spot_img
Home Blog Page 5975

ଚିନ୍ତା ବଢ଼ାଉଛି ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍

0

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଛି । ଟିକାକରଣରେ ଭାରତ ସବୁଠୁ ଆଗରେ ରହିଥିବା ବେଳେ କରୋନାର ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଚିନ୍ତା ବଢ଼ାଇଛି। ସୂଚନା ମୁତାବକ ଏବେ ପର୍ଯ୍ୟନ୍ତ ଭାରତରେ ୪ ଜଣ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ୍ର ସଂକ୍ରମିତ ହୋଇଥିବାବେଳେ ଜଣେ ବ୍ରାଜିଲ୍ ଷ୍ଟ୍ରେନ୍ ପଜିଟିଭ୍ ଚିହନଟ ହୋଇଛନ୍ତି। ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଆଶଙ୍କାରେ ଦେଶର ବିଭିନ୍ନ ରାଜ୍ୟରେ କଟକଣା କଡ଼ାକଡ଼ି କରିଦିଆଯାଇଛି।

କର୍ଣ୍ଣାଟକା ଓ କେରଳରେ କରୋନା କଟକଣା ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଦେଶ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସରକାର କରୋନା ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି । ବେଙ୍ଗାଲୁରୁ ବିମାନ ବନ୍ଦରରେ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ କରୋନା RT-PCR ଟେଷ୍ଟ କରାଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯାତ୍ରୀମାନେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଦେଇ ଯାତ୍ରା କରିଥିବେ, ସେମାନଙ୍କ ପାଇଁ ଏହି ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

କେବଳ ଏତିକିନୁହେଁ ଯଦି କେହି ବ୍ୟକ୍ତି ପୂର୍ବରୁ ଟେଷ୍ଟ କରିଥାନ୍ତି ଏବଂ ନେଗେଟିଭ ଆସିଥାନ୍ତି, ତେବେ ବି ତାଙ୍କୁ ବିମାନବନ୍ଦରରେ ଟେଷ୍ଟ କରିବାକୁ ପଡ଼ିବ। କାରଣ ନେଗେଟିଭ୍ ରିପୋର୍ଟ ଦେଖାଇଲେ ବି ଏୟାରପୋର୍ଟରେ କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୋଟିସ ଜାରି କରିଛି।

 

ବୈଜ୍ଞାନିକଙ୍କ ନୂଆ ଫର୍ମୁଲା ଦେବ କରୋନା ଭଳି ମହାମାରୀର ଚେତାବନୀ

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଛି । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ପରବର୍ତ୍ତୀ କରୋନା ଭାଇରସ୍ ବିଷୟରେ ମଧ୍ୟ ଏକ ଚେତାବନୀ ଦିଆଯାଇଛି। ପୁଣିଥରେ କରୋନା ମହାମାରୀ ହେବାର ଆଶଙ୍କା ବି କରାଯାଉଛି। ବର୍ତ୍ତମାନ ବୈଜ୍ଞାନିକମାନେ ଏପରି ଏକ ଉପାୟ ଖୋଜି ବାହାରକରିଛନ୍ତି ଯାହା ଦ୍ୱାରା କରୋନା ଭାଇରସର ପରବର୍ତ୍ତୀ ଆକ୍ରମଣ କେଉଁଠାରେ ଏବଂ କେବେ ହେବ ତାହା ଜାଣିହେବ। ବୈଜ୍ଞାନିକମାନେ ଏଥିପାଇଁ ମୌଳିକ ଜୀବବିଜ୍ଞାନ ଏବଂ ମେସିନ୍ ଲର୍ନିଂ ବ୍ୟବହାର କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରୁ କରୋନା ଜୀବାଣୁ ସଂକ୍ରମଣ କେବେ ଘଟିବ ଓ କେଉଁଠାରୁ ଏହାର ଉତ୍ପନ୍ନ ହୋଇପାରେ ତାହା ଜାଣିହେବ।

ବ୍ରିଟେନର ଲିଭରପୁଲ୍ ବିଶ୍ୱବିଦ୍ୟାଳୟର ଭାଇରୋଲୋଜିଷ୍ଟ୍ ଡକ୍ଟର ମାର୍କସ୍ ବ୍ଲାଗ୍ରୋଭ୍ ଓ ତାଙ୍କ ଟିମ୍ ବିଶ୍ୱର ବିଭିନ୍ନ ସ୍ଥାନରୁ ସଂଗୃହିତ ଜୈବିକ ପ୍ରମାଣ ସାହାଯ୍ୟରେ କମ୍ପ୍ୟୁଟର ଆଲଗୋରିଦମ ସୃଷ୍ଟି କରାଛନ୍ତି। ଏହା ମାଧ୍ୟମରେ, ପରବର୍ତ୍ତୀ କରୋନାଭାଇରସ୍ ଆକ୍ରମଣ କେଉଁଠାରେ ଏବଂ କେବେ ଘଟିବ ତାହା ଜଣା ପଡ଼ିବ। ଏହାବ୍ୟତୀତ ଏହି ଟେକ୍ନୋଲୋଜି ଦ୍ୱାରା ଏହା ମଧ୍ୟ ଜଣା ପଡିବ ଯେ କେଉଁ ଜୀବରୁ ପରବର୍ତ୍ତୀ କରୋନାଭାଇରସ୍ ଜନ୍ମ ନେବ ବା ତାଙ୍କ ଭିତରେ ବିକଶିତ ହେବ। ଏହି ଡାକ୍ତରୀ ଟିମ୍ କମ୍ପ୍ୟୁଟର ଆଲଗୋରିଦିମରୁ ସ୍ତନ୍ୟପାୟୀ ପ୍ରାଣୀଙ୍କୁ କରୋନା ସଂକ୍ରମଣ କିଭଳି ହେଉଛି ସେ ସମ୍ବନ୍ଧରେ ଅନୁସନ୍ଧାନ କରିଛନ୍ତି। ତେବେ ଏଥିରୁ ଜଣାପଡ଼ିଛି ଯେ ସାରା ବିଶ୍ୱରେ ୪୧୧ କରୋନା ଷ୍ଟେନ୍ସ ରହିଛି। ଯାହାଙ୍କ ସମ୍ପର୍କ ୮୭୬ ସ୍ତନ୍ୟପାୟୀ ପ୍ରାଣୀଙ୍କ ସହ ରହିଛି କିମ୍ବା ଭବିଷ୍ୟତରେ ରହିପାରେ। ଏଭଳି ବହୁତ ପ୍ରାଣୀ ଅଛନ୍ତି ଯେଉଁମାନଙ୍କ ଶରୀରେ ଏକାଧିକ ଭାଇରସ୍ ରହିଛି ।

ଏହି ଡାକ୍ତରୀ ଟିମର ସଦସ୍ୟ ଡକ୍ଟର ମାୟା ଏବଂ ଡକ୍ଟର ମାର୍କସ କହିଛନ୍ତି ଯେ ଆମର AI (Artificial Intelligence) ସହିତ ଆମେ କରୋନାଭାଇରସର ପରବର୍ତ୍ତୀ ଆକ୍ରମଣର ପୂର୍ବାନୁମାନ କରିପାରିବା। କୌଣସି ବି ପ୍ରଜାତି ଭବିଷ୍ୟତରେ ମଣିଷର ଶତ୍ରୁ ହୋଇପାରେ ବୋଲି ଆମେ   ଆଶଙ୍କା କରୁନାହୁଁ। କିନ୍ତୁ ଏହି ପ୍ରଜାତିଗୁଡ଼ିକଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ । ଆଗାମୀ ଦିନରେ ଏହି ପ୍ରଜାତିଗୁଡ଼ିକ କରୋନା ବିସ୍ତାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି।

ସେ ଆହୁରି କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଆମେ ଏହା ଜାଣିପାରିବୁ ଯେ କେଉଁଠି ନୂଆ କରୋନା ଭାଇରସ ବିକଶିତ ହେଉଛି। ଯାହାଫଳରେ ଆମେ ତାଙ୍କଠୁ ମଣିଷଙ୍କୁ ସଂକ୍ରମିତହେବା ପୂର୍ବରୁ ଧରିନେବୁ । ଏବଂ  ସଂକ୍ରମଣକୁ ରୋକିବାକୁ କ’ଣ କରାଯାଇପାରିବ ତାହା ମଧ୍ୟ ସାରା ଦୁନିଆକୁ ଅବଗତ କରାଇପାରିବୁ।’

 

 

କେନ୍ଦ୍ର ଚାହିଁଲେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୩ ଟଙ୍କା କମିବ, କେମିତି ଜାଣନ୍ତୁ

ଭୁବନେଶ୍ୱର: ପେଟ୍ରୋଲରେ ଲାଗିଛି ନିଆଁ । ଆଉ ତାତି ଆପଣଙ୍କ ପକେଟକୁ ଲାଗୁଛି । ଘର ବଜେଟ ବିଗିଡି ଗଲାଣି । ପେଟ୍ରୋଲ ଦର ସେଂଚୁରି ମାରିବା ରାସ୍ତାରେ ଅଛି । ଏଣେ ଦର ବୃଦ୍ଧି ପାଇଁ କିଏ ଦାୟୀ ବୋଲି କାଦୁଅ ଫୋପଡା ଜୋରଦାର ଚାଲିଛି । ରାଜ୍ୟ କେନ୍ଦ୍ର ଉପରେ ଦୋଷ ଲଦୁଛି । କେନ୍ଦ୍ରୀୟ ନେତା ନିଜ ଉପରୁ ଦୋଷ ଛଡାଇବା ପାଇଁ ଆଉ କାହା ମୁଣ୍ଡ ଖୋଜୁଛନ୍ତି ଅଠା ବୋଳିବାକୁ । ତେବେ ସତ କ’ଣ ?

 

ସତ ଜାଣିବାକୁ ହେଲେ ଟ୍ୟାକ୍ସର ଗଣିତକୁ ବୁଝିବାକୁ ହେବ। ଟ୍ୟାକ୍ସ ଗଣିତ ବୁଝିଲେ ଜାଣିଯିବେ କେମିତି ଲିଟର ପ୍ରତି ୩୨ ଟଙ୍କାର ପେଟ୍ରୋଲ ଆପଣଙ୍କ ପାଖକୁ ପହଂଚିବା ବେଳକୁ ପାଖାପାଖି ୯୦ ହୋଇଯାଉଛି । ଏହାର କାରଣ ହେଉଛି ପାଖାପାଖି ୧୬୮ ପ୍ରତିଶତ ଟ୍ୟାକ୍ସ ।

ଏହାକୁ ଅଧିକ ସରଳ କରିବା ପାଇଁ ଆସନ୍ତୁ ଜାଣିବା କେନ୍ଦ୍ର-ରାଜ୍ୟ ପେଟ୍ରୋଲ ଟ୍ୟାକ୍ସ ଗଣିତ କ’ଣ । ଫେବୃଆରି ୧୫, ୨୦୨୧ ଦିନ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ଥିଲା ୮୯.୬୯ ପଇସା । ଏଥିରେ କେନ୍ଦ୍ର ସରକାର ନେଉଥିଲେ ୩୨ ଟଙ୍କା ୯୦ ପାଇସ ଟ୍ୟାକ୍ସ । ୩୨ ଟଙ୍କା ୯୦ ପଇସାର ଟ୍ୟାକ୍ସରେ ଅଛି ଏକ୍ସାସାଇଜ୍ ଡ୍ୟୁଟି ବାବଦରେ ୧.୪୦ ପଇସା । ଭିତ୍ତିଭୂମି ସେସ୍ ବାବଦରେ ୧୮ ଟଙ୍କା, କୃଷି ଭିତ୍ତିଭୂମି ବିକାଶ ସେସ୍ ବାବଦରେ ୨ଟଙ୍କା ୫୦ ପଇସା । ଅନ୍ୟପକ୍ଷରେ ଓଡ଼ିଶା ସରକାର ୩୨ ପ୍ରତିଶତ ଭ୍ୟାଟ୍ ବାବଦରେ ଏହି ସସମୟରେ ନେଇଥିଲେ ୨୦.୯୨ ପଇସା ।

ଏବେ ସେହି ତାରିଖରେ ଡିଜେଲ ଲିଟର ପ୍ରତି କେତେ ଥିଲା ନଜର ପକାନ୍ତୁ । ୧୫ ଫେବୃଆରି ଦିନ ଭୁବନେଶ୍ୱରରେ ଡିଜେଲ ଦର ଲିଟର ପ୍ରତିଥିଲା ୮୬.୪୭ ପଇସା । ଯାହା ମଧ୍ୟରୁ ଟ୍ୟାକ୍ସ ବାବଦରେ କେନ୍ଦ୍ର ସରକାରଙ୍କ ଭାଗ ଥିଲା ୩୧.୮୦ ପଇସା । ଏହି କରରେ ପେଟ୍ରୋଲ ଭଳି ଭିତ୍ତିଭୂମି ବିକାଶ ସେସ୍ ଥିଲା ୧୮ ଟଙ୍କା । ଅନ୍ୟପକ୍ଷରେ ରାଜ୍ୟ ସରକାର ଡିଜେଲ ଉପରେ ଭ୍ୟାଟ୍ ବାବଦରେ ଲିଟର ପ୍ରତି ଆଦାୟ କରୁଛନ୍ତି ୨୮ ପ୍ରତିଶତ ଟ୍ୟାକ୍ସ । ଅର୍ଥାତ ଲିଟର ପ୍ରତି ୧୮.୪୩ ପଇସା ।

ଏହି ଗଣିତରେ ଅଛି ପେଟ୍ରୋଲ ଦର କମିବା ରାସ୍ତା

ଅର୍ଥନୈତିକ ବିଶେଷଜ୍ଞଙ୍କ କହିବା ହେଉଛି କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶ ସେସ୍ ବାବଦରେ ପେଟ୍ରୋଲ ଲିଟର ପ୍ରତି ୧୮ ଟଙ୍କା ନେଉଛନ୍ତି । କିନ୍ତୁ ଆଦାୟ ହେଉଥିବା ଏହି ଟଙ୍କାକୁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବଣ୍ଟା ଯାଉନାହିଁ । ଏମିତିରେ କେନ୍ଦ୍ର ସରକାର ଚାହିଁଲେ ଭିତ୍ତିଭୂମି ବିକାଶ ସେସ୍ ଯଦି ୧୮ଟଙ୍କାରୁ ୧୦ ଟଙ୍କା କରିଦିଅନ୍ତେ ତେବେ ପେଟ୍ରୋଲ ଦର ଭୁବନେଶ୍ୱରରେ ୧୩ ଟଙ୍କା ୨୦ ପଇସା କମିବ । ସେହିଭଳି ଡିଜେଲ ଉପରେ ଯଦି ଭିତ୍ତିଭୂମି ସେସକୁ ୧୮ଟଙ୍କାରୁ ୧୦ ଟଙ୍କା କରି ଦିଆଯାଏ ତେବେ ଡିଜେଲ ଦର ମଧ୍ୟ ଭୁବନେଶ୍ୱରରେ ଲିଟର ପ୍ରତି ୧୨ଟଙ୍କା ୮୦ ପଇସା କମିଯିବ ।

ଭିତ୍ତିଭୂମି ବିକାଶ ସେସ୍ କମିବା ଦ୍ୱାରା ରାଜ୍ୟ ସାରା ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ । ଯାହାଫଳରେ ପରିବହନ ଖର୍ଚ୍ଚ ମଧ୍ୟ ଶସ୍ତା ହେବ । ଯାହାର ସିଧା ଲାଭ ଉପଭୋକ୍ତାଙ୍କୁ ମିଳିବ ।

ହିନ୍ଦୁ ଝିଅକୁ ଅପହରଣ ପରେ ବିବାହ କଲେ ପାକ୍ ପୋଲିସ

ଅମୃତସର: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ଝିଅଙ୍କୁ ଅପହରଣ କରାଯାଉଥିବାର ଆଉ ଏକ ଉଦାହରର ସାମ୍ନାକୁ ଆସିଛି । ହିନ୍ଦୁ ମନ୍ଦିରରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଥିବା ଜଣେ ପୋଲିସ କର୍ମୀ ସେହି ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ତାଙ୍କ ଧର୍ମ ପରିବର୍ତ୍ତନ କରିଛନ୍ତି । ତାଙ୍କୁ ବଳ ପୂର୍ବକ ବିବାହ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅପହରଣର ୫ ଦିନ ପରେ ଯେତେବେଳେ ବିବାହ ପ୍ରମାଣ ପତ୍ର ସ୍ଥାନୀୟ କାର୍ଯ୍ୟାଳୟ ପକ୍ଷରୁ ଅପଲୋଡ୍ ହୋଇଥିଲା ସେତେବେଳେ ଏହି ଖବର ସାମ୍ନାକୁ ଆସିଥିଲା । ଏହାଦ୍ୱାରା ପୁଣିଥରେ ମୁସଲମାନ ସମ୍ପ୍ରଦାୟ ଏବଂ ଇମ୍ରାନ୍ ଖାନ୍ ସରକାରଙ୍କ ଉପରୁ ଆସ୍ଥା ତୁଟିଛି ବୋଲି ସେଠାକାର ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି ।

ସିନ୍ଧ ପ୍ରଦେଶର ନୌସାରେ ଫିରୋଜ୍ ଜିଲ୍ଲାର ନାବାଳିକା ନୀନା କୁମାରୀଙ୍କୁ ପାଞ୍ଚଦିନ ପୂର୍ବେ ଅପହରଣ କରାଯାଇଥିଲା । ସେ ସ୍କୁଲରୁ ଫେରୁଥିବା ବେଳେ କେହି ତାଙ୍କୁ ଅପହରଣ କରି ନେଇଥିବା ନେଇ ତାଙ୍କ ବାପା ଏତଲା ଦେଇଥିଲେ ।  ସେଠାକାର ଗୁଇନ୍ଦା ତଦନ୍ତ ପରେ ଜଣାପଡ଼ିଥିଲା ଯେ, ତାଙ୍କୁ ସ୍ଥାନୀୟ ପୋଲିସ କର୍ମୀ ମାରୁଫ୍ କାଦ୍ରୀ ଅପହରଣ କରି ନେଇଥିଲେ । ଅପହରଣ ପରେ ତାଙ୍କୁ ସ୍ଥାନୀୟ ଏକ ଦରଘାରେ ଧର୍ମ ପରିବର୍ତ୍ତନ କରାଇ ଥିଲେ । ଏହାପରେ ତାଙ୍କ ନାଁ ନୀନାରୁ ମାରିଆ ରଖାଯାଇଥିଲା । ପରେ ୪୦୦ କିଲୋମିଟର ଦୂର କରାଚି ନେଇ ସେଠାରେ ତାଙ୍କୁ ବିବାହ କରି ନେଇଥିଲେ । ବିବାହ ପ୍ରମାଣପତ୍ରରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ଜନ୍ମ ତାରିଖ ଲେଖା ଥିଲାବେଳେ ନୀନାଙ୍କ ବୟସ ୧୯ ବୋଲି ଲେଖାଯାଇଛି । ହେଲେ ପରିବାର ଲୋକେ ସେ ନାବାଳିକା ବୋଲି କହିଛନ୍ତି ।

ପାକିସ୍ତାନର ସିନ୍ଧ ପ୍ରଦେଶରେ ହିନ୍ଦୁ ଝିଅମାନଙ୍କୁ ଏହିପରି ବଳ ପୂର୍ବକ ଅପହରଣ ଓ ବିବାହ କିଛି ନୂଆ କଥା ନୁହେଁ । ଦିନକୁ ଦିନ ଏହା ବିରୋଧରେ ଜନଅସନ୍ତୋଷ ବଢ଼ୁଥିବାରୁ ନିକଟରେ ମୁସଲମାନ ମୌଲବୀ ଏବଂ ହିନ୍ଦୁ ସମ୍ପ୍ରଦାୟ ନେତାଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷର ହୋଇଥିଲା । ଏହି ରାଜିନାମା ଅନୁସାରେ ଅଭିଭାବକଙ୍କ ବିନା ଅନୁମତିରେ ଧର୍ମ ପରିବର୍ତ୍ତନ ହେବ ନାହିଁ ବୋଲି ଚୁକ୍ତି ହୋଇଥିଲା । କିନ୍ତୁ ପୋଲିସ କର୍ମୀ ଏବେ ଏପରି ବଳ ପୂର୍ବକ ଅପହରଣ କରିବା ଏବଂ ତାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ କରିବା ଦ୍ୱାରା ସେମାନେ ଆସ୍ଥା ହରାଇଛନ୍ତି ବୋଲି ଏହି ପରିବାର ପ୍ରକାଶ କରିଛି ।

ସାଂସଦ ଅପରାଜିତାଙ୍କ ପିଏଙ୍କୁ ଗଣ୍ଡଗୋଳ କରିଥିବା ଘଟଣାରେ କୋର୍ଟ ଚାଲାଣ କଲା ପୋଲିସ

ଭୁବନେଶ୍ୱର: ସାଂସଦ ଅପରାଜିତାଙ୍କ ପିଏ ଧନେଶ୍ୱର ବାରିକ ଓ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ମେଡ଼ିକାଲରୁ ଡିସଚାର୍ଜ ପରେ ଲକ୍ଷ୍ମୀସାଗର ଥାନାକୁ ଅଣାଯାଇ କୋର୍ଟ ଚାଲାଣ କରାଯାଇଛି। ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିଲେ ଧନେଶ୍ୱର।

ଫେବୃଆରୀ ୧୦ ରାତିରେ ସାଂସଦଙ୍କ ପୋଷ୍ଟର ମାରିବା ଘଟଣାରୁ ହୋଇଥିଲା ଗଣ୍ଡଗୋଳ। ୨ ଯୁବକଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ ଧନେଶ୍ୱର ଓ ଜ୍ୟୋତି। ଉଭୟଙ୍କୁ ୧୧ ତାରିଖରେ ଗିରଫ କରିଥିଲା କମିଶନରେଟ ପୋଲିସ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏମ୍ସରେ ଚିକିତ୍ସାଧୀନ ଥିଲେ ଧନେଶ୍ୱର  ।

ଭଦ୍ରକ ଟାଉନ ପୋଲିସର ବଡ଼ ସଫଳତା, ବାଇକ ଚୋର ଗ୍ୟାଙ୍ଗ ସହ ୧୧ ବାଇକ୍‌କୁ ଜବତ କରିଛି ପୋଲିସ

ଭଦ୍ରକ: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ବାଇକ ଚୋର ଗ୍ୟାଙ୍ଗକୁ ଧରିଲା ଭଦ୍ରକ ଟାଉନ ପୋଲିସ। ୧୧ ଟି ଚୋରା ବାଇକ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଭଦ୍ରକ ସହରରେ ବାଇକ ଚୋରି ହେଉଥିବାର ବାରମ୍ବାର ପୋଲିସ ପାଖରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଭଦ୍ରକ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ କରୁଥିବା ସମୟରେ ଏହି ଗ୍ୟାଙ୍ଗକୁ ଠାବ କରିବାର ସୁରାଗ ପାଇଥିଲା ପୋଲିସ।

ପରେ ଏହି ବାଇକ ଚୋରଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ପୋଲିସ। ଯାହାକି ଏହି ଚୋର ଗ୍ୟାଙ୍ଗକୁ  ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ଧରିବା ପାଇଁ ସଫଳ ହୋଇଥିଲା ଭଦ୍ରକ ଟାଉନ ପୋଲିସ। ପ୍ରଥମେ ଜଣେ ବାଇକ ଚୋରକୁ ଧରିବା ସହ ଅଧିକ ତଦନ୍ତ ପରେ ଆଉ ଦୁଇ ଜଣ ବାଇକ ଚୋରକୁ ଧରିବାରେ ପୋଲିସ ସକ୍ଷମ ହୋଇଛି।

ଭଦ୍ରକ ସହରାଞ୍ଚଳ ଥାନା ସମେତ ଜିଲ୍ଲାର ଅନ୍ୟ ସବୁ ଥାନା ମାନଙ୍କରେ ଦୁଇ ଚକିଆ ବାଇକ ଚୋରି ହେଉଥିବାର ଅଭିଯୋଗ ହେବା ପରେ, ପୋଲିସ ତଦନ୍ତ କରି ଏହି ଗ୍ୟାଙ୍ଗକୁ ଧରିବାକୁ ସଫଳ ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି। ଏମାନଙ୍କ ନିକଟରୁ ୧୧ ଟି ବାଇକ ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବ ନ୍ୟୁଜିଲ୍ୟାଣ୍ଡ

ୱେଲିଂଟନ୍: ଦୀର୍ଘ ଦୁଇ ଦଶନ୍ଧି ହେଲା ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ତଥା ତାଲିବାନଙ୍କ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ମୁତୟନଥିବା ନ୍ୟୁଜିଲ୍ୟାଣ୍ଡ ସେନାକୁ ହଟାଯିବ। ଏନେଇ ନ୍ୟୁଜିଲ୍ୟାଣ୍ତ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍ ସୂଚନା ଦେଇଛନ୍ତି। ଚଳିତବର୍ଷ ମେ’ ମାସ ସୁଦ୍ଧା ସମ୍ପୂଣ୍ଣ ସେନା ପ୍ରତ୍ୟାହାର କରାଯିବ ବୋଲି ସେ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ଟ୍ବିନ୍ ଟାୱାର ଆକ୍ରମଣ ପରେ ୨୦୦୧ ମସିହାରୁ ଆମେରିକା ଆଫଗାନିସ୍ତାନରେ ତାଲିବାନ ଶାସନକୁ ହଟାଇବା ଲାଗି ଉଦ୍ୟମ ଆରମ୍ଭ କରିଥିଲା। ଏହିକ୍ରମରେ ଆମେରିକା ଏହାର ସହଯୋଗୀ ଦେଶମାନଙ୍କ ସାମରତିକ ସହାୟତାରେ ଆଫଗାନିସ୍ତାନରେ ତାଲିବାନଙ୍କୁ ହଟାଇ ସେଠାରେ ନିର୍ବାଚନ କରାଇବାରେ ସଫଳ ହୋଇଥିଲା। ୨୦୦୧ ମସିହାରେ ସେ ଯୁଦ୍ଧ ଏବଂ ତା ପରବର୍ତ୍ତୀ ସମୟର ପରିସ୍ଥିତିକୁ ଦୁଇ ଦଶନ୍ଧି ବିତିଛି।

ଆମେରିକା ପକ୍ଷରୁ ଏହାର ସେନା ବାହିନୀ ପ୍ରତ୍ୟାହାର ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମୁତୟନ ଥତିବରା ସୈନିକଙ୍କୁ ପ୍ରତ୍ୟାହାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏବେ ନ୍ୟୁଜିଲ୍ୟାଣ୍ଡର ୬ ଜଣ ସାମରିକ ଅଧିକାରୀ ଆଫଗାନିସ୍ତାନରେ ମୁତୟନ ଅଛନ୍ତି। ତିନଜଣ ନାଟୋ ମିଶନ କାର୍ଯ୍ୟାଳୟରେ ମୁତୟନ ଥିବା ବେଳେ ଆଉ ତିନିଜଣ ଆଫଗାନିସ୍ତାନର ଆର୍ମି ଏକାଡେମୀରେ କାର୍ଯ୍ୟ କରୁଛନ୍ତି ।

Gold Price Today: ଆଠ ମାସରେ ବସୁଠୁ ଶସ୍ତା ହେଲା ସୁନା, ଏଯାବତ କମିଳାଣି ୯୪୦୦ ଟଙ୍କା

ନୂଆଦିଲ୍ଲୀ: Gold Price Rate: ପୁଣି କମିଲା ସୁନା ଦର । ଯଦି ବାହାଘର ପାଇଁ ସୁନା କିଣିବାକୁ ଚାଁହୁଛନ୍ତି, ତେବେ ଅପେକ୍ଷା କରନ୍ତୁ ନାହିଁ । ତୁରନ୍ତ କିଣନ୍ତୁ । ଦୀର୍ଘ ୮ ମାସ ପରେ ବୁଧବାର ସୁନା ଦର ଶସ୍ତା ହୋଇଛି । ୧୦ ଗ୍ରାମ ସୁନା ୪୬୭୮୮ ଟଙ୍କାରେ ବିକ୍ରି କରାଯାଉଛି । ଅନ୍ୟପଟେ ରୂପା ଦରରେ ୧୩୫ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି । ବୁଧବାର ସକାଳେ Multi Commodity Exchange ରେ ରୂପା ଦାମ କିଲୋ ପ୍ରତି ୬୯,୫୦୭ ଟଙ୍କାରେ ବିକ୍ରି କରାଯାଉଛି ।

 

ବିଗତ ୫ ଦିନ ଧରି ସୁନା ଦାମ ହ୍ରାସ ପାଇବା ପରେ ଆଜି ଦୀର୍ଘ ୮ ମାସରେ ସବୁଠୁ ଶସ୍ତା ରହିଛି ସୁନା । ଅଗଷ୍ଟ ମାସରେ ସୁନା ଦାମ ୧୦ ଗ୍ରାମ ପିଛା ୫୬,୨୦୦ରେ ପହଞ୍ଚି ଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସୁନା ଦାମ ପ୍ରାୟ ୯୪୦୦ ଟଙ୍କା ହ୍ରାସ ପାଇଛି ।

ଦିଲ୍ଲୀ ସରାଫା ବଜାରରେ ଦାମ

ଦିଲ୍ଲୀ ସରାଫା ବଜାରରେ ମଙ୍ଗଳବାର ସୁନା ଦାମ ୧୦ ଗ୍ରାମ ପିଛା ମାତ୍ର ୯ ଟଙ୍କା ହ୍ରାସ ପାଇଥିଲା । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତା ବିଶିଷ୍ଟ ସୁନାର ନୂଆ ଦାମ ୧୦ ଗ୍ରାମ ପିଛା ୪୬,୯୦୦ ଟଙ୍କା ରହିଛି । ସେହିପରି ରୂପାର ଦାମ ମଙ୍ଗଳବାର ସାମାନ୍ୟ ବୃଦ୍ଧି ପାଇଛି । ଦିଲ୍ଲୀ ସରାଫା ବଜାରରେ ଏହାର ଦାମ ୯୫ ଟଙ୍କା ବଢ଼ି କିଲୋ ପ୍ରତି ୬୯,୫୩୦ ଟଙ୍କାରେ ପହଞ୍ଚିଛି ।

କାହିଁକି କମୁଛି ସୁନା ଦାମ ?

ଦେଶରେ ବ୍ୟାପିଥିବା ମହାମାରୀ ସହ ଲଢ଼ିବାରେ ଭାରତୀୟ ଭ୍ୟାକସିନ ଅଭିଯାନ ସଫଳ ହେଉଛି । ତେଣୁ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଦେଶବ୍ୟାପି ଟିକାକରଣ ଆରମ୍ଭ ହୋଇସାରିଛି । ତେଣୁ ନିବେଶକ ସୁନାକୁ ଛାଡ଼ି ସେୟାର ବଜାର ଆଡ଼କୁ ମୁହାଁଉଛନ୍ତି । ଷ୍ଟକ୍ ମାର୍କେଟରେ ବର୍ତ୍ତମାନ ଅଦ୍ଭୁତପୂର୍ବ ଗତି ଦେଖିବାକୁ ମିଳୁଛି । ଏଠାରେ ନିବେଶକ କମ୍ ସମୟରେ ଅଧିକ ରିଟର୍ଣ୍ଣ ଉପାର୍ଜନ କରୁଛନ୍ତି ।

ବଜେଟରେ ହୋଇଥିଲା ଘୋଷଣା

ସୂଚନା ଅନୁଯାୟୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଅଭିଭାଷଣରେ ସୁନା ଏବଂ ରୂପା ଉପରେ ଆମଦାନୀ ଟିକସ ହ୍ରାସ ହେବ ବୋଲି ଘୋଷଣା କରିଥିଲେ । ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ୫ ପ୍ରତିଶତ ହ୍ରାସ ଘଟିବ । ବର୍ତ୍ତମାନ ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡୁଛି । କିନ୍ତୁ ୫ ପ୍ରତିଶତ ରିହାତି ପରେ କେବଳ ୭.୫  ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ଏହାଦ୍ୱାରା ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିବ ।

ବର୍ଷେ ପରେ ସାମ୍ନାକୁ ଆସିଲେ ସୈତାନର ସ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ପତ୍ନୀ ପାଖାପାଖି ବର୍ଷେ ନିଖୋଜ ରହିବା ପରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି। ରି ସୋଲଜୁ ସ୍ୱାମୀ କିମ ଜୋଙ୍ଗ ଉନଙ୍କ ସହ ନଜର ଆସିଛନ୍ତି। ସୂଚନା ଅନୁଯାୟୀ ଉତ୍ତର କୋରିଆର ପୂର୍ବତନ ଶାସକ କିମ ଜୋଙ୍ଗ-୨ଙ୍କ ଜନ୍ମ ବାର୍ଷିକୀରେ ଆୟୋଜିତ ଏକ କନ୍ସର୍ଟରେ ସ୍ୱାମୀସ୍ତ୍ରୀ ଏକାଠି ଉପସ୍ଥିତ ହୋଇଥିଲେ।

ସୂଚନା ଅନମୁଯାୟୀ ଉତ୍ତର କୋରିଆରେ ପୂର୍ବତନ ଶାସକ କିମ ଜୋଙ୍ଗ-୨ଙ୍କ ଜନ୍ମଦିନକୁ ‘ଡେ ଅଫ ଦ ଶାଇନିଂ ଷ୍ଟାର୍ ଭାବେ’ ପାଳନ କରାଯାଏ । ତେବେ ଏହି ଅବସରେ ଉଭୟ କିମ୍ ଜୋଙ୍ଗ୍ ଓ ପତ୍ନି ସାମିଲ ହୋଇଥିଲେ।  ରି ସୋଲଜୁ ଅନେକଦିନ ଗାୟବ ରହିବାରୁ ଇଣ୍ଟରନେଟରେ ଅନେକ କଳ୍ପନାଜଳ୍ପନା ହୋଇଥିଲା । କେହି କେହି ସନ୍ଦେହ କରୁଥିଲେ ଯେ, କିମ୍ ଜୋଙ୍ଗ୍ ଉନ ତାଙ୍କ ହତ୍ୟା କରିଦେଇଛନ୍ତି । ହେଲେ ଏତେ ଲମ୍ବା ବ୍ୟବଧାନ ପରେ ତାଙ୍କୁ ଦେଖି ଉତ୍ତର କୋରିଆବାସୀ ବହୁତ ଖୁସି ହୋଇଥିଲେ । ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ  ସଙ୍ଗୀତ ସମାରୋହରେ କରତାଳି ସହ ଗୀତ ଗାଈ ସେଲେବ୍ରେଟ କରାଯାଇଥିଲା।

କୁହାଯାଉଛି ଯେ ରି ସୋଲଜୁ କରୋନାରେ ସଂକ୍ରମିତ ହେବାରୁ ଏତେ ଦିନ ଧରି ସେ ଆଇଶୋଲେଶନରେ ଥିଲେ । ପାଖାପାଖି ଏକବର୍ଷ ହେବ ସେ କୌଣସି କାର୍ଯ୍ୟକ୍ରମ ବା ସମାରୋହରେ ଯୋଗ ଦେଇନାହାଁନ୍ତି। ଏପରିକି ଗତ ଏକବର୍ଷ ମଧ୍ୟରେ ସେ କୌଣସି ବାହାର ଦେଶକୁ ବି ଯାତ୍ରା କକରିନାହାଁନ୍ତି ।  ସେ କିମ୍ ଜୋଙ୍ଗ ଉନଙ୍କ ବନାଇଥିବା କ୍ୱାରେଣ୍ଟାଇନ ନିୟମକୁ କଡ଼ାକଡ଼ି ପାଳନ କରୁଥିଲେ । ଯାହାଦ୍ୱାରା ଦେଶବାସୀଙ୍କୁ ଏକ ସଚେତନତାର ବାର୍ତ୍ତା ଦେବ।

ଅନ୍ୟପଟେ ଦକ୍ଷିଣ କରିଆର ଏକ ଗୁଇନ୍ଦା ସଂସ୍ଥା କହିଛି ଯେ ରି ସୋଲଜୁ ଏକବର୍ଷ ହେଲା ନିଜ ପିଲାଙ୍କୁ ସମ୍ଭାଳୁଥିଲେ । କରୋନା ମହାମାରୀରୁ ସେ ନିଜ ପିଲାଙ୍କୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ । ତେଣଉ ସେ ଏତେ ଦିନ ହେଲା ଘର ଭିତରେ କ୍ୱାରେଣ୍ଚାଇନରେ ଥିଲେ। ହେଲେ ଏହି ଖବରକୁ ଲୋକମାନେ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି । କାରଣ ଉତ୍ତର କୋରିଆରେ ଏ ପର୍ଯ୍ୟନ୍ତ ଗୋଟିଏ ବି କୋରୋନା ପଜିଟିଭ ଚିହ୍ନଟ ହୋଇନାହାଁନ୍ତି।

ପୁଣି ଚର୍ଚ୍ଚାରେ ରାଜ୍ୟ, ଟିକାକାରଣରେ ଦେଶରେ ଆଗୁଆ ରହିଛି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କରୋନା ଟିକାକରଣ। କରୋନା ସଂଖ୍ୟା ଏବେ ରାଜ୍ୟରେ ତଳମୁହାଁ ହୋଇଛି। ତେବେ ପୂର୍ବରୁ ଅନେକ ଥର କରୋନା ଯୁଦ୍ଧରେ ରାଜ୍ୟ ସରକାର ବିଶ୍ୱ ଦରବାରରେ ପ୍ରଶଂସା ହାତେଇଛନ୍ତି। ପୁଣି କରୋନା ଟିକାକରଣ ନେଇ ରାଜ୍ୟ କେନ୍ଦ୍ର ଆଗରେ ପ୍ରଶଂସା ହାତେଇଛି। କେନ୍ଦ୍ର ସରକାର ସବୁ ରାଜ୍ୟର ଟୀକାକରଣ ଷ୍ଟାଟସ ନେଇ ବୈଠକ ନେଇଥିଲେ।

 

ଏହି ବୈଠକରେ ଟିକାକରଣର ସମସ୍ତ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ତେବେ ଟିକାକରଣର ପ୍ରଦର୍ଶନ ସର୍ବଭାରତୀୟ ସ୍ତରରେ ଭଲ ରହିଛି ବୋଲି ଏହି ବୈଠକରେ କୁହାଯାଇଥିଲା। ଯଦି ଦେଖିବା ପ୍ରତି ସେସନରେ ଆଭରେଜ ୯୦ ହିତାଧିକାରୀଙ୍କୁ ଟିକା ଦିଆଯାଉଛି। ଯାହା ଅନ୍ୟ ସବୁ ରାଜ୍ୟଠାରୁ ବହୁତ ଅଧିକ ରହିଛି।

ପାର୍ଶ୍ଵ ପ୍ରତିକ୍ରିୟା ବି କମ ରହିଛି ଓଡ଼ିଶାରେ। ସମ୍ମୁଖ ଯୋଦ୍ଧାମାନଙ୍କୁ ୧ଲକ୍ଷ ୨୯ହଜାର ୬୫୫ ଜଣଙ୍କୁ ଦିଆ ସରିଛି। ଯାହା ଟାର୍ଗେଟର ୬୦ ପ୍ରତିଶତ ଅଧିକ। ଆଜି ସେମାନଙ୍କ କରୋନା ଯୋଦ୍ଧା ମାଦଙ୍କର ଟୀକାକରଣର ଶେଷ ଦିନ। ତେବେ ବୟସ୍କ ଲୋକଙ୍କ ଟିକାକରଣ ନେଇ ଏ ଯାଏଁ କିଛି ସୂଚନା ଆସିନାହିଁ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।