spot_img
Home Blog Page 5811

ଦରବୃଦ୍ଧି ସମ୍ପର୍କରେ ଓଇଆରସି ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ସରକାର

ଭୁବନେଶ୍ୱର: ବିରୋଧୀଙ୍କ ହୋହଲ୍ଲା ଦେଖି ବିଜୁଳି ଦରବୃଦ୍ଧି ପ୍ରସଙ୍ଗରେ ଗୃହରେ ଶକ୍ତିମନ୍ତ୍ରୀ ବିବୃତି ରଖିଛନ୍ତି । ରାଜ୍ୟ ସରକାର ଦରବୃଦ୍ଧି ସମ୍ପର୍କରେ ଓଇଆରସି ନିକଟରେ ପୁନର୍ବିଚାର ପାଇଁ ଆବେଦନ କରିବେ ବୋଲି ବିବୃତି ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗତ ଶନିବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ବିଦ୍ୟୁତ୍ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରିଥିଲେ । ଗତବର୍ଷ ତୁଳନାରେ ବିଦ୍ୟୁତ୍ ଦର ୫.୬୦ ପ୍ରତିଶତ ବୃଦ୍ଧି କରିଛି ଓଇଆରସି । ଏପ୍ରିଲ୍ ୪ ତାରିଖରୁ ଲାଗୁହେବ ବର୍ଦ୍ଧିତ ଦର ।

 Odisha To Appeal OERC To Reconsider In Power Tariff Hike

ନୂଆ ଦର ଅନୁଯାୟୀ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ୨ ପ୍ରତିଶତ ରିହାତି ଦିଆଯାଇଛି । କୃଷି ଏବଂ ବିପିଏଲ ବର୍ଗଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁହେବନି । ବିତରଣ ଶୁଳ୍କରେ ୩ ପଇସା ବୃଦ୍ଧି କରାଯାଇଛି । ଗ୍ରାମୀଣ ବିଦ୍ୟୁତ ଉପଭୋକ୍ତା ନିର୍ଦ୍ଧାରିତ ବିଦ୍ୟୁତ୍ ଶୁଳ୍କ ପ୍ରଦାନ କଲେ ପ୍ରତି ୟୁନିଟରେ ୫ ପଇସା ରିହାତି ପାଇବେ ବୋଲି ଘୋଷଣା ହୋଇଛି । ତେବେ ବିଦ୍ୟୁତ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ, ବିଦ୍ୟୁତ ଉତ୍ପାଦନ, ବିତରଣ ଓ ପରିବହନ ଖର୍ଚ୍ଚ ବଢିଥିବାରୁ ବିଦ୍ୟୁତ୍‌ ଦର ବଢ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

ଯାଜପୁର: ଫାଟିଲା ଗ୍ୟାସ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲେ ଅଗ୍ନିଶମ ବାହିନୀ… ଦେଖନ୍ତୁ ଭିଡିଓ

ଯାଜପୁର: ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଅଗ୍ନିଶମ ବାହିନୀ । ନିଆଁ ଲିଭାଇବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର । ବିସ୍ଫୋରଣରେ ଛରିଲା ପୂରା ଅଞ୍ଚଳ । ଏହି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ଅଞ୍ଚଳର । ସୂଚନା ମୁତାବକ ମାର୍ଚ୍ଚ ୩୧ ତାରିଖ ଅପରାହ୍ନରେ ସ୍ଥାନୀୟ ଓଭରବ୍ରିଜ ନିକଟରେ ଥିବା ଦୁଇଟି ଚା ଓ ପାନ ଦୋକାନରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା ।

ପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଠିକ ସେତିକି ବେଳେ ଦୋକାନ ଭିତରେ ଥିବା ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭଙ୍କରଣ ଥିଲା ଯେ, ଆଖପାଖ ସମସ୍ତ ଅଞ୍ଚଳ ଥରି ଉଠିଥିଲା । ତେବେ ନିକଟରେ ଥାଇ ନିଆଁ ଲିଭାଉଥିବା ଅଗ୍ନିଶମ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଥିଲେ ।

ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଲୁଟେରା ଜ୍ବାଇଁ । ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ । ଲୁଟେରା ଜ୍ବାଇଁ ଶେଖ ସାଜିଦକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ମିଛରେ ଦୁବାଇରେ ଥିବା କହି ଶ୍ବଶୁର ଘର କଳା କନା ବୁଲାଇଥିଲା । ଅଭିଯୁକ୍ତ ଠାରୁ ୧୦ ଲକ୍ଷ ଟଙ୍କାର ସୁନା ଓ ୬ ଲକ୍ଷ ଟଙ୍କାର ବାଇକ୍ ଜବତ କରିଛି ପୋଲିସ । ଯୁବକ ଜଣଙ୍କ ଘର ହେଉଛି ଯାଜପୁର ମଙ୍ଗଳପୁର ଥାନା କସପ ଗାଁରେ । ପୂର୍ବରୁ ଶେଖ୍ ସାଜିଦି ବିବାହ କରିଥିଲେ । ଏ କଥା ଲୁଚାଇ ପୁଣି ଆଇଗିଣିଆ ଅଞ୍ଚଳର କିଶୋର ଚନ୍ଦ୍ର ପ୍ରଧାନଙ୍କ ଝିଅକୁ ଦୁବାଇରେ ଏକ ବଡ଼ କମ୍ପାନୀରେ କାମ କରୁଥିବା କହି ବିବାହ କରିଥିଲା ।

Son In Law Arrested For Stolen From Farther In Law House

କେହି ନଥିବା ବେଳେ ଶ୍ୱଶୁର ଘରୁ ସୁନା ଗହଣା ସହ ଦାମିକା ବାଇକ୍ ଚୋରି କରି ଫେରାର ହୋଇ ଯାଇଥିଲା ଶେଖ୍ । ଏ ସମ୍ପର୍କରେ ଉଭୟ ଶ୍ୱଶୁର ଓ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ଭରତପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋରି ହୋଇଥିବା ବାଇକ, ସୁନା ଗହଣା, ପାସପୋର୍ଟ, ଆଧାର କାର୍ଡ, ମୋବାଇଲ ଜବତ କରିଛି ପୋଲିସ ।

ସାମାଜିକ, ଧାର୍ମିକ, ରାଜନୀତିକ, କ୍ରୀଡ଼ା ଆଦି କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ଏପ୍ରିଲ୍ ମାସ ଲାଗି ଜାରି ହୋଇଛି କୋଭିଡ୍ ଗାଇଡଲାଇନ୍ । ଗାଇଡଲାଇନରେ ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାପାଳ, ମହାନଗର ନିଗମ କମିଶନର ସଂକ୍ରମଣକୁ ଦେଖି କଣ୍ଟେନମେଣ୍ଟ ଜୋନ୍ ନେଇ ନିଷ୍ପତ୍ତି ନେବେ ।

ଏଥିସହ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିବ । ଘରକୁ ଘର ବୁଲି ସର୍ଭେ କରାଯିବ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୮୦ ପ୍ରତିଶତ ଲୋକଙ୍କୁ ୭୨ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନ୍ କରାଯିବ । ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଉପରେ ନଜର ରଖିବ ପ୍ରଶାସନ ।

ସାମାଜିକ, ଧାର୍ମିକ, ରାଜନୀତିକ, ଖେଳ, କ୍ରୀଡ଼ା ଆଦି କାର୍ଯ୍ୟକ୍ରମ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ହେବ । ବନ୍ଦ କୋଠରୀ ହେଉଥିବା କାର୍ଯ୍ୟକ୍ରମରେ ହଲ୍ କାପାସିଟିର ୫୦ ପ୍ରତିଶତ ଲୋକ ଭାଗ ନେଇପାରିବେ । ସଭାରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ପଡ଼ିବ । ଏଥିସହ ହ୍ୟାଣ୍ଡୱାସ କିମ୍ବା ସାନିଟାଇଜରର ବ୍ୟବସ୍ଥା ରହିବ । କୌଣସି ଉତ୍ସବ କିମ୍ବା ସମାବେଶ ଲାଗି ଜିଲ୍ଲାପାଳ କିମ୍ବା ମହାନଗର ନିଗମରୁ ଅନୁମତି ନେବାକୁ ପଡ଼ିବ । ପିପିଲିରେ ହେଉଥିବା ଉପନିର୍ବାଚନ ଲାଗି ସଭା, ସମିତି ଓ ସମାବେ ଲାଗି ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଅନୁମତି ଦେବେ । ଏଥିରେ ସର୍ବାଧିକ ୨୦୦ ଲୋକ କୋଭିଡ୍ ନିୟମ ମାନି ସାମିଲ୍ ହୋଇପାରିବେ ।

ଉତ୍କଳ ଦିବସ, ଗୁଡ୍ ଫ୍ରାଇଡେ, ରାମ ନବମୀ, ମହା ବିଷୁବ ସଂକ୍ରାନ୍ତି, ଝାମୁ ଯାତ୍ରା ଆଦି ଧାର୍ମିକ କାର୍ଯ୍ୟକ୍ରମରେ କୋଭିଡ୍ କଟକଣାକୁ ପାଳନ କରାଯିବ । ରାଜ୍ୟସାରା ଧାର୍ମିକ କାର୍ଯ୍ୟକ୍ରମରେ ଏକତ୍ରୀକରଣ ଉପରେ ରୋକ୍ ଲଗାଇଛନ୍ତି ଏସଆରସି । ଜିଲ୍ଲାପାଳ ଓ ମହାନଗର କମିଶନର ଧାର୍ମିକ ସ୍ଥଳରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ପ୍ରତିବନ୍ଧକ ଲଗାଇ ପାରିବେ । ଉତ୍କଳ ଦିବସରେ ରାଜ୍ୟବ୍ୟାପୀ ଏକାଧିକ ଲୋକଙ୍କୁ ନେଇ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସରକାରୀ ସ୍ତରରେ ଉତ୍କଳ ଦିବସ ପାଳନ କରାଯିବ । ବିବାହ ଉତ୍ସବରେ ସର୍ବାଧିକ ୨୦୦ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ ।

୪୪.୨ ଡିଗ୍ରୀ ସହ ବିଶ୍ୱର ଉତ୍ତପ୍ତ ସହର ଭୁବନେଶ୍ୱର, ରାଜ୍ୟର ୧୩ ସହରରେ ପାରଦ ୪୧ ଡିଗ୍ରୀ ପାର୍

ଭୁବନେଶ୍ୱର: ବିଗିଡ଼ିବାରେ ଲାଗିଛି ପରିବେଶ । ହ୍ରାସ୍ ହେଉଛି ଜୈବ ବିବିଧତା । ଯାହାର ସିଧାସଳଖ ପ୍ରଭାବ ପଡ଼ୁଛି ପରିବେଶ ଉପରେ । ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି ତାପମାତ୍ରା । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ବୃଦ୍ଧିର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଆଜି ରାଜଧାନୀର ତାପମାତ୍ର ୪୪.୨ ଡିଗ୍ରୀ ରହିଛି । ଭୁବନେଶ୍ୱର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ।

ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱରରେ ପାରଦ ସର୍ବାଧିକ ୪୪.୨ ଡିଗ୍ରୀ ଥିବାବେଳେ ବାରିପଦାରେ ପାରଦ ୪୩.୬ ଡିଗ୍ରୀ, ବାଲେଶ୍ୱରରେ ୪୩ ଡିଗ୍ରୀ, ଚାନ୍ଦବାଲିରେ ୪୨.୬ ଡିଗ୍ରୀ, ତାଳଚେରରେ ୪୨.୫ ଡିଗ୍ରୀ, ମାଲକାନଗିରି, ଗଜପତି ଓ ବୌଦ୍ଧରେ ୪୨ ଡିଗ୍ରୀ, ଅନୁଗୁଳରେ ୪୧.୭ ଡିଗ୍ରୀ, ବଲାଙ୍ଗିର ଓ ଭବାନୀପାଟଣାରେ ୪୧.୫ ଡିଗ୍ରୀ, ଟିଟିଲାଗଡ଼ ଓ ନୟାଗଡ଼ରେ ୪୧.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ଏଥିସହ ପଢ଼ନ୍ତୁ- ତାତିରୁ ନାହିଁ ଆଶ୍ୱସ୍ତି, ଆଉ ୨ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ

ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ୨୦୧୬ରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଥିଲା । ୧୯୬୩ ମସିହା ଫେବ୍ରୁଆରୀ ମାସରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ଥିଲା । ଆଜିର ତାପମାତ୍ରା ପୂର୍ବ ସବୁ ରେକର୍ଡକୁ ଅତିକ୍ରମ କରିଛି ।

ମତଦାନ ପୂର୍ବରୁ ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ

ନନ୍ଦିଗ୍ରାମ: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ବୁଧବାର ସିଆରପିସି ଧାରା ୧୪୪ ଲାଗୁକରିଛନ୍ତି । ଏହି ହାଇପ୍ରୋଫାଇଲ ସିଟରେ ଗୁରୁବାର (ଅପ୍ରେଲ ୧) ମତଦାନ ଆରମ୍ଭ ହେଉଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ନନ୍ଦିଗ୍ରାମରେ ବିଶୃଙ୍ଖଳା କରିବା ଓ ଭୋଟରମାନଙ୍କୁ ଧମକାଇବାକୁ ବିଜେପି ବାହାର ରାଜ୍ୟରୁ ଗୁଣ୍ଡା ଆଣିଛି । ଏନେଇ ସେ ଆଜି ନିର୍ବାଚନ କମିସନଙ୍କ ପାଖରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହାସହ ଗତକାଲି ମମତା ଅଭିଯୋଗ କରିଥିଲେ ଯେ, ପଶ୍ଚିମ ମେଦିନପୁରର କିଛି ଗାଁରୁ ଲୋକମାନଙ୍କୁ ବିଜେପି ଉଠାଇ ନେଇ ଏକ ସ୍ଥାନରେ ଲୁଚାଇ ରଖିଛି । ଦିଦିଙ୍କ ଏଭଳି ଅଭିଯୋଗ ପରେ ନିର୍ବାଚନ କମିସନ ୧୪୪ଧାରା ଲାଗୁ କରିଥିବା ଜଣାପଡ଼ିଛି।

ଅଧିକାରୀଙ୍କ ସୂଚନା ମୁତାବକ ନିର୍ବାଚନ ଆୟୋଗ ଏକ ହେଲିକପ୍ଟର ମାଧ୍ୟମରେ ଅଞ୍ଚଳ ଉପରେ କଡା ନଜର ରଖିଛନ୍ତି । ଏହା ସହ ନିର୍ବାଚନ କ୍ଷେତ୍ରର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଯେଉଁ ଲୋକମାନେ ନନ୍ଦିଗ୍ରାମର ମତଦାତା ନୁହଁନ୍ତି ସେମାନଙ୍କୁ ନନ୍ଦିଗ୍ରମକୁ ପ୍ରବେଶ ନିଶେଧ କରାଯାଇଛି ।

୧୪୪ ଧାରା ଲାଗୁ ସହ ନନ୍ଦିଗ୍ରାମରେ ମତଦାନ ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୨୨ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯିବା ସହ ୨୨ ଜଣ ତ୍ୱରିତ ପ୍ରତିକ୍ରିୟା ଦଳ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୫୫ ଟି ମତଦାନ କେନ୍ଦ୍ର ଥିବା ବେଳେ ୭୫ ପ୍ରତିଶତ କେନ୍ଦ୍ରରେ ୱେବକାଷ୍ଟିଂର ସୁବିଧା କରାଯାଇଛି ।

ରାଜଧାନୀରେ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ, ଇଭେଣ୍ଟ ପାର୍ଟିରୁ ଯୋଗାଡ଼ ହେଉଥିଲେ ଯୁବତୀ

ଭୁବନେଶ୍ୱର: ରାଜଧାନୀରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ । ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଚାଲିଥିଲା ଦେହ ବ୍ୟବସାୟ । ୨ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ ଜଣ ଓଡ଼ିଆ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିବା ସହ ସେକ୍ସ ସିଣ୍ଡିକେଟ ନେଇ ଖୋଳତାଡ଼ କରୁଛି ପୋଲିସ ।

Police Nabbed High Profile Sex Racket In City Bhubaneswar

ରାଜଧାନୀରେ ବମ୍ବେ ଷ୍ଟାଇଲରେ ସେକ୍ସ ରାକେଟ୍ । ହାଇପ୍ରୋଫାଇଲ ଆପାର୍ଟମେଣ୍ଟ ହାଇପ୍ରୋଫାଇଲ ସେକ୍ସ ସିଣ୍ଡିକେଟ । ଇଭେଣ୍ଟ ମ୍ୟାନେଜମେଣ୍ଟ ଛାତ୍ରୀର ଦେହ ବ୍ୟବସାୟ । ଇଭେଣ୍ଟ ପାର୍ଟିରୁ ଯୋଗାଡ଼ ହେଉଥିଲେ ଯୁବତୀ । ଆପାର୍ଟମେଣ୍ଟର ହେଉଥିଲା ରେଭ୍ ପାର୍ଟି । ହ୍ବାଟସଆପରେ ହେଉଥିଲା ରେଟ ଫିକ୍ସ, ବନ୍ଧୁ ବାହାନାରେ ଆପାର୍ଟମେଣ୍ଟକୁ ଆସୁଥିଲେ ଗ୍ରାହକ । ଆପାର୍ଟମେଣ୍ଟର ଉପର ଫ୍ଲାଟରେ ହେଉଥିଲା ଦେହ ସଉଦା । ରାକେଟର କିଙ୍ଗପିନ୍ ଥିଲେ ଇଭେଣ୍ଟ ମ୍ୟାନେଜର ତଥା ନିଜେ ଫ୍ଲାଟ୍ ମାଲିକ । ଲକ୍ଷ୍ମୀସାଗର ଥାନା ପୋଲିସ ପୋଲିସ ଖବର ପାଇ ଚଢାଉ କରିଥିଲା । କେନ୍ଦ୍ରାପଡ଼ାର ଜଣେ ଯୁବତୀଙ୍କୁ ରୁମ ମେଟ୍ ବାହାନାରେ ରଖିଥିଲେ । ଗଞ୍ଜାମର ଦୁଇ ଜଣ ଯୁବକ ଓ ଫ୍ଲାଟ ମାଲିକ ସମେତ ଦୁଇ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି ।

Police Nabbed High Profile Sex Racket In City Bhubaneswar

ରେଡ୍ ବେଳେ ସମ୍ପୃକ୍ତ ଆପାର୍ଟମେଣ୍ଟରୁ ନଗଦ ୩ ହଜାର ଟଙ୍କା, ମଦ ବୋତଲ ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ୍ । ଲକଡାଉନ ପରେ ଫ୍ଲାଟ୍ ମାଲିକ ଜଣଙ୍କ ଫ୍ଲାଟକୁ କିଣିଥିଲେ । କିଛିଦିନ ହେଲା ଦେହ ବ୍ୟବସାୟ କରୁଥିବା ପୋଲିସ ନିକଟରେ ସୋସାଇଟି ବାସିନ୍ଦା ଅଭିଯୋଗ କରିଥିଲେ । ତେବେ କେବଳ ଓଡ଼ିଆ ନା ରାଜ୍ୟ ବାହରର ଯୁବତୀକୁ ହାୟର କରୁଥିଲେ, ଏ ସବୁ ଦିଗରେ ପୋଲିସ ଖୋଳତାଡ଼ କରୁଛି । ଦୁଇ ଜଣ ଯୁବତୀଙ୍କୁ ସ୍ବାଧାର ଗୃହକୁ ପଠାଯାଇଥିବା ବେଳେ ୨ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣା, ୩ ଅଭିଯୁକ୍ତ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ତୁଲିପାଜୁ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାରେ ପୋଲିସକୁ ସଫଳତା । ବନ୍ଧାହେଲେ ୩ ଅଭିଯୁକ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟିକୁନ ଗୌଡ଼ଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ଟିକୁନଙ୍କୁ ହତ୍ୟା ପରେ ଜଙ୍ଗଲରେ ପୋତି ଦେଇଥିଲେ ହତ୍ୟାକାରୀ ।

Baliguda Police Arrested Three In Skeleton Case

ତିନି ଅଭିଯୁକ୍ତ ମୃତକଙ୍କ ସମ୍ପର୍କୀୟ ପଡ଼ି ଗାଁର ଅଜୁ ବଗର୍ତ୍ତୀ, ବିପିନ ବଗର୍ତ୍ତୀ ଓ ଭଇରା ଗୌଡ଼ଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଫେବ୍ରୁଆରୀ ୨୨ରେ ଏକ ଭୋଜିକୁ ଯାଇ ଟିକୁନ ଫେରିନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ଟିକୁନ ଗୌଡ଼ଙ୍କୁ ନପାଇ ମାର୍ଚ୍ଚ ୪ ତାରିଖରେ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ମାର୍ଚ୍ଚ ୨୪ ତାରିଖରେ ରେବିଙ୍ଗିଆ ଅଞ୍ଚଳର କିଛି ଲୋକ ତୁଲିପାଜୁ ଜଙ୍ଗଲକୁ ମହୁଲ ଗୋଟେଇବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ନେଇ ଅଞ୍ଚଳବାସୀଙ୍କୁ ଜଣାଇଥିଲେ । ଏହାପରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଏ ବିଷୟରେ ଖବର ପାଇ ପୋଲିସକୁ ଖବର ଦେଇଥିଲେ । ପରିବାର ଲୋକଙ୍କଠାରୁ ଖବର ପାଇ ମାର୍ଚ୍ଚ ୨୫ରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିବା ସହ ମାଟି ତଳୁ କଙ୍କାଳକୁ ଉଦ୍ଧାର କରିଥିଲା ପୋଲିସ ।

କଙ୍କାଳରେ ଥିବା ସାର୍ଟ, ଲୁଙ୍ଗି ଓ ଗାମୁଛାକୁ ଦେଖି ପରିବାର ଲୋକେ ଏହା ନିଖୋଜ ଟିକୁନ ଗୌଡ଼ର ବୋଲି ସ୍ପଷ୍ଟ କରିଥିଲେ । ଏହାପରେ ପୋଲିସ୍ ସନ୍ଧାନୀ କୁକୁର ଓ ସାଇଣ୍ଟଫିକ୍ ଟିମ୍ ସହାୟତାରେ ତଦନ୍ତକୁ ଯୋରଦାର୍ କିରିଥିଲା ଏବଂ ହତ୍ୟାକାଣ୍ଡରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ରମ୍ପା,ଗଇଁତି ଓ ଗୋଟିଏ କାଠକୁ ଜବତ କରାଯାଇଛି । ଆଜି ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ।

ଘର କିଣିବାକୁ ମନ ବଳାଇଥିବା ଲୋକମାନଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ମହାରାଷ୍ଟ୍ରରେ ଘର କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ । ଘର କ୍ରୟରେ ଷ୍ଟାମ୍ପ ଡ୍ୟୁଟି(Stamp Duty)ରେ ମିଳୁଥିବା ରିହାତି ଆଗକୁ ମଧ୍ୟ ଜାରି ରହିପାରେ । ମହାରାଷ୍ଟ୍ର ସରକାର ଷ୍ଟାମ୍ପ ଡ୍ୟୁଟିରେ ରିହାତିକୁ ୩ ମାସ ଅତିରିକ୍ତ ବଢାଇପାରନ୍ତି । ଏମିତି ହେଲେ ଘର କ୍ରେତାଙ୍କୁ ଷ୍ଟାମ୍ପ ଡ୍ୟୁଟି ଭରିବାରୁ ଆଶ୍ୱସ୍ତି ମିଳିବ । ପ୍ରପୋର୍ଟି ଡିଲର୍ସ ଓ ବିଲ୍ଡର୍ସମାନେ ଆଶା  ବାନ୍ଧିଛନ୍ତି ଯେ ଏମିତି ହେବା ଫଳରେ ଘର ବିକ୍ରି ବଢିବ ।

ସୂଚନା ଅନୁସାରେ ମହାରାଷ୍ଟ୍ରର ରେଭିନ୍ୟୁ ଡିପାର୍ଟମେଣ୍ଟ ଷ୍ଟାମ୍ପ ଡ୍ୟୁଟିରେ ରିହାତି ୩ ମାସ ପାଇଁ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଉପରେ ଖୁବ୍ ଶୀଘ୍ର ମହାରାଷ୍ଟ୍ର ସରକାର ନିଜ ମୋହର ମାରିପାରନ୍ତି । ଏହି ପଦକ୍ଷେପରେ ମହାରାଷ୍ଟ୍ରର ରିୟଲ ଇଷ୍ଟେଟ ସେକ୍ଟରକୁ ଆଶ୍ୱସ୍ତି ମିଳିବା ସହିତ ଘର କିଣିବାକୁ ଚାହୁଁଥିବା ଲୋକମାନେ ମଧ୍ୟ ଶସ୍ତାରେ ଘର କିଣିପାରିବେ । ବିଲ୍ଡର୍ସଙ୍କ କହିବାନୁସାରେ ଏପର୍ଯ୍ୟନ୍ତ ଷ୍ଟାମ୍ପ ଡ୍ୟୁଟିରେ ରିହାତିର ଫାଇଦା ଘର କିଣୁଥିବା ଲୋକମାନେ ଉଠାଇଛନ୍ତି । ଫ୍ଲାଟ୍ସର ବିକ୍ରି ମଧ୍ୟ ବଢିଛି । ବିଲ୍ଡର୍ସଙ୍କ ତର୍କ ଏହା ଯେ ସରକାରଙ୍କୁ ଏହି ରିହାତିରେ ଆଗକୁ ବଢିବା ଉଚିତ୍ କାରଣ ରେକର୍ଡ ବିକ୍ରି ହେଉଛି ଏବଂ ରେଭିନ୍ୟୁକୁ ମଧ୍ୟ କ୍ଷତି ହେଉଛି ।

ଷ୍ଟାମ୍ପ ଡ୍ୟୁଟିର ଫାଇଦା ଲୋକମାନେ କେଉଁଭଳି ଉଠାଉଛନ୍ତି ଆପଣ ଏହି ଆକଳନ ଦେଖିଲେ ଜାଣିପାରିବେ । କେବଳ ମାର୍ଚ୍ଚରେ ଏପର୍ଯ୍ୟନ୍ତ ମୁମ୍ବାଇରେ ପ୍ରାୟ ୧୮୫୦୦ ରେଜିଷ୍ଟ୍ରେସନ ହୋଇଛି । ଡିସେମ୍ବରରେ MMRରେ ପ୍ରାୟ ୨୦,୦୦୦ ଘରର ରେଜିଷ୍ଟ୍ରେସନ ହୋଇଛି । ଷ୍ଟାମ୍ପ ଡ୍ୟୁଟିରେ ରିହାତିର ଅବଧି ସମୟରେ ସରକାରଙ୍କ ରେଭିନ୍ୟୁ ମଧ୍ୟ ବଢିଛି । ଜାନୁୟାରୀ ୨୦୨୦ରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ରେଭିନ୍ୟୁ ୧୭୫୬ କୋଟି ଟଙ୍କା ଥିଲା ଯାହା କି ସେପ୍ଟେମ୍ବର ୨୦୨୦ରୁ ଏପର୍ଯ୍ୟନ୍ତ ୨୬୦୦ କୋଟି ଟଙ୍କା ହୋଇସାରିଛି ।

ସୂଚନା ଅନୁଯାୟୀ ୨୬ ଅଗଷ୍ଟରେ ମହାରାଷ୍ଟ୍ର କ୍ୟାବିନେଟର ବୈଠକରେ ଷ୍ଟାମ୍ପ ଡ୍ୟୁଟିକୁ ନେଇ ବଡ଼ ନିଷ୍ପତି ନିଆଯାଇଥିଲା । ବୈଠକରେ ଷ୍ଟାମ୍ପ ଡ୍ୟୁଟିକୁ ୫ ପ୍ରତିଶତରୁ ହ୍ରାସ କରି ୨-୩ ପ୍ରତିଶତ ରଖିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ନିଷ୍ପତି ଅନୁସାରେ ୩୧ ଡିସେମ୍ବର ସୁଦ୍ଧା ରେଜିଷ୍ଟ୍ରେସନ କଲେ ଷ୍ଟାମ୍ପ ଡ୍ୟୁଟି ୨ ପ୍ରତିଶତ ଓ ୧ ଜାନୁୟାରୀରୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଷ୍ଟାମ୍ପ ଡ୍ୟୁଟି ୩ ପ୍ରତିଶତ ହେବ । ବିଲ୍ଡର୍ସଙ୍କ କହିବାନୁସାରେ ଷ୍ଟାମ୍ପ ଡ୍ୟୁଟି ଜାରି ରହିବାରୁ ଇନଭେଣ୍ଟ୍ରି ବହୁତ କମ୍ ହୋଇଛି ।

୩ଶହ ଗାଁର ଅନିୟମିତତା ଦର୍ଶାଇ ସାଢ଼େ ଚାରିକୋଟି ଲୋକଙ୍କର ହକରେ ବାଧା ସୃଷ୍ଟି କରିଛି କେନ୍ଦ୍ର: ବିଜେଡି

ଭୁବନେଶ୍ୱର: ଗ୍ରାମୀଣ ଗୃହ ନିର୍ମାଣ ନେଇ କେନ୍ଦ୍ର ସରକାର ଏବଂ ବିଜେପି ସାଂସଦଙ୍କ ଉପରେ ବର୍ଷିଲା ବିଜେଡି । ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଏକବର୍ଷ ହେବ ଏହି ଯୋଜନାକୁ ବନ୍ଦ କରିଛନ୍ତି । ୩ଶହ ଗାଁର ଅନିୟମିତତା ଦର୍ଶାଇ ସାଢ଼େ ଚାରିକୋଟି ଲୋକଙ୍କର ହକରେ ବାଧା ସୃଷ୍ଟି କରିଛନ୍ତି । ଏହି ଯୋଜନାରେ ୩୦ ହଜାର ଗାଁ ଲୋକ ଉପକୃତ ହେଉଥିଲେ । ପୂର୍ବରୁ ଏହି ଯୋଜନାରେ କେନ୍ଦ୍ର ୯୦ ପ୍ରତିଶତ ଏବଂ ରାଜ୍ୟ ସରକାର ୧୦ ପ୍ରତିଶତ ଦେଉଥିଲେ । ପରେ ଏହାକୁ କେନ୍ଦ୍ର ସରକାର ୬୦:୪୦ କଲେ । ଓଡ଼ିଶାବାସୀ ବର୍ତ୍ତମାନ ୫୦ ପ୍ରତିଶତ ସେୟାର ବହନ କରୁଛନ୍ତି । ତେଣୁ ଏହି ଯୋଜନାରେ ବିଜୁ ପକ୍କାଘରର ଲୋଗୋ ରହିଲେ କଣ ଅସୁବିଧା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

BJD Slams Centre And BJP Over PMAYS

୨୦୧୧, ୨୦୧୨, ୨୦୧୩, ୨୦୧୧୪ ମସିହାରେ ଗୁଜରାଟ ଏବଂ ମଧ୍ୟପ୍ରଦେଶର ତତ୍କାଳୀନ ସରକାର ଗ୍ରାମୀଣ ଆବାସ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ନିଜସ୍ୱ ଲୋଗୋ ବ୍ୟବହାର କରୁଥିଲେ। ତେବେ ଓଡ଼ିଶା ପ୍ରତି ଏତେ ବୈମାତୃକ ମନୋଭାବ କାହିଁକି ?

୨୦୨୦ରେ ବିଧାନସଭାରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ବାରା ଆସିଥିବା ଆଡଜନମେଣ୍ଟ ମୋସନରେ ବିସ୍ତୃତ ଭାବରେ ଆଲୋଚନା ହୋଇ ଉଭୟ ଯୋଜନାର ଲୋଗୋ ଲଗାଇବା ପାଇଁ ବିଭାଗୀୟ ମନ୍ତ୍ରୀ ଗୃହରେ କହିଥିଲେ । କିନ୍ତୁ ବିଜେପି ସାଂସଦ ମାନେ ରାଜନୀତିକ ଫାଇଦା ପାଇଁ ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ପଛରେ ପକେଇ ଦେଇଛନ୍ତି । କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି ବୋଲି ବିଜେଡି କହିଛି ।

BJD Slams Centre And BJP Over PMAYS

ଓଡ଼ିଶା ଗତ ୫ବର୍ଷରେ ୧୫ଲକ୍ଷ ୭୩ହଜାର ଘର କରିଥିବା ବେଳେ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାର ୧୪ଲକ୍ଷ ଗୃହ ନିର୍ମାଣ ପୂରଣ କରୁନାହାନ୍ତି କାହିଁକି ? ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିର୍ପଯ୍ୟୟର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ସବୁ ଲୋକଙ୍କୁ ଗୃହ ଯୋଗାଇବା ଜରୁରୀ । ଗୃହ ନ ଯୋଗାଇ ବିଜେପି ସାଂସଦ ଦିଲ୍ଲୀରେ ରାଜନୀତି କରୁଛନ୍ତି । ରାଜ୍ୟ ସ୍ୱାର୍ଥକୁ ଚେକ୍ ଦେବା ପାଇଁ ଦିଲ୍ଲୀ ଦରବାର ଯାଇଛନ୍ତି । ଗୃହ ନିର୍ମାଣ ନେଇ ରାଜ୍ୟ ବିଜେପି କେନ୍ଦ୍ରରେ ସ୍ୱର ଉତ୍ତୋଳନ କରୁନି ।