spot_img
Home Blog Page 5821

ହୋଲି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: ଘରେ ରହି ହୋଲି ପାଳିବାକୁ କଲେ ନିବେଦନ

ଭୁବନେଶ୍ୱର: ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ନିଜକୁ ତଥା ବନ୍ଧୁ ପରିଜନଙ୍କୁ ସୁରକ୍ଷିତ ରଖିବା ପାଇଁ ଚଳିତ ବର୍ଷ ଘରେ ରହି ହୋଲି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କୋଭିଡଠାରୁ ଦୂରେଇ ରହିବା ପାଇଁ ନିୟମର କଡ଼ାକଡ଼ି ପାଳନ ସମସ୍ତଙ୍କର ସଂକଳ୍ପ ହେଉ। ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ବିଜୁ ଜନତା ଦଳ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ମଧ୍ୟ ରାଜ୍ୟବାସୀଙ୍କୁ ହୋଲି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ  ସ୍ଥିତିରେ ସମସ୍ତଙ୍କ ସୁରକ୍ଷା ପାଇଁ କୋଭିଡ ନିୟମ ମାନି ଘରେରହି ହୋଲି ଉତ୍ସବକୁ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଣବ । ଆନନ୍ଦ, ଉଲ୍ଲାସ ମଧ୍ୟରେ ହୋଲି ଭାଇଚାରା , ଏକତା ଓ ସାହାନୁଭୂତିର ପର୍ବ ହେବ ବୋଲି ପ୍ରଣବ କାମନା କରିଛନ୍ତି ।

          ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ହୋଲି ପାଳନ ନେଇ କଟକଣା ଜାରି କରିଛି ପ୍ରଶାସନ । ଘରେ ରହି ହୋଲି ଖେଳିବାକୁ ସରକାର ପରାମର୍ଶ ଦେଇଛନ୍ତି । ସେହିପରି ରାଜଧାନୀରେ ହୋଲି କଟକଣା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ଛକ ଓ ଭିଡ଼ ସ୍ଥାନରେ କଡ଼ା ନଜର ରଖିବ ପୋଲିସ । ପାଟ୍ରୋଲିଂ ପାଇଁ ୨୦ ପିସିଆର୍‌ ଭ୍ୟାନ୍, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେଇଛନ୍ତି । ବିଏମ୍‌ସି ଗାଇଡ୍‌ଲାଇନ୍ ମାନିବାକୁ ରାଜଧାନୀବାସୀଙ୍କୁ ଭୁବନେଶ୍ବର ଡିସିପି ଅପିଲ୍ କରିଛନ୍ତି । ବାହାରେ ହୋଲି ଖେଳନ୍ତୁ ନାହିଁ, ନିଜ ପରିବାର ସହ ହୋଲି ଖେଳିବା ପାଇଁ ଆହ୍ବାନ କରିଛନ୍ତି ଡିସିପି  । ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଭାଇଚାରାର ପର୍ବରେ ଭାଇରସ୍ ନ ବ୍ୟାପୁ: କରୋନା କଟକଣା ମାନି ହୋଲି ଖେଳିବାକୁ ପରାମର୍ଶ

ହୋଲି ପରେ କେମିତି ସଫା କରିବେ ରଙ୍ଗ ଲଗା ଡ୍ରେସ୍

ଭୁବନେଶ୍ୱର : ଆସିଯାଇଛି ରଙ୍ଗର ପର୍ବ ହୋଲି । ପ୍ରାୟ ସମସ୍ତେ ଏହି ପର୍ବକୁ ବେଶ୍ ଧୂମଧାମରେ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି । ହୋଲି ଖେଳିବାକୁ ଯେତେ ମଜା ଲାଗେ ତାପରେ କିନ୍ତୁ ରଙ୍ଗ ଛଡ଼େଇବା ହୋଇଯାଏ ପୂରା ସଜା। ଆଉ ଡ୍ରେସରୁ ରଙ୍ଗ ଛଡ଼େଇବା ତ ବହୁତ କଷ୍ଟକର ହୋଇପଡ଼େ । ପ୍ରାୟ ସମସ୍ତେ  ହୋଲି ପରେ କପଡ଼ାରେ ଲାଗିଥିବା ରଙ୍ଗକୁ ନେଇ ଅନେକ ଚିନ୍ତାରେ ପଡ଼ିଥା’ନ୍ତି। ତେବେ ଆଜି ଆମେ ଆପଣଙ୍କର ଏହି ଚିନ୍ତା ଦୂର କରିଦେବୁ। ଆସନ୍ତୁ ଜାଣିବା କେମିତି କପଡ଼ାରୁ ଛଡାଇବେ ରଙ୍ଗ

୧. ଧଳା ଭିନେଗାର୍:  ରଙ୍ଗ ଲାଗିଥିବା କପଡ଼ାକୁ ସହଜରେ ସଫା କରି ଦେଇଥାଏ ଧଳା ଭିନେଗାର। କପଡ଼ା ସଫା କରିବା ସମୟରେ ପାଣିରେ ଅଧା କପ୍‌ ଭିନେଗାର୍‌ ପକାନ୍ତୁ। ଦେଖିବେ ସହଜରେ ରଙ୍ଗ ଛାଡ଼ିଯିବ। ମନେ ରଖନ୍ତୁ ଭିନେଗାର୍‌ କେବଳ ସୂତା କପଡ଼ା ପାଇଁ ବ୍ୟବହାର କରିବେ।

୨. ଲେମ୍ବୁ: ରଙ୍ଗ ଲାଗିବା ପରେ ସେହି କପଡ଼ାକୁ ପ୍ରଥମେ କିଛି ସମୟ ଲେମ୍ୱୁ ପାଣିରେ ବୁଡ଼ାଇ ରଖନ୍ତୁ। ଏହାପରେ ସାବୁନ୍‌ କିମ୍ବା ସର୍ଫରେ କପଡ଼ାକୁ ସଫା କରି ନିଅନ୍ତୁ। ଦେଖିବେ କପଡ଼ା ପୂରା ସଫା ହୋଇଯିବ।

୩. ବାସନ ମଜା ସାବୁନ୍‌: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବାସନ ମଜା ସାବୁନରେ ବି ଆପଣ ରଙ୍ଗ ହୋଇଥିବା ଧଳା କପଡ଼ା ସଫା କରିପାରିବେ। ହୋଲି ରଙ୍ଗ ଛଡ଼ାଇବା ପାଇଁ ଏହା ବହୁତ ଭଲ କାମ କରିଥାଏ। ହେଲେ ଏହା କପଡ଼ାର କୌଣସି କ୍ଷତି କରି ନଥାଏ ।

୪. ଦହି: କପଡ଼ାରୁ ରଙ୍ଗ ଛଡ଼ାଇବାରେ ଦହି ଭଲ କାମ କରେ। କିଛି ସମୟ ଦହି ପାଣିରେ ରଙ୍ଗ ଲାଗିଥିବା କପଡ଼ା ସବୁକୁ ବୁଡ଼ାଇ ରଖନ୍ତୁ। ଏହାପରେ କପଡ଼ାକୁ ହାଲକା ଭାବେ ଟିକେ ମକଚି ଧୋଇ ନିଅନ୍ତୁ। ଏହିପରି ଦୁଇଥର କଲେ ରଙ୍ଗ ସହଜରେ ଛାଡ଼ି ଯାଇଥାଏ।

୫. ବେକିଂ ସୋଡ଼ା: ରଙ୍ଗ ହୋଇଥିବା କପଡ଼ା ଧୋଇବାବେଳେ ପାଣିରେ କିଛି ବେକିଂ ସୋଡ଼ା ମିଶାଇ ଦିଅନ୍ତୁ। ଏହା ମଧ୍ୟ ରଙ୍ଗ ଛଡ଼ାଇବାରେ ଭଲ କାମ କରିଥାଏ।

 

 

କରୋନା କଟକଣାରେ ଦେଶ ପାଳୁଛି ହୋଲି; ପ୍ରଧାନମନ୍ତ୍ରୀ ଦେଲେ ଶୁଭକାମନା

ନୂଆଦିଲ୍ଲୀ: ସାରା ଦେଶରେ କରୋନାଭାଇରସ୍ କାୟା ମେଲାଇଦେଇଛି । ତେଣୁ କରୋନା କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ରଙ୍ଗର ପର୍ବ ହୋଲି କୋଭିଡଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ବାରଣ କରାଯାଇଛି । କେବଳ ଘରେ ନିଜପରିବାର ସହ ଏହି ପର୍ବ ପାଳନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ହୋଲି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବଡ଼ ବଡ଼ ନେତାମାନେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ପର୍ବ ସମସ୍ତଙ୍କ ଜୀବନରେ ନୂତନ ଜୋଶ୍ ଏବଂ ନୂତନ ଶକ୍ତି ସଂଚାର କରୁ ।

 ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ଆପଣ ସମସ୍ତଙ୍କୁ ହୋଲିର ଅନେକ ଶୁଭକାମନା ଏହି ଆନନ୍ଦ ଏବଂ ଉଲ୍ଲାସଏହି ପର୍ବ ସମସ୍ତଙ୍କ ଜୀବନରେ ନୂ ଜୋଶ୍ ଏବଂ ନୂ ଶକ୍ତି ଯୋଗାଉ।”

ଗୃହମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି, “ହୋଲିର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ରଙ୍ଗ, ଉତ୍ସାହ, ଏକତା ଏବଂ ଆନନ୍ଦର ଏହି ମହାପର୍ବ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସୌଭାଗ୍ୟ ଆଣୁ।”

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, “ହୋଲି ପର୍ବରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ରଙ୍ଗର ଏହି ପର୍ବ ଆପଣ ସମସ୍ତଙ୍କ ଜୀବନରେ ଆନ୍ନଦ ଉଲ୍ଲାସର ସହ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣୁ ।”

 ଅନ୍ୟପଟେ ଦେଶରେ ବଢୁଛି କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ବିଭିନ୍ନ ରାଜ୍ୟରେ ହୋଲି ପାଇଁ କଟକଣା ଲଗାଯାଛି । ମହାରାଷ୍ଟ୍ରରେ ଗତକାଲି ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏପ୍ରିଲରୁ ଆରମ୍ଭ ହେବ ଟଏ ଟ୍ରେନ୍

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣି ଉଦ୍ୟାନରେ ପର୍ଯ୍ୟଟକ ନେବେ ଡବଲ ମଜା । ଟଏ ଟ୍ରେନ ବା ଶିଶୁ ରେଳ ଗାଡ଼ିରେ ବୁଲି ମୁକ୍ତ ଜୀବଜନ୍ତୁ ଦେଖିବା ସହ କାଞ୍ଜିଆ ହ୍ରଦର ମଜା ନେଇପାରିବେ ପର୍ଯ୍ୟଟକ । ୧୯୮୫ ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା । ୨୦୧୩ ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା । କୌଣସି ଠିକା ସଂସ୍ଥା ବି ପୁନର୍ବାର ନେବାକୁ ଅରାଜି ହୋଇଥିଲେ । ସେବେଠୁ ୯ ବର୍ଷ  ହେବ ବନ୍ଦ ପଡିଥିବା ଟଏ ଟ୍ରେନ ବା ଶିଶୁ ରେଳଗାଡି ଆସନ୍ତା ଏପ୍ରିଲ ମାସରୁ ଚାଲିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ଦ୍ୱାରା ୩ କୋଟି ୫ ଲକ୍ଷ ଟଙ୍କା ଧାର୍ଯ୍ୟରେ ବଗି ଓ ଟ୍ରାକ କାମ ସମ୍ପୂର୍ଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟଏ ଟ୍ରେନ ଇଞ୍ଜିନ ସହିତ ୪ ଟି ବଗି ରହିବ ।  ଥରକେ ୭୨ ଜଣ ପର୍ଯ୍ୟଟକ ବୁଲିବାର ମଜା ନେଇପାରିବେ । ପାଖାପାଖି ଦେଢ କିଲୋମିଟର ପର୍ଯ୍ୟନ୍ତ ପଯ୍ୟଟକ ଟ୍ରେନରେ ବୁଲି ମୁକ୍ତ ଜୀବଜନ୍ତୁ ଦେଖିପାରିବେ ।

ଏଥିସହିତ ପଢ଼ନ୍ତୁ: ଭାଇଚାରାର ପର୍ବରେ ଭାଇରସ୍ ନ ବ୍ୟାପୁ: କରୋନା କଟକଣା ମାନି ହୋଲି ଖେଳିବାକୁ ପରାମର୍ଶ 

ହାଇଓ୍ୱା ଧକ୍କାରେ ଦମ୍ପତି ମୃତ

ଟାଙ୍ଗୀ: ଭୁବନେଶ୍ବର କେସୁରା ଛକରେ ଦୁର୍ଘଟଣାରେ ଦମ୍ପତି ମୃତ । ବାଲି ବୋଝେଇ  ହାଇୱା ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମର୍ଣ୍ଣିଂ ଓ୍ବାକରେ ଯାଉଥିବା ବେଳେ ବାଲି ବୋଝେଇ ହାଇଓ୍ବା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦମ୍ପତି ମୃତ୍ୟୁ ହୋଇଥିବା ବେଳେ, ସେମାନଙ୍କ ପରଚିୟ ମିଳିନାହିଁ । ପୋଲିସ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ସହ ମୃତଦେହ ଜବତ କରି ତଦନ୍ତ ଚଳାଇଛି ।

ଏଥିସହିତ ପଢ଼ନ୍ତୁ: ଭାଇଚାରାର ପର୍ବରେ ଭାଇରସ୍ ନ ବ୍ୟାପୁ: କରୋନା କଟକଣା ମାନି ହୋଲି ଖେଳିବାକୁ ପରାମର୍ଶ

ବେଆଇନ ଟବାକୋ ଓ ପାନ ମସଲା ପରିବହନ ବେଳେ ଚଢ଼ାଉ: ୪୪ ଲକ୍ଷ ଜରିମାନା ଆଦାୟ

କେନ୍ଦୁଝର: ବଡ଼ବିଲ ଜିଏସଟି ଏନଫୋର୍ସମେଣ୍ଟ ଟିମକୁ ବଡ଼ ସଫଳତା । ଦିଲ୍ଲୀରୁ ବେଆଇନ ଭାବେ ଟବାକୋ ଓ ପାନ ମସଲା ପରିବହନ ସମୟରେ ଚଢ଼ାଉ । 44 ଲକ୍ଷ 64 ହଜାର 272 ଟଙ୍କା ଜୋରିମାନା ଆଦାୟ । ଗୋଟିଏ 14 ଚକିଆ ଟ୍ରକ ଯୋଗେ 320 ବସ୍ତା ପାନ ମସଲା ଓ 32 ବସ୍ତା ଟବାକୋ ଯାଉଥିବାବେଳେ ଚଢାଉ କରିଥିଲା ଟିମ୍ । ଗାଡିଟି ଦିଲ୍ଲୀରୁ ଭୁବନେଶ୍ୱର ଯିବା କଥା ହେଲେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ମୁରୁସୁଆଁ ନିକଟରେ ଛିଡା ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ସେଠାରେ ବଡ଼ବିଲର ବାଣିଜ୍ୟକର ଓ GST ENFORCEMENT ଟିମ ପହଂଚି ଚଢ଼ାଉ କରିଥିଲେ । ଘଟଣା ସ୍ଥଳରେ ସମ୍ପୃକ୍ତ ଗାଡିବାଲା କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ । ତାକୁ ଚମ୍ପୁଆ ଥାନା କୁ ନିଆଯିବା ପରେ ଜିନିଷ ଅନଲୋଡ଼ କରିବା ସହ ଜୋରିମାନା ଚାଲାଣ କଟା ଯାଇଥିଲା । ପରେ ଦିଲ୍ଲୀରୁ ଏହି ଠକେଇ ଜୋରିମାନା ଅର୍ଥ ପୈଠ କରାଯିବା ପରେ ଗାଡିକୁ ଛଡା ଯାଇଛି ।

ଏଥିସହିତ ପଢ଼ନ୍ତୁ: ଭାଇଚାରାର ପର୍ବରେ ଭାଇରସ୍ ନ ବ୍ୟାପୁ: କରୋନା କଟକଣା ମାନି ହୋଲି ଖେଳିବାକୁ ପରାମର୍ଶ

ଭାଇଚାରାର ପର୍ବରେ ଭାଇରସ୍ ନ ବ୍ୟାପୁ: କରୋନା କଟକଣା ମାନି ହୋଲି ଖେଳିବାକୁ ପରାମର୍ଶ

ଭୁବନେଶ୍ୱର: ଆଜି ହେଉଛି ଭାଇଚାରାର ପର୍ବ ହୋଲି  । ହେଲେ ଭାଇଚାରାର ପର୍ବରେ ଭୂତାଣୁ ଭରିଦେଇଛି ଭୟ । କରୋନା ପାଇଁ ହୋଲି ଖେଳିବା ଉପରେ କଟକଣା ଜାରି କରିଛି ପ୍ରଶାସନ । ଘରେ ରହି ହୋଲି ଖେଳିବାକୁ ସରକାର ପରାମର୍ଶ ଦେଇଛନ୍ତି । ସେହିପରି ରାଜଧାନୀରେ ହୋଲି କଟକଣା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ଛକ ଓ ଭିଡ଼ ସ୍ଥାନରେ କଡ଼ା ନଜର ରଖିବ ପୋଲିସ । ପାଟ୍ରୋଲିଂ ପାଇଁ ୨୦ PCR ଭ୍ୟାନ୍, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେଇଛନ୍ତି । BMC ଗାଇଡ୍‌ଲାଇନ୍ ମାନିବାକୁ ରାଜଧାନୀବାସୀଙ୍କୁ ଭୁବନେଶ୍ବର ଡିସିପି ଅପିଲ୍ କରିଛନ୍ତି । ବାହାରେ ହୋଲି ଖେଳନ୍ତୁ ନାହିଁ, ନିଜ ପରିବାର ସହ ହୋଲି ଖେଳିବା ପାଇଁ ଆହ୍ବାନ କରିଛନ୍ତି ଡିସିପି  । ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି  ।

          ସମ୍ପ୍ରତି ଦେଶ ଏବଂ ରାଜ୍ୟରେ କରୋନାର ଦ୍ୱିତୀୟ ପ୍ରବାହ ଦେଖାଯାଉଥିବା ବେଳେ କଟକଣା ମଧ୍ୟରେ ହୋଲି ପାଳନ ନେଇ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସମ୍ପୂର୍ଣ୍ଣ ସତର୍କତାର ସହ ଏବଂ ନିଜର ପରିବାର ବର୍ଗଙ୍କ ସହ ବାହାରକୁ ନ ଯାଇ ହୋଲି ପାଳନ୍ତୁ । ହୋଲି ଖେଳ ଯେପରି କରୋନା ଅଧିକ ବ୍ୟାପିବାର କାରଣ ନହେଉ । ରଙ୍ଗର ଏ ନିଆରା ପର୍ବ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।

ଏଥିସହିତ ପଢ଼ନ୍ତୁ: ଦେଶରେ ଦିନକରେ ଚିହ୍ନଟ ହେଲେ ୬୨,୭୧୪ ସଂକ୍ରମିତ

ଇଂଲଣ୍ଡକୁ ୨-୧ରେ ହରାଇ ସରିଜ୍‌ ହାତେଇଲା ଭାରତ

ପୁନେ: ନିର୍ଣ୍ଣାୟକ ଲଢେଇରେ ଭାରତର ରୋମାଞ୍ଚକର ବିଜୟ । ଟି-୨୦, ଟେଷ୍ଟ ପରେ ଦିନିକିଆ ସିରିଜ୍ ଜିତି ହୋଲି ଉପହାର ଭେଟି ଦେଲା ବିରାଟ ବାହିନୀ । ଲଢିଲା ଇଂଲଣ୍ଡ, ହେଲେ ଶେଷରେ ବାଜି ମାରିନେଲା ଟିମ୍ ଇଣ୍ଡିଆ । ଇଂଲଣ୍ଡକୁ ୨-୧ରେ ହରାଇ ସରିଜ୍‌ ହାତେଇଲା ଭାରତ । ଇଂଲଣ୍ଡକୁ ୭ ରନରେ ପରାସ୍ତ କରିଛି ଭାରତ ।

ପ୍ରଥମେ ଟସ୍‌ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା । ୪୮.୨ ଓଭର ଖେଳି ଭାରତ ଅଲ୍ଆଉଟ୍‌ ହୋଇଥିଲା । ଇଂଲଣ୍ଡ ଆଗରେ ୩୩୦ ରନର ବିଜୟ ଲକ୍ଷ ରଖିଥିଲା ଭାରତ । ତେବେ ୩୩୦ ରନ୍‌ର ବିଜୟ ଲକ୍ଷ ନେଇ ଇଂଲଣ୍ଡ ମଇଦାନକୁ ଓହ୍ଲାଇଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ୱିକେଟ୍‌ ହରାଇ ୩୨୨ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ସାମ୍‌ କୁରନ୍‌ ସର୍ବାଧିକ ୯୫ ରନ୍‌ କରିଥିବା ବେଳେ ଡେଭିଡ୍‌ ମଲନ ଦ୍ୱିତୀୟ ସର୍ବାଧିକ ୫୦ ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେଇଂଲଣ୍ଡର ଜାସନ୍ ରୟ ୧୪ ରନ୍ , ଜନି ବେୟାରଷ୍ଟୋ ୧ ରନ୍, ବେନ୍ ଷ୍ଟୋକସ ୩୫ ରନ୍, ଜୋସ୍ ବଟଲର ୧୫ ରନ୍ ଓ ମୋଇନ୍ ଅଲ୍ଲି ୨୯ ରନ୍ କରି ଆଉଟ୍ ହୋଇଥିଲେ ।

ଭାରତ ପକ୍ଷରୁ ଓପନର ଶିଖର ଧାଓ୍ୱନ ୬୭ ରନ୍ କରିଥିବା ବେଳେ ରୋହିତ ଶର୍ମା କରିଥିଲେ ୩୭ ରନ୍ । କ୍ୟାପଟେନ୍ କୋହଲି ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ । ତେବେ ହାର୍ଡ ହିଟର ରିସଭ ପନ୍ଥ ୭୮ ରନ୍ କରିଥିବା ବେଳେ ୬୪ ରନ୍ କରିଥିଲେ ହାର୍ଦିକ୍ ପାଣ୍ଡ୍ୟା । ସେହିଭଳି କ୍ରୁନାଲ ପାଣ୍ଡ୍ୟା ୨୫ ରନ୍ ଓ ଶାର୍ଦୁଳ ଠାକୁର ୩୦ ରନ୍ କରିଥିଲେ ।

ପିପିଲି ଉପନିର୍ବାଚନ: କଂଗ୍ରେସର ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ

ସରଗରମ ହେଉଛି ପିପିଲି ରାଜନୀତି । ଶେଷରେ କଂଗ୍ରେସର ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ । ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଅଜିତଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଅଜିତ୍‌ଙ୍କ ବ୍ୟତୀତ ନିଶିକାନ୍ତ ମିଶ୍ର ଓ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରାର୍ଥୀ ଚୟନ ରେସ୍‌ରେ ଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ଅଜିତ ମଙ୍ଗରାଜ ହାଇକମାଣ୍ଡଙ୍କ ବିଶ୍ୱାସ ଜିତିପାରିଛନ୍ତି ।

ଅଜତ ଗତ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ସେ ମୋଟ ୯୮୩୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ୨୦୧୯ରେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ସେ ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇନଥିଲେ । ଆଶ୍ରିତ ବିଜେପି ପକ୍ଷରୁ ୨୦୧୯ ପ୍ରାର୍ଥୀ ହୋଇଥିବା ବେଳେ ଏଥର ମଧ୍ୟ ସେ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ରେ ଆଶ୍ରିତ ୭୨୭୩୧ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ତେବେ ୮୮୫୧୮ ଭୋଟ ପାଇ ବିଜେଡି ପ୍ରାର୍ଥୀ ଦିବଂଗତ ପ୍ରଦୀପ ମହାରଥୀ ବିଜୟ ହୋଇଥିଲେ ।

ତେବେ ଏହି ଉପନିର୍ବାଚନ ମାହୋଲ ଭିତରେ ପ୍ରଥମେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରିଥିଲା । ଦ୍ୱିତୀୟରେ ବିଜେଡି ଓ ଶେଷରେ କଂଗ୍ରେସ । ଏହି ଉପନିର୍ବାଚନରେ ବିଜେପି-ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି ।

କରୋନା ପରେ ଏବେ କଳିଙ୍ଗ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ ମ୍ୟାଚ୍‌

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମୁକାବିଲା । ପୁଣି କଳିଙ୍ଗକୁ ଫେରିବ ଅନ୍ତର୍ଜାତୀୟ ପ୍ରତିଯୋଗିତା । କରୋନା ଭିତରେ ଦୀର୍ଘଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ହୋଇ ପାରିନାହିଁ । କିନ୍ତୁ କଟକଣା କୋହଳ ହେବା ପରେ ଏବେ ପୁଣି ଥରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ପୁଟବଲ ଓ ହକି ଟକ୍କର ।

ଆସନ୍ତା ୨୦୨୨ ଜାନୁଆରୀ ୨୦ ରୁ ୬ ଫେବୃଆରୀ ପର୍ଯ୍ୟନ୍ତ ଏଏଫସି ମହିଳା ଏସିଆନ କପ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏହି ପ୍ରତିଯୋଗିତାର କିଛି ମ୍ୟାଚ୍‌ । ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଳିଙ୍ଗ ଷ୍ଟାଡିୟମ ସହ ଅହମଦାବାଦ ଓ ନେଭି ମୁମ୍ବାଇରେ ଖେଳାଯିବ ମ୍ୟାଚ୍‌ । ମୋଟ ୧୮ ଦିନରେ ୨୫ଟି ମ୍ୟାଚ ଖେଳାଯିବ । ସମସ୍ତ ଦଳକୁ ୩ଟି ଗ୍ରୁପରେ ଭାଗ କରାଯାଇଛି । ଦେଶରେ ମହିଳା ଫୁଟବଲର ପ୍ରସାର ପାଇଁ ଏହି ଇଭେଣ୍ଟ ଆୟୋଜନର ଭାର ସମ୍ଭାଳିଛି ଭାରତ ।

ଚଳିତ ବର୍ଷ ମେ ମାସରେରେ ହକି ପ୍ରୋ ଲିଗ ମଧ୍ୟ ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରେ ଖେଳାଯିବ । ମେ ୨୯ ଓ ୩୦ ତାରିଖରେ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଦୁଇଟି ମ୍ୟାଚ ଖେଳାଯିବାକୁ ସ୍ଥିର ହୋଇଛି । ଦୀର୍ଘଦିନ ପରେ କଳିଙ୍ଗରେ ଅନ୍ତର୍ଜାତୀୟ ହକି ଖେଳାଯିବାକୁ ଥିବାରୁ ହକି ପ୍ରେମିଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ସେପଟେ କଳିଙ୍ଗ ଏବେ ଦେଶରେ ସ୍ପୋର୍ଟସର ନୂଆ ଡେଷ୍ଟିନେସନ ସାଜିଥିବା କହିଛନ୍ତି ହକି ପ୍ରୋମସନ କାଉଂସିଲର ଚ୍ୟାରମ୍ୟାନ ଦିଲ୍ଲୀପ ତିର୍କୀ ।

କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବଶ୍ୱକପ୍ କରୋନା ଯୋଗୁଁ ବାତିଲ ହେବା, ଖେଳ ପ୍ରେମୀଙ୍କୁ ନିରାଶ କରିଥିଲା । କିନ୍ତୁ ଏବେ ପୁଣି ଅନ୍ତର୍ଜାତୀୟ ମ୍ୟାଚ୍‌ ଫେରୁଥିବାରୁ ଉତ୍ସାହ ପ୍ରକାଶ ପାଇଛି ।