spot_img
Home Blog Page 5822

ବନ ବିଭାଗର ନିଆରା ପ୍ରୟାସ, ପ୍ରସ୍ତୁତ କରିଛନ୍ତି ଆୟୁର୍ବେଦ ଜଙ୍ଗଲ..

0

କୋରାପୁଟ: କେଉଁଠି ବକୁଳ ତ କେଉଁଠି ଚନ୍ଦନ । କେଉଁଠି ରୁଦ୍ରାକ୍ଷ ତ କେଉଁଠି ଚମ୍ପକ ବନ । ଲୋକଙ୍କୁ ଆୟୁର୍ବେଦ ମୁହାଁ କରିବାକୁ କୋରାପୁଟ ବନ ବିଭାଗ ପକ୍ଷରୁ ନିଆରା ପ୍ରୟାସ । କେମିକାଲ ଦୂନିଆରୁ ଏବେ ଲୋକେ ଆୟୁର୍ବେଦ ମୁହାଁ ହେଲେଣି । କିନ୍ତୁ କଂକ୍ରିଟ ଜଙ୍ଗଲରେ ଗଛ ନିଜ ସତ୍ତା ହରାଉଥିବାରୁ ଏହା ସହଜରେ ଉପଲବ୍ଧ ହୋଇପାରୁ ନାହିଁ । ବିଲୁପ୍ତ ହେବାକୁ ବସିଲାଣି ଅନେକ ଔଷଧୀୟ ବୃକ୍ଷ । ଏହାକୁ ଦୃଷ୍ଟିରେ ରଖି କୋରାପୁଟ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନୂଆ ପ୍ରୟାସ । ଜୟପୁରରେ ୧୩ ଏକର ଜଙ୍ଗଲରେ ଲଗାଯାଇଛି ବିଭିନ୍ନ ଔଷଧୀୟ ବୃକ୍ଷ । ବିଭାଗର ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ମିଳିଛି ପ୍ରଶଂସା ।

ଏହି ୧୩ ଏକର ଜଙ୍ଗଲରେ ଅଁଳା, ଡାଳିମ୍ବ, ନରକୋଳି, ଚନ୍ଦନ, ରୁଦ୍ରାକ୍ଷ, ବକୁଳ ସହ ଅଶୋକ, ଅର୍ଜୁନ, ରିଠା, ଫଣଫଣା, ପୁତ୍ରଞ୍ଜିବା ପରି ବିରଳ ଜାତିର ଗଛ ଲଗାଯାଇଛି । ଜଙ୍ଗଲ ଜମିରେ ଆଧୁନିକ ପଦ୍ଧତିରେ ଏପରି ଔଷଧିୟ ବୃକ୍ଷ ରୋପଣ କରିବା ବନ ବିଭାଗ ପାଇଁ ପ୍ରଥମ । ଏଥିପାଇଁ ଅନେକ ରୋଜଗାର ପାଇଛନ୍ତି । ଯାହାକୁ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସୁଥିବାବେଳେ ଏହି ପରିବେଶରେ ସମୟ ବିତାଇବାକୁ ଭଲ ପାଉଛନ୍ତି । ବନ ବିଭାଗର ଏପରି ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି । ଏହା ଆଗକୁ ଆୟୁର୍ବେଦକୁ ବରଦାନ ସାଜିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ଓ ପର୍ଯ୍ୟଟକ ।

ଶ୍ରୀମନ୍ଦିରରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ, ମହାପ୍ରଭୁଙ୍କ ସହ ଅବିର ଖେଳିଲେ ଭକ୍ତ..

ପୁରୀ: ଶ୍ରୀମନ୍ଦିରରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଶ୍ରୀକ୍ଷେତ୍ରରେ ଅବିର ଖେଳିଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ପାଳିତ ହୋଇଛି ଦୋଳପୂର୍ଣ୍ଣିମା । ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ଦୋଳଗୋବିନ୍ଦ, ଭୁଦେବୀ ଓ ଶ୍ରୀଦେବୀ ଦୋଳବେଦୀକୁ ବିଜେ କରି ଭକ୍ତଙ୍କ ସହ ଅବିର ଖେଳିଥିଲେ । ଆଉ ସୁନା ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ ।

ଦୋଳ ପୂର୍ଣ୍ଣମା ଅବସରରେ ଦୋଳବେଦୀକୁ ବିଜେ କଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଦୋଳବେଦୀରେ ଭକ୍ତ ଓ ଭଗବାନଙ୍କ ଏହି ଖେଳ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା । ମହାପ୍ରଭୁଙ୍କ ସହ ହୋଲି ଖେଳି ଜୀବନ ସାର୍ଥକ ହୋଇ ଯାଇଥିବା କହିଛନ୍ତି ଭକ୍ତ ।

ଦୋଳ ପୂର୍ଣ୍ଣିମା ଅବସରରେ ସୁନା ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ରାତି ୪:୩୦ରୁ ଦ୍ୱାର ଫିଟା ପରେ ମଙ୍ଗଳଆଳତୀ, ମଇଲମ, ତଡପ ଲାଗି ଓ ଅନ୍ୟାନ୍ୟ ନୀତି ବଢ଼ି ମହାପ୍ରଭୁଙ୍କ ସୁନା ବେଶ ନୀତି ଅନୁଷ୍ଠିତ ହୋଇଥିଲା । ହରିଡ଼ା ମାଳି, ବାହାଡା ମାଳି, ସେବତୀ ମାଳି, କିରିଟ, ନାକୂଆଶୀ ଆଦି ବିବିଧ ଅଳଙ୍କାରରେ ମହାପ୍ରଭୁ ସଜେଇ ହୋଇ ଭକ୍ତ ଗଣଙ୍କୁ ଦର୍ଶନ ଦେଇଛନ୍ତି ମହାବାହୁ । ଦୋଳ ଉପରେ ଦୋଳ ଗୋବିନ୍ଦଙ୍କୁ ଦର୍ଶନ କଲେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ଶ୍ରୀକ୍ଷେତ୍ରରେ ଦର୍ଶନ ପାଇଁ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହଠାରୁ ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ ପାଇଁ ବନ୍ଦ ରଖାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ହୋଲି ବଜାରରେ ଅଘଟଣ, ଟ୍ରକ୍ ଚାପାରେ ୮ ଜଣଙ୍କ ମୃତ୍ୟୁ

ପାଟଣା: ବିହାର ନାଳନ୍ଦା ଜିଲ୍ଲାରେ ରବିବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଏଏସଆଇଙ୍କ ସମେତ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ନାଳନ୍ଦା ଜିଲ୍ଲାର ତେଲହଡ଼ା ଥାନା ଅଞ୍ଚଳରେ ଘଟିଛି । ଦ୍ରୁତଗତିରେ ମାଡ଼ି ଆସୁଥିବା ଏକ ଟ୍ରକ୍ ରାସ୍ତାକଡ଼ ଦୋକନା ଉପରେ ମାଡ଼ି ଯାଇଛି । ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଉତ୍ତ୍ୟକ୍ତ ଜନତା ପୋଲିସ ଉପରକୁ ଟେକା ପଥର ମାଡ଼ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଥାନା ପରିସରରେ ଥିବା ଅନ୍ୟ ଗାଡ଼ି ଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି । ଏପରିକି ଆମ୍ବୁଲାନ୍ସ ଉପରେ ଢ଼େଲା ମାଡ଼ କରିଛନ୍ତି ଉତ୍ତ୍ୟକ୍ତ ଲୋକ ।

ଟ୍ରକଟି ଜହାନାବାଦରୁ ନାଳନ୍ଦା ଅଭିମୁଖେ ଆସୁଥିଲା । ଥାନା ଗେଟ୍ ନିକଟରେ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଉପରକୁ ମାଡ଼ି ଯାଇଥିଲା । ହୋଲି ପାଇଁ ରଙ୍ଗ କିଣୁଥିବା ଗ୍ରାହକଙ୍କ ସହ ଅନେକ ଦୋକାନୀ ମୃତାହତ ହୋଇଛନ୍ତି । ଘଟଣା ପରେ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ପଦାରେ ପଡ଼ିବ ଦୁର୍ନୀତିଖୋରଙ୍କ ଚେହେରା, ଆଧାର ସହ ପାନ୍ ଲିଙ୍କ୍‌ ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ: ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍‌ କରିଛନ୍ତି ତ ? ଭୁଲିଯାଇଥିଲେ ଦେବାକୁ ପଡିବ ଜୋରିମାନା । ଆଧାର ସହ ପାନ୍ କାର୍ଡକୁ ଲିଙ୍କ କରିବା ପାଇଁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ଲିଙ୍କ କରାନଗଲେ ଦେବାକୁ ହେବ ଏକ ହଜାର ଟଙ୍କା ଜରିମାନା । ୨୦୨୧ ଅର୍ଥ ବିଲ୍‌ ସଂଶୋଧନରେ ଏହି ବ୍ୟବସ୍ଥା ଆଣିଛନ୍ତି କେନ୍ଦ୍ର ସରକାର । ଏଭଳି ପ୍ରକ୍ରିୟା ଆରମ୍ଭ ହେବା ପରେ ଟିକସ ଫାଙ୍କୁଥିବା ବ୍ୟକ୍ତି ସଜାଗ ହୋଇଯିବେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ମାର୍ଚ୍ଚ ୩୧ ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ଅବହେଳା କଲେ ଅକାମି ହୋଇଯାଇପାରେ ଉଭୟ କାର୍ଡ । ପୂର୍ବରୁ ଏନେଇ କେନ୍ଦ୍ର ସରକାର ବାରମ୍ବାର ବିଜ୍ଞପ୍ତି ପ୍ରକାଶ କରିଥିଲେ ବି ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ । କିନ୍ତୁ ଏଣିକି ଉଭୟ କାର୍ଡ ଲିଙ୍କ ନହେଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜୋରିମାନା । ଆଧାର ସହ ପାନ୍ କାର୍ଡ ଲିଙ୍କ ନହେଲେ ଆଗାମୀ ଦିନରେ ବହୁ ସମସ୍ୟା ଭୋଗିବାକୁ ପଡିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଜମି କିଣା ବିକା ସହ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବା ସମ୍ଭବ ହେବ ନାହିଁ ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି ।

ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ଆଧାର କାର୍ଡ ଜରିଆରେ ସରକାରୀ ସୁବିଧା ପାଉଛନ୍ତି । ପାନ୍ କାର୍ଡ ଲିଙ୍କ ନଥିବାରୁ ସେମାନଙ୍କର ଅର୍ଥନୀତିର ସଂପୂର୍ଣ୍ଣ କାରବାର ଅଦୃଶ୍ୟ ହୋଇ ରହୁଛି । କିନ୍ତୁ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ ହେଲେ ଟଙ୍କା କାରବାରର ସବୁ ତଥ୍ୟ ସାମ୍ନାକୁ ଆସିଯିବ । ଆୟକର ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ପତ୍ତା ଲଗାଇବ ଏହି ବ୍ୟବସ୍ଥା । ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ ନହେଲେ ଆଗାମୀ ଦିନରେ ତାହା ଅକାମି ହେବାର ଅନେକ ସମ୍ଭାବନା ଥିବା କହିଛନ୍ତି ବିଶେଷଜ୍ଞ ।

ଧାନକିଣାରେ ଅନିୟମିତତା କରିଥିବାରୁ ବାଜିଲା ସରକାରୀ ଛାଟ, ୨୫ ନିଲମ୍ବିତ

ବଲାଙ୍ଗୀର: ଧାନକିଣାରେ ଅନିୟମିତତା କରିଥିବାରୁ ବାଜିଲା ସରକାରୀ ଛାଟ । ଖରିଫ୍‌ ଋତୁରେ ଧାନକିଣାରେ ଅନିୟମିତତା କରିଥିବା ୨୫ ଜଣ କର୍ମଚାରୀଙ୍କ ଉପରେ ପଡିଛି ସରକାରୀ ଛାଟ । ଜିଲ୍ଲାର ୨୫ଜଣ ସଂପାଦକ, ବ୍ୟାଙ୍କ ସହାୟକ ଓ ଡିଇଓଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିବା ବେଳେ ୧୯ ଜଣଙ୍କ ନାଁରେ ଜିଲ୍ଲା ପ୍ରଶାସନ ବିଭିନ୍ନ ଥାନାରେ ଏତଲା ଦେଇଛି ।

ଅଭିଯୋଗ ପରେ ପତ୍ରାପାଲି, ଗଣପତ୍ରାପାଲି, ସିବତଲା, ଚୂଡାପାଲି, ଉପରଝର, ସୋଲବନ୍ଧ, ସରମୁହାଣ, ବରସୁଜା, ଢୋଲମଣ୍ଡଲ, ଘୁନେଶ, ଖଗସା, ତୁରେକେଲା, ମହୁଲପାଟୀ, ବଡସାହିମରା ଓ ଭଇଁଷା ସମ୍ପାଦକଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେହିପରି ୧୦ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ବେଳେ ୧୯ ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।

ସେପଟେ ବଲାଙ୍ଗୀର ବେଲପଡ଼ା ବ୍ଲକ ଧୁମାଭଟା ପ୍ୟାକ୍ସରୁ ଚାଷିଙ୍କଠାରୁ ଧାନ କିଣିବା ବଦଳରେ ପ୍ୟାକ୍ସ ସଂପାଦକ ଓ ଡିଇଓ ଧାନ ମାଫିଆଙ୍କମାନଙ୍କୁ ଅନୁକମ୍ପା ପ୍ରଦାନ କରିଥିବା ଅଭିଯୋଗ ଆସିଛି । ପ୍ୟାକ୍ସର ସଂପାଦକ ଶ୍ରୀକାନ୍ତ ପାଣିଗ୍ରାହୀ ଓ ଡିଇଓ ହୃଷୀକେଶ ବୁଡେକ ଜମିର କିସମ ବଦଲାଇ ହଜାର ହଜାର କୁଇଣ୍ଟାଲ ଧାନ କିଣିଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ଚାଷୀ । ଅଭିଯୋଗ ପରେ ସେମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଅଭିଯୋଗ ପ୍ରମାଣିତ ହେଲେ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

କେବଳ ଭାରତ ନୁହେଁ ବିଦେଶରେ ବି ପାଳନ ହୁଏ ହୋଲି

ଭୁବନେଶ୍ୱର: ଆସିଯାଇଛି ରଙ୍ଗର ପର୍ବ ହୋଲି। ରାଗରୋଷ ଭୁଲି ପରସ୍ପରକୁ ଅଭିନନ୍ଦନ ଜଣାଇବାର ଏହି  ଉତ୍ସବକୁ ପ୍ରତି ଭାରତୀୟ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।  ହୋଲି ପୁରା ଦେଶରେ ଭାତୃତ୍ୱର ପରିଚୟ ଦେଇଥାଏ। କେବଳ ଭାରତ କାହିଁକି ଭାରତର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ହେଉ କି ସୁଦୂର ଆମେରିକା, ଆଫ୍ରିକା ସବୁଠି ଭିନ୍ନ ଭିନ୍ନ ନାମରେ ପାଳିତ ହେଉଛି ଏହି ପର୍ବ। ଯାହାକୁ ଦେଖିଲେ ଆପଣ ବି  ଭାବିବେ ଯେ ଏହା ଆଉ କିଛି ନୁହେଁ ବରଂ ଭାରତର ରଙ୍ଗର ପର୍ବ ହୋଲି ।ଆସନ୍ତୁ ଜାଣିବା କେଉଁଠି ଦେଶରେ କେଉଁ ନାଁରେ ପାଳନ ହେଉଛି ହୋଲି।

ଆଫ୍ରିକା: ଆଫ୍ରିକା ମହାଦେଶର ବହୁ ଛୋଟବଡ ଦେଶରେ  ‘ଓମେନା ବୋଂଗା’ ନାମକ ପର୍ବ ପାଳନ କରାଯାଏ।  ଆମ ପରମ୍ପରାରେ ହୋଲିକା ଦହନ ପରି ଏଠାରେ ଏକ ଜଙ୍ଗଲି ଦେବତାକୁ ଅଗ୍ନି ସଂଯୋଗ କରି ଲୋକେ ଜାଳିଦେଇଥାନ୍ତି। ଏହି ଦେବତାଙ୍କୁ  ସେମାନେ ‘ପ୍ରିନ୍‌ ବୋଂଗା’ ବୋଲି ସମ୍ୱୋଧନ କରିଥାନ୍ତି। ଏହାକୁ ଜଳାଇ ଲୋକେ ଚତୁଃପାର୍ଶ୍ୱରେ ନାଚଗୀତରେ ମସଗୁଲ ହୋଇଥାନ୍ତି। ଏପରି କଲେ ଭଲ ଫସଲ ଅମଳ ବୋଲି  ସେମାନଙ୍କର ବିଶ୍ୱାସ ରହିଛି।

 

ଶ୍ରୀଲଙ୍କା: ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ମଧ୍ୟ ହୋଲି ପର୍ବ ବେଶ୍‌ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ଏଠାକାର ବାସିନ୍ଦା ବିଭିନ୍ନ ପ୍ରକାରର ରଙ୍ଗକୁ ପରସ୍ପରକୁ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି ଓ ଧୂମ ଧାମରେ ପାଳନ କରିଥାନ୍ତଚି ଏହି ପର୍ବ।

ପୋଲାଣ୍ଡ: ପୋଲାଣ୍ଡରେ ମଧ୍ୟ ହୋଲି ପରି ରଙ୍ଗର ଉତ୍ସବକୁ ଖୁବ୍‌ ଧୁମଧାମରେ ପାଳନ କରାଯାଏ। ପୋଲାଣ୍ଡବାସୀ ଏହାକୁ ‘ଅର୍ସିନା’ ପର୍ବ ବୋଲି କହିଥାନ୍ତି। ଏହିଦିନ ସମସ୍ତେ ପୂରୁଣା ରାଗରୋଷ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଓ ଏକାଠି ହୋଇ ନାଚି ଗାଇ ଏହି ପର୍ବ ପାଳନ କରିଥାନ୍ତି ।

ଟେକ୍ସାସ୍‌: ହୋଲି ଭଳି ଟେକ୍ସସ୍ରେ ବି ‘କଲରଜାମ୍‌’ ନାମକ ଏକ ରଙ୍ଗର ପର୍ବ ପାଳନ କରାଯାଏ। ଟେକ୍ସାସ୍‌ବାସୀ ଏହି ଦିନ ନାଚଗୀତରେ ମସଗୁଲ ରହିବା ସହ ରଙ୍ଗର ଭରପୁର ମଜା ନେଇଥାନ୍ତି।

ଫ୍ଲୋରିଡ଼ା: ଥରେ ଫ୍ଲୋରାଡାର ଏକ କଲେଜରେ କଲର ପାର୍ଟି ସେଲିବ୍ରେଶନ ହୋଇଥିଲା । ଏହାପରଠୁ ସମଗ୍ର ବିଶ୍ୱରେ ‘ଲାଇଫ ଇନ୍ କଲର୍’ ନାରେ କଲର ପାର୍ଟି ପାଳନ ଆରମ୍ଭ ହେଲା। ଅବଶ୍ୟ ଏହି କଲର ପାର୍ଟି ହୋଲିରୁ ହିଁ ପ୍ରେରିତ ।

ଚେକ୍‌ସ୍ଲୋଭାକିଆ: ଚେକ୍‌ସ୍ଲୋଭାକିଆରେ ‘ବଲିଆ କନୋସ୍‌’ ନାମକ ରଙ୍ଗର ପର୍ବ ପାଳନ ହୋଇଥାଏ। ଏହି ପର୍ବରେ ଲୋକେ ପରସ୍ପରଙ୍କୁ ରଙ୍ଗ ବୋଳିବା ସହ ନାଚଗୀତରେ ଝୁମିଥାନ୍ତି ।

ସ୍ପେନ: ଭାରତ ଭଳି ସ୍ପେନରେ ‘ହୋଲି ଗାର୍ଡେନ’ ଫେଷ୍ଟିଭାଲ ନାମରେ ରଙ୍ଗର ବର୍ବ ପାଳନ କରାଯାଏ। ଏଥିରେ ସମସ୍ତେ ପରସ୍ପରକୁ ରଙ୍ଗ ବୋଳି ଆନ୍ଦ ଉଲ୍ଲାସରେ ପର୍ବକୁ ପାଳନ୍ତି । ଏହା ବ୍ୟତୀତ ସ୍ପେନରେ ‘ଲା ଟୋମେଟିନା’ ନାମକ ଏକ ପର୍ବ ମଧ୍ଯ ପାଳନ ହୁଏ । ହେଲେ ଏଥିରେ ରଙ୍ଗ ନୁହେଁ ପରସ୍ପରକୁ ଟମାଟୋ ବୋଳିଥାନ୍ତି ।

ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକାର କେପଟାଉନ୍‌ରେ ମଧ୍ୟ ଏହି ପର୍ବକୁ ‘ହୋଲି ବନ୍‌’ ନାମରେ ପାଳନ କରାଯାଏ। ଏହି ପର୍ବ ବି ଠିକ୍ ହୋଲି ଭଳି ହିଁ ରଙ୍ଗର ସହ ପାଳନ କରାଯାଏ ।

 

ଚର୍ଚ୍ଚାରେ ଇଞ୍ଜିନିୟର୍ସ ଠେଲା, ଅଫିସ୍‌ ସରିବା ପରେ ଠେଲାରେ ଫାଷ୍ଟ ଫୁଡ୍‌ ବିକୁଛନ୍ତି ଇଞ୍ଜିନିୟର

ମାଲକାନଗିରି: ଜିଲ୍ଲା ମହକୁମାରେ ଇଞ୍ଜିନିୟର୍ସ ଠେଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଇଞ୍ଜିନିୟର୍ସ ଠେଲା । ନାଁ ଶୁଣିଲେ ତାଜୁବ ଲାଗୁଥିବା ନିଶ୍ଚୟ । ଭାବୁ ଥିବେ ଇଞ୍ଜିନିୟର୍ସଙ୍କ ଠେଲା ପୁଣି କ’ଣ ? ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବନ୍ଧୁଙ୍କ ଠେଲା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସୁମିତ କୁମାର ସାମଲ ଓ ପ୍ରିୟମ ବେବର୍ତ୍ତା । ଉଚ୍ଚ ଶିକ୍ଷିତ ହୋଇଥିଲେ ବି ଏକ ଠେଲା ଗାଡ଼ି କରି ରୋଜଗାର କରୁଛନ୍ତି ।

ଉଭୟ ସୁମିତ ଓ ପ୍ରିୟମ ଦୁଇ ଇଞ୍ଜିନିୟର । ତାଙ୍କ ଠେଲାରେ କୌଣସି ଇଞ୍ଜିନିୟରଙ୍କ ସାମଗ୍ରୀ ବିକ୍ରି ହୁଏ ନାହିଁ, ବରଂ ଫାଷ୍ଟଫୁଡ୍ ଖାଦ୍ୟ ବିକ୍ରି ହୁଏ । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ସେମାନେ ଏହି ଇଞ୍ଜିନିୟର୍ସ ଠେଲା ଲଗାଇଛନ୍ତି । ସିଭିଲ୍ ଇଞ୍ଜିନିୟର ସୁମିତ ସାମଲ ଓ ମେକାନିକାଲ ଇଂଜିନିୟର ପ୍ରିୟମ ବେବର୍ତ୍ତା । ଅଫିସ୍ ଶେଷ ହେବା ପରେ ସଂଧ୍ୟା ସମୟରେ ଫାଷ୍ଟଫୁଡ୍‌ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନର ସମ୍ଭାର ଲଗାଇ ବିକ୍ରି କରୁଛନ୍ତି ଦୁଇ ବନ୍ଧୁ । ଯାହାକୁ ଅତି ଆନନ୍ଦରେ ଖାଉଛନ୍ତି ଗ୍ରାହକ ।

ସୁସ୍ୱାଦୁ ଖାଦ୍ୟ ପରଶୁ ଥିବାରୁ ଇଞ୍ଜିନିୟର୍ସ ଠେଲାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ । ଲୋକେ ଫାଷ୍ଟଫୁଡ୍ ଖାଇବାକୁ ଧାଡି ଲାଗୁଥିବା ମଧ୍ୟ ଦେଖାଯାଇଛି । ତେବେ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ ବୋଲି କହିଛନ୍ତି ଦୁଇ ଯୁବ ଇଞ୍ଜିନିୟର । କାର୍ଯ୍ୟରେ ନିଷ୍ଠାପରତା ମଣିଷକୁ ସଫଳତାର ବାଟ ଦେଖାଇଥାଏ । ଯାହାକୁ ଏହି ଦୁଇ ବନ୍ଧୁ ପ୍ରମାଣିତ କରିଥିବା ବେଳେ ଆନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଆସୁଛି ଆଉ ୧୦ଟି ରାଫେଲ୍, ବଢ଼ିବ ବାୟୁସେନାର ଶକ୍ତି

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁ ସେନା । ଆଗାମୀ ୩୦ ଦିନ ମଧ୍ୟରେ ବାୟୁ ସେନାରେ ଆଉ ୧୦ଟି ଲଢୁଆ ରାଫେଲ୍ ବିମାନ ସାମିଲ୍ ହେବ । ତିନିଗୋଟି ବିମାନ ୩୦ରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିବାକୁ ଥିବାବେଳେ ଆଉ ୭ଟି ରାଫେଲ୍ ଏପ୍ରିଲ୍ ସୁଦ୍ଧା ଭାରତ ପହଞ୍ଚିବ । ଏଥିସହ ଭାରତୀୟ ବାୟୁ ସେନା ପାଖରେ ମୋଟ ରାଫେଲ୍ ସଂଖ୍ୟା ୨୧କୁ ବୃଦ୍ଧି ପାଇବ । ଏବେ ଭାରତୀୟ ବାୟୁସେନାରେ ୧୧ଟି ଲଢ଼ୁଆ ରାଫେଲ୍ ବିମାନ ଅଛି ।

Indian Air Force To Receive Another 10 Rafale Fighter Plane From France

ଏଥିରୁ କିଛି ରାଫେଲ୍ ବିମାନକୁ ନେଇ ଏକ ସ୍କ୍ୱାର୍ଡନ ଗଠନ କରାଯିବ ଏବଂ ପଶ୍ଚିମବଙ୍ଗର ହାଶିମାରାରେ ମୁତୟନ କରାଯିବ । ଏବେର ସ୍ଥିତିକୁ ଦେଖି କିଛିଦିନ ମଧ୍ୟରେ ରାଫେଲ୍ ବିମାନକୁ କାର୍ଯ୍ୟକ୍ଷମ କରାଯିବ । ଏବେ ବାୟୁ ସେନା ପାଖରେ ୧୧ଟି ରାଫେଲ୍ ଥିବାବେଳେ ଅମ୍ବାଲାରୁ ପରିଚାଳନା କରାଯାଉଛି ।

ସୂତ୍ର ଅନୁସାରେ, ଫ୍ରାନ୍ସରୁ ଆସୁଥିବା ରାଫେଲକୁ ପ୍ରଥମେ ଅମ୍ବାଲାରେ ମୁତୟନ କରାଯିବ । ପରେ କିଛି ରାଫେଲକୁ ହାଶିମାରା ପଠାଯିବ । ଆଉ ଏକ ସ୍କ୍ୱାର୍ଡନ ଗଠନ ନେଇ ପ୍ରସ୍ତୁତି ଚାଲିଛି । ଏହାଛଡ଼ା ଭାରତ ସ୍ୱଦେଶୀ ଷ୍ଟେଲଥ ଫାଇଟର୍ସ  ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ ସହ ୧୧୪ ମଲ୍ଟିରୋଲ୍ ଯୁଦ୍ଧ ବିମାନ ଅର୍ଡର ଦେବାକୁ ଯାଉଛି । ଏଥିରୁ ସ୍କ୍ୱାର୍ଡନ ଆଗାମୀ ୧୫ରୁ ୨୦ ବର୍ଷ ମଧ୍ୟରେ ବାୟୁ ସେନାରେ ସାମିଲ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ, ଲୋକସେବା ଭବନରେ ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହ

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ପୁରସ୍କାର । ଲୋକସେବା ଭବନରେ ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହ । ୨୦୧୧-୨୦୨୦ ଦଶକରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେବାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ବୋଲି ବିବେଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ, କ୍ରୀଡା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବ, ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ପୋର୍ଟସ ହବ୍ ପାଲଟିଛି ଓଡ଼ିଶା । କ୍ରୀଡା କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ରୋଲ୍ ମଡ଼େଲ ପାଲଟିଛି ଓଡ଼ିଶା । ଓଡ଼ିଶାକୁ ଦି ହିନ୍ଦୁ ଗ୍ରୁପର ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ପୋର୍ଟସ ଫର୍ ୟୁଥ୍, ୟୁଥ୍ ଫର୍ ଫ୍ୟୁଚର । ପୁରସ୍କାରକୁ ସାଢେ ଚାରି କୋଟି ଓଡ଼ିଆ ଭାଇଭଉଣୀଙ୍କୁ ସମର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ପାଇଁ କୀର୍ତ୍ତିମାନ ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୁବବର୍ଗଙ୍କୁ ଗାଇଡ୍ କଲେ ସେମାନେ ବହୁ ଆଗକୁ ଯାଇପାରିବେ ।

ଓଡ଼ିଶା ଜାତୀୟ/ଅନ୍ତର୍ଜାତୀୟସ୍ତରରେ ବହୁତ ନାଁ କମାଇଲାଣି । ସୁନ୍ଦରଗଡ଼ରେ ଭାରତର ସବୁଠାରୁ ବଡ଼ ହକି ଷ୍ଟାଡିୟମ୍ ହୋଇଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହରେ ସାମିଲ ହୋଇ ଏହି ପୁରସ୍କାର ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ୪ ଜଣ ବିଚାରକ ଯଥା କ୍ରିକେଟ କସୁନିଲ ଗାଭାସ୍କର, ଚେସ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ପ୍ରମୁଖ ଭର୍ଚୁଆଲରେ ଯୋଗଦେଇଥିଲେ । ତେବେ ଓଡ଼ିଶା ଖୁବ୍‌ଶୀଘ୍ର ଏବଂ ଅତି ସହଜରେ କ୍ରୀଡ଼ା ରାଜଧାନୀ ହେବାକୁ ଯାଉଛି ବୋଲି ଅନ୍ୟ ଅତିଥିମାନେ କହିଥିଲେ । ଏଥିପାଇଁ ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଉଥିବା କହିଛନ୍ତି ଅତିଥି ।‌

ଥାନାରେ ମୂଷା ଚାଟିଦେଲେ ୧୪୫୯ଟି ପେଟି ମଦ, ଯାଞ୍ଚରୁ ଜଣାପଡ଼ିଲା ଦାବି କେତେ ସତ…

ଲକ୍ଷ୍ନୌ: ମୂଷା ପିଇଦେଲେ ପେଟି ପେଟି ମଦ । ଗୋଟିଏ କି ଦୁଇଟି ନୁହେଁ ପୂରା ୧୪୫୯ଟି ପେଟି ମଦ ମୂଷା ପିଇ ଦେଇଛନ୍ତି । ଉତ୍ତରପ୍ରଦେଶ ଏଟା କୋତବାଲିର ଦେହାତ ଥାନାର ଷ୍ଟ୍ରଙ୍ଗରୁମରେ ୩୫ ଲକ୍ଷ ଟଙ୍କାର ୧୪୦୦ ପେଟିରୁ ଅଧିକ ଜବତ ମଦ ରଖାଯାଇଥିଲା । ସେଠାରେ ନିୟୋଜିତ ପୋଲିସ ଅଧିକାରୀଙ୍କ ଅନୁସାରେ ସେସବୁ ମଦ ପେଟିକୁ ମୂଷା ନଷ୍ଟ କରି ଦେଇଛନ୍ତି । ପୋଲିସ ଷ୍ଟେସନର ରେକର୍ଡରୁ ମିଳିଥିବା ସୂଚନା ଅନୁସାରେ, ମୂଷା ବେଆଇନ୍ ମଦର ପ୍ଲାଷ୍ଟିକ ବୋତଲ ଚୋବାଇ ଦେଇଥିବା ବେଳେ କାଚ ବୋତଲ ଭାଙ୍ଗି ଦେଇଛି । ସେହିଭଳି ମଦ ପେଟିଗୁଡ଼ିକୁ ମୂଷା ନଷ୍ଟ କରି ଦେଇଛନ୍ତି ।

ଏଭଳି ତଥ୍ୟ ପରେ ଆଗ୍ରା ଜୋନ୍ ଏସପି ମାମଲାର ତଦନ୍ତ ଭାର ଅଲିଗଡ଼ର ଆଇପିଏସ୍ ଅଧିକାରୀ ବିକାଶ ସିଂହଙ୍କୁ ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ପୋଲିସ ଜବତ ମଦକୁ ଗ୍ୟାଙ୍ଗଷ୍ଟର ବନ୍ଧୁ ଯାଦବକୁ ବିକ୍ରି କରି ଦେଇଛି । ପୋଲିସ ଗ୍ୟାଙ୍ଗଷ୍ଟର ବଣ୍ଟୁକୁ ଶୁକ୍ରବାର ଗିରଫ କରି ତଦନ୍ତ ଜାରି ରଖିଛି । ଏହି ମାମଲାରେ ଥାନାର ଏସଏଚଓ ଇନ୍ଦ୍ରେଶପାଳ ସିଂହ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ଫେରାର୍ ଅଛି ।

ମାର୍ଚ୍ଚ ୧୨ ତାରିଖରେ ଏସପି ଓ ବରିଷ୍ଠ ଅଧିକାରୀ ଦେହାତ ପୋଲିସ ଷ୍ଟେସନକୁ ନିରୀକ୍ଷଣରେ ଯାଇଥିଲେ । ନିରୀକ୍ଷଣ ବେଳେ ଜବତ ହୋଇଥିବା ୧୪୫୯ ପେଟ ମଦ ଗାଏବ ହୋଇଥିବା ଜଣାପଡ଼ିଥିଲା । ମାମଲାରେ ବାରମ୍ବାର ସମନ ପରେ ବି ଏସଏଚଓ ଇନ୍ଦ୍ରେଶପାଳ ସିଂହ ଓ ମୁଖ୍ୟ କିରାଣି ରସାଳ ସିଂହ ପକ୍ଷ ରଖିବା ପାଇଁ ଉପସ୍ଥିତ ହୋଇନଥିଲେ ।

ଜିଲ୍ଲା ଅଧିକାରୀ ଏହି ମାମଲାରେ ଏସଏଚଓ ଓ ମୁଖ୍ୟ କିରାଣିଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ଉଭୟଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି । ଉଭୟଙ୍କ ବିରୋଧରେ ଆଇପିସିର ୪୦୯ ଧାରା (ସରକାରୀ କର୍ମଚାରୀ ହୋଇ ବିଶ୍ୱାସ ଭାଙ୍ଗିବା ଅପରାଧ) ସହ ଭ୍ରଷ୍ଟାଚାର ଆଇନ୍ ଲାଗିଛି ।