spot_img
Home Blog Page 5883

କାର୍‌, କଙ୍କାଳ ଓ କାହାଣୀ ! ପରିଚୟ ଖୋଜୁଛି ପୋଲିସ, ସାମ୍ନାକୁ ଆସିଲା ରହସ୍ୟମୟ ଚିଠି..

କାର୍‌, କଙ୍କାଳ ଓ କାହାଣୀ । କଙ୍କାଳର ପରିଚୟ ଖୋଜୁଛି ପୋଲିସ । କିଏ ସେହି ମହିଳା ? କ’ଣ ତାଙ୍କ ପରିଚୟ ? ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ କାର୍‌ ଭିତରୁ ରହସ୍ୟମୟ କଙ୍କାଳ ଉଦ୍ଧାର ଘଟଣାରେ ଜାରି ରହିଛି କମିଶନରେଟ ପୋଲିସର ଖୋଳତାଡ । କଙ୍କାଳର ପରିଚୟ ପାଇଁ ପ୍ରସ୍ତୁତ ହେବ ସ୍କେଚ୍ । ଏଥିପାଇଁ ମହିଳାଙ୍କ ଖପୁରିକୁ ହାଇଦ୍ରାବାଦକୁ ମ୍ୟାପିଙ୍ଗ୍‌‌ ଲାଗି ପଠାଯାଇଛି ।

କେଉଁ ପରିସ୍ଥିତରେ ମହିଳାଙ୍କର ମୃତ୍ୟୁ ହେଲା ? ଯୋଜନବଦ୍ଧ ଭାବରେ ହତ୍ୟା କାରଯାଇଛି କି ? ଏସବରୁ ସତ ଜାଣିବା ପାଇଁ ଜବତ ଖପୁରୀ ଓ କଙ୍କାଳର ସ୍କେଚ୍‌ ଓ ମ୍ୟାପିଙ୍ଗ୍‌ କରିବ ପୋଲିସ । ଏଥିପାଇଁ ନରକଙ୍କାଳକୁ ହାଇଦ୍ରାବାଦ ପଠାଯାଇଛି । ତେବେ ଏହି ଘଟଣା ପୋଲିସକୁ ମଧ୍ୟ ସନ୍ଦେହ ଘେରକୁ ଆଣିଛି । ଘଟଣାର ସମ୍ବେଦନଶୀଳତାକୁ ଦେଖି ତଦନ୍ତ ପାଇଁ ମହିଳା ଥାନାକୁ ଦିଆଯାଇଛି ଦାୟିତ୍ୱ । ଯାଆଁଳା ଫାଣ୍ଡି ପରିସରରେ ଜବତ କାର୍‌ ଭିତରୁ ନରକଙ୍କାଳ ମିଳିଥିବାରୁ ଫାଣ୍ଡି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଜବତ କାର୍‌ରୁ ନରକଙ୍କାଳ ପରେ ନିକଟରୁ ମିଳିଛି ଏକ ହାତ ଲେଖା ଚିଠି । ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି । ଚିଠିର ହେଡର ରହିଛି ଲାଇଫ୍ ଲାଇନ୍ । ଏଥିରେ ଜଣଙ୍କ ପ୍ରେମ ଭାବନା ବ୍ୟକ୍ତ କରାଯାଇଛି । ତେବେ ଏହି ଚିଠି କିଏ, କାହିଁକି, କାହା ଉଦ୍ଦେଶ୍ୟରେ ଲେଖିଛି ତାହା ଜଣାପଡିନାହିଁ । ଚିଠିଟି ମଝିରୁ ଚିରିଯାଇଛି । ମହିଳାଙ୍କ ମୃତ୍ୟୁ ସହ ଏ ଚିଠିର କ’ଣ ରହିଛି ସମ୍ପର୍କ ?

ରହସ୍ୟମୟ କଙ୍କାଳ ମିଳିବା ପରେ ଉଠିଛି ଅନେକ ପ୍ରଶ୍ନ । ମହିଳା ଜଣଙ୍କୁ ଦୁର୍ଷ୍କମ ପରେ ହତ୍ୟା କରାଯାଇଛି କି ? ଘଟଣାସ୍ଥଳରୁ ମିଳିଥିବା ଚିଠି ସିହତ ମହିଳାଙ୍କର ସଂପୃକ୍ତି ଅଛି କି ? ଘଟଣାକୁ ପୋଲିସ ଚାପି ଦେବାକୁ ଚାହୁଁ ଥିଲା କି ? ଭୁବନେଶ୍ୱର ବାହାରୁ ହତ୍ୟା କରି ଦିଗହରା କରିବାକୁ ଫାଣ୍ଡି ପରସରରେ ଜବତ ଗାଡ଼ିରେ ଫିଙ୍ଗାଯାଇଥିଲା କି ? ନା ମହିଳା ଜଣଙ୍କ କାର୍‌ ଭିତରେ ଆତ୍ମହତ୍ୟା କରିଛନ୍ତି ? ଏଭଳି ପୁଞ୍ଜା ପୁଞ୍ଜା ପ୍ରଶ୍ନ ଏବେ ପୋଲିସ ଆଗରେ ଛିଡ଼ା ହୋଇଛି ।

ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ, ବାହାଡ଼ା ଦାନ୍ତ ବାହାରିଲା ବୋଲି କୁକୁର ସହ ବିବାହ !

ଢେଙ୍କାନାଳ: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ଚାଲିଛି ନାଚଗୀତ । ବାଜୁଛି ବାଜା । ଖୁସିରେ ମସଗୁଲ ପୂରା ଗ୍ରାମବାସୀ । ଜମିଛି ବାହାଘରର ମାହୋଲ । ବାହାଡା ଦାନ୍ତ ଉଠିବାରୁ ଶିଶୁଙ୍କୁ କୁକୁର ସହ ବିବାହ କରାଇଲେ ଘରଲୋକେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ୍‌ ଫୁଲଝରି ଗ୍ରାମରେ । ପୂରାତନ ପରମ୍ପରା ଅନୁସାରେ ମାଘେ ପର୍ବ ଦିନ ଏହି ବିବାହ ଅନୁଷ୍ଠିତ ହୋଇଛି ।

ଅନ୍ଧବିଶ୍ୱାସର ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ ଫୁଲଝରି ଗ୍ରାମରେ । ପିଲାଟିର ବାହାଡା ଦାନ୍ତ ଉଠିବାରୁ ଏମିତି ବିବାହ କରାଇଛନ୍ତି ଏଠାକାର ଆଦିବାସୀ ସମ୍ପ୍ରଦାୟର ଲୋକେ । ପୂରାତନ ପରମ୍ପରା ଅନୁସାରେ ମାଘେ ପର୍ବ ଦିନ ଅନୁଷ୍ଠିତ ହୋଇଛି ଏହି ବିବାହ ପର୍ବ ।

ବ୍ଲକରେ ପ୍ରାୟ ୯୦ ଭାଗ ଲୋକ ଆଦିବାସୀ ସଂପ୍ରଦାୟର । ଏହି ଗାଁରେ ବସବାସ କରନ୍ତି ୫୦ରୁ ଅଧିକ ପରିବାର । ଏଠି ଛୁଆଟିଏ ଜନ୍ମ ହେବା ପରେ ତାର ଦାନ୍ତ ଅସଜଡା ଥିଲେ ଖୋଜାପଡେ କୁକୁର ଛୁଆ । ଏହାକୁ ସମାଜ ପାଇଁ କ୍ଷତି କାରକ ମାନି ରିଷ୍ଟ ଖଣ୍ଡନ କରିବାକୁ କୁକୁର ସହ ପିଲାଟିର ବିବାହ କରାଯାଏ । କୁକୁରକୁ ଓ ସଂପୃକ୍ତ ପିଲାଟିକୁ ଗ୍ରାମର ମଝିଆମଝିରେ କରାଯାଏ ବାହାଘର । ଅରୁଆ ଚାଉଳ, ହଳଦୀ, ଆଦି ସାମଗ୍ରୀ ମାଧ୍ୟମରେ ଉଭୟଙ୍କ ବିବାହ ସରିବା ପରେ ବରଯାତ୍ରୀ ପାଉଁଶ ବୋଳା ପାଣିରେ ପରଷ୍ପରକୁ ଢାଳି ଉପଭୋଗ କରନ୍ତି । ପରେ ଶୋଭାଯାତ୍ରାରେ ଜଙ୍ଗଲରେ ଥିବା ମହୁଲ ଗଛ ନିକଟରେ କନ୍ୟା କୁକୁର ଓ ଛୁଆ ବରକୁ ପୂଜା କରାଯାଇ ମହୁଲ ଗଛରେ ତିନି ଘେରା ସୁତା ବନ୍ଧା ଯାଇ ବିବାହ କାର୍ଯ୍ୟ ସମାପନ କରାଯାଇଥାଏ ।

ବାଚସ୍ପତିଙ୍କ ଚରମ ବାଣୀ, ‘ଭୁଲ କରିଛନ୍ତି ସୁବାସ’ ,’କ୍ଷମା ମାଗନ୍ତୁ’

ଭୁବନେଶ୍ୱର: ବାଚସ୍ପତିଙ୍କ ଚରମ ବାଣୀ । ‘ଭୁଲ କରିଛନ୍ତି ସୁବାସ’ । ‘କ୍ଷମା ମାଗନ୍ତୁ ସୁବାସ’ । ସରକାରୀ ଦଳ ପରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମକୁ ବେଆଇନ ଦର୍ଶାଇ ଓ ଗୃହ ସ୍ୱାଭାବିକ କରିବା ପାଇଁ ସୁବାସ କ୍ଷମା ମାଗିବାକୁ ବାଚସ୍ପତି କହିଛନ୍ତି । ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିଜେଡି ସମେତ କଂଗ୍ରେସ ସ୍ୱାଗତ କରିଛି ।

ବିଜେପି ବିଧାୟକ ଦଳ ବୈଠକ ଡାକି ଦୁଃଖ ପ୍ରକାଶ କରିବା ଲାଗି ବାଚସ୍ପତି କହିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ଭୁଲ କରିଥିବାରୁ କ୍ଷମା ମାଗିବାରେ ଅସୁବିଧା କ’ଣ ? ଗୃହ ସ୍ୱାଭାବିକ ଭାବେ ଚାଲିବା ପାଇଁ ସୁବାସଙ୍କ କ୍ଷମା ପ୍ରାର୍ଥନା ଉପରେ ଜୋର ଦେଇ ବିଜେପି ବିଧାୟକଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବାଚସ୍ପତି ।

ସେପଟେ ବିଧାନସଭା ପରି ପବିତ୍ର ଗୃହରେ ଆତ୍ମହତ୍ୟା ଉଦ୍ୟମକୁ ପଲିଟିକଲା ଷ୍ଟଣ୍ଟ କହିଛି କଂଗ୍ରେସ । ନିଜ ନିର୍ବାଚନମଣ୍ଡଳୀ ଚାଷୀଙ୍କ ପାଇଁ ଦରଦ ଦେଖାଇ ହେବାକୁ ସୁବାସ ଏହି ନାଟକ କରିଥିବା କଂଗ୍ରେସ ବିଧାୟକ କଟାକ୍ଷ କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ସୁବାସ କ୍ଷମା ମାଗନ୍ତୁ ବୋଲି କହିଛନ୍ତି । ଅନ୍ୟପଟେ ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକଙ୍କ ବେଆଇନ କାର୍ଯ୍ୟକୁ ଦଳୀୟ ସମର୍ଥନ ମିଳିବାରେ ଲାଗିଛି । ଯାହା ରାଜନୈତିକ ସମୀକ୍ଷକଙ୍କୁ ଆଚମ୍ବିତ କରିଛି । ବିଜେପି ବିଧାୟକ କ୍ଷମା ନ ମାଗିଲେ, ରାଜ୍ୟବାସୀଙ୍କୁ ଖରାପ ବାର୍ତ୍ତା ଯିବ ବୋଲି ମତ ପ୍ରକାଶ ପାଇଛି ।

ନୂଆ କୃଷି ଆଇନ ଉଚ୍ଛେଦ ଦାବିରେ ଦିଲ୍ଲୀରେ ୧୦୦ରୁ ଅଧିକ ଦିନ ହେଲା ଚାଷୀ ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ସମାଧାନ କି ସଂଶୋଧନ ପାଇଁ ପଦକ୍ଷେପ ନେଉନାହାନ୍ତି । ବିଜେପିଠାରୁ ଚାଷୀ ଦୂରେଇ ଗଲେଣି । ଏଭଳି ସ୍ଥିତିରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ, ଚାଷୀଙ୍କ ଭୋଟ ହାତେଇବାକୁ ଉଦ୍ୟମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଟିକେଟ୍ ମିଳିଲାନି ବୋଲି ଲଣ୍ଡା ହୋଇଗଲେ କେରଳ କଂଗ୍ରେସ ମହିଳା ସଭାପତି

ଥିରୁଅନନ୍ତପୁରମ: ପାଖଉଛି ନିର୍ବାଚନ, କୁହୁଳୁଛି କଂଗ୍ରେସ । ଖାଲି ଦିଲ୍ଲୀରେ ନୁହେଁ କଂଗ୍ରେସ ଦଳରେ ପ୍ରାୟ ରାଜ୍ୟ ନେତୃତ୍ୱକୁ ନେଇ ଲାଗି ରହିଛି ଦଳୀୟ ଅର୍ନ୍ତଦ୍ୱନ୍ଦ୍ୱ । ନିର୍ବାଚନ ବେଳେ ଦଳରେ ଏଭଳି ଅସନ୍ତୋଷକୁ ପ୍ରଶମିତ କରିବାକୁ ହାଇକମାଣ୍ଡ ତ ପ୍ରୟାସ କରୁଛନ୍ତି କିନ୍ତୁ ଫଳ କିଛି ମିଳୁନାହିଁ । ଏହାର ତାଜା ଉଦାହରଣ ଦେଖିବାକୁ ମିଳିଛି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା କେରଳରେ । ଦଳୀୟ ଟିକେଟ୍ ନ ମିଳିବା ଯୋଗୁଁ କେରଳ ମହିଳା କଂଗ୍ରେସ ସଭାପତି ଲଥିକା ସୁବାସ ଦଳରୁ ଇସ୍ତଫା ଦେବା ସହ ପ୍ରତିବାଦ ସ୍ୱରୂପ ଲଣ୍ଡା ହୋଇ ଯାଇଛନ୍ତି ।

ଲଥିକା କେରଳର ଇତିମାନୁର ବିଧାନସଭା ଆସନରୁ ଦଳୀୟ ଟିକେଟ୍ ପାଇଁ ଆଶାୟୀ ଥିଲେ । ଯେତେବେଳେ ଦଳ ଟିକେଟ ଦେବାକୁ ମନା କଲେ ତ ଅସନ୍ତୁଷ୍ଟ ଲଥିକା ଇସ୍ତଫା ଦେଇଥିଲେ । ଆଉ ନିଜ ରାଗକୁ ସମ୍ଭାଳି ନପାରି ପ୍ରତିବାଦ ସ୍ୱରୂପ ଲଣ୍ଡା ହୋଇ ଯାଇଥିଲେ । ୫୫ ବର୍ଷୀୟା ଲଥିକା କଂଗ୍ରେସ ମୁଖ୍ୟାଳୟ ସମ୍ମୁଖରେ ଏଭଳି ପ୍ରତିବାଦ କରିଛନ୍ତି ।

 Denied party ticket, Kerala Mahila Congress chief Lathika Subhash resigns, shaves head in protest

ସେ ଅଭିଯୋଗ କରିଛନ୍ତି- ଦଳ ପାଇଁ ଲଗାତାର କାମ କରୁଥିବା ମହିଳାଙ୍କୁ କଂଗ୍ରେସ ଦୀର୍ଘ ବର୍ଷ ହେଲା ଅବେହଳା କରି ଆସୁଛି । କଂଗ୍ରେସ କେରଳ ଲାଗି ୮୬ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ସେଥିରେ କେବଳ ୯ ଜଣ ମହିଳାଙ୍କୁ ସୁଯୋଗ ଦିଆଯାଇଛି । ଲଥିକା ଦଳରୁ ଇସ୍ତଫା ଦେଇଥିବା ବେଳେ ନିକଟ ଭବିଷ୍ୟତରେ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ବରଂ ସେ ଇତିମାନୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଛନ୍ତି ।

ରାଜ୍ୟରେ ଜଳୁଛି ଜଙ୍ଗଲ, ଏବେ ନିଆଁ ପହଞ୍ଚିଲାଣି ଓଳାଶୁଣୀରେ

ଯାଜପୁର: ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ଲାଗୁଛି ନିଆଁ । ବ୍ୟାପକ ପରିମାଣର କ୍ଷୟ କ୍ଷତି ମଧ୍ୟ ହେଉଛି । ଶିମିଳିପାଳରେ ଭୟବୟ ଅଗ୍ନିକାଣ୍ଡ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଏବେ ରାଜ୍ୟରେ ପ୍ରାୟ ଜଙ୍ଘଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି । ତେବେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । କିଛି ସ୍ଥାନରେ ଶିକାର କରିବା ଉଦ୍ଦେଶ୍ୟରେ ନିଆଁ ଲଗାଯାଉଥିବା ଅଭିଯୋଗ ହୋଇଛି । ଏମିତିକି ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ତେବେ ଏହି ଜଙ୍ଗଲ ନିଆଁ ଏବେ ଯାଜପୁର ଜିଲ୍ଲାରେ ମଧ୍ୟ ପହଞ୍ଚିଛି । ଶିମିଳିପାଳ ଭଳି ଅନୁରୂପ ଘଟଣା ଦେଖିବାକୁ ମିଳିଛି ଯାଜପୁରରେ । ଓଳାଶୁଣୀ ପାହାଡ଼ ପାଦ ଦେଶରେ ନିଆଁ ଲାଗି ବହୁ ଜଙ୍ଗଲ ଜଳି ଯାଇଥିବା ଦେଖାଯାଇଛି । ରବିବାର କୌଣସି କାରଣ ଯୋଗୁଁ ଜଙ୍ଗଲରେ ନିଆଁ ଲାଗି ପାଖାପଖି ତିନି ଏକର ଜଙ୍ଗଲ ଜଳି ଯାଇଛି । ଏଥିରେ ବହୁ ମୂଲ୍ୟବାନ ଗଛ ମଧ୍ୟ ଜଳିଯାଇଥିବା କୁହାଯାଉଛି ।

ଖବର ପାଇ ଘଟଣାସ୍ଥଳରେ ଡେରାବିଶ ଅଗ୍ନିଶମ ବାହିନୀ, ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ଚଣ୍ଡିଖୋଲ ବନ ଖଣ୍ଡ ଅଧିକାରୀ ପହଂଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ବଡ଼ଚଣା ଅଂଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିଲା । ତେବେ ଏଠାରେ କେମିତି ନିଆଁ ଲାଗିଲା ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

କୁକୁଡ଼ା ଫାର୍ମକୁ ନେଇ ବଢ଼ୁଛି ସମସ୍ୟା, ଦୁର୍ଗନ୍ଧରେ ଫାଟି ପଡ଼ୁଛି ଗାଁ

ଯାଜପୁର: କୁକୁଡ଼ା ଫାର୍ମକୁ ନେଇ ବଢ଼ୁଛି ସମସ୍ୟା । କୁକୁଡା ଫାର୍ମର ଦୁର୍ଗନ୍ଧରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ଲକଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଜନବସତି ମଧ୍ୟରେ କୁକୁଡା ଫାର୍ମ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପାଇକରାପୁର ଗାଁରେ ଥିବା କୁକୁଡା ଫାର୍ମକୁ ନେଇ ଏବେ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଦୁଇ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏଥିରେ ନାକେଦମ ହେଲେଣି ଲୋକେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ହୋଇଛି ।

ପାଇକରାପୁରରେ ଏହି କୁକୁଡ଼ା ଫାର୍ମଟି ଜନବସତିଠାରୁ ମାତ୍ର ୫ଶହ ମିଟର ଦୂରରେ ରହିଛି । ଦୁର୍ଗନ୍ଧ ପାଇଁ ପିଲାଙ୍କ ଠାରୁ ବୟସ୍କ ଓ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବ୍ଲକ ଠାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଲୋକେ । ସେପଟେ ସ୍ଥାନୀୟ ତହସିଲଦାର ଜାଣିବା ପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଦେଖିବା ବାକି ରହିଲା ଲୋକଙ୍କ ସମସ୍ୟା କେବେ ସମାଧାନ ହେଉଛି ।

ଭୂତ ତିଆରି କରୁଛି ମଶାଣିକୁ ରାସ୍ତା, ଲୋକ କହିଲେ ଟଙ୍କା ଖାଇବାକୁ ଚକ୍ରାନ୍ତ..

ଭଦ୍ରକ: ଭୂତ ତିଆରି କରୁଛି ମଶାଣିକୁ ରାସ୍ତା । ଶବ ଦାହ ପାଇଁ ମଶାଣି ଯାଏଁ ଯିବାକୁ ତିଆରି ହୋଇଛି ରାସ୍ତା । ୩ ଶହ ମିଟର କଂକ୍ରିଟ୍ ରାସ୍ତା ନିର୍ମାଣ ପାଖାପାଖି ଶେଷ ମଧ୍ୟ ହୋଇସାରିଛି । ହେଲେ ଏହି ରାସ୍ତାକୁ କିଏ ନିର୍ମାଣ କରିଛି ତାହାର କୌଣସି ଖୋଜ୍ ଖବର ନାହିଁ । ରାସ୍ତା ନିର୍ମାଣ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଫଳକ ନାହିଁ । ଏନେଇ ସ୍ଥାନୀୟ ସରପଞ୍ଚକୁ ପଚାରିଲେ ସେ ମଧ୍ୟ ଜାଣିନଥିବା କହୁଛନ୍ତି । ଏମିତିକି ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧ୍ୟ ଏହି ବିଷୟରେ ଅଜ୍ଞ ।

ରାସ୍ତା ନିର୍ମାଣ ପାଖାପାଖି ସରିଲାଣି ହେଲେ ସୂଚନା ଫଳକ ଲାଗି ନାହିଁ । ୩ଶହ ମିଟର ରାସ୍ତା ସମ୍ପର୍କରେ କେହି କିଛି ଜାଣିପାରୁନାହାନ୍ତି । ସରପଞ୍ଚ ବି କହୁଛନ୍ତି ‘ଆମେ ଜାଣିନୁ’ । ତେବେ ଏଭଳି ଘଟଣା ଏବେ ଲୋକଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି । ଉକ୍ତ ଗାଁଲୋକ ଏହି ରାସ୍ତା ନିର୍ମାଣ ନାଁରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ଅଣିଛନ୍ତି ।

ଏଭଳି ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ରଣଜୀତ ପଞ୍ଚାୟତ ମାଳିପଦୀ ଗାଁରେ ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ପାଇଁ ବାଲି, ଚିପ୍ସ ରାସ୍ତା ପାର୍ଶ୍ୱରେ ପଡିଛି । ମିସ୍ତ୍ରୀ ଓ ଶ୍ରମିକ ମଧ୍ୟ ଆସି କାମ କରି ଯାଉଛନ୍ତି । ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ କିଏ କରୁଛି ସମସ୍ତେ ଅଗୋଚର । ତେବେ ଅନୁସନ୍ଧାନ ପରେ ରାସ୍ତା ପାଇଁ କେହି ୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରି ନେଇଥିବା ସନ୍ଦେହ କରୁଛନ୍ତି ଲେକେ । ଏନେଇ ଅଭିଯୋଗ ପରେ ଭଣ୍ଡାରିପୋଖରୀ ବିଡିଓ କହିଛନ୍ତି, ରାସ୍ତା ବାବଦରେ କ୍ଷେତ୍ର ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଅସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବଲାଙ୍ଗୀରରେ ଜମି କିଣି ବାହାରେ ରହୁଥିଲେ ସାବଧାନ, ପଡ଼ିପାରନ୍ତି ମାଫିଆଙ୍କ ଜାଲରେ..

ବଲାଙ୍ଗୀର: ଜମି ମାଫିଆଙ୍କ ନଜରରେ ବଲାଙ୍ଗୀର ସହରର ମୂଲ୍ୟବାନ ଜମି । କିଛି ଦିନର ନୀରବତା ପରେ ଏବେ ପୁଣି ଦବଦବା ଜାହିର କରିଛନ୍ତି ମାଫିଆ । ଜମି କିଣି ବଲାଙ୍ଗୀର ବାହାରେ ରହୁଥିବା ଲୋକଙ୍କୁ ଟାଗେର୍ଟ କରୁଛନ୍ତି ମାଫିଆ । ଜମିରେ ବାଡ଼ ବୁଲାଇବା ସହ ନିଜ ଅକ୍ତିଆରକୁ ନେଉଛନ୍ତି । ଜମି ମାଲିକ ପ୍ରତିବାଦ କଲେ ନାଲି ଆଖି ଦେଖାଇ ଗୁଣ୍ଡା ଲଗାଇ ହତ୍ୟା ଧମକ ଦେଉଛନ୍ତି ।

ଖାଲି ଜମି ମାଲିକର ନୁହେଁ, କଭରେଜ୍ କରିବାକୁ ଯାଇଥିବା ବେଳେ ନନ୍ଦିଘଷାଷ ଟିଭି ପ୍ରତିନିଧି ମଧ୍ୟ ମାଫିଆଙ୍କ ରୋଷର ଶିକାର ହୋଇଛନ୍ତି । ଧଳା ପ୍ୟାଣ୍ଟ-ସାର୍ଟ ପିନ୍ଧି ବ୍ରାହ୍ମକୁମାରୀ ଦୀକ୍ଷା ନେଇଥିବା ଭାସ୍କର ପାତ୍ର ନାମକ ଜଣେ ଅବସର ପ୍ରାପ୍ତ ସରକାରୀ ଅଧିକାରୀ, ନାଲି ଆଖି ଦେଖାଇ ଗୁଣ୍ଡାଗିରି କରୁଛନ୍ତି । ଆଉ ମାଫିଆଙ୍କ ସହ ମିଶି ନିରୀହ ଲୋକଙ୍କ ଜମିକୁ ବାଡ଼ ବୁଲାଇ ଅକ୍ତିଆର କରୁଛନ୍ତି । ଜମି ମାଲିକ ଅରୁଣ କୁମାର ସୁବୁଦ୍ଧି ପ୍ରତିବାଦ ସହ ଥାନାରେ ଅଭିଯୋଗ କରିବାରୁ ଏବେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି ।

କିଛି ଦିନର ନିରବତା ପରେ ପୁଣି ଥରେ ବଲାଙ୍ଗୀରରେ ସକ୍ରିୟ ହୋଇଛନ୍ତି ଏଭଳି ଜମି ମାଫିଆ । କୁଖ୍ୟାତ୍ ଅପରାଧିଙ୍କ ଠାରୁ ଶିକ୍ଷକ, ଠିକାଦାର, ମଠ ମହନ୍ତ ଆଦି ଏହି ମାଫିଆ ଗ୍ୟାଙ୍ଗରେ ସାମିଲ ଅଛନ୍ତି । ଆଉ ଜମି କିଣି ବଲାଙ୍ଗୀର ବାହାରେ ରହୁଥିବା ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ଏପରିକି ମାଫିଆଙ୍କ ବିରୋଧରେ ଅଭିଯୋଗ କଲେ, ପୋଲିସ ଚୁପ ରହୁଥିବା ମଧ୍ୟ କୁହାଯାଉଛି । ସେପଟେ ଏହି ଘଟଣା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଓଲଟିଲା ଯାତ୍ରୀବାହୀ ବସ୍‌, ୨୦ରୁ ଉର୍ଦ୍ଧ୍ୱ ଆହତ

ସୋର: ପୁଣି ଏକ ଅଭାବନୀୟ ଘଟଣା । ଓଲଟିଲା ଯାତ୍ରୀବାହୀ ବସ୍‌ । ୨୦ ରୁ ଉର୍ଦ୍ଧ୍ୱ ଗୁରୁତର । ଏଭଳି ଘଟଣା ଘଟିଛି ବାଲେଶ୍ୱର ସୋର ନିକଟରେ । ଯାତ୍ରୀବାହୀ ବସ୍‌ ‘ଚକାଡୋଳା’ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ୧୬ନଂ ଜାତୀୟ ରାଜପଥ ସୋର ତହସିଲ ଆଗରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଛି ।

ସ୍ଥାନୀୟ ଲୋକ ଏହା ଦେଖି ତୁରନ୍ତ ସେଠାକୁ ଦଉଡ଼ି ଆସିଥିଲେ । ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଉଦ୍ଧାରକାରୀ ଦଳମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସୋର ପୋଲିସ ଓ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଟି କାହିଁକି ହେଲା ଓ କେଉଁ ପରିସ୍ଥିତିରେ ହେଲା ସେନେଇ ସ୍ଥାନୀୟ ଲୋକ ତଥା ପ୍ରତ୍ୟେକ୍ଷଦର୍ଶୀଙ୍କ ମତାମତ ନିଆଯିବ । ସେମାନଙ୍କ ବୟାନ ରେକର୍ଡ କରାଯିବ । ଡ୍ରାଇଭର ଓ ହେଲପରକୁ ମଧ୍ୟ କାବୁ କରାଯିବ । ଏହି ଘଟଣାରେ ଯଦି କେହି ଦାୟୀ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିଭଳି ଗଜପତି ଜିଲ୍ଲା କତଲକଇଠ ଛକଠାରେ ଆମ୍ବୁଲାନ୍ସ ଧକ୍କାରେ ୧୫ ବର୍ଷୀୟା ବାଳିକା ମୃତ । ମୃତକ କତଲକଇଠ ଗ୍ରାମର ରେଡ଼ି ଦଣ୍ଡାସୀଙ୍କ ଝିଅ ରେଡ଼ି ଲକ୍ଷ୍ମୀ । ଘରୋଇ ଆମ୍ବୁଲାନ୍ସ OD07J1039 ଦୃତ ଗତିରେ ପାରଳାଖେମୁଣ୍ଡି ପଟରୁ ଆସୁଥିବା ବେଳେ କତଲକଇଠ ଛକ ଠାରେ ଲକ୍ଷ୍ମୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି ।

ସରକାରୀ ବ୍ୟାଙ୍କର କାହିଁକି ଘରୋଇକରଣ କରୁଛନ୍ତି ମୋଦି ସରକାର ?

ନୂଆଦିଲ୍ଲୀ (ସୁଶାନ୍ତ କୁମାର ସାହୁ): ଦେଶର ସବୁଠୁ ବଡ଼ ବ୍ୟାଙ୍କ କର୍ମଚାରୀ ସଂଗଠନ ୟୁନାଇଟେଡ୍ ଫୋରମ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ହରତାଳ ଆହ୍ୱାନ ଦେଇଛି । ଏଥିରେ ଦେଶର ବ୍ୟାଙ୍କ କର୍ମଚାରୀ ଓ ଅଫିସରଙ୍କ ୯ଗୋଟି ସଂଗଠନ ସାମିଲ୍ ରହିଛି । ଆଇଡିଆଇବିଆଇ ବ୍ୟତୀତ୍ ଅନ୍ୟ ସରକାରୀ ବ୍ୟାଙ୍କର ଘରୋଇକରଣକୁ ବ୍ୟାଙ୍କ ୟୁନିୟନ୍ ବିରୋଧ କରୁଛି । ୟୁନିୟନ୍ କହିଛି- ଯେତେବେଳେ ସରକାରୀ ବ୍ୟାଙ୍କକୁ ମଜଭୁତ୍ କରି ଅର୍ଥବ୍ୟବସ୍ଥା ତ୍ୱରାନ୍ୱିତ ପାଇଁ ଦାୟିତ୍ୱ ଦିଆଯିବା ଆବଶ୍ୟକ । ଠିକ୍ ସେହି ସମୟରେ ସରକାର ଓଲଟା ପଦକ୍ଷେପ ନେଉଛନ୍ତି ।

 Why Modi Government Privatize National Banks

ଚଳିତ ବର୍ଷ ୨ ଗୋଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ସାଧାରଣ ଜୀବନ ବୀମା କମ୍ପାନୀକୁ ଘରୋଇକରଣ କରାଯିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଧିବେଶନରେ ଘୋଷଣା କରିଥିଲେ । ଏହା ପୂର୍ବରୁ ଆଇଡିବଆଇ ବ୍ୟାଙ୍କୁ ବିକ୍ରି କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜୀବନ ବୀମା ନିଗମରେ ସରକାରୀ ଅଂଶଧନ ବିକ୍ରି ଲାଗି ଗତବର୍ଷ ବଜେଟରେ ସରକାର ଘୋଷଣା କରିଥିଲେ । ତେବେ, ଏବେ ଯାଏଁ କେଉଁ ବ୍ୟାଙ୍କରୁ ସରକାର ସମ୍ପୂର୍ଣ୍ଣ ଅଂଶଧନ କିମ୍ବା କିଛି ଅଂଶ ବିକ୍ରି ପାଇଁ ଚାହୁଁଛନ୍ତି ସେନେଇ ଘୋଷଣା କରିନାହାଁନ୍ତି ।

ତେବେ ଚର୍ଚ୍ଚା ହେଉଛି ସରକାର ୪ଗୋଟି ବ୍ୟାଙ୍କକୁ ବିକ୍ରି କରିଦେବେ । ବିକ୍ରି ନେଇ ଚର୍ଚ୍ଚାରେ ଥିବା ବ୍ୟାଙ୍କ ମଧ୍ୟରେ ରହିଛି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତେବେ, ସରକାରଙ୍କ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ତେବେ ଏହି ୪ ବ୍ୟାଙ୍କର ପ୍ରାୟ ୧ ଲକ୍ଷ ୩୦ ହଜାର କର୍ମଚାରୀଙ୍କ ସହ ଅନ୍ୟ ସରକାରୀ ବ୍ୟାଙ୍କ ଏହି ଚର୍ଚ୍ଚାକୁ ନେଇ ଆତଙ୍କିତ ଅଛନ୍ତି ।

ବ୍ୟାଙ୍କର ରାଷ୍ଟ୍ରୀୟକରଣ

୧୯୬୯ ମସିହାରେ ଇନ୍ଦିରା ଗାନ୍ଧୀ ସରକାର ୧୪ଗୋଟି ବ୍ୟାଙ୍କର ରାଷ୍ଟ୍ରୀୟକରଣ କରିଥିଲେ । ସେତେବେଳେ ଅଭିଯୋଗ ହୋଇଥିଲା ବ୍ୟାଙ୍କ ଗୁଡ଼ିକ ଦେଶରେ ସମସ୍ତଙ୍କ ଉନ୍ନତି ଲାଗି ସାମିଜିକ କର୍ତ୍ତବ୍ୟର ପାଳନ କରୁନାହାଁନ୍ତି । ବରଂ ମାଲିକଙ୍କ ହାତର ସଖି କଣ୍ଢେଇ ହୋଇ ରହିଛନ୍ତି । ଏହା ପରେ ଆରମ୍ଭ ହୋଇଥିଲା ବ୍ୟାଙ୍କର ରାଷ୍ଟ୍ରୀୟକରଣ ।

 Why Modi Government Privatize National Banks

ତେବେ ଏହା ପୂର୍ବରୁ ସରକାର ୧୯୫୫ରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ହାତକୁ ନେଇଥିଲେ । ଏହାପରେ ୧୯୮୦ରେ ମୋରାଜୀ ଦେଶାଇଙ୍କ ଜନତା ପାର୍ଟି ସରକାର ଆଉ ୬ ଗୋଟି ବ୍ୟାଙ୍କର ରାଷ୍ଟ୍ରୀୟକରଣ କରିଥିଲେ । ତେବେ ବ୍ୟାଙ୍କ ରାଷ୍ଟ୍ରୀୟକରଣର ୫୨ ବର୍ଷ ପରେ ଏବେ ସରକାର ଏହାର ବିପରୀତ ନୀତିରେ ଅଛନ୍ତି । ୧୯୯୧ ଆର୍ଥିକ ସୁଧାର ପରେ ବାରମ୍ବାର କୁହାଯାଉଛି କି ସରକାରଙ୍କ କାମ ବ୍ୟବସାୟ କରିବା ନୁହେଁ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି କଥାକୁ ଦୃଢ଼ତାର ସହ ଦୋହରାଇ ଥିଲେ ।

ରାଷ୍ଟ୍ରୀୟକରଣ ପରେ ସମସ୍ୟା

ସରକାର ଏବେ ସମସ୍ତ କ୍ଷେତ୍ରରେ ସରକାରୀ କମ୍ପାନୀଙ୍କୁ ଘରୋଇକରଣ କରିବାରେ ଲାଗିଛନ୍ତି । ବ୍ୟାଙ୍କ କ୍ଷେତ୍ରରେ ବଡ଼ ସମସ୍ୟା ହେଉଛି ବିଗତ ବର୍ଷରେ ଥିବା ସରକାର ଜନତାଙ୍କୁ ଭୂତେଇବା ଲାଗି ଏବଂ ଭୋଟ୍ ବ୍ୟାଙ୍କ ଲାଗି ଏମିତି କିଛି ଘୋଷଣା କରିଛନ୍ତି ଯାହାର ବୋଝ ସରକାରୀ ବ୍ୟାଙ୍କକୁ ଉଠାଇବାକୁ ପଡ଼ୁଛି ।

ଏହାର ସବୁଠୁ ବଡ଼ ଉଦାହରଣ ହେଉଛି ଋଣ ଛାଡ଼ । ଏଭଳି ନିଷ୍ପତ୍ତି ପରେ ଯେତେବେଳେ ବ୍ୟାଙ୍କର ସ୍ଥିତି ବିଗୁଡ଼ୁଛି ତ ସରକାର ଏଥିରେ ନିବେଶ କରି ଛିଡ଼ା କରିବା କଥା ।

 Why Modi Government Privatize National Banks

ରାଷ୍ଟ୍ରୀୟକରଣ ପରେ ସୁଧାର ପାଇଁ ଅନେକ ପଦେକ୍ଷପ ଏବଂ ଅନେକ ଥର ପୁଞ୍ଜି ନିବେଶ ହୋଇଛି । ତଥାପି ଏହି ସରକାରୀ ବ୍ୟାଙ୍କ ଗୁଡ଼ିକର ସମସ୍ୟା ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇନାହିଁ । ଘରୋଇ ଓ ବିଦେଶୀ ବ୍ୟାଙ୍କ ତୁଳନାରେ ଉଭୟ ଜମା ଓ ଉଠାଣରେ ସରକାରୀ ବ୍ୟାଙ୍କ ପଛରେ ରହିଥିବା ବେଳେ ବୁଡ଼ି ଯାଉଥିବା ଋଣ ମାମଲାରେ ସରକାରୀ ବ୍ୟାଙ୍କ ଆଗରେ ରହିଛି ।

ସରକାରଙ୍କ ପାଇଁ ବୋଝ ?

ବିଗତ ୩ ବର୍ଷ ମଧ୍ୟରେ ସରକାର ବ୍ୟାଙ୍କ ଗୁଡ଼ିକୁ ମଜଭୁତ୍ କରିବା ଲାଗି ଦେଢ଼ ଲକ୍ଷ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଏଥିସହ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରିକ୍ୟାପିଟାଲଜେସନ୍ ବଣ୍ଡ ଜରିଆରେ ଯୋଗାଇ ଦେଇଛନ୍ତି । ଏବେ ସରକାର ଦୀର୍ଘ ମିଆଦି ଯୋଜନାରେ କାର୍ଯ୍ୟ କରୁଛନ୍ତି । ବିଗତ କିଛିବର୍ଷରେ ବ୍ୟାଙ୍କ ସଂଖ୍ୟା ୨୮ରୁ କମ୍ କରି ୧୨ କରି ଦିଆଯାଇଛି । ଏହାକୁ ଆହୁରି ଆଗେଇ ନେବା ଲାଗି ସରକାର ଦେବାଳିଆ ବ୍ୟାଙ୍କକୁ ଅନ୍ୟ ବଡ଼ ବ୍ୟାଙ୍କ ସହ ମିଶ୍ରଣ କରୁଛନ୍ତି ଏବଂ ଅନ୍ୟ ବ୍ୟାଙ୍କକୁ ବିକ୍ରି ପାଇଁ ଯୋଜନା କରିଛନ୍ତି ।

 Why Modi Government Privatize National Banks

ଏପରି କରିବା ଦ୍ୱାରା ବାରମ୍ବାର ବ୍ୟାଙ୍କକୁ ଅନୁଦାନ ଦେବା ଚିନ୍ତାରୁ ସରକାର ମୁକ୍ତ ହୋଇଯିବେ । ତେବେ ଏମିତି ଚିନ୍ତାଧାରା ପ୍ରଥମ ଥର ପାଇଁ ସରକାର କରିନାହାଁନ୍ତି । ବିଗତ ୨୦ ବର୍ଷରେ ଏଭଳି ଆଲୋଚନା ହୋଇଥିବା ବେଳେ ତର୍କ ବିତର୍କରେ କାର୍ଯ୍ୟକାରୀତା ଅଟକ ଯାଇଥିଲା ।

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ୱାଇ. ଭେନୁଗୋପାଳ ରେଡ୍ଡୀ ବ୍ୟାଙ୍କ ଗୁଡ଼ିକର ରାଷ୍ଟ୍ରୀୟକରଣକୁ ରାଜନୀତିକ ନିଷ୍ପତ୍ତି ବୋଲି କହିଥିଲେ ।

ଘରୋଇ ବନାମ ସରକାରୀ ବ୍ୟାଙ୍କ

ଭାରତରେ ସରକାରୀ ବ୍ୟାଙ୍କ ତୁଳନାରେ ଘରୋଇ ବ୍ୟାଙ୍କ କାରବାର ଭଲ । କେବଳ କାରବାର କାହିଁକି ସବୁ ଦୃଷ୍ଟିରୁ ଘରୋଇ ବ୍ୟାଙ୍କ ଆଗରେ । ଏମିତି ବି ଘରୋଇ ବ୍ୟାଙ୍କ ସହ ସରକାରଙ୍କ ସମ୍ପର୍କ ନିବିଡ଼ । ବିଗତ କିଛି ବର୍ଷ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ, ୟେସ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଓ ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ଘୋଟାଲା ସାମ୍ନାକୁ ଆସିବା ପରେ ଘରୋଇ ବ୍ୟାଙ୍କରେ ଭଲ କାମ ହେଉଥିବା ମନେ ହେଉନି ।

ଆଉ ଏହା ମଧ୍ୟ ସତ ଯେତେବେଳେ କୌଣସି ବ୍ୟାଙ୍କ ଡୁବିଯିବା ଅବସ୍ଥାରେ ପହଞ୍ଚେ ତ ସରକାର ଆଗକୁ ଆସି ତାକୁ ବଞ୍ଚାନ୍ତି । ଆଉ ସେହି ବ୍ୟାଙ୍କର ଦାୟିତ୍ୱ କୌଣସି ନା କୌଣସି ସରକାରୀ ବ୍ୟାଙ୍କକୁ ଦିଆଯାଇଥାଏ । ଖାସ୍ ଏଇଥିପାଇଁ ସ୍ୱାଧୀନ ଭାରତରେ ଆଜି ଯାଏ କୌଣସି ସେଡ୍ୟୁଲ୍ଡ କର୍ମସିଆଲ୍ ବ୍ୟାଙ୍କ ଡୁବି ନାହିଁ ।