spot_img
Home Blog Page 5920

ସୁଶାନ୍ତ ଡ୍ରଗ୍ସ ମାମଲାରେ ଏନସିବିର ୫୨,୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ; ୩୩ ଜଣଙ୍କ ନାଁ ସାମିଲ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ଦିନ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଡ୍ରଗ୍ସ ଲିଙ୍କ ନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଏମିତିକି ଏନସିବିର ମୁଖ୍ୟ ସମୀର ଓ୍ୱାନଖେଡେ ଅଦାଲତରେ ଚାର୍ଜସିଟ୍ ଦାଖଲ ପାଇଁ ନିଜେ ପହଞ୍ଚିଥିଲେ ।

୫୨ ହଜାର ପୃଷ୍ଠାର ଚାର୍ଜସିଟ୍-

୫୨ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି । ଯେଉଁଥିରେ ପ୍ରାୟ ୧୨ ହଜାର ପୃଷ୍ଠାର ହାର୍ଡ କପି ଓ ୪୦ ହଜାର ପୃଷ୍ଠାର ସଫ୍ଟ କପି ରହିଛି। କୋର୍ଟରେ ୧୨ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ବାକି ଡିଜିଟାଲ ଫର୍ମାଟ ବା ସିଡିରେ ଚାର୍ଜସିଟ୍‌ ଦାଖଲ ହୋଇଛି ।

NCB Busted Another Module Of Drug Supply In Mumbai TV Actress Intercepted Red Handed Buying Drugs

ଚାର୍ଜସିଟରେ ଅଭିଯୁକ୍ତ ଭାବେ ରିୟାର ନାମ ସାମିଲ୍

ଏନସିବିର ଚାର୍ଜସିଟରେ ରିୟା ଚକ୍ରବର୍ତ୍ତୀ ସମେତ୍ ମୋଟ୍ ୩୩ ଜଣଙ୍କ ନାଁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏଥିରେ ରିୟା, ସୗେବିକ୍, ଦୀପେଶ ସାୱନ୍ତ, ସାମୁଏଲ୍ ମିରାଣ୍ଡା ଓ କ୍ଷିତିଜ ପ୍ରସାଦଙ୍କ ନାମ ରହିଛି । ଏହାବ୍ୟତୀତ ଅନେକ ଡ୍ରଗ୍ସ ପେଡଲର୍ ଓ ରିୟାଙ୍କ ସମ୍ପର୍କୀୟଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ଚାର୍ଜସିଟ୍ ରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି ।

Deepika Padukone Depression Jaya Saha Karisma Interrogation NCB

ଏନସିବିର ମୁମ୍ବାଇ ସୁଶାନ୍ତ ସିଂରାଜପୁତ ମୃତ୍ୟୁ ମାମଲାର ତଦନ୍ତ ବେଳେ ଡ୍ରଗ୍ସ ସହ ଜଡ଼ିତ କିଛି ମେସେଜ୍ ସାମ୍ନାକୁ ଆସିଥିଲା । NCB ଏହି ମାମଲାର ତଦନ୍ତ କରୁଥିଲା । ଚାର୍ଜସିଟ୍‌ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍, ଦୀପେଶ ସାଓ୍ବନ୍ତଙ୍କ ସମେତ ମୋଟ ୩୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଚାର୍ଜସିଟ୍‌ରେ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ୩୩ଜଣଙ୍କୁ ପୂର୍ବରୁ NCB ଗିରଫ କରିଥିଲା । କେତେଜଣଙ୍କଠାରୁ ଡ୍ରଗ୍ସ ଜବତ କରାଯିବା ସହ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଫରେନ୍‌ସିକ୍, ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ୍‌ ଦାଖଲ କରିଛି NCB ।

 

ମହିଳା ଦିବସ ଉପଲକ୍ଷେ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ନୂଆ ଗୀତ ଲୋକାର୍ପିତ

ଭୁବନେଶ୍ୱର: ଓଡିଶାରେ ଘରେଘରେ ପରିଚିତ ସୁନାମଧନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ । ମହିଳା ଦିବସ ଉପଲକ୍ଷେ ସେ ଦର୍ଶକଙ୍କୁ ପାଇଁ ଆଣିଛନ୍ତି ଏକ ମନଛୁଆଁ ତଥା ଭାବପୂର୍ଣ୍ଣ ଗୀତ । ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆ ଗୀତ “ଆଇଗିରି ନନ୍ଦିନୀ”କୁ ସେ ଲୋକାର୍ପିତ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଥିଲେ ସୁସ୍ମିତା ଦାଶ, ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ସଂଯୋଜକ ଦେବ ମେହେର । ନୂଆ ଗୀତ ରିଲିଜ ହେବା ଅବସରରେ ଗଣମାଧ୍ୟମ ଜରିଆରେ ସୁମିତ ଦୀକ୍ଷିତ ମହିଳା ସଶକ୍ତିକରଣ ତଥା ସମାଜରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ ।

ଓଡିଶା ମାଟି ସହ ପୁଙ୍ଖାନୁପୁଙ୍ଖ ଭାବେ ଜଡ଼ିତ କଣ୍ଠଶିଳ୍ପୀ ସୁସ୍ମୀତା ଦାଶ ପୂର୍ବରୁ ନିଜ ଗୀତ ଜରିଆରେ ପ୍ରତ୍ୟକ୍ଷ ଭାବେ ଅନେକ ପର୍ବପର୍ବାଣୀ ଓ କଳା ସଂସ୍କୃତିର ପ୍ରଚାର କରିଆସିଛନ୍ତି । ନିକଟରେ “ଶୀତ ଉପରେ ଶୀତ ଫେରିଲା” ଓ ଭ୍ୟାଲେଣ୍ଟାଇନ୍ ଡେ ଅବସରରେ “ତୁମେ ଥରୁଟେ ଛୁଇଁ ଦେଲାପରେ” ଭଳି ଗୀତ ମୁକ୍ତିଲାଭ କରିଥିଲା । ଦର୍ଶକଙ୍କ  ନିକଟରେ ଏହି ଦୁଇଟି ଗୀତ ଖୁବ ଲୋକପ୍ରିୟ ହେବା ସହ ଏହାକୁ ୧୦ ମିଲିୟନ୍‌ରୁ ଅଧିକ ଥର ସୋସିଆଲ୍ ମିଡିଆରେ ଦେଖାଯାଇଛି । ଆଗାମୀ ଦିନରେ କଣ୍ଠଶିଳ୍ପୀ ସୁସ୍ମୀତା ଦାଶ ଖୁବଶୀଘ୍ର ଆଦିବାସୀ ଲୋକଗୀତ ଉପରେ ଆଧାରିତ ଏକ ଗୀତ ରିଲିଜ୍ କରିବାର ଯୋଜନା ରହିଛି ।

ରାଜମିସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା

ବଲାଙ୍ଗୀର ଗେଟ୍‌ ସୋରବର ପଡ଼ାରେ ହତ୍ୟାକାଣ୍ଡ । ବଙ୍ଗାଳୀ ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା । ମୃତକ ହେଲେ କୋଲକାତାର ସେକ ବାନୀ । ସେକ୍‌ଙ୍କ ସହ ରହୁଥିବା ୫ ସହଯୋଗୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମଦ ପିଇବା ପରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା  । ଆଜି ସକାଳୁ ପାଲିସ ସେକ ବାନୀଙ୍କ ମୃତଦେହ ନାଳରୁ ଉଦ୍ଧାର କରିଛି । ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ  । ମୃତ ସେକ୍ ବାନୀ ୮ବର୍ଷ ହେୱା କୋଲକାତାରୁ ଆସି ବଲାଙ୍ଗୀରରେ ରହୁଥିଲେ । ତେବେ ବିଭିନ୍ନ ସମୟରେ ଟଙ୍କା ଭାଗବଣ୍ଟାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଦ୍ରୁତଗତିରେ ଗାଡ଼ି ଚଳାଇଲେ ଆଉ ନିସ୍ତାର ନାହିଁ: ସିସି ଟିଭି ନଜରରେ ରହିବ ପୂରା ଜାତୀୟ ରାଜପଥ

ମହାକାଶ ବିଜ୍ଞାନରେ ଉନ୍ନତି ସତ୍ତ୍ୱେ କ’ଣ ପାଇଁ ମିଳିନି ଅନ୍ୟଗ୍ରହରେ ଜୀବନର ଠିକଣା ?

ନୂଆଦିଲ୍ଲୀ:   ୨୦୨୦ରେ କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ ମହାକାଶ ବିଜ୍ଞାନ କ୍ଷେତ୍ରରେ ମିଳିଛି ବଡ ସଫଳତା । ୨୦୨୧ରେ ବିଶ୍ୱର ତିନୋଟି ଦେଶର ମଙ୍ଗଳ ଅଭିଯାନ ସଫଳତା ହୋଇଛି। ତିନି ଅଭିଯାନ ମଧ୍ୟରୁ ଗୋଟିଏର ରୋଭର ମଙ୍ଗଳ ପୃଷ୍ଠରେ ସୁରକ୍ଷିତ ଭାବରେ ଓହ୍ଲାଇଛି । ଏହା ପଛର ବାସ୍ତବ କାରଣ ହେଉଛି ଆମ ଜ୍ୟୋତିର୍ବିଜ୍ଞାନୀଙ୍କ ନିକଟରେ ରହିଛି ଉନ୍ନତମାନର ଟେଲିସ୍କୋପ୍ । ଏବେ ମହାକାଶର ଯଥେଷ୍ଟ ଖବର ଆମ ନିକଟରେ ରହିଛି । ଏଭଳି ସ୍ଥିତିରେ ପ୍ରଶ୍ନ କରିବା ସ୍ୱଭାବିକଯେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ଏତେ ଉନ୍ନତି ପରେ ମଧ୍ୟ ପରଗ୍ରହୀ ବା ଏଲିୟନ୍ସକୁ କାହିଁକି ଆମେ ଖୋଜିବାରେ ଅକ୍ଷମ?

ଆତଙ୍କବାଦ ପରେ ଯଦି କୌଣସି ବିଷୟକୁ ହଲିଉଡ୍ ଅଧିକ ଭଲ ପାଏ କିମ୍ବା କାହାରିକି ଭିଲେନ୍ କରି ଦେଖାଇବାକୁ ଚାହେଁ ତେବେ ସେମାନେ ହେଉଛନ୍ତି ଏଲିଅନ୍ସ ବା ପରଗ୍ରହୀ । ମଙ୍ଗଳ ଅନେକ ଶହ ବର୍ଷ ଧରି ବୈଜ୍ଞାନିକ ଓ କଳ୍ପ ବୈଜ୍ଞାନିକ ଲେଖକଙ୍କୁ ନିଜ ଆଡକୁ ଟାଣିଛି । ୧୮୯୦ ପାଖାପାଖି ଜୁଏଲସ ଭର୍ଣ୍ଣ ଲେଖିଥିଲେ ୱାର୍ ଅଫ୍ ୱାର୍ଲ୍ଡସ । ଯେଉଁଥିରେ ମଙ୍ଗଳ ଗ୍ରହରୁ ଆସିଥିବା ପରଗ୍ରହୀ ପୃଥିବୀ ଉପରେ ଆକ୍ରମଣ କରନ୍ତି । ୱାର ଅଫ୍ ୱାର୍ଲ୍ଡସକୁ ନେଇ ହଲିଉଡ୍ ଅନେକ ଫିଲ୍ମ ତିଆରି କରିଛି । ଶେଷ ଫିଲ୍ମ ଆସିବାର ୧୦ ବର୍ଷ ହୋଇଗଲାଣି । କିନ୍ତୁ ଏହି ୧୦୦ ବର୍ଷ ଭିତରେ ପରଗ୍ରହୀ ପୃଥିବୀକୁ ଆସିନାହାନ୍ତି କି ଆମେ ସୌରମଣ୍ଡଳ ବାହାରେ କୌଣସି ବୁଦ୍ଧିମାନ ଜୀବନ ବା ଇଣ୍ଟେଲିଜେଣ୍ଟ୍ ଲାଇଫକୁ ଖୋଜି ପାଇନାହୁଁ । ଏହି ପ୍ରଶ୍ନ ସବୁବେଳେ ମନକୁ ଆସେ ଯେ, ଆମେ କାହିଁକି ଏଲିଏନ୍ସଙ୍କୁ ପାଇନାହୁଁ । କିମ୍ବା ଏଲିଅନ୍ସ ଆମକୁ କାହିଁକି ଖୋଜି ପାଇ ନାହାନ୍ତି । ଏସବୁ ପ୍ରଶ୍ନ ଉଠିଲେ କିଛି ପଚାରନ୍ତି ସତରେ କ’ଣ ଆମ ସୌର ମଣ୍ଡଳ ବାହାରେ ଜୀବନ ଅଛି ?

ପ୍ରାୟ ଏକ ଦଶନ୍ଧି ମଧ୍ୟରେ ଅନେକ ବୈଜ୍ଞାନିକ ପରଗ୍ରହୀର ଅସ୍ଥିତ୍ୱକୁ ନେଇ ଯୁକ୍ତି ବାଢି ସାରିଛନ୍ତି । ୨୦୧୭ରେ ସୌରମଣ୍ଡଳ ବାହାରର ପ୍ରଥମ ବସ୍ତୁ ନଜର ଆସିଥିଲା । ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ୮୫ ଗୁଣା ଦୂରରେ ଥିବା ଏହି ପିଣ୍ଡର ନାମ ଓମୁଆମୁଆ । ଏହି ପିଣ୍ଡର ଆକୃତି ଏବଂ ଅବସ୍ଥିତି କିଛି ଅସାମାନ୍ୟ ଥିଲା । ହାର୍ବଡ଼ର ପ୍ରଫେସର ଏବି ଲିଏବ ଦାବି କରିଛନ୍ତିଯେ, ଏହି ପିଣ୍ଡର ଆକୃତି ଏହିଭଳିଯେ ଏହାକୁ ଦେଖିଲେ ଲାଗିବ ଏହା କୌଣସି ପ୍ରାକୃତିକ ପିଣ୍ଡ ନୁହେଁ ବରଂ ପରଗ୍ରହୀ ଦ୍ୱାରା ତିଆରି ହୋଇଥିବା କୌଣସି ଆକୃତି । ଏହାକୁ ଖୁବ୍ ପ୍ରଚାର ତ ମିଳିଲା, କିନ୍ତୁ ପ୍ରମାଣ ଅଭାବକୁ ଆଧାର କରି ବୈଜ୍ଞାନିକ ମାନ୍ୟତା ମିଳିଲା ନାହିଁ ।

 

ନିଃସନ୍ଦେହ ଆମେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମେ ଖୁବ୍ ଉନ୍ନତ ହୋଇ ସାରିଛୁ । କିନ୍ତୁ ସତ ହେଉଛି ମହାକାଶ ଆମ କଳ୍ପନା ବାହାରେ । କୌଣସି ଏକ ଗ୍ରହରେ ପହଞ୍ଚିବା ପାଇଁ ଅଭିଯାନ ଆରମ୍ଭ କରିବା ଏବଂ ସେଠାରେ ପହଞ୍ଚିବା ପାଇଁ ଖୁବ୍ ସମୟ ଲାଗିଥାଏ । କେବଳ ମଙ୍ଗଳକୁ ଯିବାପାଇଁ ନାସାର ପର୍ସିବିୟରେନ୍ସ ରୋଭରକୁ ଛଅମାସରୁ ଅଧିକ ସମୟ ଲାଗିଥିଲା । ତାହା ମଧ୍ୟ ଏଭଳି ସୁଯୋଗ ୨୬ ମାସରେ ଗୋଟିଏ ଥର ଆସିଥାଏ । ଅନ୍ୟପଟେ ନାସାର ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ପ୍ରାୟ ୧୦ ବର୍ଷ ସମୟ ଲାଗିଗଲା । ଅବଶ୍ୟ କୌଣସି ଗ୍ରହକୁ ନେଇ ଗବେଷଣା କରିବା ମଧ୍ୟରେ କୌଣସି ସୂକ୍ଷ୍ମ ଜୀବନ ଏବଂ ତାହାର ସଙ୍କେତକୁ ଅଧିକ ପ୍ରାଥମିକତା ଦିଆଯାଏ । ଯାହା ଏକ କଷ୍ଟସାଧ୍ୟ କାର୍ଯ୍ୟ ।

ଆମ ଟେଲିସ୍କୋପ୍ କ୍ଷମତାଠାରୁ ଅଧିକ ଫଳାଫଳ ଦେଇସାରିଛି । ଏତିକିରେ ଗବେଷଣା ଶେଷ ହୋଇନାହିଁ । ଅନେକ ଗବେଷଣା ରହିଛି, ଯେଉଁଥିପାଇଁ ଉନ୍ନତ ଟେଲିସ୍କୋପର ଆବଶ୍ୟକତା ରହିଛି । କିନ୍ତୁ ଏବେ ଜ୍ୟୋତିର୍ବିଜ୍ଞାନୀ ନାସାର ଜେମ୍ସ ସ୍ପେସ୍ ଟେଲିସ୍କୋପକୁ ନେଇ ଅଧିକ ଆଶାବାଦୀ ଅଛନ୍ତି । ଏହା ବ୍ୟତୀତ ନାସାର ପର୍ସିବିୟରେନ୍ସ ରୋବର ମଙ୍ଗଳରୁ ମାଟିର ନମୁନା ଏକାଠି କରିବ ଯାହାକୁ ପୃଥିବୀକୁ ଅଣାଯିବ ।
ମଙ୍ଗଳରେ ଅନେକ ରୋଭର,ଅର୍ବିଟର ଏବଂ ପ୍ରୋବ୍ ପହଞ୍ଚିବା ପରେ ମଧ୍ୟ ବୈଜ୍ଞାନିକଙ୍କୁ ମଙ୍ଗଳ ଗ୍ରହରେ ଜୀବନର ସୂକ୍ଷ୍ମ ରୂପର କୌଣସି ସଙ୍କେତ ମିଳିନାହିଁ ।

ନାସା ଏବେ ମଙ୍ଗଳକୁ ମାନବ ଅଭିଯାନ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରି ସାରିଛି । ଏଥିରେ ସବୁଠାରୁ ବଡ଼ ସମସ୍ୟା ମଙ୍ଗଳକୁ ହେବାକୁ ଥିବା ଯାତ୍ରା ପାଇଁ ଆବଶ୍ୟକ ହେଉଥିବା ଇନ୍ଧନ ଏବଂ ଭୋଜନ । ଏହା ସହିତ ଏକ ଭାରି ମାତ୍ରା ନେବାକୁ ଥିବା ରକେଟର ମଧ୍ୟ ଆବଶ୍ୟକତା ରହିଛି ।
କିନ୍ତୁ ଏପର୍ଯ୍ୟନ୍ତ ଆମେ ପରଗ୍ରହୀ ବା ଏଲିୟନ୍ସକୁ ଖୋଜିବାରେ ସକ୍ଷମ ହୋଇପାରିନାହୁଁ । ତଥାପି ଖୁବଶୀଘ୍ର ଏହି ଉଦ୍ୟମରେ କିଛି ଫଳାଫଳ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

‘ଗରିବଙ୍କ ମୁହଁର ହସ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର’

ଭୁବନେଶ୍ୱର: ଓଡ଼ିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁ ବାବୁଙ୍କ ଜୀବନର ଲକ୍ଷ୍ୟ । ସେବା ଓ ସ୍ୱାଭିମାନ ଥିଲା ତାଙ୍କ ଆଦର୍ଶ । ଏହି ଆଦର୍ଶରେ ବିଜୁ ଜନତା ଦଳର ଲକ୍ଷ ଲକ୍ଷ ଭାଇ ଭଉଣୀ କାମ କରିଚାଲିଛନ୍ତି । ସେମାନଙ୍କ ପରିଶ୍ରମ ଯୋଗୁଁ ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ପ୍ରିୟ ଦଳ ହୋଇପାରିଛି ଏବଂ ହୋଇରହିଥିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତି ଅବସରରେ ସେ ଆହୁରି କହିଛନ୍ତି ଯେ,  ଆଜି ଯେତେବେଳେ ଗାଁର କଚ୍ଚା ଘରେ ରହୁଥିବା ଲୋକଙ୍କ ଘର ପକ୍କା ହେଉଛି, ତାଙ୍କ ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୋକରେ ତାଙ୍କ ଘର ଉଜ୍ଜଳ ଦିଶୁଛି । ସେତେବଳେ ତା’ ମୁହଁରେ ହସ ଆସୁଛି । ତାହା ହେଉଛି ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର । ଆଜି ଯେତେବେଳେ ମା’ଟି ପଞ୍ଚାୟତ ଅଫିସରେ ବସି ଗାଁ ବିକାଶ କଥା ଚିନ୍ତା କରୁଛି, ମିଶନଶକ୍ତିର ମା’ଟି ଋଣ ଆଣି ପରିଶ୍ରମ କରି ପରିବାର ପାଇଁ ସମୃଦ୍ଧି ଆଣୁଛି, ସେତେବେଳେ ବିକାଶର ଚିତ୍ର ଉଜ୍ଜଳ ଦିଶୁଛି । ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ପାଇଁ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ପାଇଁ ସୁଯୋଗ ସୃଷ୍ଟି ହେଉଛି, ସେତେବେଳେ ଯୁବ ସମାଜର ସ୍ୱପ୍ନ ଯୁବ ସମାଜ ସ୍ୱପ୍ନ ସାକାର ହେଉଛି । ତଥାପି ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ବିଜୁ ବାବୁଙ୍କ ଜୟନ୍ତି ଓଡ଼ିଶାବାସୀଙ୍କ ସେବା କରିବା ନେଇ ଶପଥ ନେବାକୁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏବଂ ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବା ବୋଲି ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ବିଜୁ ବାବୁଙ୍କ ସ୍ୱପ୍ନ ଆମମାନଙ୍କୁ ଶୋଇବାକୁ ଦେଉନି’

 

‘ବିଜୁ ବାବୁଙ୍କ ସ୍ୱପ୍ନ ଆମମାନଙ୍କୁ ଶୋଇବାକୁ ଦେଉନି’

ଭୁବନେଶ୍ୱର: ବିଜୁ ବାବୁଙ୍କ ଇଚ୍ଛା ଥିଲା ଏ ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟ କରିବାକୁ  । କେବଳ ଭାରତ ନୁହେଁ ସମଗ୍ର ଏସିଆ ମହାଦେଶରେ ଅଗ୍ରଣୀ କରିବାର ତାଙ୍କ ଇଚ୍ଛା ଥିଲା । ଏ ଜାତିକୁ ଆଗକୁ ନେବା ପାଇଁ ସେ ନିଜ ଯୌବନ ଓ ତାଙ୍କ ଜୀବନର ସମସ୍ତ ଜମା ପୁଞ୍ଜିକୁ ଖଟାଇଥିଲେ । ଏବଂ ଏଥିରେ ସେ ଅନେକ ମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି । ତାଙ୍କ ଅବର୍ତ୍ତମାନରେ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିକାଶ କାର୍ଯ୍ୟର ମଙ୍ଗ ଧରିଛନ୍ତି । ଏ ଜାତିକୁ ଆଗକୁ ନେବାର ଯେଉଁ ସ୍ୱପ୍ନ ବିଜୁ ବାବୁ ଦେଖିଥିଲେ ତାହା ଆମ ନେତାଙ୍କୁ ଶୋଇବାକୁ ଦେଉନାହିଁ ବୋଲି କହିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ।

          ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତି ଅବସରରେ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଯୋଗ ଦେଇ ସେ ଆହୁରି କହିଛନ୍ତି ଯେ, ଆମ ମୁଖ୍ୟମନ୍ତ୍ରୀ ଯାହା ଆମ ପାଇଁ କରୁଛନ୍ତି, ଆମେ ୨୪ ଘଣ୍ଟା କାମ କଲେ ମଧ୍ୟ ସମାନ ହେବନି । ଏହି ବିଜୁ ଜନତା ଦଳ ଏକ ପ୍ଳାଟଫର୍ମ, ଯାହା ଆମ ସମସ୍ତଙ୍କୁ ପରିଚୟ ଦେଇଛନ୍ତି । ଏହି ପ୍ଳାଟଫର୍ମ ମାଧ୍ୟମରେ ଆମେ ଆମର ଦାବି ଉପସ୍ଥାପନ କରିପାରୁଛେ । ଆଞ୍ଚଳିକ ଦଳ ଗଠିତ ହୋଇଥିଲା ବୋଲି ରାଜ୍ୟର ସ୍ୱାର୍ଥ ରକ୍ଷା ହୋଇପାରୁଛି । ବିଜୁ ଓ ନବୀନ ଆଦର୍ଶରେ ଗଠିତ ହୋଇଛି ଏହି ‘ପ୍ଳାଟଫର୍ମ’କୁ ପର ପିଢ଼ି ପାଇଁ ଆହୁରି ଅଧିକ ସୁସଂଗଠିତ କରିବା ଆମ ପାଇଁ ଗୁରୁ ଦାୟିତ୍ୱ। ଏଥିଲାଗି ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଋଣି ରହିବା  ଦରକାର । ସମସ୍ତେ ନବୀନ ଆଦର୍ଶରେ କାମ କରୁଛନ୍ତି। ମିଶନ ଶକ୍ତି କେସ ଷ୍ଟଡି ସାରା ବିଶ୍ୱ ପାଇଁ । ଏଭଳି କାମ ଏହି ଜାତି ପାଇଁ ଆମକୁ କରିବାର ଅଛି ବୋଲି ସେ କହିଛନ୍ତି । ଆଞ୍ଚଳିକ ଦଳ ଗଠିତ ହୋଇଥିବାରୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ହୋଇପାରୁଛି ।

ଏଥିସହିତ ପଢ଼ନ୍ତୁ: ବିଜୁ ବାବୁଙ୍କ ଦୁଃସାହାସିକ କାର୍ଯ୍ୟକୁ ମନେପକାଇ କଟକରୁ ଆରମ୍ଭ ହେଲା ସାଇକେଲ ଶୋଭାଯାତ୍ରା

ବଢ଼ିଲା ରେଲଓ୍ୱେ ପ୍ଳାଟଫର୍ମ ଟିକେଟ୍ ଦର

ଭୁବନେଶ୍ୱର: ବଢ଼ିଲା ରେଲଓ୍ବେ ପ୍ଲାଟ୍‌ଫର୍ମ ଟିକେଟ ଦର । ପ୍ଲାଟଫର୍ମ ଟିକେଟ ଦର ୩ ଗୁଣା ବଢ଼ାଯାଇଛି । ଆଗରୁ ପ୍ଲାଟଫର୍ମ ଟିକେଟ ପାଇଁ ୧୦ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏଥିପାଇଁ ୩୦ଟଙ୍କା ଦେବାକୁ ପଡ଼ିବ । କରୋନା ପାଇଁ ପ୍ରାୟ ବର୍ଷେ ହେବ ପ୍ଲାଟଫର୍ମ ଟିକେଟ ସେବା ବନ୍ଦ ରଖାଯାଇଥିଲା । ପ୍ଲାଟଫର୍ମରେ ଅଯଥା ଭିଡ଼ କମାଇବା ପାଇଁ ଏପରି କରାଯାଇଥିଲା । ହେଲେ ଗତକାଲି ମଧ୍ୟରାତ୍ରିରୁ ପୁଣି ଏହି ସେବା ଆରମ୍ଭ ହୋଇଛି । ଟିକେଟ ଦାମ ୩ ଗୁଣା ବଢ଼ାଇବା ସହ ଦିଲ୍ଲୀ ଷ୍ଟେସନ ସମେତ ବିଭିନ୍ନ  ରାଜ୍ୟରେ ପ୍ଲାଟଫର୍ମକୁ ଯିବାକୁ ବାହାର ଲୋକଙ୍କୁ ଅନୁମତି ଦିଆଯାଇଛି । ଦିଲ୍ଲୀରେ ପ୍ଲାଟଫର୍ମ ଟିକେଟ ଦର ୩ ଗୁଣା ବଢ଼ାଯାଇଥିବା ବେଳେ ମୁମ୍ବାଇରେ ୫ଗୁଣା ବଢ଼ିଛି ପ୍ଲାଟଫର୍ମ ଟିକେଟ୍‌ର ଦାମ । ସେଣ୍ଟ୍ରାଲ ରେଲଓ୍ବେ ପକ୍ଷରୁ ମୁମ୍ବାଇ ମେଟ୍ରୋ ପଲିଟାନ ରିଜନ ଅଧୀନରେ ଥିବା କିଛି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ଦର ବଢ଼ାଇ ଦିଆଯାଇଛି । ଛତ୍ରପତି ଶିବାଜୀ ଷ୍ଟେସନ ସମେତ, ଦାଦର ଓ ଲୋକମାନ୍ୟ ତିଲକରେ ପୂର୍ବରୁ ୧୦ଟଙ୍କାରେ ପ୍ଲାଟଫର୍ମ ଟିକେଟ ମିଳୁଥିବା ବେଳେ ଏବେ ଏହାକୁ ୫୦ଟଙ୍କା କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ୮.୫ ପ୍ରତିଶତ

ବାଲୁକା କଳା ମାଧ୍ୟମରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବାଲୁକା କଳା ଜରିଆରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ବାଲୁକା କଳା  । ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ନିର୍ମିତ ବାଲୁକା କଳାଟି ସୁନ୍ଦର ହୋଇଥିବା ବେଳେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀ ଅବସରରେ ନିର୍ମିତ ହୋଇଛି । ବାଲୁକା କଳା ମାଧ୍ୟମରେ ସୁଦର୍ଶନ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ବେଳେ  କଳାକୃତିଟି ବେଳାଭୂମିରେ ସାଧାରଣ ଲୋକଙ୍କୁ ବେଶ୍ ଆକର୍ଷିତ କରିଥିବା ଲକ୍ଷ କରାଯାଇଛି।

ଅପରପକ୍ଷରେ ପ୍ରବାଦ ପୁରୁଷଙ୍କ ଜୟନ୍ତୀ ଅବସରରେ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ସାଇକେଲ ରାଲି ଅନୁଷ୍ଠିତ ହୋଇଛି । ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ ଗଡ଼ିଛି ଶହ ଶହ ସାଇକେଲ । ଏଥିରେ ବହୁ ସଂଖ୍ୟାରେ ଯୁବକ ଯୁବତୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।  ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳୀୟ ରାଜନେତା ଓ ବହୁ ବୁଦ୍ଧିଜୀବୀ ବି ରାଲିରେ ସାମିଲ ହୋଇଛନ୍ତି । ଆନନ୍ଦଭବନରୁ ରାଲି ବାହାରି ଯୋବ୍ରା-ଶିଖରପୁର-ପ୍ରେସ ଛକ-ଗୋପାଳପୁର-ନଖରା-ପଳାଶୁଣୀ-ରସୁଲଗଡ଼-ବାଣୀବିହାର-ରାମମନ୍ଦିର-ହାଉସିଂ ବୋର୍ଡ ଛକ- ପିଏମଜି-ଏଜି ଛକ ଦେଇ ବିମାନବନ୍ଦର ପହଞ୍ଚିଛି । ୧୯୩୨ ମସିହାରେ କଟକରୁ ପେଶାଓ୍ବାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ । ସେହି ମୁହୂର୍ତ୍ତକୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ବିଜୁ ଜନତା ଦଳ ଆୟୋଜନ କରିଛି ସାଇକେଲ ଶୋଭାଯାତ୍ରା । ସେପଟେ ଆଜିଠୁ ଅପ୍ରେଲ ୧୭ ତାରିଖ ଯାଏ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ସାରା ରାଜ୍ୟରେ ରକ୍ତଦାନ ଶିବିରର ଆୟୋଜନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ ।

ଦ୍ରୁତଗତିରେ ଗାଡ଼ି ଚଳାଇଲେ ଆଉ ନିସ୍ତାର ନାହିଁ: ସିସି ଟିଭି ନଜରରେ ରହିବ ପୂରା ଜାତୀୟ ରାଜପଥ

ଭୁବନେଶ୍ୱର: ଏଣିକି ଜାତୀୟ ରାଜପଥରେ ଦ୍ରୁତ ଗତିରେ ଚଳାଇପାରିବେନି ଗାଡ଼ି । ବେପାରୁଆ ଭାବେ ଗାଡ଼ି ଚଳାଇଲେ ଗଣିବେ ତଣ୍ଡ  । କାରଣ ଜାତୀୟ ରାଜପଥରେ ଗାଡ଼ିର ସ୍ପିଡ୍‌ ଜଗିବ ସିସିଟିଭି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ପାଣିକୋଇଲିରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲାଗିବ ସିସିଟିଭି କ୍ୟାମେରା।

ଜାତୀୟ ରାଜପଥରେ ଆପଣ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି କି  ? ତେବେ ହୋଇଯାନ୍ତୁ ସାବଧାନ  । ଆବଶ୍ୟକ ଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇଲେ ଦେବାକୁ ପଡ଼ିବ ଜରିମାନା । କାରଣ ସିସିଟିଭି ନଜରରେ ରହିବ ପୂରା ଜାତୀୟ ରାଜପଥ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟସରକାର । ପ୍ରଥମ ପର୍ଯ୍ୟାୟରେ ପାଣିକୋଇଲିରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲାଗିବ ସିସିଟିଭି କ୍ୟାମେରା । ଏଥିପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କେବଳ ସେତିକି ନୁହେଁ କଟକ ଓ ଭୁବନେଶ୍ବରରେ ସିସିଟିଭି ଲଗାଇବା ପ୍ରକ୍ରିୟା ଜାରି ରହିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଏହାସହ ମାର୍ଚ୍ଚ ମାସରେ ଡବଲ ହେଲମେଟ, ରଙ୍ଗ ରୁଟରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ପାଇଁ କଡ଼ାକଡ଼ି ଚେକିଂ କରାଯିବ ।

୨୦୨୦ରେ ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି । ବର୍ଷକୁ ୮୭୨ ଜଣ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି  । ସୁନ୍ଦରଗଡ଼, କେନ୍ଦୁଝର, ଗଞ୍ଜାମ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ ଆଜି ଜିଲ୍ଲାମାନଙ୍କରେ ମୃତ୍ୟୁହାର ବଢିବାରେ ଲାଗିଛି  । ସଡ଼କ ଦୁର୍ଘଟଣା ରୋକିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେକିଂ କଡ଼ାକଡ଼ି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର  । କୋଭିଡ ସମୟରେ ଦୁର୍ଘଟଣା କମିବା ପରିବର୍ତ୍ତେ ବଢିଛି  । ଏଣୁ ଦୁର୍ଘଟଣା ରୋକିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପରିବହନ ବିଭାଗ  ।

ଏଥିସହିତ ପଢ଼ନ୍ତୁ: ବିଜୁ ବାବୁଙ୍କ ଦୁଃସାହାସିକ କାର୍ଯ୍ୟକୁ ମନେପକାଇ କଟକରୁ ଆରମ୍ଭ ହେଲା ସାଇକେଲ ଶୋଭାଯାତ୍ରା

ବିଜୁ ବାବୁଙ୍କ ଦୁଃସାହାସିକ କାର୍ଯ୍ୟକୁ ମନେପକାଇ କଟକରୁ ଆରମ୍ଭ ହେଲା ସାଇକେଲ ଶୋଭାଯାତ୍ରା

କଟକ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ । ଏହି ଅବସରରେ ବିଜୁ ଛାତ୍ରଜନତା ଦଳ ଆୟୋଜନ କରିଛି ସାଇକେଲ ରାଲି । ଜନ୍ମସ୍ଥାନ ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ଗଡ଼ିଲା ଶହ ଶହ ସାଇକେଲ । ହଜାର ହଜାର ଯୁବକ ଯୁବତୀ, ଛାତ୍ରଛାତ୍ରୀ ରାଲିରେ ସାମିଲ ।  ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳୀୟ ରାଜନେତା ଓ ବହୁ ବୁଦ୍ଧିଜୀବୀ ବି ରାଲିରେ ସାମିଲ ହୋଇଛନ୍ତି । ଆନନ୍ଦଭବନରୁ ରାଲି ବାହାରି ଯୋବ୍ରା-ଶିଖରପୁର-ପ୍ରେସ ଛକ-ଗୋପାଳପୁର-ନଖରା-ପଳାଶୁଣୀ-ରସୁଲଗଡ଼-ବାଣୀବିହାର-ରାମମନ୍ଦିର-ହାଉସିଂ ବୋର୍ଡ ଛକ- ପିଏମଜି-ଏଜି ଛକ ଦେଇ ବିମାନବନ୍ଦର ଯିବ । ୧୯୩୨ ମସିହାରେ କଟକରୁ ପେଶାଓ୍ବାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରା କରିଥିଲେ ବିଜୁ ପଟ୍ଟନାୟକ । ସେହି ମୁହୂର୍ତ୍ତକୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ବିଜୁ ଜନତା ଦଳ ଆୟୋଜନ କରିଛି ସାଇକେଲ ଶୋଭାଯାତ୍ରା । ସେପଟେ ଆଜିଠୁ ଅପ୍ରେଲ ୧୭ ତାରିଖ ଯାଏ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ସାରା ରାଜ୍ୟରେ ରକ୍ତଦାନ ଶିବିରର ଆୟୋଜନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ ।

ଅପରପକ୍ଷରେ ନୂତନ ଓଡ଼ିଶାର ବିଶ୍ବକର୍ମା ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳ କରୁଛନ୍ତି ରାଜ୍ୟ ସରକାର । ଏ ଅବସରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ୨୦୧୨ରୁ ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳିନ କରିଆସୁଛନ୍ତି ।