spot_img
Home Blog Page 5824

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପାଦ ତଳେ ନଇଁବା ମୋତେ ଭଲ ଲାଗେନି: ରାହୁଲ ଗାନ୍ଧୀ

ଚେନ୍ନାଇ: ନିର୍ବାଚନକୁ ନେଇ ଉଷ୍ମ ଅଛି ରାଜନୀତି । ତାମିଲନାଡ଼ୁ ଗସ୍ତରେ ଅଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଚେନ୍ନାଇରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ ବିଜେପି ସହ AIADMKକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି- ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଯେତେବେଳେ ମୋଦି ଓ ଶାହଙ୍କ ପାଦ ଛୁଅଁନ୍ତି, ତାଙ୍କ ସାମ୍ନାରେ ନଇଁବା ଦେଖିଲେ ଖରାପ ଲାଗେ । ଯେତେବେଳେ ମୁଁ ଦେଖେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନିୟନ୍ତ୍ରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଚୁପଚାପ୍ ତାଙ୍କ ପାଦ ଛୁଉଁଛନ୍ତି ମୋତେ ପସନ୍ଦ ଆସେନି ।

ରାହୁଲ୍ କହିଛନ୍ତି- ମୁଁ ଏକ ଫଟୋରେ ଦେଖିଲି ଜଣେ ନିର୍ବାଚିତ ପ୍ରତିନିଧି ଅମିତ ଶାହଙ୍କ ପାଦ ଛୁଉଁଛନ୍ତି । ଏମିତି ସମ୍ପର୍କ ବିଜେପିରେ ସମ୍ଭବ । ଯେଉଁଠି ଆପଣଙ୍କୁ ବିଜେପିର ନେତାଙ୍କ ପାଦ ଛୁଇଁବାକୁ ପଡ଼ିବ । ଯେଉଁଠି ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିବ ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜେପି ଆଗରେ ମୁଣ୍ଡ ନୁଆଁଇବାକୁ ଚାହାଁନ୍ତି ନାହିଁ । କିନ୍ତୁ ସେ କରିଥିବା ଦୁର୍ନୀତି ଲାଗି ଏମିତି କରିବାକୁ ବାଧ୍ୟ । ରାହୁଲ ଗାନ୍ଧୀ ଚେନ୍ନାଇ କଂଗ୍ରେସ ପ୍ରାର୍ଥୀ ହସନ ହାରୁନଙ୍କ ଲାଗି ଭୋଟ୍ ପ୍ରଚାର ବେଳେ ଆୟୋଜିତ ଜନସଭାରେ ଏମିତି କହିଛନ୍ତି ।

ସପ୍ତାହରେ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପଦକ୍ଷେପ ।  ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି । ସପ୍ତାହର ସବୁ ରବିବାର ଦର୍ଶନକୁ ବାରଣ କରାଯାଇଛି । ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ । ସାନିଟାଇଜ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସେପଟେ ଗତ ୨୪ ଘଣ୍ଟାରେ ୨୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ କ୍ବାରେଣ୍ଟାଇନରୁ ୧୭୧ ସଂକ୍ରମିତ ହୋଇଥିବା ବେଳେ ୧୧୯ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସମୁଦାୟ ୨୨ଟି ଜିଲ୍ଲା ଓ ଷ୍ଟେଟ୍‌ପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ପୁରୀ ଜିଲ୍ଲାରୁ ଦିନକରେ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଉ ୨ ଦିନ କାଳବୈଶାଖି, ୩୧ରୁ ଡରେଇବ ଡହ ଡହ ଖରା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୨ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା । ୨୯ ତାରିଖରେ କାଳବୈଶାଖୀ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏଥିସହ ୭ଟି ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଜଗତସିଂହପୁର, କନ୍ଧମାଳ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ କଟକକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ସେହିଭଳି ୩୦ ତାରିଖ ଲାଗି ପାଣିପାଗ ବିଭାଗ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । କାଳବୈଶାଖୀ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

୩୧ ତାରିଖରୁ ବହିବ ଝାଞ୍ଜି ପବନ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବ । ଏପ୍ରିଲ୍ ୨ ତାରିଖ ଯାଏ ୬ଟି ଜିଲ୍ଲାକୁ ପାଣିପାଗ ବିଭାଗ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି । ପ୍ରବଳ ଖରା ନେଇ ବଲାଙ୍ଗିର, ସୋନପୁର, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ସମୟରେ ବାହାରକୁ ଗଲେ ପାଣି ବୋତଲ ନେବା ସହ ମୁଣ୍ଡରେ ଓଦା କପଡ଼ା ବ୍ୟବହାର କରନ୍ତୁ ।

ରାଜ୍ୟରେ ଦିନକରେ ୨୯୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଧିରେ ଧିରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଓଡ଼ିଶାରେ ୩ଶହ ମୁହାଁ ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ କ୍ବାରେଣ୍ଟାଇନରୁ ୧୭୧ ସଂକ୍ରମିତ ହୋଇଥିବା ବେଳେ ୧୧୯ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସମୁଦାୟ ୨୨ଜିଲ୍ଲା ଓ ଷ୍ଟେଟ୍‌ପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ୨୯୦ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୪୦, ଝାରସୁଗୁଡାରୁ ୨୧, କଟକରୁ ୧୬, ବରଗଡ଼ରୁ ୧୫, ସୁନ୍ଦରଗଡ଼ରୁ ୧୪, ସମ୍ବଲପୁରରୁ ୧୧, ଅନୁଗୁଳରୁ ୧୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କଳାହାଣ୍ଡି, ରାୟଗଡ଼ା ଓ ବଲାଙ୍ଗୀରରୁ ୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୭, ପୁରୀ, ବାଲେଶ୍ବର ଓ ଭଦ୍ରକରୁ 6ଜଣ ଲେଖାଏଁ  କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାଜପୁରରୁ ୫, କୋରାପୁଟ ଓ ସୋନପୁରରୁ ୨ଜଣ ଲେଖାଏଁ, ଦେବଗଡ଼, ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଏନଏମ ନର୍ସିଂ କଲେଜ ବିରୋଧରେ ଠକେଇ ଅଭିଯୋଗ !

ଭୁବନେଶ୍ୱର: ଏଏନଏମ୍ ଓ ଜିଏନଏମ ତାଲିମ ନାଁରେ ଠକେଇ ଅଭିଯୋଗ  । ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଶତାଧିକ ଛାତ୍ରଛାତ୍ରୀଙ୍କ ଅଭିଯୋଗ  । ଖଣ୍ଡଗିରିଠାରେ ଥିବା ଏଏନଏମ ନର୍ସିଂ କଲେଜ ବିରୋଧରେ ଆସିଛି ଏହି ଅଭିଯୋଗ  । ତାଲିମ ପରେ ଫେକ ସାର୍ଟିଫିକେଟ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି  । ୩ ବର୍ଷର ତାଲିମ ପାଇଁ ସଂସ୍ଥା ନେଇଛି ୯୫ ହଜାର ଟଙ୍କା  ।

ତାଲିମ ପରେ ଫେକ ସାର୍ଟିଫିକେଟ ଦେବାରୁ ଚାକିରିରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । କଲେଜରେ ନର୍ସିଂ ପଢିଥିବା ଛାତ୍ରଛାତ୍ରୀ ଏବେ କଲେଜ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି  । ଅଭିଯୋଗ ଅନୁସାରେ ଉକ୍ତ କଲେଜଟି ଆଇଏନସି ଦ୍ୱାରା ଆପ୍ରୁଭ ନୁହେଁ । କଲେଜ ଯେଉଁ ସାର୍ଟିଫିକେଟ ଦେଉଛି ତାହା ଦ୍ୱାରା କେଉଁଠାରେ ଚାକିରି ମିଳୁନାହିଁ  । ଏହି କଲେଜର ସାର୍ଟିଫିକେଟ ନେଇ କେଉଁଠାରେ ଚାକିରି ପାଇନାହାନ୍ତି ବୋଲି କଲେଜରୁ ପାସ ହୋଇଥିବା ଜଣେ ଛାତ୍ରୀ କହିଛନ୍ତି  ।

ଏହା ସହ ଆଡମିସନ ବେଳେ କଲେଜର କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ କରିନାହାନ୍ତି  । ତେବେ କଲେଜ ବିଷୟରେ ସତ୍ୟତା ଜାଣିବା ପରେ କଲେଜରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି  । ଶେଷରେ ଛାତ୍ରଛାତ୍ରୀମାନେ ଏହି ଫେକ ଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସେମାନଙ୍କ ପଇସା ଫେରସ୍ତ ନିମନ୍ତେ ଦାବି କରିଛନ୍ତି ।

‘ମନ୍ କି ବାତ’ରେ ୩ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ମନ୍ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଆଜି ୩ଜଣ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି। ନିଜ ଉଦ୍ୟମରେ ଜଙ୍ଗଲ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ାର ବିଜୟ କବି ଓ ପାରାଦୀପର ଅମରେଶ ସାମନ୍ତଙ୍କୁ ପ୍ରଣଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ କରୋଟା ଟିକାକରଣକୁ ନେଇ ଚିଠି ଲେଖିଥିବା ଭୁବନେଶ୍ୱରର ପୁଷ୍ପା ଶୁକ୍ଳାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାଛଡ଼ା ଦେଶ ପାଇଁ ମେଡାଲ ଜିତିଥିବେ ମହିଳା ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।

କରୋନା ଟିକାକୁ ନେଇ ବୟସ୍କଙ୍କ ମଧ୍ୟରେ ରହିଥିବା ଆଗ୍ରହ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୁଷ୍ପା । ସେହିପରି ବିଜୟ ଓ ଅମରେଶଙ୍କ ପ୍ରଚେଷ୍ଟାରେ ତିଆରି ଜଙ୍ଗଲ ଏବେ ସେଠାକାର ଲୋକଙ୍କୁ ବାତ୍ୟାରୁ ସୁରକ୍ଷା ଦେଉଛି। ସେମାନଙ୍କ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋଦି କହିଛନ୍ତି। ଆଜି ୭୫ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ସଫଳ ଓ ସମୃଦ୍ଧ କରିବା ସହ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ରହିଥିବାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

କରୋନା କାଳ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହାମାରୀ ମୁକାବିଲା ଲାଗି ଗତବର୍ଷ ମାର୍ଚ୍ଚରେ ଦେଶବାସୀ ଜନତା କର୍ଫ୍ୟୁ ଶବ୍ଦ ଶୁଣିଥିଲେ। ଦେଶବାସୀଙ୍କ ଅଦ୍ଭୁତପୂର୍ବ ସମର୍ଥନ ଯୋଗୁ ଏହା ସଫଳ ହୋଇଥିଲା। ଯାହା କି ସାରା ବିଶ୍ୱ ପାଇଁ ପ୍ରେରଣା ପାଲଟିଥିଲା। ପରବର୍ତ୍ତୀ ପିଢ଼ି ଏହାକୁ ନେଇ ଗର୍ବ କରିବ। ଦେଶରେ ଏବେ ଲଗାତାର କରୋନା ସଂକ୍ରମଣ ବଢୁଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲୋ । ସମସ୍ତେ କଟକଣା ପାଳନ କରିବା ସହ କରୋନା ସଂକ୍ରମଣରେ ରୋକ ଲଗାଇବାକୁ ଅପିଲ କରିଥିଲେ।

ଏହାଛଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହୁ ଚାଷରେ ‘ମିଠା ବିପ୍ଳବ’ରେ ଭାରତ ନେତୃତ୍ୱ ନେଉଛି। ଅନେକ କୃଷକ ଏହି କାର୍ଯ୍ୟକମରେ ସାମିଲ ହେଉଛନ୍ତି ଏବଂ ସେମାନଙ୍କର ଆୟ ବୃଦ୍ଧି କରୁଛନ୍ତି। ତେଣୁ ଏହା ଆତ୍ମ ନିର୍ଭର ଭାରତର ଏକ ଅଂଶ। ପାରମ୍ପରିକ କୃଷି ସହିତ ନୁଆ ପଦ୍ଧତି ଆପଣାଇବା ଯୋଗୁ କୃଷକଙ୍କ ଆୟ ବଢ଼ିବା ସହ କୃଷି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହେଉଛି ବୋଲି ମୋଦି କହିଛନ୍ତି।

ପିପିଲି ଯୁଦ୍ଧ ପାଇଁ ପରିବାର ଏକାଠି: ପ୍ରତିଭା ମହାରଥୀ

ଭୁବନେଶ୍ୱର: ଆଖିରେ ଲୁହ, ମନରେ କୋହ । ମହାରଥୀଙ୍କ ପରିବାରରେ ଭାବବ୍ୱିହଳ ପରିବେଶ । ପିପିଲି ଉପନିର୍ବାଚନ ଲାଗି ରୁଦ୍ର ନବୀନ ନିବାସରୁ ଟିକେଟ୍ ଆଣି ଆସିବା ପରେ ମାଆ ପ୍ରତିଭାଙ୍କ ଆଶୀର୍ବାଦ ନେଇଛନ୍ତି । ସ୍ୱାମୀଙ୍କ ଭଳି ବିଜେଡି ପୁଅ ରୁଦ୍ରଙ୍କ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିଭା ମହାରଥୀ ।

ଏଥିସହ ପଢ଼ନ୍ତୁ- ପିପିଲି ଉପନିର୍ବାଚନ; ପରିବାର ସହ ଆସି ନବୀନ ନିବାସରୁ ଟିକେଟ୍ ନେଲେ ରୁଦ୍ର

ପ୍ରତିଭା କହିଛନ୍ତି- ‘ସମସ୍ତଙ୍କ ଆଶୀର୍ବାଦରେ ରୁଦ୍ର ନିଶ୍ଚୟ ବିଜୟ ଲାଭ କରିବ ଏବଂ ସ୍ୱର୍ଗତଃ ମହାରଥୀଙ୍କ ସମସ୍ତ ଇଚ୍ଛାକୁ ପୂରଣ କରିବ । ରୁଦ୍ର ମୁଣ୍ଡ ଉପରେ ମୋର ବରଦ ହସ୍ତ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରହିଛି ।’ ପରିବାର ଏକାଠି ନଥିବା ଚର୍ଚ୍ଚା ଉପରେ ପ୍ରତିଭା କହିଛନ୍ତି- ଆମେ ଗୋଟିଏ ଘରେ ଗୋଟିଏ ସୂତ୍ରରେ ଏକାଠି ବାନ୍ଧି ହୋଇ ରହିଛୁ । ମହାରଥୀଙ୍କ ଭଳି ପୁଅକୁ ସାହାଯ୍ୟ କରିବି ବୋଲି କହିଛନ୍ତି ପ୍ରତିଭା ।

Pipili War Family Will Fight Unitedly Says Pratibha Maharathy

ସରକାରୀ ଚାକିରି କରିଥିବାରୁ ପ୍ରତିଭା ନିର୍ବାଚନ ପ୍ରଚାର କରିବାକୁ ଯିବେ ନାହିଁ । ଭାଇ ପାଇଁ ଭଉଣୀ ଓ ଭିଣୋଇ ପ୍ରଚାର କରିବେ ବୋଲି କହିଛନ୍ତି ପ୍ରତିଭା । ମାଆର ଆଶୀର୍ବାଦରେ ରୁଦ୍ର ଜିତିବେ, ବିପୁଳ ଭୋଟରେ ବିଜୟୀ ହେବେ ବୋଲି ପ୍ରତିଭା କହିଛନ୍ତି । ପ୍ରଦୀପ ମହାରଥୀ ପ୍ରଚଣ୍ଡ ହନୁମାନ ଓ ଜଗନ୍ନାଥ ଭକ୍ତ ଥିଲେ । ଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ରୁଦ୍ର ଉପରେ ରହିଛି, ସେ ବିପୁଳ ଭୋଟରେ ଜିତିବ ବୋଲି କହିଛନ୍ତି ପ୍ରତିଭା ।

ରାଷ୍ଟ୍ରପତିଙ୍କର ହୋଇପାରେ ବାଇପାସ ସର୍ଜରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ବାଇପାସ୍‌ ସର୍ଜରୀ। ସର୍ଜରୀ ଲାଗି ଦିଲ୍ଲୀ ଏମସ୍ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଛି । ଏବେ ଦିଲ୍ଲୀ ଏମସ୍‌ରେ ଚିକିତ୍ସାଧୀନ ଅଛନ୍ତି ରାଷ୍ଟ୍ରପତି। ତେବେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଆସନ୍ତା ୩୦ ତାରିଖରେ ବାଇପାସ୍ ସର୍ଜରୀ ହୋଇପାରେ ବୋଲି ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି।

ଗତ ଶୁକ୍ରବାର ରାଷ୍ଟ୍ରପତି ରାମନାଥ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା। ଗତକାଲି ମଧ୍ୟାହ୍ନରେ ରାଷ୍ଟ୍ରପତିଙ୍କୁ ଏମ୍‌ସ୍‌ ସ୍ଥାନାନ୍ତର କରାଯାଇଛି। ତେବେ ସେଠାରେ ତାଙ୍କର ବାଇପାସ୍‌ ସର୍ଜରୀ ଲାଗି ପରାମର୍ଶ ଦିଆଯାଇଥିବା ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସାପ ବିଷ ସ୍ମଗଲିଂ ପଛରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ସନ୍ଦେହ

ବଲାଙ୍ଗୀର: ସାପ ବିଷ ସ୍ମଗଲିଂ ଗ୍ୟାଙ୍ଗର ଚେର ଖୋଜିବା ପାଇଁ ବଲାଙ୍ଗୀରରେ ବନ ବିଭାଗର ଚଢାଉ । ବଲାଙ୍ଗୀରର ମାଷ୍ଟରମାଇଣ୍ଡ ସତ୍ୟ ନାରାୟଣ ଦାସ ଘରେ ଚଢ଼ାଉ କରିଛି ବନ ବିଭାଗ । ସତ୍ୟ ନାରାୟଣଙ୍କ ପୁଅ ସୁରଜ ଗତକାଲି ଗିରଫ ହୋଇଥିଲା  । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ସୁରଜଙ୍କୁ ରିମାଣ୍ଡରେ ନେବ ବନ ବିଭାଗ । ଗତକାଲି ବଲାଙ୍ଗୀରରୁ ରାଜଧାନୀ ଆଣି ସାପ ବିଷ ସ୍ମଗ୍‌ଲିଂ ରାକେଟର ପର୍ଦ୍ଦାଫାସ କରିଥିଲ ବିନ ବିଭାଗ । ଏବଂ ଏଥିରେ ସମ୍ପୃକ୍ତ ଥିବା ୬ ଜଣକୁ ଗିରଫ କରିଥିଲା ବନ ବିଭାଗ  । ଏହାସହ ୧୦ ଲକ୍ଷ ଟଙ୍କାରେ ଡିଲ୍ ବେଳେ ଧରାପଡ଼ିଥିଲେ ଅଭିଯୁକ୍ତ । ସେମାନଙ୍କ ଠାରୁ ପ୍ରାୟ ଏକ ଲିଟର ସାପବିଷ ଜବତ ହୋଇଥିଲା ।  ଜବତ ସାପବିଷ ଟେଷ୍ଟିଂ ପାଇଁ ଲ୍ୟାବ୍‌କୁ ପଠାଯିବା ସହ ରାକେଟ ପଛରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ସନ୍ଦେହ କରାଯାଉଥିବାରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି   ।

ବଲାଙ୍ଗୀରର ମାଷ୍ଟରମାଇଣ୍ଡ ସତ୍ୟ ନାରାୟଣଙ୍କ ପୁଅକୁ ମାରାଥନ ଜେରା ପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସଥିବା ଜଣାପଡ଼ିଛି । ଏହି ଆଧାରରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ସାଧାକରଣ ଭାବେ ଏହି ସାପ ବିଷରୁ ମେଡ଼ିସିନ ପ୍ରସ୍ତୁତ କରାଯାଉଥିବା ବେଳେ ଜବତ ସାପ ବିଷକୁ କେଉଁଠାକୁ ସ୍ମଗଲିଂ କରାଯାଉଥିଲା ସେନେଇ ତନାଘନା ଜାରି ରହିଛି ।

ଯଦିଓ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ସାପ ବିଷକୁ ଅଣ୍ଡରଗ୍ରାଉଣ୍ଡ ମାର୍କେଟରେ ବିକ୍ରି କରିବାକୁ ନିଆଯାଉଥିଲା । ବ୍ରାଉନ ସୁଗାର, ନିଶା ଦ୍ରବ୍ୟ ଭାବେ ଅନେକ ଏହାକୁ ବ୍ୟବହାର କରିଥାନ୍ତି । ଏବଂ ସାପ ବିଷକୁ ଏହି ଆଧାରରେ ବିକ୍ରି ହେଉଥିବା କୁହାଯାଉଛି । ତେବେ କେଉଁ ବିଷଧର ସାପରୁ ଏକ ଲିଟରର ବିଷ ବାହାରିଛି ସେନେଇ ପରୀକ୍ଷା କରିବା ପାଇଁ ବିଭିନ୍ନ ଲ୍ୟାବ୍ରୋଟୋରିକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଏସଏଫ ।

ପିପିଲି ଉପନିର୍ବାଚନ; ପରିବାର ସହ ଆସି ନବୀନ ନିବାସରୁ ଟିକେଟ୍ ନେଲେ ରୁଦ୍ର

ଭୁବନେଶ୍ୱର: ପିପିଲି ଯୁଦ୍ଧ ଲଢ଼ିବେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର । ପିପିଲି ଉପନିର୍ବାଚନ ଲାଗି ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍ ଦେଇଛି । ରୁଦ୍ର ଆଜି ଭଉଣୀ ପଲ୍ଲବୀଙ୍କ ସହ ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଟିକେଟ୍ ନେଇଛନ୍ତି । ଆସନ୍ତା ମଙ୍ଗଳବାର ୩୦ ତାରିଖରେ ରୁଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ ।

BJD Pipili Candidate Rudra Maharathy Received Party Ticket From Naveen Patnaik

ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର । ସେହିଭଳି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ମଧ୍ୟ ପରିବାର ଏକାଠି ହୋଇ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି । ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଗତଥର ଅପେକ୍ଷା ଆହୁରି ଅଧିକ ଭୋଟରେ ରୁଦ୍ର ଜିତିବେ ବୋଲି କହିଛନ୍ତି ।

BJD Pipili Candidate Rudra Maharathy Received Party Ticket From Naveen Patnaik

ନବୀନ ନିବାସରେ ଦେବୀ ମିଶ୍ର, ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ରୁଦ୍ର ଭଉଣୀ ପଲ୍ଲବୀଙ୍କ ସହ ମିଶି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଟିକେଟ୍ ଗ୍ରହଣ କରିଛନ୍ତି । ରୁଦ୍ର ଟିକେଟ୍ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ।