ବର ବା ଅକ୍ଟୋବରରେ କୋଭାକ୍ସିନର ୨ୟ ଡୋଜ୍ ନେଇଥିବା ଲୋକମାନଙ୍କୁ ବୁଷ୍ଟର ଡୋଜ୍ ଆଗେ ଦିଆଯିବ । ଏହାବ୍ୟତୀତ ଏହି ଡୋଜ୍  ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମଧ୍ୟ ନଜର ରଖାଯିବ ।

ଏହାଦ୍ବାରା କରୋନାର ନୂଆ ଭାଇରସରେ ଆକ୍ରାନ୍ତ ହେବାର ଆଶଙ୍କା ପ୍ରାୟ ନ ଥିବା ବେଳେ ନୂଆ ଷ୍ଟ୍ରେନ୍ ମ୍ୟୁଟେସନ ହେବାର ଆଶଙ୍କା ଯଥେଷ୍ଟ କମ୍ । ସ୍ବେଚ୍ଛାସେବୀଙ୍କୁ ପ୍ରଥମେ ବୁଷ୍ଟର ଡୋଜ୍ ଦେବାକୁ ଏକ୍ପର୍ଟ ପ୍ୟାନେଲ କହିଛି । ବୁଷ୍ଟର ଡୋଜ୍ ନେବା ପରେ ଶରୀରରେ କରୋନା ଭାଇରସ୍ ବିରୋଧରେ ବହୁ ବର୍ଷ ପାଇଁ ଇମ୍ୟୁନୋ ପାଓ୍ବାର ବଢିଯାଉଇବାରୁ ଏହାକୁ ଅନୁମତି ଦେବାକୁ ଭାରତ ବାୟୋଟେକ୍ ପ୍ରସ୍ତାବ ଦେଇଥିଲା।

କରୋନାର ସବୁ ଷ୍ଟ୍ରେନ୍‌ ପାଇଁ ପ୍ରଭାବଶାଳୀ ଭ୍ୟାକ୍ସିନ୍: କମିଛି ବୃଦ୍ଧଙ୍କ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ସମସ୍ତ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ଯାହାର ସକାରାତ୍ମକ ପରିଣାମ ମଧ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଭଳି ସ୍ଥିତି ରହିଛି । ଏହାରି ଭିତରେ ବ୍ରିଟେନରୁ ଏକ ଭଲ ଖବର ଆସିଛି । ଗତ ୧୦ ସପ୍ତାହ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ୭୦ ବର୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁରେ ୯୭ ପ୍ରତିଶତ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ପାଖାପାଖି ୩୨ ଜଣ ବୟସ୍କଙ୍କ ମୃତ୍ୟୁ ଘଟୁଛି । ଯେତେବେଳେ କି ଜାନୁଆରୀ ମଧ୍ୟ ଭାଗରେ ବୃଦ୍ଧଙ୍କ ମୃତ୍ୟୁ ସଂଖ୍ୟା୧ ହଜାର ପ୍ରତିଦିନ ଯାଏଁ ପହଞ୍ଚିଥିଲା ।

ଅପରପକ୍ଷରେ ଟିକା ଅଭିଯାନ ଚାଲୁଥିବା ବେଳେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣ ସେବାନିବୃତ୍ତ ଏବଂ ୫୪ ପ୍ରତିଶତ ମୋଟ ଜନସଂଖ୍ୟା ଠାରେ ଆଣ୍ଟିବଡି ସୃଷ୍ଟି ହୋଇସାରିଛି । ବ୍ରିଟେନରେ ଏବେ ମଧ୍ୟ ୪ ହଜାର ଯାଏଁ ସଂକ୍ରମିତଙ୍କ ସଂଖ୍ୟା ଆସୁଛି । କିନ୍ତୁ ମୃତ୍ୟୁ ସଂଖ୍ୟା ୫୦ରେ ସୀମିତ ରହିଛି । ବ୍ରିଟେନ୍‌ରେ ଟିକାକରଣ ଅଭିଯାନ ଆରମ୍ଭ ହେବା ପରଠାରୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ କ୍ଷେତ୍ରରେ ଦୁଇ ତୃତୀୟାଂଶ ଥିଲା । ଯାହା ଏବେ ଅଧାରୁ ବି କମ୍ ରହିଛି । ଅପରପକ୍ଷରେ ୫୦ ବର୍ଷରୁ କମ୍ ବୟସ୍କ ଲୋକଙ୍କ ଟିକାକରଣ ମଧ୍ୟ ଆରମ୍ଭ ହୋଇଯାଇଛି । ଏଭଳି ସମୟରେ ଏହି ବର୍ଗର ଲୋକଙ୍କ ମୃତ୍ୟୁ ସଂଖ୍ୟା ୨୮ ପ୍ରତିଶତ ରହିଛି ।

କରୋନାର ସବୁ ଷ୍ଟ୍ରେନ୍ ବିରୋଧର ଭ୍ୟାକ୍ସିନ୍ ପ୍ରଭାବୀ

ଅନ୍ୟ ଏକ ରିପୋର୍ଟ ମୁତାବକ ଆମେରିକା ଏବଂ ସିଙ୍ଗାପୁରର ଗବେଷକଙ୍କ ଦାବି କରିଛନ୍ତି ଭ୍ୟାକ୍ସିନ୍ ବ୍ରାଜିଲ ଏବଂ ଦକ୍ଷିଣଆଫ୍ରିକ ଭୂତାଣୁ ବିରୋଧରେ ମଧ୍ୟ ପ୍ରଭାବୀ । ଗବେଷଣାରେ ଜଣାପଡ଼ିଛି ଯେ, ଧଳା ରକ୍ତ କଣିକା ଅର୍ଥାତ ଟି ସେଲ୍ କରୋନାର ସବୁ ଷ୍ଟ୍ରେନକୁ ଚିହ୍ନଟ କରିପାରେ । ଓପନ ଫୋରମ୍ ଇନ୍‌ଫେକସନ୍ ଡିଜିଜରେ ଗବେଷଣା ରିପୋର୍ଟରେ ଏହା ପ୍ରକାଶିତ ।

ଖୋର୍ଦ୍ଧା ବୋଲାଗଡ଼ ଅଞ୍ଚଳରୁ ବାଘ ଛାଲ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ବୋଲାଗଡ଼ ଅଂଚଳରରୁ ବାଘ ଛାଲ ଜବତ ହୋଇଛି । ଦୁଇ ଅଭିଯୁକ୍ତ ସୁଧୀର ବେହେରା, ସୁବାସ ବେହେରାଙ୍କୁ ନୟାଗଡ଼ରୁ ଗିରଫ କରିଛି ଏସ୍ଟିଏଫ । ବାଘ ଛାଲ ସମେତ ଶିକାରରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ ହୋଇଛି । ଜବତ ବାଘ ଛାଲର ଅଧିକ ତଦନ୍ତ ପାଇଁ ରାସାୟନିକ ପରୀକ୍ଷା ପାଇଁ ଡେରାଡୁନରେ ଥିବା wildlife institution of Indiaକୁ ପଠାଯିବ ।

ଏହାରି ଭିତରେ ଏସ୍ଟିଏଫ ୧୨ଟି ବାଘ ଛାଲ , ୬ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ଓ ୨ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ଏହା ପଛରେ ଥିବା ରାକେଟର ପର୍ଦ୍ଦାଫାସ କରିଛି । ୧୩ ଟି ମମାଲ ରୁଜୁ ହୋଇଥିବା ବେଳେ ୨୪ ଜଣଙ୍କୁ ଗିରଫ କରିଛି । ସେପଟେ ବନ୍ୟ ଜନ୍ତୁ ଶିକାର ରୋକିବା ପାଇଁ ହଲେପ ଲାଇନ ଜାରି କରିଛି ଏସଟିଏଫ୍ ।

ବ୍ରହ୍ମପୁର ଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ, ଯମ ଯନ୍ତ୍ରଣା ଭୋଗୁଛନ୍ତି ବୃଦ୍ଧା

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁ ଜଣେ ୬୫ବର୍ଷୀୟ ବୃଦ୍ଧା ଏବେ ଯମ ଯନ୍ତ୍ରଣା ଭୋଗୁଛନ୍ତି । ନିଜ ଦୋଷ ଲୁଚାଇବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଏବେ ବୃଦ୍ଧାଙ୍କୁ କେତେବେଳେ ଭୁବନେଶ୍ୱର ଏମ୍‌ସ ତ କେତେବେଳେ କଟକ ଏସ୍‌ସିବି ମେଡିକାଲକୁ ପଠାଉଛନ୍ତି । ଫଳରେ ଏହି ଗରିବ ବୃଦ୍ଧା ଜଣକ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗତ ୩୧ ତାରିଖରେ ଚକ୍ଷୁ ପରୀକ୍ଷା ପାଇଁ ବ୍ରହ୍ମପୁର ହୁଗୁଳାପଟା ଗାଁର ୬୫ବର୍ଷୀୟ ବୃଦ୍ଧା ପୁନା ସାହୁ ନିଜ ପୁଅ ସହ ଏମ୍‌କେସିଜି ମେଡିକାଲର ଦ୍ୱିତୀୟ ମହଲାରେ ଥିବା ଚକ୍ଷୁ ବିଭାଗରେ ପହଞ୍ଚିଥିଲେ । ଚକ୍ଷୁ ବିଭାଗରେ ଆଖି ପରୀକ୍ଷା କରିବାକୁ ବୃଦ୍ଧା ଜଣକ ବସିଥିବା ବେଳେ ତାଙ୍କ ପୁଅ ଡମ୍ବୁରଧର ସାହୁ ରକ୍ତ ରିପୋର୍ଟ ଆଣିବାକୁ ତଳକୁ ଯାଇଥିଲେ । ଏହି ସମୟରେ ନିର୍ମାଣାଧୀନ ଲିଫ୍ଟର କବାଟ ବନ୍ଦ ନଥିବାରୁ, ତାହା ଶୌଚାଳୟ ଭାବି ବୃଦ୍ଧା ଜଣକ ଭିତରକୁ ପଶିଯାଇଥିଲେ । ହେଲେ ଲିଫ୍ଟ ଖୋଲା ଥିବାରୁ ବୃଦ୍ଧା ଜଣକ ସିଧା ଦୁଇମହଲାରୁ ତଳକୁ ଖସି ପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଓ ଦୁଇଟି ହାତ ଏବଂ ଅଣ୍ଟା ଭାଙ୍ଗି ଯାଇଛି ।

ଦୀର୍ଘ ସମୟ ଧରି ତଳେ ରକ୍ତାକ୍ତ ହୋଇ ବୃଦ୍ଧା ଜଣକ ପଡ଼ିରହିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇନଥିଲା । ସେପଟେ ବୃଦ୍ଧାଙ୍କୁ ପୁଅ ତାଙ୍କୁ ଉଦ୍ଧାର କରି ତୁରନ୍ତ କାଜୁଆଲଟିରେ ଭର୍ତ୍ତି କରିଥିଲେ । ହେଲେ ନିଜ ଦୋଷ ଲୁଚାଇବାକୁ ଯାଇ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ବୃଦ୍ଧାଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ବାରମ୍ବାର ଅନ୍ୟ ଡାକ୍ତରଖାନାକୁ ପଠାଉଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।